ତ୍ବରିତ ବୈଷୟିକ ସମାଧାନ ଯୋଗାଇଦେବା କ୍ଷେତ୍ରରେ ଯୁବ ଉଦ୍ଭାବକଙ୍କ ପ୍ରୟାସକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
ନମନୀୟ, ବାଧାମୁକ୍ତ ଏବଂ ଛାତ୍ରଛାତ୍ରୀଙ୍କ ଆବଶ୍ୟକତା ଅନୁରୂପ ଅଧ୍ୟୟନର ସୁଯୋଗ ପ୍ରଦାନ କରିବାକୁ ସକ୍ଷମ ଶିକ୍ଷା ନୀତି ଦିଗରେ ଅଗ୍ରସର ହେବାର ଆବଶ୍ୟକତା ରହିଛି : ପ୍ରଧାନମନ୍ତ୍ରୀ
ଆମର ପ୍ରଯୁକ୍ତିଭିତ୍ତିକ ଏବଂ ଗବେଷଣା ଓ ବିକାଶ ସଂସ୍ଥାନଗୁଡ଼ିକ ଆଗାମୀ ଦଶନ୍ଧି-‘ଭାରତର ଡେକେଡ୍‌’ରେ ପ୍ରମୁଖ ଭୂମିକା ନିର୍ବାହ କରିବେ : ପ୍ରଧାନମନ୍ତ୍ରୀ
ବିଶେଷ କରି କୋଭିଡ ସଂକ୍ରାନ୍ତରେ ବର୍ତ୍ତମାନର ଗବେଷଣା ଓ ବିକାଶ କାର୍ଯ୍ୟ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଗଲା

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ 8 ତାରିଖ 2021ରେ କେନ୍ଦ୍ରୀୟ ଅନୁଦାନପ୍ରାପ୍ତ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକର ନିର୍ଦ୍ଦେଶକମାନଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି । ଏହି ବୈଠକରେ 100ରୁ ଅଧିକ ସଂସ୍ଥାନଗୁଡ଼ିକର ମୁଖ୍ୟମାନେ ଅଂଶଗ୍ରହଣ କରିଥିଲେ ।

କୋଭିଡ କାରଣରୁ ଦେଖାଦେଇଥିବା ଆହ୍ୱାନର ମୁକାବିଲା ପାଇଁ ଏହିସବୁ ଅନୁଷ୍ଠାନଗୁଡ଼ିକ ଦ୍ୱାରା କରାଯାଇଥିବା ଗବେଷଣା ଓ ବିକାଶ କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ତ୍ବରିତ ପ୍ରଯୁକ୍ତିଗତ ସମାଧାନ ଯୋଗାଇ ଦେଇଥିବାରୁ ସେ ଯୁବ ଉଦ୍ଭାବକମାନଙ୍କ ଭୂମିକାକୁ ପ୍ରଶଂସା କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉଚ୍ଚ ଶିକ୍ଷାନୁଷ୍ଠାନ ଏବଂ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକ ପରିବର୍ତ୍ତିତ ପରିବେଶ ଏବଂ ଉଦୀୟମାନ ଆହ୍ୱାନଗୁଡ଼ିକର ମୁକାବିଲା ଲାଗି ସମୟ ଅନୁକୂଳ ସମାଧାନକୁ ଗ୍ରହଣ କରିବା ଉଚିତ୍‌ । ସେ ଉଲ୍ଲେଖ କରିଥିଲେ ଯେ ଏଥିପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକ ନିଜକୁ ପୁନଃଉଦ୍ଭାବନ ଓ ପୁନଃମୂଲ୍ୟାଙ୍କନ କରିବାର ଆବଶ୍ୟକତା ରହିଛି । ସେମାନେ ଦେଶ ଓ ସମାଜର ବର୍ତ୍ତମାନ ଓ ଭବିଷ୍ୟତ ଆବଶ୍ୟକତା ଅନୁଯାୟୀ, ବିକଳ୍ପ ଓ ଅଭିନବ ମଡେଲ ବିକଶିତ କରିବା ଉଚିତ୍‌ । ସେ ଜୋର ଦେଇ କହିଥିଲେ ଯେ ଆମର ଉଚ୍ଚ ଶିକ୍ଷା ଏବଂ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକ ଆମର ଯୁବପିଢ଼ିଙ୍କୁ ନିରନ୍ତର ବାଧା ଓ ପରିବର୍ତ୍ତନର ମୁକାବିଲା କରିବା ପାଇଁ ପ୍ରସ୍ତୁତ କରିବା ଆବଶ୍ୟକ । ଏହା କରିବା ସମୟରେ ଚତୁର୍ଥ ଶିଳ୍ପ ବିପ୍ଳବକୁ ଧ୍ୟାନରେ ରଖାଯିବା ଉଚିତ୍‌ ।

ପ୍ରଧାନମନ୍ତ୍ରୀ ଆଲୋକପାତ କରି କହିଥିଲେ ଯେ ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ଆବଶ୍ୟକତା ଅନୁଯାୟୀ ନମନୀୟ, ବାଧାମୁକ୍ତ ଏବଂ ସକ୍ଷମ ଶିକ୍ଷାନୀତି ଦିଗରେ ଅଗ୍ରସର ହେବାର ଆବଶ୍ୟକତା ରହିଛି ।

ବିଗତ କିଛିବର୍ଷ ଧରି ଗ୍ରସ ଏନରୋଲମେଣ୍ଟ ରେସିଓ (ଜିଇଆର) ବା ଉଚ୍ଚ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ପ୍ରବେଶ ହାରରେ ବୃଦ୍ଧିକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ। ଉଚ୍ଚ ଶିକ୍ଷାର ଡିଜିଟାଲକରଣ ଜିଇଆର ବୃଦ୍ଧି ଦିଗରେ ପ୍ରମୁଖ ଭୂମିକା ନିର୍ବାହ କରିପାରିବ ବୋଲି ସେ ଜୋର ଦେଇ କହିଥିଲେ । ଏହାଫଳରେ ଛାତ୍ରଛାତ୍ରୀ ଉନ୍ନତମାନର ଏବଂ ସୁଲଭ ଶିକ୍ଷା ଲାଭ କରିପାରିବେ। ଡିଜିଟାଲକରଣ ବୃଦ୍ଧି ଦିଗରେ ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରି କହିଥିଲେ ଯେ ଆମେ ଭାରତୀୟ ଭାଷାରେ ବୈଷୟିକ ଶିକ୍ଷାର ଏକ ଇକୋସିଷ୍ଟମ ବିକଶିତ କରିବା ଏବଂ ବିଶ୍ବସ୍ତରର ପତ୍ରପତ୍ରିକାଗୁଡ଼ିକୁ ଆଞ୍ଚଳିକ ଭାଷାରେ ଅନୁବାଦ କରିବାର ଆବଶ୍ୟକତା ରହିଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମେ ଯେତେବେଳେ ଆମ ସ୍ୱାଧୀନତାର 100 ବର୍ଷ ପୂର୍ତ୍ତି ପାଳନ କରିବା ସେଥିପାଇଁ ଆଗାମୀ 25 ବର୍ଷ ମଧ୍ୟରେ ‘ଆତ୍ମନିର୍ଭର ଭାରତ ଅଭିଯାନ’ ଭାରତର ସ୍ବପ୍ନ ଓ ଆଶାଆକାଂକ୍ଷାର ଆଧାର ନିର୍ମାଣ କରିବ । ଆଗାମୀ ଦଶନ୍ଧିରେ ଗବେଷଣା ଓ ବିକାଶ ସଂସ୍ଥାନଗୁଡ଼ିକ ଏକ ବଡ଼ ଭୂମିକା ନିର୍ବାହ କରିବେ, ଯାହା ମଧ୍ୟ ‘ଭାରତର ଟେକେଡ’ (ଭାରତର ପ୍ରଯୁକ୍ତି ଦଶନ୍ଧି) ଭାବରେ ପରିଗଣିତ ହେବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶିକ୍ଷା, ସ୍ୱାସ୍ଥ୍ୟସେବା, କୃଷି, ପ୍ରତିରକ୍ଷା ଏବଂ ସାଇବର ପ୍ରଯୁକ୍ତି କ୍ଷେତ୍ରରେ ଆମେ ଭବିଷ୍ୟତ ଆଧାରିତ ସମାଧାନ ଉପରେ ଗୁରୁତ୍ୱାରୋପ କରିବା ଉଚିତ୍‌ ।

ପ୍ରଧାନମନ୍ତ୍ରୀ ଆଲୋକପାତ କରି କହିଥିଲେ ଯେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଉନ୍ନତମାନର ଭିତ୍ତିଭୂମି ବିକଶିତ କରିବାର ଆବଶ୍ୟକତା ରହିଛି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ସ୍ମାର୍ଟ ଓଏରେବୁଲ୍ସ, ବର୍ଦ୍ଧିତ ରିଅଲିଟି ସିଷ୍ଟମ ଏବଂ ଡିଜିଟାଲ ଆସିଷ୍ଟାଣ୍ଟ ଭଳି ଉତ୍ପାଦ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚିବାର ଆବଶ୍ୟକତା ରହିଛି । ସେ ଜୋର ଦେଇ କହିଥିଲେ ଯେ ଆମେ ଶସ୍ତା, ବ୍ୟକ୍ତିଗତ ଆବଶ୍ୟକତା ଅନୁକୂଳ, ଏବଂ ଏଆଇ ପରିଚାଳିତ ଶିକ୍ଷା ଉପରେ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି ।

ଏହି ଆଲୋଚନା ସମୟରେ, ଆଇଆଇଏସସି ବାଙ୍ଗାଲୋରର ପ୍ରଫେସର ଗୋବିନ୍ଦ ରଙ୍ଗରାଜନ, ଆଇଆଇଟି ବମ୍ବେର ପ୍ରଫେସର ସୁଭାଶିଷ ଚୌଧୁରୀ, ଆଇଆଇଟି ମାଡ୍ରାସର ପ୍ରଫେସର ଭାସ୍କର ରାମମୂର୍ତ୍ତି, ଆଇଆଇଟି କାନପୁରର ପ୍ରଫେସର ଅଭୟ କାରାନ୍ଦିକର ପ୍ରମୁଖ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ଦେଶରେ ଜାରି ରହିଥିବା ବିଭିନ୍ନ ପ୍ରକଳ୍ପ, ଶିକ୍ଷାଗତ କାର୍ଯ୍ୟ ଏବଂ ନୂତନ ଗବେଷଣା ସମ୍ପର୍କରେ ଏକ ଉପସ୍ଥାପନା ପ୍ରଦାନ କରିଥିଲେ । କୋଭିଡ ସଂକ୍ରାନ୍ତ ବିଭିନ୍ନ ଗବେଷଣା ଯେପରିକି ନୂତନ ପରୀକ୍ଷଣ କୌଶଳ ବିକଶିତ କରିବା, ସ୍ବଦେଶୀ ଅକ୍ସିଜେନ କନସେଣ୍ଟ୍ରେଟର, ଅକ୍ସିଜେନ ଜେନେରେଟର, କ୍ୟାନ୍ସର ସେଲ୍‌ ଥେରାପି, ମଡ୍ୟୁଲାର ହସ୍ପିଟାଲ, ହଟସ୍ପଟ ପ୍ରେଡିକ୍ସନ, ଭେଣ୍ଟିଲେଟର ଉତ୍ପାଦନ ଆଦି ସଂକ୍ରାନ୍ତରେ ହେଉଥିବା ଗବେଷଣା ଜନିତ କାର୍ଯ୍ୟକୁ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା । ରୋବୋଟିକ୍ସ, ଡ୍ରୋନ୍ସ, ଅନଲାଇନ ଶିକ୍ଷାଦାନ, ବ୍ୟାଟେରୀ ପ୍ରଯୁକ୍ତି କ୍ଷେତ୍ରରେ ହେଉଥିବା ପ୍ରୟାସ ସମ୍ପର୍କରେ ମଧ୍ୟ ଅବଗତ କରାଯାଇଥିଲା । ନୂତନ ପାଠ୍ୟକ୍ରମ, ବିଶେଷ କରି ଅର୍ଥବ୍ୟବସ୍ଥା ଓ ପ୍ରଯୁକ୍ତିର ପରିବର୍ତ୍ତିତ ସ୍ବରୂପ ଅନୁଯାୟୀ ବିକଶିତ ହେଉଥିବା ଅନଲାଇନ ପାଠ୍ୟକ୍ରମ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଥିଲା ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଏବଂ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଏହି ଆଲୋଚନା ସମୟରେ ଉପସ୍ଥିତ ଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Led by iPhones, India sees highest Q1 smartphone exports by value

Media Coverage

Led by iPhones, India sees highest Q1 smartphone exports by value
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 29, 2026
July 29, 2026

Aatmanirbhar & Eco-Conscious: PM Modi’s Record of Results in Conservation, Banking, Exports & Beyond