ଆସନ୍ତା ବଜେଟ ପୂର୍ବରୁ ଶିଳ୍ପ କ୍ଷେତ୍ରର ପ୍ରତିନିଧିମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କର ଦ୍ୱିତୀୟ ଆଲୋଚନା
ଅଲିମ୍ପିକ୍ସରେ ଭାରତ ଯେପରି ପୋଡିୟମ ସଫଳତା ଅର୍ଜନ କରିବାକୁ ଲକ୍ଷ୍ୟ ରଖିଛି, ସେହିପରି ଭାବେ ବିଶ୍ୱର ପ୍ରତ୍ୟେକ କ୍ଷେତ୍ରରେ ଆମର ଉଦ୍ୟୋଗ ଶୀର୍ଷ ପାଞ୍ଚଟି ସ୍ଥାନରେ ରହୁ ବୋଲି ସାରା ଦେଶ ଚାହୁଁଛି : ପ୍ରଧାନମନ୍ତ୍ରୀ
ଦେଶର ଆର୍ଥିକ ପ୍ରଗତିକୁ ପ୍ରୋତ୍ସାହନ ଦେବା ପାଇଁ ପଦକ୍ଷେପ ନେବାକୁ ସରକାର ଦୃଢ଼ ସଂକଳ୍ପବଦ୍ଧ : ପ୍ରଧାନମନ୍ତ୍ରୀ
ଘରୋଇ କ୍ଷେତ୍ର ପ୍ରତି ଭରସା ରଖିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଶିଳ୍ପ ନେତୃବୃନ୍ଦ; ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ସଂକଳ୍ପ ପ୍ରତି ବ୍ୟକ୍ତ କଲେ ପ୍ରତିବଦ୍ଧତା

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକ କଲ୍ୟାଣ ମାର୍ଗ ଠାରେ ବିଭିନ୍ନ କ୍ଷେତ୍ରର ଶିଳ୍ପ ଉଦ୍ୟୋଗ କମ୍ପାନୀଗୁଡ଼ିକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି। ଆଗାମୀ ସାଧାରଣ ବଜେଟ ପୂର୍ବରୁ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଏପରି ଆଲୋଚନା କରିଛନ୍ତି।

କୋଭିଡ ମହାମାରୀର ମୁକାବିଲା ସମୟରେ ଦେଶ ଅନ୍ତର୍ନିହିତ ସାମର୍ଥ୍ୟ ପ୍ରଦର୍ଶନ କରିଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ମତାମତ ଓ ପରାମର୍ଶ ପାଇଁ ସେ ଉଦ୍ୟୋଗ ଜଗତର ନେତୃବୃନ୍ଦଙ୍କୁ ପ୍ରଶଂସା କରିଥିଲେ ଏବଂ ପିଏଲଆଇ ଯୋଜନା ଭଳି ନୀତିର ଭରପୂର ଲାଭ ଉଠାଇବା ପାଇଁ ସେମାନଙ୍କୁ ଆହ୍ୱାନ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଅଲିମ୍ପିକ୍ସରେ ଭାରତ ଯେପରି ପୋଡିୟମ ସଫଳତା ଅର୍ଜନ କରିବାକୁ ଲକ୍ଷ୍ୟ ରଖିଛି, ସେହିପରି ଭାବେ ବିଶ୍ୱର ପ୍ରତ୍ୟେକ କ୍ଷେତ୍ରରେ ଆମର ଉଦ୍ୟୋଗ ଶୀର୍ଷ ପାଞ୍ଚଟି ସ୍ଥାନରେ ରହୁ ବୋଲି ସାରା ଦେଶ ଚାହୁଁଛି । ଆମ ସମସ୍ତଙ୍କୁ ଏହି ଲକ୍ଷ୍ୟ ହାସଲ ଦିଗରେ ମିଳିତ ଭାବେ ଅଗ୍ରସର ହେବାକୁ ପଡ଼ିବ ବୋଲି ଶ୍ରୀ ମୋଦୀ କହିଥିଲେ। ସେ କହିଥିଲେ ଯେ କୃଷି ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଭଳି କ୍ଷେତ୍ରରେ କର୍ପୋରେଟ ଉଦ୍ୟୋଗଗୁଡ଼ିକ ଅଧିକ ନିବେଶ କରିବା ଉଚିତ୍‌। ସେ ପ୍ରାକୃତିକ ଚାଷ ପ୍ରତି ଧ୍ୟାନ ଦେବା ଉପରେ ଜୋର ଦେଇଥିଲେ। ସରକାରଙ୍କ ନୀତିଗତ ସ୍ଥିରତା ଉପରେ ଆଲୋକପାତ କରି ସେ କହିଥିଲେ ଯେ ଦେଶର ଆର୍ଥିକ ପ୍ରଗତିକୁ ପ୍ରୋତ୍ସାହିତ କରିବା ଲାଗି ଲଗାତାର ପଦକ୍ଷେପ ଗ୍ରହଣ କରିବା ପାଇଁ ସରକାର ଦୃଢ଼ ସଂକଳ୍ପବଦ୍ଧ। ଅନୁପାଳନ ବୋଝ ହ୍ରାସ କରିବା କ୍ଷେତ୍ରରେ ସରକାର କାର୍ଯ୍ୟ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଯେଉଁ କ୍ଷେତ୍ରରେ ଅନାବଶ୍ୟକ ଅନୁପାଳନ ବୋଝ ରହିଛି ତାହା ପ୍ରତ୍ୟାହାର କରିବା ଲାଗି ପ୍ରଧାନମନ୍ତ୍ରୀ ଉଦ୍ୟୋଗ ଜଗତର ପ୍ରତିନିଧିମାନଙ୍କ ଠାରୁ ପରାମର୍ଶ ଲୋଡ଼ିଥିଲେ।

ଉଦ୍ୟୋଗ ଜଗତର ପ୍ରତିନିଧିମାନେ ପ୍ରଧାନମନ୍ତ୍ରୀଙ୍କୁ ସେମାନଙ୍କର ମତାମତ ଦେଇଥିଲେ।  ଘରୋଇ କ୍ଷେତ୍ର ପ୍ରତି ଭରସା ରଖିଥିବାରୁ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।  ସେମାନେ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କର ସଫଳ ନେତୃତ୍ୱ କାରଣରୁ କୋଭିଡ ମହାମାରୀ କାଳରେ ସମୟୋଚିତ ହସ୍ତକ୍ଷେପ ଓ ଯୁଗାନ୍ତକାରୀ ସଂସ୍କାର ଅଣାଯାଇଛି ଯାହାଫଳରେ ଦେଶର ଅର୍ଥବ୍ୟବସ୍ଥା ବର୍ତ୍ତମାନ ସୁଧାର ପଥରେ ଦ୍ରୁତ ଗତିରେ ଅଗ୍ରସର ହେଉଛି। ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ସଂକଳ୍ପ ଦିଗରେ ଯୋଗଦାନ ପାଇଁ ସେମାନେ ପ୍ରତିବଦ୍ଧତା ବ୍ୟକ୍ତ କରିଥିଲେ। ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପିଏମ ଗତିଶକ୍ତି, ଆଇବିସି ଭଳି ବିଭିନ୍ନ ପଦକ୍ଷେପକୁ ସେମାନେ ପ୍ରଶଂସା କରିଥିଲେ। ଦେଶରେ ବ୍ୟବସାୟିକ ସୁଗମତାକୁ ଆହୁରି ପ୍ରୋତ୍ସାହିତ କରିବା ଲାଗି ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ମଧ୍ୟ ସେମାନେ ଆଲୋଚନା କରିଥିଲେ। ସିଓପି 26 ପ୍ରତି ଭାରତର ପ୍ରତିବଦ୍ଧତା ଏବଂ ଏଥିରେ ଧାର୍ଯ୍ୟ ଲକ୍ଷ୍ୟ ହାସଲ ପାଇଁ ଉଦ୍ୟୋଗ ଜଗତ କିଭଳି ଯୋଗଦାନ ଦେଇପାରିବେ ସେ ସମ୍ପର୍କରେ ମଧ୍ୟ ସେମାନେ ଆଲୋକପାତ କରିଥିଲେ।

ଶ୍ରୀ ଟିଭି ନରେନ୍ଦ୍ରନ କହିଥିଲେ ଯେ ସରକାରଙ୍କ ସମୟୋଚିତ ପଦକ୍ଷେପ କାରଣରୁ କୋଭିଡ ମହାମାରୀ ପରେ ଦେଶର ଅର୍ଥବ୍ୟବସ୍ଥାରେ ଇଂରାଜୀ ଅକ୍ଷର ‘V’ ଆକୃତିର ସୁଧାର ଆସିପାରିଛି। ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗକୁ ଆହୁରି ପ୍ରୋତ୍ସାହିତ କରିବା ଲାଗି ଶ୍ରୀ ସଞ୍ଜୀବ ପୁରୀ ପରାମର୍ଶ ଦେଇଥିଲେ। ସ୍ୱଚ୍ଛ ଭାରତ, ଷ୍ଟାର୍ଟଅପ୍‌ ଇଣ୍ଡିଆ ଆଦି ସରଳ କିନ୍ତୁ ସୁନ୍ଦର ଭାବେ ପ୍ରସ୍ତୁତ ହୋଇଥିବା ସଂସ୍କାର ଜରିଆରେ ପ୍ରଧାନମନ୍ତ୍ରୀ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବାରେ ସଫଳ ହୋଇଥିବା ଶ୍ରୀ ଉଦୟ କୋଟକ କହିଥିଲେ। ଶ୍ରୀ ଶେଷଗିରି ରାଓ ସ୍କାର୍ପେଜ ନୀତିକୁ କିଭଳି ବିସ୍ତୃତ କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ। ଭାରତକୁ ଏକ ବିଶାଳ ଉତ୍ପାଦନ କେନ୍ଦ୍ରରେ ପରିଣତ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପକୁ ସାକାର କରିବା ପ୍ରତି ଶ୍ରୀ କେନିଚି ଆୟୁକାୱା ପ୍ରତିବଦ୍ଧତା ବ୍ୟକ୍ତ କରିଥିଲେ। ସିଓପି 26ରେ ପ୍ରଧାନମନ୍ତ୍ରୀଙ୍କ ପଞ୍ଚାମୃତ ପ୍ରତିବଦ୍ଧତା ସମ୍ପର୍କରେ ଶ୍ରୀ ବୀନିତ ମିତ୍ତଲ ଆଲୋଚନା କରିଥିଲେ। ଶ୍ରୀ ସୁମନ୍ତ ସିହ୍ନା କହିଥିଲେ ଯେ ଗ୍ଲାସଗୋରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ବିଶ୍ୱ ସମୁଦାୟର ସଦସ୍ୟମାନେ ପ୍ରଶଂସା କରିଥିଲେ। ଶ୍ରୀ ପ୍ରୀତା ରେଡ୍ଡୀ ସ୍ୱାସ୍ଥ୍ୟ କ୍ଷେତ୍ରରେ ମାନବ ସମ୍ବଳର ପ୍ରୋତ୍ସାହନ ପାଇଁ ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ମେସିନ ଲର୍ଣ୍ଣିଂ ଭଳି ଉଦୀୟମାନ ପ୍ରଯୁକ୍ତି ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ରିତେଶ ଅଗ୍ରୱାଲ କହିଥିଲେ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Inspiring India: Gujarat Woman's Solar Mission Earns PM Modi’s Praise, Invitation to I-Day Ceremony

Media Coverage

Inspiring India: Gujarat Woman's Solar Mission Earns PM Modi’s Praise, Invitation to I-Day Ceremony
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 06, 2026
August 06, 2026

New India Defies the Storm: Multi-Front Progress Under PM Modi