ତୈଳ ଏବଂ ବାଷ୍ପ କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭର କରିବା ଆମର ଲକ୍ଷ୍ୟ : ପ୍ରଧାନମନ୍ତ୍ରୀ
ଭାରତରେ ତୈଳ ଓ ବାଷ୍ପ କ୍ଷେତ୍ରରେ ଅନ୍ୱେଷଣ ଏବଂ ବିକାଶ ପାଇଁ ଭାରତ ସହ ସହଭାଗିତା ସ୍ଥାପନ କରିବା ଲାଗି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ଆମନ୍ତ୍ରଣ କଲେ ପ୍ରଧାନମନ୍ତ୍ରୀ
ଇନ୍ଧନ ଉପଲବ୍ଧତା, ଇନ୍ଧନ ସୁଲଭତା ଏବଂ ଇନ୍ଧନ ସୁରକ୍ଷାରେ ସୁଧାର ଆଣିବା ଦିଗରେ ସରକାରଙ୍କ ପଦକ୍ଷେପକୁ ଶିଳ୍ପ ନେତୃବୃନ୍ଦଙ୍କ ଉଚ୍ଚ ପ୍ରଶଂସା

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିଶ୍ୱ ତୈଳ ଏବଂ ବାଷ୍ପ କ୍ଷେତ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ବିଶେଷଜ୍ଞମାନଙ୍କ ସହିତ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି।

ଗତ ସାତ ବର୍ଷ ମଧ୍ୟରେ ତୈଳ ଏବଂ ବାଷ୍ପ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ସଂସ୍କାରମୂଳକ ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ସେ କହିଥିଲେ ଯେ ଅନ୍ୱେଷଣ ଏବଂ ଲାଇସେନ୍ସ ପ୍ରଦାନ ନୀତି, ବାଷ୍ପ ବିପଣନ, କୋଲ୍ ବେଡ୍ ମିଥେନ ନୀତି, କୋଇଲା ବାଷ୍ପୀକରଣ, ଇଣ୍ଡିଆନ ଗ୍ୟାସ ଏକ୍ସଚେଞ୍ଜରେ ଗ୍ରହଣ କରାଯାଇଥିବା ସଦ୍ୟ ସଂସ୍କାର ଆଦି ଏସବୁ ମହତ୍ୱପୂର୍ଣ୍ଣ ପଦକ୍ଷେପ ମଧ୍ୟରେ ସାମିଲ ରହିଛି। ଏହିସବୁ ସଂସ୍କାର ଆଗାମୀ ଦିନରେ ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରିପାରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ତୈଳ କ୍ଷେତ୍ର ବିଷୟରେ ଆଲୋଚନା କରି ଶ୍ରୀ ମୋଦୀ କହିଥିଲେ ଯେ, ଏହି କ୍ଷେତ୍ରରେ ଏବେ ‘ରାଜସ୍ୱ’ରୁ ବୃଦ୍ଧି ଅପେକ୍ଷା ‘ଉତ୍ପାଦନ’ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରାଯାଉଛି। ଅଶୋଧିତ ତୈଳର ଭଣ୍ଡାରଣ କ୍ଷମତା ବୃଦ୍ଧି ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ। ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ପ୍ରାକୃତିକ ବାଷ୍ପ ଚାହିଦା ଉପରେ ମଧ୍ୟ ସେ ଆଲୋଚନା କରିଥିଲେ। ପାଇପଲାଇନ, ସହରାଞ୍ଚଳ ଗ୍ୟାସ ବିତରଣ ଏବଂ ଏଲଏନଜି ପୁନଃବାଷ୍ପୀକରଣ ଟର୍ମିନାଲ ସମେତ ବର୍ତ୍ତମାନ ଓ ଭବିଷ୍ୟତର ବିଭିନ୍ନ ବାଷ୍ପ ଭିତ୍ତିଭୂମି ବିକାଶ ପ୍ରକଳ୍ପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଏହି ଆଲୋଚନାରେ ଉଲ୍ଲେଖ କରିଥିଲେ।

ପ୍ରଧାନମନ୍ତ୍ରୀ ପୂର୍ବ କଥା ଉଲ୍ଲେଖ କରି କହିଥିଲେ ଯେ, ୨୦୧୬ ପରଠାରୁ ଏହିସବୁ ବୈଠକରେ ଦିଆଯାଇଥିବା ପରାମର୍ଶ ତୈଳ ଓ ବାଷ୍ପ କ୍ଷେତ୍ରରେ ଦେଖା ଦେଉଥିବା ଆହ୍ୱାନର ମୁକାବିଲା କରିବା କ୍ଷେତ୍ରରେ ବିଶେଷ ଫଳପ୍ରଦ ହୋଇଛି। ସେ କହିଥିଲେ ଯେ ଭାରତ ହେଉଛି ଖୋଲାପଣ, ଆଶାବାଦ ଏବଂ ସୁଯୋଗର ଭୂମି। ଦେଶରେ ବର୍ତ୍ତମାନ ନୂଆ ଉପାୟ, ସମ୍ଭାବନା ଏବଂ ନବୋନ୍ମେଷ ପୂରି ରହିଛି। ଭାରତରେ ତୈଳ ଓ ଗ୍ୟାସ କ୍ଷେତ୍ରରେ ଅନ୍ୱେଷଣ ଏବଂ ବିକାଶ ପାଇଁ ଭାରତ ସହ ସହଭାଗିତା ସ୍ଥାପନ କରିବା ଲାଗି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆମନ୍ତ୍ରଣ କରିଥିଲେ ।

ଏହି ଆଲୋଚନାରେ ରୋସନେଫ୍ଟ ର ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡକ୍ଟର ଇଗୋର ସେଚିନ୍, ସାଉଦୀ ଆରାମକୋ ର ସଭାପତି ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିନ ନାସିର, ବ୍ରିଟିଶ ପେଟ୍ରୋଲିୟମର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବର୍ଣ୍ଣାର୍ଡ ଲୁନୀ, ଆଇଏଚଏସ ମାର୍କିଟର ଉପାଧ୍ୟକ୍ଷ ଡକ୍ଟର ଡାନିଏଲ ୟେର୍ଜିନ, ସ୍ଲମ୍ବର୍ଗର୍‌ ଲିମିଟେଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓଲିଭର ଲେ ପଚ୍, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ମୁକେଶ ଅମ୍ବାନୀ, ବେଦାନ୍ତ ଲିମିଟେଡର ଅଧ୍ୟକ୍ଷ ଶ୍ରୀ ଅନିଲ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।

ତୈଳ ଓ ବାଷ୍ପ କ୍ଷେତ୍ରର ପ୍ରତିନିଧିମାନେ ଇନ୍ଧନ ଉପଲବ୍ଧତା, ଇନ୍ଧନ ସୁଲଭତା ଏବଂ ଇନ୍ଧନ ସୁରକ୍ଷା କ୍ଷେତ୍ରରେ ସରକାରଙ୍କ ବିଭିନ୍ନ ସଦ୍ୟ ଉପଲବ୍ଧିକୁ ଉଚ୍ଚପ୍ରଶଂସା କରିଥିଲେ। ଦୂରଦୃଷ୍ଟିସମ୍ପନ୍ନ ଏବଂ ମହତ୍ୱାକାଂକ୍ଷୀ ଲକ୍ଷ୍ୟ ନେଇ ଭାରତକୁ ସ୍ୱଚ୍ଛ ଇନ୍ଧନ ଆଡ଼କୁ ଅଗ୍ରସର କରାଇବା ଦିଗରେ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ସେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ପ୍ରଶଂସା କରିଥିଲେ। ସେମାନେ କହିଥିଲେ ଯେ ଭାରତ ସ୍ୱଚ୍ଛ ଇନ୍ଧନ ପ୍ରଯୁକ୍ତି କ୍ଷେତ୍ରର ନୂତନ ସ୍ୱରୂପକୁ ଗ୍ରହଣ କରୁଛି। ବିଶ୍ୱ ଇନ୍ଧନ ଯୋଗାଣ ଶୃଙ୍ଖଳାକୁ ନୂତନ ରୂପ ଦେବାରେ ଭାରତ ପ୍ରମୁଖ ଭୂମିକା ନିର୍ବାହ କରିପାରିବ ବୋଲି ସେମାନେ ଆଶାବ୍ୟକ୍ତ କରିଥିଲେ। ସେମାନେ ଇନ୍ଧନ କ୍ଷେତ୍ରରେ ଦୀର୍ଘସ୍ଥାୟୀ ଏବଂ ସମାନତାପୂର୍ଣ୍ଣ ପରିବର୍ତ୍ତନ ସମ୍ପର୍କରେ ଆଲୋଚନା କରିଥିଲେ। ସ୍ୱଚ୍ଛ ଇନ୍ଧନ ଏବଂ ଦୀର୍ଘସ୍ଥାୟିତ୍ୱକୁ ଆହୁରି ପ୍ରୋତ୍ସାହନ ଦେବା ଦିଗରେ ସେମାନେ ନିଜର ପରାମର୍ଶ ଓ ମତାମତ ପ୍ରଦାନ କରିଥିଲେ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Khichdi To Moringa Paratha: 7 Traditional Foods PM Modi Loves

Media Coverage

Khichdi To Moringa Paratha: 7 Traditional Foods PM Modi Loves
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 26, 2026
August 26, 2026

Accountability Meets Ambition: Record Low NPAs, Record Defence Output, Record Digital Adoption Under the Leadership of PM Modi