ଜାପାନରେ ‘ଜେନ୍‍’ ଯାହା ଭାରତରେ ‘ଧ୍ୟାନ’ ତାହା: ପ୍ରଧାନମନ୍ତ୍ରୀ
ମାନସିକ ଶାନ୍ତି ତଥା ବାହ୍ୟ ପ୍ରଗତି ଏବଂ ବିକାଶ ହେଉଛି ଦୁଇ ଦେଶର ସଂସ୍କୃତିର ପରିଚୟ: ପ୍ରଧାନମନ୍ତ୍ରୀ
କେନ୍ଦ୍ର ସରକାରଙ୍କ ଅନେକ ବିଭାଗ, ପ୍ରତିଷ୍ଠାନ ଏବଂ ଯୋଜନାରେ କାଇଜେନର ବ୍ୟବହାର କରାଯାଉଛି: ପ୍ରଧାନମନ୍ତ୍ରୀ
ଗୁଜରାଟରେ ଏକ ମିନି ଜାପାନ ସୃଷ୍ଟି କରିବାର ପରିକଳ୍ପନାକୁ ସବିଶେଷ ବ୍ୟାଖ୍ୟା କଲେ ପ୍ରଧାନମନ୍ତ୍ରୀ
ଅଟୋମୋବାଇଲ୍‍, ବ୍ୟାଙ୍କିଙ୍ଗ୍‍ ଠାରୁ ନେଇ ନିର୍ମାଣ ଓ ଫାର୍ମା ପର୍ଯ୍ୟନ୍ତ ୧୩୫ରୁ ଅଧିକ କମ୍ପାନୀ ଗୁଜରାଟକୁ ସେମାନଙ୍କର ମୂଳ ଆଧାର ବନାଇଛନ୍ତି: ପ୍ରଧାନମନ୍ତ୍ରୀ
ଆମର ପାରସ୍ପରିକ ଆସ୍ଥା ଶତାବ୍ଦୀ ଶତାବ୍ଦୀ ଧରି ପୁରୁଣା ଏବଂ ଏକ ସମାନ ଭବିଷ୍ୟତର ଚିନ୍ତାଧାରାରେ ଆମେ ପରିଚାଳିତ: ପ୍ରଧାନମନ୍ତ୍ରୀ
ପିଏମଓରେ ଆମେ ଜାପାନ ପ୍ଲସ୍‍ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛୁ: ପ୍ରଧାନମନ୍ତ୍ରୀ
କରୋନା ମହାମାରୀ କାଳରେ ଭାରତ- ଜାପାନ ବନ୍ଧୁତା ବୈଶ୍ୱିକ ସ୍ଥିରତା ଓ ସମୃଦ୍ଧି ସକାଶେ ଆହୁରି ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି: ପ୍ରଧାନମନ୍ତ୍ରୀ
ଟୋକିଓ ଅଲମ୍ପିକ୍‍ ପାଇଁ ଜାପାନ ଓ ଜାପାନର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଯୋଗେ ଏଏମଏ, ଅହମ୍ମଦାବାଦ ଠାରେ ଜେନ୍‍ ଉଦ୍ୟାନ ଏବଂ କାଇଜେନ୍‍ ଏକାଡେମୀ ଉଦ୍ଘାଟନ କରିଛନ୍ତି ।

ଏହି ଅବସରରେ ଉଦ୍‍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଜେନ୍‍ ଉଦ୍ୟାନ ଓ କାଇଜେନ୍‍ ଏକାଡ଼େମୀର ଉତ୍ସର୍ଗ କାର୍ଯ୍ୟକ୍ରମକୁ ଭାରତ- ଜାପାନ ସମ୍ପର୍କର ସହଜତା ଓ ଆଧୁନିକତାର ସଂକେତ ରୂପେ ଅଭିହିତ କରିଛନ୍ତି । ସେଥବପାଇଁ ସେ ହିଓଗୋ ପ୍ରିଫେକ୍‍ଚର୍‍ର ନେତୃବର୍ଗ ଏବଂ ବିଶେଷ କରି ହିଓଗୋ ଇଣ୍ଟରନ୍ୟାସନାଲ ଆସୋସିସନର  ଗଭର୍ଣ୍ଣର ତୋଶିଜୋଲ୍ଡୋଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ସେମାନଙ୍କର ଅବଦାନ ଯୋଗୁ ହିଁ ଅହମ୍ମଦାବାଦର ଏଏମଏ ଠାରେ ଏହି ଜେନ୍‍ ଉଦ୍ୟାନ ଓ କାଇଜେନ୍‍ ଏକାଡ଼େମୀ ପ୍ରତିଷ୍ଠା ହୋଇପାରିଛି ବୋଲି ସେ କହିଥିଲେ । ଗୁଜରାଟର ଭାରତ- ଜାପାନ ବନ୍ଧୁତା ସଂଘ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ନୂତନ ଶକ୍ତି ପ୍ରଦାନ କରିଥିବା ଯୋଗୁ ପ୍ରଧାନମନ୍ତ୍ରୀ ସେମାନଙ୍କ ଭୂମିକାକୁ ମଧ୍ୟ ପ୍ରଶଂସା କରିଥିଲେ ।

‘ଜେନ୍‍ ଏବଂ ଭାରତୀୟ ‘ଧ୍ୟାନ’ ମଧ୍ୟରେ ସାମଞ୍ଜସ୍ୟର ଅବତାରଣା କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ମାନସିକ ଶାନ୍ତ ତଥା ବାହ୍ୟ ପ୍ରଗତି ଓ ବିକାଶ ହେଉଛି ଭାରତ ଏବଂ ଜାପାନ ସଂସ୍କୃତିର ମୂଳ ଆଧାର । ଭାରତୀୟମାନେ ସେହି ଶାନ୍ତି, ସ୍ଥିରତା ଏବଂ ସରଳତା ଜେନ୍‍ ଉଦ୍ୟାନରେ ପାଇଥାନ୍ତି ଯାହା ସେମାନେ ଯୁଗ ଯୁଗ ଧରି ଯୋଗ ମାଧ୍ୟମରେ ଅନୁଭବ କରିଆସିଛନ୍ତି । ବୁଦ୍ଧ ଏହି ‘ଧ୍ୟାନ’କୁ ବିଶ୍ୱର ଦିବ୍ୟଜ୍ଞାନ ପ୍ରାପ୍ତି ନିମନ୍ତେ ପ୍ରଦାନ କରି ଯାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମତ ପୋଷଣ କରିଥିଲେ । ‘କାଇଜେନ’ର ଉଭୟ ବାହ୍ୟ ଏବଂ ଆଭ୍ୟନ୍ତରୀଣ ଅର୍ଥ ଉପରେ ଗୁରୁତ୍ୱ ଆରୋପ କରି ପ୍ରଧାନମନ୍ତ୍ରୀ କହିଲେ ଯେ ତାହା କେବଳ ନିଜର ‘ଉନ୍ନତି’ କରିନଥାଏ ଅପରନ୍ତୁ ‘ନିରବଚ୍ଛିନ୍ନ ଭାବେ ଉନ୍ନତିର ଧାରାକୁ ଜାରି ରଖିଥାଏ’ ।

ପ୍ରଧାନମନ୍ତ୍ରୀ କହିଲେ ସମସ୍ତଙ୍କୁ ସ୍ମରଣ କରାଇ ଦେଇଥିଲେ ଯେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ଗୁଜରାଟ ପ୍ରଶାସନରେ କାଇଜେନ୍‍ର ପ୍ରବର୍ତ୍ତନ କରିଥିଲେ । ୨୦୦୪ ମସିହାରେ ଗୁଜରାଟ ପ୍ରଶାସନିକ ତାଲିମରେ ଏହାର ପ୍ରବର୍ତ୍ତନ କରାଯାଇଥିଲା ଏବଂ ୨୦୦୫ ମସିହାରେ ଟପ୍‍ ସିଭିଲ ସର୍ଭିସ ପାଇଁ ଏହାର ସ୍ୱତନ୍ତ୍ର ତାଲିମ ଶିବିରର ଆୟୋଜନ କରାଯାଇଥିଲା । ‘ନିରବଚ୍ଛିନ୍ନ ଉନ୍ନତି’ ଶୁଦ୍ଧିକରଣ ପ୍ରକ୍ରିୟାରେ ପ୍ରତିଫଳିତ ହୋଇଥିଲା ଯାହାକି ପ୍ରଶାସନ ଉପରେ ସକାରାତ୍ମକ ପ୍ରଭାବ ପକାଇଥିଲା । ଜାତୀୟ ପ୍ରଶାସନିକ ପ୍ରଗତିରେ ଏହାର ଗୁରୁତ୍ୱକୁ ମଧ୍ୟ ଜାରି ରଖାଯାଇଛି ବୋଲି ସୂଚାଇ ପ୍ରଧାନମନ୍ତ୍ରୀ କହିଥେିଲେ ଯେ ସେ ପ୍ରଧାନମନ୍ତ୍ରୀ ହେବା ପରେ ପିଏମଓ କାର୍ଯ୍ୟାଳୟକୁ ସେ ଗୁଜରାଟର ଅନୁଭୂତିକୁ ଆଣିଥିଲେ । ଏବଂ କେନ୍ଦ୍ର ସରକାରଙ୍କ ଅନ୍ୟାନ୍ୟ ବିଭାଗରେ ମଧ୍ୟ ତାହା ପ୍ରବର୍ତ୍ତିତ ହୋଇଥିଲା । ଏହା ପ୍ରଶାସନିକ ପ୍ରକ୍ରିୟାକୁ ସରଳ କରିଛି ଏବଂ ଅଫିସ୍‍ କାର୍ଯ୍ୟ ଅବସର ସର୍ବାଧିକ ହୋଇପାରିଛି । କାଇଜେନକୁ କେନ୍ଦ୍ର ସରକାରଙ୍କ ଅନେକ ବିଭାଗ, ପ୍ରତିଷ୍ଠାନ ଏବଂ ଯୋଜନାରେ ପ୍ରବର୍ତ୍ତନ କରାଯାଇଛି ବୋଲି ସେ ସୂଚାଇଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଗୁରୁତ୍ୱର ସହ କହିଥିଲେ ଯେ ଜାପାନ ସହିତ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ଏବଂ ଜାପାନ ଲୋକମାନଙ୍କ ପ୍ରତି ତାଙ୍କ ମନରେ ରହିଥିବା ଶ୍ରଦ୍ଧା, ସେମାନଙ୍କର କର୍ମ ସଂସ୍କୃତି, କୌଶଳ ଓ ଶୃଙ୍ଖଳା ସମସ୍ତଙ୍କ ପାଇଁ ଅନୁକରଣୀୟ । ଏହା ଉପରେ ଦୃଢ଼ତା ବ୍ୟକ୍ତ କରି ସେ କହିଲେ ଯେ ‘ଗୁଜରାଟରେ ମୁଁ ଏକ ମିନି ଜାପାନ ସୃଷ୍ଟି କରିବାକୁ ଚାହେଁ’ ଯଦ୍ୱାରା ଏଠାକୁ ଜାପାନର ଲୋକମାନେ ସେମାନଙ୍କର ଆଶା ଆକାଂକ୍ଷାର ଉଷ୍ମତା ନେଇ ଆସିବେ ।

‘ଭାଇବ୍ରାଣ୍ଟ୍‍ ଗୁଜରାଟ ସମ୍ମିଳନା’ରେ ଯେଉଁ ଆଗ୍ରହର ସହ ଜାପାନ ଅଂଶଗ୍ରହଣ କରେ ତାହାର ଅବତାରଣା କରି ପ୍ରଧାନମନ୍ତ୍ରୀ କହିଲେଯେ ତାହା ବର୍ଷ ପରେ ବର୍ଷ ସଭିଏଁ ଦେଖି ଆସିଛନ୍ତି । ସେହ କହିଲେ ଯେ ୧୩୫ରୁ ଅଧିକ ଜାପାନୀ କମ୍ପାନୀ, ଯେଉଁଥିରେ କି ଅଟୋମୋବାଇଲ ଠାରୁ ନେଇ ବ୍ୟାଙ୍କିଙ୍ଗ୍‍, ନିର୍ମାଣ ଓ ଫାର୍ମା କମ୍ପାନୀ ସାମିଲ୍‍, ସେମାନେ ଗୁଜରାଟକୁ ସେମାନଙ୍କର ଆଧାର ଭାବେ ଗ୍ରହଣ କରିଛନ୍ତି । ସୁଜୁକି ମୋଟର୍ସ, ହୋଣ୍ଡା ମୋଟର ସାଇକେଲ, ମିତସୁବିଶି, ଟୋୟୋଟା, ହିତାଚି ଭଳି ଜାପାନୀ କମ୍ପାନୀମାନେ ଗୁଜରାଟରୁ ହିଁ ସେମାନଙ୍କର ସାମଗ୍ରୀ ଉତ୍ପାଦନ କରୁଛନ୍ତି । ସେମାନେ ସ୍ଥାନୀୟ ଯୁବକମାନଙ୍କ କୌଶଳ ବିକାଶ କରୁଛନ୍ତି । ଗୁଜରାଟରେ, ତିନୋଟି ଜାପାନ- ଭାରତ ଉତ୍ପାଦନ ପ୍ରତିଷ୍ଠାନ କୌଶଳ ବିକାଶ ତାଲିମ ପ୍ରଦାନ କରୁଛନ୍ତି ଯଦ୍ୱାରା ଶହ ଶହ ଯୁବକଯୁବତୀ ଉପକୃତ ହୋଇପାରୁଛନ୍ତି । ଏହି ପ୍ରତିଷ୍ଠାନ ଆଇଆଇଟି ଭଳି ପ୍ରଯୁକ୍ତି ପ୍ରତିଷ୍ଠାନ ଓ ବିଶ୍ୱବିଦ୍ୟାଳୟ ସହିତ ଅନୁବନ୍ଧିତ ହୋଇଛନ୍ତି । ଅଧିକନ୍ତୁ, ଜେଇଟିଆରଓର ଅହମ୍ମଦାବାଦ ବ୍ୟବସାୟିକ ସହାୟତା କେନ୍ଦ୍ର ଏଥିପାଇଁ ସହାୟକ ସାଜିଛି ଏବଂ ଏକାସାଙ୍ଗରେ ପାଞ୍ଚଟି କମ୍ପାନୀକୁ  ୱାର୍କ- ସ୍ପେସନ୍‍ ଫାସିଲିଟି ଯୋଗାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି ।

ଅନେକ ଜାପାନୀ କମ୍ପାନୀ ଏହା ଦ୍ୱାରା ଉପକୃତ ହୋଇପାରୁଛନ୍ତି । ପ୍ରଧାନମନ୍ତ୍ରୀ ଏହି ଅବସରରେ ସମସ୍ତଙ୍କୁ ସ୍ମରଣ କରାଇ କହିଥିଲେ ଯେ ଏହା ଖୁସିର କଥା, ଏହାର ସବିଶେଷ ବିସ୍ତୃତ କାର୍ଯ୍ୟାବଳୀ ନିମନ୍ତେ, ସେ ଗୁଜରାଟରେ ଗଳ୍ଫ ସୁବିଧାର ଉନ୍ନତି ନିମନ୍ତେ ବିଶେଷ ପ୍ରୟାସ କରିଥିଲେ । କାରଣ ଯେତେବେଳେ ଏକ ଅନୌପଚାରିକ ଆଲୋଚନା ବେଳେ ସେ ଅନୁଭବ କରିଥିଲେ ଜାପାନୀ ଲୋକମାନେ ଗଲ୍ଫ କ୍ରୀଡ଼ାକୁ ବେଶ୍‍ ଭଲ ପାଆନ୍ତି । ସେ ସମୟରେ ଗୁଜରାଟରେ ଗଲ୍ଫ କୋର୍ସ ବିଶେଷ ଚର୍ଚ୍ଚାରେ ନଥିଲା । ଆଜି ଗୁଜରାଟରେ ଅନେକ ଗଲ୍ଫ କୋର୍ସ ହୋଇଗଲାଣି । ସେହିଭଳି ଗୁଜରାଟସାରା ଅନେକ ଜାପାନୀ ରେସ୍ତୋରାଁ ଏବଂ ଜାପାନୀ ଶିକ୍ଷାକେନ୍ଦ୍ର ଖୋଲିସାରିଛି ବୋଲି ପ୍ରଧାନମନ୍ତ୍ରୀ ସୂଚାଇଥିଲେ ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ସୂଚାଇଥିଲେ ଯେ ଗୁଜରାଟରେ ଜାପାନ ସ୍କୁଲ ବ୍ୟବସ୍ଥା ଆଧାରରେ ଏକ ବିଦ୍ୟାଳୟ ପ୍ରତିଷ୍ଠା ହେବା ତାଙ୍କର ଇଚ୍ଛା । ଏହା ଉପରେ ଗୁରୁତ୍ୱ ଆରୋପ କରି ସେ ଜାପାନ ସ୍କୁଲ ଶିକ୍ଷାପଦ୍ଧତିରେ ଆଧୁନିକତା ତଥା ଆଦର୍ଶ ମୂଲ୍ୟବୋଧର ମିଶ୍ରଣର ସେ ମୁଗ୍ଧ ପ୍ରଶଂସକ । ଟୋକିଓର ତାଇମେଇ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନର ଅନୁଭୂତିକୁ ସେ ଅତି ଆଗ୍ରହର ସହ ଅବତାରଣା କରିଥିଲେ ।

ଶ୍ରୀ ମୋଦୀ କହିଲେ ଯେ  ଜାପାନ ସହିତ ଆମର ଶତାବ୍ଦୀ ଶତାବ୍ଦୀ ପୁରୁଣା ସାଂସ୍କୃତିକ ସମ୍ପର୍କ ରହିଆସିଛି ଏବଂ ଭବିଷ୍ୟତ ପାଇଁ ଉଭୟ ରାଷ୍ଟ୍ରଙ୍କ ଦୃଷ୍ଟିଭଙ୍ଗୀ ମଧ୍ୟ ସମାନ । ତେଣୁ ଉଭୟ ରାଷ୍ଟ୍ରଙ୍କ ମଧ୍ୟରେ ଥିବା ବିଶେଷ ରଣନୀତିକ ସମ୍ପର୍କ ତଥା ବୈଶ୍ୱିକ ସହଭାଗୀତାକୁ ଅଧିକ ସୁଦୃଢ଼ କରିବା ନିମନ୍ତେ ସେ ସୂଚାଇଥିଲେ ।

ଜାପାନ ନେତୃବର୍ଗଙ୍କ ସହ ତାଙ୍କର ବ୍ୟକ୍ତିଗତ ସମ୍ପର୍କର ଅବତାରଣା କରି ପ୍ରଧାନମନ୍ତ୍ରୀ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଗୁଜରାଟ ଗସ୍ତ ସମ୍ପର୍କରେ ସୂଚାଇଥିଲେ । ଏହି ଗସ୍ତ ଭାରତ ଜାପାନ ସମ୍ପର୍କକୁ ଏକ ନୂତନ ଗତି ପ୍ରଦାନ କରିଥିଲା । ବର୍ତ୍ତମାନର ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଡ଼େ ସୁଗାଥାଟଙ୍କ ସହିତ ତାଙ୍କର ସମାନ ଚିନ୍ତାଧାର  ଓ ବିଶ୍ୱାସ କରୋନା ମହାମାରୀ କାଳରେ ଭାରତ- ଜାପାନ ସମ୍ପର୍କକୁ ବୈଶ୍ୱିକ ସ୍ଥିରତା ଏବଂ ସମୃଦ୍ଧି ନିମନ୍ତେ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ବର୍ଣ୍ଣନା କରିଥିଲେ । ବର୍ତ୍ତମାନ ବିଶ୍ୱ ସମ୍ମୁଖୀନ ହେଉଥିବା ଚାଲେଞ୍ଜଗୁଡ଼ିକ ସକାଶେ ଆମର ବନ୍ଧୁତା ଓ ସହଭାଗୀତାକୁ ଅଧିକ ନିବିଡ଼ କରାଯିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ଭାରତରେ କାଇଜେନ୍‍ ସମେତ ଜାପାନୀ କାର୍ଯ୍ୟ ସଂସ୍କୃତିର ଅଧିକରୁ ଅଧିକ ପ୍ରସାର ହେବା ଆବଶ୍ୟକ । ଏବଂ ଭାରତ ଓ ଜାପାନ ମଧ୍ୟରେ ବ୍ୟବସାୟିକ ସମ୍ପର୍କ ଉପରେ ଅଧିକ ଗୁରୁତ୍ୱ ଦିଆଯିବା ଉପରେ ସେ ପ୍ରାଧାନ୍ୟ ଆରୋପ କରିଥିଲେ ।

ଟୋକିଓ ଅଲମ୍ପିକ କ୍ରୀଡ଼ା ଆୟୋଜନ କରୁଥିବାରୁ ଏହି ଅବସରରେ ଜାପାନ ତଥା ଜାପାନବାସୀଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜ୍ଞାପନ କରିଥିଲେ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Bihar’s famous food products make a mark at BRICS Summit

Media Coverage

Bihar’s famous food products make a mark at BRICS Summit
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends greetings on the Parkash Purab of Sri Guru Granth Sahib Ji
September 12, 2026

The Prime Minister, Shri Narendra Modi, extended greetings on the occasion of the Parkash Purab of Sri Guru Granth Sahib Ji.

The Prime Minister said that for centuries, Sri Guru Granth Sahib Ji has shown humanity the way of selfless service, human dignity and togetherness.

Shri Modi expressed hope that the sacred occasion would inspire everyone to deepen these values in society and build a more compassionate and harmonious world.

The Prime Minister wrote on X;

“Greetings on the Parkash Purab of Sri Guru Granth Sahib Ji.

For centuries, it has shown humanity the way of selfless service, human dignity and togetherness.

May this sacred occasion inspire us to deepen these values in our society and build a more compassionate and harmonious world.”