ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କେରଳର କୋଚିଠାରେ ୪,୦୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଅଧିକ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ
“ଆଜି ଭାରତ ଯେତେବେଳେ ବୈଶ୍ୱିକ ବାଣିଜ୍ୟର ପ୍ରମୁଖ କେନ୍ଦ୍ର ହେବାକୁ ଯାଉଛି ଆମେ ଦେଶର ସାମୁଦ୍ରିକ ଶକ୍ତି ବୃଦ୍ଧି କରିବା ଉପରେ ଧ୍ୟାନ କେନ୍ଦ୍ରିତ କରୁଛୁ”
“ବନ୍ଦର, ଜାହାଜ ଚଳାଚଳ ଓ ଦେଶର ଆଭ୍ୟନ୍ତରୀଣ ଜଳପଥରେ ବ୍ୟାବସାୟିକ ସୁଗମତା ନିମନ୍ତେ ଗତ ଦଶବର୍ଷ ମଧ୍ୟରେ ଅନେକ ସଂସ୍କାର ଅଣାଯାଇଛି”
“ବୈଶ୍ୱିକ ବାଣିଜ୍ୟର ସାମର୍ଥ୍ୟ ଓ ସ୍ଥାନ ପାଇଁ ବିଶ୍ୱ ଭାରତକୁ ସ୍ୱୀକୃତି ଦେଇଛି”
“ବିକଶିତ ଭାରତ ନିମନ୍ତେ ଭାରତର ସାମୁଦ୍ରିକ ଶକ୍ତି ପ୍ରଦର୍ଶନ ପାଇଁ ସାମୁଦ୍ରିକ ଅମୃତକାଳ ଭବିଷ୍ୟତ ନକ୍ସାରେ ବ୍ୟବସ୍ଥା ହୋଇଛି”
“କୋଚିର ନୂତନ ଶୁଷ୍କ ପୋତାଶ୍ରୟ ଭାରତରେ ଜାତୀୟ ଗର୍ବ” “ଦେଶର ନଗରୀଗୁଡିକ ସହ ଆଧୁନିକ ଓ ସବୁଜ ଜଳ ସଂଯୋଗ ନିମନ୍ତେ କୋଚି ବନ୍ଦର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୧୭.୦୧.୨୦୨୪) କେରଳର କୋଚିରେ ଚାରିହଜାର କୋଟି ଟଙ୍କାରୁ ଅଧିକ ଟଙ୍କାର ତିନିଟି ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟସ କରିଛନ୍ତି । ଉଦ୍‌ଘାଟିତ ପ୍ରକଳ୍ପଗୁଡିକ ମଧ୍ୟରେ କୋଚି ବନ୍ଦର(ସି.ଏସ.ଏଲ.)ରେ ନୂତନ ଶୁଷ୍କ ପୋତାଶ୍ରୟ (ଏନ୍‌ଡିଡି) ସିଏସଏଲରେ ଆନ୍ତର୍ଜାତିକ ଜାହାଜ ମରାମତି ସୁବିଧା (ଆଏସଆରଏଫ) ଓ କୋଚିର ପୃଥୁଭାୟପେନରେ ଭାରତୀୟ ତୈଳ ନିଗମର ଏଲପିଜି ଆମଦାନୀ ଟର୍ମିନାଲ । ଭାରତୀୟ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ କ୍ଷେତ୍ରରେ ଅବସ୍ଥାନ୍ତର ଆଣି ଏଥିରେ ସାମର୍ଥ୍ୟ ଓ ଆତ୍ମନିର୍ଭରତା ଆଣିବା ନେଇ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ପରିପ୍ରେକ୍ଷୀରେ  ଏହି ପ୍ରମୁଖ ପ୍ରକଳ୍ପ ଗୁଡିକ ନିର୍ମିତ ହୋଇଛି ।

 ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ସକାଳୁ ମନ୍ଦିରରେ ଭଗବାନ ଗୁରୁବାୟୁରୁ ଆୟାପ୍ଲାନଙ୍କ ଦର୍ଶନ ଲାଭ କରିଥିବା ପ୍ରକାଶ କରିଥିଲେ । ମହର୍ଷି ବାଲ୍ମିକୀ ଆନ୍ତର୍ଜାତିକ ବିମାନବନ୍ଦର ଅଯୋଧ୍ୟା ଠାରେ ଉଦ୍‌ଘାଟନ କାଳରେ ସେ କେରଳର ମନ୍ଦିରମାଳ ସହ ରାମାୟଣର କିପରି ସମ୍ପର୍କ ରହିଛି ସେ ବିଷୟରେ ଅବତାରଣା ତାଙ୍କ ଭାଷଣ ଜରିଆରେ କରିଥିଲେ । ଅଯୋଧ୍ୟା ଧାମରେ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସେ ରାମସ୍ୱାମୀ ମନ୍ଦିର ଦର୍ଶନ କରିଥିବାରୁ କୃତଜ୍ଞତା ଜଣାଇଥିଲେ । କେରଳର କଳାକାର ମାନଙ୍କ ଦ୍ୱାରା ସକାଳେ କରାଯାଇଥିବା ସୁନ୍ଦର କାରୁକାର୍ଯ୍ୟ ତାଙ୍କୁ କେରଳର ଅବଧପୁରୀର ଅନୁଭବ ଆଣି ଦେଉଛି ବୋଲି ଶ୍ରୀ ମୋଦୀ କହିଥିଲେ ।

 

 ଅମୃତକାଳରେ ଭାରତକୁ ବିକାିତ ଭାରତରେ ପରିଣତ କରିବାକୁ ନେଇ ଯାତ୍ରାରେ ପ୍ରତ୍ୟେକ ରାଜ୍ୟର ଭୂମିକା ଉପରେ ଗୁରୁତ୍ୱ ଆରୋପ କରି ଅତୀତରେ ବନ୍ଦରଗୁଡିକ ଭାରତର ସମୃଦ୍ଧିର ମୁଖ୍ୟ କାରଣ ସାଜିଥିବାବେଳେ ବର୍ତମାନ ମଧ୍ୟ ବୈଶ୍ୱିକ ବାଣିଜ୍ୟ ପାଇଁ ମୁଖ୍ୟ କେନ୍ଦ୍ର ସାଜିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହି ପରିପ୍ରେକ୍ଷୀରେ କୋଚି ଭଳି ବନ୍ଦର ନଗରୀଗୁଡିକ ଶକ୍ତି ବୃଦ୍ଧି ପାଇଁ ସରକାର କାର୍ଯ୍ୟ କରୁଛନ୍ତି ।  ସେ ବନ୍ଦର ସାମର୍ଥ୍ୟ ବୃଦ୍ଧି, ବନ୍ଦର ଭିତ୍ତିଭୂମି ଦିଗରେ ପୁଞ୍ଜିନିବେଶ ବୃଦ୍ଧି ଓ ସାଗରମାଳା ପ୍ରକଳ୍ପ ଜରିଆରେ ବନ୍ଦର ନଗରୀଗୁଡିକ ସହ ଯୋଗାଯୋଗ ବ୍ୟବସ୍ଥା ଉନ୍ନତିର ନଜିରମାନ ନେଇଥିଲେ ।

କୋଚି ଆଜି ଦେଶର ବୃହତ୍ତମ ଶୁଷ୍କ ପୋତାଶ୍ରୟର ମାନ୍ୟତା ଆଜି ପାଇବା ବିଷୟରେ କହିଥିଲେ । ଜାହାଜ ନିର୍ମାଣ, ଜାହାଜ ମରାମତି ଓ ଏଲପିଜି ଆମଦାନୀ ଟର୍ମିନାଲ ମଧ୍ୟ କେରଳ ଓ ଦେଶର ଦକ୍ଷିଣାଞ୍ଚଳର ବିକାଶ ଘଟାଇବ । କୋଚି ବନ୍ଦର ଭାରତ ତିଆରି ଆଇ.ଏନ.ଏସ ବିକ୍ରାନ୍ତ ଏୟାର କ୍ରାଫ୍ଟ କ୍ୟାରିୟର ପାଇଁ ଗର୍ବିତ । ନୂଆ ନୂଆ ସୁବିଧା କୋଚି ବନ୍ଦର ସାମର୍ଥ୍ୟ ଯଥେଷ୍ଟ ବୃଦ୍ଧି କରିବ ।

ଗତ ଦଶବର୍ଷ ମଧ୍ୟରେ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ କ୍ଷେତ୍ରରେ ହୋଇଥିବା ସଂସ୍କାର ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଭାରତୀୟ ବନ୍ଦରକୁ ନୂତନ ପୁଞ୍ଜିନିବେଶ ଆକୃଷ୍ଠ କରିବା ସହ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିଛି । ଭାରତୀୟ ନାବିକମାନଙ୍କୁ ନେଇ କରାଯାଇଥିବା ସଂସ୍କାର ଯୋଗୁଁ ଦେଶରେ ସେମାନଙ୍କ Sankhya ଶତକଡା ୧୪୦ଭାଗ ବୃଦ୍ଧି ପାଇଛି । ଦେଶ ମଧ୍ୟରେ ଆଭ୍ୟନ୍ତରୀଣ ଜଳପଥ ବିକାଶ ଯୋଗୁଁ ଯାତ୍ରୀ ଓ ପଣ୍ୟଦ୍ରବ୍ୟ ପରିବହନ ମଧ୍ୟ ବୃଦ୍ଧି ପାଇଛି ।

 ଗତ ଦଶବର୍ଷରେ ଭାରତୀୟ ବନ୍ଦରଗୁଡିକ ଦୁଇ ଅଙ୍କ ବିଶିଷ୍ଟ ବାର୍ଷିକ ଅଭିବୃଦ୍ଧି ହାସଲ କରିଥିବା ପ୍ରକାଶ କରି ସବ୍‌କା ପ୍ରୟାସ ଉନ୍ନତ ଫଳାଫଳ ଆଣିଛି ବୋଲି କହିଥିଲେ । ଦଶ ବର୍ଷ ପୂର୍ବର କଥା ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେତେବେଳେ ଜାହାଜଗୁଡିକୁ ବନ୍ଦର ମଧ୍ୟରେ ବହୁଦିନ ଅପେକ୍ଷା କରିବାକୁ ପଡୁଥିବାବେଳେ, ମାଲ ଖଲାସ ମଧ୍ୟ ବହୁ ଦିନ ଲାଗୁଥିଲା । “ଆଜି ପରିସ୍ଥିତିରେ ପରିବର୍ତ୍ତନ ଆସିଛି ବୋଲି କହି ଶ୍ରୀ ମୋଦୀ ଭାରତ ଜାହାଜ ଚଳାଚଳରେ ଅନେକ ଉନ୍ନତ ଦେଶକୁ ଟପିଯାଇଛି ବୋଲି କହିଥିଲେ ।

 

 “ବୈଶ୍ୱିକ ବାଣିଜ୍ୟରେ ସମଗ୍ର ବିଶ୍ୱ ଭାରତର ସ୍ଥିତି ଓ ସାମର୍ଥ୍ୟକୁ ସ୍ୱୀକୃତୀ  ଦେଉଛି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦୀ ଭାରତର  ମଧ୍ୟ-ପ୍ରାଚ୍ୟ ୟୁରୋପ ଆର୍ଥିକ କରିଡରକୁ ନେଇ ଜି-୨୦ ଭାରତର ସଭାପତିତ୍ୱ କାଳରେ ହୋଇଥିବା ରାଜିନାମା ସମ୍ପର୍କରେ କହିଥିଲେ । ଦେଶର ଉପକୂଳ ଅର୍ଥନୀତିକୁ ପ୍ରୋତ୍ସାହିତ କରି ମଧ୍ୟପ୍ରାଚ୍ୟ ୟୁରୋପ ଆର୍ôଥକ କରିଡର ବିକଶିତ ଭାରତର ନିର୍ମାଣକୁ ଆହୁରି ମଜବୁତ କରିବ ବୋଲି ଶ୍ରୀ ମୋଦୀ ପ୍ରକାଶ କରିଥିଲେ । ବିକଶିତ ଭାରତର ଶକ୍ତି ବୃଦ୍ଧି ନିମନ୍ତେ ନିକଟରେ ସାମୁଦ୍ରିକ ଅମୃତକାଳ ଦୃଶ୍ୟପଟର ନକ୍ସା ଉପରେ ସୂଚନା ଦେଇଥିଲେ । ସରକାର ବୃହତ ବନ୍ଦର, ଜାହାଜ ନିର୍ମାଣ ଓ ଜାହଜ ମରାମତି ଭିତ୍ତିଭୂମି ନେଇ ସରକାରଙ୍କ ଅଙ୍ଗୀକାରବଦ୍ଧତ।। ଉପରେ ଜୋର ଦେଇଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ନୂତତ ଶୁଷ୍କ ପୋତାଶ୍ରୟ ଭାରତର ଜାତୀୟ ଗୌରବ । ଏହା ପୋତାଶ୍ରୟକୁ ବଡ ବଡ ଜାହାଜ ଆସିବା ସହ  ଜାହାଜ ନିର୍ମାଣ ଓ ଜାହାଜ ମରାମତି ମଧ୍ୟ ସମ୍ଭବ ହେବ । ଏହା ବିଦେଶୀ ରାଷ୍ଟ୍ର ଉପରେ ନିର୍ଭରଶୀଳତା ହ୍ରାସ କରିବା ସହ ବୈଦେଶିକ ମୁଦ୍ରା ମଧ୍ୟ ସଂଚୟ କରିପାରିବ ।

ଆନ୍ତର୍ଜାତିକ ଜାହାଜ ମରାମତି ସୁବିଧାର ଉଦ୍‌ଘାଟନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା କୋଚିକୁ ଭାରତ ଓ ଏସିଆର ବୃହତ୍ତମ ଜାହାଜ ମରାମତି କେନ୍ଦ୍ରରେ ପରିଣତ କରିବ । ଆଇ.ଏନ.ଏସ୍‌. ବିକ୍ରାନ୍ତ ନିର୍ମାଣରେ ବହୁତଗୁଡିଏ ଏମ୍‌ଏସଏମ୍‌ଇର ସହଯୋଗକୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ ଏଭଳି ବୃହତ୍ ଜାହାଜ ନିର୍ମାଣ ଓ ମରାମତି ସୁବିଧାରେ ଏମ୍‌ଏସ୍‌ଏମ୍‌ଇର ଏକ ନୂତନ ବାତାବରଣ ସୃଷ୍ଟି ହେବ । ନୂତନ ଏଲପିଜି ଆମଦାନୀ ଟର୍ମିନାଲ କୋଚି, କୋଏମ୍ବାଟୁର, ଏରୋଡ, ସାଲେମ୍‌, କାଲିକଟ, ମଦୁରାଇ ଓ ତ୍ରିଚିର ଏଲ.ପି.ଜି ଚାହିଦା ପୂରଣ କରିବା ସହିତ ଅନ୍ୟାନ୍ୟ ଆର୍ଥିକ ବିକାଶ କାର୍ଯ୍ୟକଳାପ ଓ ସେହି ଅଂଚଳରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟିରେ ସହାୟକ ହେବ ।

କୋଚି ସିପୟାର୍ଡରେ ସବୁଜ ପ୍ରଯୁକ୍ତି ସାମର୍ଥ୍ୟ ଓ ଏହାର ଭାରତ ନିର୍ମିତ ଜାହାଜର ପ୍ରାଥମିକତା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । କୋଚୁ ୱାଟର ମେଟ୍ରୋ ନିମନ୍ତେ ବୈଦ୍ୟୁତିକ ପୋତ ନିର୍ମାଣ ଉପରେ ମଧ୍ୟ ସେ କହିଥିଲେ । ଅଯୋଧ୍ୟା, ବାରାଣାସୀ, ମଥୁରା ଏବଂ ଗୌହାଠୀ ନିମନ୍ତେ ଯାତ୍ରୀବାହୀ ବୈଦ୍ୟୁତିକ ତରୀ ମଧ୍ୟ କୋଚିରେ ତିଆରି ହେଉଥିବାରୁ ପ୍ରଧାନମନ୍ତ୍ରୀ ତାହାର ପ୍ରଶଂସା କରିଥିଲେ । “ଦେଶର ମହାନଗରୀଗୁଡିକ ନିମନ୍ତେ ଆଧୁନିକ  ଓ ସବୁଜ ଜଳ ସଂଯୋଗ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା କୋଚି ବନ୍ଦର ନିର୍ବାହ କରୁଛି ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ବିଶ୍ୱର ପ୍ରଥମ ଉଦ୍‌ଯାନଚାଳିତ ପଣ୍ୟବାହୀ ପୋତ ପାଇଁ କାର୍ଯ୍ୟ ଚାଲିଥିବାବେଳେ, ଶୂନ୍ୟ ଉତ୍ସରଣ ବୈଦ୍ୟୁତିକ ପଣ୍ୟବାହୀ ପୋତ ନରୱେ ନିମନ୍ତେ ତିଆରି ହେଉଛି । “ଉଦ୍‌ଯାନ ଇନ୍ଧନଭିତିକ ପରିବହନ ନିମନ୍ତେ କୋଚି ବନ୍ଦର ଅଭିଯାନକୁ ଆହୁରି ବଳ ଦେଉଛି ।” ମୋର ଦୃଢ ବିଶ୍ୱାସ ଯେ ଦେଶ ଖୁବ୍ ଶୀଘ୍ର ଭାରତରେ ନିର୍ମିତ ଉଦଯାନ ଇନ୍ଧନ ସେଲ ତରୀ ପାଇବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 

ନୀଳ ଅର୍ଥନୀତି ଓ ବନ୍ଦର ଭିତ୍ତିକ ବିକାଶରେ ମତ୍ସ୍ୟଜୀବୀ ଗୋଷ୍ଠୀର ଭୂମିକା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ପ୍ରଧାନମନ୍ତ୍ରୀ ମତ୍ସ୍ୟସମ୍ପଦ ଯୋଜନା ଯୋଗୁଁ କିପରି ଗତ ଦଶବର୍ଷ ମଧ୍ୟରେ ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ବୃଦ୍ଧି ଘଟିଛି ଏହା ପ୍ରକାଶ କରିଥିଲେ । ଗଭୀର ସମୁଦ୍ରରେ ମାଛ ଧରିବା ନିମନ୍ତେ ଅତ୍ୟାଧୁନିକ ଡଙ୍ଗା ଓ ଚାଷୀମାନଙ୍କ ଭଳି ମତ୍ସ୍ୟଜୀବୀମାନଙ୍କୁ କିଶାନ କେଡିଟ କାର୍ଡ ଓ ରିହାତି କେନ୍ଦ୍ର ସରକାର ପ୍ରଦାନ କରୁଛନ୍ତି । ସରକାର ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ଯୋଗୁଁ ମତ୍ସ୍ୟଜୀବୀମାନଙ୍କ ଆୟ ବହୁଗୁଣିତ ହେବା ସହ ସେମାନଙ୍କ ଜୀବନଧାରଣ ମାନ ମଧ୍ୟ ସହଜ ହେବ । କେରଳର ଦ୍ରୁତ ବିକାଶ କାମନା କରିବା ସହ ନୂତନ ଭିତ୍ତିଭୂମି ପ୍ରକଳ୍ପଗୁଡିକ ନିମନ୍ତେ କେରଳବାସୀଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟ ଶେଷ କରିଥିଲେ ।

କେରଳ ରାଜ୍ୟପାଳ ଶ୍ରୀ ଆରିଫ ମହମ୍ମଦ ଖାଁ,କେରଳ ମୁଖ୍ୟମନ୍ତ୍ରୀ ଶ୍ରୀ ପିନାରାୟୀ ବିଜୟନ୍‌, କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୱାଲ ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ।

ନୂତନ ଶୁଷ୍କ ପୋତାଶୟ କୋଚି ବନ୍ଦରାଞ୍ଚଳ ପରିସର ମଧ୍ୟରେ ପ୍ରାୟ ୧୮ଶହ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି । ଏହା ନୂତନ ଭାରତର ଯାନ୍ତ୍ରିକ ମହାଶକ୍ତିର ଏକ ଫ୍ଲାଗସିପ୍ କାର୍ଯ୍ୟକ୍ରମ । ଏହି ଅଂଚଳର ଏହା ଏକ ବୃହତମ ସାମୁଦ୍ରିକ ଭିତ୍ତିଭୂମି  । ଏହା ଭବିଷ୍ୟତରେ ୭୦ହଜାର ଟନ୍ ବିଶିଷ୍ଟ ଏୟାରକ୍ରାପ୍ଟ ଓ ବୃହତ ବାଣିଜ୍ୟିକ ଜାହାଜ ଅପସାରଣ କରିପାରିବ ।

ଆନ୍ତର୍ଜାତିକ ଜାହାଜ ମରାମତି ସୁବିଧା(ଆଇଏସଆରଏଫ୍‌) ପ୍ରକଳ୍ପ ପ୍ରାୟ ୯୭୦କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି । ଏହାର ଜାହାଜ ଉଠାଇବା କ୍ଷମତା ୬ହଜାର ଟନ୍ ପର୍ଯ୍ୟନ୍ତ ରହିଛି । ଏହା ୧୪୦୦ମିଟର ଦୈର୍ଘ୍ୟ ବର୍ଗରେ ୭ଟି ୧୩୦ମିଟିର ଦୈର୍ଘ୍ୟ ବିଶିଷ୍ଟ ପୋତ ରହିପାରିବ । ଏହି ଆଇଏସଆରଏଫ ବର୍ତ୍ତମାନ ସିଏସଲଏ ସାମର୍ଥ୍ୟର ଆଧୁନିକୀକରଣ କରି କୋଚିକୁ ଏକ ବୈଶ୍ୱିକ ଜାହାjaରାମତି କେନ୍ଦ୍ରରେ ପରିଣତ କରିବ ।

କୋଚିର ପୃଥୁଭାୟପନ୍‌ଠାରେ ଭାରତୀୟ ତୈଳ ନିଗମର ଆମଦାନୀ ଟର୍ମିନାଲ ପ୍ରାୟ ୧୨୩୬କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି । ଅତ୍ୟାଧୁନିକ ସୁବିଧା ଥିବା ଏହାର୧୫,୪୦୦ ମେଟ୍ରିକ ଟନ ଭଣ୍ଡାରଣ କ୍ଷମତା ଥିବାବେଳେ ଏହା ଲକ୍ଷ ଲକ୍ଷ ଖାଉଟିଙ୍କୁ ଏଲ୍‌ପିଜି ଯୋଗାଣ ସୁବିଧା ସୁନିଶ୍ଚିତ କରାଇବ । ଏହା ମଧ୍ୟ ସହଜଲବ୍ଧ ଓ କମ୍ ବ୍ୟୟସାପେକ୍ଷ ଇନ୍ଧନ ବ୍ୟବସ୍ଥା ନେଇ ଭାରତର ଉଦ୍ୟମକୁ ଆହୁରି ମଜବୁତ କରିବ ।

 

ଏହି ତିନିଟି ପ୍ରକଳ୍ପ ଯଥା ଜାହାଜ ନିର୍ମାଣ, ମରାମତି ସୁବିଧା ଓ ଶକ୍ତି ଭିତ୍ତିଭୂମି ଅଭିବୃଦ୍ଧି ସହ ଏହାର ପାରିପାଶ୍ୱିର୍କ ଶିଳ୍ପ ସଂସ୍ଥା ଗୁଡିକ ମଧ୍ୟ ଲାଭାନ୍ୱିତ ହେବେ । ଏହା ମଧ୍ୟ ଋଢଓଗ ଟ୍ରେଡକୁ  ପ୍ରୋତ୍ସାହିତ କରିବା ସହ, ରଣନୀତିକ ଖର୍ଚ୍ଚ ହ୍ରାସ କରି ଆତ୍ମନିର୍ଭରଶୀଳତା ଓ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Govt sets up six sector groups to fast-track ‘Make in India 2.0’ push

Media Coverage

Govt sets up six sector groups to fast-track ‘Make in India 2.0’ push
NM on the go

Nm on the go

Always be the first to hear from the PM. Get the App Now!
...
Share your ideas and suggestions for 'Mann Ki Baat' now!
June 05, 2026

Prime Minister Narendra Modi will share 'Mann Ki Baat' on Sunday, June 28th. If you have innovative ideas and suggestions, here is an opportunity to directly share it with the PM. Some of the suggestions would be referred by the Prime Minister during his address.

Share your inputs in the comments section below.