“କାଶୀର ପୁନର୍ବିନ୍ୟାସ ନିମନ୍ତେ ସରକାର, ସମାଜ ଓ ସନ୍ଥ ସମାଜ ସମସ୍ତେ ଲାଗିପଡ଼ିଛନ୍ତି”
“ସ୍ୱରଲେଜ ମହାମନ୍ଦିର ଭାରତୀୟ ସାମାଜିକ ଓ ଆଧ୍ୟାତ୍ମିକ ଶକ୍ତିର ଏକ ଆଧୁନିକ ପ୍ରତୀକ”
“ଆଧ୍ୟାତ୍ମିକ ପରିବେଶରେ ଭାରତର ବିଜ୍ଞାନ, ସ୍ଥାପତ୍ୟ ଓ ଯୋଗ ଅକଳ୍ପନୀୟ ଶିଖର ଛୁଇଁଛି”
“ସମୟ ଚକ୍ର ଆଜି ପୁଣି ଘୂରିଛି ଓ ଭାରତ ଦାସତ୍ୱ ମାନସିକତାରୁ ମୁକ୍ତିପାଇ ଏହାର ଐତିହ୍ୟକୁ ନେଇ ପୁଣି ଗର୍ବ କରୁଛି”
“ବର୍ତ୍ତମାନ ବନରାସର ଅର୍ଥ ହେଲା ବିକାଶ, ଆଧୁନିକ ସୁବିଧା ସହ ଆସ୍ଥା, ପରିମଳ ଓ ଅବସ୍ଥାନ୍ତର”
ଏହା ନଅଟି ସଂକଳ୍ପ ଆଗକୁ ନେଉଛି

ଉତ୍ତର ପ୍ରଦେଶର ବାରାଣାସୀର ଉମରାହ ଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୮-୧୨-୨୦୨୩) ସ୍ୱରଭେଦ ମହାମନ୍ଦିରର ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ଏହି ଅବସରରେ ମହର୍ଷି ସଦାଫଲ ଦେବଜୀ ମହାରାଜଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ମନ୍ଦିର ପରିସର ଚତୁଃପାଶ୍ୱର୍ ବୁଲି ଦେଖିଥିଲେ ।

ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ତାଙ୍କର କାଶୀ ଗସ୍ତର ଦ୍ୱିତୀୟ ଦିନ ଓ କାଶୀରେ ବିତିଥିବା ପ୍ରତ୍ୟେକ କ୍ଷଣ ଅସ୍ୱାଭାବିକ ଅଭିଜ୍ଞତାରେ ପରିପୂର୍ଣ୍ଣ । ଦୁଇବର୍ଷ ତଳେ ଅଖିଳ ଭାରତୀୟ ବିହଙ୍ଗମ ଯୋଗ ସଂସ୍ଥାନର ବାର୍ଷିକ ଉତ୍ସବ ସମାରେହର ସ୍ମୃତିଚାରଣ କରି ପ୍ରଧାନମନ୍ତ୍ରୀ ଚଳିତ ବର୍ଷ ଶତବାର୍ଷିକୀ ସମାରୋହରେ ସାମିଲ ହେବା ନେଇ କୃତଜ୍ଞତା ଜଣାଇଥିଲେ । ଶହେ ବର୍ଷ ମଧ୍ୟରେ ବିହଙ୍ଗମ ଯୋଗ ସାଧନା ଏକ ଅଭୂଲା ଯାତ୍ରାର ପଥିକ ହୋଇପାରିଛି ବୋଲି କହିଥିଲେ । ସେ ବିଗତ ଶତାବ୍ଦୀରେ ମହର୍ଷି ସଦାଫଲ ଦେବ ଜୀଙ୍କ ଯୋଗ ପ୍ରତି ଅବଦାନର ଅବତାରଣା କରିବା ସହ ବିଶ୍ୱର ଲକ୍ଷ ଲକ୍ଷ ଜନସାଧାରଣଙ୍କ ଜୀବନରେ ଦିବ୍ୟ ଆଲୋକର ପଥ ପ୍ରଦର୍ଶନ କରିଥିବା ପ୍ରକାଶ କରିଥିଲେ । ଏହିପରି ପବିତ୍ର ଅବସରରେ ପ୍ରଧାନମନ୍ତ୍ରୀ ଆୟୋଜିତ ୨୫ ହଜାର କୁଣ୍ଡୀୟ ସ୍ୱରଲେଜ ଜ୍ଞାନ ମହାଯଜ୍ଞ କଥା ମଧ୍ୟ କହିଥିଲେ । କୁଣ୍ଡୀୟ ମହାଯଜ୍ଞକୁ ପ୍ରତ୍ୟେକ ଦାନ ବିକଶିତ ଭାରତର ସଂକଳ୍ପକୁ ମଜଭୁତ କରିବ ବୋଲି ସେ କହିଥିଲେ । ସେ ମଧ୍ୟ ମହିର୍ଷିଳ ସଦାଫଲ ଦେବଜୀ ମହାରାଜଙ୍କ ପ୍ରତି ନତମସ୍ତକ ହେବା ସହ ତାଙ୍କ ପଦାଙ୍କ ଅନୁସରଣକାରୀ ସମସ୍ତ ସାଧୁଙ୍କୁ ସମ୍ମାନ ଜଣାଇଥିଲେ ।

 

ପ୍ରଧାନମନ୍ତ୍ରୀ ସରକାର, ସମାଜ ଓ ସନ୍ଥ ସମାଜର ମିଳିତ ଉଦ୍ୟମ କାଶୀର ଅବସ୍ଥାନ୍ତରରେ ସହାୟକ ହୋଇଛି ବୋଲି କହିଥିଲେ । ସ୍ୱରଭେଦ ମହାମନ୍ଦିର ଏଭଳି ସମ୍ମିଳିତ ଉତ୍ସାହାର ପ୍ରତୀକ ବୋଲି ସେ କହିଥିଲେ । ମନ୍ଦିର ଆଧ୍ୟାତ୍ମିକତା ଓ ଉକ୍ରର୍ଷର ଏକ ଦୃଷ୍ଟାନ୍ତ । “ସ୍ୱରଭେଦ ମହାମନ୍ଦିର ଭାରତୀୟ ସାମାଜିକ ଓ ଆଧ୍ୟାତ୍ମିକ ଶକ୍ତିର ଏକ ଆଧୁନିକ ପ୍ରତୀକ ବୋଲି ସେ କହିଥିଲେ । ମନ୍ଦିରର ସୌନ୍ଦର୍ଯ୍ୟ ଓ ଆଧ୍ୟାତ୍ମିକ ସମୃଦ୍ଧିକୁ ପ୍ରଧାନମନ୍ତ୍ରୀ ଏହାକୁ ଯୋଗ ଓ ଜ୍ଞାନତୀର୍ଥ ଭାବେ ଅଭିହିତ କରିଥିଲେ ।

ଭାରତର ଆର୍ଥିକ, ବସ୍ତୁଗତ ଓ ଆଧ୍ୟାତ୍ମିକ ଗୌରବ ଗାଥାର ସ୍ମରଣ କରି ଭାରତ ଭୌଗଳିକ ସମ୍ପ୍ରସାରଣ ଓ ଶୋଷଣ ନିମନ୍ତେ ବସ୍ତୁବାଦୀ ବିକାଶକୁ କେବେବି ପ୍ରାଧାନ୍ୟ ଦେଇନାହିଁ ବୋଲି କହିଥିଲେ । “ଆମେ ବସ୍ତୁବାଦୀ ପ୍ରଗତି ଆଧ୍ୟାତ୍ମିକ ଓ ମାନବିକ ପ୍ରତୀକକୁ ନେଇ ହାସଲ କରିଛୁ” ବୋଲି ସେ କହିଥିଲେ । ସେ ସଶକ୍ତ କାଶୀ, କୋଣାର୍କ ମନ୍ଦିର, ସାରନାଥ, ଗୟା ସ୍ତୁପ ଓ ନାଳନ୍ଦା ଏବଂ ତକ୍ଷଶିଳା ଭଳି ବିଶ୍ୱବିଦ୍ୟାଳୟର ଉଦାହରଣ ଦେଇଥିଲେ । ଭାରତୀୟ ସ୍ଥାପତ୍ୟ ଏହି ସବୁ ଆଧ୍ୟାତ୍ମିକ ନିର୍ମାଣ ଯୋଗୁ ଅକଳ୍ପନୀୟ ଶିଖର ଛୁଇଁଛି ବୋଲି ଶ୍ରୀ ମୋଦୀ କହିଥିଲେ ।

 

ଭାରତୀୟ ବିଶ୍ୱାସ ଓ ଆସ୍ଥାର ଏସବୁ ପ୍ରତୀକ ଯୋଗୁ ଦେଶ ବୈଦେଶିକ ଆକ୍ରମଣକାରୀଙ୍କ ଶିକାର ହେଲା ଓ ସ୍ୱାଧୀନତା ପରେ ଏହାର ପୁନରୁଦ୍ଧାର ଆବଶ୍ୟକ ଥିଲା ବୋଲି କହିଥିଲେ । ଦେଶର ଐତିହ୍ୟ ପ୍ରତି ଗର୍ବିତ ନ ହେବା ଭଳି ଚିନ୍ତାଧାରାର ସମାଲୋଚନା କରିଥିଲେ । ଏହାର ପୁନରୁଦ୍ଧାର ହୋଇଥିଲେ ଏହା ଦେଶର ଐକ୍ୟକୁ ଆହୁରି ମଜଭୁତ କରିଥାନ୍ତା ଓ ଏଥିନେଇ ସେ ସ୍ୱାଧୀନତାର ଯୁଗ ବିତିଯାଇଥିଲେ ମଧ୍ୟ ସୋମନାଥ ମନ୍ଦିର ପୁନରୁଦ୍ଧାର କିପରି ଅବହେଳିତ ହୋଇଥିଲା ତାହାର ଉଦାହରଣ ଦେଇଥିଲେ । ଏଥିପାଇଁ ଦେଶ ହିନମନ୍ୟତାର ଶିକାର ହୋଇଥିଲା ବୋଲି ସେ କହିଥିଲେ । “ସମୟଚକ୍ର ଆଜି ପୁଣି ଘୂରିଛି ଓ ଭାରତ ଦାସତ୍ୱ ମାନସିକତାରୁ ମୁକ୍ତିପାଇ ଏହାର ଐତିହ୍ୟ ନେଇ ପୁଣି ଗର୍ବ କରୁଛି” ବୋଲି ଶ୍ରୀ ମୋଦୀ କହିଥିଲେ । ସେ କହିଥିଲେ ସୋମନାଥରେ ହୋଇଥିବା କାର୍ଯ୍ୟ ଆଜି ସାମଗ୍ରିକ ଚାପ ନେଇଛି ଓ ଏହି ପରିପ୍ରେକ୍ଷୀରେ ସେ କାଶୀ ବିଶ୍ୱନାଥ ମନ୍ଦିର, ମହାକାଳ ମହାଲୋକ, କେଦାରନାଥ ଧାମ ଓ ବୁଦ୍ଧ ସର୍କିଟର ଉଦାହରଣ ନେଇଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ରାମ ସର୍କିଟରେ ଚାଲୁଥିବା କାର୍ଯ୍ୟର ଉଦାହରଣ ନେଇ ଅଯୋଧ୍ୟାରେ ରାମ ମନ୍ଦିର ଖୁବଶୀଘ୍ର ଉଦଘାଟିତ ହେବ ବୋଲି କହିଥିଲେ ।

 

ଦେଶ ଯେତେବେଳେ ଏହାର ସାମାଜିକ ବାସ୍ତବତା ସହ ସାଂସ୍କୃତିକ ପରିଚୟକୁ ଏକାଠି କରି କାର୍ଯ୍ୟ କରେ, ସେତେବେଳେ ସାମଗ୍ରିକ ବିକାଶ ସମ୍ଭବ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ “ସେଥିପାଇଁ ଆଜି ଆମର ତୀର୍ଥଗୁଡ଼ିକର ପୁନର୍ବିନ୍ୟାସ ହେଉଛି ଓ ଭାରତ ଆଧୁନିକ ଭିତ୍ତିଭୂମି ଏହାର ସୃଷ୍ଟିରେ ପ୍ରୟୋଗ କରୁଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ ପାଇଁ ସେ କାଶୀର ଉଦାହରଣ ଦେଇଥିଲେ । ନୂତନ କାଶୀ ବିଶ୍ୱନାଥ ଧାମ ପରିସର ଯାହା ଆଜି ଗତ ସପ୍ତାହରେ ଦୁଇବର୍ଷ ପୂରଣ କରିଛି, ଏହା ନଗରୀର ନିଯୁକ୍ତି ଓ ଅର୍ଥନୀତିକୁ ଏକ ନୂତନ ଦିଗ ଓ ଗତି ଦେଇଛି । ବର୍ତ୍ତମାନ ବନାରସର ଅର୍ଥ ହେଉଛି ବିକାଶ, ଆଧୁନିକ ସୁବିଧା ସହ ଆସ୍ଥା, ପରିମଳ ଓ ଅବସ୍ଥାନ୍ତର” ବୋଲି ଏହାର ସଂଯୋଗୀକରଣ ସୁବିଧା ବିଷୟରେ ବର୍ଣ୍ଣନା କରିଥିଲେ । ସେ ଚାରିଥାକିଆ ସଡ଼କ, ଘେରିବନ୍ଧ ସଡ଼କ, ରେଳ ଷ୍ଟେସନର ଉନ୍ନତିକରଣ, ନୂତନ ଟ୍ରେନ, ଉତ୍ସର୍ଗୀକୃତ ମାଲବାହୀ କରିଡ଼ର, ଗଙ୍ଗାଘାଟର ପୁନର୍ବିନ୍ୟାସ, ଗଙ୍ଗାରେ ନୌବିହାର, ଆଧୁନିକ ହସ୍ପିଟାଲ, ନୂତନ ଓ ଆଧୁନିକ ଡାଏରୀ, ପ୍ରାକୃତିକ କୃଷି, ଯୁବାଗୋଷ୍ଠୀର ତାଲିମ ଓ ସଂସଦ ରୋଜଗାର ମେଳା ଉପରେ କରିଥିଲେ ।

 

ଆଧ୍ୟାତ୍ମିକ ଯାତ୍ରାରେ ଆଧୁନିକ ବିକାଶର ଭୂମିକା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସ୍ୱରଭେଦ ମନ୍ଦିର ସହ ଚମକ୍ରାର ସଂଯୋଗିୀକରଣ ନଗରୀ ବାହାରେ ଥିବା ସତ୍ତ୍ୱେ ସମ୍ଭବ ହୋଇଛି ବୋଲି କହିଥିଲେ । ବନାରସକୁ ଆସୁଥିବା ଭକ୍ତମାନଙ୍କ ନିମନ୍ତେ ଏହା ଏକ ମୁଖ୍ୟ କେନ୍ଦ୍ର ହେବା ସହ ନିକଟବର୍ତ୍ତୀ ଗ୍ରାମଗୁଡ଼ିକ ନିମନ୍ତେ ନିଯୁକ୍ତି ଓ ବ୍ୟାବସାୟିକ ସୁଯୋଗ ସୃଷ୍ଟି କରିବ ବୋଲି କହିଥିଲେ ।

“ବିହଙ୍ଗମ ଯୋଗ ସଂସ୍ଥାନ ଯେପରି ସମାଜସେବା କରୁଛି ସେପରି ଆଧ୍ୟାତ୍ମିକ କଲ୍ୟାଣ ପ୍ରତି ଉତ୍ସର୍ଗୀକୃତ ବୋଲି କହିବା ସହ ମହର୍ଷି ସଫଲଜଦେବଜୀ ଜଣେ ଯୋଗଭକ୍ତ ସାଧୁ ହେବା ସହ ସ୍ୱାଧୀନ ସଂଗ୍ରାମୀ ମଧ୍ୟ ଥିଲେ ବୋଲି କହିଥିଲେ । ସ୍ୱାଧୀନତାର ଅମୃତ କାଳରେ ତାଙ୍କ ସଂକଳ୍ପ ମଧ୍ୟ ପାଳନ କରାଯିବା ଆବଶ୍ୟକ । ପ୍ରଥମରେ ପ୍ରଧାନମନ୍ତ୍ରୀ ଜଳ ବଞ୍ଚାଓବା ଓ ଏହାର ସଂରକ୍ଷଣ ପ୍ରତି ସଚେତନତା ସୃଷ୍ଟି ଦ୍ୱିତୀୟରେ ଡିଜିଟାଲ ଦେଣନେଣ ନେଇ ସଚେତନତା ସୃଷ୍ଟି, ତୃତୀୟ ସହର ଓ ଗ୍ରାମରେ ପରିମଳ ବ୍ୟବସ୍ଥା ବୃଦ୍ଧି, ଚତୁର୍ଥରେ ସ୍ୱଦେଶୀ ସାମଗ୍ରୀ ବ୍ୟବହାରକୁ ପ୍ରୋତ୍ସାହନ, ପଞ୍ଚମରେ ପରିଭ୍ରମଣ ଓ ଭାରତର ଖୋଜ, ଷଷ୍ଠରେ ଚାଷୀମାନଙ୍କ ମଧ୍ୟରେ ଜୈବିକ କୃଷି ସଚେତନତା, ସପ୍ତମରେ ଦୈନନ୍ଦିନ ଜୀବନରେ ବଗଡ଼ା ଶସ୍ୟ ବା ଶ୍ରୀ ଅନ୍ନ, ଅଷ୍ଟମରେ କ୍ରୀଡ଼ା, ସୁସ୍ଥତା ଓ ଯୋଗକୁ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ବିବେଚନା କରିବା ଓ ଶେଷରେ ଦେଶକୁ ଦାରିଦ୍ର୍ୟ ଦୂରୀକରଣ ପାଇଁ ଅନନ୍ୟ ଗୋଟିଏ ଗରୀବ ପରିବାରକୁ ସାହାଯ୍ୟ ।

 

ବିକଶିତ ଭାରତ ସଂକଳ୍ପ ଯାତ୍ରା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ଧାର୍ମିକ ଲୋକଙ୍କୁ ଏ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ନିବେଦନ କରିଥିଲେ । “ଏହା ଆମର ବ୍ୟକ୍ତିଗତ ସଂକଳ୍ପ ହେବା ଆବଶ୍ୟକ” ବୋଲି ସେ କହିଥିଲେ ।

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ରମନ୍ତ୍ରୀ ଶ୍ରୀ ନରେନ୍ଦ୍ର ନାଥ ପାଣ୍ଡେ, ସଦଗୁରୁ ଆଚାର୍ଯ୍ୟ ଶ୍ରୀ ସ୍ୱତନ୍ତ୍ର ଦେବୋ ଜୀ ମହାରାଜ ଓ ସନ୍ଥ ପ୍ରଭାର ଶ୍ରୀ ବିଜ୍ଞାନ ଦେବ ଜୀ ମହାରାଜ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ ।

 

 

 

 

 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
In 2019, India launched its first Vande Bharat Express; seven years later came the sleeper version, and Railways now plans 260 Vande sleeper rakes with world-class features

Media Coverage

In 2019, India launched its first Vande Bharat Express; seven years later came the sleeper version, and Railways now plans 260 Vande sleeper rakes with world-class features
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 3, 2026
September 03, 2026

A- Rating to Third-Largest Wind Producer: How Modi’s Policies Are Rewriting India’s Global Rank