ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ରୁନେଇଠାରେ ଭାରତୀୟ ହାଇକମିସନର ନୂତନ ଚାନ୍ସେରୀ ପରିସରକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ସେ ଦୀପ ପ୍ରଜ୍ୱଳନ କରିବା ସହ ଫଳକ ଉନ୍ମୋଚନ କରିଥିଲେ।

 

ଉଦଘାଟନ ଉତ୍ସବରେ ଉପସ୍ଥିତ ଥିବା ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ । ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବାରେ ସେମାନଙ୍କ ଅବଦାନକୁ ସେ ପ୍ରଶଂସା କରିଥିଲେ । ବ୍ରୁନେଇରେ ପହଞ୍ଚିଥିବା ଭାରତୀୟଙ୍କ ପ୍ରଥମ ଯାତ୍ରା ୧୯୨୦ ଦଶକରେ ତୈଳ ଆବିଷ୍କାର ସହିତ ଆରମ୍ଭ ହୋଇଥିଲା । ବର୍ତ୍ତମାନ ବ୍ରୁନେଇରେ ପ୍ରାୟ ୧୪,୦୦୦ ଭାରତୀୟ ରହୁଛନ୍ତି। ବ୍ରୁନେଇର ସ୍ୱାସ୍ଥ୍ୟ ସେବା ଏବଂ ଶିକ୍ଷା କ୍ଷେତ୍ରର ଅଭିବୃଦ୍ଧି ଏବଂ ବିକାଶରେ ଭାରତୀୟ ଡାକ୍ତର ଓ ଶିକ୍ଷକଙ୍କ ଅବଦାନକୁ ସମସ୍ତେ ସ୍ୱୀକାର କରିଛନ୍ତି ।

 

ପାରମ୍ପରିକ ରୂପରେଖ ଏବଂ ବୃକ୍ଷରୋପଣ ସହ ଚାନ୍ସରି କମ୍ପ୍ଲେକ୍ସ ଭାରତୀୟତାର ଗଭୀର ଭାବନାକୁ ପ୍ରତିଫଳିତ କରିଥାଏ । ସୁନ୍ଦର ଏବଂ ସ୍ଥାୟୀ କୋଟା ପଥରର ବ୍ୟବହାର ଏହାର ସୌନ୍ଦର୍ଯ୍ୟପୂର୍ଣ୍ଣ ଆକର୍ଷଣକୁ ଆହୁରି ବଢ଼ାଇବା ସହ ପାରମ୍ପରିକ ଏବଂ ସମସାମୟିକ ଉପାଦାନଗୁଡ଼ିକୁ ସୁନ୍ଦର ଭାବରେ ମିଶ୍ରଣ କରିଥାଏ । ଏହି ଡିଜାଇନ୍ କେବଳ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ସୂଚୀତ କରେ ନାହିଁ ବରଂ ଏକ ଶାନ୍ତ ତଥା ଆକର୍ଷଣୀୟ ବାତାବରଣ ମଧ୍ୟ ସୃଷ୍ଟି କରେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi’s FTA push: Why India’s MSMEs now have a bigger export opportunity

Media Coverage

PM Modi’s FTA push: Why India’s MSMEs now have a bigger export opportunity
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 17, 2026
August 17, 2026

India Ascendant: Citizens Hail PM Modi's Vision and India’s Multi-Sectoral Growth