“ଅବିଶ୍ୱାସ୍ୟ ଭାରତକୁ ସମ୍ପୂର୍ଣ୍ଣ ଭାବେ ଦେଖିବାକୁ ମୁଁ ସମସ୍ତ ଆନ୍ତର୍ଜାତିକ ଅତିଥିଙ୍କୁ ନିବେଦନ କରୁଛି”
“ଭାରତର ଜି-୨୦ ସଭାପତିତ୍ୱ କାଳରେ ଆଫ୍ରିକୀୟ ସଂଘ ଏକ ଅଂଶବିଶେଷ ହୋଇଥିବାରୁ ଆମେ ଗର୍ବିତ”
“ନ୍ୟାୟ ସ୍ୱାଧୀନ ଓ ସ୍ୱୟଂ ଶାସନର ମୂଳରେ ଥାଏ ଓ ବିନା ନ୍ୟାୟରେ ଏପରିକି ଏକ ଦେଶର ସ୍ଥିତି ମଧ୍ୟ ଅସମ୍ଭବ”
“ଆମେ ଯେତେବେଳେ ସମ୍ମିଳିତ ହେଉ, ପରସ୍ପର ଶାସନ ବ୍ୟବସ୍ଥାକୁ ନେଇ ଭଲ ଭାବରେ ଅବଗତ ହୋଇଥାଉ । ଉତ୍ତମ ବୁଝାମଣା ଅଧିକ ତାଳମେଳ ଦେଇଥାଏ । ଏହି ତାଳମେଳ ଉନ୍ନତ ଓ ଆଶୁ ନ୍ୟାୟ ପ୍ରଦାନ କରିଥାଏ”
“ଏକବିଂଶ ଶତାବ୍ଦୀର ସମସ୍ୟା ବିଂଶ ଶତାବ୍ଦୀ ଚିନ୍ତାଧାରାକୁ ନେଇ ସମାଧାନ କରାଯାଇ ପାରିବ ନାହିଁ । ଏହାର ପୁନଃ ଚିନ୍ତନ, ପରିକଳ୍ପନା ଓ ସଂସ୍କାର ଆବଶ୍ୟକ”
“ନ୍ୟାୟ ପ୍ରଦାନକୁ ତ୍ୱରାନ୍ୱିତ କରିବା ପାଇଁ ଆଇନ ଶିକ୍ଷା ଏକ ପ୍ରମୁଖ ଅସ୍ତ୍ର”
“ସାମ୍ପ୍ରତିକ ବାସ୍ତବିକତା ପ୍ରତିଫଳନ ନିମନ୍ତେ ଭାରତ ଆଇନର ଆଧୁନିକୀକରଣ କରୁଛି”
“ଆସନ୍ତୁ ଆମେ ଏପରି ଏକ ବିଶ୍ୱ ଗଠନ କରିବା ଯେଉଁଠି ସମସ୍ତଙ୍କୁ ସମୟୋଚିତ ନ୍ୟାୟ ଉପଲବ୍ଧ ଓ କେହି ପଛରେ ପଡ଼ିବେ ନାହିଁ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୦୩-୦୨-୨୦୨୪) ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ରାଜ୍ୟଗୋଷ୍ଠୀ ଶିକ୍ଷା ସଂଘ (ସିଏଲଇଏ) ରାଜ୍ୟଗୋଷ୍ଠୀ ଅଧିବକ୍ତା ଓ ମହାଅଧିବକ୍ତା ସମ୍ମିଳନୀ (ଏଏସଜିସି) ୨୦୨୪କୁ ଉଦଘାଟନ କରିଛନ୍ତି । ସମ୍ମିଳନୀର ବିଷୟବସ୍ତୁ ହେଉଛି “ନ୍ୟାୟ ପ୍ରଦାନରେ ସୀମା ପାର ଆହ୍ୱାନ” । ସମ୍ମିଳନୀ କାଳରେ ବିଚାର ବ୍ୟବସ୍ଥାନ୍ତର ପରିପ୍ରେକ୍ଷୀରେ ଆଇନ ଓ ନ୍ୟାୟ, ଆଇନ ବ୍ୟବସ୍ଥା, ନୈତିକତାର ଗୁରୁତ୍ୱ, କାର୍ଯ୍ୟନିର୍ବାହୀର ଉତ୍ତର ଦାୟିତ୍ୱ, ଆଧୁନିକ ଆଇନ ଶିକ୍ଷା ଇତ୍ୟାଦି ନେଇ ବିଚାରବିମର୍ଶ ହେବ ।

 

ସମବେତ ଅତିଥିମାନଙ୍କୁ ଉଦବୋଧନ ଦେଇ ବିଶ୍ୱର ପ୍ରମୁଖ ଆଇନ ବିଶାରଦଙ୍କ ସମ୍ମୁଖରେ ସିଏଲଇଏ ରାଜ୍ୟଗୋଷ୍ଠୀ ଅଧିବକ୍ତା ଓ ମହାଅଧିବକ୍ତା ସମ୍ମିଳନୀକୁ ଉଦଘାଟନ କରିବା ନେଇ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିବା ସହ ୧୪୦ କୋଟି ଭାରତୀୟ ନାଗରିକଙ୍କ ପକ୍ଷରୁ ସମସ୍ତ ଅନ୍ତରାଷ୍ଟ୍ରୀୟ ଅତିଥିଙ୍କୁ ସ୍ୱାଗତ କରିଥିଲେ । “ମୁଁ ଆପଣମାନଙ୍କୁ ଅବିଶ୍ୱସ୍ୟ ଭାରତବର୍ଷକୁ ଭଲ ଭାବେ ଦେଖିବାକୁ ଅନୁରୋଧ କରୁଛି” ବୋଲି କହିଥିଲେ ।

ସମ୍ମିଳନୀରେ ଆଫ୍ରିକୀୟ ପ୍ରତିନିଧିଙ୍କ ଉପସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ଭାରତର ଆଫ୍ରିକୀୟ ସଂଘ ପ୍ରତି ରହିଥିବା ସ୍ୱତନ୍ତ୍ର ସମ୍ପର୍କରେ ଆଲୋକପାତ କରି ଭାରତ ଆଫ୍ରିକୀୟ ସଂଘ ଭାରତର ଜି-୨୦ ସଭାପତିତ୍ୱ କାଳରେ ଏହାର ଅଂଶବିଶେଷ ହୋଇଥିବାରୁ ଏଥିପାଇଁ ଗର୍ବିତ ମନେକରୁଥିବା ପ୍ରକାଶ କରିଥିଲେ । ଆଫ୍ରିକୀୟବାସୀଙ୍କ ଆକାଂକ୍ଷା ପୂରଣ ନେଇ ଏହା କାର୍ଯ୍ୟ କରିବ ।

 

ଗତ କିଛି ମାସ ମଧ୍ୟରେ ବିଶ୍ୱବ୍ୟାପୀ ଆଇନ ବନ୍ଧୁମାନଙ୍କ ସହ ମତ ବିନିମୟ ନେଇ ପ୍ରଧାନମନ୍ତ୍ରୀ ଅଳ୍ପଦିନ ଆଗରୁ ଭାରତ ମଣ୍ଡପମରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ହୀରକ ଜୟନ୍ତି ଓ ଆନ୍ତର୍ଜାତିକ ଅଧିବକ୍ତା ସମ୍ମିଳନୀର ନଜିର ଦେଇଥିଲେ । ଏଭଳି ଭାବ ବିନିମୟ ନ୍ୟାୟ ବ୍ୟବସ୍ଥା ଓ ଦକ୍ଷ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଅନେକ ସୁଯୋଗ ସୃଷ୍ଟି କରିବ ବୋଲି କହିଥିଲେ ।

ଭାରତୀୟ ଭାବନାରେ ନ୍ୟାୟର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଏକ ପ୍ରାଚୀନ ଉକ୍ତି ‘ନ୍ୟାୟମୂଳଂ ସ୍ୱରାଜ୍ୟଂ ସ୍ୟାଂ’ କଥାର ଅବତାରଣା କରିଥିଲେ । ଏହାର ଅର୍ଥ ହେଲା ନ୍ୟାୟ ସ୍ୱାଧୀନ ସ୍ୱୟଂ ଶାସନରେ ଥାଏ, ଏବଂ ବିନା ନ୍ୟାୟରେ ଏକ ଦେଶର ସ୍ଥିତି ମଧ୍ୟ ଅସମ୍ଭବ ।

ଆଜିର ସମ୍ମିଳନୀର ବିଷୟବସ୍ତୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ସୀମାପାର ଆହ୍ୱାନ ଉପରେ ପ୍ରଧାନମନ୍ତ୍ରୀ ଆଜିର ଦୃତ ପରିବର୍ତ୍ତିତ ବିଶ୍ୱରେ ଏହାର ପ୍ରାସଙ୍ଗିକତାକୁ ନେଇ ଦେଶଗୁଡ଼ିକ ଏକାଠି ହୋଇ ନ୍ୟାୟ ପ୍ରଦାନ ପଦ୍ଧତିକୁ ଦୃଢ଼ କରିବା ଉପରେ ମତ ଦେଇଥିଲେ । ଆମେ ଯେତେବେଳେ ଏକତ୍ରିତ ହେଉ ନିଜ ନିଜ ଦେଶର ବ୍ୟବସ୍ଥାକୁ ଭଲ ଭାବେ ହୃଦୟଙ୍ଗମ କରିପାରିବା ବୋଲି କହି “ଉତ୍ତମ ବୁଝାମଣା ଅନେକ ତାଳମେଳ ରହେ ଓ ସେଥିପାଇଁ ଦୃତ ଓ ଉନ୍ନତ ନ୍ୟାୟ ପ୍ରଦାନ ତ୍ୱରାନ୍ୱିତ ହୋଇଥାଏ” । ସମ୍ମିଳନୀର ଏହା ମଧ୍ୟ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ବ୍ୟବସ୍ଥାର ସହଯୋଗ ଓ ପାରସ୍ପାରିକ ନିର୍ଭରଶୀଳତା ଉପରେ ଆକାଶ ଓ ସାମୁଦ୍ରିକ ଟ୍ରାଫିକ ନିୟନ୍ତ୍ରଣ ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମକୁ ତଦନ୍ତ  ଓ ନ୍ୟାୟ ପ୍ରଦାନ କ୍ଷେତ୍ରରେ ସହଯୋଗ ବିସ୍ତାର କରିବାକୁ ହେବ । ଆମେ ଯେତେବେଳେ ମିଳିମିଶି କାର୍ଯ୍ୟ କରୁ ନିଜ ନିଜ ଇଲାକା ଅବିଳମ୍ବେ ନ୍ୟାୟ ପ୍ରଦାନ ପାଇଁ ଏକ ମୁଖ୍ୟ ଅବଲମ୍ବନ ହୋଇଥାଏ । ସେ ଦୃଷ୍ଟିରୁ ନିଜ ନିଜ ଇଲାକା ପ୍ରତି ସମ୍ମାନ ପ୍ରଦାନ କରିବା ଆବଶ୍ୟକ ।

 

ଆଜିକାଲି ଅପରାଧର ପରିସର ଓ ପ୍ରକାରଭେଦରେ ଯେଉଁ ଉଗ୍ର ପରିବର୍ତ୍ତନ ଦେଖାଦେଇଛି ତା’ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉଭୟ ପାଣ୍ଠି ଯୋଗାଣ ଓ ଲକ୍ଷ୍ୟକୁ କାର୍ଯ୍ୟକାରୀ କରିବା ନେଇ ଦେଶବିଦେଶର ଅପରାଧୀମାନେ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାକୁ ଆପଣାଇବାରେ ଲାଗିଛନ୍ତି । ଆର୍ଥିକ ଅପରାଧ ମଧ୍ୟ ଗୋଟେ ଅଞ୍ଚଳରୁ ଅନ୍ୟ ଅଞ୍ଚଳକୁ ବ୍ୟାପୁଛି ଓ ସାଇବର ଅପରାଧ ଓ କ୍ରିପ୍ଟୋ କରେନ୍ସି ବୃଦ୍ଧି ଏକ ଆହ୍ୱାନ ସଦୃଶ ହୋଇଛି । ବିଂଶ ଶତାବ୍ଦୀର ପଦ୍ଧତି ଦ୍ୱାରା ଏକବିଂଶ ଶତାବ୍ଦୀର ସମସ୍ୟାକୁ ସମାଧାନ କରିହେବ ନାହିଁ ବୋଲି କହି ଏ ଦିଗରେ ପୁନଃ ଚିନ୍ତନ, ପରିକଳ୍ପନା ଓ ସଂସ୍କାର ଆଣି ନ୍ୟାୟିକ ବ୍ୟବସ୍ଥାର ଆଧୁନିକୀକରଣ ଓ ପଦ୍ଧତିକୁ ଅଧିକ ନମନୀୟ ଓ ଗ୍ରହଣଯୋଗ୍ୟ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱଆରୋପ କରିଥିଲେ ।

ନ୍ୟାୟର ସହଜଲଭ୍ୟତା ନ୍ୟାୟ ପ୍ରଦାନର ସ୍ତମ୍ଭ ହୋଇଥିବାରୁ ଅଧିକ ନାଗରିକ କୈନ୍ଦ୍ରିକ ନ୍ୟାୟିକ ବ୍ୟବସ୍ଥା ବିନା ଏ ଦିଗରେ ସଂସ୍କାର ଅଣାଯାଇ ପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ତାଙ୍କର ଗୁଜରାଟ ମୁଖ୍ୟମନ୍ତ୍ରୀତ୍ୱ ସମୟର ସ୍ମୃତିଚାରଣ କରି ସାନ୍ଧ୍ୟ ଅଦାଲତ ସ୍ଥାପନ ଦ୍ୱାରା ଜନସାଧାରଣ ସେମାନଙ୍କ ଦିନର କାର୍ଯ୍ୟ ଶେଷ ପରେ ଶୁଣାଣିରେ ଉପସ୍ଥିତ ରହୁଥିଲେ । ଏହା କେବଳ ନ୍ୟାୟ ପ୍ରଦାନ ଦିଗରେ ଏକ ପଦକ୍ଷେପ ନ ଥିଲା ବରଂ ଶହ ଶହ ଲୋକଙ୍କ ସୁବିଧା ହେବା ସହ ଅର୍ଥ ଓ ସମୟ ଅପଚୟ ମଧ୍ୟ ରୋକି ହୋଇଥିଲା ।

 

ଲୋକ ଅଦାଲତ ବ୍ୟବସ୍ଥା ଉପରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜନସ୍ୱାର୍ଥ ସମ୍ମିଳିତ ଛୋଟ ଛୋଟ ମାମଲାଗୁଡ଼ିକ ନିମନ୍ତେ ଏହା ସମଧାନ ସୂତ୍ର ବାହାର କରୁଥିବା ବେଳେ ଏଭଳି ମାଲିମକଦ୍ଦମା ପୂର୍ବ ସେବା ଦ୍ୱାରା ହଜାର ହଜାର ମକଦ୍ଦମାର ସମାଧାନ ହେବା ସହ ନ୍ୟାୟ ପ୍ରଦାନ ମଧ୍ୟ ସୁନିଶ୍ଚିତ ହୋଇ ପାରିଥାଏ । ଏ ଦିଗରେ ଆଲୋଚନା କରିବା ଯୋଗୁ ଏପରି ପଦକ୍ଷେପ ବିଶ୍ୱବ୍ୟାପୀ ଖୁବ୍ ମୂଲ୍ୟବାନ ହେବ ବୋଲି ସେ କହିଥିଲେ ।

ଉଭୟ ବୃତ୍ତିଗତ ଦକ୍ଷତା ଓ ଜାଣିବାର ଅନୁରାଗ ଶିକ୍ଷା ଜରିଆରେ ଯୁବା ଗୋଷ୍ଠୀ ମନରେ ପ୍ରବର୍ତ୍ତିତ ହେଉଥିବାରୁ ନ୍ୟାୟିକ ଲକ୍ଷ ନ୍ୟାୟ ପ୍ରଦାନ କ୍ଷେତ୍ରକୁ ତ୍ୱରାନ୍ୱିତ କରିବା ପାଇଁ ଏକ ପ୍ରମୁଖ ଅସ୍ତ୍ର ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନଙ୍କ ସାମର୍ଥ୍ୟ ଥିବାରୁ ପ୍ରଧାନମନ୍ତ୍ରୀ ମୋଦି ଶିକ୍ଷାସ୍ତରରେ ଉଭୟ କ୍ଷେତ୍ରକୁ ସାମଗ୍ରିକ ଭାବେ ଗୁରୁତ୍ୱ ଦେବାକୁ ଶ୍ରୀ ମୋଦୀ ପ୍ରସ୍ତାବ ଦେଇଥିଲେ । ଆଇନ ବିଦି୍ୟାଳୟରେ ଅଧିକ ମହିଳାଙ୍କ ଯୋଗଦାନ ଆଇନ ବ୍ୟବସ୍ଥାରେ ଅଧିକ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି କରିବ । ଆଇନ ଶିକ୍ଷାରେ କିପରି ମହିଳାଙ୍କ ଯୋଗଦାନ ଅଧିକ ତା’ପରେ ସମ୍ମିଳନୀରେ ମତ ବିନିମୟ ନେଇ ପ୍ରଧାନମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ ।

ପରିବର୍ତ୍ତିତ ସମୟ ଓ ପ୍ରଯୁକ୍ତି ସହ ତାଳଦେଇ ଆଇନ ଶିକ୍ଷା ମଧ୍ୟ ପରିବର୍ତ୍ତିତ ହେବା ସହ ଯୁବାଗୋଷ୍ଠୀର ଆଇନ ଶିକ୍ଷା ଉପରେ ଶ୍ରୀ ମୋଦୀ ଗୁରୁତ୍ୱ ଆରୋପ କରିଥିଲେ । ଅପରାଧ, ତଦନ୍ତ ଓ ସତ୍ୟ ପ୍ରମାଣ କ୍ଷେତ୍ରରେ ହେଉଥିବା ସର୍ବାଧୁନିକ ପରିବର୍ତ୍ତନ ଉପରେ ବୁଝିପାରିଲେ ତାହା ଉପାଦେୟ ହେବ ବୋଲି ସେ କହିଥିଲେ ।

 

ଯୁବା ଆଇନ ବୃତ୍ତିଧାରୀଙ୍କୁ ଅଧିକ ଆନ୍ତର୍ଜାତିକ ଦୃଶ୍ୟପଟରେ ସାମିଲ କରିବାକୁ ପ୍ରଧାନମନ୍ତ୍ରୀ ଦେଶ ଦେଶ ମଧ୍ୟରେ ଆଇନ ବିଶ୍ୱବିଦ୍ୟାଳୟ ଗୁଡ଼ିକ ବିନିମୟ କାର୍ଯ୍ୟ କରିବା ଉପରେ ଆହ୍ୱାନ ଜଣାଇଥିଲେ । ଭାରତର ଅବସ୍ଥିତି ବିଶ୍ୱର ଏକମାତ୍ର ଅପରାଧ ବିଜ୍ଞାନ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀ, ଆଇନ ଶିକ୍ଷକ ଓ ଏପରିକି ଅନ୍ୟାନ୍ୟ ଦେଶର ବିଚାରପତିମାନେ ମଧ୍ୟ ଏହାର କ୍ଷୁଦ୍ର ପାଠ୍ୟକ୍ରମରେ ସାମିଲ ହେବାକୁ ସେ ପ୍ରସ୍ତାବ ଦେଇଥିଲେ । ନ୍ୟାୟ ପ୍ରଦାନ ପ୍ରକ୍ରିୟାରେ ବିକାଶଶୀଳ ଦେଶଗୁଡ଼ିକ ମଧ୍ୟ ନ୍ୟାୟ ପ୍ରଦାନ ପ୍ରକ୍ରିୟାରେ ଅନ୍ୟାନ୍ୟ ଆନ୍ତର୍ଜାତିକ ପ୍ରତିଷ୍ଠାନ ସହ ଯୋଗସୂତ୍ର ରକ୍ଷା କରିବା ଉପରେ ଗୁରୁତ୍ୱଆରୋପ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତୀୟ ନ୍ୟାୟିକ ପ୍ରକ୍ରିୟା ଉପନିବେଶବାଦକାଳରୁ ରହିଥିଲେ ମଧ୍ୟ ଗତ କିଛି ବର୍ଷ ମଧ୍ୟରେ ରେକର୍ଡ ସଂଖ୍ୟକ ସଂସ୍କାର ଅଣାଯାଇଛି । ଉପନିବେଶୀୟ କାଳରୁ ହଜାର ହଜାର ଅପ୍ରଚଳିତ ଆଇନକୁ ଉଚ୍ଛେଦ କରାଯାଇଥିବା ବେଳେ, କେତେକ ଜନସାଧାରଣଙ୍କୁ ହଇରାଣ ହରକତ କରୁଥିଲା ଓ ତାହା ଦ୍ୱାରା ଜନଜୀବନ ବ୍ୟାବସାୟିକ ସୁଗମତା ବାଧାପ୍ରାପ୍ତ ହେଉଥିଲା । ଭାରତ ମଧ୍ୟ ବର୍ତ୍ତମାନର ବାସ୍ତବ ଲକ୍ଷ୍ୟ ରଖି ଆଧୁନିକୀକରଣ କରୁଛି । ତିନିଟି ନୂତନ ଆକାଂକ୍ଷା ଶହେରୁ ଅଧିକ ଉପନିବେଶୀୟ ଫୌଜଦାରୀ ଆଇନକୁ ବଦଳାଇ ପାରିଛି ବୋଲି ଶ୍ରୀ ମୋଦୀ କହିଥିଲେ ।

 

ପ୍ରଯୁକ୍ତିର ମଧ୍ୟ ନ୍ୟାୟିକ ପ୍ରକ୍ରିୟାରେ ସକାରାତ୍ମକ ପ୍ରଭାବ ପାଇଛି ବୋଲି କହି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ କିଛି ବର୍ଷ ମଧ୍ୟରେ ଭାରତ ଡ୍ରୋନ ଉପଯୋଗ କରି ବିଭିନ୍ନ ସ୍ଥାନର ମାନଚିତ୍ର ପ୍ରସ୍ତୁତ କରି ଗ୍ରାମାଞ୍ଚଳ ଜନସାଧାରଣଙ୍କୁ ସ୍ୱଚ୍ଛ ସମ୍ପତି କାର୍ଡ ଯୋଗାଇବା ଯୋଗୁ ଗଣ୍ଡଗୋଳ, ସମ୍ଭାବ୍ୟ ଆଇନଗତ ଅସୁବିଧା ଦୂର ହେବା ସହ ନ୍ୟାୟିକ ବ୍ୟବସ୍ଥା ଉପରେ କମ ଚାପ ପଡ଼ିବା ସହ ଏହାକୁ ଅଧିକ ଦକ୍ଷ କରିଛି । ଦେଶର ଅନେକ ଅଦାଲତ ଡିଜିଟାଇଜେସନ ଯୋଗୁ ଲାଭବାନ ହୋଇଛନ୍ତି । ଏହାଦ୍ୱାରା ଅନଲାଇନ ନ୍ୟାୟିକ ପ୍ରକ୍ରିୟା ଚାଲିଥିବା ସହ ଜନସାଧାରଣ ଦୂରଦୂରାନ୍ତରେ ରହି ମଧ୍ୟ ନ୍ୟାୟ ପାଇପାରିବେ ।

ଅଭିଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶବାସୀଙ୍କ ନ୍ୟାୟ ପ୍ରତି ଅନୁରାଗ ରହିଲେ ନ୍ୟାୟିକ ପ୍ରକ୍ରିୟାର ସମସ୍ତ ଆହ୍ୱାନର ମୁକାବିଲା କରିହେବ । “ସମ୍ମିଳନୀ ଏହି ଉତ୍ସାହକୁ ଜୀବନ୍ତ ରଖୁ ଓ ସମୟୋଚିତ ନ୍ୟାୟ ପାଇବାରୁ କେହି ବଞ୍ଚôତ ନ ହୁଅନ୍ତୁ ବୋଲି କହି ପ୍ରଧାନମନ୍ତ୍ରୀ ତାଙ୍କର ଅଭିଭାଷଣର ସମାପ୍ତି ଘଟାଇଥିଲେ ।

ଭାରତର ପ୍ରଧାନବିଚାରପତି ଡକ୍ଟର ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼, କେନ୍ଦ୍ର ଆଇନ ଓ ନ୍ୟାୟମନ୍ତ୍ରୀ ଶ୍ରୀ ଅର୍ଜୁରାମ ମେଘୱାଲ, ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ, ଭାରତ ଆଟର୍ଣ୍ଣି ଜେନେରାଲ ଡକ୍ଟର ଆର. ଭେଙ୍କଟରମଣି, ଭାରତ ସଲିସିଟର ଜେନେରାଲ ଶ୍ରୀ ତୁଷାର ମେହେଟା, ରାଜ୍ୟଗୋଷ୍ଠୀ ଆଇନ ଶିକ୍ଷା ସଂଘ ସଭାପତି ପ୍ରଫେସର ଡକ୍ଟର ଏସ ଶିବ କୁମାର ଏଥିରେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି-

ସମ୍ମିଳନୀରେ ରାଜ୍ୟଗୋଷ୍ଠୀ ଦେଶଗୁଡ଼ିକର ଆଟର୍ଣ୍ଣି ଓ ସଲିସିଟର ଜେନେରାଲ ଓ ଅନ୍ୟାନ୍ୟ ଆନ୍ତର୍ଜାତିକ ସଂଗଠନର ପ୍ରତିନିଧି ଯୋଗ ଦେଇଛନ୍ତି । ଏଥିରେ ନ୍ୟାୟିକ ଅବସ୍ଥାନ୍ତର ଆଇନ ଶିକ୍ଷା କ୍ଷେତ୍ରରେ ଦେଖାଦେଉଥିବା ଆହ୍ୱାନର ମୁକାବିଲା ନିମନ୍ତେ ଏକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବା ପାଇଁ ଆଟର୍ଣ୍ଣି ଓ ସଲିସିଟର ଜେନେରାଲଙ୍କ ଏକ ଗୋଲଟେବୁଲ ବୈଠକ ମଧ୍ୟ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India develops first indigenous expendable turbo jet engine in 350 kg thrust class

Media Coverage

India develops first indigenous expendable turbo jet engine in 350 kg thrust class
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the importance of protecting nature
July 28, 2026

The Prime Minister, Shri Narendra Modi, said that the welfare of humanity lies in the protection and respect of nature. He noted that India’s timeless traditions also inspire us to uphold this righteous way of life and live in harmony with the natural world.

The Prime Minister shared a Sanskrit Subhashitam-

“लोकपालाश्च ते सर्वे वासवप्रमुखास्तथा। ऋतवः षट् च ते सर्वे मासाः संवत्सराः क्षपाः॥

दिनानि च मुहूर्ताश्च स्वस्ति कुर्वन्तु ते सदा। श्रुतिः स्मृतिश्च धर्मश्च पातु त्वां पुत्र सर्वतः॥”

The Subhashitam conveys that alife lived in harmony with nature and righteousness is the foundation of happiness, security, and well-being. Therefore, may the guardians of the directions, the principal deities led by Indra, the six seasons, all months, years, nights, days, and auspicious moments always bring blessings and prosperity. May the Vedas, sacred traditions, and righteousness also protect everyone in every way and at all times.

The Prime Minister wrote on X;

“प्रकृति के संरक्षण और सम्मान में ही मानवता का कल्याण निहित है। हमारी परंपरा भी हमें इसी धर्मसम्मत आचरण की प्रेरणा देती है।

लोकपालाश्च ते सर्वे वासवप्रमुखास्तथा। ऋतवः षट् च ते सर्वे मासाः संवत्सराः क्षपाः॥

दिनानि च मुहूर्ताश्च स्वस्ति कुर्वन्तु ते सदा। श्रुतिः स्मृतिश्च धर्मश्च पातु त्वां पुत्र सर्वतः॥”