Research in agro-biodiversity is vital to ensure global food, nutrition and environment security: PM
India holds a unique place due to its geo diversity, topography and climatic zones: PM
Ours is agriculture based society: PM Modi
Keeping our natural resources intact and conserving them is at the core of our philosophy: PM
Every country must learn from other countries for strengthening research in agro-biodiversity: PM

ମଞ୍ଚସ୍ଥ ମହାନୁଭବ,

ମହାଶୟା ଏବଂ ମହାଶୟ,

ଆଜି କୃଷି ଜୈବ ବିବିଧତା କ୍ଷେତ୍ରରେ କାମ କରୁଥିବା ଦୁନିଆର ବଡ଼ ବଡ଼ ବୈଜ୍ଞାନିକ, ଶିକ୍ଷାବିତ୍, ଯୋଜନା ପ୍ରସ୍ତୁତକାରୀ ଏବଂ ମୋର କୃଷକ ଭାଇମାନଙ୍କ ପାଖକୁ ଆସି ମୁଁ ବହୁତ ଆନନ୍ଦ ଅନୁଭବ କରୁଛି । ମୁଁ ଏହି ଅବସରରେ ବିଶ୍ୱର ଭିନ୍ନ ଭିନ୍ନ ଭାଗରୁ ଏଠାକୁ ଆସିଥିବା ପ୍ରତିନିଧିମାନଙ୍କୁ ଏହି ଐତିହାସିକ ନଗରୀରେ ହାର୍ଦ୍ଦିକ ସ୍ୱାଗତ କରୁଛି । ଏହି ଗୁରୁତ୍ୱପୂର୍ଣ୍ଣ ବିଷୟ – କୃଷି ଜୈବ ବିବିଧତା ଉପରେ ପ୍ରଥମ ଥର ପାଇଁ ବିଶ୍ୱସ୍ତରର ଏଇ ସମ୍ମିଳନୀର ଶୁଭାରମ୍ଭ ଭାରତରୁ ହେଉଛି, ଯାହା ମୋ ପାଇଁ ହେଉଛି ଦୁଇଗୁଣା ଖୁସିର ବିଷୟ ।

ବିକାଶର ଦିଗହୀନ ଦୌଡରେ ପ୍ରକୃତିର ଯେତେ ଶୋଷଣ ମଣିଷ କରିଛି, ସେତିକି ଆଉ କେହି କରି ନାହାନ୍ତି । ଆଉ ଯଦି କହିବା କି ସବୁଠାରୁ ଅଧିକ କ୍ଷତି ବିଗତ କିଛି ଶତାବ୍ଦୀରେ ହୋଇଛି ତ, ଭୁଲ ହେବ ନାହିଁ ।

ଏମିତିରେ ଆଗାମୀ ଦିନରେ ଆହ୍ୱାନ ବଢିବାକୁ ଯାଉଛି । ବର୍ତ୍ତମାନ ସମୟରେ ବିଶ୍ୱ ଖାଦ୍ୟ, ପୁଷ୍ଟି ସାଧନ, ସ୍ୱାସ୍ଥ୍ୟ ଏବଂ ପରିବେଶ ନିରାପତ୍ତା ପାଇଁ କୃଷି ଜୈବ ବିବିଧତା ଉପରେ ଆଲୋଚନା, ତା ଉପରେ ଚର୍ଚ୍ଚା, ତା ଉପରେ ଗବେଷଣା ବହୁତ ଗୁରୁତ୍ୱପୂର୍ଣ୍ଣ ।

ନିଜ ଭୂ-ବିବିଧତା, ଭୂ-ବୃତାନ୍ତ ଏବଂ ବିଭିନ୍ନ ପ୍ରକାରର ଅଲଗା ଅଲଗା ଜଳବାୟୁ ମଣ୍ଡଳ ଯୋଗୁଁ ଭାରତ ଜୈବ ବିବିଧତା କ୍ଷେତ୍ରରେ ହେଉଛି ଏକ ସମୃଦ୍ଧ ରାଷ୍ଟ୍ର । ପଶ୍ଚିମରେ ମରୁଭୁମି ଅଛି ତ, ଉତ୍ତର-ପୂର୍ବରେ ଦୁନିଆର ସବୁଠାରୁ ଅଧିକ ଆର୍ଦ୍ରତା ଥିବା ଅଞ୍ଚଳ ରହିଛି । ଉତ୍ତରରେ ହିମାଳୟ ଅଛି ତ, ଦକ୍ଷିଣରେ ଅଛି ଅଥଳ ସମୁଦ୍ର । ଭାରତରେ ୪୭ ହଜାରରୁ ଅଧିକ ବୃକ୍ଷ ପ୍ରଜାତି ମିଳିଥାଏ ଏବଂ ପଶୁମାନଙ୍କର ୮୯ ହଜାରରୁ ଉର୍ଦ୍ଧ୍ଵ ପ୍ରଜାତି ଅଛନ୍ତି । ଭାରତ ପାଖରେ ୮୧୦୦ କିଲୋମିଟରରୁ ଅଧିକ ସମୁଦ୍ର ତଟ ରହିଛି ।

ଏହି ଦେଶର ଅଦ୍ଭୁତ କ୍ଷମତା ରହିଛି କି ୨.୫ ପ୍ରତିଶତ ଭୂ-ଭାଗ ଥିବା ସତ୍ତ୍ୱେ, ଏହି ଭୂଖଣ୍ଡ ଦୁନିଆର ୧୭ ପ୍ରତିଶତ ମାନବ ଜନସଂଖ୍ୟା, ୧୮ ପ୍ରତିଶତ ପ୍ରାଣୀ ସଂଖ୍ୟା, ଏବଂ ୬.୫ ପ୍ରତିଶତ ଜୈବ ବିବିଧତାକୁ ନିଜ ମଧ୍ୟରେ ଯୋଡି ରଖିଛି, ସାଇତି ରଖିଛି ।
ଆମ ଦେଶର ସମାଜ ହଜାର ହଜାର ବର୍ଷ ଧରି କୃଷି ଭିତ୍ତିକ ରହି ଆସିଛି । ଆଜି ମଧ୍ୟ କୃଷି କ୍ଷେତ୍ର ଜରିଆରେ ଦେଶର ଅର୍ଦ୍ଧାଧିକ ଲୋକ ନିଜର ରୋଜଗାର ସାଧନ ଯୋଗାଡ କରି ପାରୁଛନ୍ତି ।

ଭାରତୀୟ କୃଷିର ଦର୍ଶନରେ ରହିଛି ଯେ, ପ୍ରାକୃତିକ ସଂପଦକୁ ଅକ୍ଷୁର୍ଣ୍ଣ ରଖି, ତାହାକୁ ସଂରକ୍ଷିତ ରଖି ନିଜ ଆବଶ୍ୟକତା ଅନୁସାରେ ବ୍ୟବହାର କରିବା । ଆଜି ଦୁନିଆରେ ଯେତେ ବିକାଶ କାର୍ଯ୍ୟକ୍ରମ ଚାଲିଛି, ତାହା ଏହି ଦର୍ଶନ ଉପରେ କେନ୍ଦ୍ରୀଭୁତ ହୋଇଛି । ଜୈବ ବିବିଧତାର ମୌଳିକ ନିୟମ-କାଇଦା କଟକଣା ନୁହେଁ ବରଂ ଆମ ଚେତନା ଅର୍ଥାତ ଜ୍ଞାତସାରରେ ରହିବା ଆବଶ୍ୟକ । ଏଥିପାଇଁ ବହୁତ କିଛି ପୁରୁଣାକୁ ଭୁଲିବାକୁ ପଡିବ, ବହୁତ କିଛି ନୂଆ ଶିଖିବାକୁ ପଡିବ । ପ୍ରାକୃତିକ ଚେତନାର ଏହି ଭାରତୀୟ ବିଚାର ଇସାବସ୍ୟ ଉପନିଷଦରେ ଦେଖିବାକୁ ମିଳିଥାଏ । ବିଚାର ଏହା ଯେ, ଜୈବ ଓ ବସ୍ତୁ କୈନ୍ଦ୍ରୀକ ବିଶ୍ୱରେ ମାନବ ମାତ୍ର ଏକ ଛୋଟ ଅଂଶ । ଅର୍ଥାତ ଗଛ-ଲତା, ଜୀବଜନ୍ତୁଙ୍କ ମହତ୍ୱ ମଣିଷଠୁ କମ୍ ନୁହେଁ ।

ମିଳିତ ଜାତିସଂଘ ସହସ୍ରାବ୍ଦି ବିକାଶ ଲକ୍ଷ୍ୟରେ, ବିକାଶ କ୍ଷେତ୍ରରେ ସଂସ୍କୃତିର ବଡ଼ ଭୁମିକାକୁ ସ୍ୱୀକାର କରାଯାଇଛି । ମିଳିତ ଜାତିସଂଘ ୨୦୩୦ ନିରନ୍ତର ବିକାଶ କାର୍ଯ୍ୟସୂଚୀରେ ମଧ୍ୟ ଗ୍ରହଣ କରିଛନ୍ତି ଯେ, ସାମଗ୍ରିକ ବିକାଶ ପାଇଁ ସଂସ୍କୃତି ଓ ସଭ୍ୟତାର ଯୋଗଦାନ ନିତାନ୍ତ ଆବଶ୍ୟକ ।

ପ୍ରକୃତି ସହିତ ସାମଞ୍ଜସ୍ୟ ରଖିବାରେ ସଂସ୍କୃତିର ବହୁତ ମହତ୍ୱ ରହିଛି । ଆମେ ଏହା ଭୁଲିବା ଅନୁଚିତ ଯେ କୃଷି ସହିତ ସଂସ୍କୃତି ମଧ୍ୟ ଜଡିତ ।

ଭାରତରେ ବିଦ୍ୟମାନ ଭିନ୍ନ ଭିନ୍ନ ପ୍ରଜାତିର ବିଭିନ୍ନ କିସମ ଏତେ ବର୍ଷ ଧରି ଆଜି ମଧ୍ୟ ବଞ୍ଚି ରହିଛି, କାରଣ ଆମର ପୂର୍ବ ପୁରୁଷ ସାମାଜିକ-ଆର୍ଥିକ ନୀତିରେ ବିଚକ୍ଷଣ ଥିଲେ । ସେମାନେ ଉତ୍ପାଦକୁ ସାମାଜିକ ସଂସ୍କାର ସହିତ ଯୋଡି ଦେଇଥିଲେ । ତିଳକ ଲାଗିବ ତ, ତା’ ସହିତ ଚାଉଳ ମଧ୍ୟ ଳାଗିବ, ପାନ ପୂଜାରେ ଲାଗିବ । ନବରାତ୍ର କିମ୍ବା ବ୍ରତ ସମୟରେ କୁଟୁ କିମ୍ବା ପାଉଁରୁଟି ପାଇଁ ବ୍ୟବହୃତ ଗୁଣ୍ଡ ଅଟାରେ ରୁଟି ଅବା ପୁରୀ ତିଆରି ହେବ । ଅର୍ଥାତ ଯେତେବେଳେ ପ୍ରଜାତିକୁ ସାମାଜିକ ସଂସ୍କାର ସହିତ ଯୋଡି ଦିଆଗଲା, ତେଣୁ ସଂରକ୍ଷଣ ମଧ୍ୟ ହେଲା ଓ କୃଷକମାନଙ୍କୁ ଆର୍ଥିକ ଲାଭ ମଧ୍ୟ ମିଳିଲା ।
ବନ୍ଧୁ, ଏହି ବିଷୟରେ ଚିନ୍ତନ କରିବା ଦରକାର, ଏଥିପାଇଁ ଆବଶ୍ୟକ କି, ୧୯୯୨ରେ ଜୈବ ବିବିଧତା ସମ୍ମେଳନର ପ୍ରସ୍ତାବକୁ ସ୍ୱୀକାର କରିବା ପରେ ଆଜି ମଧ୍ୟ ପ୍ରତିଦିନ ୫୦ ରୁ ୧୫୦ ପ୍ରଜାତି ଶେଷ ହେଉଛି । ଆଗାମୀ ବର୍ଷମାନଙ୍କରେ ଆଠଟିରୁ ଗୋଟିଏ ପକ୍ଷୀ ଏବଂ ଏକ ଚତୁର୍ଥାଂଶ ପଶୁ ବିଲୁପ୍ତ ହେବାର ବିପଦ ରହିଛି ।

ସେଥିପାଇଁ ଏବେ ଚିନ୍ତା କରିବାର ଢଙ୍ଗ ବଦଳାଇବାକୁ ହେବ । ଯାହାର ଅସ୍ତିତ୍ୱ ଅଛି ତାକୁ ବଞ୍ଚାଇବା ସହିତ, ତାକୁ ଆହୁରି ମଜବୁତ୍ କରିବା ଉପରେ ଧ୍ୟାନ ଦେବାକୁ ପଡିବ । ଦୁନିଆର ପ୍ରତ୍ୟେକ ଦେଶ – ଗୋଟିକୁ ଅନ୍ୟଠାରୁ ଶିଖିବାକୁ ପଡିବ । ଏହା ସେତେବେଳେ ହେବ ଯେତେବେଳେ କୃଷି ଜୈବ ବିବିଧତା କ୍ଷେତ୍ରରେ ଗବେଷଣା ଉପରେ ଗୁରୁତ୍ୱ ଦିଆଯିବ । କୃଷି ଜୈବ ବିବିଧତାକୁ ରକ୍ଷା କରିବା ପାଇଁ ଦୁନିଆର ବହୁତ ଦେଶରେ ଭିନ୍ନ ଭିନ୍ନ ଉପାୟକୁ ନିଜର କରାଯାଉଛି । ଏଥିପାଇଁ ଉଚିତ ହେବ ଯେ, ଆପଣମାନେ ସମସ୍ତେ ମିଳି ମିଶି ବିଚାର କରିବେ କି ଆମେ ଏଭଳି ପଦ୍ଧତିକୁ ପଞ୍ଜିକରଣ କରିବା ଯେଉଁଠି ଏଭଳି ସମସ୍ତ ପଦ୍ଧତିକୁ ଚିତ୍ରିତ କରିବା ସହିତ ତା’ର ରେକର୍ଡ ରଖାଯିବ ଏବଂ ପୁଣି ବୈଜ୍ଞାନିକ ରୀତିରେ ଗବେଷଣା କରି ଦେଖାଯାଇ ପାରିବ କି ଏଭଳି କେଉଁ ପଦ୍ଧତିକୁ ଆହୁରି ଅଧିକ ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଛି ।

ଭାରତର ଅଲଗା ଅଲଗା ଭାଗରେ ଆମ ସଂସ୍କୃତି ମଧ୍ୟ ଏଭଳି ପ୍ରଜାତି ବଞ୍ଚାଇ ରଖିଛି, ଯାହା ଆଶ୍ଚର୍ଯ୍ୟ କରିଦିଏ । ଦକ୍ଷିଣ ଭାରତରେ ଚାଉଳର ଏକ ବହୁତ ପୁରୁଣା କିସମ ରହିଛି ‘କୋନାମଣୀ’ । ସାରା ଦୁନିଆରେ ଚାଉଳ ଉତ୍ପାଦନ ବୃଦ୍ଧି ପାଇଁ ପ୍ରାୟ ଏହି କିସମକୁ ବ୍ୟବହାର କରାଯାଉଛି । ସେହିପରି କେରଳରେ ‘ପୋକ୍କାଲୀ’ ଚାଉଳ କିସମ ଏଭଳି ଯାଗା ପାଇଁ ବିକଶିତ କରାଯାଇଛି ଯେଉଁଠାରେ ବହୁତ ଅଧିକ ପାଣି ଜମୁଥିବ ଅଥବା ଲୁଣି ପାଣି ହୋଇଥିବ ।

ମୁଁ ବିଦେଶୀ ପ୍ରତିନିଧି ମାନଙ୍କୁ ବିଶେଷ କରି କହିବାକୁ ଚାହୁଁଛି କି ଭାରତରେ ଧାନର ଏକ ଲକ୍ଷରୁ ଅଧିକ ମୂଳ କିସମ (Original & Traditional Variety)ଅଛି, ଆଉ ସେଥିରୁ ଅଧିକାଂଶ ହେଉଛି ୧୦୦ବର୍ଷରୁ ପୁରୁଣା । ପିଢୀ ପରେ ପିଢୀ ଆମ ଚାଷୀ ଭାଇ ଏହାକୁ ସାଇତି ରଖିଛନ୍ତି ଓ ତାହାର ବିକାଶ କରୁଛନ୍ତି ।

ଆଉ ଏହା ଏକ ନିର୍ଦ୍ଧିଷ୍ଟ ଅଞ୍ଚଳରେ ହୋଇ ନାହିଁ । ଆସାମରେ ଅଗୁନି ବୋରା ଚାଉଳର ଏକ କିସମ ଅଛି, ଯାହାକୁ ଖାଲି କିଛି ସମୟ ପାଇଁ ପାଣିରେ ଭିଜାଇ ଖିଆଯାଇ ପାରିବ । ଗ୍ଲାଇସିମିକ୍ ଇଣ୍ଡେକ୍ସ ଏଥିରେ ବହୁତ କମ୍ । ତେଣୁ ମଧୁମେହ ରୋଗୀ ମଧ୍ୟ ଏହାକୁ ନିଜ ଖାଦ୍ୟରେ ସାମିଲ କରି ପାରିବେ ।

ସେହିପରି ଗୁଜୁରାଟର ଭାଲ ଅଞ୍ଚଳରେ ଗହମର ଏକ ପ୍ରଜାତି ହେଉଛି- ଭାଲିୟା । ଏଥିରୁ ଅଧିକ ପରିମାଣର ପ୍ରୋଟିନ ଓ କେରୋଟିନ୍ ମିଳିଥାଏ । ଦଲିୟା ଏବଂ ପାସ୍ତା ତିଆରି ନିମନ୍ତେ ଏହା ବହୁତ ଲୋକପ୍ରିୟ । ଗହମର ଏହି କିସମକୁ ଭୌଗଳିକ ଚିହ୍ନଟକରଣ(Geographical Identification – GI Mark) ଭାବେ ପଞ୍ଜିକରଣ କରାଯାଇଛି ।

କୃଷି ଜୈବ ବିବିଧତା କ୍ଷେତ୍ରରେ ବିଦେଶରେ ମଧ୍ୟ ଭାରତର ବହୁତ ଯୋଗଦାନ ରହିଛି ।

ହରିୟାଣାର ମୁର୍ରାହ ଏବଂ ଗୁଜୁରାଟର ଜାଫରାବାଦୀ ମଇଁଷୀ ଅନ୍ତର୍ଜାତୀୟ ଟ୍ରାନ୍ସ ବାଉଣ୍ଡ୍ରି ପ୍ରଜାତି ଅନୁସାରେ ଚିହ୍ନଟ କରାଯାଇଛି । ସେହିପରି ଭାରତର ଔଙ୍ଗଲ, ଗିର ଏବଂ କାଙ୍କରେଜ ଭଳି ଗାଈ ପ୍ରଜାତିକୁ ଲାଟିନ ଆମେରିକାନ୍ ଦେଶକୁ ପଠାଇ ସେଠାରେ ପ୍ରଜନନ କ୍ଷେତ୍ରରେ ସୁଧାର ଆଣିବା ପାଇଁ ଉପଲବ୍ଧ କରାଯାଇଥିଲା । ପଶ୍ଚିମବଙ୍ଗର ସୁନ୍ଦରବନ ମେଣ୍ଢା ପ୍ରଜାତିକୁ ଅଷ୍ଟ୍ରେଲିଆ ପର୍ଯ୍ୟନ୍ତ ପଠା ଯାଇଥିଲା ।
ପ୍ରାଣୀଜ ଜୈବ ବିବିଧତା କ୍ଷେତ୍ରରେ ଭାରତ ହେଉଛି ଏକ ସମୃଦ୍ଧ ରାଷ୍ଟ୍ର । କିନ୍ତୁ ଭାରତରେ ସଜ୍ଞାବିହୀନ ପଶୁଙ୍କ ପ୍ରଜାତି ବହୁତ ଅଛି । ଆଉ ବର୍ତ୍ତମାନ ସୁଦ୍ଧା କେବଳ ୧୬୦ ପ୍ରଜାତିଙ୍କର ହିଁ ପଞ୍ଜିକରଣ କରାଯାଇଛି । ଆମେ ଆମର ଗବେଷଣାକୁ ଏହି ଦିଗରେ ନେବାର ଆବଶ୍ୟକତା ରହିଛି, କାରଣ ଆଉ ଅଧିକ ପଶୁଙ୍କ ପ୍ରଜାତିର ବିଭକ୍ତି କରଣ କରାଯାଇ ପାରିବ ଏବଂ ତାଙ୍କୁ ଉପଯୁକ୍ତ ପ୍ରଜାତିରେ ପଞ୍ଜିକରଣ କରାଯାଇ ପାରିବ ।

ଅପପୁଷ୍ଟି, ଅନାହାର, ଗରିବୀ-ଏହାକୁ ଦୂର କରିବା ପାଇଁ ବୈଷୟିକଜ୍ଞାନ (ଟେକ୍ନୋଲୋଜି)ର ବହୁତ ବଡ ଭୁମିକା ଅଛି । କିନ୍ତୁ ଏହା ଉପରେ ମଧ୍ୟ ଧ୍ୟାନ ଦେବା ଦରକାର ବୈଷୟିକ ଜ୍ଞାନ ଆମ ଉପରେ କି ପ୍ରଭାବ ପକାଉଛି । ଏଠାରେ ଯେତେ ଲୋକ ଅଛନ୍ତି, କିଛି ବର୍ଷ ପୂର୍ବେ ଆପଣମାନେ, ମୁଁ ଏବଂ ପ୍ରତ୍ୟେକଙ୍କର ୧୫-୨୦ ନମ୍ବର ନିଶ୍ଚିତ ମନେ ରହୁ ଥିଲା । କିନ୍ତୁ ଏବେ ପରିସ୍ଥିତି ଏହା ହୋଇ ଯାଇଛି ଯେ, ମୋବାଇଲ୍ ଫୋନ୍ ଆସିବା ପରେ ଆମ ନିଜ ମୋବାଇଲ୍ ନମ୍ବର କିମ୍ବା ଫୋନ୍ ନମ୍ବର ଆମର ମନେ ରହୁ ନାହିଁ । ଏହା ମଧ୍ୟ ଟେକ୍ନୋଲୋଜିର ଏକ ନକରାତ୍ମକ ପ୍ରଭାବ ।

ଆମକୁ ସତର୍କ ରହିବାକୁ ପଡିବ କି, ଯେ କୃଷି ଦ୍ୱାରା ଗ୍ରହଣ କରାଯାଉଥିବା ବୈଷୟିକ ଜ୍ଞାନ (ଟେକ୍ନୋଲୋଜି)ରେ କିଭଳି ପରିବର୍ତ୍ତନ ଆସୁଛି । ଗୋଟିଏ ଉଦାହରଣ ହେଉଛ ମହୁମାଛି । ତିନି ବର୍ଷ ପୂର୍ବେ ମହୁମାଛି ଟାଇମ୍ ମାଗାଜିନ୍ ର ପ୍ରଚ୍ଛଦ ପୃଷ୍ଠାରେ ସ୍ଥାନ ପାଇଥିଲା । କୁହାଗଲା କି ଫସଲରେ ଲାଗୁଥିବା ରୋଗ ପୋକ ଦମନ ପାଇଁ ଯେଉଁ କୀଟନାଶକ ଔଷଧ ବ୍ୟବହାର କରାଯାଉଛି, ତା’ର ପ୍ରଭାବରେ ମହୁମାଛି ନିଜ ଫେଣା ପାଖରେ ପହଞ୍ଚିବା ରାସ୍ତା ଭୁଲିଯାଉଛି । ଏକ ଛୋଟ ଜିନିଷ ମହୁମାଛିଙ୍କ ଅସ୍ତିତ୍ୱ ପ୍ରତି ସଂକଟ ଆଣି ଦେଲା । ପରାଗ ସଙ୍ଗମ କ୍ଷେତ୍ରରେ ମହୁମାଛିର ଭୁମିକା ବିଷୟରେ ଆମେ ସମସ୍ତେ ଜାଣିଛେ । ଏହାର ପରିଣାମ ଏହା ହେଲା ଯେ ଫସଲର ଉତ୍ପାଦନ ମଧ୍ୟ ହ୍ରାସ ପାଇଲା ।

କୃଷି ବିବିଧତା କ୍ଷେତ୍ରରେ କୀଟନାଶକ ହେଉଛି ଏକ ବଡ଼ ଚିନ୍ତାର ବିଷୟ । ଏହାର ଉପଯୋଗ ଦ୍ୱାରା ଫସଲକୁ କ୍ଷତି ପହୁଞ୍ଚାଉ ଥିବା କୀଟ ସହିତ ଅନେକ ପୋକ ମଧ୍ୟ ମରି ଯାଉଛନ୍ତି ଯେଉଁମାନେ ପୁରା ଜୈବ ବିବିଧତା ପାଇଁ ଜରୁରୀ । ଏଥିପାଇଁ ବିଜ୍ଞାନର ବିକାଶ ନେଇ ଅଡିଟ୍ ହେବା ଆବଶ୍ୟକ । ଅଡିଟ୍ ନ ହେବା ଦ୍ୱାରା ଦୁନିଆକୁ ଏବେ ଆହ୍ୱାନର ମୁକାବିଲା କରିବାକୁ ପଡୁଛି ।

ଆମ ଦେଶରେ ଜୈବ ବିବିଧତାକୁ ଏକ ଶକ୍ତି ଭାବେ ନେବା ଦରକାର । କିନ୍ତୁ ସେତେବେଳେ ହେବ ଯେତେବେଳେ ଏହି ଶକ୍ତିକୁ ମୂଲ୍ୟଯୁକ୍ତ କରାଯିବ, ତା ଉପରେ ଗବେଷଣା ହେବା ଦରକାର । ଯେମିତି ଗୁଜୁରାଟରେ ଏକ ଘାସ ଅଛି, ବନ୍ନି ଘାସ । ଯାହା ଅଧିକ ପ୍ରୋଟିନ ଯୁକ୍ତ । ଯେଉଁଥିପାଇଁ ସେଠାକାର ମଇଁଷି ଅଧିକ କ୍ଷୀର ଦେଇଥାନ୍ତି । ଏବେ ଏହି ଘାସର ବିଶେଷ ଗୁଣକୁ ମୂଲ୍ୟଯୁକ୍ତ କରି ସାରା ଦେଶରେ ଏହାର ପ୍ରସାର କରାଯାଇ ପାରିବ । ଏଥି ପାଇଁ ଗବେଷଣାର ପରିସର ବଢାଇବା ଆବଶ୍ୟକ ।

ଦେଶର ଭୁଖଣ୍ଡକୁ ପ୍ରାୟ ୭୦ ପ୍ରତିଶତ ମହାସାଗର ଘେରି ରହିଛି । ଦୁନିଆରେ ମାଛର ଭିନ୍ନ ଭିନ୍ନ ପ୍ରଜାତି ମଧ୍ୟରୁ ୧୦ ପ୍ରତିଶତ ଭାରତରେ ମିଳିଥାଏ । ସମୁଦ୍ରର ଏହି ଶକ୍ତିକୁ ଆମେ ଖାଲି ମାଛ ଚାଷ ଭିତରେ କେନ୍ଦ୍ରୀତ କରି ରଖି ପାରିବା ନାହିଁ । ବୈଜ୍ଞାନିକ ମାନଙ୍କୁ ସମୁଦ୍ରରେ ଥିବା ବନସ୍ପତି, ସାମୁଦ୍ରିକ ଦଳ ଚାଷ ବିଷୟରେ ନିଜ ପ୍ରୟାସ ବଢାଇବାକୁ ହେବ । ସାମୁଦ୍ରିକ ଦଳକୁ ଜୈବିକ ଖତ ପ୍ରସ୍ତୁତିରେ ବ୍ୟବହାର କରାଯାଇ ପାରିବ । ସବୁଜ ଓ ଶ୍ୱେତ ବିପ୍ଳବ ପରେ ଆମକୁ ନୀଳ ବିପ୍ଳବକୁ ମଧ୍ୟ ସାମଗ୍ରିକ ଭାବେ ଦେଖିବା ଆବଶ୍ୟକ ।

ଆପଣମାନଙ୍କୁ ଆଉ ଏକ ଉଦାହରଣ ଦେଉଛି । ହିମାଚଳ ପ୍ରଦେଶରେ ଛତୁର ଏକ କିସମ ରହିଛି – ଗୁଚ୍ଚି । ତାହାର ମଧ୍ୟ ଔଷଧିୟ ଗୁଣ ରହିଛି । ବଜାରରେ ଗୁଚ୍ଚି ଛତୁ କିଲୋଗ୍ରାମ ପ୍ରତି ପ୍ରାୟ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି । କ’ଣ ଗୁଚ୍ଚିର ଉତ୍ପାଦନ ବଢାଇବା ପାଇଁ କିଛି କରାଯାଇ ପାରିବ? ସେହିପରି ଜଡା ହେଉ ଅବା ମିଲେଟ୍ ଅର୍ଥାତ ବାଜରା ହେଉ । ଏହାକୁ ମଧ୍ୟ ବର୍ତ୍ତମାନର ଆବଶ୍ୟକତା ଅନୁସାରେ ମୂଲ୍ୟଯୁକ୍ତ କରିବା ଦରକାର ।

କିନ୍ତୁ ସେଠି ମଧ୍ୟ ଏକ ସୀମା ରହିଛି । ମୂଲ୍ୟଯୁକ୍ତ କରିବାର ଅର୍ଥ ପ୍ରଜାତି ଗୁଡିକର କୌଣସି କ୍ଷତି ପହଞ୍ଚାଇବା ନାହିଁ ।

ପ୍ରକୃତିର ସାମାନ୍ୟ ପ୍ରକିୟାରେ ହସ୍ତକ୍ଷେପ କରି ମଣିଷ ହିଁ ଜଳବାୟୁ ପରିବର୍ତ୍ତନ ଭଳି ସମସ୍ୟା ଉତ୍ପନ୍ନ କରିଛି । ତାପମାତ୍ରାରେ ବୃଦ୍ଧି କାରଣରୁ ଗଛ ଏବଂ ଜୀବଯନ୍ତୁମାନଙ୍କର ଜୀବନଚକ୍ରରେ ପରିବର୍ତ୍ତନ ଆସୁଛି । ଗୋଟିଏ ଅନୁମାନ ଅନୁସାରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ୨୦୫୦ ପର୍ଯ୍ୟନ୍ତ ମୋଟ ବନ୍ୟ ପ୍ରଜାତିର ୧୬ ପ୍ରତିଶତ ବିଲୁପ୍ତ ହେଇଯାଇ ପାରନ୍ତି । ଏହି ଅବସ୍ଥା ବିଷମ, ଜଟିଳ ଓ ଚିନ୍ତା ଉଦ୍ରେକକାରୀ ।

ବିଶ୍ୱ ତାପନଜନିତ ଏହି ବିପଦକୁ ଗୁରୁତ୍ୱଦେଇ ଭାରତ ଗତ ମାସ ଅକ୍ଟେବର ୨ ତାରିଖ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀରେ ପ୍ୟାରିସ ବୁଝାମଣାକୁ ଅନୁମୋଦନ କରିଛି । ଏହି ବୁଝାମଣାକୁ ସାରା ଦୁନିଆରେ ଲାଗୁ କରିବା ପାଇଁ ଭାରତ ଗରୁତ୍ୱପୂର୍ଣ୍ଣ ଭୁମିକା ତୁଲାଉଛି । ଏହା ପ୍ରକୃତି ପ୍ରତି ଆମର ଉତ୍ତରଦାୟିତ୍ୱ ଏବଂ କର୍ତ୍ତବ୍ୟବୋଧର ଜ୍ଜଳନ୍ତ ନିଦର୍ଶନ ।

କୃଷି ଜୈବ ବିବିଧତାର ଉପଯୁକ୍ତ ପରିଚାଳନା ସରା ଦୁନିଆ ପାଇଁ ପ୍ରାଥମିକତା । ଲଗାତାର ବୃଦ୍ଧି ପାଉଥିବା ଜନସଂଖ୍ୟାର ଚାପ ଏବଂ ବିକାଶର ଦିଗହୀନ ଦୌଡ ପ୍ରାକୃତିକ ସନ୍ତୁଳନକୁ ବହୁମାତ୍ରାରେ ବିଗାଡି ଦେଉଛି । ଏହାର ଆଉ ଏକ କାରଣ ମଧ୍ୟ ହେଉଛି ଯେ, ଆଧୁନିକ କୃଷିରେ ହାତ ଗଣତି ଫସଲ ଏବଂ ପଶୁମାନଙ୍କ ପ୍ରତି ଧ୍ୟାନ ଦିଆଯାଉଛି । ଯେତେବେଳେ କି ଆମ ଖାଦ୍ୟ ନିରାପତ୍ତା, ପରିବେଶଗତ ସୁରକ୍ଷା ସହିତ କୃଷି ବିକାଶ ପାଇଁ ମଧ୍ୟ ଆବଶ୍ୟକତା ଅଛି ।

ଜୈବ ବିବିଧତା ସଂରକ୍ଷଣର ଗରୁତ୍ୱପୂର୍ଣ୍ଣ ଦିଗ ହେଉଛି ଆଖ ପାଖର ପରିବେଶ ପାଇଁ ଥିବା ଆହ୍ୱାନ ପାଇଁ ପ୍ରସ୍ତୁତ କରିବା । ଏଥିପାଇଁ ଜିନ୍ ବ୍ୟାଙ୍କରେ କେଉଁ ଏକ ନିର୍ଦ୍ଧିଷ୍ଟ ଜିନ୍ ର ସଂରକ୍ଷଣ କରିବା ସହିତ କୃଷକମାନଙ୍କ ବ୍ୟବହାର ପାଇଁ ଉପଲବ୍ଧ କରାଇବାକୁ ପଡିବ । ଫଳରେ ଯଦି ଏହି ଜିନ୍ କ୍ଷେତରେ ରହିବ, ଜଳବାୟୁର ଚାପ ସହିବ, ଆଖ ପାଖର ପରିବେଶ ଅନୁକୂଳ ହେଲେ ହିଁ ତା ଦେହରେ ପ୍ରତିରୋଧକ କ୍ଷମତା ବିକଶିତ ହୋଇ ପାରିବ ।

ଆମକୁ ଏଭଳି କାର୍ଯ୍ୟପ୍ରଣାଳୀ ପ୍ରସ୍ତୁତ କରିବାକୁ ପଡିବ କି, ଆମ କୃଷକ ଆବଶ୍ୟକ ପଡୁଥିବା ଜିନ୍ ର ମୂଲ୍ୟାୟନ କ୍ଷେତରେ କରିବ ଏବଂ ଏଥିପାଇଁ କୃଷକଙ୍କୁ ଉଚିତ ଦର ମଧ୍ୟ ଦେବା ଦରକାର । ଏହିଭଳି ଭାବରେ କୃଷକମାନଙ୍କୁ ଆମେ ଆମ ଗବେଷଣାର ଅଂଶ ଭାବେ ବିବେଚନା କରିବା ଦରକାର ।

ଜୈବ ବିବିଧତାର ସଂରକ୍ଷଣ ପାଇଁ ଅନ୍ତର୍ଜାତୀୟ, ଜାତୀୟ ଏବଂ ଘରୋଇ ସଂଗଠନ, ବିଶେଷ ବୈଷୟିକ ଜ୍ଞାନ ଓ ସମ୍ବଳକୁ ମିଳିତ ଭାବେ ନେଇ କାର୍ଯ୍ୟ କରିଲେ ସଫଳତା ମିଳିବାର ସମ୍ଭାବନା ନିଶ୍ଚିତ ଭାବେ ବଢିବ । ଏହି ପ୍ରୟାସରେ ଆମକୁ ଏକ ଭାଗିଦାରୀ ଦୃଶ୍ୟପଟ୍ଟ ପ୍ରସ୍ତୁତ କରିବା ଏବଂ ଆପଣେଇବା ଦିଗରେ ଆଗେଇବାକୁ ହେବ ।

ଅମକୁ ମଧ୍ୟ ଦେଖିବାକୁ ପଡିବ କି, କୃଷି ଜୈବ ବିବିଧତାର ସଂରକ୍ଷଣ ସହିତ ଜଡିତ ଭିନ୍ନ ଭନ୍ନ ନିୟମକୁ କିଭଳି ସୁସଙ୍ଗତ କରିବା ଫଳରେ ଏହି ନିୟମ ବିକାଶଶୀଳ ଦେଶରେ କୃଷି ଓ କୃଷକର ପ୍ରଗତି କ୍ଷେତ୍ରରେ ପ୍ରତିବନ୍ଧକ ନ ହେବ ।

ଆପଣମାନେ ମଧ୍ୟ ହେଉଛନ୍ତି ନିଜ ନିଜ କ୍ଷେତ୍ରରେ ଜଣେ ଜଣେ ବିଶେଷଜ୍ଞ । ଆପଣମାନଙ୍କ ଦ୍ୱାରା ଏହି ସମ୍ମେଳନର ଆସନ୍ତା ତିନିଦିନରେ କୃଷି ଜୈବ ବିବିଧତାର ବିଭିନ୍ନ ଦିଗ ବିଷୟରେ ଗଭୀର ଚର୍ଚ୍ଚା ହେବ ।

ଆଜି ଦୁନିଆର କୋଟି କୋଟି ଗରିବ କ୍ଷୁଧା, ଅପପୁଷ୍ଟି ଏବଂ ଦାରିଦ୍ର୍ୟ ଭଳି ଆହ୍ୱାନ ସହିତ ସଂଘର୍ଷ କରୁଛନ୍ତି । ଏହି ଆହ୍ୱାନର ମୁକାବିଲା କରିବା ପାଇଁ ବିଜ୍ଞାନ ଓ ବୈଷୟିକ ଜ୍ଞାନର ଭୁମିକା ବହୁତ ଗୁରୁତ୍ୱପୂର୍ଣ୍ଣ । ଏହି କଥା ଉପରେ ବିଚାର ବିମର୍ଶ ଆବଶ୍ୟକ । କରଣ ଏହି ସମସ୍ୟାର ସମାଧାନର ସୂତ୍ର ବାହାର କରିବା ସମୟରେ ନିରନ୍ତର ବିକାଶ ଏବଂ ଜୈବ ବିବିଧତାର ସଂରକ୍ଷଣ ଭଳି ମହତ୍ୱପୂର୍ଣ୍ଣ ବିଷୟକୁ ଅଣଦଖା ନ କରିବା ଦରକାର ।

ମୋର ସାଥୀମାନେ, ଆଗାମୀ ପିଢୀ ହେଉଛନ୍ତି ଆମ କୃଷି ଜୈବ ବିବିଧତାର ଉତ୍ତରାଧିକାରୀ, ଏବଂ ଆମେ କେବଳ ଏହାର ସଂରକ୍ଷକ । ଏଥିପାଇଁ ଆମେ ସବୁ ମିଳିମିଶି ସାମୁହିକ ପ୍ରୟାସ ଜରିଆରେ ସୁନିଶ୍ଚିତ କରିବା କି, ଏହି ପ୍ରାକୃତିକ ସଂପଦ ଆମେ ଆମ ଆଗାମୀ ପିଢୀ ପାଇଁ ସେହି ରୂପରେ ସମର୍ପି ଦେବା ଯେଉଁ ରୂପରେ ଆମ ପୂର୍ବ ପୁରୁଷ ଆମକୁ ସମର୍ପି ଥିଲେ । ଏହା ସହିତ ପୁଣି ଆଉ ଥରେ ଆପଣ ସମସ୍ତଙ୍କୁ ହୃଦୟର ସହିତ ସ୍ୱାଗତ କରୁଛି, ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India a long-term investment with strong ecomm growth potential: Amazon V-P

Media Coverage

India a long-term investment with strong ecomm growth potential: Amazon V-P
NM on the go

Nm on the go

Always be the first to hear from the PM. Get the App Now!
...
Prime Minister reflects on the divine atmosphere and spiritual joy of worshipping Maa Ambe
March 23, 2026

Prime Minister Shri Narendra Modi today shared his reflections on the spiritual essence of Navratri, emphasizing the profound sense of peace and strength derived from the worship of the Mother Goddess. Shri Modi also shared a devotional hymn dedicated to the Goddess.

The Prime Minister wrote on X:

"मां अम्बे की आराधना से भक्ति का अद्भुत आनंद प्राप्त होता है। इससे मन को असीम शांति और आत्मिक शक्ति मिलती है।"