“ସୁରତ ନଗରୀର ଭବ୍ୟତାରେ ଯୋଡି ହେଲା ଏକ ନୂଆ ହୀରକ”
“ସୁରତ ହୀରା ବଜାର ଭାରତୀୟ ଡିଜାଇନର, ଭାରତ ଡିଜାଇନ୍‌, ସାମଗ୍ରୀ ଓ ପରିକଳ୍ପନାର ଦକ୍ଷତାକୁ ପ୍ରତିପାଦିତ କରେ: ଏହି ଭବନ ନୂଆ ଭାରତର ଦକ୍ଷତା ଓ ସଂକଳ୍ପର ପ୍ରତୀକ”
“ସୁରତ ଆଜି ଲକ୍ଷ ଲକ୍ଷ ଯୁବକ ଯୁବତୀ ପାଇଁ ଏକ ସ୍ୱପ୍ନର ନଗରୀ”
“ସୁରତର ଲୋକେ ମୋଦୀଙ୍କ ଗ୍ୟାରେଣ୍ଟି ବିଷୟରେ ଦୀର୍ଘଦିନରୁ ଅବଗତ”
“ଯଦି ସୁରତ ନିଷ୍ପତ୍ତି ନେବ ତେବେ ଆମ ଦେଶର ଅଳଙ୍କାର ଓ ମଣି ମାଣିକ୍ୟ ଆଦିର ରପ୍ତାନୀ ଦୁଇ ଅଙ୍କ ଛୁଇଁବ”
“ସୁରତ ନିରନ୍ତର ଭାବେ ଆନ୍ତର୍ଜାତିକ ବାଣିଜ୍ୟ କେନ୍ଦ୍ରଗୁଡିକ ସହିତ ସଂଯୋଗ ରକ୍ଷା କରି ଆସୁଛି; ବିଶ୍ୱର ଖୁବ୍ କମ୍ ନଗରୀ ଏଭଳି ଆନ୍ତର୍ଜାତିକ ସମ୍ପର୍କ ରକ୍ଷା କରିଥାନ୍ତି”
“ସୁରତ ଯଦି ଆଗକୁ ବଢିବ, ଗୁଜରାଟ ମଧ୍ୟ ତା’ ସହିତ ଅଗ୍ରଗତି କରିବ; ଗୁଜରାଟର ପ୍ରଗତି ସହିତ ଭାରତ ମଧ୍ୟ ଆଗକୁ ବଢିବ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ସୁରତ ନଗରୀରେ ଏକ ହୀରା ବଜାରର ଉଦ୍‌ଘାଟନ କରିଛନ୍ତି । ସୁରତ ଡାଇମଣ୍ଡ ବର୍ସ ବା ସୁରତ ହୀରକ ବଜାର ନାମରେ ନାମିିତ ଏହି ବଜାର ହୀରା ବ୍ୟବସାୟ ପାଇଁ ପ୍ରସିଦ୍ଧ ସୁରତ ନଗରୀକୁ ନୂତନ ବ୍ୟାବସାୟିକ ସୁବିଧା ସୁଯୋଗ ଯୋଗାଣ ସହିତ ଏକ ନୂତନ ପରିଚୟ ପ୍ରଦାନ କରିବ । ଏହି କାର୍ଯ୍ୟକ୍ରମ ପୂର୍ବରୁ ପ୍ରଧାନମନ୍ତ୍ରୀ ପଞ୍ଚତତ୍ତ୍ୱ ଉଦ୍ୟାନ ପରିଦର୍ଶନ କରିଥିଲେ । ସେ ସୁରତ ଡାଇମଣ୍ଡ ବର୍ସ (ହୀରା ବଜାର)ର ସବୁଜ ଭବନ ଓ ସ୍ପାଇନ-୪କୁ ବୁଲି ଦେଖିଥିଲେ । ଏହା ପରେ ସେ ପରିଦର୍ଶକ ପୁସ୍ତିକାରେ ସ୍ୱାକ୍ଷର କରିଥିଲେ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଦ୍ୱାରା ମଧ୍ୟ ସୁରତ ବିମାନବନ୍ଦରର ନୂଆ ଟର୍ମିନାଲ ବିଲ୍‌ଡିଂ ଉଦ୍‌ଘାଟିତ ହୋଇଥିଲା । 

ସୁରତ ‘ହୀରା ବଜାର’କୁ ଉଦ୍‌ଘାଟନ କରି ପ୍ରଧାନମନ୍ତ୍ରୀ ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇଥିଲେ । ସେ କହିଥିଲେ ଯେ ଏହି ହୀରା ବଜାର ଉଦଘାଟନ୍ ଫଳରେ ସୁରତ ନଗରୀର ଭବ୍ୟତାରେ ଆଉ ଏକ ନୂଆ ହୀରକ ଯୋଡି ହେଲା । ଏହା ମାମୁଲି ହୀରା ନୁହେଁ, ବରଂ ବିଶ୍ୱର ସର୍ବଶ୍ରେଷ୍ଠ ହୀରକ । ସୁରତ ହୀରା ବଜାରର ଚମକ ବିଶ୍ୱର ସର୍ବବୃହତ ପ୍ରାସାଦର ଔଜ୍ୱଲ୍ୟକୁ ମଧ୍ୟ ମ୍ଲାନ କରୁଛି । ପ୍ରଧାନମନ୍ତ୍ରୀ ଏହି ହୀରା ବଜାର ନିର୍ମାଣ ଏବଂ ଏହା ସହିତ ସମ୍ପୃକ୍ତ ଅନ୍ୟାନ୍ୟ ସମସ୍ତ ଆନୁଷଙ୍ଗିକ କାର୍ଯ୍ୟ ନିମନ୍ତେ ଦୁଇଜଣ ଉଦ୍ୟୋଗୀ ଶ୍ରୀ ବଲ୍ଲଭ ଭାଇ ଲଖାନି ଓ ଶ୍ରୀ ଲାଲଜି ଭାଇ ପଟେଲଙ୍କ ଅବଦାନ ଓ ବିନମ୍ରତାର ଉଚ୍ଚ ପ୍ରଶଂସା କରିଥିଲେ । ଏହି ଦୁଇଜଣ ସମସ୍ତଙ୍କୁ ସାଥିରେ ନେଇ ସୁରତ ହୀରା ବଜାର ନିର୍ମାଣ କରିବାରେ ସଫଳ ହୋଇଛନ୍ତି । ଏହା ଏକ ପ୍ରକାଣ୍ଡ ଅଭିଯାନ ଏବଂ ଏଥିରେ ସଫଳ ହେବା ଏକ ଉଲ୍ଲେଖନୀୟ ଉପଲବ୍ଧି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ସୁରତ ହୀରା ବଜାର ସହ ସମ୍ପୃକ୍ତ ସବୁ ବ୍ୟକ୍ତିବିଶେଷଙ୍କୁ ପ୍ରଧାନମନ୍ତ୍ରୀ ଏହି ଅବସରରେ ଅଭିନନ୍ଦନ ଜଣାଇଥିଲେ । 

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସୁରତ ହୀରା ବଜାର ପ୍ରତିଷ୍ଠା ହୋଇଥିବାରୁ ବିଶ୍ୱର ପ୍ରମୁଖ ହୀରା ବଜାରରେ ଯେତେବେଳେ ଏହାର ବେପାର ବଣିଜ କଥା ଆଲୋଚନା ହେବ ସେତେବେଳେ ସୁରତ ସହିତ ସମଗ୍ର ଭାରତର ଗର୍ବ ଓ ଗୌରବ କଥା ଉଠିବ । ସୁରତ ହୀରା ବଜାର ଭାରତୀୟ ଡିଜାଇନ, ଡିଜାଇନର, ସାମଗ୍ରୀ ଓ ପରିକଳ୍ପନା ଦକ୍ଷତାକୁ ପ୍ରତିପାଦନ କରୁଛି । ଏହି ଭବନ ନୂଆ ଭାରତର ଦକ୍ଷତା ଓ ସଂକଳ୍ପର ପ୍ରତୀକ । ଏଭଳି ଏକ ଆନୁଷ୍ଠାନିକ ସଂଗଠିତ ଓ ଅତ୍ୟାଧୁନିକ ହୀରା ବଜାର ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସମଗ୍ର ହୀରା ଉଦ୍ୟୋଗ, ସୁରତ ଓ ଗୁଜରାଟର ଜନସାଧାରଣ ଏବଂ ଭାରତବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ । 

ସେ ମଧ୍ୟ ସୁରତ ହୀରା ବଜାର ବୁଲି ଦେଖିବାର ଅଭିଜ୍ଞତା ବର୍ଣ୍ଣନା କରିଥିଲେ । ଏହି ଭବନର ସ୍ଥାପତ୍ୟ, ସବୁଜ ଭବନ (ଗ୍ରୀନ୍ ବିଲ୍‌ଡିଂ)କୁ ମଧ୍ୟ ପ୍ରଶଂସା କରିଥିଲେ । ଏଭଳି ପରିବେଶ ଅନୁକୂଳ ଭବନ ସମଗ୍ର ବିଶ୍ୱ ପାଇଁ ଉଦାହରଣ ହୋଇପାରିବ ବୋଲି ମତ ଦେଇଥିଲେ । ସେ କହିଥିଲେ ଯେ ଯେଉଁ ଢାଞ୍ଚାରେ ଏହି ଭବନ ନିର୍ମିତ ହୋଇଛି ସେଥିରୁ ସ୍ଥାପତ୍ୟ ଓ ଷ୍ଟ୍ରକ୍‌ଚରାଲ ଇଞ୍ଜିନିୟରିଂର ବିଦ୍ୟାର୍ଥୀମାନେ ଅନେକ କିଛି ଶିଖିବାକୁ ପାଇବେ । ସେ ଆହୁରି କହିଥିଲେ ଯେ ‘ପଞ୍ଚତତ୍ୱ ଗାର୍ଡେନ’ଯେଉଁ ଶୈଳୀରେ ନିର୍ମିତ ହୋଇଛି ତାହା ଲ୍ୟାଣ୍ଡ ସ୍କେପିଂ (ଭୂ-ଦୃଶ୍ୟାବଳୀ)ର ଏକ ଶିକ୍ଷଣୀୟ ନମୁନା ।

 

ସୁରତର ଅନ୍ୟ ଦୁଇଟି ଉପହାର ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସୁରତ ବିମାନ ବନ୍ଦରର ନୂଆ ଟର୍ମିନାଲର ଉଦ୍‌ଘାଟନ ଏବଂ ଏହି ବିମାନ ବନ୍ଦରର ପାହ୍ୟା ବୃଦ୍ଧି କରି ଏହାକୁ ଆନ୍ତର୍ଜାତିକ ମାନ୍ୟତା ପ୍ରଦାନ ଏହି ହୀରକ ନଗରୀର ବାୟୁସେବାକୁ ପ୍ରସାରିତ କରିବ । ଏହା ଦ୍ୱାରା ନଗରବାସୀଙ୍କୁ ନୂତନ ସୁବିଧା ମିଳିବା ସହିତ ବ୍ୟବସାୟ ବାଣିଜ୍ୟ ସୁଗମ ହେବ । ନଗରବାସୀଙ୍କର ଏହି ଦୁଇଟି ଦୀର୍ଘକାଳୀନ ଦାବି ପୂରଣ ହୋଇଥିବାରୁ ଉପସ୍ଥିତ ଲୋକେ ପ୍ରଧାନମନ୍ତ୍ରୀଙ୍କ କଥାକୁ ବିପୁଳ କର ତାଳି ଦେଇ ସମର୍ଥନ ଜଣାଇଥିଲେ । 

ସୁରତ ନଗରୀ ସହିତ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ଓ ଅନୁଭବ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଠାରେ ‘ସବ୍‌କା ସାଥ୍‌, ସବ୍‌କା ପ୍ରୟାସ’ର ଭାବନା ଓ ଉତ୍ସାହ ରହିଛି । ସୁରତ ମାଟି ମଧ୍ୟ ଦେଶର ଅନ୍ୟ ଭାଗର ଭୂମିଠାରୁ ସ୍ୱତନ୍ତ୍ର । ଏହି ଅଞ୍ଚଳରେ ଉତ୍ପାଦିତ ହେଉଥିବା ‘କପା’ର ପଟାନ୍ତର ନାହିଁ । ଉତ୍‌ଥାନ ପତନ ଦେଇ ଇତିହାସ ପୃଷ୍ଠାରେ ଗତି କରି ଶେଷରେ ଏକ ପରିଚୟ ପାଇଥିବା ଏହି ନଗରୀ ବ୍ରିଟିଶମାନଙ୍କୁ ପ୍ରଥମେ ଆକର୍ଷିତ କରିଥିଲା । ସୁରତ ମଧ୍ୟ ବିଶ୍ୱର ସର୍ବବୃହତ୍ ଜାହାଜ ନିର୍ମାଣ କେନ୍ଦ୍ର ଥିଲା । ସୁରତ ବନ୍ଦରରେ ୮୪ଟି ଦେଶର ଜାହାଜ ଲଙ୍ଗର ପକାଉଥିଲେ ଏବଂ ସେ ସବୁ ଦେଶର ପତାକା ଉଡୁଥିଲା । ଏବେ ସେହି ସଂଖ୍ୟା ୧୨୫କୁ ବୃଦ୍ଧି ପାଇବ । ପ୍ରଧାନମନ୍ତ୍ରୀ ମଧ୍ୟ ସହରର ବନ୍ୟା ଓ ବ୍ୟାଧି ବିପତ୍ତି କଥା ତାଙ୍କ ଭାଷଣରେ ଉଲ୍ଲେଖ କରି ସହରବାସୀ କିପରି ଅକଥନୀୟ ଦୁର୍ଦ୍ଦଶା ଅତୀତରେ ଭୋଗିଥିଲେ ତାହା କହିଥିଲେ । ସେତେବେଳେ ସୁରତ ନଗରୀର ଚେତନାକୁ ବାହାରର ବହୁ ଲୋକ ପ୍ରଶ୍ନ କରିଥିଲେ । ତେବେ ନଗରବାସୀ ସେ ବିପତ୍ତିର ମୁକାବିଲା କରି ପୁନର୍ବାର ସ୍ୱାଭାବିକ ଜୀବନଯାପନ କରିବାରେ ସଫଳ ହୋଇଥିଲେ । ଏବେ ସୁରତ ବିଶ୍ୱର ଶ୍ରେଷ୍ଠ ୧୦ ଅଭିବୃଦ୍ଧିଶାଳୀ ନଗରୀ ମଧ୍ୟରେ ସ୍ଥାନ ପାଇବା ଏକ ବଡ ସଫଳତା । ପ୍ରଧାନମନ୍ତ୍ରୀ ସୁରତର ଷ୍ଟ୍ରୀଟ୍‌ଫୁଡ୍ (ରାସ୍ତାରେ ବିକ୍ରି ହେଉଥିବା ଖାଦ୍ୟ), ଏହାର ପରିଷ୍କାର ପରିଚ୍ଛନ୍ନତା, ଦକ୍ଷତା ବିକାଶ ଆଦି ସମ୍ପର୍କରେ କହିଥିଲେ । ସେ କହିଥିଲେ ଯେ ସୁରତ ଯାହା ଏକଦା ସୂର୍ଯ୍ୟନଗରୀ ନାମରେ ପରିଚିତ ଥିଲା ତାହା କାଳକ୍ରମେ ହୀରକ ନଗରୀ, ରେଶମୀ ନଗରୀ (ସିଲକ୍ ସିଟି) ଓ ବ୍ରିଜ୍ ସିଟି (ସେତୁନଗରୀ)ରେ ପରିଣତ ହୋଇଛି । ନଗରୀର କିଛି ପରିବର୍ତ୍ତନ ପଛରେ ରହିଛି ଏଠାକାର ଲୋକଙ୍କ କଠିନ ପରିଶ୍ରମ ଓ ତ୍ୟାଗ । “ଆଜି ସୁରତ ଦେଶର ଲକ୍ଷ ଲକ୍ଷ ଯୁବକଯୁବତୀଙ୍କର ସ୍ୱପ୍ନର ନଗରୀ ପାଲଟିଛି” ପୋଲି ସେ କହିଥିଲେ । ସୁରତ ସହରରେ ଆଇଟି ଶିଳ୍ପୀର ଦ୍ରୁତ ବିକାଶ ସମ୍ପର୍କରେ ଉଲ୍ଲେଖ କରିବା ସହିତ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଡାଇମଣ୍ଡ ବର୍ସ ବା ହୀରକ ବଜାର ପାଇଁ ଯେଉଁ ଭବ୍ୟ ଭବନ ନିର୍ମାଣ କରାଯାଇଛି ତାହା ଆଧୁନିକ ସୁରତ ନଗରୀର ମର୍ଯ୍ୟାଦା ଅନୁରୂପ ହୋଇଛି ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସୁରତର ଜନସାଧାରଣ ଦୀର୍ଘଦିନ ଧରି ମୋଦୀ ଗ୍ୟାରେଣ୍ଟି ବିଷୟରେ ଭଲଭାବେ ଅବଗତ । ଏହି ହୀରା ବଜାର ନିର୍ମାଣ ମୋଦୀ ଗ୍ୟାରେଣ୍ଟିର ଏକ ଫଳ । ୨୦୧୪ରେ ଦିଲ୍ଳୀରେ ଅନୁଷ୍ଠିତ ବିଶ୍ୱ ହୀରକ ସମ୍ମେଳନ ଅବସରରେ ସେ ହୀରା ବ୍ୟବସାୟ ସହିତ ସମ୍ପୃକ୍ତ ଭାରତୀୟଙ୍କ ସହିତ କଥା ହୋଇ ସେମାନଙ୍କ ଅଭାବ ଅସୁବିଧା ବୁଝିଥିଲେ । ଏହା ପରେ ଦେଶର ହୀରା ଉଦ୍ୟୋଗ ପାଇଁ ସ୍ୱତନ୍ତ୍ର ବିଜ୍ଞପିତ ଜୋନ ଘୋଷଣା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହି ପ୍ରୟାସରୁ ଆଜି “ସୁରତ ଡାଇମଣ୍ଡ ବର୍ସ” ବା ହୀରା ବଜାର ନିର୍ମାଣ ସମ୍ଭବ ହୋଇଛି । ଗୋଟିଏ ଛାତତଳେ ହୀରା କଟେଇ, ସଫେଇ, ଡିଜାଇନ, ଗହଣା ପ୍ରସ୍ତୁତି, ବିକ୍ରିବଟା, ରପ୍ତାନୀ ସବୁ ହୋଇପାରିବ । ଗୋଟିଏ ସ୍ଥାନରେ ମାଲିକ, କାରିଗର, ବ୍ୟବସାୟୀ, କ୍ରେତା ଏକତ୍ର ହୋଇପାରିବେ। ଏହା ଏକ ‘ୱାନ ଷ୍ଟପ୍ ସପ୍‌’ରେ ପରିଣତ ହୋଇଛି । ଏଠାରେ ଇଣ୍ଟର ନ୍ୟାଶନାଲ ବ୍ୟାଙ୍କିଙ୍ଗ୍‌, ସେଫ୍ ଭଲ୍ଟ ଓ ଜୁଏଲାରୀ ମଲ୍ ସୁବିଧା ଉପଲବ୍ଧ । ଏଠାରେ ୧.୫ଲକ୍ଷ ନିଯୁକ୍ତି ସୃଷ୍ଟି ହେବ ବୋଲି ସେ ସୂଚନା ଦେଇଥିଲେ । ସୁରତକୁ ମିଶାଇ ଗୁଜରାଟରେ ଏବେ ତିନିଟି ଆନ୍ତର୍ଜାତିକ ବିମାନ ବନ୍ଦର କାର୍ଯ୍ୟକ୍ଷମ । ସୁରତରୁ ଦୁଇାଇ ଓ ହଂକଂ କୁ ଖୁବ୍ ଶୀଘ୍ର ସିଧା ବିମାନ ସେବା ଆରମ୍ଭ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । 

ସୁରତର ଦକ୍ଷତା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱ ଅର୍ଥନୀତିରେ ଭାରତ ଦଶମରୁ ପଂଚମ ସ୍ଥାନକୁ ଉଠିବା ଏଭଳି ଅଭିବୃଦ୍ଧିଶୀଳ ନଗରୀର ବିଶେଷ ଭୂମିକା ରହିଛି । ମୋଦୀଙ୍କ ତୃତୀୟ ପାଳି ଶାସନରେ ଭାରତ ବିଶ୍ୱର ତୃତୀୟ ବୃହତ୍ ଅର୍ଥନୀତିରେ ପରିଣତ ହେବ । ଆସନ୍ତା ୨୫ ବର୍ଷ ପାଇଁ ସରକାର ଦେଶର ବିକାଶର ଏକ ନକ୍‌ସ।। ପ୍ରସ୍ତୁତ କରିଛନ୍ତି । ତଦନୁସାରେ କାମ ହେଉଛି, ଦେଶର ଅର୍ଥନୀତିକୁ ୫ଟ୍ରିଲିୟନରୁ ୧୦ ଟ୍ରିଲିୟନରେ ପହଞ୍ଚାଇବାକୁ ଯୋଜନାବଦ୍ଧଭାବେ ସରକାର କାମ କରୁଛନ୍ତି । 

 

ପ୍ରଧାନମନ୍ତ୍ରୀ ଦେଶର ରପ୍ତାନୀ ବୃଦ୍ଧି ଉପରେ ଆଲୋକପାତ କରିବା ସହିତ କହିଥିଲେ ଯେ ଏଥିରେ ହୀରା ଉଦ୍ୟୋଗର ଏକ ବଡ ଭୂମିକା ରହିବ । ସୁରତର ଉଦ୍ୟୋଗପତିମାନେ ରପ୍ତାନୀ ବୃଦ୍ଧିରେ ପ୍ରମୁଖ ଦାୟିତ୍ୱ ନିର୍ବାହ କରିବାକୁ ସେ ଆହ୍ୱାନ ଦେଇଥିଲେ । ସେ ଆହୁରି କହିଥିଲେ ଯେ ଭାରତର ସିଲଭର କଟ୍ ଡାଇମଣ୍ଡ ଓ ପରୀକ୍ଷାଗାରରେ ଉତ୍ପାଦିତ ହୀରା ସମେତ ହୀରାଗହଣାର ଚାହିଦା ବିଦେଶରେ ଭଲ । ଏହା ସତ୍ୱେ ବିଶ୍ୱ ହୀରା ଓ ଅଳଙ୍କାର ରପ୍ତାନୀରେ ଭାରତର ଅଂଶ ମାତ୍ର ୩.୫ ଶତାଂଶ । ‘ସୁରତ ନଗରୀ ଯଦି ନିଷ୍ପତ୍ତି ନେବ ତେବେ ଭାରତର ହୀରା, ରତ୍ନ, ମାଣିକ୍ୟପଥର ଓ ଗହଣା ରପ୍ତାନୀ ପରିମାଣ ଯଥେଷ୍ଟ ବଢି ପାରିବ । ଏବେ ଏହା ଏକ ଅଙ୍କରେ ଥିବାବେଳେ ଏହା ଦୁଇ ଅଙ୍କରେ ପହଞ୍ଚିପାରିବ । ଏହି କ୍ଷେତ୍ର ପାଇଁ ସରକାର ଦେଇଥିବା ପ୍ରୋତ୍ସାହନ ସମ୍ପର୍କରେ ସେ ଦୋହରାଇଥିଲେ । ଏହାକୁ ସରକାର ରପ୍ତାନୀ ପାଇଁ ଏକ ‘ଫୋକ୍‌ସ୍ ଏରିଆ’ ଭାବେ ଘୋଷଣା କରିଛନ୍ତି । ଏହା ଛଡା ପ୍ୟାଟେଣ୍ଟ ହୋଇଥିବା ଡିଜାଇନକୁ ପ୍ରୋତ୍ସାହନ, ଉତ୍ତମ ବୈଷୟିକ ସହଯୋଗ ଓ ସବୁଜ (ପରୀକ୍ଷାଗାରରେ ପ୍ରସ୍ତୁତ ) ହୀରା ଉତ୍ପାଦନ ନିମନ୍ତେ ବଜେଟରେ ଅର୍ଥ ବ୍ୟବସ୍ଥା କଥା ସେ କହିଥିଲେ । ପ୍ରଧାନମନ୍ତ୍ରୀ ହୀରା ଉଦ୍ୟୋଗକୁ “ମେକ୍ ଇନ୍ ଇଣ୍ଡିଆ”ର ଏକ ବ୍ରାଣ୍ଡରେ ପରିଣତ କରିବାକୁ ଆହ୍ୱାନ ଦେଇଥିଲେ । ।

ସୁରତ ଲୋକଙ୍କ ଦକ୍ଷତା ଏବଂ ଏଠାକାର ସମ୍ଭାବନାକୁ ଦେଖି କେନ୍ଦ୍ର ସରକାର ଏହି ନଗରୀର ସାମର୍ଥ୍ୟ ବଢାଇବାକୁ ଉଦ୍ୟମ କରୁଛନ୍ତି । ଏଥି ପାଇଁ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି । ଆନ୍ତର୍ଜାତିକ ବିମାନ ବନ୍ଦର, ମେଟ୍ରୋ ରେଲ ସେବା, ସୁରତ ସହିତ ହାଜିରା ବନ୍ଦରର ବିକାଶ, ଗଭୀର ଜଳ ଏଲ୍‌ଏନ୍‌ଜି ଟର୍ମିନାଲ ଓ ମଲ୍ଟି କାର୍ଗୋ ପୋର୍ଟ ଆଦି ଫଳରେ ସୁରତ ଏକ ବିଶ୍ୱର ଆନ୍ତର୍ଜାତିକ ବାଣିଜ୍ୟ କେନ୍ଦ୍ରଗୁଡିକ ସହିତ ସମ୍ପୃକ୍ତ । ବିଶ୍ୱର ଖୁବ୍ କମ୍ ନଗରୀରେର ଏଭଳି ଆନ୍ତର୍ଜାତିକ ସଂଯୋଗ ସୁବିଧା ରହିଛି । ବୁଲେଟ୍ ଟ୍ରେନ ପ୍ରକଳ୍ପ ସହିତ ସୁରତକୁ ସଂଯୋଗ କରିବା ଏବଂ ନିର୍ମାଣାଧୀନ ୱେଷ୍ଟର୍ଣ୍ଣ ଡେଡିକେଟେଡ୍ ଫ୍ରେଟ୍ କରିଡର ଦ୍ୱାରା ଏହି ନଗରୀ ବିଶେଷ ଉପକୃତ ହେବ । ରେଳ କରିଡର ଦ୍ୱାରା ସୁରତ ଉତ୍ତର ଓ ପୂର୍ବ ଭାରତ ସହିତ ସିଧାସଳଖ ସମ୍ପୃକ୍ତ ହୋଇପାରିବ । ଏହା ଫଳରେ ବାଣିଜ୍ୟ ବ୍ୟବସାୟ ସୁଗମ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । 

ପ୍ରଧାନମନ୍ତ୍ରୀ କହିଥିଲେ ,“ସୁରତ ଯଦି ଆଗକୁ ବଢିବ, ଗୁଜରାଟ ମଧ୍ୟ ତା’ ସହିତ ଅଗ୍ରଗତି କରିବ; ଗୁଜରାଟର ପ୍ରଗତି ସହିତ ଭାରତ ମଧ୍ୟ ଆଗକୁ ବଢିବ ।”

ଆସନ୍ତା ମାସରେ “ଭାଏବ୍ରାଣ୍ଡ ଗୁଜରାଟ ସମ୍ମିଟ୍‌’ ଆୟୋଜିତ ହେଉଛି । ଏହି ବ୍ୟାବସାୟିକ ଶିଖର ବାର୍ତ୍ତାର ସଫଳତା କାମନା କରି ପ୍ର୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ତାଙ୍କର ଭାଷଣ ଶେଷ କରିଥିଲେ । 

ଏହି କାର୍ଯ୍ୟକ୍ରମରେ ଗୁଜରାଟର ରାଜ୍ୟପାଳ ଶ୍ରୀ ଆଚାର୍ଯ୍ୟ ଦେବବ୍ରତ, ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲ, କେନ୍ଦ୍ରମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡବୀୟକ ଓ ଶ୍ରୀ ପୁରୁଷୋତ୍ତମ ରୁପାଲା, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ଦର୍ଶନା ଜରଦୋଶ, ସାଂସଦ ଶ୍ରୀ ସି. ଆର ପାଟିଲ, ସୁରତ ଡାଇମଣ୍ଡ ବର୍ସର ଅଧ୍ୟକ୍ଷ ଶ୍ରୀ ବଲ୍ଲଭ ଭାଇ ଲଖାନୀ, ଧର୍ମନନ୍ଦନ ଡାଇମଣ୍ଡ ଲିଃର ଶ୍ରୀ ଲାଲଜୀ ଭାଇ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ ।

ସୁରତ ଡାଇମଣ୍ଡ ବର୍ସ (ହୀରା ବଜାର) ଆନ୍ତର୍ଜାତିକ ହୀରା ଓ ଅଳଙ୍କାର କାରବାର କ୍ଷେତ୍ରରେ ବିଶ୍ୱର ସର୍ବବୃହତ୍ ବଜାର ହେବ । ଏଠାରେ ଉଭୟ ପଲିସ୍ ଓ ଅଣପଲିସ୍ ହୀରା ଆନ୍ତର୍ଜାତିକ କାରବାର ପାଇଁ ମିଳିବ । ଏହା ବିଶ୍ୱର ସବୁଠୁ ଉନ୍ନତ ଏବଂ ଅତ୍ୟାଧୁନିକ ଟେକ୍‌ନୋଲୋଜି ଥିବା ହୀରା ବଜାର । ଏଠାରେ ରପ୍ତାନୀ ପାଇଁ ସୀମା ଶୁଳ୍କ କ୍ଲିୟରିଂ ହାଉସ, ଖୁଚୁରା ଅଳଙ୍କାର ଓ ହିରା କିଣିବାକୁ ମଲ୍‌, ଆନ୍ତର୍ଜାତିକ ବ୍ୟାଙ୍କିଙ୍ଗ ଓ ସେଫ୍ ଭଲ୍ଟ ଉପଲବ୍ଧ ।

 

 

 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi inaugurates Micron’s ₹22,516-crore ATMP facility in Gujarat; calls chips ‘Regulator of 21st century’

Media Coverage

PM Modi inaugurates Micron’s ₹22,516-crore ATMP facility in Gujarat; calls chips ‘Regulator of 21st century’
NM on the go

Nm on the go

Always be the first to hear from the PM. Get the App Now!
...
PM Modi offers prayers at Arulmigu Subramaniyaswamy Temple, Thirupparankundram in Madurai
March 01, 2026

The Prime Minister, Shri Narendra Modi, visited and offered prayers at the Arulmigu Subramaniyaswamy Temple in Thirupparankundram, Madurai today.

During his visit to the sacred temple, the Prime Minister sought blessings for the peace, prosperity, and well-being of all citizens. The Prime Minister expressed his hope that Lord Murugan would continue to guide us with strength, courage, and wisdom.

The Prime Minister shared his sentiments with the invocation, "Vetrivel Muruganukku Arogara!"

The Prime Minister Shared on X:

"Vetrivel Muruganukku Arogara!

Prayed at the Arulmigu Subramaniyaswamy Temple, Thirupparankundram, Madurai.

Sought blessings for peace, prosperity and the well-being of all. May Lord Murugan always guide us with strength, courage and wisdom."