ପ୍ରାୟ ୯୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଓଖା ମୁଖ୍ୟ ଭୂମି ଏବଂ ଭେଟ ଦ୍ୱାରକା ଦ୍ୱୀପକୁ ସଂଯୋଗ କରୁଥିବା ସୁଦର୍ଶନ ସେତୁକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉଦଘାଟନ କରିଛନ୍ତି । ଏହା ପ୍ରାୟ ୨.୩୨ କିଲୋମିଟର ବିଶିଷ୍ଟ ଦେଶର ସବୁଠାରୁ ଲମ୍ବା କେବୁଲ ଷ୍ଟେଡ୍ ବ୍ରିଜ୍‌ ଅଟେ ।

 

ପ୍ରଧାନମନ୍ତ୍ରୀ ଟ୍ବିଟର ରେ ପୋଷ୍ଟ କରିଛନ୍ତି:

ପ୍ରାୟ ୯୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଓଖା ମୁଖ୍ୟ ଭୂମି ଓ ଭେଟ ଦ୍ୱାରକା ଦ୍ୱୀପକୁ ସଂଯୋଗ କରୁଥିବା ସୁଦର୍ଶନ ସେତୁ। ଏହା ପ୍ରାୟ ୨.୩୨ କିଲୋମିଟର ବିଶିଷ୍ଟ ଦେଶର ସବୁଠାରୁ ଲମ୍ବା କେବୁଲ ଷ୍ଟେଡ୍ ବ୍ରିଜ୍ ।

 

"ଚମତ୍କାର ସୁଦର୍ଶନ ସେତୁ!"

 

 

ପୃଷ୍ଠଭୂମି

ସୁଦର୍ଶନ ସେତୁର ଏକ ନିଆରା ଡିଜାଇନ୍ ରହିଛି, ଯେଉଁଥିରେ ଶ୍ରୀମଦ୍ ଭଗବତ ଗୀତାର ଶବ୍ଦ ଏବଂ ଉଭୟ ପାର୍ଶ୍ୱରେ ଭଗବାନ କୃଷ୍ଣଙ୍କ ପ୍ରତିମୂର୍ତ୍ତି ରେ ସଜ୍ଜିତ ଫୁଟପାଥ୍ ରହିଛି। ଏଥିରେ ଫୁଟପାଥର ଉପର ଭାଗରେ ସୌର ପ୍ୟାନେଲ ମଧ୍ୟ ଲଗାଯାଇଛି, ଯାହା ଏକ ମେଗାୱାଟ ବିଦ୍ୟୁତ ଉତ୍ପାଦନ କରିବ।  ଏହି ସେତୁ ପରିବହନକୁ ସହଜ କରିବ ଏବଂ ଦ୍ୱାରକା ଏବଂ ଭେଟ-ଦ୍ୱାରକା ମଧ୍ୟରେ ଯାତ୍ରା କରୁଥିବା ଶ୍ରଦ୍ଧାଳୁଙ୍କ ସମୟକୁ ଯଥେଷ୍ଟ ହ୍ରାସ କରିବ । ସେତୁ ନିର୍ମାଣ ପୂର୍ବରୁ ଭେଟ ଦ୍ୱାରକାରେ ପହଞ୍ଚିବା ପାଇଁ ତୀର୍ଥଯାତ୍ରୀମାନଙ୍କୁ ଡଙ୍ଗା ପରିବହନ ଉପରେ ନିର୍ଭର କରିବାକୁ ପଡୁଥିଲା । ଏହି ଆଇକନିକ୍ ବ୍ରିଜ୍ ଦେବଭୂମି ଦ୍ୱାରକାର ଏକ ପ୍ରମୁଖ ପର୍ଯ୍ୟଟନ ଆକର୍ଷଣ ଭାବେ ମଧ୍ୟ କାର୍ଯ୍ୟ କରିବ।

 

ପ୍ରଧାନମନ୍ତ୍ରୀଙ୍କ ସହ ଗୁଜରାଟର ରାଜ୍ୟପାଳ ଶ୍ରୀ ଆଚାର୍ଯ୍ୟ ଦେବବ୍ରତ, ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲ ଏବଂ ସାଂସଦ ଶ୍ରୀ ସିଆର ପାଟିଲ ଉପସ୍ଥିତ ଥିଲେ । 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Modi Govt’s 12 years are transformational for industry’

Media Coverage

‘Modi Govt’s 12 years are transformational for industry’
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 12, 2026
June 12, 2026

Breaking Barriers, Building Bharat: PM Modi’s Historic Push for Gender Equality and Inclusive Growth