ସ୍କାଏରୁଟର ପ୍ରଥମ କକ୍ଷପଥ ରକେଟ୍, ବିକ୍ରମ-1 ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ; ଏହା ପୃଥିବୀର କକ୍ଷପଥକୁ ଉପଗ୍ରହ ପ୍ରକ୍ଷେପଣ କରିବାର କ୍ଷମତା ରଖିଛି
ଆମର ଯୁବ ଶକ୍ତି ନିଜର ନବସୃଜନ, ସାହସିକ ପଦକ୍ଷେପ ଗ୍ରହଣ କରିବାର କ୍ଷମତା ଏବଂ ଉଦ୍ୟମିତା ସହ ନୂତନ ଶିଖରରେ ପହଞ୍ଚିଛି: ପ୍ରଧାନମନ୍ତ୍ରୀ
ବିଗତ କିଛି ଦଶନ୍ଧି ମଧ୍ୟରେ ଭାରତର ମହାକାଶ ଯାତ୍ରାକୁ ନୂତନ ଶିଖରରେ ପହଞ୍ଚାଇଛି ଇସ୍ରୋ; ନିଜର ବିଶ୍ୱସନୀୟତା, କ୍ଷମତା ଏବଂ ମୂଲ୍ୟ ମାଧ୍ୟମରେ ଭାରତ ବିଶ୍ୱ ମହାକାଶ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ: ପ୍ରଧାନମନ୍ତ୍ରୀ
ଗତ ଛଅରୁ ସାତ ବର୍ଷ ମଧ୍ୟରେ, ଭାରତ ଏହାର ମହାକାଶ କ୍ଷେତ୍ରକୁ ଏକ ମୁକ୍ତ, ସହଯୋଗପୂର୍ଣ୍ଣ ଏବଂ ନବସୃଜନ ଆଧାରିତ ଇକୋସିଷ୍ଟମରେ ପରିଣତ କରିଛି: ପ୍ରଧାନମନ୍ତ୍ରୀ
ସରକାର ମହାକାଶ କ୍ଷେତ୍ରକୁ ଉନ୍ମୁକ୍ତ କରିବା ପରେ ଆମର ଯୁବପିଢ଼ି ବିଶେଷ କରି ଜେନ୍‌ ଜି ଏହି ସୁଯୋଗର ସର୍ବାଧିକ ଉପଯୋଗ କରିବା ପାଇଁ ଆଗକୁ ଆସିଥିଲେ: ପ୍ରଧାନମନ୍ତ୍ରୀ
ଭାରତ ପାଖରେ ମହାକାଶ କ୍ଷେତ୍ରରେ ଯେଉଁ କ୍ଷମତା ରହିଛି ତାହା ବିଶ୍ୱର ମାତ୍ର ହାତ ଗଣତି ଦେଶ ପାଖରେ ରହିଛି: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ତେଲଙ୍ଗାନାର ହାଇଦ୍ରାବାଦରେ ସ୍କାଏରୁଟର ଇନଫିନିଟି କ୍ୟାମ୍ପସକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ, ଆଜି ଦେଶର ମହାକାଶ କ୍ଷେତ୍ରରେ ଅଭୂତପୂର୍ବ ସୁଯୋଗ ସୃଷ୍ଟି ହୋଇଛି । ଭାରତର ମହାକାଶ ଇକୋସିଷ୍ଟମ ଘରୋଇ କ୍ଷେତ୍ରର ସମ୍ପୃକ୍ତି ସହ ଉଲ୍ଲେଖନୀୟ ପ୍ରଗତି ହାସଲ କରୁଛି। ସ୍କାଏରୁଟର ଇନଫିନିଟି କ୍ୟାମ୍ପସ ଭାରତର ନୂତନ ଚିନ୍ତାଧାରା, ନବସୃଜନ ଓ ଯୁବଶକ୍ତିକୁ ପ୍ରତିଫଳିତ କରେ ଏବଂ ଦେଶର ଯୁବପିଢ଼ିଙ୍କ ନବସୃଜନ, ବିପଦ ଗ୍ରହଣ କ୍ଷମତା ଓ ଉଦ୍ୟମିତା ନୂତନ ଉଚ୍ଚତାରେ ପହଞ୍ଚିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଶ୍ରୀ ମୋଦୀ କହିଥିଲେ, ଆଜିର କାର୍ଯ୍ୟକ୍ରମ ଆଗାମୀ ସମୟରେ ବିଶ୍ୱ ଉପଗ୍ରହ ପ୍ରକ୍ଷେପଣ ଇକୋସିଷ୍ଟମରେ ଭାରତ କିପରି ଏକ ଅଗ୍ରଣୀ ରାଷ୍ଟ୍ର ଭାବରେ ଉଭା ହେବାକୁ ଯାଉଛି ତାହାର ପ୍ରତିଫଳନ। ପ୍ରଧାନମନ୍ତ୍ରୀ ଶ୍ରୀ ପବନ କୁମାର ଚନ୍ଦନା ଏବଂ ଶ୍ରୀ ନାଗା ଭରତ ଡାକାଙ୍କୁ ଶୁଭକାମନା ଜଣାଇଥିଲେ। ସେ କହିଥିଲେ ଯେ ଏହି ଦୁଇ ଯୁବ ଉଦ୍ୟୋଗୀ ଦେଶର ଅଗଣିତ ଯୁବ ମହାକାଶ ଉଦ୍ୟୋଗୀଙ୍କ ପାଇଁ ପ୍ରେରଣା। ଉଭୟ ନିଜ ଉପରେ ବିଶ୍ୱାସ କରିଥିଲେ, ସାହସିକ ପଦକ୍ଷେପ ନେବାକୁ ପଛଘୁଞ୍ଚା ଦେଇ ନଥିଲେ, ଏବଂ ଫଳସ୍ୱରୂପ ସମଗ୍ର ଦେଶ ଆଜି ସେମାନଙ୍କର ସଫଳତା ଦେଖୁଛି, ଦେଶ ସେମାନଙ୍କୁ ନେଇ ଗର୍ବିତ ଅନୁଭବ କରୁଛି ବୋଲି ସେ କହିଥିଲେ।

ଶ୍ରୀ ମୋଦୀ କହିଥିଲେ, ଭାରତର ମହାକାଶ ଯାତ୍ରା ସୀମିତ ସମ୍ବଳ ସହିତ ଆରମ୍ଭ ହୋଇଥିଲା କିନ୍ତୁ ଦେଶର ମହତ୍ୱାକାଂକ୍ଷା କେବେବି ସୀମିତ ନଥିଲା। ସାଇକେଲରେ ରକେଟ୍ ଯନ୍ତ୍ରାଂଶ ବୋହିବା ଠାରୁ ଆରମ୍ଭ କରି ବିଶ୍ୱର ସବୁଠାରୁ ନିର୍ଭରଯୋଗ୍ୟ ପ୍ରକ୍ଷେପଣ ଯାନ ବିକଶିତ କରିବା ପର୍ଯ୍ୟନ୍ତ, ଭାରତ ପ୍ରମାଣ କରିଛି ଯେ ସ୍ୱପ୍ନର ଉଚ୍ଚତା ସମ୍ବଳ ଦ୍ୱାରା ନୁହେଁ ବରଂ ସଂକଳ୍ପ ଦ୍ୱାରା ନିର୍ଣ୍ଣୟ କରାଯାଏ। ପ୍ରଧାନମନ୍ତ୍ରୀ କହିଥିଲେ, ଇସ୍ରୋ ଅନେକ ଦଶନ୍ଧି ଧରି ଭାରତର ମହାକାଶ ଯାତ୍ରାକୁ ନୂତନ ଶିଖରରେ ପହଞ୍ଚାଇଛି ଏବଂ ଏହା ବିଶ୍ୱସନୀୟତା, କ୍ଷମତା ଓ ମୂଲ୍ୟବୋଧ କ୍ଷେତ୍ରରେ ଭାରତ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି।

 

ଶ୍ରୀ ମୋଦୀ କହିଥିଲେ, ପରିବର୍ତ୍ତିତ ସମୟରେ ମହାକାଶ କ୍ଷେତ୍ରର ବିସ୍ତାର ସ୍ପଷ୍ଟ, କାରଣ ଏହା ଯୋଗାଯୋଗ, କୃଷି, ସାମୁଦ୍ରିକ ପର୍ଯ୍ୟବେକ୍ଷଣ, ସହରାଞ୍ଚଳ ଯୋଜନା, ପାଣିପାଗ ପୂର୍ବାନୁମାନ ଏବଂ ଜାତୀୟ ସୁରକ୍ଷା ପାଇଁ ଆଧାର ପାଲଟିଛି। ସେ କହିଥିଲେ, ଏହି କାରଣରୁ ଭାରତର ମହାକାଶ କ୍ଷେତ୍ରରେ ଐତିହାସିକ ସଂସ୍କାର ଗ୍ରହଣ କରାଯାଇଛି । ସରକାର ଏହାକୁ ଘରୋଇ କ୍ଷେତ୍ରର ଉଦ୍ଭାବନ ପାଇଁ ଖୋଲି ଦେଇଛନ୍ତି ଏବଂ ଏକ ନୂତନ ମହାକାଶ ନୀତି ପ୍ରସ୍ତୁତ କରିଛନ୍ତି। ଶ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି, ଷ୍ଟାର୍ଟଅପ୍ ଏବଂ ଶିଳ୍ପକୁ ନବସୃଜନ ସହିତ ଯୋଡ଼ିବା ପାଇଁ ପ୍ରୟାସ କରାଯାଇଛି ଏବଂ ଷ୍ଟାର୍ଟଅପ୍ ଗୁଡ଼ିକୁ ଇସ୍ରୋର ସୁବିଧା ଏବଂ ପ୍ରଯୁକ୍ତିବିଦ୍ୟା ପ୍ରଦାନ କରିବା ପାଇଁ ଇନସ୍ପେସ୍‌ ପ୍ରତିଷ୍ଠା କରାଯାଇଛି। ଗତ ଛଅରୁ ସାତ ବର୍ଷ ମଧ୍ୟରେ, ଭାରତ ଏହାର ମହାକାଶ କ୍ଷେତ୍ରକୁ ଏକ ଉନ୍ମୁକ୍ତ, ସହଯୋଗୀ ଏବଂ ନବସୃଜନ ଆଧାରିତ ଇକୋସିଷ୍ଟମରେ ପରିଣତ କରିଛି। ଆଜିର କାର୍ଯ୍ୟକ୍ରମ ଏହି ପରିବର୍ତ୍ତନର ପ୍ରତିଫଳନ ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଛନ୍ତି।

ଶ୍ରୀ ମୋଦୀ ତାଙ୍କ ଅଭିଭାଷଣରେ କହିଥିଲେ, ଭାରତର ଯୁବପିଢ଼ି ସର୍ବଦା ଜାତୀୟ ସ୍ୱାର୍ଥକୁ ସର୍ବୋପରି ସ୍ଥାନ ଦିଅନ୍ତି ଏବଂ ପ୍ରତ୍ୟେକ ସୁଯୋଗର ସର୍ବୋତ୍ତମ ଉପଯୋଗ କରନ୍ତି।  ଯେତେବେଳେ ସରକାର ମହାକାଶ କ୍ଷେତ୍ରକୁ ଉନ୍ମୁକ୍ତ କରିଥିଲେ, ସେତେବେଳେ ଦେଶର ଯୁବପିଢ଼ି, ବିଶେଷକରି ଜେନ-ଜି୍‌ ବା ସମ୍ପୂର୍ଣ୍ଣ ନୂଆ ପିଢ଼ି ଏହାର ପୂର୍ଣ୍ଣ ଲାଭ ଉଠାଇବା ପାଇଁ ଆଗକୁ ଆସିଥିଲେ। ଆଜି 300 ରୁ ଅଧିକ ମହାକାଶ ଷ୍ଟାର୍ଟଅପ୍ ଭାରତର ମହାକାଶ ଭବିଷ୍ୟତକୁ ନୂତନ ଆଶା ପ୍ରଦାନ କରୁଛନ୍ତି । ଏହି ଷ୍ଟାର୍ଟଅପ୍ ମଧ୍ୟରୁ ଅଧିକାଂଶ ଅଳ୍ପ କିଛି ଲୋକ ଏବଂ ଛୋଟ ପ୍ରୟାସଙ୍କୁ ନେଇ ଯାତ୍ରା ଆରମ୍ଭ କରିଥିଲେ - କେତେବେଳେ ଦୁଇ ଜଣ, କେତେବେଳେ ପାଞ୍ଚ ଜଣ, କେତେବେଳେ ଏକ ଛୋଟ ଭଡା ଘରେ। ସୀମିତ ସମ୍ବଳ ଥିଲା, କିନ୍ତୁ ନୂତନ ଉଚ୍ଚତାରେ ପହଞ୍ଚିବା ପାଇଁ ଦୃଢ଼ ସଂକଳ୍ପ ରହିଥିଲା। ଏହି ଭାବନା ​​ଭାରତରେ ଘରୋଇ ମହାକାଶ ବିପ୍ଳବକୁ ଜନ୍ମ ଦେଇଛି। ଜେନ-ଜି ଇଞ୍ଜିନିୟର, ଡିଜାଇନର, କୋଡର୍ ଏବଂ ବୈଜ୍ଞାନିକମାନେ ନୂତନ ପ୍ରଯୁକ୍ତିବିଦ୍ୟା ସୃଷ୍ଟି କରୁଛନ୍ତି। ପ୍ରପଲ୍ସନ ସିଷ୍ଟମ୍, କମ୍ପୋଜିଟ୍ ସାମଗ୍ରୀ, ରକେଟର ବିଭିନ୍ନ ପର୍ଯ୍ୟାୟ କିମ୍ବା ସାଟେଲାଇଟ୍ ପ୍ଲାଟଫର୍ମ ହେଉ ଭାରତର ଯୁବପିଢ଼ି ଏପରି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ଯାହା କିଛି ବର୍ଷ ପୂର୍ବରୁ କଳ୍ପନା କରାଯାଇ ନଥିଲା। ଭାରତର ଘରୋଇ ମହାକାଶ ପ୍ରତିଭା ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରତିଷ୍ଠା କରୁଛି ଏବଂ ଆଜି ବିଶ୍ୱସ୍ତରୀୟ ନିବେଶକମାନଙ୍କ ପାଇଁ ଭାରତର ମହାକାଶ କ୍ଷେତ୍ର ଏକ ଆକର୍ଷଣୀୟ ଗନ୍ତବ୍ୟସ୍ଥଳ ପାଲଟିଛି ବୋଲି ଶ୍ରୀ ମୋଦୀ କହିଥିଲେ।

ସାରା ବିଶ୍ୱରେ କ୍ଷୁଦ୍ର ଉପଗ୍ରହର ଚାହିଦା ନିରନ୍ତର ବୃଦ୍ଧି ପାଉଛି ଏବଂ ପ୍ରକ୍ଷେପଣ ମଧ୍ୟ ବୃଦ୍ଧି ପାଉଛି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ, ନୂତନ କମ୍ପାନୀଗୁଡ଼ିକ ସାଟେଲାଇଟ୍ ସେବା ପ୍ରଦାନ କରିବା ପାଇଁ ଏହି କ୍ଷେତ୍ରରେ ପ୍ରବେଶ କରୁଛନ୍ତି। ମହାକାଶ ଏବେ ଏକ ରଣନୀତିକ ସମ୍ପତ୍ତି ଭାବରେ ନିଜକୁ ପ୍ରତିଷ୍ଠିତ କରିଛି। ଆଗାମୀ ବର୍ଷଗୁଡ଼ିକରେ ବିଶ୍ୱ ମହାକାଶ ଅର୍ଥବ୍ୟବସ୍ଥା ବହୁଗୁଣିତ ହେବାକୁ ଯାଉଛି, ଏବଂ ଏହା ଭାରତର ଯୁବପିଢ଼ି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ।

 

ପ୍ରଧାନମନ୍ତ୍ରୀ ଜୋର୍‌ ଦେଇ କହିଥିଲେ, ମହାକାଶ କ୍ଷେତ୍ରରେ ଭାରତରେ ଥିବା କ୍ଷମତା ବିଶ୍ୱର କେବଳ ଅଳ୍ପ କିଛି ଦେଶ ପାଖରେ ଅଛି। ବିଶେଷଜ୍ଞ ଇଞ୍ଜିନିୟରଙ୍କ ଉପସ୍ଥିତି, ଉଚ୍ଚମାନର ଉତ୍ପାଦନ ଇକୋସିଷ୍ଟମ, ବିଶ୍ୱସ୍ତରୀୟ ପ୍ରକ୍ଷେପଣ ସ୍ଥଳ ଏବଂ ନବସୃଜନକୁ ପ୍ରୋତ୍ସାହିତ କରୁଥିବା ମାନସିକତାକୁ ଦୃଷ୍ଟିରେ ରଖି ଭାରତର ମହାକାଶ କ୍ଷମତା ମୂଲ୍ୟ-ପ୍ରଭାବୀ ଏବଂ ନିର୍ଭରଯୋଗ୍ୟ ହୋଇପାରିଛି । ଏହି କାରଣରୁ ବିଶ୍ୱର ଅନେକ ଦେଶ ଭାରତ ଠାରୁ ଉଚ୍ଚ ଆଶାରେ ରହିଛନ୍ତି।   ବିଶ୍ୱସ୍ତରୀୟ କମ୍ପାନୀଗୁଡ଼ିକ ଭାରତରେ ଉପଗ୍ରହ ନିର୍ମାଣ କରିବା, ଭାରତରୁ ପ୍ରକ୍ଷେପଣ ସେବା ପାଇବା ଏବଂ ଭାରତ ସହିତ ପ୍ରଯୁକ୍ତିବିଦ୍ୟା ସହଭାଗୀତା ଖୋଜିବାକୁ ଚାହାଁନ୍ତି, ତେଣୁ ଦେଶକୁ ଏହି ସୁଯୋଗର ସର୍ବାଧିକ ଉପଯୋଗ କରିବାକୁ ପଡିବ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ, ମହାକାଶ କ୍ଷେତ୍ରରେ ଦେଖାଯାଉଥିବା ପରିବର୍ତ୍ତନଗୁଡ଼ିକ ଭାରତରେ ହେଉଥିବା ବ୍ୟାପକ ଷ୍ଟାର୍ଟଅପ୍ ବିପ୍ଳବର ଏକ ଅଂଶ। ଗତ ଏକ ଦଶନ୍ଧି ଧରି, ଆର୍ଥିକ ପ୍ରଯୁକ୍ତି, କୃଷି ପ୍ରଯୁକ୍ତି, ସ୍ୱାସ୍ଥ୍ୟ ପ୍ରଯୁକ୍ତି, ଜଳବାୟୁ ପ୍ରଯୁକ୍ତି, ପ୍ରତିରକ୍ଷା ପ୍ରଯୁକ୍ତି ଭଳି ବିବିଧ କ୍ଷେତ୍ରରେ ଷ୍ଟାର୍ଟଅପ୍‌ଗୁଡ଼ିକର ଏକ ନୂତନ ଲହରୀ ନେଇ ଆସିଛନ୍ତି । ଏଥିରେ ଭାରତର ଯୁବପିଢ଼ି, ବିଶେଷକରି ଜେନ୍-ଜି ପିଢ଼ି, ପ୍ରତ୍ୟେକ କ୍ଷେତ୍ରରେ ନବସୃଜନଶୀଳ ସମାଧାନ ପ୍ରଦାନ କରୁଛନ୍ତି। ଭାରତର ଜେନ୍-ଜି ପିଢ଼ିର ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି ସେମାନଙ୍କର ସୃଜନଶୀଳତା, ସକାରାତ୍ମକ ମାନସିକତା ଏବଂ କ୍ଷମତା ନିର୍ମାଣ ସାମର୍ଥ୍ୟ ବିଶ୍ୱର ଜେନ୍-ଜି ପିଢ଼ି ପାଇଁ ପ୍ରେରଣାର ଉତ୍ସ ହୋଇପାରିବ। ଭାରତ ଏବେ ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ପରିଣତ ହୋଇଛି । ଗୋଟିଏ ସମୟ ଥିଲା ଯେତେବେଳେ ଷ୍ଟାର୍ଟଅପ୍‌ଗୁଡ଼ିକ କିଛି ବଡ଼ ସହରରେ ସୀମିତ ଥିଲା, କିନ୍ତୁ ଆଜି ସେଗୁଡ଼ିକ ଛୋଟ ସହର ଏବଂ ଗାଁରୁ ମଧ୍ୟ ଉଭା ହେଉଛନ୍ତି।  ଦେଶରେ ଏବେ 1.5 ଲକ୍ଷରୁ ଅଧିକ ପଞ୍ଜିକୃତ ଷ୍ଟାର୍ଟଅପ୍‌ ଅଛନ୍ତି, ସେଗୁଡ଼ିକ ମଧ୍ୟରୁ ଅନେକ ୟୁନିକର୍ଣ୍ଣ ସ୍ଥିତି ହାସଲ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଭାରତ ଆଉ ଆପ୍ସ ଏବଂ ସେବା ମଧ୍ୟରେ ସୀମିତ ନାହିଁ ଏବଂ ବର୍ତ୍ତମାନ ଡିପ୍‌ ଟେକ୍‌, ଉତ୍ପାଦନ ଏବଂ ହାର୍ଡୱେର୍ ନବସୃଜନ ଦିଗରେ ଦ୍ରୁତ ଗତିରେ ଅଗ୍ରଗତି କରୁଛି ବୋଲି ପ୍ରଧାନମନ୍ତ୍ରୀ କହିବା ସହ ଏଥିପାଇଁ ଜେନ-ଜି ପିଢ଼ିକୁ ଧନ୍ୟବାଦ ଜଣାଇଥିଲେ। ସେ ସେମିକଣ୍ଡକ୍ଟର କ୍ଷେତ୍ରକୁ ଏକ ଉଦାହରଣ ଭାବରେ  ଉଲ୍ଲେଖ କରିଥିଲେ ଏବଂ କହିଥିଲେ ସରକାରଙ୍କ ଦ୍ୱାରା ନିଆଯାଇଥିବା ଐତିହାସିକ ପଦକ୍ଷେପ ଭାରତର ପ୍ରଯୁକ୍ତିବିଦ୍ୟା ଭବିଷ୍ୟତର ମୂଳଦୁଆକୁ ମଜବୁତ କରୁଛି।  ସେମିକଣ୍ଡକ୍ଟର ଫେବ୍ରିକେସନ୍ ୟୁନିଟ୍, ଚିପ୍ ଉତ୍ପାଦନ ଏବଂ ଡିଜାଇନ୍ ହବଗୁଡ଼ିକ ସାରା ଦେଶରେ ବିକଶିତ ହେଉଛି । ଚିପ୍ସରୁ ସିଷ୍ଟମ ପର୍ଯ୍ୟନ୍ତ ଭାରତ ଏକ ଦୃଢ଼ ଇଲେକ୍ଟ୍ରୋନିକ୍ସ ମୂଲ୍ୟ ଶୃଙ୍ଖଳା ନିର୍ମାଣ କରୁଛି। ଏହା କେବଳ ଆତ୍ମନିର୍ଭରଶୀଳତା ପାଇଁ ସଂକଳ୍ପର ଏକ ଅଂଶ ନୁହେଁ ବରଂ ଭାରତକୁ ବିଶ୍ୱ ଯୋଗାଣ ଶୃଙ୍ଖଳାର ଏକ ଦୃଢ଼ ଏବଂ ନିର୍ଭରଯୋଗ୍ୟ ସ୍ତମ୍ଭ କରିବ ବୋଲି ସେ କହିଥିଲେ।

 

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ, ସଂସ୍କାରର ପରିସର ନିରନ୍ତର ବିସ୍ତାରିତ ହେଉଛି। ଯେପରି ଘରୋଇ କ୍ଷେତ୍ର ପାଇଁ ମହାକାଶ ଉଦ୍ଭାବନ ଖୋଲା ଯାଇଥିଲା, ସେହିପରି ଭାରତ ଏବେ ପରମାଣୁ କ୍ଷେତ୍ରକୁ ମଧ୍ୟ ଖୋଲିବା ଦିଗରେ ଅଗ୍ରସର ହେଉଛି। ଏହି କ୍ଷେତ୍ରରେ ଘରୋଇ କ୍ଷେତ୍ର ପାଇଁ ଏକ ଦୃଢ଼ ଭୂମିକା ଗ୍ରହଣ କରାଯାଉଛି, ଯାହା କ୍ଷୁଦ୍ର ମଡ୍ୟୁଲାର ରିଆକ୍ଟର, ଉନ୍ନତ ରିଆକ୍ଟର ଏବଂ ପରମାଣୁ ଉଦ୍ଭାବନରେ ସୁଯୋଗ ସୃଷ୍ଟି କରିବ। ଏହି ସଂସ୍କାର ଭାରତର ଶକ୍ତି ସୁରକ୍ଷା ଏବଂ ପ୍ରଯୁକ୍ତିବିଦ୍ୟା ନେତୃତ୍ୱକୁ ନୂତନ ଶକ୍ତି ଦେବ ବୋଲି ସେ କହିଥିଲେ।

ଆଜି ହେଉଥିବା ଗବେଷଣା ଉପରେ ଭବିଷ୍ୟତ ନିର୍ଭର କରିବ ବୋଲି ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ, ସରକାର ଯୁବପିଢ଼ିଙ୍କୁ ଗବେଷଣାରେ ସର୍ବାଧିକ ସୁଯୋଗ ପ୍ରଦାନ କରିବା ଉପରେ ଧ୍ୟାନ ଦେଉଛନ୍ତି। ଆଧୁନିକ ଗବେଷଣାକୁ ସମର୍ଥନ କରିବା ପାଇଁ ସେ ଜାତୀୟ ଗବେଷଣା ଫାଉଣ୍ଡେସନ ପ୍ରତିଷ୍ଠା ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, ଏକ ରାଷ୍ଟ୍ର, ଏକ ସବସ୍କ୍ରିପସନ୍ ପଦକ୍ଷେପ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଅନ୍ତର୍ଜାତୀୟ ପତ୍ରିକାଗୁଡ଼ିକୁ ସହଜ କରିଛି। 1 ଲକ୍ଷ କୋଟି ଟଙ୍କାର ଗବେଷଣା, ବିକାଶ ଏବଂ ନବସୃଜନ ପାଣ୍ଠି ଦେଶବ୍ୟାପୀ ଯୁବପିଢ଼ିଙ୍କୁ ଗୁରୁତ୍ୱପୂର୍ଣ୍ଣ ସହାୟତା ପ୍ରଦାନ କରିବ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗବେଷଣା ଏବଂ ନବସୃଜନର ଭାବନା ସୃଷ୍ଟି କରିବା ପାଇଁ 10,000 ରୁ ଅଧିକ ଅଟଳ ଟିଙ୍କରିଂ ଲ୍ୟାବ ପ୍ରତିଷ୍ଠା କରାଯାଇଛି ଏବଂ ଆଗାମୀ ଦିନରେ 50,000 ନୂତନ ଲ୍ୟାବ ପ୍ରତିଷ୍ଠା କରିବା ପାଇଁ କାର୍ଯ୍ୟ ଚାଲିଛି। ଏହି ପ୍ରୟାସଗୁଡ଼ିକ ଭାରତରେ ନୂତନ ଉଦ୍ଭାବନର ମୂଳଦୁଆ ସ୍ଥାପନ କରୁଛି । ଆଗାମୀ ଯୁଗ ଭାରତ, ଏହାର ଯୁବପିଢ଼ି ଏବଂ ଏହାର ଉଦ୍ଭାବନର ଉପରେ ଆଧାରିତ ହେବ। ପ୍ରଧାନମନ୍ତ୍ରୀ  କହିଥିଲେ, କିଛି ମାସ ପୂର୍ବେ, ମହାକାଶ ଦିବସ ଅବସରରେ, ସେ ଭାରତର ମହାକାଶ ଆକାଂକ୍ଷା ବିଷୟରେ କହିଥିଲେ ଏବଂ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଭାରତ ଏହାର ପ୍ରକ୍ଷେପଣ କ୍ଷମତାକୁ ନୂତନ ଉଚ୍ଚତାକୁ ନେଇଯିବା ସହିତ ମହାକାଶ କ୍ଷେତ୍ରରେ ପାଞ୍ଚଟି ନୂତନ ୟୁନିକର୍ଣ୍ଣ ସୃଷ୍ଟି କରିବ। ଭାରତ ନିଜର ପ୍ରତ୍ୟେକ ଲକ୍ଷ୍ୟ ହାସଲ କରିବ ବୋଲି ସ୍କାଏରୁଟ୍ ଦଳର ପ୍ରଗତି ଏହା ନିଶ୍ଚିତ କରିଥାଏ।

ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ଯୁବକଯୁବତୀ, ପ୍ରତ୍ୟେକ ଷ୍ଟାର୍ଟଅପ୍, ବୈଜ୍ଞାନିକ, ଇଞ୍ଜିନିୟର ଏବଂ ଉଦ୍ୟୋଗୀଙ୍କୁ ଆଶ୍ୱାସନା ଦେଇ କହିଥିଲେ, ସରକାର ପ୍ରତିଟି ପଦକ୍ଷେପରେ ସେମାନଙ୍କ ସହିତ ଦୃଢ଼ ଭାବରେ ଠିଆ ହୋଇଛନ୍ତି । ସେ ପୁଣି ଥରେ ସମଗ୍ର ସ୍କାଏରୁଟ୍ ଦଳକୁ ଅଭିନନ୍ଦନ ଜଣାଇଥିଲେ ଏବଂ ଭାରତର ମହାକାଶ ଯାତ୍ରାକୁ ନୂତନ ଗତି ଦେଉଥିବା ସମସ୍ତଙ୍କୁ ତାଙ୍କର ଶୁଭକାମନା ଜଣାଇଥିଲେ। ପୃଥିବୀରେ ହେଉ କିମ୍ବା ମହାକାଶରେ, ଏକବିଂଶ ଶତାବ୍ଦୀକୁ ଭାରତର ଶତାବ୍ଦୀରେ ପରିଣତ କରିବା ଲାଗି ଶେଷରେ ସେ ସମସ୍ତଙ୍କୁ ଆହ୍ୱାନ କରିଥିଲେ।

କାର୍ଯ୍ୟକ୍ରମରେ ଅନ୍ୟ ଗଣମାନ୍ୟ ବ୍ୟକ୍ତିଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଜି କିଶନ ରେଡ୍ଡୀ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

ଭାରତୀୟ ମହାକାଶ ଷ୍ଟାର୍ଟଅପ୍ ସ୍କାଏରୁଟର ଇନଫିନିଟି କ୍ୟାମ୍ପସ୍, ଏକ ଅତ୍ୟାଧୁନିକ ପରିସର ଯାହା ପ୍ରାୟ 2 ଲକ୍ଷ ବର୍ଗଫୁଟ କାର୍ଯ୍ୟକ୍ଷେତ୍ର ସହିତ ଏକାଧିକ ପ୍ରକ୍ଷେପଣ ଯାନ ଡିଜାଇନ୍, ବିକାଶ, ସମନ୍ୱୟ ଏବଂ ପରୀକ୍ଷଣ ପାଇଁ କାର୍ଯ୍ୟ କରିଥାଏ। ପୃଥିବୀର କକ୍ଷପଥକୁ ଯାଇପାରୁଥିବା ଗୋଟିଏ ରକେଟ୍ ପ୍ରତି ମାସରେ ନିର୍ମାଣ କରିବାର କ୍ଷମତା ଏଠାରେ ରହିଛି ।

ସ୍କାଏରୁଟ୍ ହେଉଛି ଭାରତର ଅଗ୍ରଣୀ ଘରୋଇ ମହାକାଶ କମ୍ପାନୀ, ଯାହା ପବନ ଚନ୍ଦନା ଏବଂ ଭରତ ଡାକାଙ୍କ ଦ୍ୱାରା ପ୍ରତିଷ୍ଠିତ। ଉଭୟ ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ(ଆଇଆଇଟି)ର ପୂର୍ବତନ ଛାତ୍ର । ଏମାନେ ଇସ୍ରୋର ପୂର୍ବତନ ବୈଜ୍ଞାନିକ ଏବଂ ନିଜ ଉଦ୍ୟମରେ ଉଦ୍ୟୋଗୀ ହୋଇଛନ୍ତି । ନଭେମ୍ବର 2022ରେ, ସ୍କାଏରୁଟ୍ ଏହାର ସବ-ଅର୍ବିଟାଲ୍ ରକେଟ୍, ବିକ୍ରମ-ଏସ ଉତକ୍ଷେପଣ କରିଥିଲା ଏବଂ ମହାକାଶକୁ ରକେଟ୍ ଉତକ୍ଷେପଣ କରିଥିବା ପ୍ରଥମ ଭାରତୀୟ ଘରୋଇ କମ୍ପାନୀ ହୋଇଥିଲା।

ଘରୋଇ ମହାକାଶ ଉଦ୍ୟୋଗଗୁଡ଼ିକର ଦ୍ରୁତ ବୃଦ୍ଧି ଗତ କିଛି ବର୍ଷ ମଧ୍ୟରେ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ପରିବର୍ତ୍ତନକାରୀ ସଂସ୍କାରର ସଫଳ ହୋଇଥିବା ପ୍ରମାଣ ଦେଉଛି। ଏହା ଭାରତର ନେତୃତ୍ୱକୁ ଏକ ଆତ୍ମବିଶ୍ୱାସୀ ଏବଂ ସକ୍ଷମ ବିଶ୍ୱ ମହାକାଶ ଶକ୍ତି ଭାବରେ ସୁଦୃଢ଼ ​​କରୁଛି।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India-UK social security pact to benefit 90-95% of Indian professionals working in Britain

Media Coverage

India-UK social security pact to benefit 90-95% of Indian professionals working in Britain
NM on the go

Nm on the go

Always be the first to hear from the PM. Get the App Now!
...
Prime Minister highlights growing global engagement and investment in India
June 19, 2026

The Prime Minister, Shri Narendra Modi today highlighted India’s readiness to contribute towards a better planet and noted that the world is engaging with and investing in India with hope and enthusiasm.

The Prime Minister stated that thanks to the 140 crore people of India, the world looks at India with hope and enthusiasm. He added that this is also why the world is engaging with India and investing in India.

The Prime Minister highlighted these observations under #12YearsOfIndiaFirst.

The Prime Minister wrote on X;

“India is always ready to do whatever is possible to contribute towards a better planet. At the same time, thanks to the 140 crore people of India, the world looks at India with hope and enthusiasm. That is also why the world is engaging with India and investing in India.

#12YearsOfIndiaFirst”