ରାଷ୍ଟ୍ର ପ୍ରେରଣା ସ୍ଥଳ ଏକ ଦୃଷ୍ଟିକୋଣର ପ୍ରତୀକ ଯାହା ଭାରତକୁ ସ୍ୱାଭିମାନ, ଏକତା ଏବଂ ସେବା ଦିଗରେ ମାର୍ଗଦର୍ଶନ କରିବ : ପ୍ରଧାନମନ୍ତ୍ରୀ
ସବକା ପ୍ରୟାସ ଏକ ବିକଶିତ ଭାରତର ସଂକଳ୍ପକୁ ସାକାର କରିବ: ପ୍ରଧାନମନ୍ତ୍ରୀ
ଆମେ ଅନ୍ତ୍ୟୋଦୟକୁ ପୂର୍ଣ୍ଣ ସଂତୃପ୍ତିର ଆକାର ଦେଇଛୁ : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶ ଲକ୍ଷ୍ନୌରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୀବନୀ ଏବଂ ଆଦର୍ଶକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ରାଷ୍ଟ୍ର ପ୍ରେରଣା ସ୍ଥଳର ଉଦଘାଟନ କରିଛନ୍ତି। ଶ୍ରୀ ବାଜପେୟୀଙ୍କ ୧୦୧ତମ ଜନ୍ମବାର୍ଷିକୀ ଅବସରର ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ଲକ୍ଷ୍ନୌ ଭୂମି ଏକ ନୂତନ ପ୍ରେରଣାର ସାକ୍ଷୀ ହେବାକୁ ଯାଉଛି। ଏହା ସହ ସେ ଦେଶ ଏବଂ ବିଶ୍ୱକୁ ଖ୍ରୀଷ୍ଟମାସର ଶୁଭେଚ୍ଛା ଜଣାଇଥିଲେ। ଭାରତରେ ମଧ୍ୟ ଲକ୍ଷ ଲକ୍ଷ ଖ୍ରୀଷ୍ଟିଆନ ପରିବାର ଆଜି ଏହି ପର୍ବ ପାଳନ କରୁଛନ୍ତି ବୋଲି ଶ୍ରୀ ମୋଦୀ ଆଲୋକପାତ କରିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ଖ୍ରୀଷ୍ଟମାସର ଏହି ଉତ୍ସବ ସମସ୍ତଙ୍କ ଜୀବନରେ ଖୁସି ଆଣିବା ଉଚିତ, ଯାହା ଯେଉଛି ଆମ ସମସ୍ତଙ୍କର ସାମୂହିକ ଇଚ୍ଛା।
ଡିସେମ୍ବର ୨୫ ତାରିଖ ଦେଶର ଦୁଇ ମହାନ ବ୍ୟକ୍ତିତ୍ୱଙ୍କ ଜନ୍ମବାର୍ଷିକୀର ଏକ ଉଲ୍ଲେଖନୀୟ ଅବସର ଆଣିଥାଏ । ଏହାକୁ ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ,  ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏବଂ ଭାରତ ରତ୍ନ ମଦନ ମୋହନ ମାଲବ୍ୟ ଭାରତର ପରିଚୟ, ଏକତା ଏବଂ ଗର୍ବକୁ ରକ୍ଷା କରିବା ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିଲେ। ଏହି ଉଭୟ ମହାନ ବ୍ୟକ୍ତି ସେମାନଙ୍କର ବିଶାଳ ଅବଦାନ ମାଧ୍ୟମରେ ରାଷ୍ଟ୍ର ନିର୍ମାଣରେ ଏକ ସ୍ଵତନ୍ତ୍ର ଛାପ ଛାଡିଛନ୍ତି।
 

ଡିସେମ୍ବର ୨୫ ତାରିଖ ଦେଶର ଦୁଇ ମହାନ ବ୍ୟକ୍ତିତ୍ୱଙ୍କ ଜନ୍ମବାର୍ଷିକୀର ଏକ ଉଲ୍ଲେଖନୀୟ ଅବସର ଆଣିଥାଏ । ଏହାକୁ ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ,  ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏବଂ ଭାରତ ରତ୍ନ ମଦନ ମୋହନ ମାଲବ୍ୟ ଭାରତର ପରିଚୟ, ଏକତା ଏବଂ ଗର୍ବକୁ ରକ୍ଷା କରିବା ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିଲେ। ଏହି ଉଭୟ ମହାନ ବ୍ୟକ୍ତି ସେମାନଙ୍କର ବିଶାଳ ଅବଦାନ ମାଧ୍ୟମରେ ରାଷ୍ଟ୍ର ନିର୍ମାଣରେ ଏକ ସ୍ଵତନ୍ତ୍ର ଛାପ ଛାଡିଛନ୍ତି।
ଡିସେମ୍ବର ୨୫ ତାରିଖରେ ମହାରାଜା ବିଜଲି ପାସିଙ୍କ ଜନ୍ମବାର୍ଷିକୀ ମଧ୍ୟ ପାଳନ କରାଯାଉଥିବା ଉଲ୍ଲେଖ କରି ଶ୍ରୀ ମୋଦୀ ଲକ୍ଷ୍ନୌର ପ୍ରସିଦ୍ଧ ବିଜଲି ପାସି ଦୁର୍ଗ ଏଠାରୁ ବହୁତ ଦୂରରେ ନୁହେଁ ବୋଲି କହିଥିଲେ ଏବଂ ମହାରାଜା ବିଜଲି ପାସି ସାହସ, ସୁଶାସନ ଏବଂ ଅନ୍ତର୍ଭୁକ୍ତିର ଏକ ଐତିହ୍ୟ ଛାଡିଯାଇଛନ୍ତି ବୋଲି ଗୁରୁତ୍ୱାରୋପ କରିଥିଲେ। ଏହାକୁ ପାସି ସମ୍ପ୍ରଦାୟ ଗର୍ବର ସହିତ ଆଗକୁ ବଢ଼ାଉଛି ବୋଲି ମତ ଦେଇଥିଲେ। ସେ ଏହି ସଂଯୋଗକୁ ଉଲ୍ଲେଖ କରିଥିଲେ ଯେ, ୨୦୦୦ ମସିହାରେ ଅଟଳ ଜୀ ହିଁ ମହାରାଜା ବିଜଲି ପାସିଙ୍କ ସମ୍ମାନାର୍ଥେ ଏକ ଡାକ ଟିକେଟ୍ ଜାରି କରିଥିଲେ। ସେ ମହାମନା ମାଲବ୍ୟ ଜୀ, ଅଟଳ ଜୀ ଏବଂ ମହାରାଜା ବିଜଲି ପାସିଙ୍କୁ ସମ୍ମାନ ଜଣାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ଶ୍ରୀ ମୋଦୀ କହିଛନ୍ତି ଯେ, କିଛି ସମୟ ପୂର୍ବରୁ ତାଙ୍କୁ ରାଷ୍ଟ୍ର ପ୍ରେରଣା ସ୍ଥଳ ଉଦଘାଟନ କରିବାର ସୌଭାଗ୍ୟ ମିଳିଥିଲା, ଯାହା ଭାରତକୁ ଆତ୍ମସମ୍ମାନ, ଏକତା ଏବଂ ସେବାର ପଥ ଦେଖାଇଥିବା ଦୃଷ୍ଟିକୋଣର ପ୍ରତୀକ। ସେ ଗୁରୁତ୍ୱାରୋପ କରି କହିଥିଲେ ଯେ, ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଏବଂ ଅଟଳ ବିହାରୀ ବାଜପେୟୀଙ୍କ ଭବ୍ୟ ପ୍ରତିମୂର୍ତ୍ତିକୁ ସୁଉଚ୍ଚ କରାଯାଇଛି। ପରନ୍ତୁ ସେମାନେ ଯେଉଁ ପ୍ରେରଣା ପ୍ରଦାନ କରନ୍ତି ତାହା ଆହୁରି ମହାନ। ଅଟଳ ଜୀଙ୍କ ପଙ୍କ୍ତିକୁ ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଏହି ରାଷ୍ଟ୍ର ପ୍ରେରଣା ସ୍ଥଳ ବାର୍ତ୍ତା ଦିଏ। ପ୍ରତ୍ୟେକ ପଦକ୍ଷେପ, ପ୍ରତ୍ୟେକ ପ୍ରୟାସ ରାଷ୍ଟ୍ର ନିର୍ମାଣ ପାଇଁ ଉତ୍ସର୍ଗୀକୃତ ହେବା ଉଚିତ ଏବଂ କେବଳ ସାମୂହିକ ପ୍ରୟାସ ଏକ ବିକଶିତ ଭାରତର ସଂକଳ୍ପକୁ ପୂରଣ କରିବ । ସେ ଏହି ଆଧୁନିକ ପ୍ରେରଣା ସ୍ଥଳ ପାଇଁ ଲକ୍ଷ୍ନୌ, ଉତ୍ତର ପ୍ରଦେଶ ଏବଂ ସମଗ୍ର ଦେଶକୁ ଅଭିନନ୍ଦନ ଜଣାଇଥିଲେ। ସେ ଉଲ୍ଲେଖ କରିଥିଲେ ଯେ, ଏହି ପ୍ରେରଣା ସ୍ଥଳ ଯେଉଁ ଜମିରେ ନିର୍ମିତ ହୋଇଛି, ସେଠାରେ ଦଶନ୍ଧି ଧରି ୩୦ ଏକରରୁ ଅଧିକ ଜମିରେ ଆବର୍ଜନାର ପାହାଡ ଜମା ହୋଇ ରହିଥିଲା, ଯାହାକୁ ଗତ ତିନି ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ସଫା କରାଯାଇଛି। ପ୍ରଧାନମନ୍ତ୍ରୀ ଏହି ପ୍ରକଳ୍ପ ସହିତ ଜଡିତ ସମସ୍ତ ଶ୍ରମିକ, କାରିଗର, ଯୋଜନାକାରୀଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ସମଗ୍ର ଦଳକୁ ସେମାନଙ୍କ ପ୍ରୟାସ ପାଇଁ ବିଶେଷ କୃତଜ୍ଞତା ଜଣାଇଥିଲେ।
ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ଦେଶକୁ ଦିଗଦର୍ଶନ ଦେବାରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲେ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ଯେ, ଡକ୍ଟର ମୁଖାର୍ଜୀ ହିଁ ଭାରତରେ ଦୁଇଟି ସମ୍ବିଧାନ, ଦୁଇଟି ପ୍ରତୀକ ଏବଂ ଦୁଇଟି ପ୍ରଧାନମନ୍ତ୍ରୀଙ୍କ ବ୍ୟବସ୍ଥାକୁ ପ୍ରତ୍ୟାଖ୍ୟାନ କରିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ, ସ୍ୱାଧୀନତା ପରେ ମଧ୍ୟ ଜାମ୍ମୁ ଏବଂ କାଶ୍ମୀରରେ ଏହି ବ୍ୟବସ୍ଥା ଭାରତର ଅଖଣ୍ଡତା ପାଇଁ ଏକ ବଡ଼ ଆହ୍ୱାନ ସୃଷ୍ଟି କରିଥିଲା। ଶ୍ରୀ ମୋଦୀ ଗର୍ବର ସହିତ କହିଥିଲେ, ଏହା ସେମାନଙ୍କ ସରକାର ଥିଲା ଯାହାକୁ ଧାରା ୩୭୦ର ପ୍ରାଚୀର ଭାଙ୍ଗିବାର ସୁଯୋଗ ମିଳିଥିଲା ଏବଂ ଆଜି ଭାରତର ସମ୍ବିଧାନ ଜାମ୍ମୁ ଏବଂ କାଶ୍ମୀରରେ ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକାରୀ ହୋଇଛି।
ପ୍ରଧାନମନ୍ତ୍ରୀ ଆହୁରି ସ୍ମରଣ କରାଇ ଦେଇଥିଲେ ଯେ, ସ୍ୱାଧୀନ ଭାରତର ପ୍ରଥମ ଶିଳ୍ପ ମନ୍ତ୍ରୀ ଭାବରେ ଡକ୍ଟର ମୁଖାର୍ଜୀ ଅର୍ଥନୈତିକ ଆତ୍ମନିର୍ଭରଶୀଳତାର ମୂଳଦୁଆ ସ୍ଥାପନ କରିଥିଲେ। ଦେଶକୁ ଏହାର ପ୍ରଥମ ଶିଳ୍ପ ନୀତି ଦେଇଥିଲେ, ଏହା ଦ୍ୱାରା ଭାରତରେ ଶିଳ୍ପାୟନର ମୂଳଦୁଆ ସ୍ଥାପନ କରିଥିଲେ। ସେ ମନ୍ତବ୍ୟ ଦେଇଥିଲେ ଯେ , ଆଜି ସ୍ୱାବଲମ୍ବନର ସମାନ ମନ୍ତ୍ରକୁ ନୂତନ ଉଚ୍ଚତାକୁ ନିଆଯାଇଛି, ଭାରତରେ ନିର୍ମିତ ଉତ୍ପାଦଗୁଡ଼ିକ ସାରା ବିଶ୍ୱରେ ପହଞ୍ଚିଛି। ଶ୍ରୀ ମୋଦୀ ସୂଚାଇଥିଲେ ଯେ, ଉତ୍ତର ପ୍ରଦେଶରେ ହିଁ ଏକ ଜିଲ୍ଲା ଏକ ଉତ୍ପାଦର ଏକ ବିଶାଳ ଅଭିଯାନ ଚାଲିଛି, ଯାହା କ୍ଷୁଦ୍ର ଶିଳ୍ପ ଏବଂ କ୍ଷୁଦ୍ର ୟୁନିଟଗୁଡ଼ିକୁ ମଜବୁତ କରୁଛି। ସେ ଆହୁରି ଉଲ୍ଲେଖ କରିଥିଲେ ଯେ, ଏହା ସହିତ, ଉତ୍ତର ପ୍ରଦେଶରେ ଏକ ପ୍ରମୁଖ ପ୍ରତିରକ୍ଷା କରିଡର ନିର୍ମାଣ କରାଯାଉଛି। ବ୍ରହ୍ମୋସ କ୍ଷେପଣାସ୍ତ୍ର, ଯାହାର ଶକ୍ତି ବିଶ୍ୱ ସିନ୍ଦୂର ଅପରେସନ ସମୟରେ ଦେଖିଥିଲା, ତାହା ଏବେ ଲକ୍ଷ୍ନୌରେ ନିର୍ମିତ ହେଉଛି। ସେ ଜୋର ଦେଇ କହିଥିଲେ ଯେ ସେହି ଦିନ ଦୂର ନୁହେଁ, ଯେତେବେଳେ ଉତ୍ତର ପ୍ରଦେଶର ପ୍ରତିରକ୍ଷା କରିଡର ପ୍ରତିରକ୍ଷା ଉତ୍ପାଦନ ପାଇଁ ବିଶ୍ୱ ସ୍ତରରେ ସ୍ୱୀକୃତି ପାଇବ ।
 

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଦଶନ୍ଧି ପୂର୍ବରୁ ଅନ୍ତ୍ୟୋଦୟର ସ୍ୱପ୍ନ ଦେଖିଥିଲେ ବୋଲି ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଦୀନଦୟାଲ ଜୀ ବିଶ୍ୱାସ କରୁଥିଲେ ଯେ ଧାଡ଼ିରେ ଛିଡା ହୋଇଥିବା ଶେଷ ବ୍ୟକ୍ତିଙ୍କ ମୁହଁର ହସ ଦ୍ୱାରା ଭାରତର ପ୍ରଗତି ମାପ କରାଯିବା ଉଚିତ। ସେ ଗୁରୁତ୍ୱାରୋପ କରିଥିଲେ ଯେ ଦୀନଦୟାଲ ଜୀ ଅଖଣ୍ଡ ମାନବବାଦର କଥା କହିଥିଲେ, ଯେଉଁଠାରେ ଶରୀର, ମନ, ବୁଦ୍ଧି ଏବଂ ଆତ୍ମା ଏକାଠି ବିକଶିତ ହୁଏ। ଶ୍ରୀ ମୋଦୀ ଆହୁରି ମଧ୍ୟ କହିଥିଲେ ଯେ, ଦୀନଦୟାଲ ଜୀଙ୍କ ସ୍ୱପ୍ନକୁ ତାଙ୍କ ନିଜସ୍ୱ ସଂକଳ୍ପ ଭାବରେ ଗ୍ରହଣ କରାଯାଇଛି ଏବଂ ଅନ୍ତ୍ୟୋଦୟକୁ ବର୍ତ୍ତମାନ ପରିପୂର୍ଣ୍ଣତାର ଏକ ନୂତନ ପରିମାଣ ଦିଆଯାଇଛି, ଅର୍ଥାତ୍ ପ୍ରତ୍ୟେକ ଅଭାବୀ ବ୍ୟକ୍ତି ଏବଂ ପ୍ରତ୍ୟେକ ହିତାଧିକାରୀଙ୍କୁ ସରକାରୀ କଲ୍ୟାଣକାରୀ ଯୋଜନାର ପରିସରଭୁକ୍ତ କରାଯାଇଛି। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ, ଯେତେବେଳେ ପରିପୂର୍ଣ୍ଣତାର ଭାବନା ରହିଥାଏ, ସେତେବେଳେ କୌଣସି ଭେଦଭାବ ନଥାଏ ଏବଂ ଏହା ହେଉଛି ପ୍ରକୃତ ସୁଶାସନ, ପ୍ରକୃତ ସାମାଜିକ ନ୍ୟାୟ ଏବଂ ପ୍ରକୃତ ଧର୍ମନିରପେକ୍ଷତା। ସେ କହିଥିଲେ ଯେ ଆଜି ଦେଶର ଲକ୍ଷ ଲକ୍ଷ ନାଗରିକ, ବିନା କୌଣସି ଭେଦଭାବରେ, ପ୍ରଥମ ଥର ପାଇଁ ପକ୍କା ଘର, ଶୌଚାଳୟ, ନଳକୂପ ପାଣି, ବିଦ୍ୟୁତ୍ ଏବଂ ଗ୍ୟାସ୍ ସଂଯୋଗ ପାଉଛନ୍ତି। ସେ ଆହୁରି ମଧ୍ୟ ଉଲ୍ଲେଖ କରିଥିଲେ ଯେ ଲକ୍ଷ ଲକ୍ଷ ଲୋକ ପ୍ରଥମ ଥର ପାଇଁ ମାଗଣା ରାସନ୍ ଏବଂ ମାଗଣା ଚିକିତ୍ସା ପାଉଛନ୍ତି। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ଯେତେବେଳେ ଧାଡିରେ ଛିଡା ହୋଇଥିବା ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ପ୍ରୟାସ କରାଯାଏ, ସେତେବେଳେ ପଣ୍ଡିତ ଦୀନଦୟାଲ ଜୀଙ୍କ ଦୂରଦୃଷ୍ଟି ପ୍ରତି ନ୍ୟାୟ ପ୍ରଦାନ କରାଯାଏ।
"ଗତ ଦଶନ୍ଧିରେ, କୋଟି କୋଟି ଭାରତୀୟ ଦାରିଦ୍ର୍ୟତାରୁ ବାହାରି ଆସିଛନ୍ତି", ଏବଂ ଏହା ସମ୍ଭବ ହୋଇପାରିଛି କାରଣ ତାଙ୍କ ସରକାର ପଛରେ ପଡ଼ିଯାଇଥିବା ଲୋକ, ଯେଉଁମାନେ ଶେଷ ଧାଡ଼ିରେ ଥିଲେ ସେମାନଙ୍କୁ ପ୍ରାଥମିକତା ଦେଇଥିଲେ ବୋଲି ଶ୍ରୀ ମୋଦୀ ଜୋର ଦେଇ କହିଥିଲେ । ସେ କହିଥିଲେ ଯେ ୨୦୧୪ ପୂର୍ବରୁ ପ୍ରାୟ ୨୫ କୋଟି ନାଗରିକ ସାମାଜିକ ସୁରକ୍ଷା ଯୋଜନା ଅଧୀନରେ ଅନ୍ତର୍ଭୁକ୍ତ ହୋଇଥିଲେ, ଯେତେବେଳେ ଆଜି ପ୍ରାୟ ୯୫ କୋଟି ଭାରତୀୟ ଏହି ସୁରକ୍ଷା କବଚ ମଧ୍ୟରେ ଅଛନ୍ତି, ଉତ୍ତର ପ୍ରଦେଶରେ ମଧ୍ୟ ବହୁ ସଂଖ୍ୟକ ହିତାଧିକାରୀ ଅଛନ୍ତି। ପ୍ରଧାନମନ୍ତ୍ରୀ ଉଦାହରଣ ଦେଇଥିଲେ ଯେ ଯେପରି ବ୍ୟାଙ୍କ ଆକାଉଣ୍ଟ ପୂର୍ବରୁ କିଛି ଲୋକଙ୍କ ପାଇଁ ସୀମିତ ଥିଲା, ସେହିପରି ବୀମା ମଧ୍ୟ ଧନୀ ଲୋକଙ୍କ ପାଇଁ ସୀମିତ ଥିଲା। ସେ ଗୁରୁତ୍ୱାରୋପ କରିଥିଲେ ଯେ ତାଙ୍କ ସରକାର ପ୍ରତ୍ୟେକ ବ୍ୟକ୍ତିଙ୍କୁ ବୀମା ସୁରକ୍ଷା ପ୍ରଦାନ କରିବାର ଦାୟିତ୍ୱ ନେଇଛି। ଏଥିପାଇଁ, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଆରମ୍ଭ କରାଯାଇଥିଲା, ଯାହା ନାମମାତ୍ର ପ୍ରିମିୟମରେ ଦୁଇ ଲକ୍ଷ ଟଙ୍କାର ବୀମା ସୁନିଶ୍ଚିତ କରିଥାଏ ଏବଂ ଆଜି ୨୫ କୋଟିରୁ ଅଧିକ ଗରିବ ନାଗରିକ ଏହି ଯୋଜନାରେ ପଞ୍ଜୀକୃତ ହୋଇଛନ୍ତି। ସେହିପରି, ସେ ଉଲ୍ଲେଖ କରିଥିଲେ ଯେ, ଦୁର୍ଘଟଣା ବୀମା ପାଇଁ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ପ୍ରାୟ ୫୫ କୋଟି ଗରିବ ନାଗରିକଙ୍କୁ ଯୋଡ଼ିଛି, ଯେଉଁମାନେ ପୂର୍ବରୁ ବୀମା ବିଷୟରେ ଚିନ୍ତା ମଧ୍ୟ କରି ନଥିଲେ। ଶ୍ରୀ ମୋଦୀ ମନ୍ତବ୍ୟ ଦେଇଥିଲେ ଯେ ଏହା ଜାଣି ଅନେକ ଆଶ୍ଚର୍ଯ୍ୟ ହେବେ ଯେ , ଏହି ଯୋଜନାଗୁଡ଼ିକ ପୂର୍ବରୁ ପ୍ରାୟ ୨୫,୦୦୦ କୋଟି ଟଙ୍କାର ଦାବି ଉଦ୍ଦିଷ୍ଟ ଅର୍ଥ ହିତାଧିକାରୀମାନଙ୍କୁ ପ୍ରଦାନ କରିସାରିଛି, ଅର୍ଥାତ୍ ସଙ୍କଟ ସମୟରେ ଏହି ଟଙ୍କା ଗରିବ ପରିବାରକୁ ସମର୍ଥନ କରିଛି।
 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଅଟଳ ଜୀଙ୍କ ଜନ୍ମବାର୍ଷିକୀ ମଧ୍ୟ ସୁଶାସନ ପାଳନ କରିବାର ଏକ ଦିବସ। ସେ ଉଲ୍ଲେଖ କରିଛନ୍ତି ଯେ ଦୀର୍ଘ ସମୟ ଧରି ଦାରିଦ୍ର୍ୟ ଦୂରୀକରଣ ଭଳି ସ୍ଲୋଗାନକୁ ଶାସନ ବ୍ୟବସ୍ଥା ଭାବରେ ବିବେଚନା କରାଯାଉଥିଲା, କିନ୍ତୁ ଅଟଳ ଜୀ’ ପ୍ରକୃତରେ ସୁଶାସନକୁ ତୃଣମୂଳ ସ୍ଥରରେ ପହଞ୍ଚାଇଥିଲେ। ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି ଯେ, ଆଜି ଡିଜିଟାଲ ପରିଚୟ ବିଷୟରେ ବହୁତ ଆଲୋଚନା ହେଉଥିବା ବେଳେ, ଅଟଳ ଜୀଙ୍କ ସରକାର ଏହାର ମୂଳଦୁଆ ପକାଇଥିଲେ। ସେ ଉଲ୍ଲେଖ କରିଛନ୍ତି ଯେ , ସେହି ସମୟରେ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର କାର୍ଡ ପଦକ୍ଷେପ ଆଜି ଆଧାର ଭାବରେ ବିଶ୍ୱ ପ୍ରସିଦ୍ଧ ହୋଇଛି। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ , ଭାରତରେ ଟେଲିକମ୍ ବିପ୍ଳବକୁ ତ୍ୱରାନ୍ୱିତ କରିବାର ଶ୍ରେୟ ମଧ୍ୟ ଅଟଳ ଜୀଙ୍କୁ ଯାଉଛି। ସେ ଉଲ୍ଲେଖ କରିଛନ୍ତି ତାଙ୍କ ସରକାର ଦ୍ୱାରା ପ୍ରସ୍ତୁତ ଟେଲିକମ୍ ନୀତି ପ୍ରତ୍ୟେକ ଘରେ ଫୋନ୍ ଏବଂ ଇଣ୍ଟରନେଟ୍ ପହଞ୍ଚାଇବା ସହଜ କରିଥିଲା । ଆଜି ଭାରତ ବିଶ୍ୱର ସର୍ବାଧିକ ମୋବାଇଲ୍ ଏବଂ ଇଣ୍ଟରନେଟ୍ ବ୍ୟବହାରକାରୀ ଦେଶମାନଙ୍କ ମଧ୍ୟରେ ଅନ୍ୟତମ।
ଶ୍ରୀ ମୋଦୀ କହିଥିଲେ ଯେ ଅଟଳ ଜୀ ଏହା ଜାଣି ଖୁସି ହେବେ ଯେ ଗତ ୧୧ ବର୍ଷ ମଧ୍ୟରେ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ମୋବାଇଲ୍ ଫୋନ୍ ନିର୍ମାଣକାରୀ ଦେଶ ହୋଇପାରିଛି। ଯେଉଁ ଉତ୍ତର ପ୍ରଦେଶରୁ ଅଟଳ ଜୀ ସଂସଦ ସଦସ୍ୟ ଭାବରେ କାର୍ଯ୍ୟ କରିଥିଲେ, ଆଜି ସେହି ରାଜ୍ୟ ଭାରତର ଏକ ନମ୍ବର ମୋବାଇଲ୍ ନିର୍ମାତା ରାଜ୍ୟ ହୋଇଛି ବୋଲି ସେ ଉଲ୍ଲେଖ କରିଥିଲେ।
ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ, ଅଟଳ ଜୀଙ୍କ ଯୋଗାଯୋଗ ଦୃଷ୍ଟିକୋଣ ଏକବିଂଶ ଶତାବ୍ଦୀର ଭାରତକୁ ପ୍ରାରମ୍ଭିକ ଶକ୍ତି ଦେଇଥିଲା। ସେ ସ୍ମରଣ କରାଇଥିଲେ ଯେ, ଅଟଳଜୀଙ୍କ ସରକାର ସମୟରେ ଗାଁଗୁଡ଼ିକୁ ସଡ଼କ ସହିତ ଯୋଡ଼ିବା ଅଭିଯାନ ଆରମ୍ଭ ହୋଇଥିଲା ଏବଂ ସ୍ୱର୍ଣ୍ଣ ଚତୁର୍ଭୁଜ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ହୋଇଥିଲା।
ଶ୍ରୀ ମୋଦୀ ଆହୁରି ଉଲ୍ଲେଖ କରିଛନ୍ତି ଯେ, ୨୦୦୦ ମସିହାରୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅଧୀନରେ ପ୍ରାୟ ୮ ଲକ୍ଷ କିଲୋମିଟର ଗ୍ରାମୀଣ ରାସ୍ତା ନିର୍ମାଣ କରାଯାଇଛି, ଯାହା ମଧ୍ୟରୁ ପ୍ରାୟ ୪ ଲକ୍ଷ କିଲୋମିଟର ଗତ ୧୦ - ୧୧ ବର୍ଷ ମଧ୍ୟରେ ନିର୍ମାଣ କରାଯାଇଛି। ସେ ଉଲ୍ଲେଖ କରିଛନ୍ତି ଯେ, ଆଜି ସାରା ଦେଶରେ ଏକ୍ସପ୍ରେସୱେ ଅଭୂତପୂର୍ବ ଗତିରେ ନିର୍ମାଣ ହେଉଛି ଏବଂ ଉତ୍ତର ପ୍ରଦେଶ ଏକ ଏକ୍ସପ୍ରେସୱେ ରାଜ୍ୟ ଭାବରେ ନିଜର ପରିଚୟ ପ୍ରତିଷ୍ଠା କରୁଛି। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ଆଲୋକପାତ କରିଥିଲେ ଯେ, ଅଟଳଜୀ ହିଁ ଦିଲ୍ଲୀ ମେଟ୍ରୋ ଆରମ୍ଭ କରିଥିଲେ ଏବଂ ଆଜି ଦେଶର ୨୦ ରୁ ଅଧିକ ସହରରେ ମେଟ୍ରୋ ନେଟୱାର୍କ ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ସହଜ କରୁଛି। ସେ ମନ୍ତବ୍ୟ ଦେଇଥିଲେ ଯେ, ସେମାନଙ୍କ ସରକାର ଦ୍ୱାରା ସୃଷ୍ଟି ହୋଇଥିବା ସୁଶାସନର ଐତିହ୍ୟକୁ ଏବେ କେନ୍ଦ୍ର ଏବଂ ରାଜ୍ୟଗୁଡ଼ିକର ସରକାର ଦ୍ୱାରା ବିସ୍ତାର କରାଯାଉଛି ଏବଂ ନୂତନ ଦିଗ ପ୍ରଦାନ କରାଯାଉଛି।
 

ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜୀ ଏବଂ ଅଟଳ ବିହାରୀ ବାଜପେୟୀ ଜୀ ଙ୍କ ପ୍ରେରଣା, ସେମାନଙ୍କର ଦୂରଦୃଷ୍ଟିପୂର୍ଣ୍ଣ କାର୍ଯ୍ୟ ଏବଂ ବିଶାଳ ପ୍ରତିମୂର୍ତ୍ତି ସହିତ, ଏକ ବିକଶିତ ଭାରତ ପାଇଁ ଏକ ଦୃଢ଼ ଭିତ୍ତିଭୂମି ଗଠନ କରେ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ମନ୍ତବ୍ୟ ଦେଇଥିଲେ ଯେ ଆଜି ଏହି ପ୍ରତିମୂର୍ତ୍ତିଗୁଡ଼ିକ ଦେଶକୁ ନୂତନ ଶକ୍ତିରେ ପୂର୍ଣ୍ଣ କରୁଛନ୍ତି। ସେ ଗୁରୁତ୍ୱାରୋପ କରିଥିଲେ ଯେ ସ୍ୱାଧୀନତା ପରେ ଭାରତରେ ପ୍ରତ୍ୟେକ ଭଲ କାମକୁ ଗୋଟିଏ ପରିବାର ସହିତ ଯୋଡ଼ିବାର ଏକ ଧାରା କିପରି ଆରମ୍ଭ ହୋଇଥିଲା - ତାହା ପୁସ୍ତକ, ସରକାରୀ ଯୋଜନା, ପ୍ରତିଷ୍ଠାନ, ରାସ୍ତା କିମ୍ବା ଛକ, ସବୁକିଛି ଗୋଟିଏ ପରିବାରର ଗୌରବ, ସେମାନଙ୍କ ନାମ ଏବଂ ସେମାନଙ୍କ ପ୍ରତିମୂର୍ତ୍ତି ସହିତ ଯୋଡ଼ି ହୋଇଥିଲା, ତାହା ଭୁଲିଯିବା ଉଚିତ୍ ନୁହେଁ।  ସେ କହିଥିଲେ ଯେ ସେମାନଙ୍କ ଦଳ ଦେଶକୁ ଗୋଟିଏ ପରିବାର ଦ୍ୱାରା ବନ୍ଧକ ରଖିବାର ଏହି ପୁରୁଣା ପ୍ରଥାରୁ ମୁକ୍ତ କରିଛି। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ତାଙ୍କ ସରକାର ଭାରତ ମାତାର ପ୍ରତ୍ୟେକ ଅମର ସନ୍ତାନ ଏବଂ ଦେଶ ସେବାରେ ପ୍ରଦାନ କରାଯାଇଥିବା ପ୍ରତ୍ୟେକ ଅବଦାନକୁ ସମ୍ମାନିତ କରୁଛି। ସେ ଉଦାହରଣ ଦେଇ ଉଲ୍ଲେଖ କରିଥିଲେ ଯେ ଆଜି ଦିଲ୍ଲୀର କର୍ତ୍ତବ୍ୟ ପଥ ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଗର୍ବର ସହିତ ଦଣ୍ଡାୟମାନ ହୋଇଛି ଏବଂ ଆଣ୍ଡାମାନର ଯେଉଁ ଦ୍ୱୀପରେ ନେତାଜୀ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ ସେହି ଦ୍ୱୀପକୁ ଏବେ ତାଙ୍କ ନାମରେ ନାମିତ କରାଯାଇଛି।
ବାବାସାହେବ ଆମ୍ବେଦକରଙ୍କ ଐତିହ୍ୟକୁ କିପରି ଲିଭାଇ ଦିଆଯିବାର ପ୍ରୟାସ କରାଯାଇଥିଲା ତାହା କେହି ଭୁଲିପାରିବେ ନାହିଁ। ଏହା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବିରୋଧୀ ଦଳଗୁଡ଼ିକ ଦିଲ୍ଲୀ ଏବଂ ଉତ୍ତର ପ୍ରଦେଶରେ ଏହି ଘୃଣ୍ୟ କାର୍ଯ୍ୟ କରିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ସେମାନଙ୍କ ଦଳ ଏହା ନିଶ୍ଚିତ କରିଥିଲା, ଯେପରି ବାବାସାହେବଙ୍କ ଐତିହ୍ୟକୁ ଲିଭାଇ ଦିଆନଯାଏ। ସେ ଆଲୋକପାତ କରିଥିଲେ ଯେ ଆଜି ଦିଲ୍ଲୀରୁ ଲଣ୍ଡନ ପର୍ଯ୍ୟନ୍ତ, ବାବାସାହେବ ଆମ୍ବେଦକରଙ୍କ ପଞ୍ଚତୀର୍ଥ ତାଙ୍କ ଐତିହ୍ୟକୁ ପ୍ରଚାର କରିଥାଏ।
ପ୍ରଧାନମନ୍ତ୍ରୀ ଆହୁରି ସ୍ମରଣ କରାଇଥିଲେ ଯେ ସର୍ଦ୍ଦାର ପଟେଲ ଶହ ଶହ ଗଡ଼ଜାତ ରାଜ୍ୟରେ ବିଭକ୍ତ ଦେଶକୁ ଏକତ୍ର କରିଥିଲେ, କିନ୍ତୁ ସ୍ୱାଧୀନତା ପରେ, ତାଙ୍କ କାର୍ଯ୍ୟ ଏବଂ ପ୍ରତିଷ୍ଠା ଉଭୟକୁ ହ୍ରାସ କରିବା ପାଇଁ ପ୍ରୟାସ କରାଯାଇଥିଲା। ସେ ଗୁରୁତ୍ୱାରୋପ କରିଥିଲେ ଯେ, ସେମାନଙ୍କ ଦଳ ହିଁ ସର୍ଦ୍ଦାର ପଟେଲଙ୍କୁ ପ୍ରକୃତରେ ଯୋଗ୍ୟ ସମ୍ମାନ ଦେଇଥିଲା। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ସେମାନଙ୍କ ସରକାର ହିଁ ସର୍ଦ୍ଦାର ପଟେଲଙ୍କର ପ୍ରତିମୂର୍ତ୍ତି ଆକାରରେ ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି ନିର୍ମାଣ କରିଥିଲା ଏବଂ ଏକତା ନଗରକୁ ପ୍ରେରଣାର ସ୍ଥାନ ଭାବରେ ବିକଶିତ କରିଥିଲା। ସେ ଗୁରୁତ୍ୱାରୋପ କରିଥିଲେ ଯେ ପ୍ରତି ବର୍ଷ, ୩୧ ଅକ୍ଟୋବରରେ, ଦେଶ ଏବେ ଏହି ସ୍ଥାନରେ ଜାତୀୟ ଏକତା ଦିବସର ମୁଖ୍ୟ ଉତ୍ସବ ପାଳନ କରୁଛି।
 

ଦଶନ୍ଧି ଧରି ଆଦିବାସୀ ସମ୍ପ୍ରଦାୟର ଅବଦାନକୁ ଉପଯୁକ୍ତ ସ୍ୱୀକୃତି ଦିଆଯାଇ ନଥିବା ଉଲ୍ଲେଖ କରି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ, ତାଙ୍କ ସରକାର ହିଁ ଭଗବାନ ବିର୍ସା ମୁଣ୍ଡାଙ୍କ ଭବ୍ୟ ସ୍ମାରକୀ ନିର୍ମାଣ କରିଥିଲେ ଏବଂ କିଛି ସପ୍ତାହ ପୂର୍ବରୁ ଛତିଶଗଡ଼ରେ ସହିଦ ବୀର ନାରାୟଣ ସିଂହ ଆଦିବାସୀ ସଂଗ୍ରହାଳୟର ଉଦଘାଟନ କରିଥିଲେ। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ସାରା ଦେଶରେ ଏପରି ଅନେକ ଉଦାହରଣ ଅଛି, ଉଲ୍ଲେଖ କରିଥିଲେ ଯେ ଉତ୍ତର ପ୍ରଦେଶରେ ମହାରାଜା ସୁହେଲଦେବଙ୍କ ସ୍ମାରକୀ ସେମାନଙ୍କ ସରକାର ଆସିବା ପରେ ହିଁ ନିର୍ମାଣ କରାଯାଇଥିଲା। ସେ କହିଥିଲେ ଯେ ନିଷାଦରାଜ ଏବଂ ପ୍ରଭୁ ଶ୍ରୀରାମ ଯେଉଁ ସ୍ଥାନରେ ସାକ୍ଷାତ କରିଥିଲେ ସେହି ସ୍ଥାନକୁ ଶେଷରେ ଉପଯୁକ୍ତ ସମ୍ମାନ ମିଳିଛି। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ରାଜା ମହେନ୍ଦ୍ର ପ୍ରତାପ ସିଂହଙ୍କ ଠାରୁ ଆରମ୍ଭ କରି ଚୌରୀଚୌରାର ସହିଦଙ୍କ ପର୍ଯ୍ୟନ୍ତ , ଭାରତ ମାତାର ପୁତ୍ରମାନଙ୍କ ଅବଦାନକୁ ସେମାନଙ୍କ ସରକାର ପୂର୍ଣ୍ଣ ଶ୍ରଦ୍ଧା ଏବଂ ବିନମ୍ରତାର ସହିତ ମନେ ରଖିଛନ୍ତି।
ପରିବାରଭିତ୍ତିକ ରାଜନୀତିର ଏକ ସ୍ୱତନ୍ତ୍ର ପରିଚୟ ଅଛି, ଯାହା ଅଣସୁରକ୍ଷାରେ ପରିପୂର୍ଣ୍ଣ, ଏହା ଉପରେ ଗୁରୁତ୍ୱ ଦେଇ ଶ୍ରୀ ମୋଦୀ କହିଛନ୍ତି ଯେ ଏହା ଏପରି ନେତାମାନଙ୍କୁ ନିଜ ପରିବାରକୁ ବଡ଼ ଦେଖାଇବା ଏବଂ ନିଜର ପ୍ରଭାବକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଅନ୍ୟମାନଙ୍କୁ ଛୋଟ କରିବାକୁ ବାଧ୍ୟ କରେ। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ, ଏହି ମାନସିକତା ଭାରତରେ ରାଜନୈତିକ ଅସ୍ପୃଶ୍ୟତାକୁ ପ୍ରଚଳନ କରିଥିଲା। ସେ ସୂଚାଇଥିଲେ ଯେ, ଯଦିଓ ଅନେକ ପ୍ରଧାନମନ୍ତ୍ରୀ ସ୍ୱାଧୀନ ଭାରତର ସେବା କରିଥିଲେ, ଦିଲ୍ଲୀର ସଂଗ୍ରହାଳୟ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଅଣଦେଖା କରିଥିଲା। ସେ ଜୋର ଦେଇ କହିଥିଲେ ଯେ ତାଙ୍କ ସରକାର ହିଁ ଏହି ପରିସ୍ଥିତିକୁ ସଂଶୋଧନ କରିଥିଲେ, ଏବଂ ଆଜି ଯେତେବେଳେ କେହି ଦିଲ୍ଲୀ ଗସ୍ତ କରନ୍ତି, ତାଙ୍କୁ ଏକ ଚମତ୍କାର ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ସ୍ୱାଗତ କରିଥାଏ, ଯେଉଁଠାରେ ସ୍ୱାଧୀନ ଭାରତର ପ୍ରତ୍ୟେକ ପ୍ରଧାନମନ୍ତ୍ରୀ, ସେମାନଙ୍କର କାର୍ଯ୍ୟକାଳ ଯେତେ କମ୍ ହେଉନା କାହିଁକି, ସେମାନଙ୍କୁ ଉପଯୁକ୍ତ ସମ୍ମାନ ଏବଂ ସେମାନଙ୍କର ଉପଯୁକ୍ତ ସ୍ଥାନ ଦିଆଯାଇଛି।
 

ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ଯେ ବିରୋଧୀ ଦଳ ଏବଂ ଏହାର ସହଯୋଗୀମାନେ ସର୍ବଦା ସେମାନଙ୍କ ଦଳକୁ ରାଜନୈତିକ ଭାବରେ ଅସ୍ପୃଶ୍ୟ ରଖିଛନ୍ତି, କିନ୍ତୁ ସେମାନଙ୍କ ଦଳର ମୂଲ୍ୟବୋଧ ସମସ୍ତଙ୍କୁ ସମ୍ମାନ ଦେବା ଶିଖାଏ। ସେ ଉଲ୍ଲେଖ କରିଥିଲେ ଯେ ଗତ ୧୧ ବର୍ଷ ମଧ୍ୟରେ, ସେମାନଙ୍କ ସରକାର ସମୟରେ, ଶ୍ରୀ ନରସିଂହ ରାଓ ଜୀ ଏବଂ ଶ୍ରୀ ପ୍ରଣବ ମୁଖାର୍ଜୀ ଜୀଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ, ତାଙ୍କ ସରକାର ହିଁ ଶ୍ରୀ ମୁଲାୟମ ସିଂହ ଯାଦବ ଜୀ ଏବଂ ଶ୍ରୀ ତରୁଣ ଗୋଗୋଇ ଜୀ’ ଙ୍କ ଭଳି ନେତାଙ୍କୁ ଜାତୀୟ ପୁରସ୍କାରରେ ସମ୍ମାନିତ କରିଥିଲା , ଯାହା ବିରୋଧୀ ଦଳ ଏବଂ ସେମାନଙ୍କ ସହଯୋଗୀଙ୍କ ଠାରୁ କେବେ ଆଶା କରାଯାଇ ନ ପାରେ, ଯାହାଙ୍କ ଶାସନରେ ଅନ୍ୟ ଦଳର ନେତାମାନେ କେବଳ ଅପମାନର ସମ୍ମୁଖୀନ ହୋଇଥିଲେ।
କେନ୍ଦ୍ର ଏବଂ ରାଜ୍ୟ ସ୍ତରରେ ସରକାର ଉତ୍ତର ପ୍ରଦେଶକୁ ବହୁତ ଲାଭ ଦେଇଛନ୍ତି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହା ଏକବିଂଶ ଶତାବ୍ଦୀର ଭାରତରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରୁଛି। ପ୍ରଧାନମନ୍ତ୍ରୀ, ଯିଏ ନିଜେ ଉତ୍ତର ପ୍ରଦେଶର ସାଂସଦ, ଗର୍ବ ପ୍ରକାଶ କରି କହିଥିଲେ ଯେ ରାଜ୍ୟର ପରିଶ୍ରମୀ ଲୋକମାନେ ଏକ ନୂତନ ଭବିଷ୍ୟତ ଲେଖୁଛନ୍ତି। ସେ ମନେ ପକାଇଲେ ଯେ, ଥରେ ଉତ୍ତର ପ୍ରଦେଶ ଦୁର୍ବଳ ଆଇନ ଏବଂ ଶୃଙ୍ଖଳା ଦୃଷ୍ଟିରୁ ଆଲୋଚନା ହେଉଥିଲା, କିନ୍ତୁ ଆଜି ଏହା ବିକାଶ ପାଇଁ ଆଲୋଚନା ହେଉଛି। ଦେଶର ପର୍ଯ୍ୟଟନ ମାନଚିତ୍ରରେ ଉତ୍ତର ପ୍ରଦେଶ ଦ୍ରୁତ ଗତିରେ ମୁଣ୍ଡ ଟେକୁଛି, ଅଯୋଧ୍ୟାର ଭବ୍ୟ ରାମ ମନ୍ଦିର ଏବଂ କାଶୀ ବିଶ୍ୱନାଥ ଧାମ ବିଶ୍ୱରେ ରାଜ୍ୟର ନୂତନ ପରିଚୟର ପ୍ରତୀକ ହୋଇଉଠିଛି, ଏହା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ରାଷ୍ଟ୍ର ପ୍ରେରଣା ସ୍ଥଳ ଭଳି ଆଧୁନିକ ନିର୍ମାଣ ଉତ୍ତର ପ୍ରଦେଶର ନୂତନ ପ୍ରତିଛବିକୁ ଆହୁରି ଉଜ୍ଜ୍ୱଳ କରୁଛି।
ପ୍ରଧାନମନ୍ତ୍ରୀ ସୁଶାସନ, ସମୃଦ୍ଧି ଏବଂ ପ୍ରକୃତ ସାମାଜିକ ନ୍ୟାୟର ମଡେଲ ଭାବରେ ଉତ୍ତର ପ୍ରଦେଶ ଆହୁରି ଉଚ୍ଚତା ହାସଲ କରୁ ବୋଲି କାମନା କରି ବକ୍ତବ୍ୟ ସମାପ୍ତ କରିଥିଲେ ଏବଂ ପୁନର୍ବାର ରାଷ୍ଟ୍ର ପ୍ରେରଣା ସ୍ଥଳ ପାଇଁ ଅଭିନନ୍ଦନ ଜଣାଇଥିଲେ।
ଉତ୍ତର ପ୍ରଦେଶର ରାଜ୍ୟପାଳ ଶ୍ରୀମତୀ ଆନନ୍ଦୀବେନ ପଟେଲ, ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ, ଶ୍ରୀ ପଙ୍କଜ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।
 

 ପୃଷ୍ଠଭୂମି
 ସ୍ୱାଧୀନ ଭାରତର ଜ୍ୟୋତିଷ୍କମାନଙ୍କ ଐତିହ୍ୟକୁ ସମ୍ମାନ ଜଣାଇବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣ ଦ୍ୱାରା ପରିଚାଳିତ। ରାଷ୍ଟ୍ର ପ୍ରେରଣା ସ୍ଥଳ ଭାରତର ଜଣେ ସର୍ବୋତ୍ତମ ପୂଜ୍ୟ ରାଷ୍ଟ୍ରନେତାଙ୍କ ଜୀବନ, ଆଦର୍ଶ ଏବଂ ସ୍ଥାୟୀ ଐତିହ୍ୟକୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବ, ଯାହାଙ୍କ ନେତୃତ୍ୱ ଦେଶର ଗଣତାନ୍ତ୍ରିକ, ରାଜନୈତିକ ଏବଂ ବିକାଶମୂଳକ ଯାତ୍ରା ଉପରେ ଗଭୀର ପ୍ରଭାବ ପକାଇଥିଲା।
 

ରାଷ୍ଟ୍ର ପ୍ରେରଣା ସ୍ଥଳକୁ ଏକ ଐତିହାସିକ ଜାତୀୟ ସ୍ମାରକୀ ଏବଂ ସ୍ଥାୟୀ ଜାତୀୟ ମହତ୍ତ୍ୱର ପ୍ରେରଣାଦାୟକ ସଂକଳନ ଭାବରେ ବିକଶିତ କରାଯାଇଛି। ପ୍ରାୟ ୨୩୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏବଂ ୬୫ ଏକର ପରିମିତ ଅଞ୍ଚଳରେ ବିସ୍ତୃତ, ଏହି ସଂକଳନକୁ ନେତୃତ୍ୱ ମୂଲ୍ୟବୋଧ, ଜାତୀୟ ସେବା, ସାଂସ୍କୃତିକ ଚେତନା ଏବଂ ସାର୍ବଜନୀନ ପ୍ରେରଣାକୁ ବୃଦ୍ଧି କରିବା ପାଇଁ ଉତ୍ସର୍ଗୀକୃତ ଏକ ସ୍ଥାୟୀ ଜାତୀୟ ସମ୍ପତ୍ତି ଭାବରେ କଳ୍ପନା କରାଯାଇଛି।
ଏହି କମ୍ପ୍ଲେକ୍ସରେ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୬୫ ଫୁଟ ଉଚ୍ଚ ବ୍ରୋଞ୍ଜ ପ୍ରତିମୂର୍ତ୍ତି ରହିଛି। ଏହା ଭାରତର ରାଜନୈତିକ ଚିନ୍ତାଧାରା, ରାଷ୍ଟ୍ର ନିର୍ମାଣ ଏବଂ ସାର୍ବଜନୀନ ଜୀବନରେ ସେମାନଙ୍କର ପ୍ରମୁଖ ଅବଦାନର ପ୍ରତୀକ। ଏଥିରେ ପ୍ରାୟ ୯୮,୦୦୦ ବର୍ଗଫୁଟ ପରିବ୍ୟାପ୍ତ ଏକ ପଦ୍ମ ଆକୃତିର ସଂରଚନା ଆକାରରେ ଡିଜାଇନ୍ କରାଯାଇଥିବା ଏକ ଅତ୍ୟାଧୁନିକ ସଂଗ୍ରହାଳୟ ମଧ୍ୟ ରହିଛି। ସଂଗ୍ରହାଳୟ ଭାରତର ଜାତୀୟ ଯାତ୍ରା ଏବଂ ଏହି ଦୂରଦୃଷ୍ଟିସମ୍ପନ୍ନ ନେତାମାନଙ୍କ ଅବଦାନକୁ ଉନ୍ନତ ଡିଜିଟାଲ୍ ଏବଂ ନିମଜ୍ଜିତ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ପ୍ରଦର୍ଶିତ କରେ, ଯାହା ପରିଦର୍ଶକମାନଙ୍କୁ ଏକ ଆକର୍ଷଣୀୟ ଏବଂ ଶିକ୍ଷାଗତ ଅଭିଜ୍ଞତା ପ୍ରଦାନ କରେ।
ରାଷ୍ଟ୍ର ପ୍ରେରଣା ସ୍ଥଳର ଉଦଘାଟନ ନିଃସ୍ୱାର୍ଥପର ନେତୃତ୍ୱ ଏବଂ ସୁଶାସନର ଆଦର୍ଶକୁ ସଂରକ୍ଷଣ ଏବଂ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ବର୍ତ୍ତମାନ ଏବଂ ଭବିଷ୍ୟତ ପିଢ଼ି ପାଇଁ ପ୍ରେରଣାର ଉତ୍ସ ଭାବରେ କାର୍ଯ୍ୟ କରିବ ବୋଲି ଆଶା କରାଯାଉଛି।
 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Internet subscribers in India up 6.24% in March-26 quarter

Media Coverage

Internet subscribers in India up 6.24% in March-26 quarter
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Shri Narendra Modi receives a telephone call from the Amir of Qatar
June 23, 2026
Qatar Amir expresses condolences over the loss of lives of Indian nationals in an accident in Qatar.
PM thanks him and conveys appreciation for prompt medical help to the injured.
The two leaders reaffirm their commitment to ensure the wellbeing and safety of their citizens.
PM conveys appreciation for Qatar’s positive contribution in the peace efforts in West Asia.
The two leaders reaffirm their commitment to expand bilateral cooperation.

Prime Minister Shri Narendra Modi received a telephone call today from the Amir of the State of Qatar, H.H. Sheikh Tamim Bin Hamad Al-Thani.

Qatar Amir expressed condolences over the loss of lives of Indian nationals in an accident at Ras Laffan Industrial City in Qatar on June 21 and conveyed wishes for speedy recovery of those injured.

PM thanked him for his words of sympathy towards affected families and conveyed appreciation for providing prompt medical help to the injured.

The two leaders reaffirmed their commitment to ensure the wellbeing and safety of their citizens and reiterated their support and solidarity with each other.

While discussing the situation in West Asia, PM conveyed appreciation for Qatar’s positive contribution in the peace efforts and expressed hope that they would lead to lasting peace and stability in the region.

The two leaders also reaffirmed their commitment to expand bilateral cooperation in all areas.

They agreed to remain in close touch.