ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସ ଜରିଆରେ ନମାମୀ ଗଙ୍ଗେ ମିଶନ ଅନ୍ତର୍ଗତ ଉତ୍ତରାଖଣ୍ଡରେ 6ଟି ବୃହତ ବିକାଶ ପ୍ରକଳ୍ପର ଉଦଘାଟନ କରିଛନ୍ତି।

ଶ୍ରୀ ମୋଦୀ ହରିଦ୍ୱାରଠାରେ ଗଙ୍ଗା ନଦୀ ତଟରେ ପ୍ରଥମ ଥର ପାଇଁ ‘ଗଙ୍ଗା ଅବଲୋକନ’ ସଂଗ୍ରହାଳୟର ଉଦଘାଟନ କରିଥିଲେ। ସେ ଏକ ପୁସ୍ତକ ରୋଇଙ୍ଗ ଡାଉନ ଗଙ୍ଗେସ ଏବଂ ଜଳ ଜୀବନ ମିଶନର ନୂଆ ଲୋଗୋକୁ ମଧ୍ୟ ଜାରି କରିଥିଲେ। ପ୍ରଧାନମନ୍ତ୍ରୀ ଏହି ଅବସରରେ ଜଳ ଜୀବନ ମିଶନ ଅନ୍ତର୍ଗତ ଗ୍ରାମ ପଞ୍ଚାୟତ ଏବଂ ଜଳ ସମିତି ଲାଗି ଉପଯୋଗୀ ‘ମାର୍ଗଦର୍ଶିକା’ ମଧ୍ୟ ଜାରି କରିଥିଲେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜଳ ଜୀବନ ମିଶନର ଉଦ୍ଦେଶ୍ୟ ଦେଶର ପ୍ରତ୍ୟେକ ଘରେ ନଳ ଜରିଆରେ ଜଳ ଉପଲବ୍ଧ କରାଇବା। ଶ୍ରୀ ମୋଦୀ କହିଥିଲେ ଯେ ନୂଆ ଲୋଗୋ ପାଣିର ଗୁରୁତ୍ୱକୁ ବୁଝି ଗୋଟିଏ ଗୋଟିଏ ବୁନ୍ଦା ଜଳ ସଂରକ୍ଷଣ ଲାଗି ଅନୁପ୍ରାଣିତ କରିବ।

ମାର୍ଗଦର୍ଶିକା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଗ୍ରାମ ପଞ୍ଚାୟତ ଓ ଗ୍ରାମୀଣ କ୍ଷେତ୍ରରେ ରହୁଥିବା ଲୋକମାନଙ୍କ ସହିତ ସରକାରୀ ମେସିନାରୀ ଲାଗି ମଧ୍ୟ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ ଅଟେ।

ରୋଇଂ ଡାଉନ ଗଙ୍ଗେସ ପୁସ୍ତକ ବିଷୟରେ ଆଲୋଚନା କରି ସେ କହିଥିଲେ ଯେ ଏହା ଗଙ୍ଗା ନଦୀକୁ ଆମ ସଂସ୍କୃତି, ବିଶ୍ୱାସ ଏବଂ ଐତିହ୍ୟର ପ୍ରତୀକ ଭାବେ ସ୍ଥାପିତ କରୁଛି ।

ଶ୍ରୀ ମୋଦୀ ଗଙ୍ଗା ନଦୀକୁ ସ୍ୱଚ୍ଛ ରଖିବାର ଗୁରୁତ୍ୱ ଉପରେ ଆଲୋକପାତ କରି କହିଥିଲେ ଏହା ନିଜର ଉଦଗମସ୍ଥଳ ଉତ୍ତରାଖଣ୍ଡରୁ ଆରମ୍ଭ କରି ଶେଷରେ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଦେଶର ପାଖାପାଖି 50% ଜନସଂଖ୍ୟାର ଜୀବନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି।

ସେ କହିଥିଲେ ଯେ ନମାମି ଗଙ୍ଗେ ମିଶନ ନଦୀ ସଂରକ୍ଷଣ କ୍ଷେତ୍ରରେ ସବୁଠୁ ମିଶନ ଏବଂ ଏହାର ଉଦ୍ଦେଶ୍ୟ କେବଳ ଗଙ୍ଗା ନଦୀର ସ୍ୱଚ୍ଛତା ନୁହେଁ ବରଂ ଏହା ସମସ୍ତ ନଦୀଗୁଡ଼ିକର ସ୍ୱଚ୍ଛତା ଉପରେ କେନ୍ଦ୍ରିତ ଅଟେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ନୂଆ ଚିନ୍ତାଧାରାକୁ ନେଇ ବଡ଼ ପରିବର୍ତ୍ତନ ଆସିଛି ଏବଂ ଗଙ୍ଗା ନଦୀ ଜୀବନ୍ତ ହୋଇ ଉଠିଛି। ଯଦି ଆମେ ଏଥିପାଇଁ ପୁରୁଣା ପଦ୍ଧତି ଆପଣାଇଥାଆନ୍ତୁ ତା’ହେଲେ ପରିସ୍ଥିତି ଆଜି ବିଗତ ଦିନ ଭଳି ଖରାପ ହୋଇଥାନ୍ତା କାରଣ ପୁରୁଣା ବ୍ୟବସ୍ଥାରେ ଜନସାଧାରଣଙ୍କ ଭାଗିଦାରୀର ଅଭାବ ରହିଥିଲା।

ଶ୍ରୀ ମୋଦୀ କହିଥିଲେ ଯେ ସରକାର ଏହି ଲକ୍ଷ୍ୟ ହାସଲ କରିବା ଲାଗି 4ଟି ରଣନୀତିକୁ ନେଇ ଆଗକୁ ବଢ଼ୁଛନ୍ତି।

ପ୍ରଥମତଃ- ଅଧିକ ସଂଖ୍ୟାରେ ବର୍ଜ୍ୟଜଳ ପରିଚାଳନା ପ୍ଲାଣ୍ଟ (ଏସଟିପି) ନେଟୱର୍କ ବିଛାଇବା ଯାହାକି ବର୍ଜ୍ୟ ଜଳକୁ ଗଙ୍ଗା ନଦୀ ଭିତରକୁ ଯିବ ନାହିଁ।

ଦ୍ୱିତୀୟତଃ, ଆସନ୍ତା 10-15 ବର୍ଷକୁ ଆଖି ଆଗରେ ରଖି ଏସଟିପିଗୁଡ଼ିକୁ ନିର୍ମାଣ କରାଯିବ।

ତୃତୀୟତଃ ଗଙ୍ଗା ନଦୀ ତଟରେ ଥିବା 5000 ଗ୍ରାମ ଏବଂ 100 ବଡ଼ ସହର/ନଗରକୁ ଖୋଲା ଶୌଚମୁକ୍ତ କରିବା।

ପ୍ରଧାନମନ୍ତ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ନମାମି ଗଙ୍ଗେ ମିଶନ ଅନ୍ତର୍ଗତ 30,000 କୋଟି ଟଙ୍କାରୁ ଅଧିକ ପ୍ରକଳ୍ପ ପୂରଣ ହୋଇସାରିଛି କିମ୍ବା ପ୍ରଗତି ପଥରେ ରହିଛି। ସେ କହିଥିଲେ ଯେ ଏସବୁ ପ୍ରକଳ୍ପରେ ଉତ୍ତରାଖଣ୍ଡରେ ବର୍ଜ୍ୟଜଳ ପରିଚାଳନା ପ୍ଲାଣ୍ଟ ମଧ୍ୟ ସାମିଲ ରହିଛି। ବିଗତ 6 ବର୍ଷରେ ଉତ୍ତରାଖଣ୍ଡରେ ବର୍ଜ୍ୟ ଜଳ ପରିଚାଳନା ପ୍ଲାଣ୍ଟର କ୍ଷମତା 4 ଗୁଣା ବୃଦ୍ଧି ପାଇଛି।

ପ୍ରଧାନମନ୍ତ୍ରୀ ମୋଦୀ ଗଙ୍ଗା ନଦୀରେ ମିଶିଥିବା 130ଟି ନାଳକୁ ବନ୍ଦ କରିବା ଲାଗି ହୋଇଥିବା ପ୍ରୟାସ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ ବିଶେଷ କରି ଚନ୍ଦ୍ରଶେଖର ନଗର ନଳା ବିଷୟରେ ଉଲ୍ଲେଖ କରିଥିଲେ ଯାହାକି ଋଷିକେଶରେ ମୁନୀ କୀ ରେତୀକୁ ଆସୁଥିବା ଶ୍ରଦ୍ଧାଳୁ ଏବଂ ନୌକା ବିହାର କରୁଥିବା ଲୋକମାନଙ୍କ ପାଇଁ ଦୃଷ୍ଟିକଟୁ ହେଉଥିଲା। ସେ ଏହି ନାଳକୁ ବନ୍ଦ କରିବା ଏବଂ ମୁନୀ କୀ ରେତୀରେ 4 ମହଲାବିଶିଷ୍ଟ ବର୍ଜ୍ୟ ଜଳ ନିଷ୍କାସନ ଟ୍ରିଟମେଣ୍ଟ ନିର୍ମାଣ ଲାଗି ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେପରି ଭାବେ ପ୍ରୟାଗରାଜ କୁମ୍ଭ ମେଳାରେ ଶ୍ରଦ୍ଧାଳୁମାନେ ସ୍ୱଚ୍ଛ ଗଙ୍ଗାର ଅନୁଭବ କରିଥିଲେ, ସେହିପରି ଭାବେ ଉତ୍ତରାଖଣ୍ଡରେ ମଧ୍ୟ କୁମ୍ଭକୁ ଆସୁଥିବା ଶ୍ରଦ୍ଧାଳୁମାନେ ଅବିରଳ ଓ ନିର୍ମଳ ଗଙ୍ଗା ନଦୀ କିପରି ଦର୍ଶନ କରିବେ ଆମେ ସେଥିପାଇଁ ପ୍ରୟାସ କରୁଛୁ। ପ୍ରଧାନମନ୍ତ୍ରୀ ମୋଦୀ ଗଙ୍ଗା ନଦୀ ତଟରେ ଶତାଧିକ ଘାଟ ସୌନ୍ଦର୍ଯ୍ୟକରଣ ବିଷୟରେ ଉଲ୍ଲେଖ କରିଥିଲେ ଏବଂ ହରିଦ୍ୱାରରେ ଏକ ଆଧୁନିକ ନଦୀତଟ ବିକାଶ ବିଷୟରେ ଉଲ୍ଲେଖ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗଙ୍ଗା ଅବଲୋକନ ସଂଗ୍ରହାଳୟ ଶ୍ରଦ୍ଧାଳୁମାନଙ୍କ ଲାଗି ଏକ ବିଶେଷ ଆକର୍ଷରଣ କେନ୍ଦ୍ର ହେବ ଏବଂ ଗଙ୍ଗା ନଦୀ ସହ ଜଡ଼ିତ ଐତିହ୍ୟକୁ ବୁଝିବାରେ, ସେଗୁଡ଼ିକୁ ଯୋଡ଼ିବାରେ ସହାୟକ ହେବ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ନମାମି ଗଙ୍ଗେ ମିଶନର ଉଦ୍ଦେଶ୍ୟ ଗଙ୍ଗା ନଦୀର ସ୍ୱଚ୍ଛତା ସହିତ ସମ୍ପୂର୍ଣ୍ଣ ଗଙ୍ଗା ଅବବାହିକା ଅଞ୍ଚଳରେ ଅର୍ଥବ୍ୟବସ୍ଥା ଓ ପରିବେଶର ବିକାଶ। ସେ କହିଥିଲେ ଯେ ସରକାର ଜୈବିକ କୃଷି ଏବଂ ଆୟୁର୍ବଦେିକ କୃଷି ଲାଗି ସାମଗ୍ରିକ ଯୋଜନା ପ୍ରସ୍ତୁତ କରିଛନ୍ତି।

ସେ କହିଥିଲେ ଯେ ଏହି ପ୍ରକଳ୍ପ ଫଳରେ ମିଶନ ଡଲଫିନ ମଧ୍ୟ ସୁଦୃଢ଼ ହେବ ଯାହାର ଘୋଷଣା ଅଗଷ୍ଟ 15 ତାରିଖରେ କରାଯାଇଛି।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ପାଣି ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ ସ୍ପଷ୍ଟ ଦିଶାନିର୍ଦ୍ଦେଶ ଏବଂ ଉନ୍ନତ ସମନ୍ୱୟ ଅଭାବରେ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗ ମଧରେ କାର୍ଯ୍ୟ ବିଖଣ୍ଡିତ ହୋଇ ରହିଥିଲା। ଯାହାଫଳରେ ଜଳସେଚନ ଏବଂ ପାନୀୟ ଜଳ ଯୋଗାଣ ସହ ଜଡ଼ିତ ସମସ୍ୟା ଲାଗି ରହିଥିଲା। ସେ କହିଥିଲେ ଯେ ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ଦେଶର 15 କୋଟି ଘରକୁ ପାଇପ ଯୋଗେ ପାଣି ପହଞ୍ଚିପାରିନାହିଁ।

ଶ୍ରୀ ମୋଦୀ କହିଥିଲେ ଯେ ଏହି ସମସ୍ୟାକୁ ଧ୍ୟାନରେ ରଖି ଜଳ ଶକ୍ତି ମନ୍ତ୍ରଣାଳୟ ଗଠନ କରାଯାଇଛି ଯାହାଫଳରେ ପାଣି ସହ ଜଡ଼ିତ ସମସ୍ୟାର ମୁକାବିଲା କରାଯାଇପାରିବ। ସେ କହିଥିଲେ ଯେ ଏହି ମନ୍ତ୍ରଣାଳୟ ବର୍ତ୍ତମାନ ଦେଶର ପ୍ରତ୍ୟେକ ଘରକୁ ନଳ ଯୋଗେ ଜଳ ଉପଲବ୍ଧ କରାଇବାର ମିଶନରେ ଯୋଡ଼ି ହୋଇ ରହିଛି।

ବର୍ତ୍ତମାନ ଜଳ ଜୀବନ ମିଶନ ଦୈନିକ ପାଖାପାଖି 1 ଲକ୍ଷ ଘରକୁ ପାଇପ ଯୋଗେ ଜଳ ଯୋଗାଣ ନିମନ୍ତେ ସଂଯୋଗ ଉପଲବ୍ଧ କରାଉଛି। ସେ କହିଥିଲେ ଯେ ମାତ୍ର ଗୋଟିଏ ବର୍ଷ ମଧ୍ୟରେ ଦେଶର ଦୁଇ କୋଟି ପରିବାରକୁ ପାନୀୟ ଜଳ ଯୋଗାଣ ଦିଆଯାଇଛି।

ସେ ବିଗତ 4-5 ମାସରେ କରୋନା ଭୂତାଣୁ ସମୟରେ ମଧ୍ୟ 50,000 ପରିବାରକୁ ପାନୀୟ ଜଳ ଯୋଗାଣ ଉପଲବ୍ଧ କରାଇବା ଲାଗି ଉତ୍ତରାଖଣ୍ଡ ସରକାରଙ୍କୁ ମଧ୍ୟ ପ୍ରଶଂସା କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ପୂର୍ବର କାର୍ଯ୍ୟକ୍ରମ ଠାରୁ ଭିନ୍ନ ଏହି ଜଳ ଜୀବନ ମିଶନ ତଳୁ ଉପର ସ୍ତର ପର୍ଯ୍ୟନ୍ତ କାମ କରିଥାଏ। ଏଠାରେ ଉପଭୋକ୍ତା ଓ ଜଳ ସମିତି ସମ୍ପୂର୍ଣ୍ଣ ପ୍ରକଳ୍ପର ପରିକଳ୍ପନା କରିଛନ୍ତି ଏଥିରେ ଯୋଜନାର କାର୍ଯ୍ୟକାରିତା, ରକ୍ଷଣାବେକ୍ଷଣ ଏବଂ ପରିଚାଳନା ପର୍ଯ୍ୟନ୍ତ ସାମିଲ ରହିଛି। ସେ କହିଥିଲେ ଯେ ଏଥିରେ ଏହା ମଧ୍ୟ ସୁନିଶ୍ଚିତ କରାଯାଇଥାଏ ଯେ ସମିତିରେ 50% ସଦସ୍ୟ ମହିଳା ରହିବେ। ସେ କହିଥିଲେ ଯେ ଏ ସମ୍ପର୍କରେ ସଠିକ ନିଷ୍ପତ୍ତି ନେବାରେ ଜଳ ସମିତି ଓ ଗ୍ରାମ ପଞ୍ଚାୟତଗୁଡ଼ିକୁ ସହାୟତା କରିବା ନିମନ୍ତେ ଆଜି ମାର୍ଗଦର୍ଶିକା ଜାରି କରାଯାଇଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଚଳିତ ବର୍ଷ ଅକ୍ଟୋବର 2 ତାରିଖକୁ 100 ଦିନିଆ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଉଛି ଯାହାର ଅନ୍ତର୍ଗତ ଏହି 100 ଦିନ ମଧ୍ୟରେ ଦେଶର ପ୍ରତ୍ୟେକ ବିଦ୍ୟାଳୟ ଓ ଅଙ୍ଗନବାଡ଼ିକୁ ପାନୀୟ ଜଳ ସଂଯୋଗ ସୁନିଶ୍ଚିତ କରାଯିବ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ନିକଟରେ କୃଷକ, ଶିଳ୍ପ ଶ୍ରମିକ ଓ ସ୍ୱାସ୍ଥ୍ୟ କ୍ଷେତ୍ର ସହ ଜଡ଼ିତ ଅନେକ ସଂସ୍କାର କାର୍ଯ୍ୟକାରୀ କରିଛନ୍ତି।

ଶ୍ରୀ ମୋଦୀ କହିଥିଲେ ଯେ ଯେଉଁମାନେ ଏହି ସୁଧାରକୁ ବିରୋଧ କରୁଛନ୍ତି, ସେମାନେ କେବଳ ବିରୋଧ କରିବା ଉଦ୍ଦେଶ୍ୟରେ ବିରୋଧ କରୁଛନ୍ତି। ସେ କହିଥିଲେ ଯେ ଯେଉଁଲୋକମାନେ ବହୁ ଦଶନ୍ଧି ଧରି ଦେଶ ଉପରେ ଶାସନ କରୁଥିଲେ ସେମାନେ ଶ୍ରମିକ, ଯୁବକ, କୃଷକ ଓ ମହିଳାଙ୍କୁ ସଶକ୍ତ କରିବା ଦିଗରେ କୌଣସି ଧ୍ୟାନ ଦେଇନଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କୃଷକମାନେ ନିଜ ଉତ୍ପାଦ ଦେଶର କୌଣସି ସ୍ଥାନରେ ଯେକୌଣସି ବ୍ୟକ୍ତିକୁ ବିକ୍ରି କରି ଲାଭ ହାସଲ କରନ୍ତୁ ବୋଲି ଏହି ଲୋକମାନେ ଚାହାନ୍ତି ନାହିଁ।

ପ୍ରଧାନମନ୍ତ୍ରୀ ଅନେକ କଲ୍ୟାଣକାରୀ ଯୋଜନା ବିଷୟରେ ଉଲ୍ଲେଖ କରିଥିଲେ ଯେଉଁଥିରେ ଜନଧନ ବ୍ୟାଙ୍କ ଆକାଉଣ୍ଟ, ଡିଜିଟାଲ ଇଣ୍ଡିଆ, ଅନ୍ତର୍ଜାତୀୟ ଯୋଗ ଦିବସ ଆଦି ସାମିଲ ରହିଛି। ଜନତାମାନେ ଏସବୁ ଯୋଜନାରୁ ଲାଭ ପାଇଥିଲେ ମଧ୍ୟ ବିରୋଧୀମାନେ ଏହାକୁ କେବଳ ବିରୋଧ କରିଥିଲେ।

 ସେ କହିଥିଲେ ଯେ ଏମାନେ ସେହି ଲୋକ ଯେଉଁମାନେ ବାୟୁସେନାର ଆଧୁନିକୀକରଣକୁ ବିରୋଧ କରୁଥିଲେ, ବାୟୁସେନାରେ ଆଧୁନିକ ଯୁଦ୍ଧ ବିମାନ ବ୍ୟବସ୍ଥାକୁ ବିରୋଧ କରୁଥିଲେ। ଏମାନେ ସେହି ଲୋକ ଯେଉଁମାନେ ୱାନ ରେଙ୍କ ୱାନ୍ ପେନସନ ନୀତିକୁ ବିରୋଧ କରୁଥିଲେ। ମାତ୍ର ସରକାର ବର୍ତ୍ତମାନସୁଦ୍ଧା ସେନା କର୍ମଚାରୀମାନଙ୍କର ବକେୟା ପେନସନ ବାବଦକୁ 11,000 କୋଟି ଟଙ୍କା ପଇଠ କରିସାରିଲେଣି।

ସେ କହିଥିଲେ ଯେ ଏମାନେ ହେଉଛନ୍ତି ସେହି ଲୋକ ଯେଉଁମାନେ ସର୍ଜିକାଲ ଷ୍ଟ୍ରାଇକକୁ ବିରୋଧ କରୁଥିଲେ ଏବଂ ସେନାବାହିନୀ ଠାରୁ ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ମାଗିଥିଲେ। ଶ୍ରୀ ମୋଦୀ କହିଥିଲେ ଯେ ସେମାନଙ୍କର ବାସ୍ତବ ଉଦ୍ଦେଶ୍ୟ କ’ଣ ତାହା ସାରା ଦେଶବାସୀ ଭଲ ଭାବେ ଜାଣିସାରିଛନ୍ତି। ସେ କହିଥିଲେ ଯେ ସମୟ ବିତିବା ସହିତ ବିରୋଧ କରୁଥିବା ଓ ପ୍ରଦର୍ଶନ କରୁଥିବା ଲୋକମାନେ ଅପ୍ରାସଙ୍ଗିକ ହୋଇଯିବେ।

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
On Puri’s Grand Road, a devotee’s submission

Media Coverage

On Puri’s Grand Road, a devotee’s submission
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the Amir of Qatar
July 16, 2026
PM conveys heartfelt condolences on the passing of the Father Amir of Qatar
PM recalls the Father Amir’s visionary leadership and his contribution to strengthening India-Qatar relations
The two leaders reaffirm their resolve to carry forward the Father Amir’s legacy

Prime Minister Shri Narendra Modi had a telephone conversation today with the Amir of the State of Qatar, H.H. Sheikh Tamim bin Hamad Al Thani.

Prime Minister conveyed his heartfelt condolences on the passing of H.H. Sheikh Hamad bin Khalifa Al Thani, the Father Amir of Qatar.

Recalling the Father Amir’s significant contributions as the chief architect of modern Qatar, Prime Minister paid tribute to his visionary leadership, and recalled his pivotal role in strengthening India-Qatar relations over the years as well as his deep affection for India and the Indian community in Qatar.

The Amir of Qatar thanked Prime Minister for his call and conveyed his appreciation for the words of support in this difficult hour.

The two leaders reaffirmed their resolve to carry forward the Father Amir’s legacy and further strengthen the India-Qatar Strategic Partnership and people-to-people ties.

They agreed to remain in close touch.