ଏହି କେନ୍ଦ୍ର ଗୁଡ଼ିକ ଆମ ଯୁବବର୍ଗ ମାନଙ୍କ ପାଇଁ ଦକ୍ଷତା ବିକାଶର ସୁଯୋଗ ଉନ୍ମୁକ୍ତ କରିବା ନିମନ୍ତେ ଉତ୍‌ପ୍ରେରକ ଭାବରେ କାର୍ଯ୍ୟ କରିବ”
“ବିଶ୍ୱ ସ୍ତରରେ କୁଶଳୀ ଭାରତୀୟ ଯୁବକ ମାନଙ୍କର ଚାହିଦା ବୃଦ୍ଧି ପାଇବାରେ ଲାଗିଛି”
ଭାରତ କେବଳ ନିଜ ପାଇଁ ନୁହେଁ, ସମଗ୍ର ବିଶ୍ୱ ପାଇଁ ଦକ୍ଷ ପେଶାଦାର ପ୍ରସ୍ତୁତ କରୁଛି
ସରକାର ଦକ୍ଷତା ବିକାଶର ଆବଶ୍ୟକତାକୁ ବୁଝିଛନ୍ତି ଏବଂ ନିଜସ୍ୱ ବଜେଟ୍ ଆବଣ୍ଟନ ଏବଂ ଏକାଧିକ ଯୋଜନା ସହିତ ଏକ ଅଲଗା ମନ୍ତ୍ରଣାଳୟ ଗଠନ କରିଛନ୍ତି
ସରକାରଙ୍କ ଦକ୍ଷତା ବିକାଶ ପଦକ୍ଷେପ ଗୁଡିକର ସବୁଠାରୁ ଅଧିକ ଲାଭ ଗରିବ, ଦଳିତ, ପଛୁଆ ଓ ଆଦିବାସୀ ପରିବାର ମାନଙ୍କୁ ମିଳୁଛି
ମହିଳା ଶିକ୍ଷା ଓ ପ୍ରଶିକ୍ଷଣ ଉପରେ ସରକାର ଗୁରୁତ୍ୱ ଦେବା ପଛରେ ସାବିତ୍ରୀ ବାଇ ଫୁଲେ ପ୍ରେରଣା ପାଲଟିଛନ୍ତି
ପିଏମ୍ ବିଶ୍ୱକର୍ମା ପାରମ୍ପରିକ ଶିଳ୍ପକାର ଓ କାରିଗର ମାନଙ୍କୁ ସଶକ୍ତ କରିବ
"ଶିଳ୍ପ ୪.୦ ନୂତନ ଦକ୍ଷତା ଆବଶ୍ୟକ କରିବ"
ଦେଶର ବିଭିନ୍ନ ସରକାରଙ୍କୁ ସେମାନଙ୍କ ଦକ୍ଷତା ବିକାଶର ପରିସରକୁ ଆହୁରି ବିସ୍ତାର କରିବାକୁ ପଡ଼ିବ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ମହାରାଷ୍ଟ୍ରରେ ୫୧୧ଟି ପ୍ରମୋଦ ମହାଜନ ଗ୍ରାମୀଣ କୌଶଲ୍ୟ ବିକାଶ କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି ।  ମହାରାଷ୍ଟ୍ରର ୩୪ଟି ଗ୍ରାମୀଣ ଜିଲ୍ଲାରେ ସ୍ଥାପିତ ଏହି କେନ୍ଦ୍ରଗୁଡ଼ିକ ଗ୍ରାମୀଣ ଯୁବକ ମାନଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ପାଇଁ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରିଚାଳନା କରିବେ ।

ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟ ଆରମ୍ଭ କରି କହିଥିଲେ ଯେ ନବରାତ୍ରର ପଞ୍ଚମ ଦିନରେ ସ୍କନ୍ଦ ମାତାଙ୍କୁ ପୂଜା କରାଯାଏ । ପ୍ରତ୍ୟେକ ମାଆ  ନିଜ ପିଲାମାନଙ୍କ ପାଇଁ ସୁଖ ଓ ସଫଳତା କାମନା କରିଥାନ୍ତି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶିକ୍ଷା ଏବଂ ଦକ୍ଷତା ବିକାଶ ଦ୍ୱାରା ହିଁ ଏହା ସମ୍ଭବ ହୋଇ ପାରିବ । ମହାରାଷ୍ଟ୍ରରେ ୫୧୧ଟି ପ୍ରମୋଦ ମହାଜନ ଗ୍ରାମୀଣ କୌଶଲ୍ୟ ବିକାଶ କେନ୍ଦ୍ର ପ୍ରତିଷ୍ଠା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଲକ୍ଷ ଲକ୍ଷ ଯୁବକଙ୍କ ଦକ୍ଷତା ବିକାଶ ପାଇଁ ଏହି ବିରାଟ ପଦକ୍ଷେପ ଆଜିର ଦିନକୁ ସ୍ମରଣୀୟ କରିଛି ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱସ୍ତରରେ ଦକ୍ଷ ଭାରତୀୟ ଯୁବକ ମାନଙ୍କ ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ଅନେକ ଦେଶର ଜନସଂଖ୍ୟାରେ ବଢୁଥିବା ବୟସ ପ୍ରୋଫାଇଲ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଏକ ଅଧ୍ୟୟନ ବିଷୟରେ ଉଲ୍ଲେଖ କରିଥିଲେ ଯେଉଁଥିରେ ଏହା ଉଲ୍ଲେଖ କରାଯାଇଛି ଯେ ୧୬ଟି ଦେଶ ପ୍ରାୟ ୪୦ ଲକ୍ଷ କୁଶଳୀ ଯୁବକଙ୍କୁ ନିଯୁକ୍ତି ଦେବା ପାଇଁ ଯୋଜନା କରିଛନ୍ତି । “ଭାରତ କେବଳ ନିଜ ପାଇଁ ନୁହେଁ , ସମଗ୍ର ବିଶ୍ୱ ପାଇଁ ଦକ୍ଷ ପେସାଦାର ପ୍ରସ୍ତୁତ କରୁଛି” , ପ୍ରଧାନମନ୍ତ୍ରୀ କହିଥିଲେ । 

ସେ କହିଥିଲେ ଯେ ମହାରାଷ୍ଟ୍ରର ଦକ୍ଷତା କେନ୍ଦ୍ରଗୁଡିକ ସ୍ଥାନୀୟ ଯୁବକ ମାନଙ୍କୁ ବିଶ୍ୱସ୍ତରୀୟ ନିଯୁକ୍ତି ପାଇଁ ପ୍ରସ୍ତୁତ କରିବ ଏବଂ ସେମାନଙ୍କୁ ନିର୍ମାଣ, ଆଧୁନିକ କୃଷି, ଗଣମାଧ୍ୟମ ଏବଂ ମନୋରଞ୍ଜନ ଏବଂ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଦକ୍ଷ କରିବ । ମୌଳିକ ବିଦେଶୀ ଭାଷା ଦକ୍ଷତା ଭଳି ସଫ୍ଟ ସ୍କିଲର ପ୍ରଶିକ୍ଷଣ ପ୍ରଦାନ କରିବା, ଭାଷା ବ୍ୟାଖ୍ୟା ପାଇଁ ଏଆଇ ଉପକରଣ ବ୍ୟବହାର କରିବାର ଆବଶ୍ୟକତା ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ,  ଯାହା ସେମାନଙ୍କୁ ନିଯୁକ୍ତିଦାତା ମାନଙ୍କ ପାଇଁ ଅଧିକ ଆକର୍ଷଣୀୟ କରିବ । 

ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ ଯେ , ଦୀର୍ଘ ଦିନ ଧରି ପୂର୍ବ ସରକାର ମାନଙ୍କ ପାଖରେ ଦକ୍ଷତା ବିକାଶ ଦିଗରେ ଦୂରଦୃଷ୍ଟି ଏବଂ ଗମ୍ଭୀରତାର ଅଭାବ ଥିଲା,  ଯାହା ଫଳରେ ଦକ୍ଷତା ଅଭାବରୁ ଲକ୍ଷ ଲକ୍ଷ ଯୁବକଙ୍କ ପାଇଁ ନିଯୁକ୍ତି ସୁଯୋଗ ମଧ୍ୟ କମ୍ ଥିଲା । ପ୍ରଧାନମନ୍ତ୍ରୀ କହିଥିଲେ ଯେ,  ବର୍ତ୍ତମାନର ସରକାର ଦକ୍ଷତା ବିକାଶର ଆବଶ୍ୟକତାକୁ ବୁଝିଛନ୍ତି ଏବଂ ନିଜସ୍ୱ ବଜେଟ୍ ଆବଣ୍ଟନ ଏବଂ ଏକାଧିକ ଯୋଜନା ସହିତ ଏହାକୁ ସମର୍ପିତ ଏକ ଅଲଗା ମନ୍ତ୍ରଣାଳୟ ଗଠନ କରିଛନ୍ତି । କୌଶଳ ବିକାଶ ଯୋଜନା ଅଧୀନରେ ୧ କୋଟି ୩୦ ଲକ୍ଷରୁ ଅଧିକ ଯୁବକଙ୍କୁ ଏକାଧିକ କ୍ଷେତ୍ର ଉପରେ ତାଲିମ ପ୍ରଦାନ କରାଯାଇଥିବା ବେଳେ ସମଗ୍ର ଦେଶରେ ଶତାଧିକ ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । 

 

ସାମାଜିକ ନ୍ୟାୟକୁ ସୁଦୃଢ଼ କରିବା କ୍ଷେତ୍ରରେ ଦକ୍ଷତା ବିକାଶ ପଦକ୍ଷେପର ଅବଦାନ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ପ୍ରଧାନମନ୍ତ୍ରୀ ବାବାସାହେବ ଆମ୍ବେଦକରଙ୍କ ଦର୍ଶନ,  ଯେଉଁଥିରେ ଦଳିତ, ପଛୁଆ ଏବଂ ଆଦିବାସୀ ଲୋକମାନଙ୍କ ଉନ୍ନତି ପାଇଁ ଶିଳ୍ପାୟନ ଉପରେ ଗୁରୁତ୍ୱ ଦିଆଯାଇଥିଲା କାରଣ ସେମାନଙ୍କର ଜମିର ପରିମାଣ ଅଳ୍ପ ଥିଲା ସେ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ । ଅତୀତରେ ଦକ୍ଷତାର ଅଭାବ ଯୋଗୁଁ ଏହି ଶ୍ରେଣୀର  ଲୋକମାନେ ଗୁଣାତ୍ମକ ନିଯୁକ୍ତି ପାଇବାର ସୁଯୋଗରୁ ବଞ୍ଚିତ ହୋଇଥିଲେ । ସେ କହିଥିଲେ ଯେ ସରକାରଙ୍କ ଦକ୍ଷତା ବିକାଶ ପଦକ୍ଷେପ ଗୁଡିକରୁ ସବୁଠାରୁ ଅଧିକ ଲାଭ  ଗରିବ, ଦଳିତ, ପଛୁଆ ଓ ଆଦିବାସୀ ପରିବାର ମାନେ ପାଉଛନ୍ତି । 

ନାରୀ ଶିକ୍ଷା କ୍ଷେତ୍ରରେ ସମାଜର ବନ୍ଧନ ଭାଙ୍ଗିବାରେ ସାବିତ୍ରୀ ବାଇ ଫୁଲେଙ୍କ ଅବଦାନକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ଏହା ଦୋହରାଇଥିଲେ ଯେ କେବଳ ଜ୍ଞାନ ଓ ଦକ୍ଷତା ଥିବା ବ୍ୟକ୍ତିମାନେ ହିଁ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିପାରିବେ । ମହିଳା ଶିକ୍ଷା ଓ ପ୍ରଶିକ୍ଷଣ ଉପରେ ସରକାର ଗୁରୁତ୍ୱ ଦେବା ପଛରେ ସାବିତ୍ରୀ ବାଇ ଫୁଲେ ପ୍ରେରଣା ପାଲଟିଛନ୍ତି ବୋଲି ଶ୍ରୀ ମୋଦୀ କହିଥିଲେ । ମହିଳା ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରୁଥିବା ସ୍ୱୟଂ ସହାୟକ ଗୋଷ୍ଠୀ ବା ‘ସ୍ୱୟଂ ସହାୟତା ସମୁହ' ବିଷୟରେ ଉଲ୍ଲେଖ କରିବା ସହ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ଅଧୀନରେ ୩ କୋଟିରୁ ଅଧିକ ମହିଳା ମାନଙ୍କୁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯାଇଛି ବୋଲି ସେ ସୂଚନା ଦେଇଥିଲେ । କୃଷି କ୍ଷେତ୍ର ଓ ଅନ୍ୟାନ୍ୟ କ୍ଷେତ୍ରରେ ଡ୍ରୋନ୍ ବ୍ୟବହାର ପାଇଁ ମହିଳା ମାନଙ୍କୁ ପ୍ରୋତ୍ସାହିତ କରିବା ନିମନ୍ତେ ପ୍ରଶିକ୍ଷଣ ଦେବା ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ ।

 

ଗ୍ରାମରେ ଅନେକ ପିଢ଼ି ଧରି ଚାଲି ଆସୁଥିବା ବୃତ୍ତି ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ସେ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ବିଷୟରେ କହିଥିଲେ ଯାହା ବାରିକ, ବଢ଼େଇ, ଧୋବା, ସ୍ୱର୍ଣ୍ଣକାର କିମ୍ବା କମାର ଭଳି ବୃତ୍ତିକୁ ସାହାଯ୍ୟ କରିବା ପାଇଁ ଆରମ୍ଭ କରାଯାଇଛି । ଏହା ଅଧୀନରେ ତାଲିମ, ଅତ୍ୟାଧୁନିକ ଉପକରଣ ଏବଂ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ଏଥିପାଇଁ ସରକାର ୧୩ ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ଏବଂ ମହାରାଷ୍ଟ୍ରରେ ୫୦୦ ରୁ ଅଧିକ ଦକ୍ଷତା କେନ୍ଦ୍ର ଏହାକୁ ରାଜ୍ୟରେ ଆଗେଇ ନେବ ବୋଲି ସେ କହିଛନ୍ତି । 

ଦକ୍ଷତା ବିକାଶର ଏହି ପ୍ରୟାସ ମଧ୍ୟରେ ପ୍ରଧାନମନ୍ତ୍ରୀ ଦକ୍ଷତା ବିକାଶର ପ୍ରକାରର ଉନ୍ନତି ଉପରେ ଗୁରୁତ୍ୱାରୋପ କରିଥିଲେ , ଯାହା ଦେଶକୁ ଅଧିକ ସୁଦୃଢ଼ କରିବ । ସେ ଭାରତର ଉତ୍ପାଦନ ଶିଳ୍ପରେ ଶୂନ୍ୟ ତ୍ରୁଟି ଥିବା ଉତ୍ତମ ମାନର ଉତ୍ପାଦ କିମ୍ବା ଉତ୍ପାଦର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ନୂତନ ଦକ୍ଷତା ଆବଶ୍ୟକ କରୁଥିବା ଶିଳ୍ପ ୪.୦ କୁ ମଧ୍ୟ ସ୍ପର୍ଶ କରିଥିଲେ । ସେବା କ୍ଷେତ୍ର, ଜ୍ଞାନ ଅର୍ଥନୀତି ଏବଂ ଆଧୁନିକ ଜ୍ଞାନକୌଶଳକୁ ଦୃଷ୍ଟିରେ ରଖି ସରକାର ମାନଙ୍କୁ ନୂତନ ଦକ୍ଷତା ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି । ଉତ୍ପାଦନ ପାଇଁ କେଉଁ ପ୍ରକାରର ଉତ୍ପାଦ ଦେଶକୁ ଆତ୍ମନିର୍ଭରଶୀଳତା ଆଡକୁ ନେଇଯିବ ତାହା ଜାଣିବା ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଏଭଳି ଉତ୍ପାଦ ତିଆରି କରିବା ପାଇଁ ଆବଶ୍ୟକ ଦକ୍ଷତାକୁ ପ୍ରୋତ୍ସାହିତ କରିବାକୁ ପଡ଼ିବ ।

 

ଭାରତର କୃଷି କ୍ଷେତ୍ର ପାଇଁ ନୂତନ କୌଶଳର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ପୃଥିବୀ ମାତାଙ୍କ ସୁରକ୍ଷା ପାଇଁ ପ୍ରାକୃତିକ ଚାଷ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ । ସନ୍ତୁଳିତ ଜଳସେଚନ, କୃଷି ଉତ୍ପାଦ ପ୍ରକ୍ରିୟାକରଣ, ପ୍ୟାକେଜିଂ, ବ୍ରାଣ୍ଡିଂ ଏବଂ ଲୋକଙ୍କୁ ଅନଲାଇନ୍ ଦୁନିଆ ସହ ଯୋଡ଼ି ହେବା ପାଇଁ ଦକ୍ଷତା ଆକଳନ କରିବା ନିମନ୍ତେ ଦକ୍ଷତାର ଆବଶ୍ୟକତା ଉପରେ ସେ ଆଲୋଚନା କରିଥିଲେ । ଦେଶର ବିଭିନ୍ନ ସରକାରଙ୍କୁ ସେମାନଙ୍କ ଦକ୍ଷତା ବିକାଶର ପରିସରକୁ ଆହୁରି ବିସ୍ତାର କରିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । 

ପ୍ରଧାନମନ୍ତ୍ରୀ ପ୍ରଶିକ୍ଷାର୍ଥୀ ମାନଙ୍କୁ ଆଶ୍ୱାସନା ଦେଇଥିଲେ ଯେ ସେମାନେ ସଠିକ୍ ମାର୍ଗ ବାଛିଛନ୍ତି କାରଣ ଦକ୍ଷତା ମାଧ୍ୟମରେ ସେମାନେ ସେମାନଙ୍କ ପରିବାର ଏବଂ ଦେଶ ପାଇଁ ବହୁତ ଅବଦାନ ଦେଇପାରିବେ । ସିଙ୍ଗାପୁରର ପ୍ରଧାନମନ୍ତ୍ରୀଙ୍କ ଅନୁରୋଧକ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସିଙ୍ଗାପୁରର ଏକ ଦକ୍ଷତା ବିକାଶ କେନ୍ଦ୍ର ପରିଦର୍ଶନର ଅନୁଭୂତି ବର୍ଣ୍ଣନା କରିଥିଲେ । ପ୍ରଧାନମନ୍ତ୍ରୀ ସିଙ୍ଗାପୁର ପ୍ରଧାନମନ୍ତ୍ରୀଙ୍କ ଗୌରବକୁ ସ୍ମରଣ କରିଥିଲେ ଏବଂ ଦକ୍ଷତା ପ୍ରଶିକ୍ଷଣର ଏଭଳି କାର୍ଯ୍ୟକଳାପ କିପରି ସାମାଜିକ ସ୍ୱୀକୃତି ଲାଭ କରିଥିଲା ସେ ସମ୍ପର୍କରେ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶ୍ରମର ମର୍ଯ୍ୟାଦାକୁ ସ୍ୱୀକାର କରିବା ଏବଂ କୁଶଳୀ କାର୍ଯ୍ୟର ଗୁରୁତ୍ୱକୁ ସ୍ୱୀକାର କରିବା ହେଉଛି ସମାଜର କର୍ତ୍ତବ୍ୟ । 

ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ଏକନାଥ ସିନ୍ଦେ ଏବଂ  ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବଂ ଶ୍ରୀ ଅଜିତ ପାୱାର ଉପସ୍ଥିତ ଥିଲେ । 

ପୃଷ୍ଠଭୂମି

ଗ୍ରାମୀଣ କୌଶଳ ବିକାଶ କେନ୍ଦ୍ର ଗୁଡ଼ିକ ଗ୍ରାମୀଣ ଯୁବକଯୁବତୀ ମାନଙ୍କୁ ରୋଜଗାର ସୁଯୋଗ ଦେବା ପାଇଁ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରିବେ । ପ୍ରତ୍ୟେକ କେନ୍ଦ୍ରରେ ଅତି କମ୍‌ରେ ଦୁଇଟି ଧନ୍ଦାମୂଳକ ପାଠ୍ୟକ୍ରମରେ ପ୍ରାୟ ୧୦୦ ଜଣ ଯୁବକଙ୍କୁ ପ୍ରଶିକ୍ଷଣ ଦିଆଯିବ । ଜାତୀୟ ଦକ୍ଷତା ବିକାଶ ପରିଷଦ ଅଧୀନରେ ତାଲିକାଭୁକ୍ତ ଶିଳ୍ପ ଅଂଶୀଦାର ଏବଂ ଏଜେନ୍ସିଗୁଡିକ ଦ୍ୱାରା ଏହି ପ୍ରଶିକ୍ଷଣ ପ୍ରଦାନ କରାଯିବ । ଏହି କେନ୍ଦ୍ର ଗୁଡିକ ପ୍ରତିଷ୍ଠା ଦ୍ୱାରା ଏହି ଅଞ୍ଚଳ ଅଧିକ ଦକ୍ଷ ଏବଂ କୁଶଳୀ ମାନବ ସମ୍ବଳ ବିକାଶ ଦିଗରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିବାରେ ସହାୟକ ହେବ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Join sports, playgrounds more important than PlayStation: PM to youth

Media Coverage

Join sports, playgrounds more important than PlayStation: PM to youth
NM on the go

Nm on the go

Always be the first to hear from the PM. Get the App Now!
...
Prime Minister highlights transformative impact of Jan Dhan Yojana
August 28, 2026

The Prime Minister, Shri Narendra Modi, has highlighted the unprecedented scale and transformative outcomes of the Pradhan Mantri Jan Dhan Yojana in last 12 years. Shri Modi said that Jan Dhan Yojana has had an unparalleled impact, playing a significant role in advancing financial inclusion and empowering people across the country.

The Prime Minister posted on X:

Unprecedented scale and transformative outcomes!

Jan Dhan Yojana has had an unparalleled impact.

#12YearsOfJanDhan