ସିଦ୍ଧାର୍ଥନଗର, ଏଟା, ହାରଦୋଇ, ପ୍ରତାପଗଡ, ଫତେପୁର, ଦେଓରିଆ, ଘାଜିପୁର, ମିର୍ଜାପୁର ଏବଂ ଜଉନପୁର ନୂତନ ମେଡିକାଲ କଲେଜ ପାଇଛନ୍ତି
“ଉତ୍ତରପ୍ରଦେଶର ଡବଲ୍ ଇଞ୍ଜିନ୍ ସରକାର ଅନେକ କର୍ମ ଯୋଗୀଙ୍କ ଦଶନ୍ଧିର ପରିଶ୍ରମର ଫଳାଫଳ”
“ମାଧବ ପ୍ରସାଦ ତ୍ରିପାଠୀଙ୍କ ନାମ ମେଡିକାଲ କଲେଜରୁ ବାହାରୁଥିବା ଯୁବ ଡାକ୍ତରମାନଙ୍କୁ ଜନସାଧାରଣଙ୍କ ସେବା ପାଇଁ ପ୍ରେରଣା ଯୋଗାଇବ”
“ମେନିଞ୍ଜାଇଟିସ୍ ପାଇଁ ପୂର୍ବରୁ ବଦନାମ ଥିବା ଉତ୍ତରପ୍ରଦେଶର ପୁର୍ବାଞ୍ଚଳ ଏବେ ପୂର୍ବ ଭାରତକୁ ସ୍ୱାସ୍ଥ୍ୟ ସେବାର ଏକ ନୂତନ ଆଲୋକ ଦେଖାଇବ”
“ଯେତେବେଳେ ସରକାର ସମ୍ବେଦନଶୀଳ ହୁଅନ୍ତି, ସେତେବେଳେ ଗରିବ ଲୋକମାନଙ୍କର ଯନ୍ତ୍ରଣା ବୁଝିବା ପାଇଁ ମନରେ ଦୟା ଦେଖାଯାଏ, ପରେ ଏଭଳି ସଫଳତା ମିଳିଥାଏ”
“ରାଜ୍ୟରେ ଏତେ ସଂଖ୍ୟକ ମେଡିକାଲ କଲେଜର ଉତ୍ସର୍ଗୀକୃତ ଅତ୍ୟନ୍ତ ଅଭୂତପୂର୍ବ । ଏହା ପୂର୍ବରୁ କେବେ ଘଟି ନଥିଲା ଏବଂ ବର୍ତ୍ତମାନ ଏହା କାହିଁକି ଘଟୁଛି, କେବଳ ଗୋଟିଏ କାରଣ ଅଛି – ରାଜନୈତିକ ଇଚ୍ଛାଶକ୍ତି ଏବଂ ରାଜନୈତିକ ଅଗ୍ରାଧିକାର”
“୨୦୧୭ ପର୍ଯ୍ୟନ୍ତ ଉତ୍ତରପ୍ରଦେଶର ସରକାରୀ ମେଡିକାଲ କଲେଜଗୁଡ଼ିକରେ କେବଳ ୧୯୦୦ ଡାକ୍ତରୀ ସିଟ୍ ରହିଥିଲା । ଡବଲ୍ ଇଞ୍ଜିନ୍ ସରକାର ଗତ ଚାରି ବର୍ଷ ମଧ୍ୟରେ ୧୯୦୦ ରୁ ଅଧିକ ସିଟ୍ ଯୋଡିଛନ୍ତି”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ସିଦ୍ଧାର୍ଥ ନଗରରେ ୯ ଟି ମେଡିକାଲ କଲେଜ ଉଦଘାଟନ କରିଛନ୍ତି । ଏହି ନଅଟି ମେଡିକାଲ କଲେଜ ସିଦ୍ଧାର୍ଥନଗର, ଏଟା, ହାରଦୋଇ, ପ୍ରତାପଗଡ, ଫତେପୁର, ଦେଓରିଆ, ଘାଜିପୁର, ମିର୍ଜାପୁର ଏବଂ ଜଉନପୁର ଜିଲ୍ଲାରେ ଅଛି । ଏହି ଅବସରରେ ଉତ୍ତରପ୍ରଦେଶର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ ।

ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର ସରକାର ଏବଂ ଉତ୍ତରପ୍ରଦେଶ ସରକାର ଅନେକ କର୍ମଯୋଗୀଙ୍କ ଦୀର୍ଘ ଦଶନ୍ଧିର ପରିଶ୍ରମର ଫଳାଫଳ । ସେ କହିଛନ୍ତି ଯେ ସିଦ୍ଧାର୍ଥନଗର ମଧ୍ୟ ସ୍ୱର୍ଗତ ମାଧବ ପ୍ରସାଦ ତ୍ରିପାଠୀ ଜୀ ରୂପରେ ଏପରି ଉତ୍ସର୍ଗୀକୃତ ଜନ ପ୍ରତିନିଧିଙ୍କୁ ଦେଶକୁ ଦେଇଛି, ଯାହାଙ୍କ ଅକ୍ଲାନ୍ତ ପରିଶ୍ରମ ଆଜି ଦେଶକୁ ସାହାଯ୍ୟ କରୁଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ମାଧବ ବାବୁଙ୍କ ନାମରେ ସିଦ୍ଧାର୍ଥନଗରର ନୂତନ ମେଡିକାଲ କଲେଜର ନାମକରଣ କରିବା ତାଙ୍କ ସେବା ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି । ମାଧବ ବାବୁଙ୍କ ନାମ କଲେଜରୁ ବାହାରୁଥିବା ଯୁବ ଡାକ୍ତରମାନଙ୍କୁ ଜନସେବା ପାଇଁ ପ୍ରେରଣା ଯୋଗାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ ୯ ଟି ନୂତନ ମେଡିକାଲ କଲେଜ ଗଠନ ସହିତ ପ୍ରାୟ ଅଢେଇ ହଜାର ନୂତନ ଶଯ୍ୟା ସୃଷ୍ଟି ହୋଇଛି, ୫ ହଜାରରୁ ଅଧିକ ଡାକ୍ତର ଏବଂ ପାରାମେଡିକ୍ସ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ସେ କହିଛନ୍ତି, ଏହା ସହିତ ପ୍ରତିବର୍ଷ ଶହ ଶହ ଯୁବକମାନଙ୍କ ପାଇଁ ଡାକ୍ତରୀ ଶିକ୍ଷାର ଏକ ନୂତନ ରାସ୍ତା ଖୋଲା ଯାଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମେନିଞ୍ଜାଇଟିସ୍ କାରଣରୁ ଦୁଃଖଦ ମୃତ୍ୟୁ ହେତୁ ପୂର୍ବ ସରକାରଙ୍କ ଦ୍ୱାରା ପୂର୍ବାଞ୍ଚଳର ଭାବମୂର୍ତ୍ତି ନଷ୍ଟ ହୋଇଯାଇଥିଲା । ସମାନ ପୂର୍ବାଞ୍ଚଳ, ସମାନ ଉତ୍ତରପ୍ରଦେଶ ପୂର୍ବ ଭାରତକୁ ସ୍ୱାସ୍ଥ୍ୟ ସେବାର ଏକ ନୂତନ ଆଲୋକ ପ୍ରଦାନ କରିବାକୁ ଯାଉଛି ବୋଲି ଶ୍ରୀ ମୋଦୀ କହିଛନ୍ତି ।

ବର୍ତ୍ତମାନର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ ସଂସଦର ସଦସ୍ୟ ଭାବରେ ସଂସଦରେ ରାଜ୍ୟର ଖରାପ ଚିକିତ୍ସା ବ୍ୟବସ୍ଥାର ଯନ୍ତ୍ରଣା ବିଷୟରେ କିଭଳି ବର୍ଣ୍ଣନା କରିଥିଲେ ସେହି ବିଷୟକୁ ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ । ପ୍ରଧାନମନ୍ତ୍ରୀ ଆଜି କହିଛନ୍ତି, ଉତ୍ତରପ୍ରଦେଶର ଲୋକମାନେ ଦେଖୁଛନ୍ତି ଯେ ଯୋଗୀ ଜୀ, ଲୋକମାନଙ୍କୁ ସେବା କରିବାର ସୁଯୋଗ ଦେଇ, ଏନସେଫାଲାଇଟିସର ଅଗ୍ରଗତିକୁ ବନ୍ଦ କରିଦେଇଛନ୍ତି ଏବଂ ଏହି ଅଞ୍ଚଳର ହଜାର ହଜାର ପିଲାଙ୍କ ଜୀବନ ବଞ୍ଚାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେତେବେଳେ ସରକାର ସମ୍ବେଦନଶୀଳ ହୁଅନ୍ତି, ସେତେବେଳେ ଗରିବଙ୍କ ବେଦନା ବୁଝିବା ପାଇଁ ମନରେ କରୁଣାର ଭାବନା ଉଦ୍ରେକ ହୁଏ, ସେତେବେଳେ ଏପରି ସଫଳତା ମିଳିଥାଏ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଏତେ ସଂଖ୍ୟକ ମେଡିକାଲ କଲେଜର ଉତ୍ସର୍ଗୀକୃତ ହୋଇ ନଥିଲା । ଏହା ପୂର୍ବରୁ ଘଟି ନଥିଲା ଏବଂ ବର୍ତ୍ତମାନ କାହିଁକି ଘଟୁଛି, କେବଳ ଗୋଟିଏ କାରଣ ଅଛି – ରାଜନୈତିକ ଇଚ୍ଛାଶକ୍ତି ଏବଂ ରାଜନୈତିକ ଅଗ୍ରାଧିକାର ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ୭ ବର୍ଷ ପୂର୍ବେ ଦିଲ୍ଲୀର ପୂର୍ବ ସରକାର ଏବଂ ୪ ବର୍ଷ ପୂର୍ବେ ଉତ୍ତରପ୍ରଦେଶ ସରକାର ଭୋଟ୍ ପାଇଁ କାମ କରୁଥିଲେ ଏବଂ ଭୋଟ୍ ବିଚାର ପାଇଁ କିଛି ଡିସପେନସାରୀ କିମ୍ବା କିଛି ଛୋଟ ଛୋଟ ଡାକ୍ତରଖାନା ଘୋଷଣା କରି ସନ୍ତୁଷ୍ଟ ହେଉଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦୀର୍ଘଦିନ ଧରି କୋଠାଟି ର୍ନିମାଣ ହୋଇନାହିଁ, ଯଦି କୋଠା ଅଛି, ମେସିନ୍ ନାହିଁ, ଯଦି ଉଭୟ କରାଯାଇଥିବ ତେବେ ଡାକ୍ତର ଏବଂ ଅନ୍ୟ କର୍ମଚାରୀ ନଥିବେ । ୨୪ଘଣ୍ଟା ଧରି ଅନବରତ ଭାବେ ଚାଲିଥିବା ଦୁର୍ନୀତିର ଚକ୍ର, ଗରିବ ଲୋକଙ୍କଠାରୁ ହଜାର ହଜାର କୋଟି ଟଙ୍କା ଲୁଟି ନେଇଥିଲା ।

ପ୍ରଧାନମନ୍ତ୍ରୀ କହିଛନ୍ତି ୨୦୧୪ ପୂର୍ବରୁ ଆମ ଦେଶରେ ମେଡିକାଲ ସିଟ୍ ସଂଖ୍ୟା ୯୦,୦୦୦ ରୁ କମ୍ ଥିଲା । ଗତ ୭ ବର୍ଷ ମଧ୍ୟରେ ଦେଶରେ ୬୦,୦୦୦ ନୂତନ ମେଡିକାଲ ସିଟ୍ ଯୋଗ କରାଯାଇଛି । ଏଠାରେ ଉତ୍ତରପ୍ରଦେଶରେ ମଧ୍ୟ ହୋଇଛି, ୨୦୧୭ ପର୍ଯ୍ୟନ୍ତ ସରକାରୀ ମେଡିକାଲ କଲେଜଗୁଡ଼ିକରେ କେବଳ ୧୯୦୦ ଡାକ୍ତରୀ ସିଟ୍ ଥିଲା । ଡବଲ୍ ଇଞ୍ଜିନ୍ ସରକାରରେ ଥିବାରୁ ମାତ୍ର ଚାରି ବର୍ଷ ମଧ୍ୟରେ ଆଉ ୧୯୦୦ ରୁ ଅଧିକ ସିଟ୍ ବୃଦ୍ଧି କରାଯାଇଛି ।

 

 

 

 

 

 

 

 

 

 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's $13 billion semiconductor mission: Boosting domestic chip manufacturing and design

Media Coverage

India's $13 billion semiconductor mission: Boosting domestic chip manufacturing and design
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 8, 2026
September 08, 2026

Viksit Bharat, Many Engines: Defence, Diplomacy, Growth & Green Power Under PM Modi