କିଛି ଦିନ ପୂର୍ବରୁ, ମୁଁ କର୍ତ୍ତବ୍ୟ ପଥ, ଅର୍ଥାତ୍ କର୍ତ୍ତବ୍ୟ ଭବନରେ ସାଧାରଣ କେନ୍ଦ୍ରୀୟ ସଚିବାଳୟକୁ ଉଦଘାଟନ କରିଥିଲି ଏବଂ ଆଜି, ମୁଁ ସଂସଦରେ ମୋର ସହକର୍ମୀମାନଙ୍କ ପାଇଁ ଏହି ଆବାସିକ ପରିସରକୁ ଉଦଘାଟନ କରିବାର ସୁଯୋଗ ପାଇଛି : ପ୍ରଧାନମନ୍ତ୍ରୀ
ଆଜି, ଦେଶ ଏହାର ସାଂସଦମାନଙ୍କ ପାଇଁ ନୂତନ ଘରର ଆବଶ୍ୟକତା ପୂରଣ କରିବା ସହିତ ପିଏମ୍ -ଆବାସ ଯୋଜନା ମାଧ୍ୟମରେ ୪ କୋଟି ଗରିବ ଲୋକଙ୍କୁ ଗୃହ ପ୍ରବେଶ କରିବାର ସୁଯୋଗ ମଧ୍ୟ ପ୍ରଦାନ କରୁଛି : ପ୍ରଧାନମନ୍ତ୍ରୀ
ଆଜି ଦେଶ କେବଳ କର୍ତ୍ତବ୍ୟ ପଥ ଏବଂ କର୍ତ୍ତବ୍ୟ ଭବନ ନିର୍ମାଣ କରୁ ନାହିଁ ବରଂ ଲକ୍ଷ ଲକ୍ଷ ନାଗରିକଙ୍କୁ ନଳ ମାଧ୍ୟମରେ ଜଳ ଯୋଗାଣ କରିବାର କର୍ତ୍ତବ୍ୟ ମଧ୍ୟ ପାଳନ କରୁଛି : ପ୍ରଧାନମନ୍ତ୍ରୀ
ସୌରଶକ୍ତି - ସକ୍ଷମ ଭିତ୍ତିଭୂମିରୁ ସୌର ଶକ୍ତି କ୍ଷେତ୍ରରେ ଦେଶର ନୂତନ ରେକର୍ଡ ପର୍ଯ୍ୟନ୍ତ, ଦେଶ ନିରନ୍ତର ଭାବରେ ସ୍ଥାୟୀ ବିକାଶର ଦୃଷ୍ଟିକୋଣକୁ ଆଗକୁ ବଢ଼ାଉଛି : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ବାବା ଖରକ ସିଂହ ମାର୍ଗରେ ସାଂସଦମାନଙ୍କ ପାଇଁ ନବନିର୍ମିତ ୧୮୪ଟି ଟାଇପ୍ - ୭ ବହୁତଳ ବିଶିଷ୍ଟ ଫ୍ଲାଟ୍ ଉଦଘାଟନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସେ କିଛି ଦିନ ତଳେ କର୍ତ୍ତବ୍ୟ ପଥଠାରେ କର୍ତ୍ତବ୍ୟ ଭବନ ଭାବରେ ଜଣାଶୁଣା ସାଧାରଣ କେନ୍ଦ୍ରୀୟ ସଚିବାଳୟକୁ ଉଦଘାଟନ କରିଥିଲେ ଏବଂ ଆଜି ତାଙ୍କୁ ସାଂସଦମାନଙ୍କ ପାଇଁ ଏକ ନବନିର୍ମିତ ଆବାସିକ କମ୍ପ୍ଲେକ୍ସ ଉଦଘାଟନ କରିବାର ସୁଯୋଗ ମିଳିଛି। ଭାରତର ଚାରୋଟି ମହାନ ନଦୀର ନାମ, ଯଥା : କୃଷ୍ଣା, ଗୋଦାବରୀ, କୋଶୀ ଏବଂ ହୁଗଳି ନାମରେ ନାମିତ ହୋଇଥିବା ଏହି କମ୍ପ୍ଲେକ୍ସର ଚାରୋଟି ଟାୱାର ସମ୍ପର୍କରେ ସେ ଉଲ୍ଲେଖ  କରି କହିଥିଲେ ଯେ ଲକ୍ଷ ଲକ୍ଷ ଲୋକଙ୍କୁ ଜୀବନ ଦେଉଥିବା ଏହି ନଦୀଗୁଡ଼ିକ ଏବେ ଜନପ୍ରତିନିଧିଙ୍କ ଜୀବନରେ ଆନନ୍ଦର ଏକ ନୂତନ ଧାରା ପ୍ରବାହିତ କରିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ନଦୀକୁ ନେଇ ନାମକରଣ ପରମ୍ପରା ଦେଶକୁ ଏକତାର ସୂତ୍ରରେ ବାନ୍ଧିଥାଏ। ନୂତନ କମ୍ପ୍ଲେକ୍ସ ଦିଲ୍ଲୀରେ ସାଂସଦମାନଙ୍କ ପାଇଁ ଜୀବନଧାରଣର ସହଜତା ବୃଦ୍ଧି କରିବ ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ, ଦିଲ୍ଲୀରେ ସାଂସଦମାନଙ୍କ ପାଇଁ ସରକାରୀ ବାସଗୃହର ଉପଲବ୍ଧତା ଏବେ ବୃଦ୍ଧି ପାଇବ। ପ୍ରଧାନମନ୍ତ୍ରୀ ସମସ୍ତ ସାଂସଦଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ଫ୍ଲାଟ ନିର୍ମାଣରେ ସାମିଲ ହୋଇଥିବା ଯନ୍ତ୍ରୀ ଏବଂ ଶ୍ରମଜୀବୀଙ୍କୁ ପ୍ରକଳ୍ପ ସମାପ୍ତ କରିବାରେ ସେମାନଙ୍କର ଉତ୍ସର୍ଗୀକୃତ ମନୋଭାବ ଏବଂ କଠିନ ପରିଶ୍ରମକୁ ପ୍ରଶଂସା କରିଥିଲେ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତାଙ୍କୁ ସାଂସଦ ମାନଙ୍କ  ପାଇଁ ନୂତନ ଭାବେ ନିର୍ମାଣ କରାଯାଇଥିବା ଆବାସିକ କମ୍ପ୍ଲେକ୍ସରୁ ଏକ ନମୁନା ଫ୍ଲାଟ ପରିଦର୍ଶନ କରିବାର ସୁଯୋଗ ମିଳିଛି। ସେ ଉଲ୍ଲେଖ କରିଥିଲେ ଯେ, ସେ କେବେ କେମିତି ପୁରୁଣା ସାଂସଦ ବାସଗୃହ ଗୁଡ଼ିକର ଅବସ୍ଥା ଦେଖିବାକୁ ପାଇଛନ୍ତି। ଶ୍ରୀ ମୋଦୀ ମନ୍ତବ୍ୟ ଦେଇଥିଲେ ଯେ ପୁରୁଣା ବାସଗୃହଗୁଡ଼ିକ ପ୍ରାୟତଃ ଅବହେଳାର ଶିକାର ହେଉଥିଲା ଏବଂ ଭଲ ଅବସ୍ଥାରେ ନଥିଲା। ସାଂସଦମାନେ ସେମାନଙ୍କର ପୂର୍ବ ବାସଗୃହଗୁଡ଼ିକର ଖରାପ ଅବସ୍ଥା ଯୋଗୁଁ ବାରମ୍ବାର ସାମନା କରୁଥିବା ଅସୁବିଧା ଉପରେ ସେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ନୂତନ ବାସଗୃହଗୁଡିକ ସାଂସଦମାନଙ୍କୁ ସେମାନଙ୍କର ନୂତନ ଘରକୁ ଯିବା ପରେ ଏଭଳି ଆହ୍ଵାନ ଗୁଡିକରୁ ମୁକ୍ତ କରିବ। ଯେତେବେଳେ ସାଂସଦମାନେ ବ୍ୟକ୍ତିଗତ ବାସଗୃହ ସମସ୍ୟାରୁ ମୁକ୍ତ ହେବେ, ସେମାନେ ଜନସାଧାରଣଙ୍କ ସମସ୍ୟାର ସମାଧାନ ପାଇଁ ଅଧିକ ପ୍ରଭାବଶାଳୀ ଭାବରେ ସେମାନଙ୍କର ସମୟ ଏବଂ ଶକ୍ତି ଉତ୍ସର୍ଗ କରିପାରିବେ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ।

 

ଦିଲ୍ଲୀରେ ପ୍ରଥମ ଥର ପାଇଁ ନିର୍ବାଚିତ ସାଂସଦମାନଙ୍କୁ ବାସଗୃହ ମିଳିବା ନେଇ  ସେମାନେ ସାମନା କରୁଥିବା ଆହ୍ଵାନଗୁଡ଼ିକୁ ସ୍ୱୀକାର କରି ଶ୍ରୀ ମୋଦୀ କହିଛନ୍ତି ଯେ, ନବନିର୍ମିତ ଫ୍ଲାଟ୍ ଗୁଡିକ ଏହି ଅସୁବିଧାକୁ ଦୂର କରିବାରେ ସାହାଯ୍ୟ କରିବ। ସେ ସୂଚନା ଦେଇଥିଲେ ଯେ ୧୮୦ ରୁ ଅଧିକ ସାଂସଦ ଏହି ବହୁତଳ ବିଶିଷ୍ଟ କୋଠାରେ ଏକାଠି ରହିବେ ଏବଂ ସେ ମଧ୍ୟ ନୂତନ ଗୃହ ନିର୍ମାଣ ପଦକ୍ଷେପର ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ ଦିଗକୁ ରେଖାଙ୍କିତ କରିଥିଲେ। କର୍ତ୍ତବ୍ୟ ଭବନର ଉଦଘାଟନକୁ ମନେ ପକାଇ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଅନେକ ମନ୍ତ୍ରଣାଳୟ ଭଡା କୋଠାରୁ କାର୍ଯ୍ୟ କରୁଛନ୍ତି, ଯାହା ପାଇଁ ବାର୍ଷିକ ପ୍ରାୟ ୧୫୦୦ କୋଟି ଟଙ୍କା ଭଡା ବାବଦକୁ ଖର୍ଚ୍ଚ ହେଉଛି, ଯାହା ସାଧାରଣ ପାଣ୍ଠିର ସିଧାସଳଖ ଅପଚୟ ବୋଲି ସେ ବର୍ଣ୍ଣନା କରିଥିଲେ।  ସେହିପରି, ସେ ଉଲ୍ଲେଖ କରିଥିଲେ ଯେ ପର୍ଯ୍ୟାପ୍ତ ସାଂସଦ ବାସଗୃହର ଅଭାବ ମଧ୍ୟ ସରକାରୀ ଖର୍ଚ୍ଚ ବୃଦ୍ଧି କରିଛି। ଶ୍ରୀ ମୋଦୀ ସୂଚାଇଥିଲେ ଯେ ସାଂସଦ ବାସଗୃହର ଅଭାବ ସତ୍ତ୍ୱେ, ୨୦୦୪ ରୁ ୧୦୧୪ ମଧ୍ୟରେ ଲୋକସଭା ସାଂସଦମାନଙ୍କ ପାଇଁ ଗୋଟିଏ ବି ନୂତନ ଗୃହ ନିର୍ମାଣ କରାଯାଇ ନଥିଲା। ସେ କହିଥିଲେ ଯେ ୨୦୧୪ ପରେ, ଆମ ସରକାର ଏହି କାର୍ଯ୍ୟକୁ ଏକ ମିଶନ ଭାବରେ ଗ୍ରହଣ କରିଥିଲେ ଏବଂ ନୂତନ ଭାବରେ ଉଦଘାଟିତ ଫ୍ଲାଟ ସମେତ ୨୦୧୪ ପରଠାରୁ ପ୍ରାୟ ୩୫୦ ସାଂସଦ ବାସଗୃହ ନିର୍ମାଣ କରାଯାଇଛି। ଏହି ବାସଗୃହଗୁଡ଼ିକ ସମ୍ପୂର୍ଣ୍ଣ ହେବା ସହିତ, ସାଧାରଣ ଲୋକଙ୍କ ଟଙ୍କା ଏବେ ସଞ୍ଚୟ ହେଉଛି ବୋଲି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ।

"ଏକବିଂଶ ଶତାବ୍ଦୀର ଭାରତ ବିକାଶ ପାଇଁ ଯେତିକି ଆଗ୍ରହୀ, ତା'ର ଦାୟିତ୍ୱ ପ୍ରତି ମଧ୍ୟ ସେତିକି ସମ୍ବେଦନଶୀଳ" ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରି କହିଥିଲେ ଯେ , ଦେଶ କର୍ତ୍ତବ୍ୟ ପଥ ଏବଂ କର୍ତ୍ତବ୍ୟ ଭବନ ନିର୍ମାଣ କରୁଥିବା ବେଳେ, ଲକ୍ଷ ଲକ୍ଷ ନାଗରିକଙ୍କୁ ନଳ ମାଧ୍ୟମରେ ଜଳ ଯୋଗାଣ କରିବାର କର୍ତ୍ତବ୍ୟ ମଧ୍ୟ ପାଳନ କରୁଛି । ସେ ଆହୁରି ମଧ୍ୟ କହିଥିଲେ ଯେ, ଦେଶ ଏହାର ସାଂସଦମାନଙ୍କ ପାଇଁ ନୂତନ ଗୃହ ନିର୍ମାଣ କରିବା ସହିତ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ୪ କୋଟି ଗରିବ ପରିବାର ପାଇଁ ଗୃହ ମାଲିକାନା ସୁବିଧା ମଧ୍ୟ ଯୋଗାଇ ଦେଉଛି। ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ, ଦେଶ ଏକ ନୂତନ ସଂସଦ ଭବନ ନିର୍ମାଣ କରୁଥିବା ବେଳେ, ଏହା ଶହ ଶହ ନୂତନ ମେଡିକାଲ କଲେଜ ମଧ୍ୟ ପ୍ରତିଷ୍ଠା କରୁଛି। ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ, ଏହି ପଦକ୍ଷେପ ଗୁଡ଼ିକର ଲାଭ ସମାଜର ପ୍ରତ୍ୟେକ ବର୍ଗ ନିକଟରେ ପହଞ୍ଚୁଛି।

 

ନବନିର୍ମିତ ସାଂସଦ ବାସଗୃହଗୁଡ଼ିକ ସ୍ଥାୟୀ ବିକାଶର ପ୍ରମୁଖ ଉପାଦାନଗୁଡ଼ିକୁ ସାମିଲ କରିଛି ବୋଲି ସନ୍ତୋଷ ପ୍ରକାଶ କରି ଶ୍ରୀ ମୋଦୀ କହିଥିଲେ ଯେ, ଏହି ପଦକ୍ଷେପ ଦେଶର ପର୍ଯ୍ୟାବରଣକୁ ସମର୍ଥନ ଦେଉଥିବା ଏବଂ ଭବିଷ୍ୟତ - ସୁରକ୍ଷିତ ଆଭିମୁଖ୍ୟ ସହିତ ସମନ୍ୱିତ। ପ୍ରଧାନମନ୍ତ୍ରୀ ଆବାସିକ କମ୍ପ୍ଲେକ୍ସରେ ସୌର - ସକ୍ଷମ ଭିତ୍ତିଭୂମିର ଅନ୍ତର୍ଭୁକ୍ତି ଉପରେ ଆଲୋକପାତ କରିଥିଲେ। ସେ ଆହୁରି ମଧ୍ୟ ଉଲ୍ଲେଖ କରିଥିଲେ ଯେ, ଭାରତ ସ୍ଥାୟୀ ବିକାଶର ଦୃଷ୍ଟିକୋଣକୁ ନିରନ୍ତର ଭାବରେ ଆଗକୁ ବଢ଼ାଉଛି, ଯାହା ସୌର ଶକ୍ତି କ୍ଷେତ୍ରରେ ଏହାର ସଫଳତା ଏବଂ ନୂତନ ରେକର୍ଡରେ ପରିଲକ୍ଷିତ ହୁଏ।

ନୂତନ ଆବାସିକ କମ୍ପ୍ଲେକ୍ସର ଉଦଘାଟନ ସମୟରେ ପ୍ରଧାନମନ୍ତ୍ରୀ ସାଂସଦମାନଙ୍କୁ ଅନେକ ଅନୁରୋଧ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ, ଦେଶର ବିଭିନ୍ନ ରାଜ୍ୟ ଏବଂ ଅଞ୍ଚଳର ସାଂସଦମାନେ ଏବେ ଏକାଠି ରହିବେ ଏବଂ ସେମାନଙ୍କ ଉପସ୍ଥିତି 'ଏକ ଭାରତ, ଶ୍ରେଷ୍ଠ ଭାରତ' ର ଭାବନାର ପ୍ରତୀକ ହେବା ଉଚିତ। ଶ୍ରୀ ମୋଦୀ ଏହାର ସାଂସ୍କୃତିକ ସ୍ପନ୍ଦନକୁ ବୃଦ୍ଧି କରିବା ପାଇଁ କମ୍ପ୍ଲେକ୍ସ ମଧ୍ୟରେ ଆଞ୍ଚଳିକ ପର୍ବଗୁଡ଼ିକର ସାମୂହିକ ପାଳନକୁ ଉତ୍ସାହିତ କରିଥିଲେ। ସେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ମତଦାତାମାନଙ୍କୁ ଆମନ୍ତ୍ରଣ କରିବାକୁ ପରାମର୍ଶ ଦେଇଥିଲେ, ଯାହା ଦ୍ୱାରା ଜନସମ୍ପର୍କ ବୃଦ୍ଧି ପାଇବ। ପ୍ରଧାନମନ୍ତ୍ରୀ ସାଂସଦମାନଙ୍କୁ ପରସ୍ପରର ଆଞ୍ଚଳିକ ଭାଷାରୁ ଶବ୍ଦ ଶିଖାଇବା ଏବଂ ଶିଖିବା ପାଇଁ କହିବା ସହିତ ଭାଷାଗତ ସମନ୍ୱୟକୁ ପ୍ରୋତ୍ସାହିତ କରିବାକୁ ଆହ୍ୱାନ କରିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ, ସ୍ଥାୟୀତ୍ୱ ଏବଂ ସ୍ୱଚ୍ଛତା କମ୍ପ୍ଲେକ୍ସର ପରିଭାଷା ହେବା ଉଚିତ ଏବଂ ଏହି ପ୍ରତିବଦ୍ଧତା ସମସ୍ତଙ୍କ ଦ୍ୱାରା ନିଶ୍ଚିତ ଭାବରେ ବାଣ୍ଟି ନିଆଯିବା ଆବଶ୍ୟକ । ସେ ଆହୁରି ମଧ୍ୟ କହିଥିଲେ ଯେ , କେବଳ ବାସଗୃହ ନୁହେଁ, ବରଂ ସମଗ୍ର ପରିସରକୁ ସଫା ରଖିବା ଏବଂ ପରିଷ୍କାର ପରିଚ୍ଛନ୍ନନା ବଜାୟ ରଖିବା ଉଚିତ।

 

ପ୍ରଧାନମନ୍ତ୍ରୀ ସମସ୍ତ ସାଂସଦ ଏକ ଦଳ ଭାବରେ ଏକାଠି କାମ କରିବେ ଏବଂ ସେମାନଙ୍କ ସାମୂହିକ ପ୍ରୟାସ ଦେଶ ପାଇଁ ଏକ ଆଦର୍ଶ ଭାବରେ କାର୍ଯ୍ୟ କରିବ ବୋଲି ଆଶା ପ୍ରକାଶ କରି ତାଙ୍କ ବକ୍ତବ୍ୟ ଶେଷ କରିଥିଲେ। ସେ ମନ୍ତ୍ରଣାଳୟ ଏବଂ ଗୃହ କମିଟିକୁ ସାଂସଦଙ୍କ ବିଭିନ୍ନ ଆବାସିକ କମ୍ପ୍ଲେକ୍ସ ମଧ୍ୟରେ ସ୍ୱଚ୍ଛତା ପ୍ରତିଯୋଗିତା ଆୟୋଜନ କରିବାକୁ ମଧ୍ୟ ଅନୁରୋଧ କରିଥିଲେ। ଏହି ସଂକଳ୍ପ ସହିତ, ସେ ପୁଣି ଥରେ ସମସ୍ତ ସାଂସଦଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଏହି କାର୍ଯ୍ୟକ୍ରମରେ ଲୋକସଭା ବାଚସ୍ପତି ଶ୍ରୀ ଓମ୍ ବିର୍ଲା, କେନ୍ଦ୍ର ମନ୍ତ୍ରୀ ଏବଂ ସାଂସଦମାନେ ଉପସ୍ଥିତ ଥିଲେ।

 

ପୃଷ୍ଠଭୂମି

ବାବା ଖରକ ସିଂହ ମାର୍ଗରେ ସାଂସଦମାନଙ୍କ ପାଇଁ ୧୮୪ଟି ନୂତନ ଭାବେ ନିର୍ମାଣ କରାଯାଇଥିବା ଟାଇପ୍ - ୭ ବହୁତଳ ବିଶିଷ୍ଟ ଫ୍ଲାଟର ଉଦଘାଟନ ଅବସରରେ , ପ୍ରଧାନମନ୍ତ୍ରୀ ଏହି ପରିସରରେ ଏକ ସିନ୍ଦୂର ଚାରା ରୋପଣ କରିଥିଲେ। ପ୍ରଧାନମନ୍ତ୍ରୀ ଏହି ଅବସରରେ ଶ୍ରମଜୀବୀମାନଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ।

ଏହି କମ୍ପ୍ଲେକ୍ସକୁ ଆତ୍ମନିର୍ଭର କରିବା ପାଇଁ ଡିଜାଇନ୍ କରାଯାଇଛି ଏବଂ ସଂସଦର ସଦସ୍ୟଙ୍କ କାର୍ଯ୍ୟକ୍ଷମ ଆବଶ୍ୟକତା ପୂରଣ କରିବା ପାଇଁ ସମ୍ପୂର୍ଣ୍ଣ ଆଧୁନିକ ସୁବିଧା ସହିତ ସଜ୍ଜିତ କରାଯାଇଛି। ସବୁଜ ପ୍ରଯୁକ୍ତିବିଦ୍ୟାକୁ ଅନ୍ତର୍ଭୁକ୍ତ କରି, ପ୍ରକଳ୍ପଟି ଗୃହ ୩ -ତାରକା ମୂଲ୍ୟାଙ୍କନ ମାନଦଣ୍ଡ ପାଳନ କରେ ଏବଂ ଜାତୀୟ କୋଠା ନିର୍ମାଣ ସଂହିତା (ଏନବିସି) ୨୦୧୬ ର ଅନୁପାଳନ କରେ। ଏହି ପରିବେଶଗତ ସ୍ଥାୟୀ ବୈଶିଷ୍ଟ୍ୟଗୁଡ଼ିକ ଶକ୍ତି ସଂରକ୍ଷଣ, ଅକ୍ଷୟ ଶକ୍ତି ଉତ୍ପାଦନ ଏବଂ ପ୍ରଭାବଶାଳୀ ବର୍ଜ୍ୟ ପରିଚାଳନାରେ ଯୋଗଦାନ ଦେବ ବୋଲି ଆଶା କରାଯାଉଛି। ଉନ୍ନତ ନିର୍ମାଣ ପ୍ରଯୁକ୍ତିବିଦ୍ୟାର ବ୍ୟବହାର – ବିଶେଷ କରି, ଆଲୁମିନିୟମ ସଟରିଂ ସହିତ ମୋନୋଲିଥିକ୍ କଂକ୍ରିଟ୍ ପ୍ରକଳ୍ପର ଢାଞ୍ଚାଗତ ସ୍ଥାୟୀତ୍ୱ ସୁନିଶ୍ଚିତ କରୁଛି ଏବଂ ଏହି ପ୍ରକଳ୍ପକୁ ସମୟ ମଧ୍ୟରେ ସମ୍ପୂର୍ଣ କରିବାରେ ସକ୍ଷମ ହୋଇଛି । ଏହି କମ୍ପ୍ଲେକ୍ସଟି ଦିବ୍ୟାଙ୍ଗ-ଅନୁକୂଳ ମଧ୍ୟ, ଯାହା ସମାବେଶୀ ଡିଜାଇନ୍ ପ୍ରତି ପ୍ରତିବଦ୍ଧତା ପ୍ରଦର୍ଶନ କରିଥାଏ।

 

ସାଂସଦମାନଙ୍କ ପାଇଁ ପର୍ଯ୍ୟାପ୍ତ ବାସଗୃହ ଅଭାବ କାରଣରୁ ଏହି ପ୍ରକଳ୍ପର ବିକାଶ ଆବଶ୍ୟକ ହୋଇଥିଲା। ସୀମିତ ଜମି ଉପଲବ୍ଧତା ହେତୁ, ଭୂମି ବ୍ୟବହାରକୁ ସୁଗମ କରିବା ଏବଂ ରକ୍ଷଣାବେକ୍ଷଣ ଖର୍ଚ୍ଚକୁ କମ କରିବା ଲକ୍ଷ୍ୟରେ ବହୁତଳ ବିଶିଷ୍ଟ ଗୃହ ବିକାଶ ଉପରେ ନିରନ୍ତର ଗୁରୁତ୍ୱ ଦିଆଯାଇଛି।

ପ୍ରତ୍ୟେକ ଆବାସିକ ୟୁନିଟରେ ପ୍ରାୟ ୫,୦୦୦ ବର୍ଗଫୁଟ କାର୍ପେଟ କ୍ଷେତ୍ର ରହିଛି, ଯାହା ଆବାସିକ ଏବଂ ସରକାରୀ କାର୍ଯ୍ୟ ପାଇଁ ପର୍ଯ୍ୟାପ୍ତ ସ୍ଥାନ ପ୍ରଦାନ କରେ। କାର୍ଯ୍ୟାଳୟ, କର୍ମଚାରୀ ବାସସ୍ଥାନ ଏବଂ ଏକ ସାମୁଦାୟିକ କେନ୍ଦ୍ର ପାଇଁ ସମର୍ପିତ କ୍ଷେତ୍ର ଅନ୍ତର୍ଭୁକ୍ତ କରିବା ଦ୍ୱାରା ସାଂସଦମାନଙ୍କୁ ଜନ ପ୍ରତିନିଧି ଭାବରେ ସେମାନଙ୍କର ଦାୟିତ୍ୱ ପାଳନ କରିବାରେ ଏହା ସହାୟକ ହେବ।

ଆଧୁନିକ ସଂରଚନାତ୍ମକ ଡିଜାଇନ୍ ମାନଦଣ୍ଡ ଅନୁଯାୟୀ, କମ୍ପ୍ଲେକ୍ସ ମଧ୍ୟରେ ସମସ୍ତ କୋଠା ଭୂମିକମ୍ପ ପ୍ରତିରୋଧୀ ସୁବିଧା ବ୍ୟବହାର କରି ନିର୍ମିତ ହୋଇଛି। ସମସ୍ତଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏକ ବ୍ୟାପକ ଏବଂ ଦୃଢ଼ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
UP's exports to BRICS nations, partners cross $5.36 billion in FY26: Govt

Media Coverage

UP's exports to BRICS nations, partners cross $5.36 billion in FY26: Govt
NM on the go

Nm on the go

Always be the first to hear from the PM. Get the App Now!
...
Prime Minister visits Pahadpur village in Odisha with President of India, Smt. Droupadi Murmu on her birthday
June 20, 2026

The Prime Minister, Shri Narendra Modi, said that he was honoured to be in Pahadpur village in Odisha with President of India, Smt. Droupadi Murmu on her birthday.

The Prime Minister noted that Pahadpur is the President’s village and said that the work done by her is truly inspiring.

Shri Modi prayed for the President’s long and healthy life.

The Prime Minister wrote on X;

“Honoured to be in Pahadpur village, Odisha with Rashtrapati Ji and that too on her birthday. This is her village and the work that she has done is truly inspiring.

Praying for her long and healthy life.

@rashtrapatibhvn”