Dedicated Freight Corridor will enhance ease of doing business, cut down logistics cost: PM Modi
Freight corridors will strengthen Aatmanirbhar Bharat Abhiyan: PM Modi
Country's infrastructure development should be kept away from politics: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବାଞ୍ଚଳ ଡେଡିକେଟେଡ ଫ୍ରେଟ କରିଡରର ଭାଉପୁର-ନିଉଖୁର୍ଜା ସେକ୍ସନ ଏବଂ ଅପରେସନ କଣ୍ଟ୍ରୋଲ ସେଣ୍ଟରକୁ ଉଦ୍ଘାଟନ କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ଭିଡିଓ କନ୍‍ଫରେନ୍ସିଂ ବ୍ୟବସ୍ଥାରେ ଏହି କାର୍ଯ୍ୟ ସଂପନ୍ନ କରିଥିବାବେଳେ ଏଥିରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲ ଏବଂ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ଥିଲେ ।

ଏହି ଅବସରରେ ଉଦ୍‍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏଭଳି ଅତ୍ୟାଧୁନିକ ରେଳ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ ହେବା ଘେନି ସେ ବିଶେଷ ଆନନ୍ଦିତ । ଯେତେବେଳେ ଖୁର୍ଜା-ଭାଉପୁର ଫ୍ରେଟ କରିଡରରେ ପ୍ରଥମ ମାଲଗାଡି ଚଳାଚଳ କରିବ ଆମେ ସେଥିରେ ଆତ୍ମନିର୍ଭର ଭାରତର ଗର୍ଜନ ଶୁଣିପାରିବା । ସେ କହିଛନ୍ତି ଯେ ପ୍ରୟାଗରାଜ ଅପରେସନ କଣ୍ଟ୍ରୋଲ ସେଣ୍ଟର ଏକ ଅନ୍ୟତମ ଆଧୁନିକ ନିୟନ୍ତ୍ରଣ କେନ୍ଦ୍ର । ଏହା ନୂଆ ଭାରତର ନୂତନ ଶକ୍ତିର ପ୍ରତୀକ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭିତ୍ତିଭୂମି ଯେକୌଣସି ରାଷ୍ଟ୍ରର ସବୁଠୁ ବଡ଼ ସମ୍ବଳ ଓ ସାମର୍ଥ୍ୟ । ଭାରତ ଏକ ବୃହତ୍‍ ଅର୍ଥନୈତିକ ଶକ୍ତିରେ ପରିଣତ ହେବାକୁ ନିର୍ଦ୍ଧାରିତ ପଥରେ ଆଗେଇ ଚାଲିଛି । ଏଭଳି ସ୍ଥିତିରେ ଦେଶରେ ସଂଯୋଗ ଓ ପରିବହନ ବ୍ୟବସ୍ଥାର ଉନ୍ନତିକରଣ ଏବଂ ସର୍ବଶ୍ରେଷ୍ଠ ସୁବିଧା ଯୋଗାଣ ସ୍ୱାଭାବିକଭାବେ ଅଗ୍ରାଧିକାର ଲୋଡେ । ସେ କହିଛନ୍ତି ଯେ ଆଧୁନିକ ସଂଯୋଗ ବ୍ୟବସ୍ଥାର ପ୍ରତ୍ୟେକ ବିଭାଗର ବିକାଶ କ୍ଷେତ୍ରରେ ସରକାର ଗତ 6 ବର୍ଷ ଧରି କାର୍ଯ୍ୟ କରିଆସୁଛନ୍ତି । ଏବେ ସରକାର ପାଞ୍ଚମାର୍ଗର ଚକ ଉପରେ ଅଗ୍ରାଧିକାର ଦେଉଛନ୍ତି । ସେଗୁଡିକ ହେଲା- ରାଜପଥ, ରେଳପଥ, ବାୟୁପଥ, ଜଳପଥ ଓ ଆଇ-ୱେ ବା ସୂଚନାପଥ । ସେ କହିଛନ୍ତି ଯେ ଆଜି ଇଷ୍ଟର୍ଣ୍ଣ ଡେଡିକେଟେଡ କରିଡରର ଯେଉଁ ବୃହତ୍‍ ଭାଗଟି ଲୋକାର୍ପିତ ହୋଇଛି ତାହା ଏ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ଏବଂ ଉପଲବ୍‍ଧି । ସୂଚନାଯୋଗ୍ୟ ଯେ ଏହି ଫ୍ରେଟ କରିଡରଟି କେବଳ ସ୍ୱତନ୍ତ୍ରଭାବେ ମାଲ ପରିବହନ ପାଇଁ ଉତ୍ସର୍ଗୀକୃତ ।

ପ୍ରଧାନମନ୍ତ୍ରୀ ନିର୍ମାଣାଧୀନ ଓ ପ୍ରସ୍ତାବିତ ଡେଡିକେଟଡ ଫ୍ରେଟ କରିଡରର ତୁରନ୍ତ କାର୍ଯ୍ୟକାରିତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି ଯେ ଜନସଂଖ୍ୟା ଓ ଅର୍ଥନୀତି ବୃଦ୍ଧି ପାଉଥିବାରୁ ଫ୍ରେଟ ବା ମାଲ ପରିବହନ ଚାହିଦା ବହୁଗୁଣିତ ହୋଇଛି । ଗୋଟିଏ ରେଳପଥରେ ଉଭୟ ଯାତ୍ରୀ ଏବଂ ମାଲଗାଡି ଚଳାଚଳ କରୁଥିବାରୁ ମାଲଗାଡିଗୁଡିକର ବେଗ ମନ୍ଥର ରହୁଛି । ମାଲଗାଡିର ବେଗ ମନ୍ଥର ରହିବା ସହ ବିଭିନ୍ନ ଷ୍ଟେସନରେ ଏହା ପଡିରହିବାରୁ ମାଲ ପରିବହନ ବାବଦ ମୂଲ୍ୟ ଅଧିକ ହେଉଛି । ଫଳରେ ସାମଗ୍ରୀଗୁଡିକର ବିକ୍ରିମୂଲ୍ୟ ବୃଦ୍ଧି ପାଉଛି । ମୂଲ୍ୟ ଅଧିକ ରହୁଥିବାରୁ ଆମ ସାମଗ୍ରୀଗୁଡିକ ଉଭୟ ଦେଶୀ ଓ ବିଦେଶୀ ବଜାରରେ ପ୍ରତିଯୋଗିତା କରିବାକୁ ସକ୍ଷମ ହୋଇପାରୁନାହିଁ । ସେ କହିଛନ୍ତି ଯେ ଡେଡିକେଟେଡ ଫ୍ରେଟ କରିଡର ଏହି ସ୍ଥିତିରେ ଉନ୍ନତି ଆଣିବା ପାଇଁ ପରିକଳ୍ପିତ ହୋଇଥିଲା । ପ୍ରାରମ୍ଭିକଭାବେ ଦୁଇଟି ଡେଡିକେଟେଡ ଫ୍ରେଟ କରିଡର ନିର୍ମାଣ କରିବାକୁ ଯୋଜନା କରାଯାଇଥିଲା । ସେଥିମଧ୍ୟରେ ଇଷ୍ଟର୍ଣ୍ଣ ଡେଡିକେଟେଡ ଫ୍ରେଟ କରିଡର ଲୁଧିଆନାରୁ ଡାଙ୍କୁଣି ମଧ୍ୟରେ କରିବାର ନିଷ୍ପତ୍ତି ନିଆଯାଇଥିଲା । ଏହି ରୁଟରେ କୋଇଲା ଖଣି, ତାପଜ ବିଦ୍ୟୁତ୍‍ କେନ୍ଦ୍ର ଏବଂ ଶିଳ୍ପ ନଗରୀଗୁଡିକ ରହିଛି । ସେଗୁଡିକ ପାଇଁ ମଧ୍ୟ ଫିଡର ରୁଟ୍‍ମାନ ତିଆରି କରାଯାଉଛି । ସେହିଭଳି ୱେଷ୍ଟର୍ଣ୍ଣ ଡେଡିକେଟେଡ ଫ୍ରେଟ କରିଡର ଜବାହରଲାଲ ନେହେରୁ ବନ୍ଦରଠାରୁ ଦାଦ୍ରି ପର୍ଯ୍ୟନ୍ତ ପରିକଳ୍ପିତ ହୋଇଥିଲା । ଏହି କରିଡରରେ ମୁନ୍ଦ୍ରା, କାଣ୍ଡଲା, ପିପାୱାବ, ଦାଓରି ଏବଂ ହାଜିରା ଭଳି ବନ୍ଦର ରହିଛି । ଏସବୁ ବନ୍ଦରକୁ ଫିଡର ରୁଟ୍‍ରେ ସଂଯୋଗ ସ୍ଥାପନ କରାଯିବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦିଲ୍ଲୀ-ମୁମ୍ବଇ ଓ  ଅମୃତସର-କଲକାତା ଶିଳ୍ପ କରିଡରକୁ ଏବେ ବିକଶିତ କରାଯାଉଛି । ଏହା ଦୁଇ ଫ୍ରେଟ କରିଡରର ପାଖାପାଖି ତିଆରି ହେଉଛି । ସେ କହିଛନ୍ତି ଯେ ସମାନଢଙ୍ଗରେ ଉତ୍ତରରୁ ଦକ୍ଷିଣ ଏବଂ ପୂର୍ବରୁ ପଶ୍ଚିମ ମଧ୍ୟରେ ନୂଆ ଫ୍ରେଟ କରିଡର ନିର୍ମାଣର ଯୋଜନା କରାଯାଉଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏସବୁ ଡେଡିକେଟେଡ ଫ୍ରେଟ କରିଡର କାର୍ଯ୍ୟକ୍ଷମ ହେଲେ ପାସେଞ୍ଜର ଟ୍ରେନଗୁଡିକର ସମସ୍ୟା ଦୂର ହେବ । ଏହାଦ୍ୱାରା ମଧ୍ୟ ମାଲଗାଡିଗୁଡିକର ବେଗ ବର୍ତ୍ତମାନଠାରୁ ୩ ଗୁଣ ବଢିବ ଏବଂ ଏହାଦ୍ୱାରା ରେଳଯୋଗେ ସାମଗ୍ରୀ ପରିବହନ ପରିମାଣ ଦ୍ୱିଗୁଣିତ ହୋଇପାରିବ । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଯେତେବେଳେ ମାଲବାହୀ ଟ୍ରେନ ନିର୍ଦ୍ଧାରିତ ସମୟ ମଧ୍ୟରେ ପହଞ୍ଚିବ ଆମର ସାମଗ୍ରୀ ପରିବହନ ଓ ଯୋଗାଯୋଗ ଜନିତ ଖର୍ଚ୍ଚ ଶସ୍ତା ହେବ । ଆମ ସାମଗ୍ରୀ ଯେତେବେଳେ ଶସ୍ତା ହେବ ତାହା ଆମ ରପ୍ତାନୀକୁ ଲାଭ ଦେବ । ଏହାଦ୍ୱାରା ଏକ ଉତ୍ତମ ପରିବେଶ ସୃଷ୍ଟି ହୋଇପାରିବ । ଭାରତରେ ବ୍ୟାବସାୟିକ ସୁଗମତା ବଢିବ । ଭାରତ  ପୁଞ୍ଜି ନିବେଶ ପାଇଁ ଏକ ଆକର୍ଷଣୀୟ ସ୍ଥାନରେ ପରିଣତ ହେବ । ଏହା ଫଳରେ ଆତ୍ମନିଯୁକ୍ତି ପାଇଁ ଉତ୍ତମ ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଉଦ୍ୟୋଗ, ବ୍ୟବସାୟୀ, ଚାଷୀ, ଖାଉଟି ସମସ୍ତେ ଏହି ଡେଡିକେଟେଡ ଫ୍ରେଟ କରିଡର ଦ୍ୱାରା ଉପକୃତ ହେବେ । ଏହା ମଧ୍ୟ ଶିଳ୍ପ ଦୃଷ୍ଟିରୁ ପଛରେ ପଡିଥିବା ପୂର୍ବ ଭାରତର ଶିଳ୍ପାୟନ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବ । ଏହି ଫ୍ରେଟ କରିଡରର 60 ଭାଗ ଅଂଶ ଉତ୍ତର ପ୍ରଦେଶରେ ରହୁଥିବାରୁ ଅନେକ ଶିଳ୍ପସଂସ୍ଥା ଏହି ରାଜ୍ୟ ପ୍ରତି ଆକର୍ଷିତ ହେବେ । ସେହିଭଳି ଡେଡିକେଟେଡ ଫ୍ରେଟ କରିଡର ଯୋଗୁଁ କିଷାନ ରେଳ ଚଳାଚଳ ସୁଗମ ହୋଇପାରିବ । ଚାଷୀମାନେ ନିଜର ଉତ୍ପାଦିତ ସାମଗ୍ରୀ ରେଳଯୋଗେ ଦେଶର ବଡ଼ ବଡ଼ ବଜାରକୁ ସ୍ୱଳ୍ପ ମୂଲ୍ୟରେ ନିରାପଦଭାବେ ପଠାଇପାରିବେ । ଏବେ ଏହି ଫ୍ରେଟ କରିଡର ମାଧ୍ୟମରେ ଚାଷୀମାନଙ୍କର ସାମଗ୍ରୀ ଆହୁରି ଶୀଘ୍ର ପହଞ୍ଚିପାରିବ । ଉତ୍ତର ପ୍ରଦେଶରେ କିଷାନ ରେଳ ଚଳାଚଳ ଯୋଗୁଁ ଅନେକ ଶୀତଳ ଭଣ୍ଡାର ଓ ଅନ୍ୟାନ୍ୟ ଗୋଦାମ ସୁବିଧା ସୃଷ୍ଟି ହେଲାଣି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଅତୀତରେ ଡେଡିକେଟେଡ ଫ୍ରେଟ କରିଡରକୁ କାର୍ଯ୍ୟକାରୀ କରିବାରେ ବହୁତ ବିଳମ୍ବ ହୋଇଯାଇଥିବାରୁ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଥିଲେ । ସେ କହିଛନ୍ତି ଯେ 2014 ପର୍ଯ୍ୟନ୍ତ ଏହି ପ୍ରକଳ୍ପର ଗୋଟିଏ କିମି ମଧ୍ୟ ନିର୍ମାଣ ହୋଇ ନ ଥିଲା । 2014ରେ ତାଙ୍କ ସରକାର କ୍ଷମତାକୁ ଆସିବା ପରେ ଏହି ପ୍ରକଳ୍ପ ନିର୍ମାଣ ପାଇଁ ବିଶେଷ ଗୁରୁତ୍ୱ ଦିଆଯାଇ ବିଭିନ୍ନ ପକ୍ଷଙ୍କ ସହ ନିରନ୍ତର ଆଲୋଚନା ଓ ସମୀକ୍ଷା ପରେ କାମ ଆରମ୍ଭ ହୋଇଥିଲା । ଫଳରେ ପରବର୍ତ୍ତୀ କେଇମାସ ମଧ୍ୟରେ 1100 କିମି ରେଳପଥ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିଲା । ଟ୍ରାକ୍‍ର ଉନ୍ନତିବିଧାନ ଏବଂ ନୂଆ ଟ୍ରାକ୍‍ ନିର୍ମାଣ ନ କରି କେବଳ ଅଧିକରୁ ଅଧିକ ଟ୍ରେନ ଚଳାଚଳ କରାଇଥିବାରୁ ଏ ନେଇ ପୂର୍ବବର୍ତ୍ତୀ ସରକାରଙ୍କ କାର୍ଯ୍ୟକୁ ସେ ସମାଲୋଚନା କରିଥିଲେ । ସେ କହିଛନ୍ତି ଯେ ରେଳପଥର ଆଧୁନିକୀକରଣ ପାଇଁ ଆଗରୁ ଅଧିକ ଅର୍ଥ ଖର୍ଚ୍ଚ ହେଉ ନ ଥିଲା । ସ୍ୱତନ୍ତ୍ର ରେଳ ବଜେଟର ଅବସାନ ପରେ ରେଳପଥରେ ବିପୁଳ ନିବେଶର ସୁଯୋଗ ସୃଷ୍ଟି ହେଲା । ସରକାର ରେଳପଥର ପ୍ରଶସ୍ତୀକରଣ ଓ ବିଦ୍ୟୁତ୍‍କରଣ ସହିତ ଜଗୁଆଳୀ ନ ଥିବା ଲେଭଲ କ୍ରସିଂଗୁଡିକର ଉଚ୍ଛେଦ ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରେଳବାଇର ପ୍ରତ୍ୟେକ ସ୍ତର ଓ କ୍ଷେତ୍ରରେ ସଂସ୍କାର ଅଣାଯାଇଛି । ପରିସ୍କାର ପରିଚ୍ଛନ୍ନତା ରକ୍ଷା, ଉନ୍ନତମାନର ଖାଦ୍ୟ ଓ ପାନୀୟ ଯୋଗାଣ ତଥା ଯାତ୍ରୀଙ୍କୁ ଅନ୍ୟାନ୍ୟ ସୁବିଧା ପ୍ରଦାନ କ୍ଷେତ୍ରରେ ମଧ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ରେଳବାଇର ବିଭିନ୍ନ ସାମଗ୍ରୀ ଓ ଉପକରଣ ନିର୍ମାଣ କ୍ଷେତ୍ରରେ ଭାରତ ଉଲ୍ଲେଖନୀୟଭାବେ ଆତ୍ମନିର୍ଭର ହୋଇପାରିଛି । ଭାରତ ଏବେ ଆଧୁନିକ ଟ୍ରେନ ନିର୍ମାଣ କରୁଛି ଏବଂ ସେଗୁଡିକୁ ବିଦେଶକୁ ରପ୍ତାନୀ କରିପାରୁଛି ।  ବିଦ୍ୟୁତ୍‍ ଇଂଜିନ ନିର୍ମାଣ କ୍ଷେତ୍ରରେ ବାରଣସୀ ଏବେ ଏକ ବୃହତ୍‍ କେନ୍ଦ୍ରରେ ପରିଣତ ହୋଇଛି । ସେହିଭଳି ରାଏବରେଲିରେ ତିଆରି ହେଉଥିବା ରେଳଡବା ଏବେ ବିଦେଶକୁ ରପ୍ତାନୀ କରାଯାଉଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶରେ ଭିତ୍ତିଭୂମି ବିକାଶକୁ ରାଜନୀତିରୁ ଊର୍ଦ୍ଧ୍ୱରେ ରଖାଯିବା ଉଚିତ । ଏକାଧିକ ପିଢିର କଲ୍ୟାଣକୁ ଦୃଷ୍ଟିରେ ରଖି ଦେଶର ଭିତ୍ତିଭୂମି ତିଆରି କରାଯିବା ଉଚିତ ଏବଂ ଏହା ଏକ ମିସନରେ ପରିଣତ ହେବାର ଆବଶ୍ୟକତା ରହିଛି । ଏ ସବୁ କାର୍ଯ୍ୟ ରାଜନୀତିର 5 ବର୍ଷିଆ ଯୋଜନା ଭିତରେ ସୀମିତ ହେବା ଅନୁଚିତ । ଯଦି ରାଜନୈତିକ ଦଳମାନେ ପ୍ରତିଯୋଗିତା କରିବାକୁ ଚାହାଁନ୍ତି ସେମାନେ ଭିତ୍ତିଭୂମିର ମାନ, ବେଗ ଓ ବ୍ୟାପକତା ନେଇ ପ୍ରତିଯୋଗିତା କରିବା ଉଚିତ । ଆନ୍ଦୋଳନ ଓ ବିକ୍ଷୋଭବେଳେ ସରକାରୀ ସମ୍ପତ୍ତିକୁ ନଷ୍ଟ ନ କରିବାକୁ  ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ନିଜର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବାବେଳେ ରାଷ୍ଟ୍ର ପ୍ରତି ଥିବା ଦାୟିତ୍ୱ ଓ କର୍ତ୍ତବ୍ୟକୁ ଭୁଲିଯିବା ଅନୁଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi urges people to take 9 pledges on health, saving water, others

Media Coverage

PM Modi urges people to take 9 pledges on health, saving water, others
NM on the go

Nm on the go

Always be the first to hear from the PM. Get the App Now!
...
Prime Minister receives phone call from President Emmanuel Macron, discusses situation in West Asia and maritime security
April 16, 2026

The Prime Minister, Shri Narendra Modi, received a phone call from the President of France, Emmanuel Macron.

During the conversation, the two leaders discussed the prevailing situation in West Asia. They agreed on the urgent need to restore safety and ensure freedom of navigation in the Strait of Hormuz.

Both leaders reiterated their commitment to continue close cooperation in advancing peace and stability in the region and beyond.

The Prime Minister wrote on X;

“Received a phone call from my dear friend President Emmanuel Macron. We discussed the situation in West Asia and agreed on the need to urgently restore safety and freedom of navigation in the Strait of Hormuz.

We will continue our close cooperation to advance peace and stability in the region and beyond.

@EmmanuelMacron”