ଗୁଜରାଟର ଅହମ୍ମଦାବାଦ ଠାରେ ଆଜି (୧୦-୧୦-୨୦୨୨)ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭାବୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ଏକ ଶିକ୍ଷା ପରିସର ମୋଦୀ ସୈଖାନିକ ସଙ୍କୁଳର ପ୍ରଥମ ପର୍ଯ୍ୟାୟ ନିର୍ମାଣକୁ ଉଦଘାଟନ କରିଛନ୍ତି । ଛାତ୍ରଛାତ୍ରୀଙ୍କ ସାମଗ୍ରିକ ଉନ୍ନତି ଦିଗରେ ଏହି ପ୍ରକଳ୍ପ ସାହାଯ୍ୟ କରିବ ।

 

ରିବନ କାଟି ପ୍ରଧାନମନ୍ତ୍ରୀ ଏହି ଭବନକୁ ଉଦଘାଟନ କରିଥିଲେ । ଏହି ଅବସରରେ ଶ୍ରୀ ମୋଦୀ ଏକ ପ୍ରଦୀପ ପ୍ରଜ୍ୱଳନ କରିବା ସହ ଭବନ ବୁଲି ଦେଖିଥିଲେ ।

ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଗତକାଲି ଶ୍ରୀ ମୋଦୀ ମା’ ମାଧେଶ୍ୱରୀଙ୍କ ଦର୍ଶନ ଓ ପୂଜା କରି ନିଜକୁ ଭାଗ୍ୟବାନ ବୋଲି କହିଥିଲେ । ପ୍ରଧାନମନ୍ତ୍ରୀ ଜେନେରାଲ କ୍ୟାଲିଆପ୍ପା ବର୍ଣ୍ଣନା କରିଥିବା ଏକ କାହାଣୀର ଅବତାରଣା କରିଥିଲେ । ଜେନେରାଲ କ୍ୟାଲିଆପା ଯେଉଁ ଆଡ଼କୁ ଯାଆନ୍ତି ସମ୍ମାନ ଜଣାଇ ସମସ୍ତେ ତାଙ୍କୁ ଅଭିନନ୍ଦନ ଜଣାନ୍ତି । ମାତ୍ର ତାଙ୍କ ଗ୍ରାମର ଲୋକମାନେ ଯେତେବେଳେ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କଲେ, ତାଙ୍କୁ ଅଜବ ଲାଗିଲା । ଏହି ଘଟଣାର ସାଦୃଶ୍ୟ ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ତାଙ୍କ ସମାଜର ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ପ୍ରଧାନମନ୍ତ୍ରୀ ସମାଜର ସଦସ୍ୟମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଶିକ୍ଷାକୁ ଅଗ୍ରାଧିକାର ଦେଇ ଏହାକୁ ବାସ୍ତବରେ ପରିଣତ କରିଥିବା ଯୋଗୁଁ ଖୁସି ପ୍ରକଟ କରିଥିଲେ। “ଏକଥା ସତ ଯେ ସମୟସୂଚୀ ଠିକ ରହିନାହିଁ, ମାତ୍ର ଆପଣମାନେ ଲକ୍ଷ୍ୟଚ୍ୟୁତ ନ ହୋଇ ପ୍ରତ୍ୟେକ ଏକତ୍ରିତ ହୋଇ ଏହି କାମକୁ ଅଗ୍ରାଧିକାର ଦେଇଛନ୍ତି” ବୋଲି ସେ କହିଥିଲେ ।

ତାଙ୍କୁ ସମାଜ ଯେତେବେଳେ ସାମାନ୍ୟ ସୁଯୋଗକୁ ପ୍ରଗତିରେ ରୂପାନ୍ତରିତ କରିଥାଏ ତା’ର ସ୍ମୃତିଚାରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ଆଜି ଦେଖିପାରୁଛି ଯେ ସମାଜକୁ ଲୋକମାନେ ନିଜସ୍ୱ ଢଙ୍ଗରେ ଆଗେଇ ଆସୁଛନ୍ତି।” ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସମସ୍ତେ ଏକ ଶିକ୍ଷା ପଦ୍ଧତି ପ୍ରତିଷ୍ଠା ଦିଗରେ କାର୍ଯ୍ୟ କଲେ ଓ ସମ୍ମିଳିତ ଉଦ୍ୟମ ହିଁ ସମାଜର ତାକତ । “ଏହି ରାସ୍ତା ଠିକ ଓ ଏହି ବାଟରେ ସମାଜର କଲ୍ୟାଣ ହାସଲ ହୋଇପାରିବ” ବୋଲି ଶ୍ରୀ ମୋଦୀ କହିଥିଲେ । “ସମାଜ ହିସାବରେ ଏହା ମହାନ ଗର୍ବର ବିଷୟ ରୂପେ ସେମାନେ ନିଜର ସମସ୍ୟାର ପରିଚାଳନ କରନ୍ତି, ମାନ ଅପମାନ ଅତିକ୍ରମ କରି ମଧ୍ୟ ଆଉ କାହାର କ୍ଷତି କରନ୍ତି ନାହିଁ”, ସମାଜର ପ୍ରତ୍ୟେକ ବ୍ୟକ୍ତି ସଂଗଠିତ ଓ କଳିଯୁଗର ଭବିଷ୍ୟତ ନେଇ ଚିନ୍ତା କରୁଥିବା ନେଇ ଖୁସି ପ୍ରକଟ କରିଥିଲେ ।

ପ୍ରଧାନମନ୍ତ୍ରୀ ତାଙ୍କ ସମାଜକୁ କୃତଜ୍ଞତା ଜଣାଇବା ସହ ସମାଜ ଏକ ଋଣ ତାଙ୍କୁ ସୁଝାଇବାକୁ ପଡ଼ିବ ବୋଲି କହିଥିଲେ । ସେ ଆହୁରି କହିଥିଲେ ଯେ ଏହି ସମାଜର ପୁଅ ଦୀର୍ଘଦିନ ଧରି ଗୁଜରାଟର ମୁଖ୍ୟମନ୍ତ୍ରୀ କହିବା ସହ ଦ୍ୱିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ମଧ୍ୟ ହେଲା । ତାଙ୍କ ଦୀର୍ଘ ଦିନର ଶାସନ କାଳ ମଧ୍ୟରେ ତାଙ୍କ ସମାଜର ଜଣେ ହେଲେ ବ୍ୟକ୍ତି ତା’ର ବ୍ୟକ୍ତିଗତ କାମ ପାଇଁ ତାଙ୍କ ପାଖକୁ କେବେ ମଧ୍ୟ ଆସିନାହିଁ । ପ୍ରଧାନମନ୍ତ୍ରୀ ସମାଜର ସଂସ୍କାର ଉପରେ କହିବା ସହ ସେମାନଙ୍କୁ ସମ୍ମାନର ସହ ଅଭିବାଦନ ଜଣାଇଥିଲେ ।

ଅଧିକରୁ ଅଧିକ ଯୁବଗୋଷ୍ଠୀ ଭେଷଜ, ଯାନ୍ତ୍ରିକ ଓ ସେହିପରି ଅନ୍ୟାନ୍ୟ ପାଠ୍ୟକ୍ରମ ଉପରେ ଧ୍ୟାନ କେନ୍ଦ୍ରୀତ କରିଥିବାରୁ ପ୍ରଧାନମନ୍ତ୍ରୀ ଆନନ୍ଦ ପ୍ରକଟ କରିଥିଲେ । କୌଶଳ ବିକାଶ ଉପରେ ଗୁରୁତ୍ୱ ଆରୋପ କରି ପ୍ରଧାନମନ୍ତ୍ରୀ ପିଲାଙ୍କ ଶିକ୍ଷାଲାଭ ନେଇ ଆସୁଥିବା ଅନେକ ଦୁଃଖକଷ୍ଟ ମଧ୍ୟରେ ପିଲାଙ୍କୁ କୌଶଳ ବିକାଶ ଦିଗରେ ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଥିଲେ । ସେ କହିଥିଲେ ଯେ କୌଶଳ ବିକାଶ ସେମାନଙ୍କୁ ଏପରି ସଶକ୍ତ କରିବ ଯେ ଆଉ ପଛକୁ ଚାହିଁବା ଦରକାର ପଡ଼ିବନି । “ଯେଉଁଠି କୌଶଳ ବିକାଶ ରହିଛି, ସେଠାରେ କୌଶଳ ରହିଛି । ତା’ପରେ ସେମାନଙ୍କ ଆଉ ପଛକୁ ଫେରିବାକୁ ପଡ଼ିବ ନାହିଁ । ବନ୍ଧୁଗଣ ସମୟ ବଦଳୁଛି । ଯେଉଁମାନେ ଅଧିକ କୁଶଳୀ, ସେମାନେ ଡିଗ୍ରୀଧାରୀଙ୍କ ଠାରୁ ଉନ୍ନତ ବୋଲି ଶ୍ରୀ ମୋଦୀ କହିଥିଲେ ।

ସରକାରୀ ଗସ୍ତରେ ସେ ସିଙ୍ଗାପୁର ଯାଇଥିବା ବେଳେ ସେଠାକାର ପ୍ରଧାନମନ୍ତ୍ରୀଙ୍କ ସହ ମତ ବିନିମୟ ବେଳର ସ୍ମୃତିଚାରଣ କରି ତାଙ୍କୁ କିପରି ସିଙ୍ଗାପୁର ପ୍ରଧାନମନ୍ତ୍ରୀ ତାଙ୍କ ଦ୍ୱାରା ସ୍ଥାପିତ ଶିଳ୍ପ ତାଲିମ କେନ୍ଦ୍ରକୁ ଯିବା ପାଇଁ ପ୍ରବର୍ତ୍ତାଇଥିବା ବିଷୟ କହିଥିଲେ । ପ୍ରଧାନମନ୍ତ୍ରୀ ସେ ପ୍ରତିଷ୍ଠାନ ପାଇ ଦର୍ଶନ କରି ତାହା ଏପରି ହୋଇଛି ଯେ ଏପରିକି ଧନୀକ ବ୍ୟକ୍ତିମାନେ ସେଠାରେ ତାଙ୍କ ପିଲା ସ୍ଥାନଟିଏ ପାଇବା ପାଇଁ ଧାଡ଼ିରେ ଅପେକ୍ଷା କରିଥିବା ପ୍ରକାଶ କରିଥିଲେ । ସମାଜ ମଧ୍ୟ ନିଜର ମହାନତାକୁ ପ୍ରକାଶ କରିଛି ଓ ଆମ ପିଲାମାନେ ଏଥିରେ ଅଂଶଗ୍ରହଣ କରି ଗର୍ବିତ ହେବେ ବୋଲି କହିଥିଲେ ।

ଉଦବୋଧନ ଶେଷରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶ୍ରମର ଏକ ଅଦ୍ଭୁତପୂର୍ବ ଶକ୍ତି ରହିଛି ଓ ସମାଜର ବିଶେଷ ଭାଗ ଲୋକ ଖୁବ ପରିଶ୍ରମୀ । “ସେମାନଙ୍କୁ ନେଇ ଗର୍ବିତ ହୁଅ” ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମାଜର କୌଣସି ବ୍ୟକ୍ତି ଏହାକୁ ହଇରାଣ ହେବାକୁ ଦେଇନଥିବା ଠିଆ ଆଉ କୌଣସି ସମାଜକୁ କ୍ଷତି ନ ପହଂଚାଇ ଥିବାରୁ ସେ ଗର୍ବ ଅନଭୁବ କରୁଛନ୍ତି । “ଏହିପରି ଆମର ଉଦ୍ୟମ ରହିବ । ମୁଁ ନିଶ୍ଚିତ ଯେ ଆଗାମୀ ପିଢ଼ି ଗର୍ବର ସହ ପ୍ରଗତି କରିବ” ବୋଲି ଶ୍ରୀ ମୋଦୀ କହିଥିଲେ ।

ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲ, ସାଂସଦ ସଦସ୍ୟ ଶ୍ରୀ ସି. ଆର. ପାଟିଲ ଓ ନରହରି ଅମୀନ, ଗୁଜରାଟ ସରକାରଙ୍କ ମନ୍ତ୍ରୀ ଶ୍ରୀ ଜିତୁ ଭାଇ ଭାଗାନୀ, ଶ୍ରୀ ମୋଦୀ ବଣିକ ମୋଦୀ ସମାଜ ହିତଧାରକ ଟ୍ରଷ୍ଟ ସଭାପତି ଶ୍ରୀ ମୋଧ ବଣିକ ମୋଦୀ, ଶ୍ରୀ ପ୍ରବୀଣ ଭାଇ ଚିମନଲାଲ ମୋଦୀ ଏହି ଅବସରରେ ଉପସ୍ଥିତ ଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Make in India' radar programme to help Tejas track targets gets Rs 2,205 crore boost

Media Coverage

'Make in India' radar programme to help Tejas track targets gets Rs 2,205 crore boost
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 01, 2026
August 01, 2026

Aatmanirbhar Bharat Delivers: Indigenous Power, Farmer Prosperity & Blue Economy