ଟର୍ମିନାଲ ବିଲଡିଂର ସମ୍ମୁଖ ଭାଗରେ ଶ୍ରୀରାମ ମନ୍ଦିରର ସ୍ଥାପତ୍ୟକୁ ଦର୍ଶାଯାଇଛି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନବନିର୍ମିତ ଅଯୋଧ୍ୟା ବିମାନବନ୍ଦର ଉଦଘାଟନ କରିଛନ୍ତି । ଏହି ବିମାନବନ୍ଦରର ନାମ ମହର୍ଷି ବାଲ୍ମିକି ଅନ୍ତର୍ଜାତୀୟ ବିମାନ ବନ୍ଦର ରଖାଯାଇଛି।

ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ  ପ୍ରଧାନମନ୍ତ୍ରୀ ଅଯୋଧ୍ୟା ବିମାନବନ୍ଦରକୁ ମହର୍ଷି ବାଲ୍ମିକିଙ୍କ ନାମରେ ନାମିତ କରି ଖୁସି ବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ ମହର୍ଷି ବାଲ୍ମିକିଙ୍କ ରାମାୟଣ ହେଉଛି ଜ୍ଞାନର ମାର୍ଗ ଯାହା ଆମକୁ ଶ୍ରୀରାମଙ୍କ ସହ ଯୋଡିଥାଏ । ଆଧୁନିକ ଭାରତର ମହର୍ଷି ବାଲ୍ମିକି ଅନ୍ତର୍ଜାତୀୟ ବିମାନବନ୍ଦର ଆମକୁ ଅଯୋଧ୍ୟା ଧାମ ଏବଂ ଦିବ୍ୟ ଭବ୍ୟ ରାମ ମନ୍ଦିର ସହିତ ସଂଯୁକ୍ତ କରିବ । ପ୍ରଥମ ପର୍ଯ୍ୟାୟରେ ଏହି ବିମାନବନ୍ଦର ବାର୍ଷିକ ୧୦ ଲକ୍ଷ ଏବଂ ଦ୍ବିତୀୟ ପର୍ଯ୍ୟାୟ ପରେ ମହର୍ଷି ବାଲ୍ମିକି ଅନ୍ତର୍ଜାତୀୟ ବିମାନବନ୍ଦର ବାର୍ଷିକ ୬୦ ଲକ୍ଷ ଯାତ୍ରୀଙ୍କୁ ସେବା ପ୍ରଦାନ କରିବ।

୧୪୫୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ଅତ୍ୟାଧୁନିକ ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟ ନିର୍ମାଣ କରାଯାଇଛି। ବିମାନବନ୍ଦରର ଟର୍ମିନାଲ ବିଲ୍ଡିଂର କ୍ଷେତ୍ରଫଳ ୬୫୦୦ ବର୍ଗମିଟର ହେବ, ଯାହା ବାର୍ଷିକ ପ୍ରାୟ ୧୦ ଲକ୍ଷ ଯାତ୍ରୀଙ୍କୁ ସେବା ପ୍ରଦାନ କରିବ । ଟର୍ମିନାଲ ବିଲଡିଂର ପ୍ରାଙ୍ଗଣରେ ଅଯୋଧ୍ୟାର ଆଗାମୀ ଶ୍ରୀରାମ ମନ୍ଦିରର ମନ୍ଦିର ସ୍ଥାପତ୍ୟକୁ ଚିତ୍ରିତ କରାଯାଇଛି । ଟର୍ମିନାଲ ବିଲ୍ଡିଂର ଆଭ୍ୟନ୍ତରୀଣ ଭାଗ ଭଗବାନ ଶ୍ରୀରାମଙ୍କ ଜୀବନୀକୁ ଦର୍ଶାଉଥିବା ସ୍ଥାନୀୟ କଳା, ଚିତ୍ର କଳା ଏବଂ ଚିତ୍ରରେ ସଜ୍ଜିତ ହୋଇଛି। ଅଯୋଧ୍ୟା ବିମାନବନ୍ଦରର ଟର୍ମିନାଲ ବିଲ୍ଡିଂରେ ଜିଆରଆଇଏଚଏ - ୫ ଷ୍ଟାର ରେଟିଂ ପୂରଣ କରିବା ପାଇଁ ଇନସୁଲେଟେଡ୍ ଛାତ ବ୍ୟବସ୍ଥା, ଏଲଇଡି ଲାଇଟିଂ, ବର୍ଷା ଜଳ ସଂରକ୍ଷଣ, ଝରଣା ସହିତ ଲ୍ୟାଣ୍ଡସ୍କେପିଂ, ଜଳ ବିଶୋଧନ ପ୍ଲାଣ୍ଟ, ସ୍ୱେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ, ସୌର ଶକ୍ତି ପ୍ଲାଣ୍ଟ ଏବଂ ଅନ୍ୟାନ୍ୟ ଅନେକ ବୈଶିଷ୍ଟ୍ୟ ପ୍ରଦାନ କରାଯାଇଛି । ଏହି ବିମାନବନ୍ଦର ଅଞ୍ଚଳରେ ଯୋଗାଯୋଗରେ ଉନ୍ନତି ଆଣିବ ଏବଂ ପର୍ଯ୍ୟଟନ, ବ୍ୟବସାୟିକ କାର୍ଯ୍ୟକଳାପ ଏବଂ ନିଯୁକ୍ତି ସୁଯୋଗକୁ ପ୍ରୋତ୍ସାହିତ କରିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi lauds Bengaluru-based Prayoga Institute in Mann Ki Baat

Media Coverage

PM Modi lauds Bengaluru-based Prayoga Institute in Mann Ki Baat
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam, says life of Shyamji Krishna Varma inspires courage
March 30, 2026

The Prime Minister said that from the life of the great freedom fighter Shyamji Krishna Varma, we receive an extraordinary inspiration of courage and determination. “It also instills in the countrymen the sentiment of fulfilling their duties toward the nation”, Shri Modi added.

The Prime Minister shared a Sanskrit verse-

“विचित्रचरितोल्लेखचमत्कारितचेतनम्।

प्राप्यते किं यशः शुभ्रमनङ्गीकृत्य साहसम्॥”

The Prime Minister wrote on X;

“महान स्वतंत्रता सेनानी श्यामजी कृष्ण वर्मा के जीवन से हमें साहस और हौसले की अद्भुत प्रेरणा मिलती है। यह देशवासियों में राष्ट्र के प्रति अपने कर्तव्यों के निर्वहन की भावना भी भरता है।

विचित्रचरितोल्लेखचमत्कारितचेतनम्।

प्राप्यते किं यशः शुभ्रमनङ्गीकृत्य साहसम्॥”