Government will keep taking decisions to achieve the goal of 5 trillion dollar economy: PM Modi
This year’s Budget has given utmost thrust to Manufacturing and Ease of Doing Business: PM
GeM has made it easier for small enterprises to sell goods to the government, says PM

ଆଗାମୀ ଦିନରେ ଦେଶର ଅର୍ଥନୀତିକୁ 5 ଟ୍ରିଲିୟନ ଡଲାରରେ ପହଞ୍ଚାଇବା ପାଇଁ ସରକାର ସମସ୍ତ ନିଷ୍ପତ୍ତି ନେବେ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ବାରାଣସୀରେ ଏକ ଉତ୍ସବରେ ଯୋଗଦେଇ ଶ୍ରୀ ମୋଦୀ କହିଛନ୍ତି ଯେ ଏହି ଲକ୍ଷ୍ୟ ହାସଲ ପାଇଁ ପାରମ୍ପରିକ ହସ୍ତକଳା, କାରିଗରୀ ଓ ଏମଏସଏମଇକୁ ସୁଦୃଢ କରିବାକୁ ପଡ଼ିବ ।

ବାରାଣସୀର ବଡ଼ଲାଲପୁର ଠାରେ ଥିବା ଦୀନଦୟାଲ ଉପାଧ୍ୟାୟ ବାଣିଜ୍ୟିକ ସୁବିଧା କେନ୍ଦ୍ରଠାରେ କାଶୀ ଏକ, ରୂପ ଅନେକ ନାମକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ମୋଦୀ ଏହା ପ୍ରକାଶ କରିଛନ୍ତି । ଉତ୍ତରପ୍ରଦେଶର କାଶୀ ଓ ଅନ୍ୟାନ୍ୟ ଜିଲ୍ଲାର ବୁଣାକାର ଓ ହସ୍ତଶିଳ୍ପୀମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀର ଏକ ପ୍ରଦର୍ଶନୀକୁ ମଧ୍ୟ ସେ ବୁଲି ଦେଖିଥିଲେ । ସେ ହାତବୁଣା ବସ୍ତ୍ର, ପିଙ୍କ ମିନାକାରୀ, କାଠ ଖେଳଣା, ଚନ୍ଦେଲିର କଳା ଧାନ, କନୌଜର ଅତର, ମୋରାଦାବାଦର ଧାତୁ ଶିଳ୍ପ, ଆଗ୍ରାର ଚମଡ଼ା ଜୋତା, ଲକ୍ଷ୍ନୌର ଚିକନାରି ଓ ଆଜମଗଡ଼ର କୃଷ୍ଣ ମୂର୍ତ୍ତିକା ସାମଗ୍ରୀ ପ୍ରଭୃତି ଦେଖିବା ସହ ଚାରୁ ଓ କାରୁକଳା କାରିଗରମାନଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ । ସେ ବିଭିନ୍ନ ଚାରୁକଳାରେ ସଂଶ୍ଳିଷ୍ଟ କାରିଗରମାନଙ୍କୁ ଆବଶ୍ୟକ ସାମଗ୍ରୀ ଓ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଥିଲେ ।

ଭାରତୀୟ ସାମଗ୍ରୀର ଆନ୍ତର୍ଜାତିକ ବଜାରରେ ଚାହିଦା ବୃଦ୍ଧି ତଥା ବୁଣାକାର ଓ କାରିଗରମାନଙ୍କୁ ମେସିନ, ଋଣ ଇତ୍ୟାଦି ବିଭିନ୍ନ ଯୋଜନା ଅଧୀନରେ ଯୋଗାଇ ଦେଇଥିବାରୁ ଉତ୍ତରପ୍ରଦେଶ ସରକାରଙ୍କ ପ୍ରଶଂସା କରିଥିଲେ । ଉତ୍ତରପ୍ରଦେଶ ସରକାରଙ୍କ ଗୋଟିଏ ଜିଲ୍ଲା, ଗୋଟିଏ ସାମଗ୍ରୀ କାର୍ଯ୍ୟକ୍ରମ ସଂପର୍କରେ ଅବତାରଣା କରି ଶ୍ରୀ ମୋଦୀ ଗତ ଦୁଇବର୍ଷ ମଧ୍ୟରେ ଉତ୍ତରପ୍ରଦେଶରୁ ରପ୍ତାନି ଆଶାତୀତ ବୃଦ୍ଧି ପାଇଛି ବୋଲି କହିଥିଲେ । ଅନଲାଇନ୍ ମାର୍କେଟିଂ ଓ ବିଶ୍ୱ ବଜାରରେ ଉତ୍ତରପ୍ରଦେଶର ସାମଗ୍ରୀ ପହଞ୍ଚୁଥିବାରୁ ଦେଶ ଏହାଦ୍ୱାରା ଲାଭାନ୍ୱିତ ହେବ ବୋଲି ସେ କହିଥିଲେ।

ସେ କହିଥିଲେ ଯେ ଭାରତ ବର୍ଷର ପ୍ରତ୍ୟେକ ଜିଲ୍ଲା ତାହାର ଅନ୍ୟନ୍ୟ କଳା ବା ବିଭିନ୍ନ କିସମର ସିଲ୍କ ବା ମସଲା ଇତ୍ୟାଦି ପାଇଁ ଚିହ୍ନିତ ହେବା ଆବଶ୍ୟକ । ଗୋଟିଏ ଜିଲ୍ଲା ଗୋଟିଏ ସାମଗ୍ରୀ ଓ ମେକ୍ ଇନ୍ ଇଣ୍ଡିଆର ସ୍ୱପ୍ନକୁ ସାକାର କରିବା ପାଇଁ ଏହା ସବୁଠାରୁ ବଡ଼ ପ୍ରୋତ୍ସାହନ ହେବ ।

ଶ୍ରୀ ମୋଦୀ କହିଥିଲେ ଯେ ଗତ ଦୁଇବର୍ଷ ମଧ୍ୟରେ ଉତ୍ତରପ୍ରଦେଶର 30ଟି ଜିଲ୍ଲାରୁ ପ୍ରାୟ 3500 ବୟନଶିଳ୍ପୀଙ୍କୁ ଉତ୍ତରପ୍ରଦେଶ ପରିପାଟି ପ୍ରତିଷ୍ଠାନ (UPID) ସହାୟତା ଯୋଗାଇ ଦେଇଛି । ହଜାରେରୁ ଅଧିକ ଶ୍ରମିକଙ୍କୁ ଆବଶ୍ୟକ ଉପକରଣ ଯୋଗାଇ ଦିଆଯାଇଛି । ବୁଣାକାର, କାରିଗର ଓ ହସ୍ତଶିଳ୍ପୀମାନଙ୍କୁ ୟୁପିଆଇଡି ଦେଉଥିବା ଏହି ସହଯୋଗର ସେ ଭୂୟସୀ ପ୍ରଶଂସା କରିଥିଲେ ।

ଏକବିଂଶ ଶତାବ୍ଦୀର ଚାହିଦାକୁ ଆଖିଆଗରେ ରଖି ଗୁଣାତ୍ମକ ମାନର ବିକାଶ ଦିଗରେ ବିଭିନ୍ନ ପ୍ରତିଷ୍ଠାନର ସହଯୋଗ, ଆର୍ଥିକ ସହାୟତା, ନୂତନ ବୈଷୟିକ ଜ୍ଞାନ ଓ ବଜାର ସୁବିଧା ଆମର ପାରମ୍ପରିକ ଶିଳ୍ପ ସଂସ୍ଥାଗୁଡ଼ିକୁ ଯୋଗାଇଦେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଗତ 5 ବର୍ଷ ଧରି ଏ ଦିଗରେ ଆମେ କାର୍ଯ୍ୟ କରୁଛୁ ବୋଲି ସେ କହିଛନ୍ତି । ଏବେ ଦେଶର ସମସ୍ତ ବ୍ୟକ୍ତିଙ୍କୁ ସଶକ୍ତ କରିବା ପାଇଁ ଏଭଳି ଦୃଷ୍ଟିଭଙ୍ଗୀକୁ ପାଥେୟ କରି ଆମେ ଆଗେଇ ଚାଲିଛୁ ।

ଶିଳ୍ପକୁ ପ୍ରୋତ୍ସାହନ ଓ ପୁଞ୍ଜି ଆହରଣ ପାଇଁ ଚଳିତ ବର୍ଷ ବଜେଟରେ ନିର୍ମାଣ କ୍ଷେତ୍ର ଏବଂ ଇଜ୍ ଅଫ୍ ଡୁଇଂ ବିଜିନେସ୍ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ଉପରେ ସେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ପ୍ରସ୍ତାବିତ ଜାତୀୟ ବୈଷୟିକ ବୟନ ମିଶନ ପାଇଁ 1500 କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ବଜେଟରେ ରହିଛି । ଉତ୍ତରପ୍ରଦେଶରେ ଡିଫେନ୍ସ କରିଡର ପାଇଁ 3700 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହି କରିଡର ଯୋଗୁ କ୍ଷୁଦ୍ରଶିଳ୍ପ ଗୁଡ଼ିକ ସୁବିଧା ପାଇବା ସହ ଏହା ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାରୀ ଇ-ମାର୍କେଟ ପ୍ଲେସ୍ (GEM) ଯୋଗୁ କ୍ଷୁଦ୍ର ଉଦ୍ୟୋଗ ଗୁଡ଼ିକ ସରକାରଙ୍କୁ ସେମାନଙ୍କ ସାମଗ୍ରୀ ବିକିବା ସହଜ ହେବ । ସମନ୍ୱିତ ଆହରଣ ପଦ୍ଧତି ଯୋଗୁ ସରକାର ସୁବିଧାରେ ଦ୍ରବ୍ୟ ଓ ସେବା କ୍ଷୁଦ୍ର ଉଦ୍ୟୋଗ ଗୁଡ଼ିକରୁ ସହଜରେ ତଥା ଏକକ ପ୍ଲାଟଫର୍ମ ଯୋଗେ ପାଇପାରିବେ ।

ସେ କହିଥିଲେ ଯେ ପ୍ରଥମ ଥର ପାଇଁ ଦେଶରେ ଜାତୀୟ ଜଟିଳ ସାମଗ୍ରୀର ପରିବହନ ନୀତି ପ୍ରସ୍ତୁତ କରାଯାଇଛି । ଏହା ଫଳରେ ଏକ ସିଙ୍ଗଲ ୱିଣ୍ଡୋ ଜରିଆରେ କ୍ଷୁଦ୍ର ଶିଳ୍ପାନୁଷ୍ଠାନ ଗୁଡ଼ିକ ପ୍ରତିଯୋଗିତାମୂଳକ ହେବା ସହ ଅଧିକ କର୍ମନିଯୁକ୍ତି ସୃଷ୍ଟି କରିପାରିବେ ।

ଦେଶକୁ ଏକ ନିର୍ମାଣର ଶକ୍ତି କେନ୍ଦ୍ର କରି ଗଢି ତୋଳିବାକୁ ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣ ଶେଷରେ ସମସ୍ତଙ୍କୁ ନିବେଦନ କରିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's forex reserves hit all-time high of $729.33 billion after $12.42 billion jump

Media Coverage

India's forex reserves hit all-time high of $729.33 billion after $12.42 billion jump
NM on the go

Nm on the go

Always be the first to hear from the PM. Get the App Now!
...
PM expresses happiness at enthusiasm of young friends from Uzbekistan
August 29, 2026

The Prime Minister, Shri Narendra Modi expressed happiness at the enthusiasm of young friends from Uzbekistan ahead of his visit to the country. Sharing a video showcasing their enthusiasm, the Prime Minister said that it was especially heartwarming to see them express themselves so beautifully in Hindi.

Shri Modi posted on X:

As I am about to begin my Uzbekistan visit, I am very happy to see the enthusiasm of my young friends from Uzbekistan, beautifully expressed in this video.

What makes it even more special is the fact that they did it in Hindi and they did it so well!