ଇଣ୍ଡିଆ ମୋବାଇଲ କଂଗ୍ରେସର ଅଷ୍ଟମ ସଂସ୍କରଣକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ଭାରତରେ ଆମେ ଦୂରସଞ୍ଚାରକୁ କେବଳ ଯୋଗାଯୋଗର ମାଧ୍ୟମ ନୁହେଁ, ବରଂ ସମାନତା ଏବଂ ସୁଯୋଗର ମାଧ୍ୟମରେ ପରିଣତ କରିଛୁ: ପ୍ରଧାନମନ୍ତ୍ରୀ
ଆମେ ଡିଜିଟାଲ ଇଣ୍ଡିଆର ୪ଟି ସ୍ତମ୍ଭ ଚିହ୍ନଟ କରିଛୁ ଏବଂ ଏକାସାଙ୍ଗରେ ଚାରିଟି ସ୍ତମ୍ଭ ଉପରେ କାମ ଆରମ୍ଭ କରି ଫଳାଫଳ ପାଇଛୁ: ପ୍ରଧାନମନ୍ତ୍ରୀ
ଚିପ୍ ଠାରୁ ଆରମ୍ଭ କରି ପୂର୍ଣ୍ଣ ଉତ୍ପାଦ ପର୍ଯ୍ୟନ୍ତ ଏକ ସମ୍ପୂର୍ଣ୍ଣ ମେଡ୍ ଇନ୍ ଇଣ୍ଡିଆ ଫୋନ୍ ପ୍ରଦାନ କରିବା ଦିଗରେ ଆମେ କାର୍ଯ୍ୟ କରୁଛୁ: ପ୍ରଧାନମନ୍ତ୍ରୀ
ମାତ୍ର ୧୦ ବର୍ଷ ଭିତରେ ଭାରତ ଯେଉଁ ଅପ୍ଟିକାଲ ଫାଇବର ବିଛାଇଛି ତାହା ପୃଥିବୀ ଓ ଚନ୍ଦ୍ର ମଧ୍ୟରେ ଦୂରତାଠାରୁ ୮ ଗୁଣ ଅଧିକ: ପ୍ରଧାନମନ୍ତ୍ରୀ
ଡିଜିଟାଲ ପ୍ରଯୁକ୍ତିକୁ ସାର୍ବଜନୀନ କରିଛି ଭାରତ: ପ୍ରଧାନମନ୍ତ୍ରୀ
ଆଜି ଭାରତ ପାଖରେ ଏମିତି ଏକ ଡିଜିଟାଲ ଭଣ୍ଡାର ଅଛି ଯାହା ବିଶ୍ୱରେ କଲ୍ୟାଣକାରୀ ଯୋଜନାଗୁଡ଼ିକୁ ନୂତନ ଉଚ୍ଚତାରେ ପହଞ୍ଚାଇପାରିବ: ପ୍ରଧାନମନ୍ତ୍ରୀ
ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରକୁ ସମାବେଶୀ କରିବା ଓ ପ୍ରଯୁକ୍ତି ଭିତ୍ତିକ ପ୍ଲାଟଫର୍ମ ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତ କରିବା ଲକ୍ଷ୍ୟରେ ଭାରତ କାର୍ଯ୍ୟ କରୁଛି: ପ୍ରଧାନମନ୍ତ୍ରୀ
ଡିଜିଟାଲ ପ୍ରଯୁକ୍ତି ବିଦ୍ୟା ପାଇଁ ବୈଶ୍ୱିକ ଢାଞ୍ଚା, ବୈଶ୍ୱିକ ପ୍ରଶାସନ ପାଇଁ ବୈଶ୍ୱିକ ମାର୍ଗଦର୍ଶିକାର ଗୁରୁତ୍ୱକୁ ବିଶ୍ୱ ସ୍
ଏହି କାର୍ଯ୍ୟକ୍ରମରେ ଶ୍ରୀ ମୋଦୀ ଇଣ୍ଡିଆ ମୋବାଇଲ୍ କଂଗ୍ରେସର ଅଷ୍ଟମ ସଂସ୍କରଣକୁ ମଧ୍ୟ ଉଦଘାଟନ କରିଥିଲେ। ଏହି ଅବସରରେ ପ୍ରଦର୍ଶିତ ପ୍ରଦର୍ଶନୀକୁ ସେ ବୁଲି ଦେଖିଥିଲେ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଆନ୍ତର୍ଜାତିକ ଦୂରସଞ୍ଚାର ସଂଘ - ବିଶ୍ୱ ଦୂରସଞ୍ଚାର ମାନକ ସମାବେଶ (ଡବ୍ଲୁଟିଏସଏ) ୨୦୨୪କୁ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଶ୍ରୀ ମୋଦୀ ଇଣ୍ଡିଆ ମୋବାଇଲ୍ କଂଗ୍ରେସର ଅଷ୍ଟମ ସଂସ୍କରଣକୁ ମଧ୍ୟ ଉଦଘାଟନ କରିଥିଲେ। ଏହି ଅବସରରେ ପ୍ରଦର୍ଶିତ ପ୍ରଦର୍ଶନୀକୁ ସେ ବୁଲି ଦେଖିଥିଲେ।

ପ୍ରଧାନମନ୍ତ୍ରୀ ଏହି ସମାବେଶକୁ ସମ୍ବୋଧିତ କରି କେନ୍ଦ୍ର ସଞ୍ଚାର ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ସଞ୍ଚାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଚନ୍ଦ୍ରଶେଖର ପେମସାନି, ଆଇଟିୟୁର ମହାସଚିବ ସୁଶ୍ରୀ ଡୋରିନ ବୋଗଡାନ-ମାର୍ଟିନ, ବିଭିନ୍ନ ଦେଶର ମନ୍ତ୍ରୀ ଓ ବିଶିଷ୍ଟ ବ୍ୟକ୍ତି, ଶିଳ୍ପ ନେତା, ଦୂରସଞ୍ଚାର ବିଶେଷଜ୍ଞ, ଷ୍ଟାର୍ଟଅପ୍ ଜଗତ ସହ ଜଡ଼ିତ ଯୁବବର୍ଗ ଏବଂ ଡବ୍ଲୁଟିଏସଏ ଓ ଇଣ୍ଡିଆ ମୋବାଇଲ କଂଗ୍ରେସ (ଆଇଏମସି)ରେ ଯୋଗ ଦେଇଥିବା ସମସ୍ତଙ୍କୁ ସ୍ୱାଗତ କରିଥିଲେ । ଆଇଟିୟୁର ଅତିଥିମାନଙ୍କୁ ସ୍ୱାଗତ କରି ଶ୍ରୀ ମୋଦୀ ପ୍ରଥମ ଡବ୍ଲୁଟିଏସଏ ବୈଠକ ପାଇଁ ଭାରତକୁ ଗନ୍ତବ୍ୟସ୍ଥଳ ଭାବରେ ଚୟନ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଏବଂ ପ୍ରଶଂସା କରିଥିଲେ । ଦୂରସଞ୍ଚାର ଏବଂ ଏହା ସହ ଜଡ଼ିତ ଜ୍ଞାନକୌଶଳ କ୍ଷେତ୍ରରେ ଭାରତ ହେଉଛି ସବୁଠାରୁ ଅଗ୍ରଣୀ ଦେଶ ବୋଲି ଶ୍ରୀ ମୋଦୀ କହିଥିଲେ । ଭାରତର ଉପଲବ୍ଧି ବିଷୟରେ ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ଭାରତରେ ୧୨୦ କୋଟି ବା ୧୨୦୦ ନିୟୁତ, ୯୫ କୋଟି କିମ୍ବା ୯୫୦ ନିୟୁତ ଇଣ୍ଟରନେଟ୍ ଉପଭୋକ୍ତା ଅଛନ୍ତି । ଏଠାରେ ବାସ୍ତବ ସମୟରେ ସମଗ୍ର ବିଶ୍ୱର ୪୦% ରୁ ଅଧିକ ଡିଜିଟାଲ କାରବାର ହେଉଛି । ସେ ଆହୁରି ମଧ୍ୟ କହିଥିଲେ ଯେ ଡିଜିଟାଲ ସଂଯୋଗ କିପରି ଶେଷ ସେବା ପହଞ୍ଚାଇବା ଲାଗି ଏକ ପ୍ରଭାବଶାଳୀ ଉପକରଣ ପାଲଟିଛି ତାହା ଭାରତ ପ୍ରଦର୍ଶନ କରିଛି। ବିଶ୍ୱ ଦୂରସଞ୍ଚାର ମାନକ ଉପରେ ଆଲୋଚନା କରିବା ଏବଂ ଦୂରସଞ୍ଚାର ଭବିଷ୍ୟତ ଉପରେ ଆଲୋଚନା ପାଇଁ ଭାରତକୁ ଗନ୍ତବ୍ୟସ୍ଥଳ ଭାବରେ ଚୟନ କରିଥିବାରୁ ସେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ ।

 

ଡବ୍ଲୁଟିଏସଏ ଏବଂ ଇଣ୍ଡିଆ ମୋବାଇଲ କଂଗ୍ରେସର ମିଳିତ ଆୟୋଜନର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଡବ୍ଲୁଟିଏସଏର ଉଦ୍ଦେଶ୍ୟ ବିଶ୍ୱସ୍ତରୀୟ ମାନଦଣ୍ଡ ଉପରେ କାର୍ଯ୍ୟ କରିବା ଏବଂ ଇଣ୍ଡିଆ ମୋବାଇଲ କଂଗ୍ରେସର ଭୂମିକା ସେବା ସହ ଜଡିତ । ସେ କହିଥିଲେ ଯେ ଆଜିର କାର୍ଯ୍ୟକ୍ରମ ଗୋଟିଏ ମଞ୍ଚରେ ବିଶ୍ୱସ୍ତରୀୟ ମାନକ ଏବଂ ସେବାକୁ ଏକତ୍ରିତ କରିଛି। ଗୁଣାତ୍ମକ ସେବା ଏବଂ ମାନକ ଉପରେ ଭାରତର ଧ୍ୟାନ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଡବ୍ଲୁଟିଏସଏର ଅଭିଜ୍ଞତା ଭାରତକୁ ନୂତନ ଶକ୍ତି ପ୍ରଦାନ କରିବ।

ପ୍ରଧାନମନ୍ତ୍ରୀ ଜୋର୍‌ କରିଥିଲେ ଯେ ଡବ୍ଲୁଟିଏସଏ ସହମତି ମାଧ୍ୟମରେ ବିଶ୍ୱକୁ ସଶକ୍ତ କରିଥାଏ ଏବଂ ଇଣ୍ଡିଆ ମୋବାଇଲ କଂଗ୍ରେସ ଯୋଗାଯୋଗ ମାଧ୍ୟମରେ ବିଶ୍ୱକୁ ସୁଦୃଢ଼ କରିଥାଏ । ତେଣୁ ଏହି କାର୍ଯ୍ୟକ୍ରମରେ ସହମତି ଓ ଯୋଗାଯୋଗର ମିଶ୍ରଣ ହୋଇଛି ବୋଲି ସେ କହିଥିଲେ। ସଂଘର୍ଷରେ ବୁଡ଼ି ରହିଥିବା ଆଜିର ଦୁନିଆରେ ଏହି ମିଶ୍ରଣର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ବସୁଧୈବ କୁଟୁମ୍ବକମର ଅମର ବାର୍ତ୍ତା ଦେଇ ତିଷ୍ଠି ରହିଛି । ସେ ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀ ବିଷୟରେ ଉଲ୍ଲେଖ କରିବା ସହ ‘ଗୋଟିଏ ପୃଥିବୀ ଗୋଟିଏ ପରିବାର ଗୋଟିଏ ଭବିଷ୍ୟତ’ର ବାର୍ତ୍ତା ଦେଇଥିଲେ। ଭାରତ ବିଶ୍ୱକୁ ସଂଘର୍ଷରୁ ବାହାର କରିବା ଏବଂ ଏହାକୁ ଯୋଡ଼ିବାରେ ଲାଗି ପଡିଛି ବୋଲି ପ୍ରଧାନମନ୍ତ୍ରୀ ଜୋର୍‌ ଦେଇ କହିଥିଲେ । ‘‘ପ୍ରାଚୀନ ରେଶମ ମାର୍ଗ ହେଉ କିମ୍ବା ଆଜିର ପ୍ରଯୁକ୍ତି ମାର୍ଗ, ଭାରତର ଏକମାତ୍ର ଲକ୍ଷ୍ୟ ହେଉଛି ବିଶ୍ୱକୁ ଯୋଡ଼ିବା ଏବଂ ପ୍ରଗତିର ନୂତନ ଦ୍ୱାର ଖୋଲିବା’’। ଏଭଳି ପରିସ୍ଥିତିରେ ଡବ୍ଲୁଟିଏସଏ ଏବଂ ଆଇଏମସିର ଏହି ଭାଗିଦାରୀ ଏକ ମହାନ ବାର୍ତ୍ତା ଦେଉଛି ଯେଉଁଠାରେ ସ୍ଥାନୀୟ ଏବଂ ବିଶ୍ୱସ୍ତରୀୟ ସହଯୋଗ ଦ୍ୱାରା କେବଳ ଗୋଟିଏ ଦେଶ ନୁହେଁ ବରଂ ସମଗ୍ର ବିଶ୍ୱକୁ ଏହାର ଲାଭ ମିଳିପାରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 

‘‘ଏକବିଂଶ ଶତାବ୍ଦୀରେ ଭାରତର ମୋବାଇଲ୍ ଏବଂ ଦୂରସଞ୍ଚାର ଯାତ୍ରା ସମଗ୍ର ବିଶ୍ୱ ପାଇଁ ଏକ ଅଧ୍ୟୟନର ବିଷୟ’’, ଶ୍ରୀ ମୋଦୀ କହିଥିଲେ । ସମଗ୍ର ବିଶ୍ୱରେ ମୋବାଇଲ୍ ଏବଂ ଦୂରସଞ୍ଚାରକୁ ଏକ ସୁବିଧା ଭାବରେ ଦେଖାଯାଉଥିବା ବେଳେ ଭାରତରେ ଦୂରସଞ୍ଚାର କେବଳ ସଂଯୋଗର ମାଧ୍ୟମ ନୁହେଁ, ବରଂ ସମାନତା ଏବଂ ସୁଯୋଗର ଏକ ମାଧ୍ୟମ ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦୂରସଞ୍ଚାର ଏକ ମାଧ୍ୟମ ଭାବରେ ଗ୍ରାମ ଏବଂ ସହର ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବାରେ ସହାୟକ ହେଉଛି, ଯାହାକି ଆଜି ଧନୀ ଏବଂ ଗରିବ ନିର୍ବିଶେଷରେ ସମସ୍ତଙ୍କୁ ସମାନ ସୁଯୋଗ ଓ ସୁବିଧା ହେଉଛି। ଏକ ଦଶନ୍ଧି ପୂର୍ବେ ଡିଜିଟାଲ ଇଣ୍ଡିଆର ପରିକଳ୍ପନା ଉପରେ ତାଙ୍କ ଉପସ୍ଥାପନାକୁ ମନେ ପକାଇ ଶ୍ରୀ ମୋଦୀ କହିଥିଲେ ଯେ, ଭାରତକୁ ଏକ ସାମଗ୍ରିକ ଆଭିମୁଖ୍ୟ ସହିତ ଆଗକୁ ବଢ଼ିବାକୁ ପଡ଼ିବ ବୋଲି ସେତେବେ ସେ ଆହ୍ୱା ଦେଇଥିଲେ । ଡିଜିଟାଲ ଇଣ୍ଡିଆର ଚାରିଟି ସ୍ତମ୍ଭ ବିଷୟରେ ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ - କମ୍ ମୂଲ୍ୟର ଉପକରଣ, ଦେଶର କୋଣ ଅନୁକୋଣରେ ଡିଜିଟାଲ ସଂଯୋଗର ବ୍ୟାପକ ପହଞ୍ଚ, ସହଜରେ ଉପଲବ୍ଧ ଡାଟା ଏବଂ ‘ଡିଜିଟାଲ ଫର୍ଷ୍ଟ’ର ଲକ୍ଷ୍ୟକୁ ଏକାସାଙ୍ଗରେ ଚିହ୍ନଟ କରାଯାଇ ହୋଇଥିବା କାର୍ଯ୍ୟ ଭଲ ପରିଣାମ ଆଣିଛି ।

ଯୋଗାଯୋଗ ଏବଂ ଦୂରସଞ୍ଚାର ସଂସ୍କାର କ୍ଷେତ୍ରରେ ଭାରତର ଯୁଗାନ୍ତକାରୀ ସଫଳତା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ଦେଶ କିପରି ଦୁର୍ଗମ ଆଦିବାସୀ, ପାହାଡ଼ିଆ ଏବଂ ସୀମାବର୍ତ୍ତୀ ଅଞ୍ଚଳରେ ହଜାର ହଜାର ମୋବାଇଲ୍ ଟାୱାରର ଏକ ସୁଦୃଢ଼ ନେଟୱାର୍କ ନିର୍ମାଣ କରିଛି ଏବଂ ପ୍ରତ୍ୟେକ ପରିବାର ପାଇଁ ଯୋଗାଯୋଗ ସୁନିଶ୍ଚିତ କରିଛି ତାହା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ ଯେ ସରକାର ସମଗ୍ର ଦେଶରେ ମୋବାଇଲ ଟାୱାରର ଏକ ଶକ୍ତିଶାଳୀ ନେଟୱାର୍କ ସୃଷ୍ଟି କରିଛନ୍ତି । ରେଳ ଷ୍ଟେସନ ଭଳି ସର୍ବସାଧାରଣ ସ୍ଥାନରେ ଦ୍ରୁତ ୱାଇ-ଫାଇ ସୁବିଧା ସ୍ଥାପନ ଏବଂ ଆଣ୍ଡାମାନ-ନିକୋବର ଓ ଲାକ୍ଷାଦ୍ୱୀପ ଭଳି ଦ୍ୱୀପାଞ୍ଚଳକୁ ସମୁଦ୍ର ତଳ କେବୁଲ ମାଧ୍ୟମରେ ସଂଯୋଗ କରିବା ସମେତ ଭିତ୍ତିଭୂମିରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି । ମାତ୍ର ୧୦ ବର୍ଷ ମଧ୍ୟରେ ଭାରତ ଯେତିକି ଅପ୍ଟିକାଲ ଫାଇବର ବିଛାଇଛି, ତାହା ପୃଥିବୀ ଓ ଚନ୍ଦ୍ର ମଧ୍ୟରେ ଦୂରତାର ପ୍ରାୟ ଆଠ ଗୁଣ । ଶ୍ରୀ ମୋଦୀ ଭାରତ 5-ଜି ଜ୍ଞାନକୌଶଳକୁ ଦ୍ରୁତ ଗତିରେ ଗ୍ରହଣ କରୁଥିବା କଥା ଉଲ୍ଲେଖ କରି କହିଥିଲେ ଯେ ଦୁଇ ବର୍ଷ ପୂର୍ବେ 5-ଜି ଟେକ୍ନୋଲୋଜିର ଶୁଭାରମ୍ଭ କରାଯାଇଥିଲା ଏବଂ ଆଜି ପ୍ରାୟ ପ୍ରତ୍ୟେକ ଜିଲ୍ଲା ଏଥିରେ ସଂଯୁକ୍ତ ହୋଇ ଭାରତକୁ ବିଶ୍ୱର ଦ୍ୱିତୀୟ ବୃହତ୍ତମ 5-ଜି ବଜାରରେ ପରିଣତ କରିଛି । ସେ ଆହୁରି ମଧ୍ୟ ଉଲ୍ଲେଖ କରିଥିଲେ ଯେ ଭାରତ 6-ଜି ଜ୍ଞାନକୌଶଳ ଦିଗରେ ଅଗ୍ରଗତି କରୁଛି ଏବଂ ଭବିଷ୍ୟତ ପାଇଁ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତି ସୁନିଶ୍ଚିତ କରୁଛି।

 

ଦୂରସଞ୍ଚାର କ୍ଷେତ୍ରରେ ସଂସ୍କାର ଉପରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ଡାଟା ଦର ହ୍ରାସ କରିବାରେ ଭାରତର ପ୍ରୟାସ ବିଷୟରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ଭାରତରେ ଇଣ୍ଟରନେଟ୍ ଡାଟାର ମୂଲ୍ୟ ଏବେ ଜିବି ପିଛା ୧୨ ସେଣ୍ଟ୍ ଠାରୁ ମଧ୍ୟ କମ୍ ରହିଛି, ଏହା ତୁଳନାରେ ଅନ୍ୟ ଦେଶଗୁଡ଼ିକରେ ଗୋଟିଏ ଜିବି ଡାଟା ୧୦ରୁ ୨୦ ଗୁଣ ଅଧିକ ମହଙ୍ଗା। ଆଜି ପ୍ରତ୍ୟେକ ଭାରତୀୟ ପ୍ରତି ମାସରେ ହାରାହାରି ୩୦ ଜିବି ଡାଟା ଖର୍ଚ୍ଚ କରୁଛନ୍ତି।

ଏଭଳି ସମସ୍ତ ପ୍ରୟାସକୁ ଚତୁର୍ଥ ସ୍ତମ୍ଭ ଅର୍ଥାତ୍ ପ୍ରଥମେ ଡିଜିଟାଲ ଭାବନା ଦ୍ୱାରା ଏକ ନୂତନ ସ୍ତରକୁ ନିଆଯାଇଛି ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ। ଭାରତ ଡିଜିଟାଲ ଜ୍ଞାନକୌଶଳକୁ ସାର୍ବଜନୀନ କରିଛି ଏବଂ ଏପରି ଏକ ଡିଜିଟାଲ ପ୍ଲାଟଫର୍ମ ସୃଷ୍ଟି କରିଛି ଯେଉଁଠାରେ ଏହି ପ୍ଲାଟଫର୍ମଗୁଡିକରେ ନୂଆ ଉଦ୍ଭାବନ ଲକ୍ଷ ଲକ୍ଷ ନୂତନ ସୁଯୋଗ ସୃଷ୍ଟି କରିଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ଜନଧନ, ଆଧାର ଏବଂ ମୋବାଇଲ୍ ଭଳି ଜାମ୍ ତ୍ରୟର ବୈପ୍ଳବିକ ଶକ୍ତି ଉପରେ ଆଲୋକପାତ କରି ଶ୍ରୀ ମୋଦୀ କହିଥିଲେ ଯେ ଏହା ଅଗଣିତ ଉଦ୍ଭାବନର ମୂଳଦୁଆ ପକାଇଛି। ସେ ୟୁନିଫାଇଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ବିଷୟରେ ଉଲ୍ଲେଖ କରିଥିଲେ ଯାହା ଅନେକ କମ୍ପାନୀ ପାଇଁ ନୂତନ ସୁଯୋଗ ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ ଓଏନଡିସି ବିଷୟରେ ମଧ୍ୟ କହିଥିଲେ ଯାହା ଡିଜିଟାଲ ବାଣିଜ୍ୟରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି ସେ କହିଥିଲେ । କୋଭିଡ୍-୧୯ ମହାମାରୀ ସମୟରେ ଡିଜିଟାଲ୍ ପ୍ଲାଟଫର୍ମର ଭୂମିକା ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ, ଯେଉଁଥିରେ ଅଭାବୀ ଲୋକଙ୍କୁ ଆର୍ଥିକ ସହାୟତା ହସ୍ତାନ୍ତର, ବାସ୍ତବ ସମୟରେ ମାର୍ଗଦର୍ଶିକା ପହଞ୍ଚାଇବା, ଟିକାକରଣ ଅଭିଯାନ ଏବଂ ଡିଜିଟାଲ୍ ଟିକା ପ୍ରମାଣପତ୍ର ପ୍ରଦାନ ଭଳି ନିରବଚ୍ଛିନ୍ନ ପ୍ରକ୍ରିୟାକୁ ସୁନିଶ୍ଚିତ କରିବା ଉପରେ ଆଲୋକପାତ କରାଯାଇଥିଲା। ଭାରତର ସଫଳତା ଉପରେ ରେଖାପାତ କରି ପ୍ରଧାନମନ୍ତ୍ରୀ ବିଶ୍ୱସ୍ତରରେ ଏହାର ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଅଭିଜ୍ଞତା ବାଣ୍ଟିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଜି-୨୦ ଅଧ୍ୟକ୍ଷତା ସମୟରେ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଉପରେ ଭାରତର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ଡିଜିଟାଲ ଭଣ୍ଡାର ବିଶ୍ୱବ୍ୟାପୀ କଲ୍ୟାଣକାରୀ ଯୋଜନାଗୁଡ଼ିକରେ ଅଧିକ ସୁଧାର ଆଣିପାରିବ । ଅନ୍ୟ ସମସ୍ତ ଦେଶ ସହ ନିଜର ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଜ୍ଞାନ ବାଣ୍ଟିବା ଦେଶ ପାଇଁ ଖୁସିର ବିଷୟ ହେବ ବୋଲି ସେ ଜୋର୍‌ ଦେଇ କହିଥିଲେ ।

 

ଡବ୍ଲ୍ୟୁଟିଏସଏ ସମୟରେ ମହିଳା ନେଟୱର୍କ ପ୍ରୟାସର ଗୁରୁତ୍ୱ ଉପରେ ଆଲୋକପାତ କରି ଶ୍ରୀ ମୋଦୀ କହିଥିଲେ ଯେ ମହିଳାଙ୍କ ନେତୃତ୍ୱାଧୀନ ବିକାଶ ଉପରେ ଭାରତ ଅତ୍ୟନ୍ତ ଗମ୍ଭୀରତାର ସହ କାର୍ଯ୍ୟ କରୁଛି । ସେ ଆହୁରି ମଧ୍ୟ କହିଥିଲେ ଯେ ଜି-୨୦ରେ ଭାରତର ଅଧ୍ୟକ୍ଷତା ସମୟରେ ଏହି ପ୍ରତିଶ୍ରୁତିକୁ ଆଗକୁ ନିଆଯାଇଥିଲା । ବୈଷୟିକ ପ୍ଲାଟଫର୍ମ ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତ କରି ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରିବା ଲକ୍ଷ୍ୟରେ ଭାରତ କାର୍ଯ୍ୟ କରୁଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ସେ ଭାରତର ମହାକାଶ ଅଭିଯାନରେ ମହିଳା ବୈଜ୍ଞାନିକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା, ଭାରତର ଷ୍ଟାର୍ଟଅପ୍ ରେ ମହିଳା ସହ-ପ୍ରତିଷ୍ଠାତାଙ୍କ ସଂଖ୍ୟା ବୃଦ୍ଧି ଉପରେ ଆଲୋକପାତ କରିଥିଲେ। ପ୍ରଧାନମନ୍ତ୍ରୀ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ଭାରତର ଏସଟିଇଏମ୍‌ (ବିଜ୍ଞାନ, ପ୍ରଯୁକ୍ତି, ଇଞ୍ଜିନିୟରିଂ ଓ ଗଣିତ ) ଶିକ୍ଷାରେ ଛାତ୍ରୀଙ୍କ ଅଂଶଗ୍ରହଣ ୪୦ ପ୍ରତିଶତ ରହିଛି ଏବଂ ଭାରତ ପ୍ରଯୁକ୍ତି କ୍ଷେତ୍ରରେ ନେତୃତ୍ୱ ନେବା ଲାଗି ମହିଳାମାନଙ୍କ ପାଇଁ ଅନେକ ସୁଯୋଗ ସୃଷ୍ଟି କରୁଛି । କୃଷି କ୍ଷେତ୍ରରେ ଡ୍ରୋନ୍ ବିପ୍ଳବକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ନମୋ ଡ୍ରୋନ୍ ଦିଦି କାର୍ଯ୍ୟକ୍ରମ ଭାରତର ଗାଁର ମହିଳାଙ୍କ ନେତୃତ୍ୱରେ ଚାଲିଛି ବୋଲି ଶ୍ରୀ ମୋଦୀ ଆଲୋକପାତ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଡିଜିଟାଲ ବ୍ୟାଙ୍କିଙ୍ଗ ଏବଂ ଡିଜିଟାଲ ପେମେଣ୍ଟକୁ ପ୍ରତ୍ୟେକ ଘରେ ପହଞ୍ଚାଇବା ପାଇଁ ଭାରତ ବ୍ୟାଙ୍କ ସଖୀ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଛି ଯାହା ଡିଜିଟାଲ ସଚେତନତା ସୃଷ୍ଟି କରିଛି । ଭାରତର ପ୍ରାଥମିକ ସ୍ୱାସ୍ଥ୍ୟସେବା, ମାତୃତ୍ୱ ଏବଂ ଶିଶୁ ଯତ୍ନ କ୍ଷେତ୍ରରେ ଆଶା ଓ ଅଙ୍ଗନୱାଡି କର୍ମୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରି ଶ୍ରୀ ମୋଦୀ କହିଥିଲେ ଯେ ଆଜି ଏହି କର୍ମୀମାନେ ଟ୍ୟାବ୍ ଏବଂ ଆପ୍ ମାଧ୍ୟମରେ ସମସ୍ତ କାର୍ଯ୍ୟ ଉପରେ ନଜର ରଖିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ମହିଳା ଉଦ୍ୟୋଗୀମାନଙ୍କ ପାଇଁ ଏକ ଅନଲାଇନ୍ ମାର୍କେଟିଂ ପ୍ଲାଟଫର୍ମ ମହିଳା ଇ-ହାଟ କାର୍ଯ୍ୟକ୍ରମ ମଧ୍ୟ ଚଳାଉଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହା ଅକଳ୍ପନୀୟ ଯେ ଆଜି ପ୍ରତ୍ୟେକ ଗ୍ରାମରେ ଭାରତର ମହିଳାମାନେ ଏଭଳି ଜ୍ଞାନକୌଶଳ ଉପରେ କାମ କରୁଛନ୍ତି । ଆଗାମୀ ଦିନରେ ଭାରତ ଏହାର ପରିସରକୁ ଆହୁରି ବିସ୍ତାର କରିବ, ଯେଉଁଠାରେ ଭାରତର ପ୍ରତ୍ୟେକ ଝିଅ ଜଣେ ଟେକ୍ ନେତ୍ରୀ ହେବେ ବୋଲି ଶ୍ରୀ ମୋଦୀ ଆଶା ବ୍ୟକ୍ତ କରିଥିଲେ।

 

ଡିଜିଟାଲ ପ୍ରଯୁକ୍ତି ବିଦ୍ୟା ପାଇଁ ଏକ ବିଶ୍ୱସ୍ତରୀୟ ଢାଞ୍ଚା ପ୍ରତିଷ୍ଠା ର ଗୁରୁତ୍ୱକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ । ଜି-୨୦ ଅଧ୍ୟକ୍ଷତା ସମୟରେ ଭାରତ ଏହି ପ୍ରସଙ୍ଗ ଉଠାଇଥିଲା ବୋଲି ସେ ଜୋର୍‌ ଦେଇ କହିଥିଲେ। ବିଶ୍ୱ ପ୍ରଶାସନ ପାଇଁ ଏହାର ମହତ୍ତ୍ୱକୁ ସ୍ୱୀକାର କରିବାକୁ ବୈଶ୍ୱିକ ଅନୁଷ୍ଠାନଗୁଡ଼ିକୁ ଅନୁରୋଧ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ବିଶ୍ୱସ୍ତରୀୟ ଅନୁଷ୍ଠାନଗୁଡ଼ିକ ବିଶ୍ୱ ଶାସନର ଗୁରୁତ୍ୱକୁ ଗ୍ରହଣ କରିବାର ସମୟ ଆସିଛି । ବିଶ୍ୱସ୍ତରରେ ବୈଷୟିକ ଜ୍ଞାନକୌଶଳ ପାଇଁ ‘‘କ’ଣ କରିବା ଉଚିତ୍‌ ଏବଂ କ’ଣ କରିବା ଉଚିତ୍‌ ନୁହେଁ’’ ମାର୍ଗଦର୍ଶିକା ସୃଷ୍ଟି କରିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ, ଡିଜିଟାଲ ଉପକରଣ ଏବଂ ଆପ୍ଲିକେସନର ସୀମାହୀନ ପ୍ରକୃତି ଉପରେ ଧ୍ୟାନ ଦେବା ଉଚିତ୍‌। ସାଇବର ବିପଦର ମୁକାବିଲା ଏବଂ ବିଶ୍ୱସ୍ତରୀୟ ଅନୁଷ୍ଠାନଗୁଡିକ ଦ୍ୱାରା ସାମୂହିକ ପଦକ୍ଷେପ ପାଇଁ ଅନ୍ତର୍ଜାତୀୟ ସହଯୋଗ ନିମନ୍ତେ ସେ ଆହ୍ୱାନ ଦେଇଥିଲେ । ପୂର୍ବରୁ ସୁପ୍ରତିଷ୍ଠିତ ଢାଞ୍ଚା ରହିଥିବା ବିମାନ ଚଳାଚଳ କ୍ଷେତ୍ର ସହିତ ଏହି କ୍ଷେତ୍ରର ସମାନତା ରହିଥିବା ସେ କହିଥିଲେ ।  ଏକ ସୁରକ୍ଷିତ ଡିଜିଟାଲ ଇକୋସିଷ୍ଟମ ଏବଂ ଦୂରସଞ୍ଚାର କ୍ଷେତ୍ର ପାଇଁ ସୁରକ୍ଷିତ ଚ୍ୟାନେଲ ସୃଷ୍ଟି କରିବାରେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଡବ୍ଲୁଟିଏସଏକୁ ଆହ୍ୱାନ ଦେଇଥିଲେ । ସେ କହିଥିଲେ ଏକ ପରସ୍ପର ସହ ଜଡ଼ିତ ଦୁନିଆରେ ନିରାପତ୍ତା ଏକ ପରବର୍ତ୍ତୀ ଚିନ୍ତାଧାରା ହୋଇପାରିବ ନାହିଁ। ଭାରତର ଡାଟା ସୁରକ୍ଷା ଆଇନ ଏବଂ ଜାତୀୟ ସାଇବର ସୁରକ୍ଷା ରଣନୀତି ଏକ ସୁରକ୍ଷିତ ଡିଜିଟାଲ ପରିବେଶ ନିର୍ମାଣ ପାଇଁ ଦେଶର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ବୋଲି ଶ୍ରୀ ମୋଦୀ କହିଥିଲେ । ରାଷ୍ଟ୍ରଗୁଡ଼ିକର ବିବିଧତାକୁ ସମ୍ମାନ ଦେଉଥିବା ନୈତିକ ଏଆଇ ଏବଂ ଡାଟା ଗୋପନୀୟତା ମାନକ ସମେତ ଭବିଷ୍ୟତର ଆହ୍ୱାନଗୁଡିକ ପାଇଁ ସମାବେଶୀ, ସୁରକ୍ଷିତ ଏବଂ ଅନୁକୂଳ ମାନଦଣ୍ଡ ସୃଷ୍ଟି କରିବାକୁ ପ୍ରଧାନମନ୍ତ୍ରୀ ଏହି ସଭାର ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ ।

ପ୍ରଧାନମନ୍ତ୍ରୀ ବର୍ତ୍ତମାନ ଚାଲିଥିବା ବୈଷୟିକ ବିପ୍ଳବରେ ଏକ ମାନବ-କେନ୍ଦ୍ରୀତ ଦିଗର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଦାୟିତ୍ୱବାନ ଓ ଦୀର୍ଘସ୍ଥାୟୀ ଉଦ୍ଭାବନ ପାଇଁ ଆହ୍ୱାନ ଦେଇଥିଲେ । ଆଜି ନିର୍ଦ୍ଧାରିତ ମାନଦଣ୍ଡ ଭବିଷ୍ୟତର ଦିଗ ନିର୍ଦ୍ଧାରଣ କରିବ ଏବଂ ସୁରକ୍ଷା, ମର୍ଯ୍ୟାଦା ଏବଂ ସମାନତାର ନୀତି ଆମ ଆଲୋଚନାର କେନ୍ଦ୍ରବିନ୍ଦୁ ହେବା ଉଚିତ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଏହି ଡିଜିଟାଲ ପରିବର୍ତ୍ତନରେ କୌଣସି ଦେଶ, କୌଣସି ଅଞ୍ଚଳ ଏବଂ କୌଣସି ସମ୍ପ୍ରଦାୟ ଯେପରି ପଛରେ ପଡ଼ିବ ନାହିଁ ତାହା ଆମର ଲକ୍ଷ୍ୟ ହେବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଅନ୍ତର୍ଭୁକ୍ତୀକରଣ ସହିତ ସନ୍ତୁଳିତ ଉଦ୍ଭାବନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ, ଆମର ଭବିଷ୍ୟତ ଉଭୟ ବୈଷୟିକ ସ୍ତରରେ ଓ ନୈତିକ ଦୃଷ୍ଟିରୁ ସୁଦୃଢ଼ ହେବା ଉଚିତ୍ ଏବଂ ଆମ ଭବିଷ୍ୟତରେ ଅଭିନବତା ଓ ଅନ୍ତର୍ଭୁକ୍ତୀକରଣ ରହିବା ଆବଶ୍ୟକ, ଏହା ଆମକୁ ସୁନିଶ୍ଚିତ କରିବାକୁ ହେବ ବୋଲି ସେ କହିଥିଲେ। ଅଭିଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ ଡବ୍ଲୁଟିଏସଏର ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହ ଏଥିପାଇଁ ସମର୍ଥନ ମଧ୍ୟ ପ୍ରଦାନ କରିଥିଲେ ।

 

ଏହି ଅବସରରେ କେନ୍ଦ୍ର ସଞ୍ଚାର ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ କେନ୍ଦ୍ର ସଞ୍ଚାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଚନ୍ଦ୍ରଶେଖର  ପେମସାନିଙ୍କ ସମେତ ବହୁ ଶିଳ୍ପପତି ଉପସ୍ଥିତ ଥିଲେ ।

ପୃଷ୍ଠଭୂମି:

ବିଶ୍ୱ ଦୂରସଞ୍ଚାର ମାନକୀକରଣ ସଭା ବା ଡବ୍ଲୁଟିଏସଏ ହେଉଛି ଡିଜିଟାଲ ପ୍ରଯୁକ୍ତି ପାଇଁ ମିଳିତ ଜାତିସଂଘ ସଂସ୍ଥା ଆନ୍ତର୍ଜାତିକ ଦୂରସଞ୍ଚାର ସଂଘର ମାନକୀକରଣ କାର୍ଯ୍ୟ ପରିଚାଳନା ଲାଗି ଏକ ସମ୍ମିଳନୀ, ଯାହା ପ୍ରତି ଚାରି ବର୍ଷରେ ଆୟୋଜନ କରାଯାଏ । ପ୍ରଥମ ଥର ପାଇଁ ଆଇଟିୟୁ-ଡବ୍ଲୁଟିଏସଏ ଭାରତ ଏବଂ ଏସିଆ-ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ଆୟୋଜନ କରାଯାଉଛି । ଦୂରସଞ୍ଚାର, ଡିଜିଟାଲ ଏବଂ ଆଇସିଟି କ୍ଷେତ୍ରକୁ ପ୍ରତିନିଧିତ୍ୱ କରୁଥିବା ୧୯୦ରୁ ଅଧିକ ଦେଶର ୩,୦୦୦ରୁ ଅଧିକ ଶିଳ୍ପ ନେତା, ନୀତି ନିର୍ମାତା ଏବଂ ବୈଷୟିକ ବିଶେଷଜ୍ଞଙ୍କୁ ଏକାଠି କରିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ।

ଡବ୍ଲୁଟିଏସଏ ୨୦୨୪ ଦେଶମାନଙ୍କୁ ୬ଜି, ଏଆଇ, ଆଇଓଟି, ବିଗ୍ ଡାଟା, ସାଇବର ସୁରଦଶ ଇତ୍ୟାଦି ପରବର୍ତ୍ତୀ ପିଢ଼ିର ଗୁରୁତ୍ୱପୂର୍ଣ୍ଣ ଜ୍ଞାନକୌଶଳର ମାନଦଣ୍ଡ ଉପରେ ଆଲୋଚନା ଏବଂ ନିର୍ଣ୍ଣୟ କରିବା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିବ । ଭାରତରେ ଏହି କାର୍ଯ୍ୟକ୍ରମ ଆୟୋଜନ ବିଶ୍ୱ ଦୂରସଞ୍ଚାର ଏଜେଣ୍ଡା ପ୍ରସ୍ତୁତି ଏବଂ ଭବିଷ୍ୟତର ଜ୍ଞାନକୌଶଳ ପାଇଁ ମାର୍ଗ ନିର୍ଦ୍ଧାରଣ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବା ଲାଗି ଦେଶକୁ ଏକ ସୁଯୋଗ ପ୍ରଦାନ କରିବ । ବୌଦ୍ଧିକ ସମ୍ପତ୍ତି ଅଧିକାର ଏବଂ ଜରୁରୀ ମାନକ ପେଟେଣ୍ଟ ବିକଶିତ କରିବାରେ ଭାରତୀୟ ଷ୍ଟାର୍ଟଅପ୍ ଏବଂ ଗବେଷଣା ଅନୁଷ୍ଠାନଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଅଭିଜ୍ଞତା ହାସଲ କରିବାକୁ ଯାଉଛନ୍ତି।

 

ଇଣ୍ଡିଆ ମୋବାଇଲ୍ କଂଗ୍ରେସ ୨୦୨୪ରେ ଭାରତର ନବୀନ ଉଦ୍ଭାବନ ଇକୋସିଷ୍ଟମ ପ୍ରଦର୍ଶିତ ହେବ, ଯେଉଁଠାରେ ଅଗ୍ରଣୀ ଦୂରସଞ୍ଚାର କମ୍ପାନୀ ଏବଂ ଉଦ୍ଭାବକମାନେ କ୍ୱାଣ୍ଟମ୍ ପ୍ରଯୁକ୍ତି ଏବଂ ଚକ୍ରାକାର ଅର୍ଥବ୍ୟବସ୍ଥା ଅଗ୍ରଗତି ଉପରେ ଆଲୋକପାତ କରିବା ସହିତ 6ଜି, 5ଜି ବ୍ୟବହାର-ମାମଲା ପ୍ରଦର୍ଶନ, କ୍ଲାଉଡ୍ ଆଣ୍ଡ ଏଜ୍ କମ୍ପ୍ୟୁଟିଂ, ଆଇଓଟି, ସେମିକଣ୍ଡକ୍ଟର, ସାଇବର ସୁରକ୍ଷା, ଗ୍ରୀନ୍ ଟେକ୍, ସାଟକମ୍ ଏବଂ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଉପରେ ଆଲୋକପାତ କରିବେ।

ପ୍ରଯୁକ୍ତି ଏବଂ ଦୂରସଞ୍ଚାର ଇକୋସିଷ୍ଟମରେ ଶିଳ୍ପ, ସରକାର, ଶିକ୍ଷାବିତ୍, ଷ୍ଟାର୍ଟଅପ୍ ଏବଂ ଅନ୍ୟ ପ୍ରମୁଖ ଅଂଶୀଦାରମାନଙ୍କ ପାଇଁ ଅଭିନବ ସମାଧାନ, ସେବା ଏବଂ ଅତ୍ୟାଧୁନିକ ବ୍ୟବହାର ମାମଲା ପ୍ରଦର୍ଶନ କରିବା ନିମନ୍ତେ ଏସିଆର ସର୍ବବୃହତ ଡିଜିଟାଲ ପ୍ରଯୁକ୍ତି ମଞ୍ଚ ଇଣ୍ଡିଆ ମୋବାଇଲ୍ କଂଗ୍ରେସ ସମଗ୍ର ବିଶ୍ୱରେ ଏକ ଜଣାଶୁଣା ପ୍ଲାଟଫର୍ମ ରେ ପରିଣତ ହୋଇଛି । ଇଣ୍ଡିଆ ମୋବାଇଲ୍ କଂଗ୍ରେସ ୨୦୨୪ ରେ ୪୦୦ ରୁ ଅଧିକ ପ୍ରଦର୍ଶକ, ପ୍ରାୟ ୯୦୦ ଷ୍ଟାର୍ଟଅପ୍ ଏବଂ ୧୨୦ରୁ ଅଧିକ ଦେଶ ଅଂଶଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମ ଜରିଆରେ ୯୦୦ରୁ ଅଧିକ ପ୍ରଯୁକ୍ତି ବ୍ୟବହାର ମାମଲା ପ୍ରଦର୍ଶନ, ୧୦୦ରୁ ଅଧିକ ଅଧିବେଶନ ଆୟୋଜନ ଏବଂ ୬୦୦ରୁ ଅଧିକ ବୈଶ୍ୱିକ ଏବଂ ଭାରତୀୟ ବକ୍ତାମାନଙ୍କ ସହ ଆଲୋଚନା କରିବାକୁ ଲକ୍ଷ୍ୟ ରଖାଯାଇଛି ।

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total

Media Coverage

Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the passing of His Majesty King Harald V of Norway
August 28, 2026

The Prime Minister, Shri Narendra Modi condoled the passing of His Majesty King Harald V of the Kingdom of Norway. Recalling his meeting with His Majesty during his visit to Norway earlier this year, Shri Modi remembered his warmth and profound sense of service to the people and nation of Norway.

The Prime Minister posted on X;

“Deeply saddened by the passing of His Majesty King Harald V of the Kingdom of Norway.

I fondly recall meeting His Majesty during my visit to Norway earlier this year and was deeply touched by his warmth and profound sense of service to his nation.

My heartfelt condolences to the Royal Family and the people of Norway.