କୋଭିଡ ସତ୍ତ୍ଵେ କାଶୀରେ ବିକାଶ ଧାରା ଅବ୍ୟାହତ : ପ୍ରଧାନମନ୍ତ୍ରୀ
ସମ୍ମିଳନୀ କେନ୍ଦ୍ର ଭାରତ-ଜାପାନ ମଧ୍ୟରେ ଦୃଢ ସମ୍ପର୍କ ସୂଚନା ଦିଏ: ପ୍ରଧାନମନ୍ତ୍ରୀ
ଏହି ସମ୍ମିଳନୀ କେନ୍ଦ୍ର ଏକ ସାଂସ୍କୃତିକ ସ୍ଥଳୀ ଓ ବିଭିନ୍ନ ଲୋକଙ୍କୁ ଏକାଠି କରିବାର ଏକ ମାଧ୍ୟମ: ପ୍ରଧାନମନ୍ତ୍ରୀ
ଗତ ସାତବର୍ଷ ମଧ୍ୟରେ କାଶୀରେ ଅନେକ ବିକାଶ ପ୍ରକଳ୍ପ ହୋଇଛି ଏବଂ ରୁଦ୍ରାକ୍ଷ ବିନା ଏହା ଅସମ୍ପୂର୍ଣ୍ଣ ରହିବ: ପ୍ରଧାନମନ୍ତ୍ରୀ

ଜାପାନ ସହାୟତାରେ ନିର୍ମିତ ଆନ୍ତର୍ଜାତିକ ସହଯୋଗ ଓ ସମ୍ମିଳନୀ କେନ୍ଦ୍ର ରୁଦ୍ରାକ୍ଷକୁ ପ୍ରଧାନମନ୍ତ୍ରୀ ବାରଣାସୀଠାରେ ଉଦ୍‌ଘାଟନ କରିଥିଲେ । ପରେ ପରେ ସେ ବିଏଚୟୁର ମାଆ ଓ ଶିଶୁ ସ୍ୱାସ୍ଥ୍ୟ ଶାଖା ନିରୀକ୍ଷଣ କରିଥିଲେ । ସେ ମଧ୍ୟ ମେଡିକାଲ କର୍ତ୍ତୃପକ୍ଷ ଓ ଅଧିକାରୀମାନଙ୍କ ସହ କୋଭିଡ ପରିଚାଳନାଗତ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଥିଲେ ।

ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୋଭିଡ ସତ୍ୱେ କାଶୀର ବିକାଶଧାରା ଅବ୍ୟାହତ ରହିଛି । ସେ କହିଛନ୍ତି ଯେ ଆନ୍ତର୍ଜାତିକ ସହଯୋଗ ଓ ସମ୍ମିଳନୀ କେନ୍ଦ୍ର ରୁଦ୍ରାକ୍ଷ ହେଉଛି ସୃଜନଶୀଳତା ଓ କ୍ରୀୟାଶୀଳ ଅବସ୍ଥାର ଫଳ । ଏହି କେନ୍ଦ୍ର ଭାରତ ଓ ଜାପାନ ମଧ୍ୟରେ ଦୃତ ବନ୍ଧନକୁ ସୁଚାଇଥାଏ । ସେ ଜାପାନର  ଏହି କେନ୍ଦ୍ର ନିର୍ମାଣ ଅବଦାନର ପ୍ରଶଂସା କରିଥିଲେ ।

ଶ୍ରୀ ମୋଦୀ ସ୍ମରଣ କରି କହିଥିଲେ ଯେ ଜାପାନ ପ୍ରଧାନମନ୍ତ୍ରୀ ସୁଗା ୟସୋହାଇଡ ସେତେବେଳେ ଜାପାନର କ୍ୟାବିନେଟ ସଚିବ ଥିଲେ । ପରେ ସେ ଜାପାନର ପ୍ରଧାନମନ୍ତ୍ରୀ ହୋଇଥିଲେ । ସେ ଏହି ପ୍ରକଳ୍ପ ନିମନ୍ତେ ବ୍ୟକ୍ତିଗତ ଭାବେ ଉଦ୍ୟମ କରିଥିଲେ । ଭାରତ ପ୍ରତି ତାଙ୍କର ଆନୁଗତ୍ୟ ଯୋଗୁଁ ପ୍ରତ୍ୟେକ ଭାରତୀୟ ତାଙ୍କ ପ୍ରତି କୃତଜ୍ଞ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପୂର୍ବତନ ଜାପାନ ପ୍ରଧାନମନ୍ତ୍ରୀ ଶ୍ରୀ ସିଞ୍ଜୋ ଆବେ ଯେ କି ଏହି ପ୍ରକଳ୍ପ ସହ ଓତଃପ୍ରୋତଃଭାବେ ଜଡିତ ତାଙ୍କର ସ୍ମରଣ କରିଥିଲେ । ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ କାଶୀ ଆସିଥିବାବେଳେ ରୁଦ୍ରାକ୍ଷ ପରିକଳ୍ପନା ନେଇ ଆଲୋଚନା କରିଥିବାର ମଧ୍ୟ ସ୍ମରଣ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଭବନ ଉଭୟ ଆଧୁନିକତା ଓ ସାଂସ୍କୃତିକ ଝଲକର ସମ୍ମିଶ୍ରଣ ।

The Prime Minister, Shri Narendra Modi remembered former Prime Minister of Japan Mr. Shinzo Abe who was closely connected with today's event. He recalled the moment when he had a discussion with the then Prime Minister of Japan, Mr. Shinzo Abe on the idea of ​​Rudraksh when he came to Kashi. The Prime Minister said this building has both the shine of modernity and cultural glow, it has the connection of India Japan relationship as well as scope of future cooperation also, said the Prime Minister. Shri Modi said that from his vist to Japan this kind of people to people relations were envisaged and projects like Rudraksh and Zen garden in Ahmedabad symbolize this relationship.

ଏଥିରେ ଜାପାନ-ଭାରତ ସମ୍ପର୍କ ଓ ଭବିଷ୍ୟତରେ ସହଯୋଗ ସମ୍ଭାବନା ରହିଛି । ତାଙ୍କର ଜାପାନ ଗସ୍ତ କାଳରେ ସହଯୋଗର ପ୍ରତୀକ ଏହି ରୁଦ୍ରାକ୍ଷ ପରିକଳ୍ପନା କରାଯାଇଥିବାବେଳେ ଅହମ୍ମଦାବାଦର ଜେନ୍ ଉଦ୍ୟାନକୁ ଏହି ସମ୍ପର୍କର ଆଉ ଏ ଦୃଷ୍ଟାନ୍ତ ଭାବେ ନିଆଯାଇପାରେ ।

ଜାପାନର ଉଭୟ ସାମରିକ ଓ ଆର୍ଥିକ କ୍ଷେତ୍ରରେ ଭାରତର ସବୁଠାରୁ ବିଶ୍ୱସ୍ତ ବନ୍ଧୁ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଜାପାନ ସହ ଭାରତର ବନ୍ଧୁତ୍ୱ ସମଗ୍ର ଅଞ୍ଚଳରେ ସବୁଠାରୁ ସୌହାର୍ଦ୍ଧ୍ୟପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଉଭୟ ଜାପାନ ଓ ଭାରତ ନିଜ ନିଜର ବିକାଶ ନିଜସ୍ୱ ଖୁସି ବୋଲି ମନେ କରନ୍ତି ।

ଗୀତ, ସଙ୍ଗୀତ ଓ କଳା ବନାରସର  ଧମନୀରେ ପ୍ରବାହିତ  ହୋଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଗଙ୍ଗାର ଏହି ଘାଟରେ ଅନେକ କଳା ସୃଷ୍ଟି ହୋଇଛି ଓ ମାନବିକତାକୁ ନେଇ ଅନେକ ଭାବନା ସଞ୍ଚାରିତ ହୋଇଛି । ସେ ଦୃଷ୍ଟିରୁ ବନାରସ ସଂଗୀତ, ଧର୍ମ, ବିଜ୍ଞାନ ଓ ଜ୍ଞାନର ଏକ ବୈଶ୍ୱିକ ପ୍ରାଣକେନ୍ଦ୍ର ହୋଇପାରିବ । ଏହି କେନ୍ଦ୍ର ଏକ ସାଂସ୍କୃତିକ ପେଣ୍ଠସ୍ଥଳୀ ହୋଇ ବିଭିନ୍ନ ଲୋକଙ୍କୁ ଏକତ୍ର କରିପାରିବ ବୋଲି ସେ କହିଛନ୍ତି । ଏହି କେନ୍ଦ୍ରର ରକ୍ଷଣାବେକ୍ଷଣ ନିମନ୍ତେ ସେ କାଶୀବାସୀଙ୍କୁ ଅନୁରୋଧ କରିଥିଲେ ।

ଗତ ସାତବର୍ଷ ମଧ୍ୟରେ କାଶୀରେ ଅନେକ ବିକାଶମୂଳକ ପ୍ରକଳ୍ପ ଆରମ୍ଭ ହୋଇଛି । ରୁଦ୍ରାକ୍ଷ ବିନା ସେଗୁଡିକ ଶେଷ ହେବ କି ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଥିଲେ । ସ୍ୱୟଂ ଶିବଧାରଣ କରିଥିବା ରୁଦ୍ରାକ୍ଷ ଏବେ କାଶୀରେ । ତେଣୁ କାଶୀ ବିକାଶରେ ଜାଜ୍ୱଲ୍ୟମାନ ହେବା ସହ ଏହାର ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି ପାଇବ ।

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
7 hyper local foods that PM Modi made popular via speeches, social media and Mann ki Baat

Media Coverage

7 hyper local foods that PM Modi made popular via speeches, social media and Mann ki Baat
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Rastriya Swatantra Party leaders on electoral success in Nepal
March 09, 2026

The Prime Minister, Shri Narendra Modi, had warm telephone conversations with Mr. Rabi Lamichhane, Chairman of the Rastriya Swatantra Party (RSP), and Mr. Balendra Shah, Senior Leader of the RSP.

Shri Modi congratulated both leaders on their electoral victories and the RSP’s resounding success in the Nepal elections. He conveyed his best wishes for the forthcoming new Government and reaffirmed India’s commitment to work with them for mutual prosperity, progress and well-being of the people of both countries.

Expressing confidence in the future of India-Nepal relations, the Prime Minister said that with joint endeavours, the partnership between the two nations will scale new heights in the years ahead.

In a X post, the Prime Minister said;

“Had warm telephone conversations with Mr. Rabi Lamichhane, Chairman of the Rastriya Swatantra Party (RSP) and Mr. Balendra Shah, Senior Leader of the RSP.

Congratulated both leaders on their electoral victories and RSP’s resounding success in the Nepal elections. Conveyed my best wishes for their forthcoming new Government and India's commitment to work with them for mutual prosperity, progress and well-being of our two countries.

I am confident that with our joint endeavours, India and Nepal relations will scale new heights in the years ahead.

@hamrorabi

@ShahBalen

@party_swatantra”