“ଗତ ବର୍ଷ ଭାରତରେ ପ୍ରଥମ ଥର ପାଇଁ ମୋବାଇଲ ନେଣଦେଣ ଏଟିଏମ ଟଙ୍କା ଉଠାଣ ତୁଳନାରେ ଅଧିକ”
“ଡିଜିଟାଲ ଇଣ୍ଡିଆ ଅଧୀନରେ ଅବସ୍ଥାନ୍ତର ପଦକ୍ଷେପ ଫିନଟେକ ସମାଧାନ ନିମନ୍ତେ ରାସ୍ତା ଖୋଲିଛି ଓ ଏହା ପ୍ରଶାସନିକ କାର୍ଯ୍ୟରେ ପ୍ରୟୋଗ ହେଉଛି”
“ବର୍ତ୍ତମାନ ଏହି ଫିନଟେକ ପଦକ୍ଷେପକୁ ଫିନଟେକ ବିପ୍ଳବରେ ପରିଣତ କରିବା ସମୟ ଉପନୀତ । ଏହା ଏପରି ଏକ ବିପ୍ଳବ ଯାହା ଦେଶ ପ୍ରତ୍ୟେକ ନାଗରିକଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବ”
“ଆସ୍ଥା ଅର୍ଥ ହେଲା ଜନସାଧାରଣଙ୍କ ସ୍ୱାର୍ଥକୁ ସୁନିଶ୍ଚିତ କରି ରକ୍ଷା କରିବା । ଫିନଟେକ ସୁରକ୍ଷା ଉଦ୍ଭାବନ ବ୍ୟତିରେକ ଫିନଟେକ ଅସମ୍ପୂର୍ଣ୍ଣ”
“ଆମର ଡିଜିଟାଲ ଜନସାଧାରଣ ଭିତ୍ତିଭୂମି ସମାଧାନ ବିଶ୍ୱବ୍ୟାପୀ ନାଗରିକଙ୍କ ଜୀବନ ଧାରଣର ଉନ୍ନତି କରିବ”
“ ଗିଫ୍ଟସିଟି କେବଳ ଏକ ଧାରଣା ନୁହେଁ ଏହା ଭାରତର ପ୍ରତିନିଧିତ୍ୱ କରେ । ଏହା ଭାରତର ଗଣତାନ୍ତ୍ରିକ ମୂଲ୍ୟବୋଧ, ଚାହିଦା, ଜନସଂଖ୍ୟା ଓ ବିବିଧତାର ପ୍ରତିନିଧିତ୍ୱ କରେ । ଏହା ଭାରତର ମୁକ୍ତ ଚିନ୍ତାଧାରା, ଉଦ୍ଭାବନ ଓ ପୁଞ୍ଜିବିନିଯୋଗର ପ୍ରତିନିଧିତ୍ୱ କରେ”
“ଅର୍ଥ ଅର୍ଥନୀତିର ଜୀବନ ପ୍ରବାହ ଓ ବୈଷୟିକ ଜ୍ଞାନ ଏହାର ବାହକ । ଅନ୍ତୋଦୟ ଲକ୍ଷ୍ୟ ହାସଲ ପାଇଁ ଉଭୟେ ସମଭାବରେ ଗୁରୁତ୍ୱପୂର୍ଣ୍ଣ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫିନଟେକ ଇନଫିନିଟି ଫୋରମକୁ ଭିଡିଓ କନଫରେନ୍ସ ଜରିଆରେ ଉଦଘାଟନ କରିଛନ୍ତି । 

ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମୁଦ୍ରାର ଇତିହାସ ପ୍ରକାଣ୍ଡ ପରିବର୍ତ୍ତନ ଦେଇ ଗତି କରୁଛି । ପ୍ରଥମ ଥର ପାଇଁ ଗତ ବର୍ଷ ଭାରତରେ ମୋବାଇଲ ନେଣଦେଣ ଏଟିଏମରୁ ଟଙ୍କା ଉଠାଣ ତୁଳନାରେ ଅଧିକ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । କୌଣସି ଶାଖା କାର୍ଯ୍ୟାଳୟ ନଥାଇ ସମ୍ପୂର୍ଣ୍ଣ ଡିଜିଟାଲ ବ୍ୟାଙ୍କ ଏକ ବାସ୍ତବତା ହୋଇସାରିଲାଣି ଓ ଗୋଟିଏ ଯୁଗରୁ ମଧ୍ୟ କମ ସମୟ ମଧ୍ୟରେ ଏହା ଏକ ସାଧାରଣ ଘଟଣା ହୋଇଯାଇପାରେ । ମଣିଷର ଯେପରି ଉତ୍ପତ୍ତି ହେଲା ସେହିପରି ଆମ ନେଣଦେଣ କାର୍ଯ୍ୟ ମଧ୍ୟ । ଜିନିଷ ପତ୍ର ଅଦଳବଦଳ ପଦ୍ଧତିରୁ ଧାତୁ, ମୁଦ୍ରାରୁ ନୋଟ, ଚେକରୁ କାର୍ଡରେ ଆଜି ଆମେ ପହଞ୍ଚିଛେ ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ବୈଷୟିକ ଜ୍ଞାନ ଗ୍ରହଣ ଓ ଉଦ୍ଭାବନରେ ଭାରତ ସର୍ବାଗ୍ରେ ରହିଛି । ଡିଜିଟାଲ ଇଣ୍ଡିଆ ଅଧୀନରେ ଅବସ୍ଥାନ୍ତର ପଦକ୍ଷେପ ଫିନଟେକ ସମାଧାନ ନିମନ୍ତେ ରାସ୍ତା ଖୋଲିଛି ଓ ଏହା ପ୍ରଶାସନିକ କ୍ଷେତ୍ରରେ ପ୍ରୟୋଗ ହେଉଛି । ବର୍ତ୍ତମାନ ସମୟ ଆସିଛି ଏହି ଫିନଟେକ ପଦକ୍ଷେପକୁ ଫିନଟେକ ବିପ୍ଳବରେ ପରିଣତ କରିବାକୁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏ ଗୋଟିଏ ବିପ୍ଳବ ଯାହା ଆର୍ଥିକ ଦୃଷ୍ଟିରୁ ଦେଶର ପ୍ରତ୍ୟେକ ନାଗରିକଙ୍କୁ ସଶକ୍ତ କରିବ ବୋଲି ସେ କହିଥିଲେ ।

କିପରି ବୈଷୟିକ ଜ୍ଞାନ ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ତ୍ୱରାନ୍ୱିତ କରିଛି ସେ ସମ୍ପର୍କରେ ବୁଝାଇ ଶ୍ରୀ ମୋଦୀ କହିଛନ୍ତି ଯେ ୨୦୧୪ ମସିହାରେ ଶତକଡା ୫୦ ଭାଗରୁ କମ ଭାରତୀୟଙ୍କ ବ୍ୟାଙ୍କ ଖାତା ଥିଲା । ଗତ ସାତ ବର୍ଷ ମଧ୍ୟରେ ଭାରତ ଏହାକୁ ସାର୍ବଜନୀନ କରି ୪୩୦ ନିୟୁତ ଜନଧନ ଖାତା ଖୋଲିଛି । ୬୯୦ ନିୟୁତ ରୂପେ କାର୍ଡ ଜରିଆରେ ଗତବର୍ଷ ୧.୩ ବିଲିୟନ ନେଣଦେଣ ହୋଇଛି, କେବଳ ଗତ ମାସରେ ୟୁପିଆଇ ପ୍ରକ୍ରିୟାରେ ୪.୨ ବିଲିୟନ ନେଣଦେଣ ହୋଇଛି, ପ୍ରତି ମାସରେ ୩୦୦ ନିୟୁତ ଇନଭଏସ ଜିଏସଟି ପୋର୍ଟାଲ ଜରିଆରେ ହେଉଛି, ବୈଶ୍ୱିକ ମହାମାରୀ ସତ୍ତ୍ୱେ ଅନଲାଇନରେ ପ୍ରତିଦିନ ୧.୫ ନିୟୁତ ରେଳ ଟିକେଟ କଟା ହେଉଛି । ଗତ ବର୍ଷ ଫାଷ୍ଟଟ୍ୟାଗରେ ୧.୩ ନିୟୁତ ସିମ ବିହୀନ ନେଣଦେଣ ହୋଇଛି । ପିଏମ ସ୍ୱନିଧି ଜରିଆରେ ଦେଶବ୍ୟାପୀ ଛୋଟ ଉଠା ଦୋକାନୀମାନେ ୧.୩ ବିଲିୟନ ଋଣ ନେଇଛନ୍ତି । କୌଣସି ଲିକେଜ ନଥାଇ ଇ-ରୂପୀ ତାର ପ୍ରଦାନ କାର୍ଯ୍ୟ ଲକ୍ଷ୍ୟ ହାସଲ କରିଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆର୍ଥିକ ଅନ୍ତର୍ଭୁକ୍ତିକରଣ ଫିନଟେକ ବିପ୍ଳବର ବାହାନ ଚାଳକ ସଦୃଶ । ଏ ସମ୍ପର୍କରେ ଅଧିକ ସରଳ ଭାବେ ବୁଝାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଫିନଟେକ ଚାରିଟି ସ୍ତମ୍ଭ ଉପରେ ଦଣ୍ଡାୟାମାନ । ସେଗୁଡିକ ହେଲା- ଆୟ, ବିନିଯୋଗ, ବୀମା ଓ ଆନୁଷ୍ଠାନିକ ଋଣ । “ଯେତେବେଳେ ଆୟ ବୃଦ୍ଧି ହୁଏ ପୁଞ୍ଜି ବିନିଯୋଗ ମଧ୍ୟ ବୃଦ୍ଧି ପାଏ, ବୀମା ଯୋଗୁଁ ଅଧିକ ରିସ୍କ ନେବା ସାମର୍ଥ୍ୟରେ ମଧ୍ୟ ବୃଦ୍ଧି ଘଟେ, ଆନୁଷ୍ଠାନିକ ଋଣ ସଂପ୍ରସାରଣକୁ ପ୍ରୋତ୍ସାହିତ କରେ । ଆମେ ସବୁ ସ୍ତମ୍ଭ ଉପରେ କାମ କରୁଛୁ ।

ଯେତେବେଳେ ଏହି ସମସ୍ତ ଏକତ୍ର ହୋଇଯାଆନ୍ତି, ଆପଣ ହଠାତ ଦେଖିବାକୁ ପାଇବେ ଯେ ଆର୍ଥିକ କ୍ଷେତ୍ରରେ ଅନେକ ଲୋକ ଅଂଶଗ୍ରହଣ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ ଫିନଟେକ କ୍ଷେତ୍ରରେ ଆସ୍ଥାର ଗୁରୁତ୍ୱ ଉପରେ ପ୍ରାଧାନ୍ୟ ଦେଇ କହିଥିଲେ ଯେ ବିଭିନ୍ନ ଉଦ୍ଭାବନ ଯୋଗୁଁ ଏହା ବେଶୀ ଜନାଦୃତ ହେଉଛି । ସାଧାରଣ ଭାରତବାସୀ ଆମର ଫିନଟେକ ବାତାବରଣ ଉପରେ ଗଭୀର ଆସ୍ଥା ରଖିଛନ୍ତି । ସେଥିପାଇଁ ସେମାନେ ଏସବୁ ପ୍ରଯୁକ୍ତିଜ୍ଞାନ ଓ ଡିଜିଟାଲ ନେଣଦେଣକୁ ଆପଣେଇ ନେଇଛନ୍ତି । ଆସ୍ଥା ହେଉଛି ଏକ ଦାୟୀତ୍ୱ । ଆସ୍ଥାର ଅର୍ଥ ହେଲା- ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷାକୁ ସୁନିଶ୍ଚିତ କରିବା । ଫିନେଟକ ଉଦ୍ଭାବନ ଏହାର ସୁରକ୍ଷା ଉଦ୍ଭାବନ ବିନା ଅସମ୍ପୂର୍ଣ୍ଣ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମଧ୍ୟ ଭାରତର ଫିନଟେକ ଉପରେ ଅଧିକ ପ୍ରୟୋଗ ଉପରେ ମନ୍ତବ୍ୟ ଦେଇଥିଲେ । ଭାରତର ଅନ୍ୟର ବିଶେଷଜ୍ଞତା ଓ ଅଭିଜ୍ଞତାକୁ ଆପଣେଇବାର ଦକ୍ଷତାକୁ ଯୋଗୁଁ ଭାରତ ସେଥିରୁ ଲାଭାନ୍ୱିତ ହୋଇଛି । ଆମର ଡିଜିଟାଲ ସର୍ବସାଧାରଣ ଭିତ୍ତିଭୂମି ସମାଧାନ ସମଗ୍ର ବିଶ୍ୱର ନାଗରିଙ୍କ ଜୀବନ ପରିବର୍ତ୍ତନରେ ସହାୟକ ହେବ ବୋଲି ସେ କହିଛନ୍ତି ।

ଗିଫ୍ଟ ସିଟି କେବଳ ଏକ ଧାରଣ ନୁହେଁ, ଏହା ଭାରତର ପ୍ରତିନିଧିତ୍ୱ କରେ । ଏହା ଭାରତର ଗଣତାନ୍ତ୍ରିକ ମୂଲ୍ୟବୋଧ, ଚାହିଦା ଓ ଜନସଂଖ୍ୟା ଓ ବିବିଧତାର ପ୍ରତିନିଧିତ୍ୱ କରେ । ଏହା ଭାରତର ମୁକ୍ତ ଚିନ୍ତାଧାରା, ଉଦ୍ଭାବନ ଓ ବିନିଯୋଗର ମଧ୍ୟ ପ୍ରତିନିଧିତ୍ୱ କରେ । ଗିଫ୍ଟ ସିଟି ବୈଶ୍ୱିକ ଫିନଟେକ ବିଶ୍ୱପାଇଁ ଏକ ପ୍ରବେଶ ଦ୍ୱାର ।

ଉପସଂହାରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅର୍ଥ ହେଉଛି ଅର୍ଥନୀତିର ଜୀବନ ପ୍ରବାହ ଓ ଉଦ୍ଭାବନ ଏହାର ପରିବାହକ । ଉଭୟ ଅନ୍ତୋଦୟ ଓ ସର୍ବୋଦୟ ନିମନ୍ତେ ଗୁରତ୍ୱପୂର୍ଣ୍ଣ ।

ଏହି ସମାରୋହ ଆନ୍ତର୍ଜାତିକ ଆର୍ଥିକ ସେବା କେନ୍ଦ୍ର ପ୍ରାଧିକରଣ, ଭାରତ ସରକାର ଏବଂ ଗିଫ୍ଟ ସିଟି ଓ ବ୍ଲୁମବର୍ଗ ଆନୁକୂଲ୍ୟରେ ଡିସେମ୍ବର ୩ ଓ ୪, ୨୦୨୧ରେ ଅନୁଷ୍ଠିତ ହେଉଛି । ମଞ୍ଚର ପ୍ରଥମ ସଂସ୍କରଣରେ ଇଣ୍ଡୋନେସିଆ, ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ଭାଗୀଦାରୀ ଦେଶ ଅଛନ୍ତି ।

ନୀତି, ବ୍ୟବସାୟ ଓ ବୈଷୟିକ ଫଳରେ ଇନଫିନିଟି ଫୋରମ ବିଶ୍ୱର ମେଧାଶକ୍ତିକୁ ଏକତ୍ରିତ କରିବ । ସାମଗ୍ରିକ ବିକାଶ ଓ ମାନବ ସେବା ଦିଗରେ ଏହା କାର୍ଯ୍ୟ କରିବ । Beyond ବିଷୟ ଉପରେ ଫୋରମର କାର୍ଯ୍ୟକ୍ରମ ମୁଖ୍ୟତଃ କେନ୍ଦ୍ରୀତ ରହୁଥିବାବେଳେ ଏହାର ଉପ ବିଷୟବସ୍ତୁ ସୀମାହୀନ ଫିନଟେକ, ସରକାର ଓ ବ୍ୟବସାୟର କୌଣସି ଭୌଗଳିକ ସୀମା ରହିବ ନାହିଁ । ଅର୍ଥ ଛଡା କୃଷି, ନିରନ୍ତର ବିକାଶ ଭବିଷ୍ୟତ ଶିଳ୍ପ, ମହାକାଶ ପ୍ରଯୁକ୍ତିଜ୍ଞାନ ଉପରେ ମଧ୍ୟ ଫୋରମ ଗୁରୁତ୍ୱ ଆରୋପ କରିବ । ଫୋରମରେ ୭୦ରୁ ଅଧିକ ରାଷ୍ଟ୍ର ଯୋଗ ନେଇଛନ୍ତି ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's Q4 GDP growth seen at 7.3%; CNBC-TV18 poll pegs FY26 at 7.5%

Media Coverage

India's Q4 GDP growth seen at 7.3%; CNBC-TV18 poll pegs FY26 at 7.5%
NM on the go

Nm on the go

Always be the first to hear from the PM. Get the App Now!
...
Share your ideas and suggestions for 'Mann Ki Baat' now!
June 05, 2026

Prime Minister Narendra Modi will share 'Mann Ki Baat' on Sunday, June 28th. If you have innovative ideas and suggestions, here is an opportunity to directly share it with the PM. Some of the suggestions would be referred by the Prime Minister during his address.

Share your inputs in the comments section below.