India's Energy Plan aims to ensure energy justice: PM
We plan to achieve ‘One Nation One Gas Grid’ & shift towards gas-based economy: PM
A self-reliant India will be a force multiplier for the global economy and energy security is at the core of these efforts: PM

ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଚତୁର୍ଥ ଇଣ୍ଡିଆ ଏନର୍ଜି ଫୋରମ ସେରା ସପ୍ତାହରେ ଉଦଘାଟନୀ ଅଭିଭାଷଣ ରଖିଛନ୍ତି। ଚଳିତ ବର୍ଷର ବିଷୟବସ୍ତୁ ରହିଛି “ପରିବର୍ତ୍ତିତ ବିଶ୍ୱରେ ଭାରତର ଇନ୍ଧନ ଭବିଷ୍ୟତ”।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥଲେ ଯେ ଭାରତ ଶକ୍ତିରେ ପରିପୂର୍ଣ୍ଣ! ଭାରତର ଇନ୍ଧନ ଭବିଷ୍ୟତ ଉଜ୍ଜ୍ୱଳ ଏବଂ ନିରାପଦ। ଏହାକୁ ସବିଶେଷ ଭାବେ ବର୍ଣ୍ଣନା କରି କରି ସେ କହିଥଲେ ଯେ ଇନ୍ଧନର ଚାହିଦା ଏକ ତୃତୀୟାଂଶକୁ ଖସିଆସିବା, ମୂଲ୍ୟରେ ଅସ୍ଥିରତା ଜାରି ରହିବା, ନିବେଶ ନିଷ୍ପତ୍ତି ପ୍ରଭାବିତ ହେବା, ଆଗାମୀ କିଛି ବର୍ଷ ପର୍ଯ୍ୟନ୍ତ ବୈଶ୍ୱିକ ଇନ୍ଧନ ଚାହିଦା ସଙ୍କୋଚନ ହେବାର ଆକଳନ କରାଯାଇଥିଲେ ମଧ୍ୟ ଭାରତ ଅଗ୍ରଣୀ ଇନ୍ଧନ ଉପଭୋକ୍ତା ଏବଂ ଏହାର ଇନ୍ଧନ ଉପଯୋଗ ପାଖାପାଖି ଦୁଇ ଗୁଣା ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଭାରତ ବିଶ୍ୱର ତୃତୀୟ ସର୍ବବୃହତ ଏବଂ ଘରୋଇ ବିମାନ ଚଳାଚଳ କ୍ଷେତ୍ରରେ ଦ୍ରୁତ ଗତିରେ ଅଭିବୃଦ୍ଧି ହାସଲ କରୁଥିବା ଏକ ବିମାନ ଚଳାଚଳ ବଜାର । ଭାରତୀୟ ବିମାନ ସେବା କମ୍ପାନୀଗୁଡ଼ିକ 2024 ସୁଦ୍ଧା ସେମାନଙ୍କର ଫ୍ଲିଟର ଆକାରକୁ 600ରୁ 1200କୁ ବୃଦ୍ଧି କରିବେ ବୋଲି ଅନୁମାନ କରାଯାଉଛି ।

ସେ କହିଥିଲେ ଯେ ଇନ୍ଧନର ଉପଲବ୍ଧତା ଶସ୍ତା ଏବଂ ନିର୍ଭରଯୋଗ୍ୟ ହେବା ଉଚିତ ବୋଲି ଭାରତ ବିଶ୍ୱାସ କରେ। ତା’ହେଲେ ଯାଇ ସାମାଜିକ-ଆର୍ଥିକ ପରିବର୍ତ୍ତନ ଆସିପାରିବ। ସେ କହିଥିଲେ ଯେ ଶକ୍ତି କ୍ଷେତ୍ର ଲୋକମାନଙ୍କର ‘ସହଜ ଜୀବନ ଧାରଣକୁ’ ବଢ଼ାଇଥାଏ। ଏହି ଅବସରରେ ସରକାର ଏ ଦିଗରେ ଗ୍ରହଣ କରିଥିବା ପଦକ୍ଷେପଗୁଡ଼ିକର ତାଲିକାଦେଇଥିଲେ। ସେ କହିଥିଲେ ଯେ ଏସବୁ ପଦକ୍ଷେପ ବିଶେଷ କରି ଗ୍ରାମୀଣ ଜନସାଧାରଣ, ମଧ୍ୟବିତ୍ତ ଏବଂ ମହିଳାମାନଙ୍କୁ ସହାୟକ ହୋଇଛି।

ପ୍ରଧାନମନ୍ତ୍ରୀ କହିଥିଲେ, ଇନ୍ଧନ ନ୍ୟାୟ ସୁନିଶ୍ଚିତ କରିବା ଉପରେ ଭାରତର ଇନ୍ଧନ ଯୋଜନା ଲକ୍ଷ୍ୟବଦ୍ଧ। ତାହା ମଧ୍ୟ ସ୍ଥାୟୀ ବିକାଶ ପାଇଁ ଆମର ବୈଶ୍ୱିକ ପ୍ରତିବଦ୍ଧତା ପ୍ରତି ଅନୁକୂଳ। ଏହାର ଅର୍ଥ ଭାରତୀୟମାନଙ୍କ ଜୀବନରେ ସୁଧାର ଆଣିବା ଲାଗି ଅଧିକ ଇନ୍ଧନ, କିନ୍ତୁ ଖୁବ କମ କାର୍ବନ ନିର୍ଗମନ ସହିତ । ସେ କହିଥିଲେ, ଆମର ଇନ୍ଧନ କ୍ଷେତ୍ର ଅଭିବୃଦ୍ଧି କୈନ୍ଦ୍ରିକ, ଉଦ୍ୟୋଗ ଅନୁକୂଳ ଏବଂ ପରିବେଶ ସଚେତନ । ଏହି କାରଣରୁ ଅକ୍ଷୟ ଶକ୍ତି ଉତ୍ସ ଦିଗରେ ଆଗେଇବାରେ ଭାରତ ସବୁଠୁ ସକ୍ରିୟ ରାଷ୍ଟ୍ର ମଧ୍ୟରେ ସାମିଲ ହୋଇପାରିଛି ।

ଭାରତକୁ ସ୍ୱଚ୍ଛ ଇନ୍ଧନ ନିବେଶ କ୍ଷେତ୍ରରେ ସବୁଠୁ ଆକର୍ଷଣୀୟ ଉଦୀୟମାନ ବଜାରରେ ପରିଣତ କରିବା ଲାଗି ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ  ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବିଗତ 6 ବର୍ଷ ମଧ୍ୟରେ, 36 କୋଟିରୁ ଅଧିକ କିମ୍ବା 360 ନିୟୂତ ଏଲଇଡି ବଲବ ବିତରଣ କରାଯାଇସାରିଛି । ଏଲଇଡି ବଲବଗୁଡ଼ିକର ମୂଲ୍ୟ ଦଶଗୁଣା ହ୍ରାସ ପାଇଛି । ବିଗତ ଛଅ ବର୍ଷ ମଧ୍ୟରେ 1.1 କୋଟି ବା 11 ନିୟୂତ ସ୍ମାର୍ଟ ଏଲଇଡି ଷ୍ଟ୍ରିଟ ଲାଇଟ ସଂଯୋଗ କରାଯାଇଛି । ଏହାଦ୍ୱାରା ବାର୍ଷିକ 60 ବିଲିୟନ ୟୁନିଟ ବିଦ୍ୟୁତ ଇନ୍ଧନ ସଞ୍ଚୟ କରାଯାଇପାରିଛି । ଏହି କାର୍ଯ୍ୟକ୍ରମ କାରଣରୁ ବାର୍ଷିକ 4.5 କୋଟି ବା 45 ନିୟୂତ ଟନ ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରାଯାଇପାରିଛି। ଏସବୁ ସହିତ, ଆମେ ବାର୍ଷିକ 24,000 କୋଟି ବା 240 ବିଲିୟନ ଟଙ୍କା ସଞ୍ଚୟ କରିପାରିଛୁ ।

ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ବିଶ୍ୱକୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ପଥରେ ଭାରତ ରହିଛି। ସେ କହିଥିଲେ ଯେ ବିଶ୍ୱ ସମୁଦାୟକୁ ଆମେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ଦିଗରେ ଆମେ ସଠିକ ଭାବେ ରହିଛୁ । ଆମେ 2022 ସୁଦ୍ଧା ଅକ୍ଷୟ ଶକ୍ତି ସଂଯୋଗକୁ 175 ଜିଗାୱାଟ ପର୍ଯ୍ୟନ୍ତ ବଢ଼ାଇବା ପାଇଁ ଲକ୍ଷ୍ୟ ରଖିଛୁ । 2030 ସୁଦ୍ଧା ଏହାକୁ 450 ଜିଗାୱାଟ ପର୍ଯ୍ୟନ୍ତ ବଢ଼ାଇବାକୁ ସମ୍ପ୍ରସାରିତ ଲକ୍ଷ୍ୟ ରଖିଛୁ । ସେ କହିଥିଲେ ଯେ ଅବଶିଷ୍ଟ ଶିଳ୍ପାୟନ ବିଶ୍ୱ ସହିତ ଭାରତ ସବୁଠୁ କମ ଅଙ୍ଗାରକାମ୍ଳ ନିର୍ଗମନ କରୁଥିବା ରାଷ୍ଟ୍ର ମଧ୍ୟରୁ ଅନ୍ୟତମ । ତଥାପି ଜଳବାୟୁ ପରିବର୍ତ୍ତନ ବିରୋଧରେ ଲଢ଼ିବା ପାଇଁ ଆମେ ନିରନ୍ତର ପ୍ରୟାସ ଜାରି ରଖିବୁ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଗତ ଛଅ ବର୍ଷ ମଧ୍ୟରେ ଭାରତର ସଂସ୍କାର ଯାତ୍ରା ଦ୍ରୁତ ଗତିରେ ଆଗକୁ ବଢ଼ୁଛି । ଇନ୍ଧନ କ୍ଷେତ୍ରରେ ଯୁଗାନ୍ତକାରୀ ସଂସ୍କାର ହାତକୁ ନିଆଯାଇଛି । ଫେବୃଆରୀ 2019ରେ ଉତ୍ତୋଳନ ଏବଂ ଲାଇସେନ୍ସ ପ୍ରଦାନ ନୀତିରେ ସଂସ୍କାର ଅଟାଯାଇଛି । ‘ରାଜସ୍ୱ’ ପରିବର୍ତ୍ତେ ‘ଉତ୍ପାଦନ’  ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଉଛି । ଅଧିକ ପାରଦର୍ଶିତା ଏବଂ ବ୍ୟବସ୍ଥିତ ପ୍ରକ୍ରିୟା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଆମେ ଆମର ବିଶୋଧନ କ୍ଷମତାକୁ ବାର୍ଷିକ 250ରୁ 400 ନିୟୂତ ମେଟ୍ରିକ ଟନକୁ ବଢ଼ାଇବା ଲାଗି ଆମେ ଯୋଜନା କରିଛୁ । ଘରୋଇ ଗ୍ୟାସ ଉତ୍ପାଦନକୁ ବଢ଼ାଇବା ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରାଥମିକତା । ‘ଏକ ରାଷ୍ଟ୍ର ଏକ ଗ୍ୟାସ ଗ୍ରୀଡ’ ଗ୍ୟାସ ଆଧାରିତ ଅର୍ଥବ୍ୟବସ୍ଥା ଆଡ଼କୁ ଭାରତକୁ ଅଗ୍ରସର କରାଇବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ‘ଆତ୍ମନିର୍ଭର ଭାରତ ସଂକଳ୍ପ ନେଇ ଆଗକୁ ବଢ଼ୁଛନ୍ତି  ସେ ଉଲ୍ଲେଖ କରିଥିଲେ ଯେ ଏକ ଆତ୍ମନିର୍ଭର ଭାରତ ମଧ୍ୟ ବୈଶ୍ୱିକ ଅର୍ଥବ୍ୟବସ୍ଥାର ବୃଦ୍ଧି ପାଇଁ ଏକ ସହାୟକ ଶକ୍ତି ଭାବେ କାର୍ଯ୍ୟ କରିବ  ସେ କହିଥିଲେ ଯେ ଏସବୁ ପ୍ରୟାସ ସକାରାତ୍ମକ ଫଳାଫଳ ପ୍ରଦାନ କରୁଛି  ଫଳରେ ଏହି ଆହ୍ୱାନପୂର୍ଣ୍ଣ ସମୟରେଆମେ ତୈଳ  ଗ୍ୟାସ ମୂଲ୍ୟ ଶୃଙ୍ଖଳା ଜରିଆରେ ନିବେଶ ଦେଖିପାରିଛୁ  ଆମେ ଅନ୍ୟ କ୍ଷେତ୍ରରେ ମଧ୍ୟ ଏପରି ସଙ୍କେତ ଦେଖିପାରିଛୁ  ସେ କହିଥିଲେ ଯେ ପ୍ରମୁଖ ବୈଶ୍ୱିକ ଇନ୍ଧନ ନେତୃତ୍ୱଗୁଡ଼ିକ ସହିତ ଆମେ ରଣନୈତିକ  ବିସ୍ତୃତ ଇନ୍ଧନ ସମ୍ପର୍କ ସ୍ଥାପନ କରିପାରିଛୁ  ସେ କହିଥିଲେ ଯେ ଭାରତର ପଡ଼ୋଶୀ ପ୍ରଥମ ନୀତିର ଅଂଶବିଶେଷ ସ୍ୱରୂପଆମେ ଆମର ପଡ଼ୋଶୀ ଦେଶଗୁଡ଼ିକର ଆପୋସ ଲାଭ ନିମନ୍ତେ ଇନ୍ଧନ କରିଡର ବିକଶିତ କରୁଛୁ 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭଗବାନ ସୂର୍ଯ୍ୟଙ୍କ ରଥକୁ ସାତଟି ଘୋଡ଼ା ଟାଣିବା ଭଳି ଭାରତର ଇନ୍ଧନ ପରିଦୃଶ୍ୟ ସାତଟି ପ୍ରମୁଖ ବାହକକୁ ନେଇ ଆଗେଇ ଯିବ।

  1. ଗ୍ୟାସ ଆଧାରିତ ଅର୍ଥବ୍ୟବସ୍ଥା ଆଡ଼କୁ ଆଗେଇ ଯିବା ନିମନ୍ତେ ଆମର ପ୍ରୟାସକୁ ତ୍ୱରାନ୍ୱିତ କରିବା।
  2. ବିଶେଷ କରି ପେଟ୍ରୋଲିୟମ ଓ କୋଇଲା ଭଳି ଜୀବାଶ୍ମ ଇନ୍ଧନର ସ୍ୱଚ୍ଛ ବ୍ୟବହାର ।
  3. ଜୈବ ଇନ୍ଧନକୁ ଆଗେଇ ନବୋ ଲାଗି ଘରୋଇ ଉତ୍ସ ଉପରେ ଅଧିକ ନିର୍ଭର କରିବା ।
  4. 2030 ସୁଦ୍ଧା 450 ଜିଗାୱାଟ ଅକ୍ଷୟ ଶକ୍ତି ଲକ୍ଷ୍ୟ ହାସଲ କରିବା ।
  5. ପରିବହନକୁ ଅଙ୍ଗାରକାମ୍ଳ ମୁକ୍ତ କରିବା ଲାଗି ବିଦ୍ୟୁତ ଶକ୍ତିର ଯୋଗାଦାନକୁ ବୃଦ୍ଧି କରିବା
  6. ହାଇଡ୍ରୋଜେନ ସମେତ ଉଦୀୟମାନ ଇନ୍ଧନ ପ୍ରତି ନିର୍ଭରଶୀଳ ହେବା ।
  7. ସମସ୍ତ ଇନ୍ଧନ ବ୍ୟବସ୍ଥାରେ ଡିଜିଟାଲ ନବୋନ୍ମେଷ ।

ସେ କହିଥିଲେ, ବିଗତ ଛଅ ବର୍ଷ ଧରି ଏସବୁ ଦୃଢ଼ ଶକ୍ତି ନୀତିଗୁଡ଼ିକ ଆଗାମୀ ଦିନରେ ମଧ୍ୟ ଜାରି ରହିବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଉଦ୍ୟୋଗ, ସରକାର ଏବଂ ସମାଜ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବେ ଇଣ୍ଡିଆ ଏନର୍ଜି ଫୋରମ–ସେରା ସପ୍ତାହ କାମ କରୁଛି । ମୋର ବିଶ୍ୱାସ ରହିଛି ଯେ ଏହି ସମ୍ମିଳନୀ ଏକ ଉନ୍ନତ ଇନ୍ଧନ ଭବିଷ୍ୟତ ପାଇଁ ଉତ୍ତମ ଫଳାଫଳ ପ୍ରଦାନ କରିବ ।

Click here to read PM's speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM SVANidhi: How India’s street vendors are being brought into the formal economy

Media Coverage

PM SVANidhi: How India’s street vendors are being brought into the formal economy
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam highlighting the virtues of firm resolve, self-control, and wisdom
June 02, 2026

Prime Minister Shri Narendra Modi today shared a Sanskrit Subhashitam, observing that firm resolve and self-control are the powers that make even the most difficult paths easy. Shri Modi highlighted that today, our youth are continuously engaged in nation-building with this very resolve.

The Prime Minister posted on X:

"दृढ़ निश्चय और आत्म-संयम वह शक्ति है, जो कठिन से कठिन राह को भी आसान बना देती है। आज हमारे युवा साथी इसी संकल्प के साथ राष्ट्र निर्माण में निरंतर जुटे हुए हैं।

निश्चित्य यः प्रक्रमते
नान्तर्वसति कर्मणः।

अबन्ध्यकालो वश्यात्मा
स वै पण्डित उच्यते॥"

A person who begins a task after careful deliberation and with firm resolve, who never leaves it unfinished, who uses time wisely and who maintains complete control over their senses, such a person alone is truly wise.