ଜାତିସଂଘର ଅନ୍ତର୍ଜାତୀୟ ସମବାୟ ବର୍ଷ ୨୦୨୫ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସମବାୟ ଆନ୍ଦୋଳନ ପ୍ରତି ଭାରତର ପ୍ରତିବଦ୍ଧତାର ପ୍ରତୀକ ଭାବେ ପ୍ରଧାନମନ୍ତ୍ରୀ ଏକ ସ୍ମାରକୀ ଡାକ ଟିକଟକୁ କଲେ ଉନ୍ମୋଚନ
ଭାରତ ପାଇଁ ସମବାୟ ହେଉଛି ସଂସ୍କୃତିର ଆଧାର, ଜୀବନଶୈଳୀ: ପ୍ରଧାନମନ୍ତ୍ରୀ
ଭାରତରେ ସମବାୟ ଏକ ବିଚାରରୁ ଅଭିଯାନ ଏବଂ ଅଭିଯାନରୁ ବିପ୍ଳବ ଏବଂ ବିପ୍ଳବରୁ ସଶକ୍ତିକରଣ ଦିଗରେ ଯାତ୍ରା କରିଛି: ପ୍ରଧାନମନ୍ତ୍ରୀ
ସମବାୟ ମାଧ୍ୟମରେ ଆମେ ସମୃଦ୍ଧିର ମନ୍ତ୍ର ଅନୁସରଣ କରୁଛୁ: ପ୍ରଧାନମନ୍ତ୍ରୀ
ଭାରତର ଭବିଷ୍ୟତ ଅଭିବୃଦ୍ଧିରେ ସମବାୟର ଏକ ବଡ଼ ଭୂମିକା ରହିଛି: ପ୍ରଧାନମନ୍ତ୍ରୀ
ସମବାୟ କ୍ଷେତ୍ରରେ ମହିଳାଙ୍କ ବ୍ୟାପକ ଭୂମିକା ରହିଛି : ପ୍ରଧାନମନ୍ତ୍ରୀ
ସମବାୟ ବିଶ୍ୱ ସହଯୋଗକୁ ନୂତନ ଶକ୍ତି ଦେଇପାରିବ ବୋଲି ଭାରତ ବିଶ୍ୱାସ କରିଥାଏ : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଆଇସିଏ ବିଶ୍ୱ ସମବାୟ ସମ୍ମିଳନୀ ୨୦୨୪କୁ ଉଦଘାଟନ କରିଛନ୍ତି। ସମାରୋହକୁ ସମ୍ବୋଧିତ କରି ଶ୍ରୀ ମୋଦୀ ଭୁଟାନର ପ୍ରଧାନମନ୍ତ୍ରୀ ମହାମହିମ ଦାଶୋ ସେରିଙ୍ଗ ତୋବଗେ, ଫିଜିର ଉପପ୍ରଧାନମନ୍ତ୍ରୀ ମହାମହିମ ମାନୋଆ କାମିକାମିକା, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ, ଭାରତରେ ଅବସ୍ଥାପିତ ଜାତିସଂଘର ଆବାସିକ ସଂଯୋଜକ ସୋମ୍ବି ଶାର୍ପ, ଅନ୍ତର୍ଜାତୀୟ ସମବାୟ ମେଣ୍ଟର ସଭାପତି ଶ୍ରୀ ଏରିଏଲ ଗୁଆରକୋ,  ବିଭିନ୍ନ ବିଦେଶୀ ଦେଶର ବିଶିଷ୍ଟ ବ୍ୟକ୍ତି ଏବଂ ଆଇସିଏ ଗ୍ଲୋବାଲ କୋଅପରେଟିଭ୍ ସମ୍ମିଳନୀ ୨୦୨୪ର ପ୍ରତିନିଧିମାନଙ୍କୁ ସ୍ୱାଗତ କରିଥିଲେ।

ଶ୍ରୀ ମୋଦୀ କହିଥିଲେ କେବଳ ତାଙ୍କ ପକ୍ଷରୁ ନୁହେଁ ବରଂ ହଜାର ହଜାର କୃଷକ, ଗୋପାଳକ, ମତ୍ସ୍ୟଜୀବୀ, ୮ ଲକ୍ଷରୁ ଅଧିକ ସମବାୟ ସମିତି, ସ୍ୱୟଂ ସହାୟକ ଗୋଷ୍ଠୀ ସହ ଜଡିତ ୧୦ କୋଟି ମହିଳା ଏବଂ ସମବାୟ ସହିତ ପ୍ରଯୁକ୍ତିକୁ ଅନ୍ତର୍ଭୁକ୍ତ କରିବାରେ ନିୟୋଜିତ ଯୁବକମାନଙ୍କ ତରଫରୁ ଆଜିର କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସେ ସ୍ୱାଗତ କରୁଛନ୍ତି । ସେ କହିଥିଲେ ଯେ, ବର୍ତ୍ତମାନ ଭାରତରେ ସମବାୟ ଆନ୍ଦୋଳନର ସମ୍ପ୍ରସାରଣ ହୋଇଥିବା ବେଳେ ପ୍ରଥମ ଥର ପାଇଁ ଦେଶରେ ଆନ୍ତର୍ଜାତିକ ସମବାୟ ମେଣ୍ଟର ବିଶ୍ୱ ସମବାୟ ସମ୍ମିଳନୀ ଆୟୋଜନ କରାଯାଉଛି । ଭାରତର ସମବାୟ ଯାତ୍ରାର ଭବିଷ୍ୟତ ପାଇଁ ବିଶ୍ୱ ସମବାୟ ସମ୍ମିଳନୀରୁ ଆବଶ୍ୟକ ଦୃଷ୍ଟିକୋଣ ମିଳିବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ । ଏହାର ପରିଣାମ ସ୍ୱରୂପ, ସମବାୟ କ୍ଷେତ୍ରରେ ଭାରତର ସମୃଦ୍ଧ ଅଭିଜ୍ଞତାରୁ ବିଶ୍ୱ ସମବାୟ ଆନ୍ଦୋଳନ ଏକବିଂଶ ଶତାବ୍ଦୀର ଏକ ନୂତନ ଉତ୍ସାହ ଏବଂ ଅତ୍ୟାଧୁନିକ ଉପାଦାନ ପାଇ ପାରିବ ବୋଲି ସେ କହିଥିଲେ। ୨୦୨୫କୁ ଅନ୍ତର୍ଜାତୀୟ ସମବାୟ ବର୍ଷ ଭାବେ ଘୋଷଣା କରିଥିବାରୁ ଶ୍ରୀ ମୋଦୀ ଜାତିସଂଘକୁ ଧନ୍ୟବାଦ ଜଣାଇଥିଲେ ।

 

ଶହ ଶହ ବର୍ଷ ପୁରୁଣା ସଂସ୍କୃତି ଉପରେ ଆଲୋକପାତା କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ, ‘‘ବିଶ୍ୱ ପାଇଁ ସମବାୟ ଏକ ମଡେଲ କିନ୍ତୁ ଭାରତ ପାଇଁ ଏହା ସଂସ୍କୃତିର ଆଧାର, ଜୀବନଶୈଳୀ । ଭାରତୀୟ ଶାସ୍ତ୍ରକୁ ଶ୍ଳୋକ ଆବୃତ୍ତି କରି ଶ୍ରୀ ମୋଦୀ କହିଥିଲେ ଯେ ଆମ ବେଦରେ କୁହାଯାଇଛି ଯେ ଆମେ ସମସ୍ତେ ଏକାଠି ଚାଲିବା ଏବଂ ସମନ୍ୱିତ ଢଙ୍ଗରେ କାର୍ଯ୍ୟ କରିବା ଉଚିତ। ଅନ୍ୟପଟେ ଆମର ଉପନିଷଦ ଆମକୁ ଶାନ୍ତିରେ ବଞ୍ଚିବାକୁ କହୁଛି, ଆମକୁ ସହଅସ୍ଥିତ୍ୱର ଗୁରୁତ୍ୱ ଶିଖାଇଛି । ଏହା ଭାରତୀୟ ପରିବାରର ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଏହିଠାରେ ହିଁ ସମବାୟର ଉତ୍ପତ୍ତି ହୋଇଛି ।

 

ଭାରତର ସ୍ୱାଧୀନତା ସଂଗ୍ରାମ ମଧ୍ୟ ସମବାୟ ସଂସ୍ଥାଗୁଡ଼ିକ ଦ୍ୱାରା ଅନୁପ୍ରାଣିତ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ, ଏହା କେବଳ ଆର୍ଥିକ ସଶକ୍ତୀକରଣ ନୁହେଁ ବରଂ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଏକ ସାମାଜିକ ମଞ୍ଚ ମଧ୍ୟ ଦେଇଛି । ମହାତ୍ମା ଗାନ୍ଧୀଙ୍କ ଗ୍ରାମ ସ୍ୱରାଜ ଆନ୍ଦୋଳନ ସାମୂହିକ ଭାଗିଦାରୀକୁ ନୂତନ ପ୍ରୋତ୍ସାହନ ଦେଇଥିଲା ଏବଂ ଖଦୀ ଓ ଗ୍ରାମୋଦ୍ୟୋଗ କ୍ଷେତ୍ର ସମବାୟ ସହାୟତାରେ ଏକ ନୂତନ ବିପ୍ଳବ ଆରମ୍ଭ କରିଥିଲା ବୋଲି ସେ କହିଥିଲେ । ଆଜି ସମବାୟ ସମିତିଗୁଡ଼ିକ ଖଦୀ ଏବଂ ଗ୍ରାମୀଣ ଶିଳ୍ପକୁ ବଡ଼ ବ୍ରାଣ୍ଡଠାରୁ ପ୍ରତିଦ୍ୱନ୍ଦ୍ୱିତାରେ ଆଗକୁ ବଢ଼ିବାରେ ସାହାଯ୍ୟ କରିଛନ୍ତି ବୋଲି କହି ଶ୍ରୀ ମୋଦୀ ଖୁସି ପ୍ରକାଶ କରିଥିଲେ। ସର୍ଦ୍ଦାର ପଟେଲ ଦୁଗ୍ଧ ସମବାୟ ସମିତି ବ୍ୟବହାର କରି କୃଷକମାନଙ୍କୁ ଏକାଠି କରିଥିଲେ ଏବଂ ସ୍ୱାଧୀନତା ସଂଗ୍ରାମକୁ ଏକ ନୂତନ ଦିଗ ଦେଇଥିଲେ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଭାରତର ସ୍ୱାଧୀନତା ସଂଗ୍ରାମରୁ ଉତ୍ପତ୍ତି ହୋଇଥିବା ଏକ ସମବାୟ ସଂସ୍ଥା ଅମୁଲ, ଆଜି ବିଶ୍ୱର ଶ୍ରେଷ୍ଠ ଖାଦ୍ୟ ବ୍ରାଣ୍ଡମଧ୍ୟରୁ ଅନ୍ୟତମ", ଶ୍ରୀ ମୋଦୀ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ, ଯେ ଭାରତରେ ସମବାୟ ସଂସ୍ଥାଗୁଡ଼ିକ ଏକ ବିଚାରରୁ ଅଭିଯାନ ଏବଂ ଅଭିଯାନରୁ ବିପ୍ଳବ ଏବଂ ବିପ୍ଳବରୁ ସଶକ୍ତିକରଣ ଦିଗରେ ଯାତ୍ରା କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଆମେ ସମବାୟବାଦ ସହିତ ଶାସନକୁ ଏକାଠି କରି ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଦିଗରେ କାର୍ଯ୍ୟ କରୁଛୁ । ଆଜି ଭାରତରେ ୮ ଲକ୍ଷ ସମବାୟ ସମିତି ରହିଛି, ଅର୍ଥାତ୍ ବିଶ୍ୱର ଚାରିଟି ମଧ୍ୟରୁ ଗୋଟିଏ ଭାରତରେ ରହିଛି ବୋଲି ସେ କହିଛନ୍ତି। ଗ୍ରାମୀଣ ଭାରତର ପ୍ରାୟ ୯୮ ପ୍ରତିଶତ ଅଞ୍ଚଳ ସମବାୟ ସମିତିରେ ସାମିଲ ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ। ପ୍ରାୟ ୩୦ କୋଟି ଲୋକ ଅର୍ଥାତ୍ ପ୍ରତି ୫ ଜଣ ଭାରତୀୟଙ୍କ ମଧ୍ୟରୁ ଜଣେ ସମବାୟ କ୍ଷେତ୍ର ସହ ଜଡ଼ିତ ଅଛନ୍ତି। ଭାରତରେ ଉଭୟ ସହରାଞ୍ଚଳ ଏବଂ ଆବାସିକ ସମବାୟ ସମିତି ବହୁ ବିସ୍ତାରିତ ହୋଇଛି ବୋଲି ଆଲୋକପାତ କରି ଶ୍ରୀ ମୋଦୀ କହିଥିଲେ ଯେ ଚିନି, ସାର, ମତ୍ସ୍ୟ ଏବଂ ଦୁଗ୍ଧ ଉତ୍ପାଦନ ଶିଳ୍ପରେ ସମବାୟ ସମିତିର ଏକ ବଡ଼ ଭୂମିକା ରହିଛି ଏବଂ ଦେଶରେ ପ୍ରାୟ ୨ ଲକ୍ଷ (ଦୁଇ ଲକ୍ଷ) ଆବାସିକ ସମବାୟ ସମିତି ରହିଛି । ଭାରତର ସମବାୟ ବ୍ୟାଙ୍କିଂ କ୍ଷେତ୍ରକୁ ସୁଦୃଢ଼ କରିବା ଦିଗରେ ଗ୍ରହଣ କରାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଉପରେ ଆଲୋକପାତ କରି ଶ୍ରୀ ମୋଦୀ କହିଥିଲେ ଯେ ବର୍ତ୍ତମାନ ସମଗ୍ର ଦେଶରେ ସମବାୟ ବ୍ୟାଙ୍କଗୁଡ଼ିକରେ ୧୨ ଲକ୍ଷ କୋଟିରୁ ଅଧିକ ଟଙ୍କା ଜମା ହୋଇଛି, ଯାହା ଏହି ଅନୁଷ୍ଠାନଗୁଡ଼ିକ ଉପରେ ବଢୁଥିବା ବିଶ୍ୱାସକୁ ପ୍ରତିଫଳିତ କରୁଛି । ସମବାୟ ବ୍ୟାଙ୍କିଂ ବ୍ୟବସ୍ଥାକୁ ବଢ଼ାଇବା ପାଇଁ ଆମ ସରକାର ଅନେକ ସଂସ୍କାର କାର୍ଯ୍ୟକାରୀ କରିଛନ୍ତି, ଯେଉଁଥିରେ ଏହାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଅଧୀନରେ ଆଣିବା ଏବଂ ଜମା ବୀମା ରାଶିକୁ ଜମାକାରୀ ପିଛା ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ଅନ୍ତର୍ଭୁକ୍ତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଅଧିକ ପ୍ରତିଦ୍ୱନ୍ଦ୍ୱିତା ଏବଂ ସ୍ୱଚ୍ଛତାର ସମ୍ପ୍ରସାରଣ ଉପରେ ମଧ୍ୟ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ ଏହି ସଂସ୍କାର ଭାରତୀୟ ସମବାୟ ବ୍ୟାଙ୍କଗୁଡ଼ିକୁ ଅଧିକ ସୁରକ୍ଷିତ ଏବଂ ଦକ୍ଷ ଆର୍ଥିକ ଅନୁଷ୍ଠାନ ଭାବରେ ଅବସ୍ଥାପିତ କରିବାରେ ସାହାଯ୍ୟ କରିଛି ।

 

‘‘ଭାରତ ଏହାର ଭବିଷ୍ୟତ ଅଭିବୃଦ୍ଧିରେ ସମବାୟ ସଂସ୍ଥାଗୁଡ଼ିକର ଏକ ବିରାଟ ଭୂମିକା ଦେଖୁଛି", ପ୍ରଧାନମନ୍ତ୍ରୀ କହିଥିଲେ । ସେଥିପାଇଁ ବିଗତ ବର୍ଷଗୁଡ଼ିକରେ ସରକାର ଏକାଧିକ ସଂସ୍କାର ମାଧ୍ୟମରେ ସମବାୟ ସମ୍ବନ୍ଧୀୟ ସମଗ୍ର ଇକୋସିଷ୍ଟମକୁ ପରିବର୍ତ୍ତନ କରିବା ପାଇଁ କାର୍ଯ୍ୟ କରିଛନ୍ତି ବୋଲି ସେ କହିଥିଲେ। ସମବାୟ ସମିତିଗୁଡ଼ିକୁ ବହୁମୁଖୀ କରିବା ପାଇଁ ସରକାରଙ୍କ ପ୍ରୟାସ କରୁଛନ୍ତି ବୋଲି ସେ କହିଥିଲେ। ଏହି ଲକ୍ଷ୍ୟକୁ ଦୃଷ୍ଟିରେ ରଖି ଭାରତ ସରକାର ଏକ ଅଲଗା ସମବାୟ ମନ୍ତ୍ରଣାଳୟ ଗଠନ କରିଛନ୍ତି ବୋଲି ଶ୍ରୀ ମୋଦୀ କହିଥିଲେ। ସମବାୟ ସମିତିଗୁଡ଼ିକୁ ବହୁମୁଖୀ କରିବା ପାଇଁ ନୂଆ ମଡେଲ ଉପ-ଆଇନ ପ୍ରଣୟନ କରାଯାଇଛି ବୋଲି ସେ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ସରକାର ସମବାୟ ସମିତିଗୁଡ଼ିକୁ ଆଇଟି-ସକ୍ଷମ ଇକୋସିଷ୍ଟମ ସହିତ ଯୋଡ଼ିଛନ୍ତି ଯେଉଁଠାରେ ସମବାୟ ସମିତିଗୁଡ଼ିକୁ ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ସମବାୟ ବ୍ୟାଙ୍କିଂ ଅନୁଷ୍ଠାନ ସହିତ ସଂଯୁକ୍ତ କରାଯାଇଛି । ଏହି ସମବାୟ ସମିତିଗୁଡ଼ିକ ଭାରତର ବିଭିନ୍ନ ଗ୍ରାମରେ କୃଷକମାନଙ୍କୁ ସ୍ଥାନୀୟ ସମାଧାନ ପ୍ରଦାନ କରୁଥିବା କେନ୍ଦ୍ର ଚଳାଇବା ଠାରୁ ଆରମ୍ଭ କରି ପେଟ୍ରୋଲ ଏବଂ ଡିଜେଲର ଖୁଚୁରା ବିକ୍ରୟ କେନ୍ଦ୍ର ଚଳାଇବା, ଜଳ ପରିଚାଳନା କାର୍ଯ୍ୟର ତଦାରଖ ଏବଂ ସୌର ପ୍ୟାନେଲ ଲଗାଇବା ଭଳି ଏକାଧିକ କାର୍ଯ୍ୟରେ ସମ୍ପୃକ୍ତ ଥିବା ସେ ଉଲ୍ଲେଖ କରିଥିଲେ। ବର୍ଜ୍ୟବସ୍ତୁରୁ ଶକ୍ତି ଉତ୍ପାଦନ ମନ୍ତ୍ର ନେଇ ଆଜି ସମବାୟ ସମିତି ଗୁଡ଼ିକ ମଧ୍ୟ ଗୋବର୍ଦ୍ଧନ ଯୋଜନାରେ ସହଯୋଗ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସମବାୟ ସମିତିଗୁଡିକ ବର୍ତ୍ତମାନ ଜନସେବା କେନ୍ଦ୍ର ଭାବରେ ଗ୍ରାମରେ ଡିଜିଟାଲ ସେବା ପ୍ରଦାନ କରୁଛନ୍ତି । ସେ ଆହୁରି ମଧ୍ୟ କହିଥିଲେ ଯେ ସମବାୟକୁ ସୁଦୃଢ଼ କରିବା ଏବଂ ଏହା ଦ୍ୱାରା ସେମାନଙ୍କ ସଦସ୍ୟଙ୍କ ଆୟ ବୃଦ୍ଧି କରିବା ପାଇଁ ସରକାରଙ୍କ ପ୍ରୟାସ ରହିଛି ।

ଶ୍ରୀ ମୋଦୀ ସୂଚନା ଦେଇଥିଲେ ଯେ ସରକାର ଯେଉଁଠାରେ ବର୍ତ୍ତମାନ କୌଣସି ସମିତି ନାହିଁ, ସେହି ୨ ଲକ୍ଷ ଗ୍ରାମରେ ବହୁମୁଖୀ ସମବାୟ ସମିତି ଗଠନ କରିବାକୁ ପଦକ୍ଷେପ ନେଉଛନ୍ତି । ସେ ଆହୁରି ମଧ୍ୟ କହିଥିଲେ ଯେ ସମବାୟକୁ ଉତ୍ପାଦନ କ୍ଷେତ୍ରରୁ ସେବା କ୍ଷେତ୍ରକୁ ବିସ୍ତାର କରାଯାଉଛି। ଆଜି ଭାରତ ସମବାୟ କ୍ଷେତ୍ରରେ ବିଶ୍ୱର ସର୍ବବୃହତ ଶସ୍ୟ ସଂରକ୍ଷଣ ଯୋଜନା ଉପରେ କାର୍ଯ୍ୟ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ସମବାୟ ସମିତି ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଏହି ଯୋଜନାରେ ସମଗ୍ର ଭାରତରେ ଗୋଦାମ ଗୃହ ନିର୍ମାଣ କରାଯାଉଛି ଯେଉଁଥିରେ କୃଷକମାନେ ସେମାନଙ୍କ ଫସଲ ସଂରକ୍ଷଣ କରିପାରିବେ ଯାହା କ୍ଷୁଦ୍ର କୃଷକମାନେ ସର୍ବାଧିକ ଉପକୃତ ହେବେ ।

କୃଷକ ଉତ୍ପାଦକ ସଂଗଠନ (ଏଫପିଓ) ଗଠନ ମାଧ୍ୟମରେ କ୍ଷୁଦ୍ର କୃଷକମାନଙ୍କୁ ସମର୍ଥନ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ, "ଆମେ ଆମର କ୍ଷୁଦ୍ର ଚାଷୀମାନଙ୍କୁ ଏଫପିଓରେ ସଂଗଠିତ କରୁଛୁ ଏବଂ ଏହି ସଂଗଠନଗୁଡ଼ିକୁ ସୁଦୃଢ଼ କରିବା ପାଇଁ ଆବଶ୍ୟକ ଆର୍ଥିକ ସହାୟତା ପ୍ରଦାନ କରୁଛୁ । କୃଷି ସମବାୟ ପାଇଁ ଏକ ସୁଦୃଢ଼ ଯୋଗାଣ ଏବଂ ମୂଲ୍ୟ ଶୃଙ୍ଖଳା ନିର୍ମାଣ କରିବା ଉଦ୍ଦେଶ୍ୟରେ ପାଖାପାଖି ୯,୦୦୦ ଏଫପିଓ ପ୍ରତିଷ୍ଠା ହୋଇସାରିଛି ବୋଲି ଶ୍ରୀ ମୋଦୀ ଆଲୋକପାତ କରିଥିଲେ। ସେ କହିଥିଲେ, ‘‘ଆମର ପ୍ରୟାସ ହେଉଛି କୃଷି ଜାତ ଦ୍ରବ୍ୟ ପାଇଁ ଏକ ନିରବଚ୍ଛିନ୍ନ ବଜାର ସଂଯୋଗ ସୃଷ୍ଟି କରିବା, ଦକ୍ଷତା ବୃଦ୍ଧି ପାଇଁ ଆଧୁନିକ ଜ୍ଞାନକୌଶଳର ଉପଯୋଗ କରିବା । ଏହି ସମବାୟ ସଂସ୍ଥାଗୁଡ଼ିକର ବିସ୍ତାରରେ ବୈପ୍ଳବିକ ପରିବର୍ତ୍ତନ ଆଣିବାରେ ଡିଜିଟାଲ ପ୍ଲାଟଫର୍ମର ଭୂମିକା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କ ସରକାର ସମବାୟ ସମିତିଗୁଡ଼ିକୁ ଓପନ ନେଟୱାର୍କ ଫର ଡିଜିଟାଲ କମର୍ସ (ଓଏନଡିସି) ପରି ସାର୍ବଜନୀନ ଇ-କମର୍ସ ପ୍ଲାଟଫର୍ମ ମାଧ୍ୟମରେ ସେମାନଙ୍କ ଉତ୍ପାଦ ବିକ୍ରି କରିବାକୁ ସକ୍ଷମ କରୁଛନ୍ତି ଯାହା ଉତ୍ପାଦଗୁଡିକ ସିଧାସଳଖ ସୁଲଭ ମୂଲ୍ୟରେ ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ସୁନିଶ୍ଚିତ କରିବ। ସମବାୟ ସମିତିଗୁଡ଼ିକୁ ସେମାନଙ୍କ ବଜାର ଉପସ୍ଥିତିକୁ ବିସ୍ତାର କରିବା ପାଇଁ ଏକ ନୂତନ ଚ୍ୟାନେଲ୍ ପ୍ରଦାନ କରିବା ପାଇଁ ଶ୍ରୀ ମୋଦୀ ସରକାରୀ ଇ-ମାର୍କେଟପ୍ଲେସ୍ (ଜିଇଏମ୍)କୁ ଶ୍ରେୟ ଦେଇଛନ୍ତି। କୃଷିର ଆଧୁନିକୀକରଣ ଏବଂ ଏକ ପ୍ରତିଯୋଗିତାମୂଳକ, ଡିଜିଟାଲ ଅର୍ଥବ୍ୟବସ୍ଥାରେ କୃଷକମାନଙ୍କୁ ସମୃଦ୍ଧ କରିବା ପାଇଁ ଆବଶ୍ୟକ ଉପକରଣ ସହିତ ସଶକ୍ତ କରିବା ପ୍ରତି ସରକାରଙ୍କ ଧ୍ୟାନକୁ ଏହି ପଦକ୍ଷେପଗୁଡିକ ପ୍ରତିଫଳିତ କରୁଛି ବୋଲି ସେ କହିଛନ୍ତି।

 

ଚଳିତ ଶତାବ୍ଦୀରେ ବିଶ୍ୱ ଅଭିବୃଦ୍ଧିରେ ମହିଳାଙ୍କ ଅଂଶଗ୍ରହଣ ଏକ ପ୍ରମୁଖ କାରକ ହେବାକୁ ଯାଉଛି ବୋଲି ଆଲୋକପାତ କରି ଶ୍ରୀ ମୋଦୀ କହିଥିଲେ ଯେ କୌଣସି ଦେଶ କିମ୍ବା ସମାଜ ମହିଳାମାନଙ୍କ ଭାଗିଦାରୀକୁ ଯେତେ ଅଧିକ ବଢ଼ାଇବ, ତାହା ସେତେ ଶୀଘ୍ର ବିକଶିତ ହେବ । ସେ ଆହୁରି ମଧ୍ୟ କହିଥିଲେ ଯେ ଆଜି ଭାରତରେ ମହିଳାଙ୍କ ନେତୃତ୍ୱାଧୀନ ବିକାଶର ଯୁଗ ଏବଂ ସମବାୟ କ୍ଷେତ୍ରରେ ମଧ୍ୟ ମହିଳାମାନଙ୍କର ଏକ ବଡ଼ ଭୂମିକା ରହିଛି । ସେ ଆହୁରି ମଧ୍ୟ ଉଲ୍ଲେଖ କରିଥିଲେ ଯେ ଆଜି ଭାରତରେ ଅନେକ ମହିଳା ନେତୃତ୍ୱାଧୀନ ସମବାୟ ସମିତି ରହିଛି ଏବଂ ସମବାୟ କ୍ଷେତ୍ରରେ ମହିଳାମାନଙ୍କର ୬୦ ପ୍ରତିଶତରୁ ଅଧିକ ଭାଗିଦାରୀ ହୋଇପାରିଛି ।

‘‘ସମବାୟ ସଂସ୍ଥା ପରିଚାଳନାରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ଆମର ପ୍ରୟାସ’’, ଶ୍ରୀ ମୋଦୀ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ସରକାର ଏ ଦିଗରେ ବହୁମୁଖି ସମବାୟ ସମିତି ଆଇନରେ ସଂଶୋଧନ କରିଛନ୍ତି । ବହୁମୁଖି ସମବାୟ ସମିତିର ବୋର୍ଡରେ ମହିଳା ନିର୍ଦ୍ଦେଶକ ରହିବାକୁ ବାଧ୍ୟତାମୂଳକ କରାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଅବହେଳିତ ବର୍ଗଙ୍କ ଅଂଶଗ୍ରହଣ ଏବଂ ସମାଜକୁ ଅଧିକ ସମାବେଶୀ କରିବା ପାଇଁ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି।

ସ୍ୱୟଂ ସହାୟକ ଗୋଷ୍ଠୀ ଆକାରରେ ମହିଳା ଅଂଶଗ୍ରହଣ ମାଧ୍ୟମରେ ମହିଳା ସଶକ୍ତୀକରଣର ବ୍ୟାପକ ଆନ୍ଦୋଳନ ଉପରେ ରେଖାପାତ କରି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଭାବରେ ଭାରତର ୧୦ କୋଟି ମହିଳା ଅଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଗତ ଦଶନ୍ଧିରେ ସରକାର ଏହି ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ୯ ଲକ୍ଷ କୋଟି ଟଙ୍କାର ଶସ୍ତା ଋଣ ଦେଇଛନ୍ତି। ଏଥିପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ଗ୍ରାମରେ ବିପୁଳ ସମ୍ପତ୍ତି ସୃଷ୍ଟି କରିଛନ୍ତି ବୋଲି ଶ୍ରୀ ମୋଦୀ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ବିଶ୍ୱର ଅନେକ ଦେଶ ପାଇଁ ମହିଳା ସଶକ୍ତିକରଣର ଏକ ବିଶାଳ ମଡେଲ ଭାବରେ ଏହାକୁ ଅନୁକରଣ କରାଯାଇପାରିବ।

ଏକବିଂଶ ଶତାବ୍ଦୀରେ ବିଶ୍ୱ ସମବାୟ ଆନ୍ଦୋଳନର ଦିଗ ନିର୍ଦ୍ଧାରଣ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ, ସମବାୟ ସମିତିଗୁଡିକ ପାଇଁ ସହଜ ଏବଂ ସ୍ୱଚ୍ଛ ଆର୍ଥିକ ସହାୟତା ସୁନିଶ୍ଚିତ କରିବା ପାଇଁ ଆମକୁ ଏକ ସହଯୋଗୀ ଆର୍ଥିକ ମଡେଲ ବିଷୟରେ ଚିନ୍ତା କରିବାକୁ ପଡିବ। କ୍ଷୁଦ୍ର ଏବଂ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ସମବାୟ ସମିତିଗୁଡ଼ିକୁ ସହାୟତା କରିବା ପାଇଁ ଆର୍ଥିକ ସମ୍ବଳ ସଂଗ୍ରହ ଉପରେ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । ଏହିପରି ଅଂଶୀଦାର ଆର୍ଥିକ ପ୍ଲାଟଫର୍ମ ଗୁଡିକ ବୃହତ ପ୍ରକଳ୍ପଗୁଡିକୁ ପାଣ୍ଠି ଯୋଗାଇବା ଏବଂ ସମବାୟକୁ ଋଣ ପ୍ରଦାନ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ। କ୍ରୟ, ଉତ୍ପାଦନ ଓ ବିତରଣ ପ୍ରକ୍ରିୟାରେ ସକ୍ରିୟ ଅଂଶଗ୍ରହଣ କରି ଯୋଗାଣ ଶୃଙ୍ଖଳାକୁ ବଢ଼ାଇବାରେ ସମବାୟ ସମିତିର ସମ୍ଭାବନା ଉପରେ ସେ ଆଲୋକପାତ କରିଥିଲେ।

 

ସମଗ୍ର ବିଶ୍ୱରେ ସମବାୟ ସମିତିଗୁଡ଼ିକୁ ଅର୍ଥ ଯୋଗାଣ କରିପାରୁଥିବା ବିଶ୍ୱସ୍ତରୀୟ ଆର୍ଥିକ ଅନୁଷ୍ଠାନ ସୃଷ୍ଟି କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ ଆଇସିଏର ବିସ୍ତୃତ ଭୂମିକାକୁ ପ୍ରଶଂସା କରିଥିଲେ ଏବଂ ଭବିଷ୍ୟତରେ ଏହାଠାରୁ ଆଗକୁ ବଢ଼ିବା ଜରୁରୀ ବୋଲି କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ, ସମବାୟ ଆନ୍ଦୋଳନ ପାଇଁ ବିଶ୍ୱର ସାମ୍ପ୍ରତିକ ପରିସ୍ଥିତି ଏକ ବଡ଼ ସୁଯୋଗ ସୃଷ୍ଟି କରିଛି। ସମବାୟକୁ ବିଶ୍ୱରେ ଅଖଣ୍ଡତା ଏବଂ ପାରସ୍ପରିକ ସମ୍ମାନର ପତାକାବାହକ କରିବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଏଥିପାଇଁ ନୀତି ପ୍ରଣୟନ ଓ ରଣନୀତି ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ସମବାୟ ସଂସ୍ଥାଗୁଡ଼ିକୁ ଜଳବାୟୁ ସହନଶୀଳ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ କହିଥିଲେ ଯେ ସେମାନଙ୍କୁ ଚକ୍ରାକାର ଅର୍ଥବ୍ୟବସ୍ଥା ସହିତ ଯୋଡାଯିବା ଉଚିତ ଏବଂ ସମବାୟ କ୍ଷେତ୍ରରେ ଷ୍ଟାର୍ଟଅପଗୁଡ଼ିକୁ ପ୍ରୋତ୍ସାହନ ଦେବାର ତୁରନ୍ତ ଆବଶ୍ୟକତା ରହିଛି ।

ପ୍ରଧାନମନ୍ତ୍ରୀ କହିଥିଲେ, ସମବାୟ ବିଶ୍ୱ ସହଯୋଗକୁ ନୂତନ ଶକ୍ତି ଦେଇପାରିବ ବୋଲି ଭାରତ ବିଶ୍ୱାସ କରିଥାଏ । ସେ ଆହୁରି ମଧ୍ୟ କହିଥିଲେ ଯେ ସମବାୟ ସଂସ୍ଥାଗୁଡ଼ିକ ବିଶେଷ କରି ଗ୍ଲୋବାଲ ସାଉଥ୍‌ ବା ବିକାଶଶୀଳ ଦେଶଗୁଡ଼ିକୁ ଆବଶ୍ୟକ ଅଭିବୃଦ୍ଧି ହାସଲ କରିବାରେ ସାହାଯ୍ୟ କରିପାରିବ । ତେଣୁ ବର୍ତ୍ତମାନ ସମବାୟ କ୍ଷେତ୍ରରେ ଆନ୍ତର୍ଜାତିକ ସହଯୋଗ ପାଇଁ ନୂତନ ଉପାୟ ଆବିଷ୍କାର କରିବା ଜରୁରୀ ଏବଂ ଆଜିର ବିଶ୍ୱ ସମ୍ମିଳନୀ ବେଶ୍ ସହାୟକ ହୋଇପାରିବ ବୋଲି ସେ କହିଛନ୍ତି।

ସମାବେଶୀ ଅଭିବୃଦ୍ଧି ପାଇଁ ଭାରତର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ, ‘‘ଭାରତ ଆଜି ଏକ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା ଏବଂ ଆମର ଲକ୍ଷ୍ୟ ହେଉଛି ଏହି ଅଭିବୃଦ୍ଧିର ଲାଭ ଯେପରି ଗରିବରୁ ଗରିବ ଲୋକଙ୍କ ପାଖରେ ପହଞ୍ଚିପାରିବ ତାହା ସୁନିଶ୍ଚିତ କରିବା।’’ ଶ୍ରୀ ମୋଦୀ ଉଭୟ ଭାରତ ଏବଂ ବିଶ୍ୱସ୍ତରରେ ଅଭିବୃଦ୍ଧିକୁ ମାନବ-କେନ୍ଦ୍ରୀତ ଦୃଷ୍ଟିକୋଣରୁ ଦେଖିବାର ଗୁରୁତ୍ୱ ଉପରେ ଆଲୋକପାତ କରି କହିଥିଲେ, ‘‘ଆମର ସମସ୍ତ କାର୍ଯ୍ୟରେ ମାନବ-କେନ୍ଦ୍ରୀତ ଭାବନା ପ୍ରଚଳିତ ହେବା ଉଚିତ।’’ ବିଶ୍ୱ କୋଭିଡ୍-୧୯ ସଙ୍କଟ ସମୟରେ ଭାରତର ମୁକାବିଲା ପଦକ୍ଷେପ ଉପରେ ଆଲୋକପାତ କରି ସେ ମନେ ପକାଇ ଦେଇଥିଲେ ଯେ ଭାରତ କିପରି ଅତ୍ୟାବଶ୍ୟକ ଔଷଧ ଏବଂ ଟିକା ବିତରଣ କରି ବିଶ୍ୱ ସହିତ, ବିଶେଷକରି ଗ୍ଲୋବାଲ ସାଉଥ୍‌ ଦେଶମାନଙ୍କ ସହିତ ଛିଡ଼ା ହୋଇଥିଲା । ସଙ୍କଟ ସମୟରେ ସମବେଦନା ଓ ଏକତା ପ୍ରତି ଭାରତର ପ୍ରତିବଦ୍ଧତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ, ‘‘ଆର୍ଥିକ ବିତର୍କ ପରିସ୍ଥିତିର ଫାଇଦା ଉଠାଇବାକୁ ପରାମର୍ଶ ଦେଇଥାଇପାରେ, କିନ୍ତୁ ଆମର ମାନବିକତା ଭାବନା ଆମକୁ ସେବାର ମାର୍ଗ ବାଛିବାକୁ ପ୍ରେରଣା ଦେଇଥିଲା ।’’

 

ସମବାୟ ସମିତିର ଗୁରୁତ୍ୱକୁ ଦର୍ଶାଇ ଶ୍ରୀ ମୋଦୀ କେବଳ ଢାଞ୍ଚା, ନିୟମ ଓ ନିୟମାବଳୀ ବିଷୟରେ ଆଲୋକପାତ କରି କହିଥିଲେ ଯେ ଏଥିରୁ ଏଭଳି ଅନୁଷ୍ଠାନ ଗଠନ କରାଯାଇପାରିବ, ଯାହା ଆଗକୁ ବିକଶିତ ଓ ବିସ୍ତାର ହୋଇପାରିବ। ସେ ଆହୁରି ମଧ୍ୟ କହିଥିଲେ ଯେ ସମବାୟ ଭାବନା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଏହି ସମବାୟ ଭାବନା ଏ ଆନ୍ଦୋଳନର ଜୀବନ ଶକ୍ତି ଓ ସହଯୋଗର ସଂସ୍କୃତିରୁ ଆସିଛି । ମହାତ୍ମା ଗାନ୍ଧୀଙ୍କ ଉଦାହରଣ ଦେଇ ଶ୍ରୀ ମୋଦୀ କହିଛନ୍ତି ଯେ ସମବାୟର ସଫଳତା ଏଗୁଡ଼ିକର ସଂଖ୍ୟା ଉପରେ ନିର୍ଭର କରେ ନାହିଁ ବରଂ ସେମାନଙ୍କ ସଦସ୍ୟଙ୍କ ନୈତିକ ବିକାଶ ଉପରେ ନିର୍ଭର କରେ ।  ନୈତିକତା ରହିଥିବା ବେଳେ ମାନବିକତାର ସ୍ୱାର୍ଥରେ ସଠିକ୍ ନିଷ୍ପତ୍ତି ନିଆଯାଇଥାଏ । ଆନ୍ତର୍ଜାତିକ ସମବାୟ ବର୍ଷରେ ଏହି ଭାବନାକୁ ସୁଦୃଢ଼ କରିବା ପାଇଁ ନିରନ୍ତର କାର୍ଯ୍ୟ ଜାରି ରହିବ ବୋଲି  ଶ୍ରୀ ମୋଦୀ ଅଭିଭାଷଣ ଶେଷରେ କହିଥିଲେ।

ପୃଷ୍ଠଭୂମି

ବିଶ୍ୱ ସମବାୟ ଆନ୍ଦୋଳନର ପ୍ରମୁଖ ସଂସ୍ଥା ଅନ୍ତର୍ଜାତୀୟ ସମବାୟ ମେଣ୍ଟ (ଆଇସିଏ)ର ୧୩୦ ବର୍ଷର ଇତିହାସରେ ଭାରତରେ ପ୍ରଥମ ଥର ପାଇଁ ଆଇସିଏ ବିଶ୍ୱ ସମବାୟ ସମ୍ମିଳନୀ ଏବଂ ସାଧାରଣ ସଭା ଆୟୋଜନ କରାଯାଉଛି। ଆଇସିଏ ଏବଂ ଭାରତ ସରକାରଙ୍କ ସହଯୋଗରେ ଇଣ୍ଡିଆନ୍ ଫାର୍ମର୍ସ ଫର୍ଟିଲାଇଜର କୋଅପରେଟିଭ୍ ଲିମିଟେଡ୍ (ଇଫକୋ) ଏବଂ ଭାରତୀୟ ସମବାୟ ସଂସ୍ଥା ଅମୁଲ୍ ଏବଂ କ୍ରିଭକୋର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ବିଶ୍ୱ ସମ୍ମିଳନୀ ନଭେମ୍ବର ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି

‘‘ସମବାୟ ସମସ୍ତଙ୍କ ପାଇଁ ସମୃଦ୍ଧି ଆଣେ’’ ଶୀର୍ଷକ ଏହି ସମ୍ମିଳନୀର ବିଷୟବସ୍ତୁ ଭାରତ ସରକାରଙ୍କ ‘‘ସହକାର ସେ ସମୃଦ୍ଧି" (ସମବାୟରୁ ସମୃଦ୍ଧି) ଦୃଷ୍ଟିକୋଣ ସହିତ ସମନ୍ୱିତ । ଏହି କାର୍ଯ୍ୟକ୍ରମରେ ମିଳିତ ଜାତିସଂଘର ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି) ହାସଲ କରିବାରେ ବିଶ୍ୱବ୍ୟାପୀ ସମବାୟ ସମିତିଗୁଡିକ ସମ୍ମୁଖୀନ ହେଉଥିବା ଆହ୍ୱାନ ଏବଂ ସୁଯୋଗର ମୁକାବିଲା, ବିଶେଷକରି ଦାରିଦ୍ର୍ୟ ଦୂରୀକରଣ, ଲିଙ୍ଗଗତ ସମାନତା ଏବଂ ଦୀର୍ଘସ୍ଥାୟୀ ଆର୍ଥିକ ଅଭିବୃଦ୍ଧି ଭଳି କ୍ଷେତ୍ରରେ ଆଲୋଚନା, ପ୍ୟାନେଲ ଅଧିବେଶନ ଏବଂ କର୍ମଶାଳା ଅନୁଷ୍ଠିତ ହେଉଛି ।

 

ସାମାଜିକ ଅନ୍ତର୍ଭୁକ୍ତୀକରଣ, ଆର୍ଥିକ ସଶକ୍ତୀକରଣ ଏବଂ ନିରନ୍ତର ବିକାଶକୁ ପ୍ରୋତ୍ସାହିତ କରିବାରେ ସମବାୟ ସମିତିର ପରିବର୍ତ୍ତନକାରୀ ଭୂମିକା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ଜାତିସଂଘର ଅନ୍ତର୍ଜାତୀୟ ସମବାୟ ବର୍ଷ ୨୦୨୫ର ଶୁଭାରମ୍ଭ କରିଛନ୍ତି, ଯେଉଁଥିରେ ‘‘ସମବାୟ ଏକ ଉତ୍ତମ ବିଶ୍ୱ ଗଠନ’’ ଶୀର୍ଷକ ଉପରେ ଗୁରୁତ୍ୱ ଦିଆଯିବ । ବିଶେଷ କରି ଅସମାନତା ହ୍ରାସ, ଭଲ କାମକୁ ପ୍ରୋତ୍ସାହିତ କରିବା ଏବଂ ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ସମବାୟ ସମିତିଗୁଡ଼ିକୁ ଦୀର୍ଘସ୍ଥାୟୀ ବିକାଶର ଗୁରୁତ୍ୱପୂର୍ଣ୍ଣ ଚାଳକ ଭାବରେ ଜାତିସଂଘର ଏସଡିଜିମାନେ ସ୍ୱୀକୃତି ଦେଇଛନ୍ତି। ବିଶ୍ୱର ସବୁଠାରୁ ଜଟିଳ ଆହ୍ୱାନର ମୁକାବିଲା କରିବା ରେ ସମବାୟ ଉଦ୍ୟୋଗଗୁଡିକର ଶକ୍ତି ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ ୨୦୨୫ ବର୍ଷ ଏକ ବିଶ୍ୱସ୍ତରୀୟ ପଦକ୍ଷେପ ହେବ ।

ସମବାୟ ଆନ୍ଦୋଳନ ପ୍ରତି ଭାରତର ପ୍ରତିବଦ୍ଧତାର ପ୍ରତୀକ ଭାବେ ପ୍ରଧାନମନ୍ତ୍ରୀ ଏକ ସ୍ମାରକୀ ଡାକ ଟିକଟ ମଧ୍ୟ ଉନ୍ମୋଚନ କରିଛନ୍ତି । ଶାନ୍ତି, ଶକ୍ତି, ସ୍ଥିରତା ଏବଂ ଅଭିବୃଦ୍ଧିର ପ୍ରତୀକ ପଦ୍ମ ପ୍ରଦର୍ଶନ କରି ସ୍ଥିରତା ଏବଂ ଗୋଷ୍ଠୀ ବିକାଶର ସମବାୟ ମୂଲ୍ୟବୋଧକୁ ପ୍ରତିଫଳିତ କରିଥାଏ । ପଦ୍ମର ପାଞ୍ଚଟି ପାଖୁଡ଼ା ପ୍ରକୃତିର ପାଞ୍ଚଟି ଉପାଦାନ (ପଞ୍ଚତତ୍ଵ)କୁ ପ୍ରତିନିଧିତ୍ୱ କରେ, ଯାହା ପରିବେଶ, ସାମାଜିକ ଏବଂ ଆର୍ଥିକ ସ୍ଥିରତା ପ୍ରତି ସମବାୟ ସମିତିର ପ୍ରତିବଦ୍ଧତାକୁ ଆଲୋକପାତ କରେ । କୃଷିକ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳର ଭୂମିକାକୁ ଦର୍ଶାଉଥିବା ଡ୍ରୋନ୍ ସହ କୃଷି, ଦୁଗ୍ଧ, ମତ୍ସ୍ୟ, ଖାଉଟି ସମବାୟ ଓ ଗୃହ ନିର୍ମାଣ ଭଳି କ୍ଷେତ୍ରକୁ ମଧ୍ୟ ଏହି ଡିଜାଇନ୍ରେ ଅନ୍ତର୍ଭୁକ୍ତ କରାଯାଇଛି।

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
UP becomes the first state to record more than 50,000 solar rooftop installations for 3 consecutive months

Media Coverage

UP becomes the first state to record more than 50,000 solar rooftop installations for 3 consecutive months
NM on the go

Nm on the go

Always be the first to hear from the PM. Get the App Now!
...
Prime Minister’s Departure Statement ahead of his visit to Seychelles
June 27, 2026

At the invitation of my friend, H.E. Dr. Patrick Herminie, President of the Republic of Seychelles, I will undertake a State Visit to Seychelles from 27-29 June 2026 to participate in the Golden Jubilee celebrations of the National Day of Seychelles as the Guest of Honour.

Seychelles is a valued maritime neighbour and a key partner in our Vision MAHASAGAR and our shared commitment to the Global South. This year, we also mark the 50th anniversary of the establishment of our diplomatic relations which are rooted in mutual trust, shared democratic values, respect for diversity and deep affinity between our peoples.

Building on the successful State visit of President Herminie to India in February 2026, I look forward to our discussions aimed at further strengthening our enduring friendship. Together, we will work to advance the progress of our peoples, and promote security and prosperity in the Indian Ocean region.

During the visit, I will have the honour of becoming the first Indian Prime Minister to address the National Assembly of Seychelles. This historic opportunity reflects the strong democratic values and parliamentary traditions that bind our two nations.

I also look forward to interacting with the vibrant Indian community in Seychelles, who have been nurturing the special friendship between India and Seychelles for generations, and serving as a living bridge between our two nations.

I am confident that my visit will further deepen the longstanding bonds between the two countries, enhance maritime cooperation in the Indian Ocean region, and advance our shared vision of a secure, peaceful and prosperous Indian Ocean region.