“ଭଗବାନ ବୁଦ୍ଧଙ୍କ ବାଣୀରେ ଉଦବୁଦ୍ଧ ହୋଇ ଭାରତ ବୈଶ୍ୱିକ କଲ୍ୟାଣ ଦିଗରେ ନୂତନ ପଦକ୍ଷେପମାନ ନେଉଛି”
“ଆମେ ନିରବଚ୍ଛିନ୍ନ ଭାବେ ଭଗବାନ ବୁଦ୍ଧଙ୍କ ମୂଲ୍ୟବୋଧ ଓ ବାର୍ତ୍ତା ପ୍ରଚାର କରିଆସୁଛୁ”
“ଭାରତ ପ୍ରତ୍ୟେକ ମଣିଷର ଦୁଃଖକୁ ନିଜର ଦୁଃଖ ବିବେଚନା କରେ”
“ଆଇଟିସି ଭଳି ମଞ୍ଚ ସମଭାବାପନ୍ନ ଓ ସମହୃଦୟବାନ ଦେଶଗୁଡ଼ିକୁ ବୌଦ୍ଧ ଧର୍ମ ଓ ଶାନ୍ତି ବାର୍ତ୍ତା ପ୍ରଚାର ନିମନ୍ତେ ସୁଯୋଗ ପ୍ରଦାନ କରିଛି”
“ବର୍ତ୍ତମାନ ସମୟର ଆବଶ୍ୟକତା ହେଉଛି ପ୍ରତ୍ୟେକ ବ୍ୟକ୍ତି ଓ ଦେଶର ପ୍ରାଥମିକତା ହେଉଛି ଦେଶ ଓ ବିଶ୍ୱର ସ୍ୱାର୍ଥ ରକ୍ଷା”
“ସମସ୍ୟାର ସମାଧାନର ରାସ୍ତା ହେଉଛି ବୁଦ୍ଧଙ୍କ ପ୍ରଦର୍ଶିତ ମାର୍ଗ”
“ବିଶ୍ୱକୁ ଆଜି କବଳିତ କରୁଥିବା ସମସ୍ତ ସମସ୍ୟାର ସମାଧାନ ବୁଦ୍ଧ କହି ଯାଇଛନ୍ତି”
“ବୁଦ୍ଧଙ୍କ ମାର୍ଗ ହେଉଛି ଭବିଷ୍ୟତ ଓ ଚିରନ୍ତନ ପଥ”
“ମିଶନ ଲାଇଫ ବୁଦ୍ଧଙ୍କ ପ୍ରେରଣା ଦ୍ୱାରା ପ୍ରେରିତ ଓ ବୁଦ୍ଧଙ୍କ ଭାବନାକୁ ବ୍ୟକ୍ତ କରିଥାଏ”
ସେ ମଧ୍ୟ ୧୯ ଜଣ ପ୍ରସିଦ୍ଧ ସାଧୁଙ୍କୁ ସାଧୁ ପୋଷାକ ପ୍ରଦାନ କରିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୦-୦୪-୨୦୨୩) ନୂଆଦିଲ୍ଲୀର ଅଶୋକ ହୋଟେଲ ଠାରେ ଆୟୋଜିତ ବୈଶ୍ୱିକ ବୌଦ୍ଧ ଶିଖର ସମ୍ମିଳନୀର ଉଦଘାଟନୀ ସମାରୋହରେ ନିଜର ଅଭିଭାଷଣ ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ସେଠାରେ ଆୟୋଜିତ ଫଟୋ ପ୍ରଦର୍ଶନୀ ବୁଲି ଦେଖିବା ସହ ବୁଦ୍ଧଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ସେ ମଧ୍ୟ ୧୯ ଜଣ ପ୍ରସିଦ୍ଧ ସାଧୁଙ୍କୁ ସାଧୁ ପୋଷାକ ପ୍ରଦାନ କରିଥିଲେ ।

 

ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ବିଶ୍ୱର ବିଭିନ୍ନ ସ୍ଥାନକୁ ବୈଶ୍ୱିକ ବୁଦ୍ଧ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଆସିଥିବା ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ । ‘ଅତିଥି ଦେବୋ ଭବ’ ଅର୍ଥାତ ଅତିଥିଗଣ ହିଁ ଈଶ୍ୱରସମ । ଏହା ହେଉଛି ବୁଦ୍ଧଙ୍କ ଏହି ଧର୍ମର ପରମ୍ପରା ଓ ବୁଦ୍ଧଙ୍କ ବାଣୀ ଓ ଆଦର୍ଶରେ ବିଶ୍ୱାସୀ ଏତେ ବ୍ୟକ୍ତିଙ୍କ ସମାବେଶରେ ଅନୁଭବ ହେଉଛି ସତେ ଯେପରି ବୁଦ୍ଧ ଆମମାନଙ୍କ ଗହଣରେ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । “ବୁଦ୍ଧ ବ୍ୟକ୍ତି ବିଶେଷ ନୁହନ୍ତି ଏହା ଏକ ଉପଲବ୍ଧି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ବୁଦ୍ଧ ହେଉଛନ୍ତି ଏକ ଇନ୍ଦ୍ରିୟାନୁଭୂତି ଯାହା ବ୍ୟକ୍ତିକୁ ଅତିକ୍ରମ କରି ଯାଇଥାଏ । ସେ ଏକ ଭାବନା ଯାହା ପରିବର୍ତ୍ତିତ ହୋଇଥାଏ । ବୁଦ୍ଧ ଏକ ଚେତନା ଯାହାର କୌଣସି କଳନା ନାହିଁ ।” ଏହି ବୁଦ୍ଧ ଚେତନା ହେଉଛି ଚିରନ୍ତନ ବୋଲି ସେ କହିଥିଲେ । ଭିନ୍ନ ଭିନ୍ନ ସ୍ଥାନରୁ ଏହି ସମ୍ମିଳନୀରେ ରୁଣ୍ଡ ହୋଇଥିବା ବ୍ୟକ୍ତିବିଶେଷ ହେଉଛି ବୁଦ୍ଧଙ୍କ ଏକ ସମ୍ପ୍ରସାରିତ ରୂପ ଯାହା ମାନବତାକୁ ଏକତା ସୂତ୍ରରେ ବାନ୍ଧି ରଖିଛି । ସେ ମଧ୍ୟ ଭଗବାନ ବୁଦ୍ଧଙ୍କ କୋଟି କୋଟି ଅନୁଗାମୀଙ୍କ ଇଚ୍ଛା ଓ ସଂକଳ୍ପର ଶକ୍ତି ସମ୍ପର୍କରେ କହି ବିଶ୍ୱକଲ୍ୟାଣ ଦିଗରେ ପ୍ରୟାସ କରିବା ଉପରେ ଗୁରୁତ୍ୱଆରୋପ କରିଥିଲେ । ପ୍ରଧାନମନ୍ତ୍ରୀ ବିଶ୍ୱାସ ପ୍ରକଟ କରିଥିଲେ ଯେ ବୈଶ୍ୱିକ ବୌଦ୍ଧ ଶିଖର ସମ୍ମିଳନୀ ପ୍ରତ୍ୟେକ ଦେଶ ନିମନ୍ତେ ଏକ ମଞ୍ଚ ତିଆରି କରିବ ଓ ଏଭଳି ସ୍ମରଣୀୟ ଘଟଣାକୁ ସାକାର କରିଥିବା ଯୋଗୁ ସେ ସଂସ୍କୃତି ମନ୍ତ୍ରଣାଳୟ ଓ ଆନ୍ତର୍ଜାତିକ ବୌଦ୍ଧ ମହାସଂଘକୁ ଧନ୍ୟବାଦ ଜଣାଇଥିଲେ ।

 

ପ୍ରଧାନମନ୍ତ୍ରୀ ତାଙ୍କର ବୌଦ୍ଧ ଧର୍ମ ପ୍ରତି ଥିବା ବ୍ୟକ୍ତିଗତ ସଂଯୋଗ ଉପରେ ଆଲୋକପାତ କରି କହିଥିଲେ ଯେ ତାଙ୍କର ଜନ୍ମସ୍ଥାନ ବଡ଼ଗନର ସହ ବୌଦ୍ଧ ଧର୍ମର ସମ୍ପର୍କ ଅଛି । କାରଣ ହୁଏନସାଂ ବଡ଼ନଗର ପରିଦର୍ଶନ କରିଥିଲେ ବୋଲି କହିଥିଲେ । ଶ୍ରୀ ମୋଦୀ ମଧ୍ୟ କାଶୀ ସମ୍ପର୍କରେ ସାରନାଥ ସହିତ ଥିବା ବୌଦ୍ଧ ଐତିହ୍ୟର ଅବତାରଣା କରିଥିଲେ । ବିଶ୍ୱ ବୌଦ୍ଧ ଶିଖର ସମ୍ମିଳନୀ ଭାରତର ସ୍ୱାଧୀନତାର ୭୫ ବର୍ଷରେ ଅନୁଷ୍ଠିତ ହେଉଥିବା ବେଳେ ଦେଶ ସ୍ୱାଧୀନତାର ଅମୃତ କାଳ ଜଗତ ପାଇଁ ଅନେକ ଲକ୍ଷ୍ୟ ଓ ସଂକଳ୍ପ ନେଇ ଆଗଉଛି ବୋଲି ସେ କହିଥିଲେ । ଭାରତ ନିକଟରେ ଅନେକ ବୈଶ୍ୱିକ ସଫଳତା ବିଭିନ୍ନ କ୍ଷେତ୍ରରେ ପାଇଥିବା ବେଳେ ସେଥିରେ ଭଗବାନ ବୁଦ୍ଧ ମଧ୍ୟ ରହିଛନ୍ତି ବୋଲି ସେ କହିଥିଲେ ।

ବୁଦ୍ଧଙ୍କ ପ୍ରଦର୍ଶିତ ସିଦ୍ଧାନ୍ତ, ଅଭ୍ୟାସ ଓ ଉପଲବ୍ଧି ପଥକୁ ସ୍ମରଣ କରି ଭାରତ କିପରି ଗତ ନଅ ବର୍ଷ ମଧ୍ୟରେ ଏସବୁକୁ ଆପଣାଉଛି ତାହାର ଶ୍ରୀ ମୋଦୀ ବର୍ଣ୍ଣନା କରିଥିଲେ । ବୁଦ୍ଧଙ୍କ ବାଣୀ ପ୍ରଚାରରେ ଉତ୍ସର୍ଗୀ ଭାବାପନ୍ନ ହୋଇ ଭାରତ କାର୍ଯ୍ୟ କରୁଛି । ସେ ଭାରତ ଓ ନେପାଳର ବୌଦ୍ଧମଣ୍ଡଳର ବିକାଶ, ସାରନାଥ ଓ କୁଶୀନଗର ନବୀକରଣ, କୁଶୀନଗର ଆନ୍ତର୍ଜାତିକ ବିମାନବନ୍ଦର ଓ ଲୁମ୍ବିନୀ ଠାରେ ଆଇବିସିର ସହଯୋଗରେ ବୌଦ୍ଧ ଐତିହ୍ୟ ଓ ସାଂସ୍କୃତିକ କେନ୍ଦ୍ର ପ୍ରତିଷ୍ଠା ସମ୍ପର୍କରେ କହିଥିଲେ ।

 

ମାନବତା କ୍ଷେତ୍ରରେ ଭାରତରେ ଅନ୍ତର୍ନିହିତ ସମ୍ବେଦନଶୀଳତା ପାଇଁ ପ୍ରଧାନମନ୍ତ୍ରୀ ତାହାର ଶ୍ରେୟ ଭଗବାନ ବୁଦ୍ଧଙ୍କ ଦ୍ୱାରା ପ୍ରଚାର ଓ ବାଣୀକୁ ନେଇଥିଲେ । ଏହି ପରିପ୍ରେକ୍ଷୀରେ ସେ ଶାନ୍ତି ଅଭିଯାନ ଓ ତୁର୍କୀର ଭୂକମ୍ପ ବିପର୍ଯ୍ୟୟରେ ମାନବିକ ସହାୟତା ଓ ଉଦ୍ଧାର କାର୍ଯ୍ୟର ଉଦାହରଣ ଦେଇଥିଲେ । “୧୪୦ କୋଟି ଭାରତବାସୀଙ୍କ ଭାବାବେଗ ବିଶ୍ୱବାସୀ ଦେଖିଛନ୍ତି, ବୁଝିଛନ୍ତି ଓ ଗ୍ରହଣ କରିଛନ୍ତି” ବୋଲି ସେ କହିଥିଲେ । ଆଇବିସି ଭଳି ମଞ୍ଚ ସମଭାବାପନ୍ନ ଦେଶ ଓ ବ୍ୟକ୍ତିଙ୍କୁ ବୁଦ୍ଧଙ୍କ ଧର୍ମ ଓ ଶାନ୍ତି ବାର୍ତ୍ତା ପ୍ରଚାର ପାଇଁ ସୁଯୋଗ ଦେଇଛି ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ “ସମସ୍ୟାରୁ ସମାଧାନରେ ପହଂଚିବା ହିଁ ହେଉଛି ବୁଦ୍ଧଙ୍କ ପ୍ରକୃତ ଯାତ୍ରା ।” ଭଗବାନ ବୁଦ୍ଧଙ୍କ ଯାତ୍ରା ଉପରେ ଆଲୋକପାତ କରି ସେ କହିଥିଲେ ଯେ ସେ ଅନ୍ୟ ଜଣଙ୍କର ଜୀବନର ଦୁଃଖକୁ ଅନୁଭବ କରି ରାଜପ୍ରାସାଦ ଓ ସାମ୍ରାଜ୍ୟର ମୋହକୁ ସେ ପରିତ୍ୟାଗ କରିଥିଲେ । ଏକ ସମୃଦ୍ଧ ବିଶ୍ୱର ଲକ୍ଷ୍ୟ ହାସଲ ନିମନ୍ତେ ରାସ୍ତା ହେଉଛି ଯେତେବେଳେ ଜଣେ ବ୍ୟକ୍ତି ଅଂହ ଓ ସଂକୀର୍ଣ୍ଣ ମନୋଭାବ ପରିତ୍ୟାଗ କରି ବୁଦ୍ଧଙ୍କ ମନ୍ତ୍ର ସମଗ୍ର ଜଗତ କଥା ଚିନ୍ତା କରେ, ସେତେବେଳେ ଜଗତ କଲ୍ୟାଣ ହୁଏ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ । ଯେଉଁ ଦେଶ କମ ସମ୍ବଳ ସହ ଦେଶ ଚଳାଉଛି ତାକୁ ନିଜ ବିଚାର ମଧ୍ୟରେ ରଖିଲେ ଏକ ଉନ୍ନତ ଓ ସ୍ଥିର ବିଶ୍ୱ ଲକ୍ଷ୍ୟ ହାସଲ ହୋଇପାରିବ । “ବର୍ତ୍ତମାନ ସମୟରେ ପ୍ରତ୍ୟେକ ବ୍ୟକ୍ତି ଓ ଦେଶର ପ୍ରାଥମିକତା ନିଜ ଦେଶ ଓ ବିଶ୍ୱର ହିତ ପାଇଁ ଉଦ୍ଦିଷ୍ଟ ହେବା ଉଚିତ” ବୋଲି ସେ କହିଥିଲେ ।

 

ବର୍ତ୍ତମାନ ବିଶ୍ୱ ଚଳିତ ଶତାବ୍ଦୀର ସବୁଠାରୁ ଆହ୍ୱାନମୂଳକ ସମୟ ଦେଇ ଗତି କରୁଛି । ଯୁଦ୍ଧ, ଆର୍ଥିକ ଅସ୍ଥିରତା, ଆତଙ୍କବାଦ ଓ ଧର୍ମାନ୍ଧତା ସହ ଜଳବାୟୁ ପରିବର୍ତ୍ତନ, ଜୀବଜଗତ ବିଲୋପ ସହିତ ହିମବାହ ତରଳିବା ହେଉଛି ମାନବ ସମାଜ ଆଗରେ ବିରାଟ ଆହ୍ୱାନ । ଏସବୁ ସତ୍ତ୍ୱେ ମଧ୍ୟ ଅନେକ ଲୋକ ଅଛନ୍ତି ଯେଉଁମାନେ ବୁଦ୍ଧ ଓ ପ୍ରାଣୀର ମଙ୍ଗଳ କଥା ଚିନ୍ତା କରନ୍ତି । “ଏହି ଆଶା ଓ ବିଶ୍ୱାସ ହେଉଛି ପୃଥିବୀର ସବୁଠାରୁ ବଡ଼ ଶକ୍ତି । ଯେତେବେଳେ ଏହି ଆଶା ଏକାଠି ହୁଏ ସେତେବେଳେ ବୁଦ୍ଧଙ୍କ ଧମ ଜଗତରେ ବିଶ୍ୱାଳ ପାଲଟିଯିବା ସହ ବୁଦ୍ଧଙ୍କ ଚିନ୍ତାଧାରା ମାନବତାର ବିଶ୍ୱାସ ହୋଇ ଉଠେ ।

ବୁଦ୍ଧଙ୍କ ବାଣୀର ପ୍ରାସଙ୍ଗିକତା ଉପରେ ରେଖାପାତ କରି ଶ୍ରୀ ମୋଦୀ କହିଥିଲେ ଯେ ଆଧୁନିକ ସମାଜରେ ସମସ୍ତ ସମସ୍ୟାର ସମାଧାନର ପନ୍ଥା ଭଗବାନ ବୁଦ୍ଧଙ୍କ ପ୍ରାଚୀନ ବାଣୀ ମଧ୍ୟରେ ହିଁ ରହିଛି । ଭଗବାନ ବୁଦ୍ଧ ଯୁଦ୍ଧ ପରିହାର ନିମନ୍ତେ ଶିକ୍ଷା ଦେଇଥିଲେ, କାରଣ ଜୟ ପରାଜୟ ଚିରନ୍ତନ ଶାନ୍ତି ପାଇଁ ଉଦ୍ଦିଷ୍ଟ । ସେ କହିଥିଲେ ଶତ୍ରୁତାକୁ ଶତ୍ରୁତା ଦ୍ୱାରା ଶେଷ କରି ହୁଏନାହିଁ ଓ ଶାନ୍ତି କେବଳ ଏକତାରୁ ହିଁ ମିଳିଥାଏ । ବୁଦ୍ଧଙ୍କ ବାଣୀ ଜଣେ ଅନ୍ୟଜଣକୁ ଉପଦେଶ ଦେବା ଆଗରୁ ନିଜର କର୍ମ ପ୍ରତି ଦୃଷ୍ଟି ଦେବା ଦରକାର । ଆଜି ଏହି ବାଣୀ ବିଶ୍ୱରେ ଜଣେ ଅନ୍ୟ ଜଣଙ୍କ ଉପରେ ଲଦି ଦେଉଥିବା ନିଜର ମତ ଦୃଷ୍ଟିରୁ ବେଶୀ ପ୍ରଯୁଜ୍ୟ । ପ୍ରଧାନମନ୍ତ୍ରୀ ତାଙ୍କ ପ୍ରିୟ ବୁଦ୍ଧଙ୍କ ବାଣୀ ‘ଅପ୍ୟ ଦୀପ ଭବଃ’ ନିଜେ ନିଜର ଆଲୋକବର୍ତ୍ତିକା ହୁଅର ଅବତାରଣା କରି ପ୍ରଭୁ ବୁଦ୍ଧଙ୍କ ଏମିତି ଚିରନ୍ତନ ପ୍ରାସଙ୍ଗିକ ବାଣୀର ଅବତାରଣା କରିଥିଲେ । ସେ ଜାତିସଂଘରେ ଆମେ ବୁଦ୍ଧଙ୍କ ଦେଶର ଲୋକ ଯୁଦ୍ଧର ନୁହେଁ ବୋଲି କହିଥିବା କଥାର ସ୍ମୃତିଚାରଣ କରିଥିଲେ ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ “ବୁଦ୍ଧଙ୍କ ମାର୍ଗ ହେଉଛି ଭବିଷ୍ୟତର ମାର୍ଗ ଓ ନିରନ୍ତର ସ୍ଥାୟୀତ୍ୱର ମାର୍ଗ । ବିଶ୍ୱ ବୁଦ୍ଧଙ୍କ ବାଣୀକୁ ଅନୁସରଣ କରିଥିଲେ ଆଜି ଜଳବାୟୁ ପରିବର୍ତ୍ତନ ସମସ୍ୟାର ସାମ୍ନା କରିନଥାନ୍ତା ।” ଯେତେବେଳେ ଦେଶ ଅନ୍ୟମାନଙ୍କ ବିଷୟରେ ତଥା ଭବିଷ୍ୟତ ପିଢ଼ି ସମ୍ପର୍କରେ ଚିନ୍ତା କରିବା ବନ୍ଦ କରିଦେଲେ ସେତେବେଳେ ସମସ୍ୟା ଉପୁଜିଲା । ଏହି ଭୁଲ ଏକ ଧ୍ୱଂସାତ୍ମକ ରୂପ ନେଲା । ବୁଦ୍ଧ ଉତ୍ତମ ଆଚରଣ ଶିକ୍ଷା ଦେଉଥିଲେ । ଏଥିରେ ବ୍ୟକ୍ତିଗତ ଲାଭ କିଛି ନ ଥିଲା, କାରଣ ଭଲ ବ୍ୟବହାର ସାମଗ୍ରିକ ଭାବେ ଭଲ ଫଳ ପ୍ରଦର୍ଶନ କରିଥାଏ ।

ସେ ଜୀବନଶୈଳୀ ହେଉ, ଖାଇବା ବା ବୁଲିବା ଅଭ୍ୟାସ ହେଉ ତାହା ଦ୍ୱାରା କିପରି ପ୍ରତ୍ୟେକ ବ୍ୟକ୍ତି କୌଣସି ନା କୌଣସି ଉପାୟରେ ପୃଥିବୀର କ୍ଷତି କରୁଛନ୍ତି । ସେ ଦୃଷ୍ଟିରୁ ପ୍ରତ୍ୟେକ ବ୍ୟକ୍ତି ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଅବଦାନ ଦେଇ ପାଇପାରିବେ ବୋଲି ସେ କହିଥିଲେ । ପରିବେଶ ବା ମିଶନ ଲାଇଫ ଜୀବନ ଧାରଣ ଶୈଳୀ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମିଶନ ଲାଇଫ ପଦକ୍ଷେପ ଭଗବାନ ବୁଦ୍ଧଙ୍କ ପ୍ରେରଣାର ଉଦ୍ଧୃତ ବୋଲି କହିଥିଲେ । ଯଦି ଜନସାଧାରଣ ସେମାନଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣନ୍ତି, ତେବେ ଜଳବାୟୁ ପରିବର୍ତ୍ତନର ବିରାଟ ସମସ୍ୟାର ମୁକାବିଲା କରିହେବ ।

 

ଅଭିଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ ବସ୍ତୁବାଦ ଓ ସ୍ୱାର୍ଥପରତାର ସଂଜ୍ଞା ଉପରେ କହିବା ସହ ସେଥିରୁ ନିଜକୁ ମୁକ୍ତ କରି ‘ବଭନ୍ତୁ ସର୍ବ ମଙ୍ଗଳମ’ ନୀତି ଆପଣାଇବାକୁ ପରାମର୍ଶ ଦେଇଥିଲେ । ବୁଦ୍ଧ କେବଳ ପ୍ରତୀକ ବିବେଚିତ ହେବା ଅନୁଚିତ ସେ ଏକ ପ୍ରତିଫଳନ ବୋଲି ସେ କହିଥିଲେ । ବୁଦ୍ଧଙ୍କ ବାଣୀ ପଛକୁ ନ ଚାହିଁ ଆଗେଇ ଚାଲ ଭଳି ବୁଦ୍ଧଙ୍କ ବାଣୀକୁ ଅନୁସରଣ କଲେ ଆମର ସଂକଳ୍ପ ସାକାର ହେବ । ସମସ୍ତେ ଏକାଠି ହେଲେ ଏହା ସଫଳ ହେବ ବୋଲି ସେ କହିଥିଲେ ।

କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଶ୍ରୀ ଜି. କିଶନ ରେଡ୍ଡୀ, କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ଶ୍ରୀ କିରଣ ରିଜିଜୁ, କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଶ୍ରୀ ଅର୍ଜୁନ ରାମ ମେଘୱାଲ ଓ ଶ୍ରୀମତୀ ମିନାକ୍ଷୀ ଲେଖି ଓ ଆନ୍ତର୍ଜାତିକ ବୌଦ୍ଧ ମହାସଂଘ ମହାସଚିବ ଡକ୍ଟର ଧର୍ମପ୍ରିୟ ଏଥିରେ ଉପସ୍ଥିତ ଥିଲେ ।

 

ପୃଷ୍ଠଭୂମି-

ସଂସ୍କୃତି ମନ୍ତ୍ରଣାଳୟ, ଆନ୍ତର୍ଜାତିକ ବୌଦ୍ଧ ମହାସଂଘ ସମନ୍ୱୟରେ ଏହି ଦୁଇଦିନିଆ ଶିଖର ସମ୍ମିଳନୀ ୨୦-୨୧ ଏପ୍ରିଲରେ ଆୟୋଜନ କରୁଛି । ବୈଶ୍ୱିକ ବୌଦ୍ଧ ଶିଖର ସମ୍ମିଳନୀର ବାର୍ତ୍ତା ସାମ୍ପ୍ରତିକ ଆହ୍ୱାନର ମୁକାବିଲା ଦର୍ଶନ ଓ ପାରମ୍ପରିକ ବିଶ୍ୱାସ ରଖିଛି ।

ବୈଶ୍ୱିକ ବୌଦ୍ଧ ଧର୍ମ ନେତୃତ୍ୱ ଓ ବୌଦ୍ଧ ଦର୍ଶନର ବିଶେଷଜ୍ଞଙ୍କ ମଧ୍ୟରେ ଆଲୋଚନା ଶିଖର ବୈଠକରେ ହେବ । ସାମ୍ପ୍ରିକ ସମାଜରେ କିପରି ବୌଦ୍ଧ ଧର୍ମର ମୌଳିକ ବିଶେଷତ୍ୱ ପ୍ରେରଣାଦାୟୀ ହେବ ତା’ର ନିର୍ଯାସ ମଧ୍ୟ ବୈଠକରୁ ବାହାରିବ ।

ଶିଖର ବୈଠକରେ ଖ୍ୟାତନାମା ବିଶେଷଜ୍ଞ, ସଂଘ ନେତା ଓ ବିଶ୍ୱବ୍ୟାପୀ ଧର୍ମପାଳନକାରୀ ଯୋଗ ଦେଇ ବିଶ୍ୱରେ ବୌଦ୍ଧ ଧର୍ମର ସାର୍ବଜନୀନ ମୂଲ୍ୟବୋଧ ଉପରେ ଆଲୋଚନା କରିବେ । ଆଲୋଚନା ଚାରିଟି କଥାବସ୍ତୁ ଉପରେ ହୋଇଛି । ତାହା ହେଲା- ବୌଦ୍ଧ ଧର୍ମ ଓ ଶାନ୍ତି, ବୌଦ୍ଧ ଧର୍ମ ଓ ପରିବେଶ ସମସ୍ୟା, ସ୍ୱାସ୍ଥ୍ୟ ଓ ସ୍ଥାୟୀ ଓ ନିରନ୍ତର ସମାଧାନ, ନାଳନ୍ଦା ବୌଦ୍ଧ ପରମ୍ପରା ସଂରକ୍ଷଣ, ବୌଦ୍ଧ ଧର୍ମ ତୀର୍ଥଯାତ୍ରା ଓ ବୌଦ୍ଧ ଧ୍ୱଂସାବଶେଷ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Jumbo Indian contingent comprising 768 athletes, support staff and officials for Asian Games

Media Coverage

Jumbo Indian contingent comprising 768 athletes, support staff and officials for Asian Games
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 4, 2026
September 04, 2026

Make in India, Power India, Play for India: Multi-Sector Momentum Under PM Modi’s Leadership