“କାର୍ଯ୍ୟ ଓ କୁଶଳତା ଜରିଆରେ ସିବିଆଇ ଦେଶର ସାଧାରଣ ନାଗରିକମାନଙ୍କ ମଧ୍ୟରେ ଆସ୍ଥାଭାଜନ ହୋଇପାରିଛି” “ବୃତ୍ତିଗତ ଓ ଦକ୍ଷତାଯୁକ୍ତ ଅନୁଷ୍ଠାନ ବିନା ବିକଶିତ ଭାରତ ସମ୍ଭବ ନୁହେଁ”
“ଦେଶକୁ ଦୁର୍ନୀତିମୁକ୍ତ କରିବା ହେଉଛି ସିବିଆଇର ମୁଖ୍ୟ ଦାୟିତ୍ୱ”
“ଦୁର୍ନୀତି ଏକ ସାଧାରଣ ଅପରାଧ ନୁହେଁ, ଏହା ଗରୀବର ହକ୍ ଛଡ଼ାଇ ନେଇଥାଏ, ଏହା ଅଧିକ ଅପରାଧକୁ ପ୍ରଶ୍ରୟ ଦେଇଥାଏ, ନ୍ୟାୟ ଓ ଗଣତନ୍ତ୍ରର ରାସ୍ତାରେ ଦୁର୍ନୀତି ହେଉଛି ସବୁଠାରୁ ବଡ଼ ପ୍ରତିବନ୍ଧକ”
“ଜେଏଏମ ଟ୍ରିନିଟି ହିତାଧିକାରୀଙ୍କ ସମ୍ପୂର୍ଣ୍ଣ ସୁବିଧା ସୁନିଶ୍ଚିତ କରୁଛି”
“ଜେଏଏମ ଟ୍ରିନିଟି ହିତାଧିକାରୀଙ୍କ ସମ୍ପୂର୍ଣ୍ଣ ସୁବିଧା ସୁନିଶ୍ଚିତ କରୁଛି”
“ଆଜି ଦେଶରେ ଦୁର୍ନୀତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ରାଜନୀତିକ ଇଚ୍ଛାଶକ୍ତିର ଅଭାବ ନାହିଁ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୦୩-୦୪-୨୦୨୩) ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ହୀରକ ଜୟନ୍ତୀ ଉଦଘାଟନ କରିଛନ୍ତି । ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟର ଏକ ସଂକଳ୍ପ ବଳରେ ଏପ୍ରିଲ ପହିଲା ୧୯୬୩ ମସିହାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋର ଗଠନ କରାହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ସେବା ନିମନ୍ତେ ରାଷ୍ଟ୍ରପତି ପୁଲିସ ପଦକ ଓ ସିବିଆଇର ସର୍ବୋତ୍ତମ ତଦନ୍ତକାରୀ ଅଧିକାରୀଙ୍କ ନିମନ୍ତେ ସ୍ୱର୍ଣ୍ଣପଦକ ପ୍ରଦାନ ଲାଗି ଏକ ସମାରୋହ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏଠାରେ ପ୍ରଧାନମନ୍ତ୍ରୀ ବିଜେତାଗଣକୁ ପଦକ ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ଶିଲଂ, ପୁଣେ ଓ ନାଗପୁରରେ ନିର୍ମିତ ହୋଇଥିବା ସିବିଆଇ କାର୍ଯ୍ୟାଳୟ ପରିସରକୁ ଉଦଘାଟନ କରିଥିଲେ । ସେ ସିବିଆଇ ହୀରକ ଜୟନ୍ତୀ ସମାରୋହ ଉପଲକ୍ଷେ ଏକ ଡାକ ଟିକସ ଓ ସ୍ମାରକୀ ମୁଦ୍ରାର ଉନ୍ମୋଚନ କରିବା ସହ ଏହାର ଟ୍ୱିଟର ହାଣ୍ଡେଲର ମଧ୍ୟ ଶୁଭାରମ୍ଭ କରିଥିଲେ ।

 

ସେ ମଧ୍ୟ ସିବିଆଇର ଅଧୁନାତନ ନିୟମ ପୁସ୍ତିକା, ବ୍ୟାଙ୍କ ଜାଲିଆତି ସମ୍ପର୍କୀୟ ପଞ୍ଜିକା, ମାମଲା ଅନୁଧ୍ୟାନ ଓ ଶିକ୍ଷା, ସିବିଆଇ ମାମଲା ନେଇ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ଓ ଆନ୍ତର୍ଜାତିକ ପୁଲିସ ସହଯୋଗ ନେଇ ହାଣ୍ଡବୁକ ଇତ୍ୟାଦି ମଧ୍ୟ ଉନ୍ମୋଚନ କରିଥିଲେ ।

ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ସିବିଆଇର ହୀରକ ଜୟନ୍ତୀ ନିମନ୍ତେ ପ୍ରତ୍ୟକଙ୍କୁ ଅଭିନନ୍ଦନ ଜଣାଇଥିଲେ । ସେ କହିଥିଲେ ଯେ ଏହି ସଂଗଠନ ଦେଶର ପ୍ରମୁଖ ତଦନ୍ତ ସଂସ୍ଥା ଭାବେ ଆଜି ୬୦ ବର୍ଷର ଯାତ୍ରା ଅତିକ୍ରମ କରିଛି । ଏହି ଛଅ ଦଶନ୍ଧି ମଧ୍ୟରେ ସଂଗଠନ ଅନେକ ସଫଳତା ହାସଲ କରିଥିବା ବେଳେ, ସୁପ୍ରିମ କୋର୍ଟଙ୍କ ସିବିଆଇ ମାମଲା ନେଇ ଦେଇଥିବା ରାୟର ସଂକଳନ ମଧ୍ୟ ଆଜି ଉନ୍ମୋଚିତ ହୋଇଛି ଓ ଏହା ସିବିଆଇ ଇତିହାସର ଏକ ଝଲକ ମଧ୍ୟ ଦେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । କେତେକ ସହରରେ ନୂତନ କାର୍ଯ୍ୟାଳୟ ହେଉ ବା ଟ୍ୱିଟର ହାଣ୍ଡେଲ ବା ଅନ୍ୟାନ୍ୟ ସୁବିଧାମାନ ଆଜିଠାରୁ ଆରମ୍ଭ ହୋଇଛି ଯାହା ସିବିଆଇକୁ ମଜବୁତ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ କହିଥିଲେ । “ସେମାନଙ୍କ କାର୍ଯ୍ୟ ଓ କୁଶଳତା ଜରିଆରେ ସିବିଆଇ ଆଜି ଦେଶର ସାଧାରଣ ନାଗରିକଙ୍କ ମନରେ ଆସ୍ଥାଭାଜନ ହୋଇଛି” ବୋଲି ସେ କହିଥିଲେ । ଆଜି ଯେତେବେଳେ କୌଣସି ଅସମାହିତ ମାମଲା ଆସେ ଏହା ସିବିଆଇ ହାତରେ ନ୍ୟସ୍ତ କରାଯାଉ ବୋଲି ସାଧାରଣରେ ମତ ପ୍ରକାଶ ପାଇଥାଏ । ବେଳେବେଳେ କେତେକ ନଗରୀରେ ସିବିଆଇକୁ ମାମଲା ଭାର ହସ୍ତାନ୍ତର ନିମନ୍ତେ ଆପତ୍ତି ଦର୍ଶାଇ ଆଂଦୋଳନ ମଧ୍ୟ କରାଯିବାର ସେ ଉଦାହରଣ ଦେଇଥିଲେ । ଏପରିକି ପଞ୍ଚାୟତ ସ୍ତରରେ ମଧ୍ୟ କିଛି ସମସ୍ୟା ଉପୁଜିଲେ ଜନସାଧାରଣଙ୍କ ମଧ୍ୟ ଏହାର ସିବିଆଇ ତତନ୍ତ ନେଇ ମତ ପ୍ରକାଶ ପାଇଥାଏ । “ସିବିଆଇର ନାମ ସମସ୍ତଙ୍କ ଜିଭ ଅଗରେ ଥାଏ । ଏହା ସତ୍ୟ ଓ ନ୍ୟାୟର ଏକ ଛାପ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ୬୦ ବର୍ଷର ଯାତ୍ରାରେ ଯେଉଁମାନେ ସିବିଆଇ ସହିତ ସଂଶ୍ଳିଷ୍ଟ ଅଛନ୍ତି ପ୍ରତ୍ୟକଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ ।

 

ପ୍ରଧାନମନ୍ତ୍ରୀ ପୁରସ୍କାର ବିଜେତାଗଣଙ୍କୁ ଅଭିନନ୍ଦନ ଜଣାଇବା ସହ ନିଜକୁ ଅଧୁନାତନ କରିବାକୁ ବୁ୍ୟରୋକୁ ପରାମର୍ଶ ଦେଇଥିଲେ । ପ୍ରସ୍ତାବିତ ଚିନ୍ତନ ଶିବିରରେ ସେମାନେ ଅତୀତରୁ ଶିଖି ଭବିଷ୍ୟତ ତଥା ଅମୃତ କାଳର ସ୍ମରଣୀୟ ମୁହୂର୍ତ୍ତଗୁଡ଼ିକୁ ଆଖି ଆଗରେ ରଖି କାର୍ଯ୍ୟ କରିବାକୁ କହିଥିଲେ । କାରଣ ଅମୃତ କାଳରେ କୋଟି କୋଟି ଭାରତୀୟ ଏକ ବିକଶିତ ଭାରତ ଗଠନ ନିମନ୍ତେ ସଂକଳ୍ପ ନେଇଛନ୍ତି । ବିକଶିତ ଭାରତ ବୃତ୍ତିଗତ ଓ ଦକ୍ଷତାପୂର୍ଣ୍ଣ ଅନୁଷ୍ଠାନ ବିନା ଅସମ୍ଭବ ମନେ ହେଉଥିବାରୁ ସିବିଆଇ ଉପରେ ଏହାର ଗୁରୁଦାୟିତ୍ୱ ରହିଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରି କହିଥିଲେ ।

ପ୍ରଧାନମନ୍ତ୍ରୀ ସିବିଆଇକୁ ଏକ ବହୁଗତିଯୁକ୍ତ ଓ ବହୁ ଶୃଙ୍ଖଳିତ ତଦନ୍ତ ସଂସ୍ଥା ହୋଇ ଏହାର ସମ୍ପ୍ରସାରଣ ନେଇ ଶୁଭେଚ୍ଛା ଜଣାଇଥିଲେ । ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରି କହିଥିଲେ ଯେ ସିବିଆଇର ମୁଖ୍ୟ ଦାୟିତ୍ୱ ହେଉଛି ଦେଶକୁ ଦୁର୍ନୀତିମୁକ୍ତ କରିବା । “ଦୁର୍ନୀତି ଏକ ମାମୁଲି ଅପରାଧ ନୁହେଁ, ଏହା ଗରୀବର ଅଧିକାର ଛଡ଼ାଇ ନେଇଥାଏ, ଏହା ଆହୁରି ଅଧିକ ଅପରାଧ ବୃଦ୍ଧିରେ ସହାୟକ ହୋଇଥାଏ । ନ୍ୟାୟ ଓ ଗଣତନ୍ତ୍ରର ରାସ୍ତାରେ ଦୁର୍ନୀତି ହେଉଛି ସବୁଠାରୁ ବଡ଼ ପ୍ରତିବନ୍ଧକ” ବୋଲି ସେ କହିଥିଲେ । ସେ କହିଥିଲେ ଯେ ସରକାରୀ ବ୍ୟବସ୍ଥା ମଧ୍ୟରେ ଦୁର୍ନୀତି ଗଣତନ୍ତ୍ରର ଗତିରୋଧ କରିଥାଏ ଓ ଏଥିରେ ଯୁବବର୍ଗର ସ୍ୱପ୍ନ ପ୍ରଧମ ଶିକାର ହୋଇଥାଏ । ଏଥିରେ ଏପରି ଏକ ବାତାବରଣ ସୃଷ୍ଟି ହୁଏ ଯାହା ମେଧାର ହତ୍ୟା କରିଥାଏ । ଦୁର୍ନୀତି ପ୍ରିୟାପ୍ରୀତି ତୋଷଣ ଓ ବଂଶଗତ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ସହ ଦେଶର ଶକ୍ତିକୁ ଦୁର୍ବଳ କରିବା ସହ ବିକାଶକୁ ଗୁରୁତର ବାଧାପ୍ରାପ୍ତ କରିଥାଏ ।

ପ୍ରଧାନମନ୍ତ୍ରୀ ସ୍ମୃତିଚାରଣ କରି କହିଥିଲେ ଯେ ଦୁର୍ଭାଗ୍ୟବଶତଃ ଭାରତ ସ୍ୱାଧୀନତା ପ୍ରାପ୍ତି ସହ ଉତ୍ତରାଧିକାର ସୂତ୍ର ଭଳି ଏହା ଆସିଲା ଓ କେତେକ ବ୍ୟକ୍ତି ଏହାର ନିରାକରଣ ପରିବର୍ତ୍ତେ ଏହି ବ୍ୟାଧିକୁ ବଢ଼ିବାର ସୁଯୋଗ ଦେଲେ ବୋଲି ପ୍ରଧାନମନ୍ତ୍ରୀ ତାହାର ସମାଲୋଚନା କରିଥିଲେ । ସେ ଦଶବର୍ଷ ପୂର୍ବରୁ ହେରଫେର ଘଟଣାର ସ୍ମୃତିଚାରଣ କରିଥିଲେ। ଏଭଳି ପରିସ୍ଥିତି ଯୋଗୁ ବ୍ୟବସ୍ଥାରେ ଧ୍ୱଂସସାଧନ ହେବା ସହ ନୀତିଗତ ପକ୍ଷାଘାତର ବାତାବରଣ ସୃଷ୍ଟି ହୋଇ ବିନାଶ ସାଧିତ ହେଲା ବୋଲି ସେ କହିଥିଲେ ।

୨୦୧୪ ମସିହା ପରଠାରୁ ସରକାର ବ୍ୟବସ୍ଥା ଉପରେ ବିଶ୍ୱାସକୁ ଅଗ୍ରାଧିକାର ଦେବା ସହ କଳାପଟା ଓ ବେନାମୀ ସମ୍ପତ୍ତି ଆହରଣ ବିରୁଦ୍ଧରେ ଅଭିଯାନ ଚଳାଇବା ସହ ଦୁର୍ନୀତିଗ୍ରସ୍ତ ଓ ଏହା ବିରୁଦ୍ଧରେ ଥିବା ବ୍ୟକ୍ତିଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ପ୍ରଧାନମନ୍ତ୍ରୀ ଦୁଢ଼ୋକ୍ତିର ସହ ପ୍ରକାଶ କରିଥିଲେ । ସେ ସରକାରୀ ଟେଣ୍ଡରରେ ଅଣାଯାଇଥିବା ସ୍ୱଚ୍ଛତା ଓ ୨ଜି ଓ ୫ଜି ସ୍ପେକ୍ଟ୍ରମ ଆବଣ୍ଟନର ନିରପେକ୍ଷତା ଉପରେ ମଧ୍ୟ ଆଲୋକପାତ କରିଥିଲେ । କେନ୍ଦ୍ର ସରକାରଙ୍କ ପ୍ରତ୍ୟେକ ବିଭାଗରେ ଜିଇଏମ (ସରକାର ଇ-ମାର୍କେଟପ୍ଲେସ) ଜରିଆରେ ସମସ୍ତ କ୍ରୟ କରି ସ୍ୱଚ୍ଛତା ସୁନିଶ୍ଚିତ କରିବାକୁ ନିଷ୍ପତ୍ତି ନିଆଯାଇଥିବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ ।

ପୂର୍ବର ଫୋନ ବ୍ୟାଙ୍କିଙ୍ଗ ବେମାରୀ ତୁଳନାରେ ଆଜିର ଇଣ୍ଟରନେଟ ବ୍ୟାଙ୍କିଙ୍ଗ ଓ ୟୁପିଆଇ ଯଥେଷ୍ଟ ଉନ୍ନତ । ଗତ କିଛିବର୍ଷ ମଧ୍ୟରେ ବ୍ୟାଙ୍କିଙ୍ଗ କ୍ଷେତ୍ରକୁ ଅଧିକ ଲୋକାଭିମୁଖୀ କରିବା ନେଇ ଯଥେଷ୍ଟ ପ୍ରୟାସ ହୋଇଛି । ପଳାତକ ଆର୍ଥିକ ଅପରାଧ ଆଇନ ଯୋଗୁ ଏ ପର୍ଯ୍ୟନ୍ତ ପଳାତକ ଅପରାଧୀମାନଙ୍କ ୨୦ ହଜାର କୋଟି ଟଙ୍କାର ସମ୍ପତ୍ତି ବ୍ୟାଜାପ୍ତି ହୋଇଛି ।

 

ଯୁଗ ଯୁଗ ଧରି ସରକାରୀ କୋଷାଗାରରୁ ଲୁଟ ଉପରେ ଆଲୋକପାତ କରି ସେ କହିଥିଲେ ଯେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିମାନେ ହିତାଧିକାରୀମାନଙ୍କୁ ପ୍ରଦାନ କରାଯାଇଥିବା ସରକାରୀ ଯୋଜନା ବାବଦ ସହାୟତା ଟଙ୍କା ଲୁଟ କରିବାକୁ ମଧ୍ୟ ପଶ୍ଚାତପଦ ହୁଅନ୍ତି ନାହିଁ । ସେ ରାସନ ହେଉ ବା ଆବାସ, ବୃତ୍ତି ବା ପେନସନ ବା ଅନ୍ୟ ଯେକୌଣସି ସରକାରୀ ଯୋଜନା, ସବୁବେଳେ ପ୍ରକୃତ ହିତାଧିକାରୀ ନିଜକୁ ଅବହେଳାର ଶିକାର ହେଉଥିବା ଅନୁଭବ କରୁଥିଲା । “ଏପରିକି ଜଣେ ପ୍ରଧାନମନ୍ତ୍ରୀ ଥରେ କହିଥିଲେ ଯେ ଗରୀବଙ୍କୁ ପଠାଯାଉଥିବା ପ୍ରତି ଟଙ୍କାର ମାତ୍ର ଶତକଡ଼ା ୧୫ ପ୍ରତିଶତ ସେମାନଙ୍କ ନିକଟରେ ପହଂଚିଥାଏ” ବୋଲି ଶ୍ରୀ ମୋଦୀ କହିଥିଲେ । ପ୍ରତ୍ୟକ୍ଷ ପୁଞ୍ଜି ହସ୍ତାନ୍ତରଣର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗରୀବମାନଙ୍କୁ ୨୭ ଲକ୍ଷ କୋଟି ଟଙ୍କା ହସ୍ତାନ୍ତର କରାଯାଇଛି । ଯଦି ଟଙ୍କାକରେ ୧୫ ପଇସା ପହଂଚିବା ସିଦ୍ଧାନ୍ତକୁ ବିଚାରକୁ ନିଆଯାଏ, ତେବେ ୧୬ ଲକ୍ଷ କୋଟି ଟଙ୍କା ଉଭେଇ ଯାଇଥାନ୍ତା । ପ୍ରଧାନମନ୍ତ୍ରୀ କହିଥିଲେ ଯେ ହିତାଧିକାରୀମାନେ ତ୍ରିମୂର୍ତ୍ତି ଯଥା ଜନଧନ, ଆଧାର ଓ ମୋବାଇଲ ଜରିଆରେ ସେମାନଙ୍କ ସମ୍ପୂର୍ଣ୍ଣ ହକ୍ ପାଉଛନ୍ତି ଓ ଆଠ କୋଟି ଜାଲ ହିତାଧିକାରୀଙ୍କୁ ବ୍ୟବସ୍ଥାରୁ ବାଦ ଦିଆଯାଇଛି । “ଡିବିଟି ଯୋଗୁ ୨.୨୫ ଲକ୍ଷ କୋଟି ଟଙ୍କା ଦେଶର ଭୁଲ ଲୋକଙ୍କ ହାତକୁ ଯିବାରୁ ବଂଚାଯାଇ ପାରିଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

“ସାକ୍ଷାତକାର ନାଁରେ କିପରି ନିଯୁକ୍ତିରେ ଦୁର୍ନୀତି ହେଉଥିଲା ପ୍ରଧାନମନ୍ତ୍ରୀ ଏହାର ସ୍ମୃତିଚାରଣ କରିଥିଲେ । ସେଥିପାଇଁ କେନ୍ଦ୍ରରେ ଗ୍ରୁପ ସି ଓ ଡି’ ସରକାରୀ ଚାକିରି ପାଇଁ ସାକ୍ଷାତକାରକୁ ଉଚ୍ଛେଦ କରାଯାଇଛି । ସେହିପରି ୟୁରିଆ ସଂକ୍ରାନ୍ତ ହେରଫେରକୁ ନିମ ପ୍ରଲେପଯୁକ୍ତ ୟୁରିଆ ବଳରେ ରୋକାଯାଇ ପାରିଛି । ପ୍ରତିରକ୍ଷା ସଉଦା କ୍ଷେତ୍ରରେ ମଧ୍ୟ ଅଧିକ ସ୍ୱଚ୍ଛତା ଅବଲମ୍ବନ କରାଯିବା ସହ ଏ କ୍ଷେତ୍ରରେ ଆତ୍ମନିର୍ଭରତା ଉପରେ ଗୁରୁତ୍ୱ ଆରୋପ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ତଦନ୍ତରେ ବିଳମ୍ବ ଯୋଗୁ ଦୋଷୀ ଦଣ୍ଡ ପାଇବାରେ ବିଳମ୍ବ ଓ ନିରୀହ ଲୋକ ହଇରାଣ ହେଉଥିବା ସମସ୍ୟା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କୁ ଯଥା ସମ୍ଭବ ଶୀଘ୍ର ଦୋଷୀ ସାବ୍ୟସ୍ତ କରିବା ପାଇଁ ପ୍ରକ୍ରିୟାକୁ ଦୃଢ଼ କରିବା ସହ ସର୍ବେତ୍ତମ ଆନ୍ତର୍ଜାତିକ ବ୍ୟବସ୍ଥା ଅନୁସରଣ ଓ ଅଧିକାରୀଙ୍କ ସାମର୍ଥ୍ୟ ବୃଦ୍ଧି ଉପରେ ସେ ଜୋର ଦେଇଥିଲେ ।

 

ପ୍ରଧାନମନ୍ତ୍ରୀ ସ୍ପଷ୍ଟ ଭାବେ କହିଥିଲେ ଯେ, “ଆଜି ଦେଶରେ ଦୁର୍ନୀତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କୌଣସି ରାଜନୀତିକ ଇଚ୍ଛାଶକ୍ତିର ଅଭାବ ନାହିଁ ।” ଯେତେ କ୍ଷମତା ସମ୍ପନ୍ନ ହେଲେ ମଧ୍ୟ ସେ ଅଧିକାରୀଙ୍କ ବିରୁଦ୍ଧରେ ବିନା ଦ୍ୱିଧାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଅଧିକାରୀମାନଙ୍କୁ କହିଥିଲେ । ତଦନ୍ତକାରୀ ସଂସ୍ଥାର ଛବି ମଳିନ କରି ଯେଉଁମାନେ ଖରାପ ବାତାବରଣ ସୃଷ୍ଟି କରିଥିଲେ ସେମାନଙ୍କ ଦ୍ୱାରା ବିଚଳିତ ନ ହୋଇ କାର୍ଯ୍ୟ କରିବାକୁ ସେ କହିଥିଲେ । “ସେମାନେ ଆପଣମାନଙ୍କୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରିବେ । ମାତ୍ର ଆପଣମାନେ ନିଜ କାର୍ଯ୍ୟ ଉପରେ ଧ୍ୟାନ ଦିଅନ୍ତୁ । କୌଣସି ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ଛାଡ଼ ପାଇବା ଅନୁଚିତ । ନିଜର ଉଦ୍ୟମରେ କୌଣସି କୋହଳତା ରହିବା ଅନୁଚିତ । ଏହା ଦେଶ ଓ ଦେଶବାସୀଙ୍କ ଇଚ୍ଛା । ଦେଶ, ଆଇନ ଓ ଦେଶର ସମ୍ବିଧାନ ଆପଣମାନଙ୍କ ସହ ରହିଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଉତ୍ତମ ଫଳାଫଳ ନିମନ୍ତେ ବିଭିନ୍ନ ସଂସ୍ଥା ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ । ପାରସ୍ପରିକ ଆସ୍ଥାର ବାତାବରଣ ହେଲେ ଯାଇ ମିଳିତ ଓ ବହୁମୁଖୀ ଶୃଙ୍ଖଳାଯୁକ୍ତ ତଦନ୍ତ ସମ୍ଭବ ବୋଲି ସେ ଦୃଢ଼ ଯୁକ୍ତି ବାଢ଼ିଥିଲେ । ଆନ୍ତର୍ଜାତିକ ନେଣଦେଣ ଓ ଜନସାଧାରଣଙ୍କ ଗମନାଗମନ ଭୌଗଳିକ ସୀମାରେଖା ବାହାରେ ବସ୍ତୁ ଓ ସେବାର ବହୁଳତା ଦୃଷ୍ଟିରୁ ଆର୍ଥିକ ଶକ୍ତିବୃଦ୍ଧି ଘଟିବା ସହ ବାଧାବିଘ୍ନ ସୃଷ୍ଟିକାରୀ ସଂସ୍ଥା ଓ ଜନସାଧାରଣଙ୍କ କର୍ତ୍ତୃତ୍ତ୍ୱ ମଧ୍ୟ ବୃଦ୍ଧିପାଉଛି । ଭାରତୀୟ ସାମାଜିକ ବ୍ୟବସ୍ଥା, ଏହାର ଏକତା ଓ ଭ୍ରାତୃତ୍ୱ ଏହାର ଆର୍ଥିକ ସ୍ୱାସ୍ଥ୍ୟ ଓ ଅନୁଷ୍ଠାନଗୁଡ଼ିକ ଉପରେ ଆକ୍ରମଣ ଘଟଣା ପ୍ରତି ସେ ସତର୍କ କରାଇ ଦେଇଥିଲେ । “ଦୁର୍ନୀତି ବଳରେ ଆସୁଥିବା ଅର୍ଥ ଏସବୁଥିରେ ଖର୍ଚ୍ଚ ହେବ । ସେ ଦୃଷ୍ଟିରୁ ବହୁଦେଶୀୟ ଅପରାଧ ଓ ଦୁର୍ନୀତି ବିଷୟରେ ଅନୁଶୀଳନ ଉପରେ ମଧ୍ୟ ସେ ଗୁରୁତ୍ୱ ଆରୋପ କରିଥିଲେ । ତଦନ୍ତରେ ଅନୁଶୀଳନ ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିବା ସହ ଯଦିଓ ବୈଶ୍ୱିକ ଅପରାଧ ପ୍ରଯୁକ୍ତିବିଦ୍ୟା ଯୋଗୁ ବୃଦ୍ଧି ପାଉଛି ଏହାର ସମାଧାନ ମଧ୍ୟ ରହିଛି ବୋଲି ଶ୍ରୀ ମୋଦୀ କହିଥିଲେ ।

 

ସାଇବର ଅପରାଧ ମୁକାବିଲା ପାଇଁ ନବୋନ୍ମେଷ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ । ବିଭାଗରେ ପ୍ରଯୁକ୍ତିୁବିଦ୍ୟା ସମ୍ପନ୍ନ ଅଧିକାରୀଙ୍କୁ ସାମିଲ କରିବା ଉପରେ ସେ ଜୋର ଦେବା ସହ ସିବିଆଇ ୭୫ଟି ପଦ୍ଧତି ଓ ବ୍ୟବସ୍ଥାକୁ ସଂକଳିତ କରିଥିବାରୁ ସେ ଏହାର ପ୍ରଶଂସା କରିଥିଲେ । ଏହାକୁ ସମୟଭିତ୍ତିକ ରୂପେ ସମ୍ପନ୍ନ କରିବା ସହ ପରାମର୍ଶ ଦେଇଥିଲେ । ଅନୁଷ୍ଠାନର ‘ନବୋନ୍ମେଷ’ ପଦ୍ଧତି ନିରବଚ୍ଛିନ୍ନ ଭାବେ ପରିଚାଳନା ପାଇଁ ସେ କହିଥିଲେ ।

କେନ୍ଦ୍ର କାର୍ମିକ, ଜନ ଅଭିଯୋଗ ଓ ପେନସନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଜିତେନ୍ଦ୍ର ସିଂ, ପ୍ରଧାନମନ୍ତ୍ରୀଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ଶ୍ରୀ ଅଜିତ ଡୋଭାଲ, କ୍ୟାବିନେଟ ସଚିବ ଶ୍ରୀ ରାଜୀବ ଗାବା ଓ ସିବିଆଇ ନିର୍ଦେଶକ ଶ୍ରୀ ସୁବୋଧ କୁମାର ଜୟୱାଲ ଏହି ଅବସରରେ ଉପସ୍ଥିତ ଥିଲେ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Moving beyond Western paradigms: The geopolitical lesson of India’s multi-alignment

Media Coverage

Moving beyond Western paradigms: The geopolitical lesson of India’s multi-alignment
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles loss of lives in a mishap in Surat, Gujarat
June 02, 2026
PM announces ex-gratia from PMNRF

Prime Minister Shri Narendra Modi today expressed deep pain over the tragic mishap in Surat district, Gujarat. He extended his heartfelt condolences to those who have lost their loved ones and prayed for the earliest recovery of the injured. The Prime Minister noted that rescue operations are underway and authorities are providing all possible assistance at the accident site.

The Prime Minister has announced an ex-gratia of Rs. 2 lakh from the Prime Minister’s National Relief Fund (PMNRF) for the next of kin of each deceased. Shri Modi also noted that Rs. 50,000 would be provided to those who sustained injuries in the incident.

The Prime Minister posted on X:

"Deeply pained to hear about a mishap in Surat district, Gujarat. My condolences to those who have lost their loved ones. May the injured recover at the earliest. Rescue operations are underway and authorities are providing all possible assistance at the accident site.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM"