୩ଟି ଜାତୀୟ ରାଜପଥ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ
ସନତନଗର - ମୌଲା ଅଲ୍ଲୀ ରେଳ ଲାଇନ୍‌ର ଦୋହରୀକରଣ ଓ ବିଦ୍ୟୁତିକରଣ ସହ ୬ଟି ନୂଆ ଷ୍ଟେସନ କୋଠା ଉଦ୍‌ଘାଟିତ
ଘାଟକେଶର - ଲିଙ୍ଗମପଲ୍ଲୀ ଭାୟା ମୌଲା ଅଲ୍ଲୀ - ସନତନଗରରୁ ଉଦ୍‌ଘାଟନୀ ଏମଏମଟିଏସ୍ ଟ୍ରେନ୍ ସେବାର ଶୁଭାରମ୍ଭ
ଇଣ୍ଡିଆନ୍ ଅଏଲ୍ ପାରାଦୀପ - ହାଇଦ୍ରାବାଦ ପ୍ରଡକ୍ଟ ପାଇପ୍‌ଲାଇନ୍ ଉଦ୍‌ଘାଟିତ
ହାଇଦ୍ରାବାଦରେ ବେସାମରିକ ବିମାନ ଚଳାଚଳ ଗବେଷଣା ସଂସ୍ଥା (ସିଏଆର୍‌ଓ) କେନ୍ଦ୍ରର ଉଦଘାଟନ
"ମୁଁ ରାଜ୍ୟର ବିକାଶ ମାଧ୍ୟମରେ ରାଷ୍ଟ୍ର ବିକାଶର ମନ୍ତ୍ରରେ ବିଶ୍ୱାସ କରେ’
"ଆଜିର ପ୍ରକଳ୍ପଗୁଡିକ ବିକଶିତ ତେଲେଙ୍ଗାନା ମାଧ୍ୟମରେ ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ"
ହାଇଦ୍ରାବାଦର ବେଗମପେଟ୍ ବିମାନବନ୍ଦରରେ ବେସାମରିକ ବିମାନ ଚଳାଚଳ ଗବେଷଣା ସଂସ୍ଥା (ସିଏଆର୍‌ଓ) କେନ୍ଦ୍ର ଏଭଳି ଆଧୁନିକ ମାନଦଣ୍ଡ ଉପରେ ଆଧାରିତ ପ୍ରଥମ କେନ୍ଦ୍ର

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତେଲେଙ୍ଗାନାର ସଙ୍ଗାରେଡ୍ଡୀ ଠାରେ ୬,୮୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହି ପ୍ରକଳ୍ପଗୁଡିକ ମଧ୍ୟରେ ସଡ଼କ, ରେଳ, ପେଟ୍ରୋଲିୟମ, ବିମାନ ଚଳାଚଳ ଏବଂ ପ୍ରାକୃତିକ ଗ୍ୟାସ ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଅନ୍ତର୍ଭୁକ୍ତ ।

ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ତେଲେଙ୍ଗାନା ଗସ୍ତର ଆଜି ହେଉଛି ଦ୍ୱିତୀୟ ଦିନ । କେନ୍ଦ୍ର ସରକାର ଏହି ରାଜ୍ୟର ବିକାଶ ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି ବୋଲି ସେ କହିଥିଲେ । ସେ ଆଦିଲାବାଦରେ ଶକ୍ତି, ଜଳବାୟୁ ଏବଂ ଭିତ୍ତିଭୂମି କ୍ଷେତ୍ର ସମ୍ବନ୍ଧିତ ପ୍ରାୟ ୫୬,୦୦୦ କୋଟି ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବା ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ସମ୍ପର୍କରେ ମନେ ପକାଇଥିଲେ ଏବଂ ଆଜି ପ୍ରାୟ ୭,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରାଯାଉଛି , ଯେଉଁଥିରେ ରାଜପଥ , ରେଳବାଇ, ଏୟାରୱେଜ ଏବଂ ପେଟ୍ରୋଲିୟମ ଭଳି ବିଭିନ୍ନ କ୍ଷେତ୍ର ଅନ୍ତର୍ଭୁକ୍ତ ବୋଲି ସେ ଉଲ୍ଲେଖ କରିଥିଲେ । ସରକାରଙ୍କ କାର୍ଯ୍ୟଧାରା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ "ମୁଁ ରାଜ୍ୟର ବିକାଶ ମାଧ୍ୟମରେ ରାଷ୍ଟ୍ର ବିକାଶର ମନ୍ତ୍ରରେ ବିଶ୍ୱାସ କରେ" । କେନ୍ଦ୍ର ସରକାର ତେଲେଙ୍ଗାନାର ସେବା କରିବା ପାଇଁ ସମାନ ଭାବନା ସହିତ କାର୍ଯ୍ୟ କରୁଛନ୍ତି ବୋଲି ସେ ଗୁରୁତ୍ୱାରୋପ କରିଥିଲେ ଏବଂ ଆଜିର ବିକାଶ ମୂଳକ କାର୍ଯ୍ୟ ପାଇଁ ନାଗରିକ ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ।

 

ହାଇଦ୍ରାବାଦର ବେଗମପେଟ୍ ବିମାନବନ୍ଦରରେ ବେସାମରିକ ବିମାନ ଚଳାଚଳ ଗବେଷଣା ସଂସ୍ଥା (ସିଏଆର୍‌ଓ) କେନ୍ଦ୍ରର ଉଦଘାଟନକୁ ନେଇ ପ୍ରଧାନମନ୍ତ୍ରୀ କହିଥିଲେ, ଏହା ବିମାନ ଚଳାଚଳ କ୍ଷେତ୍ରରେ ତେଲେଙ୍ଗାନା ପାଇଁ ଏକ ପ୍ରମୁଖ ଉପହାର । ଏହି କେନ୍ଦ୍ର ଏହି କ୍ଷେତ୍ରରେ ପ୍ରଥମ ଏବଂ ଏହା ତେଲେଙ୍ଗାନାକୁ ନୂତନ ମାନ୍ୟତା ଦେବ । ଏହା ଦ୍ୱାରା ଦେଶର ବିମାନ ଚଳାଚଳ ଷ୍ଟାର୍ଟଅପ୍ ଗୁଡ଼ିକୁ ଏକ ଗବେଷଣା ଓ ବିକାଶ ପ୍ଲାଟଫର୍ମ ମିଳିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ବିକଶିତ ଭାରତର ସଂକଳ୍ପରେ ଆଧୁନିକ ଭିତ୍ତିଭୂମିର ମହତ୍ୱ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ମୋଦୀ ଚଳିତ ବର୍ଷ ବଜେଟରେ ୧୧ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ବିଷୟରେ ଉଲ୍ଲେଖ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ତେଲେଙ୍ଗାନାକୁ ଏହାର ସର୍ବାଧିକ ଲାଭ ପ୍ରଦାନ କରିବା ଉଦ୍ଦେଶ୍ୟରେ , ଜାତୀୟ ରାଜପଥ - ୧୬୧ର କାଣ୍ଡିରୁ ରାମସାନପାଲ୍ଲେ ସେକ୍ସନ ଏବଂ ୧୬୭ ନମ୍ବର ଜାତୀୟ ରାଜପଥର ମିରିୟାଲାଗୁଡାରୁ କୋଡାଡ୍ ସେକ୍ସନ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ପରିବହନ ସୁବିଧାରେ ଉନ୍ନତି ଆଣିବ ।

 

ପ୍ରଧାନମନ୍ତ୍ରୀ କହିଥିଲେ, "ତେଲେଙ୍ଗାନା ଦକ୍ଷିଣ ଭାରତର ପ୍ରବେଶ ଦ୍ୱାର ଭାବରେ ପରିଚିତ", ଏବଂ ଦ୍ରୁତ ଗତିରେ ରେଳ ଲାଇନର ବିଦ୍ୟୁତିକରଣ ଏବଂ ଦୋହରୀକରଣ ସହିତ ରାଜ୍ୟରେ ରେଳ ସଂଯୋଗ ଏବଂ ସେବାରେ ଉନ୍ନତି ଆଣିବା ପାଇଁ ସରକାରଙ୍କ ପ୍ରୟାସ ଉପରେ ସେ ଆଲୋକପାତ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଆଜି ସନତନଗର - ମୌଲା ଅଲ୍ଲୀ ମାର୍ଗର ଦୋହରୀକରଣ ଏବଂ ବିଦ୍ୟୁତିକରଣ ସହିତ ୬ଟି ନୂତନ ଷ୍ଟେସନ କୋଠାର ଉଦ୍‌ଘାଟନ ବିଷୟରେ ଉଲ୍ଲେଖ କରିଥିଲେ । ଘାଟକେଶର - ଲିଙ୍ଗମପଲ୍ଲୀ ଭାୟା ମୌଲା ଅଲ୍ଲୀ - ସନତନଗରରୁ ଏମଏମଟିଏସ୍ ଟ୍ରେନ୍ ସେବା ଆଜି ପତାକା ଦେଖାଇ ଶୁଭାରମ୍ଭ କରିବା ପରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ହାଇଦ୍ରାବାଦ ଏବଂ ସିକନ୍ଦରାବାଦ ଅଞ୍ଚଳର ଅନେକ ସ୍ଥାନକୁ ସଂଯୋଗ କରାଯିବ ଯାହା ଯାତ୍ରୀଙ୍କ ପାଇଁ ସୁବିଧାଜନକ ହେବ ।

ପ୍ରଧାନମନ୍ତ୍ରୀ ଆଜି ଇଣ୍ଡିଆନ ଅଏଲ ପାରାଦୀପ - ହାଇଦ୍ରାବାଦ ପ୍ରଡକ୍ଟ ପାଇପଲାଇନକୁ ଉଦଘାଟନ କରିଛନ୍ତି ଯାହା ପେଟ୍ରୋଲିୟମ ଉତ୍ପାଦକୁ ଶସ୍ତା ଏବଂ ପରିବେଶ ଦୃଷ୍ଟିରୁ ସ୍ଥାୟୀ ଉପାୟରେ ପରିବହନ କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ବିକଶିତ ତେଲେଙ୍ଗାନା ମାଧ୍ୟମରେ ବିକଶିତ ଭାରତକୁ ପ୍ରୋତ୍ସାହନ ଦେବ ।

 

ଅନ୍ୟମାନଙ୍କ ମଧ୍ୟରେ ତେଲେଙ୍ଗାନା ରାଜ୍ୟପାଳ ଡ. ତାମିଲିସାଇ ସୌନ୍ଦରରାଜନ ଏବଂ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜି. କିଶନ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ପ୍ରଧାନମନ୍ତ୍ରୀ ତିନୋଟି ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଥିଲେ । ପ୍ରଧାନମନ୍ତ୍ରୀ ଉଦଘାଟନ କରିଥିବା ଦୁଇଟି ଜାତୀୟ ରାଜପଥ ପ୍ରକଳ୍ପ ମଧ୍ୟରେ ୧୬୧ ନମ୍ବର ଜାତୀୟ ରାଜପଥର ୪୦ କିଲୋମିଟର ଦୀର୍ଘ କାଣ୍ଡିରୁ ରାମସାନପାଲ୍ଲେ ସେକ୍ସନକୁ ୪ ଲେନ୍ କରାଯିବା ପ୍ରକଳ୍ପ ଅନ୍ତର୍ଭୁକ୍ତ । ଏହି ପ୍ରକଳ୍ପ ଇନ୍ଦୋର - ହାଇଦ୍ରାବାଦ ଅର୍ଥନୈତିକ କରିଡରର ଏକ ଅଂଶ ବିଶେଷ ଏବଂ ଏହା ତେଲେଙ୍ଗାନା, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶ ମଧ୍ୟରେ ନିରବଚ୍ଛିନ୍ନ ଯାତ୍ରୀ ଏବଂ ମାଲ ପରିବହନକୁ ସହଜ କରିବ । ଏହି ବିଭାଗ ହାଇଦ୍ରାବାଦ ଏବଂ ନାନ୍ଦେଡ ମଧ୍ୟରେ ଯାତ୍ରା ସମୟକୁ ମଧ୍ୟ ପ୍ରାୟ ୩ ଘଣ୍ଟା ହ୍ରାସ କରିବ । ପ୍ରଧାନମନ୍ତ୍ରୀ ଜାତୀୟ ରାଜପଥ - ୧୬୭ ର ୪୭ କିଲୋମିଟର ଦୀର୍ଘ ମିରିୟାଲାଗୁଡା ରୁ କୋଡାଡ ସେକ୍ସନକୁ ରାସ୍ତା କଡ ସହିତ ଦୁଇ ଲେନ୍‌ର ଉନ୍ନତିକରଣ ପ୍ରକଳ୍ପକୁ ଉଦଘାଟନ କରିଥିଲେ । ଉନ୍ନତ ଯୋଗାଯୋଗ ଏହି ଅଞ୍ଚଳରେ ପର୍ଯ୍ୟଟନ ସହିତ ଅର୍ଥନୈତିକ କାର୍ଯ୍ୟକଳାପ ଏବଂ ଶିଳ୍ପକୁ ପ୍ରୋତ୍ସାହିତ କରିବ ।

ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ଜାତୀୟ ରାଜପଥ- ୬୫ର ୨୯ କିଲୋମିଟର ଦୀର୍ଘ ପୁନେ- ହାଇଦ୍ରାବାଦ ସେକ୍ସନକୁ ୬ ଲେନ୍ କରିବା ନିମନ୍ତେ ଉଦ୍ଦିଷ୍ଟ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ପ୍ରକଳ୍ପ ତେଲେଙ୍ଗାନାର ପ୍ରମୁଖ ଶିଳ୍ପ କେନ୍ଦ୍ର ଯଥା ପାଟନଚେରୁ ନିକଟସ୍ଥ ପଶାମିଲାରାମ ଶିଳ୍ପାଞ୍ଚଳକୁ ଉନ୍ନତ ସଂଯୋଗ ପ୍ରଦାନ କରିବ ।

 

ପ୍ରଧାନମନ୍ତ୍ରୀ ସନତନଗର - ମୌଲା ଅଲ୍ଲୀ ରେଳ ଲାଇନର ଦୋହରୀକରଣ ଏବଂ ବିଦ୍ୟୁତିକରଣ ସହ ଛଅଟି ନୂତନ ଷ୍ଟେସନ କୋଠାକୁ ଉଦ୍‌ଘାଟନ କରିଥିଲେ । ଏହି ପ୍ରକଳ୍ପର ସମ୍ପୂର୍ଣ୍ଣ ୨୨ଟି ରୁଟ୍ କିଲୋମିଟର ସ୍ୱୟଂଚାଳିତ ସିଗନାଲ ସହିତ କାର୍ଯ୍ୟକ୍ଷମ ହୋଇଛି ଏବଂ ଏମଏମଟିଏସ୍ (ମଲ୍ଟି ମୋଡାଲ ଟ୍ରାନ୍ସପୋର୍ଟ ସର୍ଭିସ) ପର୍ଯ୍ୟାୟ - ୨ ପ୍ରକଳ୍ପର ଅଂଶ ଭାବରେ ସମ୍ପୂର୍ଣ୍ଣ ହୋଇଛି । ଏହାର ଅଂଶ ସ୍ୱରୂପ ଫିରୋଜଗୁଡା, ସୁଚିତ୍ରା ସେଂଟର, ଭୂଦେବୀ ନଗର, ଅମ୍ମୁଗୁଡା, ନେରେଦମେଟ ଏବଂ ମୌଲା ଅଲ୍ଲୀ ହାଉସିଂ ବୋର୍ଡ ଷ୍ଟେସନରେ ୬ଟି ନୂଆ ଷ୍ଟେସନ କୋଠା ନିର୍ମାଣ କରାଯାଇଛି । ଦୋହରୀକରଣ ଓ ବିଦ୍ୟୁତିକରଣ କାର୍ଯ୍ୟ ଯୋଗୁଁ ଏହି ବିଭାଗରେ ପ୍ରଥମ ଥର ପାଇଁ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ପାଇଁ ପଥ ଉନ୍ମୁକ୍ତ ହୋଇଛି । ଏହା ଏହି ଅଞ୍ଚଳରେ ଟ୍ରେନ୍ ଗୁଡ଼ିକର ସମୟାନୁବର୍ତ୍ତିତା ଏବଂ ସାମଗ୍ରିକ ଗତିରେ ଉନ୍ନତି ଆଣିବାରେ ସହାୟକ ହେବ ଏବଂ ଅନ୍ୟାନ୍ୟ ଅତ୍ୟଧିକ ଭାବେ ବ୍ୟସ୍ତବହୁଳ ବିଭାଗ ଉପରେ ବୋଝ ହ୍ରାସ କରିବ ।

ପ୍ରଧାନମନ୍ତ୍ରୀ ଘାଟକେଶର - ଲିଙ୍ଗମପଲ୍ଲୀ ଭାୟା ମୌଲା ଅଲ୍ଲୀ - ସନତନଗରରୁ ଉଦ୍‌ଘାଟନୀ ଏମଏମଟିଏସ୍ ଟ୍ରେନ୍ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଟ୍ରେନ୍ ସେବା ହାଇଦ୍ରାବାଦ -ସିକନ୍ଦରାବାଦ ଟ୍ୱିନ୍ ସିଟି ଅଞ୍ଚଳର ଲୋକପ୍ରିୟ ଉପନଗରୀ ଟ୍ରେନ୍ ସେବାକୁ ପ୍ରଥମ ଥର ପାଇଁ ନୂତନ ଅଞ୍ଚଳରେ ବିସ୍ତାର କରିଛି । ଏହା ଚେର୍ଲାପଲ୍ଲୀ ଏବଂ ମୌଲା ଅଲ୍ଲୀ ପରି ସହରର ପୂର୍ବ ଭାଗର ନୂତନ ଅଞ୍ଚଳକୁ ଟ୍ୱିନ୍ ସିଟି ଅଞ୍ଚଳର ପଶ୍ଚିମ ଭାଗ ସହିତ ସଂଯୋଗ କରେ । ଟ୍ୱିନ୍ ସିଟି ଅଞ୍ଚଳର ପଶ୍ଚିମ ଭାଗ ସହିତ ପୂର୍ବଭାଗକୁ ସଂଯୋଗ କରୁଥିବା ସୁରକ୍ଷିତ, ଦ୍ରୁତ ଏବଂ ଅର୍ଥନୈତିକ ପରିବହନ ବ୍ୟବସ୍ଥା ଯାତ୍ରୀମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ ।

 

ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ଇଣ୍ଡିଆନ ଅଏଲ ପାରାଦୀପ - ହାଇଦ୍ରାବାଦ ପ୍ରଡକ୍ଟ ପାଇପଲାଇନକୁ ଉଦଘାଟନ କରିଥିଲେ । ୪.୫ ଏମଏମଟିପିଏ କ୍ଷମତା ବିଶିଷ୍ଟ ଏହି ୧୨୧୨ କିଲୋମିଟର ପ୍ରଡକ୍ଟ  ପାଇପଲାଇନ ଓଡ଼ିଶାରେ (୩୨୯ କିମି), ଆନ୍ଧ୍ରପ୍ରଦେଶରେ (୭୨୩ କିମି) ଏବଂ ତେଲେଙ୍ଗାନାରେ (୧୬୦ କିମି) ରାଜ୍ୟ ଦେଇ ଗତି କରୁଛି । ଏହି ପାଇପ୍‌ଲାଇନ୍ ପାରାଦୀପ ବିଶୋଧନାଗାରରୁ ବିଶାଖାପାଟଣା, ଅଚୁତପୁରମ୍‌, ବିଜୟୱାଡ଼ା (ଆନ୍ଧ୍ରପ୍ରଦେଶ) ଏବଂ ହାଇଦ୍ରାବାଦ (ତେଲେଙ୍ଗାନାର) ନିକଟସ୍ଥ ମାଲକାପୁରରେ ଥିବା ଡେଲିଭରି ଷ୍ଟେସନକୁ ପେଟ୍ରୋଲିୟମ ଉତ୍ପାଦର ସୁରକ୍ଷିତ ଏବଂ ଶସ୍ତା ପରିବହନ ସୁନିଶ୍ଚିତ କରିବ ।

ପ୍ରଧାନମନ୍ତ୍ରୀ ହାଇଦ୍ରାବାଦରେ ବେସାମରିକ ବିମାନ ଚଳାଚଳ ଗବେଷଣା ସଂସ୍ଥା (ସିଏଆର୍‌ଓ) କେନ୍ଦ୍ରର ଉଦଘାଟନ କରିଥିଲେ । ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଗବେଷଣା ଏବଂ ବିକାଶ (ଗବେଷଣା ଓ ବିକାଶ) କାର୍ଯ୍ୟକଳାପକୁ ଉନ୍ନତ ଏବଂ ଅଧିକ କରିବା ପାଇଁ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ହାଇଦ୍ରାବାଦର ବେଗମପେଟ ବିମାନବନ୍ଦରରେ ଏହା ସ୍ଥାପନ କରିଛନ୍ତି । ସ୍ୱଦେଶୀ ଏବଂ ଅଭିନବ ସମାଧାନ ପ୍ରଦାନ କରିବା ପାଇଁ ଆଭ୍ୟନ୍ତରୀଣ ଏବଂ ସହଯୋଗୀ ଗବେଷଣା ମାଧ୍ୟମରେ ବିମାନ ଚଳାଚଳ ସମୁଦାୟ ପାଇଁ ଏକ ବିଶ୍ୱସ୍ତରୀୟ ଗବେଷଣା ପ୍ଲାଟଫର୍ମ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି । ୩୫୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଏହି ଅତ୍ୟାଧୁନିକ ସୁବିଧା ୫-ଷ୍ଟାର-ଗ୍ରିହ ରେଟିଂ (ପଂଚ ତାରକା ବିଶିଷ୍ଟ ଗୃହ ନିର୍ମାଣ ମାନ୍ୟତା) ଏବଂ ଶକ୍ତି ସଂରକ୍ଷଣ ବିଲ୍ଡିଂ କୋଡ୍ (ଇସିବିସି) ମାନଦଣ୍ଡକୁ ପାଳନ କରୁଛି ।

ଭବିଷ୍ୟତର ଗବେଷଣା ଏବଂ ବିକାଶ ପଦକ୍ଷେପକୁ ସମର୍ଥନ କରିବା ପାଇଁ ସିଏଆର୍‌ଓ ଏକ ବ୍ୟାପକ ପରୀକ୍ଷାଗାର କ୍ଷମତାର ଶୃଙ୍ଖଳା ବ୍ୟବହାର କରିବ । ଏହା କାର୍ଯ୍ୟକାରୀ ବିଶ୍ଳେଷଣ ଏବଂ କାର୍ଯ୍ୟଦକ୍ଷତା ମାପ ପାଇଁ ତଥ୍ୟ ବିଶ୍ଳେଷଣ କ୍ଷମତାର ଲାଭ ମଧ୍ୟ ଉଠାଇବ । ସିଏଆର୍‌ଓରେ ପ୍ରାଥମିକ ଗବେଷଣା ଏବଂ ବିକାଶ କାର୍ଯ୍ୟକଳାପ ମଧ୍ୟରେ ଆକାଶମାର୍ଗ ଏବଂ ବିମାନବନ୍ଦର ସମ୍ବନ୍ଧୀୟ ନିରାପତ୍ତା, କ୍ଷମତା ଏବଂ ଦକ୍ଷତା ଉନ୍ନତି କାର୍ଯ୍ୟକ୍ରମ, ପ୍ରମୁଖ ଆକାଶମାର୍ଗ ଆହ୍ୱାନର ମୁକାବିଲା, ପ୍ରମୁଖ ବିମାନବନ୍ଦର ଭିତ୍ତିଭୂମି ଆହ୍ୱାନ ଗୁଡିକର ଅନୁଧ୍ୟାନ ଏବଂ ଭବିଷ୍ୟତ ଆକାଶ ଏବଂ ବିମାନବନ୍ଦର ଆବଶ୍ୟକତା ପାଇଁ ଚିହ୍ନଟ ହୋଇଥିବା କ୍ଷେତ୍ରରେ ପ୍ରଯୁକ୍ତି ଏବଂ ଉତ୍ପାଦ ବିକଶିତ କରିବା ଅନ୍ତର୍ଭୁକ୍ତ ହେବ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Over 2.17 Crore UP Farmers Receive Rs 4,352 Crore As PM Modi Releases PM-Kisan Installment

Media Coverage

Over 2.17 Crore UP Farmers Receive Rs 4,352 Crore As PM Modi Releases PM-Kisan Installment
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the transformative impact of Yoga
June 22, 2026

The Prime Minister, Shri Narendra Modi, said that the remarkable success of the International Day of Yoga is proof that Yoga is not only helping millions of people across the world achieve physical well-being, but is also inspiring them to lead positive lives with confidence.

The Prime Minister shared a Sanskrit Subhashitam-

“चित्तप्रशमनोपायो योग इत्यभिधीयते। प्राणस्पन्दनिरोधो वा द्वेधा योगस्य धारणा॥”

The Subhashitam conveys that yoga is the means of completely calming and quieting the mind. To attain this goal, two principal methods of yoga are prescribed: calming the mind and regulating the flow of the breath.

The Prime Minister wrote on X;

“अंतर्राष्ट्रीय योग दिवस की बड़ी सफलता इस बात का प्रमाण है कि योग न केवल दुनियाभर में करोड़ों लोगों को शारीरिक रूप से स्वस्थ बना रहा है, बल्कि उन्हें आत्मविश्वास के साथ सकारात्मक जीवन जीने के लिए प्रेरित भी कर रहा है।

चित्तप्रशमनोपायो योग इत्यभिधीयते। प्राणस्पन्दनिरोधो वा द्वेधा योगस्य धारणा॥”