ପାରାଦୀପ ବିଶୋଧନାଗାରରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ ର ମନୋ ଇଥିଲିନ୍ ଗ୍ଲାଇକୋଲ ପ୍ରକଳ୍ପର ଉଦଘାଟନ କଲେ
ପାରାଦୀପରେ ୦.୬ ଏମଏମଟିପିଏ ଏଲପିଜି ଆମଦାନୀ ସୁବିଧା ଏବଂ ପାରାଦୀପରୁ ହଳଦିଆ ପର୍ଯ୍ୟନ୍ତ ୩୪୪ କିଲୋମିଟର ଦୀର୍ଘ ଉତ୍ପାଦ ପାଇପଲାଇନ ଉଦଘାଟିତ
ଆଇଆରଇଏଲ୍ (ଆଇ) ଲିମିଟେଡର ଓଡ଼ିଶା ସାଣ୍ଡସ କମ୍ପ୍ଲେକ୍ସରେ ୫ଏମଏଲଡି କ୍ଷମତା ବିଶିଷ୍ଟ ସମୁଦ୍ର ଜଳ ଲବଣ ଅପସାରଣ ପ୍ଲାଣ୍ଟ ଉଦଘାଟିତ
ଏକାଧିକ ରେଳ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ ଏବଂ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
ଏକାଧିକ ସଡ଼କ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କଲେ
‘‘ଆଜିର ପ୍ରକଳ୍ପଗୁଡିକ ଦେଶରେ ବଦଳୁଥିବା କାର୍ଯ୍ୟ ସଂସ୍କୃତିକୁ ଦର୍ଶାଉଛି’’
‘‘ଆଜି ଦେଶରେ ଥିବା ସରକାର ବିକଶିତ ଭାରତର ସଂକଳ୍ପ ନେଇ ଭବିଷ୍ୟତ ପାଇଁ କାର୍ଯ୍ୟ କରୁଥିବା ବେଳେ ବର୍ତ୍ତମାନର ଆବଶ୍ୟକତା ପ୍ରତି ମଧ୍ୟ ସଚେତନ ରହିଛି’’
‘‘ରାଜ୍ୟ ଅର୍ଥବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାର ଓଡ଼ିଶାରେ ଆଧୁନିକ ଯୋଗାଯୋଗ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଉଛନ୍ତି’’

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶାର ଚଣ୍ଡିଖୋଲଠାରେ ୧୯,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି । ଏସବୁ ପ୍ରକଳ୍ପ ତୈଳ ଓ ଗ୍ୟାସ୍, ରେଳବାଇ, ସଡ଼କ, ପରିବହନ ଓ ରାଜପଥ ଏବଂ ପରମାଣୁ ଶକ୍ତି କ୍ଷେତ୍ର ସହ ଜଡ଼ିତ ।

ଏହି ଅବସରରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ମହାପ୍ରଭୁ ଜଗନ୍ନାଥ ଓ ମା' ବିରଜାଙ୍କ ଆଶୀର୍ବାଦରେ ଆଜି ଯାଜପୁର ଏବଂ ଓଡ଼ିଶାରେ ବିକାଶର ଏକ ନୂଆ ଧାରା ପ୍ରବାହିତ ହେଉଛି। ଶ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଦେଶ ତଥା ଓଡ଼ିଶା ପ୍ରତି ତାଙ୍କର ଅତୁଳନୀୟ ଅବଦାନକୁ ସ୍ମରଣ କରିଥିଲେ । 

 

ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ପରମାଣୁ ଶକ୍ତି, ସଡ଼କ ପଥ, ରେଳବାଇ ଏବଂ ଯୋଗାଯୋଗ କ୍ଷେତ୍ରରେ ପ୍ରାୟ ୨୦,୦୦୦ କୋଟି ଟଙ୍କାର ପ୍ରମୁଖ ଉନ୍ନୟନ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏସବୁ ପ୍ରକଳ୍ପ ସ୍ଥାନୀୟ ଅଞ୍ଚଳରେ ଶିଳ୍ପ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବ ଏବଂ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଆଜିର ବିକାଶମୂଳକ ପ୍ରକଳ୍ପଗୁଡ଼ିକ ପାଇଁ ସେ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ।

ବିକଶିତ ଭାରତର ସଂକଳ୍ପ ପୂରଣ କରିବା ଲାଗି କାର୍ଯ୍ୟ କରିବା ସମୟରେ ଦେଶର ସାମ୍ପ୍ରତିକ ଆବଶ୍ୟକତାକୁ ମଧ୍ୟ ପୂରଣ କରିବା ପାଇଁ ସରକାରଙ୍କ ଆଭିମୁଖ୍ୟ ବିଷୟରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ଶକ୍ତି କ୍ଷେତ୍ରରେ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ସାମର୍ଥ୍ୟ ବୃଦ୍ଧି ପାଇଁ ପ୍ରୟାସ ସମ୍ପର୍କରେ ସେ ସୂଚନା ଦେଇଥିଲେ। ଊର୍ଜ୍ଜା ଗଙ୍ଗା ଯୋଜନା ଅଧୀନରେ ପ୍ରାକୃତିକ ବାଷ୍ପ ଯୋଗାଣ ପାଇଁ ୫ଟି ବଡ଼ ରାଜ୍ୟ ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ବଡ଼ ବଡ଼ ପ୍ରକଳ୍ପ ଚାଲିଛି । ଓଡ଼ିଶାର ପାରାଦୀପରୁ ପଶ୍ଚିମବଙ୍ଗର ହଳଦିଆ ପର୍ଯ୍ୟନ୍ତ ୩୪୪ କିଲୋମିଟର ଲମ୍ବର ଉତ୍ପାଦ ପାଇପଲାଇନକୁ ପ୍ରଧାନମନ୍ତ୍ରୀ ମୋଦୀ ଉଦଘାଟନ କରିଛନ୍ତି । ସେ ପାରାଦୀପ ବିଶୋଧନାଗାରରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ ମନୋ ଇଥିଲିନ୍ ଗ୍ଲାଇକୋଲ ପ୍ରକଳ୍ପ ଏବଂ ପାରାଦୀପରେ ୦.୬ ଏମଏମଟିପିଏ ଏଲପିଜି ଆମଦାନୀ ସୁବିଧାର ଉଦଘାଟନ କରିଛନ୍ତି ଯାହା ପୂର୍ବ ଭାରତର ପଲିଷ୍ଟର ଉଦ୍ୟୋଗ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ । ଏହାଦ୍ୱାରା ଭଦ୍ରକ ଓ ପାରାଦୀପରେ ଥିବା ଟେକ୍ସଟାଇଲ ପାର୍କରେ କଞ୍ଚାମାଲ ଉପଲବ୍ଧ ହେବ । 

ପ୍ରଧାନମନ୍ତ୍ରୀ ଆଜିର ଅବସରକୁ ଦେଶରେ ପରିବର୍ତ୍ତିତ କାର୍ଯ୍ୟ ସଂସ୍କୃତିର ପ୍ରତୀକ ବୋଲି ଅଭିହିତ କରିଥିଲେ । ସେ ପୂର୍ବ ସରକାରଙ୍କ ସମୟ ସହିତ ବର୍ତ୍ତମାନର ସମୟକୁ ତୁଳନା କରିଥିଲେ। ପୂର୍ବ ସରକାର ଉନ୍ନୟନମୂଳକ ପ୍ରକଳ୍ପଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ପାଇଁ ଆଗ୍ରହ ଦେଖାଇନଥିଲେ। ଅନ୍ୟପଟେ ବର୍ତ୍ତମାନର ସରକାର ଶିଳାନ୍ୟାସ କରିଥିବା ପ୍ରକଳ୍ପଗୁଡ଼ିକୁ ଠିକ୍‌ ସମୟରେ ସମ୍ପୂର୍ଣ୍ଣ କରି ସେଗୁଡ଼ିକର ଉଦଘାଟନ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ୨୦୧୪ ପରେ ସମ୍ପୂର୍ଣ୍ଣ ହୋଇଥିବା ଉନ୍ନୟନ ମୂଳକ ପ୍ରକଳ୍ପ ସମ୍ପର୍କରେ ଅବତାରଣା କରି ପ୍ରଧାନମନ୍ତ୍ରୀ ପାରାଦୀପ ବିଶୋଧନାଗାର ବିଷୟରେ ଉଲ୍ଲେଖ କରିଥିଲେ ଯାହା ୨୦୦୨ରେ ଆଲୋଚନାର ବିଷୟ ପାଲଟିଥିଲା କିନ୍ତୁ ୨୦୧୪ରେ ବର୍ତ୍ତମାନର ସରକାର କ୍ଷମତାକୁ ଆସିବା ପର୍ଯ୍ୟନ୍ତ ଏହାର କୌଣସି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନଥିଲା । ଶ୍ରୀ ମୋଦୀ ତେଲଙ୍ଗାନାର ସଙ୍ଗାରେଡ୍ଡୀଠାରେ ଉଦଘାଟିତ ହୋଇଥିବା ପାରାଦୀପ-ହାଇଦ୍ରାବାଦ ପାଇପଲାଇନ୍ ଏବଂ ପଶ୍ଚିମବଙ୍ଗ ଆରାମବାଗରେ ଲୋକାର୍ପିତ ହୋଇଥିବା ହଳଦିଆରୁ ବରାଉନି ପର୍ଯ୍ୟନ୍ତ ୫୦୦ କିଲୋମିଟର ଦୀର୍ଘ ଅଶୋଧିତ ତୈଳ ପାଇପ୍ ଲାଇନ୍ ବିଷୟରେ ସୂଚନା ଦେଇଥିଲେ ।

 

ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସରକାର ପୂର୍ବ ଭାରତରେ ଥିବା ପ୍ରଚୁର ପ୍ରାକୃତିକ ସମ୍ପଦର ବ୍ୟବହାର କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଆଲୋକପାତ କରିବା ସହ ଗଞ୍ଜାମ ଜିଲ୍ଲାରେ ଲବଣ ଅପସାରଣ ପ୍ଲାଣ୍ଟ ବିଷୟରେ କହିଥିଲେ ଯାହା ଦୈନିକ ପାଖାପାଖି ୫୦ ଲକ୍ଷ ଲିଟର ଲୁଣିପାଣିକୁ ବିଶୋଧନ କରି ଏହାକୁ ପିଇବା ଉପଯୋଗୀ କରିବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ସରକାର ଓଡ଼ିଶାରେ ଆଧୁନିକ ଯୋଗାଯୋଗ ଉପରେ ଗୁରୁତ୍ୱ ଦେଉଛନ୍ତି, ଯାହାଦ୍ୱାରା ସ୍ଥାନୀୟ ସମ୍ବଳ ରାଜ୍ୟର ଅର୍ଥନୀତିକୁ ବୃଦ୍ଧି କରିପାରିବ । ଗତ ୧୦ ବର୍ଷ ମଧ୍ୟରେ ୩୦୦୦ କିଲୋମିଟର ଦୀର୍ଘ ଜାତୀୟ ରାଜପଥ ନିର୍ମାଣ ସହ ରେଳ ବଜେଟକୁ ୧୨ ଗୁଣା ବୃଦ୍ଧି କରାଯାଇଛି ବୋଲି ସେ କହିଥିଲେ । ଶ୍ରୀ ମୋଦୀ କହିଥିଲେ, ରେଳ-ରାଜପଥ-ବନ୍ଦର ସଂଯୋଗରେ ଉନ୍ନତି ଆଣିବା ପାଇଁ ଯାଜପୁର, ଭଦ୍ରକ, ଜଗତସିଂହପୁର, ମୟୂରଭଞ୍ଜ, ଖୋର୍ଦ୍ଧା, ଗଞ୍ଜାମ, ପୁରୀ ଓ କେନ୍ଦୁଝରରେ ଜାତୀୟ ରାଜପଥ ସମ୍ପ୍ରସାରଣ କରାଯାଉଛି।  ନୂଆ ଅନୁଗୁଳ ସୁକିନ୍ଦା ରେଳଲାଇନ କଳିଙ୍ଗ ନଗର ଶିଳ୍ପାଞ୍ଚଳର ବିକାଶ ପାଇଁ ମାର୍ଗପ୍ରଶସ୍ତ କରିବ ବୋଲି ସେ କହିଥିଲେ

ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ  ଅବସରରେ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଆଜିର ବିକାଶମୂଳକ ପ୍ରକଳ୍ପ ପାଇଁ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇ ଅଭିଭାଷଣ ଶେଷ କରିଥିଲେ। 

 

ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶାର ରାଜ୍ୟପାଳ ଶ୍ରୀ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଶ୍ରୀ ବିଶ୍ୱେଶ୍ୱର ଟୁଡୁ ପ୍ରମୁଖ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ପାରାଦୀପ ବିଶୋଧନାଗାରରେ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ୍ ର ମନୋ ଇଥିଲିନ ଗ୍ଲାଇକୋଲ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିଛନ୍ତି ଯାହା ଭାରତର ଆମଦାନୀ ନିର୍ଭରଶୀଳତାକୁ ହ୍ରାସ କରିବାରେ ଆହୁରି ସହାୟକ ହେବ। ସେ ମଧ୍ୟ ଓଡ଼ିଶାର ପାରାଦୀପରୁ ପଶ୍ଚିମବଙ୍ଗର ହଳଦିଆ ପର୍ଯ୍ୟନ୍ତ ୩୪୪ କିଲୋମିଟର ଲମ୍ବ ଉତ୍ପାଦ ପାଇପଲାଇନକୁ ଉଦଘାଟନ କରିଛନ୍ତି । ଭାରତର ପୂର୍ବ ଉପକୂଳରେ ଆମଦାନୀ ଭିତ୍ତିଭୂମି ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ପାରାଦୀପରେ ୦.୬ ଏମଏମଟିପିଏ ଏଲପିଜି ଆମଦାନୀ ସୁବିଧାର ଉଦଘାଟନ କରିଛନ୍ତି ।

ଏହି ଅଞ୍ଚଳରେ ସଡ଼କ ଭିତ୍ତିଭୂମିକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଜାତୀୟ ରାଜପଥ-୪୯ର ସିଂଗଡ଼ାରୁ ବିଞ୍ଜାବାହାଲ ସେକ୍ସନର ଚାରି ଲେନ୍ କରିବା; ୪୯ ନମ୍ବର ଜାତୀୟ ରାଜପଥର ବିଞ୍ଜାବାହାଲରୁ ତିଲେଇବଣୀ ସେକ୍ସନକୁ ୪ ଲେନ୍ କରିବା; ୧୮ ନମ୍ବର ଜାତୀୟ ରାଜପଥର ବାଲେଶ୍ୱର-ଝାରପୋଖରିଆ ସେକ୍ସନକୁ ୪ ଲେନ୍ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ଏବଂ ୧୬ ନମ୍ବର ଜାତୀୟ ରାଜପଥର ଟାଙ୍ଗୀ-ଭୁବନେଶ୍ୱର ସେକ୍ସନକୁ ୪ ଲେନ୍ କରିବା ଆଦି ପ୍ରଶସ୍ତିକରଣ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ପ୍ରଧାନମନ୍ତ୍ରୀ ଚଣ୍ଡିଖୋଲଠାରେ ଚଣ୍ଡିଖୋଲ- ପାରାଦୀପ ଜାତୀୟ ରାଜପଥକୁ ୮ ଲେନ୍ କୁ ସମ୍ପ୍ରସାରଣ ପାଇଁ ଶିଳାନ୍ୟାସ କରିଛନ୍ତି।

 

ପ୍ରଧାନମନ୍ତ୍ରୀ ୧୬୨ କିଲୋମିଟର ବାଂଶପାଣି - ଦୈତାରୀ - ଟମକା - ଜଖପୁରା ରେଳ ଲାଇନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିଥିଲେ । ଏହା କେବଳ ବର୍ତ୍ତମାନର ଟ୍ରାଫିକ୍ ସୁବିଧାର କ୍ଷମତା ବୃଦ୍ଧି କରିବ ନାହିଁ ବରଂ କେନ୍ଦୁଝର ଜିଲ୍ଲାରୁ ନିକଟସ୍ଥ ବନ୍ଦର ଏବଂ ଇସ୍ପାତ କାରଖାନାକୁ ଲୁହା ଓ ମାଙ୍ଗାନିଜ ପଥରର ଦକ୍ଷ ପରିବହନରେ ସହାୟକ ହେବ, ଯାହା ସ୍ଥାନୀୟ ଆର୍ଥିକ ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଘରୋଇ ଓ ଅନ୍ତର୍ଜାତୀୟ ବାଣିଜ୍ୟକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କଳିଙ୍ଗ ନଗରରେ କନକୋର କଣ୍ଟେନର ଡିପୋର ଉଦଘାଟନ କରାଯାଇଛି। ନର୍ଲାଠାରେ ଇଲେକ୍ଟ୍ରିକ୍ ଲୋକୋ ପିରିୟଡିକାଲ୍‌ ଓଭରହଲିଂ ୱାର୍କଶପ୍‌, କଣ୍ଟାବାଞ୍ଜିରେ ଓ୍ଵାଗନ୍ ପିରିୟଡିକାଲ ଓଭରହଲିଂ ୱର୍କଶପ୍‌ ଏବଂ ବାଘୁଆପାଳରେ ରେଳ ଗାଡ଼ି ରକ୍ଷଣାବେକ୍ଷଣ ସୁବିଧାର ଉନ୍ନତିକରଣ ଓ ସମ୍ପ୍ରସାରଣ ପାଇଁ ଶିଳାନ୍ୟାସ କରାଯାଇଥିଲା। ଅନ୍ୟାନ୍ୟ ରେଳ ପ୍ରକଳ୍ପ ମଧ୍ୟରେ ପ୍ରଧାନମନ୍ତ୍ରୀ ନୂତନ ଟ୍ରେନ୍ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଆଇଆରଇଏଲ୍ (ଆଇ) ଲିମିଟେଡର ଓଡ଼ିଶା ସାଣ୍ଡସ କମ୍ପ୍ଲେକ୍ସରେ ୫ଟି ଏମଏଲଡି କ୍ଷମତା ବିଶିଷ୍ଟ ସମୁଦ୍ର ଜଳରୁ ଲବଣ ଅପସାରଣ ପ୍ଲାଣ୍ଟକୁ ଉଦଘାଟନ କରିଥିଲେ । ଭାବା ପରମାଣୁ ଗବେଷଣା କେନ୍ଦ୍ର ଦ୍ୱାରା ବିକଶିତ ସ୍ୱଦେଶୀ ଲବଣ ଅପସାରଣ ପ୍ରଯୁକ୍ତିର କ୍ଷେତ୍ରୀୟ ପ୍ରୟୋଗର ଏକ ଅଂଶ ଭାବରେ ଏହି ପ୍ରକଳ୍ପ ନିର୍ମାଣ କରାଯାଇଛି ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi inaugurates Micron’s ₹22,516-crore ATMP facility in Gujarat; calls chips ‘Regulator of 21st century’

Media Coverage

PM Modi inaugurates Micron’s ₹22,516-crore ATMP facility in Gujarat; calls chips ‘Regulator of 21st century’
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses grief over loss of lives in factory explosion in Nagpur, Maharashtra
March 01, 2026
Prime Minister announces ex-gratia from PMNRF

The Prime Minister has expressed deep distress over the explosion at a factory in Nagpur, Maharashtra.

Extending his condolences to the families of the deceased, the Prime Minister also prayed for the speedy recovery of the injured. The Prime Minister further affirmed that the local administration is assisting those affected.

The Prime Minister has announced an ex-gratia of Rs. 2 lakh from the Prime Minister’s National Relief Fund (PMNRF) for the next of kin of each deceased. The injured would be given Rs. 50,000.

The Prime Minister Shared on X;

"The explosion at a factory in Nagpur, Maharashtra, is deeply distressing. My condolences to the families of the deceased. I pray for the speedy recovery of the injured. The local administration is assisting those affected.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000"