ପୁରୁଲିଆର ରଘୁନାଥପୁର ଠାରେ ଥିବା ରଘୁନାଥପୁର ଥର୍ମାଲ ପାୱାର ଷ୍ଟେସନ ଫେଜ୍ -୨ (୨ x ୬୬୦ ମେଗାୱାଟ୍‌)ର ଶିଳାନ୍ୟାସ
ମେଜିଆ ଥର୍ମାଲ ପାୱାର ଷ୍ଟେସନର ୟୁନିଟ ୭ ଓ ୮ର ଫ୍ଲୁ ଗ୍ୟାସ ଡିସଲ୍ଫରାଇଜେସନ୍ (ଏଫ୍‌ଜିଡି) ବ୍ୟବସ୍ଥାର ଉଦଘାଟନ
୧୨ ନମ୍ବର ଜାତୀୟ ରାଜପଥର ଫରାକ୍କା - ରାୟଗଞ୍ଜ ସେକ୍ସନର ୪ ଲେନ୍ ନିର୍ମାଣ ପାଇଁ ରାସ୍ତା ପ୍ରକଳ୍ପ ଉଦ୍‌ଘାଟିତ
ପଶ୍ଚିମବଙ୍ଗରେ ୯୪୦ କୋଟିରୁ ଅଧିକ ମୂଲ୍ୟର ୪ଟି ରେଳ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ
ପଶ୍ଚିମବଙ୍ଗ ଯେପରି ତା'ର ବର୍ତ୍ତମାନ ଏବଂ ଭବିଷ୍ୟତର ବିଦ୍ୟୁତ୍ ଆବଶ୍ୟକତା ପାଇଁ ଆତ୍ମନିର୍ଭରଶୀଳ ହେବ, ତାହା ହେଉଛି ଆମର ପ୍ରୟାସ
"ପଶ୍ଚିମବଙ୍ଗ ଦେଶ ଏବଂ ଅନେକ ପୂର୍ବ ରାଜ୍ୟ ପାଇଁ ପୂର୍ବ ଦ୍ୱାର ଭାବରେ କାର୍ଯ୍ୟ କରେ’
ସଡ଼କ ପଥ, ରେଳବାଇ, ବିମାନ ଚଳାଚଳ ଏବଂ ଜଳପଥର ଆଧୁନିକ ଭିତ୍ତିଭୂମି ପାଇଁ ସରକାର କାର୍ଯ୍ୟ କରୁଛନ୍ତି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗର ନଦିଆ ଜିଲ୍ଲାର କୃଷ୍ଣନଗର ଠାରେ ୧୫,୦୦୦ କୋଟି ଟଙ୍କାର ଏକାଧିକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଆଜିର ଉନ୍ନୟନମୂଳକ ପ୍ରକଳ୍ପ ଗୁଡ଼ିକ ଶକ୍ତି, ରେଳ ଓ ସଡ଼କ ଭଳି କ୍ଷେତ୍ର ସହ ଜଡ଼ିତ । 

 

ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ପଶ୍ଚିମବଙ୍ଗକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା ଦିଗରେ ଆଜି ଆଉ ଏକ ପଦକ୍ଷେପ ନିଆଯାଇଛି । ଗତକାଲି ଆରାମବାଗ୍‌ରେ ଆୟୋଜିତ କାର୍ଯ୍ୟକ୍ରମକୁ ମନେ ପକାଇ ସେ ରେଳ, ବନ୍ଦର ଓ ପେଟ୍ରୋଲିୟମ କ୍ଷେତ୍ରରେ ୭ ହଜାର କୋଟିରୁ ଅଧିକ ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ, ମୁଁ ଭାଗ୍ୟବାନ ଯେ ପଶ୍ଚିମବଙ୍ଗର ନାଗରିକଙ୍କ ଜୀବନକୁ ସହଜ କରିବା ପାଇଁ ଆଜି ମଧ୍ୟ ୧୫,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶ ମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରାଯାଉଛି । ଏହି ପ୍ରକଳ୍ପଗୁଡ଼ିକ ପଶ୍ଚିମବଙ୍ଗର ବିକାଶକୁ ତ୍ୱରାନ୍ୱିତ କରିବା ସହ ଯୁବକମାନଙ୍କୁ ଉନ୍ନତ ନିଯୁକ୍ତି ସୁଯୋଗ ପ୍ରଦାନ କରିବ ବୋଲି ସେ କହିଛନ୍ତି । ଆଜିର ବିକାଶମୂଳକ ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ । 

ବିକାଶ ପ୍ରକ୍ରିୟାରେ ବିଜୁଳିର ମହତ୍ୱ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ପଶ୍ଚିମବଙ୍ଗକୁ ବିଦ୍ୟୁତ୍ ଆବଶ୍ୟକତା କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ନିମନ୍ତେ ସରକାର କାର୍ଯ୍ୟ କରୁଛନ୍ତି । ଦାମୋଦର ଭ୍ୟାଲି କର୍ପୋରେସନ୍‌ର କୋଇଲା ଭିତ୍ତିକ ତାପଜ ବିଦ୍ୟୁତ ପ୍ରକଳ୍ପ ପୁରୁଲିଆ ଜିଲ୍ଲାର ରଘୁନାଥପୁର ଠାରେ ଅବସ୍ଥିତ ରଘୁନାଥପୁର ଥର୍ମାଲ ପାୱାର ଷ୍ଟେସନ ଫେଜ୍‌- ୨ (୨ x ୬୬୦ ମେଗାୱାଟ୍‌) ରାଜ୍ୟରେ ୧୧,୦୦୦ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶ ଆଣିବ । ଏହା ଦ୍ୱାରା ରାଜ୍ୟର ଶକ୍ତି ଆବଶ୍ୟକତା ପୂରଣ ହେବା ସହ ଅଞ୍ଚଳର ଅର୍ଥନୈତିକ ବିକାଶକୁ ମଧ୍ୟ ତ୍ୱରାନ୍ୱିତ କରାଯିବ ବୋଲି ସେ କହିଛନ୍ତି । ପ୍ରାୟ ୬୫୦ କୋଟି ଟଙ୍କା ବ୍ୟୟରେ ବିକଶିତ ମେଜିଆ ଥର୍ମାଲ ପାୱାର ଷ୍ଟେସନର ୟୁନିଟ ୭ ଓ ୮ର ଫ୍ଲୁ ଗ୍ୟାସ ଡିସଲ୍ଫରାଇଜେସନ୍ (ଏଫ୍‌ଜିଡି) ବ୍ୟବସ୍ଥା ପରିବେଶ ସମସ୍ୟା ପ୍ରତି ଭାରତର ଗମ୍ଭୀରତାର ଏକ ଉଦାହରଣ ବୋଲି ସେ କହିଛନ୍ତି । 

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ପଶ୍ଚିମବଙ୍ଗ ଦେଶ ପାଇଁ ଏକ 'ପୂର୍ବ ଦ୍ୱାର' ଭାବରେ କାର୍ଯ୍ୟ କରେ ଏବଂ ଏଠାରୁ ପୂର୍ବ ପାଇଁ ପ୍ରଚୁର ସୁଯୋଗ ରହିଛି । ତେଣୁ ସଡ଼କ ପଥ, ରେଳପଥ, ବିମାନ ଚଳାଚଳ ଓ ଜଳପଥର ଆଧୁନିକ ସଂଯୋଗ ପାଇଁ ସରକାର କାର୍ଯ୍ୟ କରୁଛନ୍ତି । ଜାତୀୟ ରାଜପଥ-୧୨ (୧୦୦ କିଲୋମିଟର)ର ଫରାକ୍କା - ରାୟଗଞ୍ଜ ସେକ୍ସନର ଚାରି ଲେନ୍ ନିର୍ମାଣ ପାଇଁ ଆଜି ଉଦ୍‌ଘାଟିତ ହୋଇଥିବା ସଡ଼କ ପ୍ରକଳ୍ପର ବଜେଟ୍ ପ୍ରାୟ ୨୦୦୦ କୋଟି ଟଙ୍କା ରହିଛି ଏବଂ ଏହା କାର୍ଯ୍ୟକ୍ଷମ ହେବା ପରେ ଯାତ୍ରା ସମୟ ଅଧାକୁ ହ୍ରାସ ପାଇବ । ଏହା ଦ୍ୱାରା ଆଖପାଖ ସହରରେ ଯାତାୟାତ ସହଜ ହେବ ଏବଂ ଏହି ଅଞ୍ଚଳରେ ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଇବ ଏବଂ ଏହା କୃଷକମାନଙ୍କୁ ସାହାଯ୍ୟ କରିବ । 

ଭିତ୍ତିଭୂମି ଦୃଷ୍ଟିକୋଣରୁ ରେଳବାଇ ପଶ୍ଚିମବଙ୍ଗର ଗୌରବମୟ ଇତିହାସର ଏକ ଅଂଶ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଏବଂ ରାଜ୍ୟର ଐତିହ୍ୟ ଏବଂ ସୁବିଧାକୁ ପୂର୍ବ ସରକାରମାନେ ବିକାଶର ବ୍ୟବଧାନ ସୃଷ୍ଟି କରି ସଠିକ ଢଙ୍ଗରେ ଆଗେଇ ନେଇନଥିବାରୁ ଦୁଃଖ ପ୍ରକାଶ କରିଥିଲେ । ଗତ ୧୦ ବର୍ଷ ମଧ୍ୟରେ ପଶ୍ଚିମବଙ୍ଗର ରେଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ସରକାରଙ୍କ ପ୍ରୟାସ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଏବଂ ପୂର୍ବ ତୁଳନାରେ ଦୁଇଗୁଣା ଅର୍ଥ ଖର୍ଚ୍ଚ କରିବା ବିଷୟରେ ଉଲ୍ଲେଖ କରିଥିଲେ । 

 

ସେ ଆଜିର ଅବସରକୁ ଉଲ୍ଲେଖ କରି କହିଥିଲେ ଯେ, ଆଜି ରାଜ୍ୟର ଆଧୁନିକୀକରଣ ଓ ବିକାଶ ପାଇଁ ୪ଟି ରେଳ ପ୍ରକଳ୍ପକୁ ସମର୍ପିତ କରାଯାଉଛି ଏବଂ ଏହା ବିକଶିତ ପଶ୍ଚିମବଙ୍ଗର ସଂକଳ୍ପ ପୂରଣ କରିବାରେ ସହାୟକ ହେବ । ଶେଷରେ ସେ ନାଗରିକମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । 

ଅନ୍ୟମାନଙ୍କ ମଧ୍ୟରେ ପଶ୍ଚିମବଙ୍ଗ ରାଜ୍ୟପାଳ ଡଃ ସି ଭି ଆନନ୍ଦ ବୋଷ ଏବଂ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳ ପଥ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାନ୍ତନୁ ଠାକୁର ପ୍ରମୁଖ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ପ୍ରଧାନମନ୍ତ୍ରୀ ପୁରୁଲିଆ ଜିଲ୍ଲାର ରଘୁନାଥପୁର ଠାରେ ଅବସ୍ଥିତ ରଘୁନାଥପୁର ଥର୍ମାଲ ପାୱାର ଷ୍ଟେସନ ଦ୍ୱିତୀୟ ପର୍ଯ୍ୟାୟ (୨ x ୬୬୦ ମେଗାୱାଟ)ର ଶିଳାନ୍ୟାସ କରିଥିଲେ । ଦାମୋଦର ଭ୍ୟାଲି କର୍ପୋରେସନର ଏହି କୋଇଲା ଭିତ୍ତିକ ତାପଜ ଶକ୍ତି ପ୍ରକଳ୍ପରେ ଅତ୍ୟନ୍ତ ଦକ୍ଷ ସୁପର କ୍ରିଟିକାଲ ଟେକ୍ନୋଲୋଜି ବ୍ୟବହାର କରାଯାଇଛି । ଦେଶର ଶକ୍ତି ନିରାପତ୍ତାକୁ ସୁଦୃଢ଼ କରିବା ଦିଗରେ ଏହି ନୂତନ ପ୍ଲାଣ୍ଟ ଏକ ପଦକ୍ଷେପ ହେବ ।

 

ପ୍ରଧାନମନ୍ତ୍ରୀ ମେଜିଆ ଥର୍ମାଲ ପାୱାର ଷ୍ଟେସନର ୟୁନିଟ ୭ ଏବଂ ୮ର ଫ୍ଲୁ ଗ୍ୟାସ ଡିସଲ୍ଫରାଇଜେସନ୍ (ଏଫ୍‌ଜିଡି) ବ୍ୟବସ୍ଥାର ଉଦଘାଟନ କରିଥିଲେ । ପାଖାପାଖି ୬୫୦ କୋଟି ଟଙ୍କା ବ୍ୟୟରେ ବିକଶିତ ହୋଇଥିବା ଏଫଜିଡି ବ୍ୟବସ୍ଥା ଫ୍ଲୁ ଗ୍ୟାସରୁ ସଲଫର ଡାଇଅକ୍ସାଇଡ୍‌କୁ ଅଲଗା କରି ସ୍ୱଚ୍ଛ ଫ୍ଲୁ ଗ୍ୟାସ ଉତ୍ପାଦନ କରି ଜିପସମ ସୃଷ୍ଟି କରିବ, ଯାହା ସିମେଣ୍ଟ ଶିଳ୍ପରେ ବ୍ୟବହୃତ ହୋଇପାରିବ ।

ପ୍ରଧାନମନ୍ତ୍ରୀ ଜାତୀୟ ରାଜପଥ - ୧୨ (୧୦୦ କିଲୋମିଟର)ର ଫରାକ୍କା - ରାୟଗଞ୍ଜ ସେକ୍ସନକୁ ଚାରି ଲେନ୍ କରିବା ପାଇଁ ସଡ଼କ ପ୍ରକଳ୍ପକୁ ଉଦଘାଟନ କରିଥିଲେ । ପାଖାପାଖି ୧୯୮୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଟ୍ରାଫିକ୍ ଭିଡ଼ ହ୍ରାସ କରିବ, ଯୋଗାଯୋଗରେ ଉନ୍ନତି ଆଣିବ ଏବଂ ଉତ୍ତର ବଙ୍ଗ ଓ ଉତ୍ତର - ପୂର୍ବାଞ୍ଚଳର ସାମାଜିକ - ଅର୍ଥନୈତିକ ବିକାଶରେ ସହାୟକ ହେବ ।

 

ଦାମୋଦର - ମୋହିଶିଳା ରେଳ ଲାଇନର ଦୋହରୀକରଣ ପ୍ରକଳ୍ପ ; ରାମପୁରହାଟ ଓ ମୁରରାଇ ମଧ୍ୟରେ ତୃତୀୟ ଲାଇନ୍‌ ; ବଜାରସାଉ - ଅଜିମଗଞ୍ଜ ରେଳ ଲାଇନ ଦୋହରୀକରଣ ; ଏବଂ ଅଜିମଗଞ୍ଜ - ମୁର୍ଶିଦାବାଦକୁ ସଂଯୋଗ କରୁଥିବା ନୂତନ ଲାଇନ୍ ସମେତ ପଶ୍ଚିମବଙ୍ଗରେ ୯୪୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୪ଟି ରେଳ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ଏହି ପ୍ରକଳ୍ପଗୁଡ଼ିକ ରେଳ ଯୋଗାଯୋଗରେ ଉନ୍ନତି ଆଣିବ, ମାଲ ପରିବହନକୁ ସୁଗମ କରିବ ଏବଂ ଏହି ଅଞ୍ଚଳରେ ଅର୍ଥନୈତିକ ଏବଂ ଶିଳ୍ପ ଅଭିବୃଦ୍ଧିରେ ସହାୟକ ହେବ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s contribution to BRICS: Nari Shakti moves from promise to delivery

Media Coverage

India’s contribution to BRICS: Nari Shakti moves from promise to delivery
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the President of Iran
June 30, 2026
President Pezeshkian briefs PM on the recent developments in West Asia.
PM welcomes the understanding reached and reiterates the need for continued efforts for lasting peace and stability.

Prime Minister Shri Narendra Modi had a telephone conversation today with the President of the Islamic Republic of Iran, H.E. Dr. Masoud Pezeshkian.

President Pezeshkian briefed the Prime Minister on the recent developments in West Asia and the way forward.

Prime Minister welcomed the understanding reached, and reiterated India’s consistent position that all issues must be resolved through dialogue and diplomacy.

Prime Minister reiterated the need for continued efforts to ensure lasting peace and stability in the region, and for safeguarding freedom of navigation and commerce.