ଓଖା ମୁଖ୍ୟ ଭୂମି ଏବଂ ଭେଟ ଦ୍ୱାରକାକୁ ସଂଯୋଗ କରୁଥିବା ସୁଦର୍ଶନ ସେତୁର ଲୋକାର୍ପଣ
ଭାଦିନାର ଏବଂ ରାଜକୋଟ-ଓଖାରେ ପାଇପ୍ ଲାଇନ୍ ପ୍ରକଳ୍ପ ଲୋକାର୍ପଣ
ରାଜକୋଟ-ଜେତଲସାର-ସୋମନାଥ ଏବଂ ଜେତଲସାର-ବନ୍ସଜାଲିଆ ରେଳ ବିଦ୍ୟୁତୀକରଣ ପ୍ରକଳ୍ପର ଲୋକାର୍ପଣ
୯୨୭ ନମ୍ବର ଜାତୀୟ ରାଜପଥର ଧୋରାଜି-ଜାମକନଦୋର୍ନା-କାଲାଭାଡ଼ ସେକ୍ସନର ପ୍ରଶସ୍ତୀକରଣ ପାଇଁ ଶିଳାନ୍ୟାସ
ଜାମନଗରରେ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରର ଶିଳାନ୍ୟାସ
ସିକ୍କା ଥର୍ମାଲ ପାୱାର ଷ୍ଟେସନରେ ଫ୍ଲୁ ଗ୍ୟାସ ଡିସଲ୍ଫରାଇଜେସନ୍ (ଏଫଜିଡି) ସିଷ୍ଟମ ସ୍ଥାପନ ପାଇଁ ଶିଳାନ୍ୟାସ
କେନ୍ଦ୍ର ଓ ଗୁଜରାଟରେ ଡବଲ ଇଞ୍ଜିନ ସରକାର ରାଜ୍ୟର ବିକାଶକୁ ପ୍ରାଥମିକତା ଦେଇଛନ୍ତି
ନିକଟରେ ମୋତେ ଅନେକ ତୀର୍ଥସ୍ଥଳ ପରିଦର୍ଶନ କରିବାର ସୌଭାଗ୍ୟ ମିଳିଛି। ମୁଁ ଆଜି ଦ୍ୱାରକା ଧାମରେ ସମାନ ଦିବ୍ୟତା ଅନୁଭବ କରୁଛି "
"ଯେତେବେଳେ ମୁଁ ଜଳମଗ୍ନ ଦ୍ୱାରକା ସହରକୁ ଓହ୍ଲାଇଲି, ମୋତେ ଦେବତ୍ୱର ଭବ୍ୟତା ଅନୁଭବ ହେଲା
"ସୁଦର୍ଶନ ସେତୁର ଯେଉଁ ସ୍ୱପ୍ନ ଥିଲା, ଭିତ୍ତିପ୍ରସ୍ତର ସ୍ଥାପନ ହେଲା, ଆଜି ତାହା ପୂରଣ ହୋଇଛି"
ଆଧୁନିକ ଯୋଗାଯୋଗ ହିଁ ଏକ ସମୃଦ୍ଧ ଓ ଶକ୍ତିଶାଳୀ ରାଷ୍ଟ୍ର ଗଠନର ମାର୍ଗ
'ବିକାଶ ବି ଐତିହ୍ୟ ବି' ମନ୍ତ୍ରରେ ଆସ୍ଥା କେନ୍ଦ୍ରଗୁଡ଼ିକର ଉନ୍ନତିକରଣ କରାଯାଉଛି
ନୂଆ ଆକର୍ଷଣ ଓ ଯୋଗାଯୋଗ ସହ ଗୁଜରାଟ ପର୍ଯ୍ୟ
ସେ ଜାତୀୟ ରାଜପଥ-୯୨୭ ର ଧୋରାଜି-ଜାମକଣ୍ଡୋର୍ନା-କାଲାବାଦ ସେକ୍ସନର ପ୍ରଶସ୍ତୀକରଣ, ଜାମନଗରରେ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ଏବଂ ଜାମନଗରର ସିକ୍କା ଥର୍ମାଲ ପାୱାର ଷ୍ଟେସନରେ ଫ୍ଲୁ ଗ୍ୟାସ୍ ଡିସଲ୍ଫୁରାଇଜେସନ୍ (ଏଫଜିଡି) ସିଷ୍ଟମ ସ୍ଥାପନ ପାଇଁ ଶିଳାନ୍ୟାସ କରିଥିଲେ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଦ୍ୱାରକାଠାରେ ୪୧୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ପ୍ରଧାନମନ୍ତ୍ରୀ ଓଖା ମୁଖ୍ୟ ଭୂମି ଏବଂ ଭେଟ ଦ୍ୱାରକାକୁ ସଂଯୋଗ କରୁଥିବା ସୁଦର୍ଶନ ସେତୁ, ୱାଦିନାର ଏବଂ ରାଜକୋଟ-ଓଖାରେ ପାଇପଲାଇନ ପ୍ରକଳ୍ପ, ରାଜକୋଟ-ଜେତଲସାର-ସୋମନାଥ ଏବଂ ଜେତଲସାର-ୱାନସଜାଲିଆ ରେଳ ବିଦ୍ୟୁତୀକରଣ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ସେ ଜାତୀୟ ରାଜପଥ-୯୨୭ ର ଧୋରାଜି-ଜାମକଣ୍ଡୋର୍ନା-କାଲାବାଦ ସେକ୍ସନର ପ୍ରଶସ୍ତୀକରଣ, ଜାମନଗରରେ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ଏବଂ ଜାମନଗରର ସିକ୍କା ଥର୍ମାଲ ପାୱାର ଷ୍ଟେସନରେ ଫ୍ଲୁ ଗ୍ୟାସ୍ ଡିସଲ୍ଫୁରାଇଜେସନ୍ (ଏଫଜିଡି) ସିଷ୍ଟମ ସ୍ଥାପନ ପାଇଁ ଶିଳାନ୍ୟାସ କରିଥିଲେ।

 

ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଭଗବାନ କୃଷ୍ଣ ଦ୍ୱାରକା ମାଇଙ୍କ ଭୂମିକୁ ପ୍ରଣାମ କରିଥିଲେ, ଯେଉଁଠାରେ ତାଙ୍କୁ ଦ୍ୱାରକାଧୀଶ ଭାବରେ ରଖାଯାଇଛି । ଆଦି ଶଙ୍କରାଚାର୍ଯ୍ୟ ୪ଟି ପୀଠ ମଧ୍ୟରୁ ଗୋଟିଏ ଅର୍ଥାତ୍ ଶାରଦା ପୀଠ ପ୍ରତିଷ୍ଠା କରିଥିବାରୁ ସେ ଆଜି ସକାଳେ ମନ୍ଦିରରେ କରିଥିବା ପ୍ରାର୍ଥନାକୁ ମନେ ପକାଇ ଜାତିର ଧାର୍ମିକ ଜୀବନରେ ତୀର୍ଥର ଗଭୀର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ସେ ନାଗେଶ୍ୱର ଜ୍ୟୋତିର୍ଲିଙ୍ଗ, ରୁକ୍ମଣି ଦେବୀ ମନ୍ଦିରର ମହିମା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। 'ରାଷ୍ଟ୍ର କାର୍ଯ୍ୟ' ସମୟରେ ଅନେକ ଧର୍ମାନୁଷ୍ଠାନ ବୁଲିବାର ସାମ୍ପ୍ରତିକ ସୁଯୋଗକୁ ମଧ୍ୟ ସେ ମନେ ପକାଇଥିଲେ। ପ୍ରଧାନମନ୍ତ୍ରୀ ସେହି ଅବିସ୍ମରଣୀୟ ମୁହୂର୍ତ୍ତ ବିଷୟରେ କହିଥିଲେ ଯେତେବେଳେ ସେ ଆଜି ସମୁଦ୍ର ଗଭୀରତା ତଳକୁ ଯାଇ ଜଳମଗ୍ନ ଦ୍ୱାରକା ସହରରେ ପୂଜାର୍ଚ୍ଚନା କରିଥିଲେ । ପ୍ରଧାନମନ୍ତ୍ରୀ ପ୍ରତ୍ନତାତ୍ତ୍ୱିକ ଏବଂ ଶାସ୍ତ୍ରୀୟ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଦ୍ୱାରକା କୁ ଭଗବାନ ବିଶ୍ୱକର୍ମା ନିଜେ ନିର୍ମାଣ କରିଥିଲେ ବୋଲି ସେ ବିଶ୍ୱାସ ବିଷୟରେ ଉଲ୍ଲେଖ କରିଥିଲେ । ଦ୍ୱାରକା ସହର ମହାନ ସହର ଯୋଜନାର ଏକ ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। "ମୁଁ ଜଳମଗ୍ନ ସହରକୁ ଓହ୍ଲାଇବା ସମୟରେ ଏକ ଭବ୍ୟତାର ଭାବନା ମୋତେ ଘେରି ଯାଇଥିଲା । ମୁଁ ମୋର ପ୍ରାର୍ଥନା କରିଥିଲି ଏବଂ ମୁଁ ମୟୂର ପଙ୍ଖ ଅର୍ପଣ କଲି ଯାହା ମୁଁ ମୋ ସହିତ ନେଇଥିଲି । ବର୍ଷ ବର୍ଷ ଧରି ଯେଉଁ ଇଚ୍ଛା ରହିଥିଲା ତାହାର ଏହା ଆଜି ପୂରଣ ଥିଲା । ଯେବେଠାରୁ ମୁଁ ଜଳମଗ୍ନ ଦ୍ୱାରକା ସହର ବିଷୟରେ ଶୁଣିଲି, ମୁଁ ସର୍ବଦା ଦର୍ଶନ କରିବାକୁ ଚାହୁଁଥିଲି", ପ୍ରଧାନମନ୍ତ୍ରୀ ଦିବ୍ୟ ଅନୁଭୂତିରେ ଅଭିଭୂତ ହୋଇ କହିଥିଲେ । ଏକବିଂଶ ଶତାବ୍ଦୀରେ ଭାରତର ସାମର୍ଥ୍ୟର ଦୃଶ୍ୟ ତାଙ୍କ ସମ୍ମୁଖରେ ଦେଖାଯାଉଥିଲା ବୋଲି ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଏକ ବିକଶିତ ଭାରତ ଗଠନ ପାଇଁ ତାଙ୍କ ସଂକଳ୍ପକୁ ଆହୁରି ଦୃଢ଼ କରିଛି ।

ପ୍ରଧାନମନ୍ତ୍ରୀ ପୂର୍ବାହ୍ନରେ ସୁଦର୍ଶନ ସେତୁ ଉଦଘାଟନ ବିଷୟରେ ଉଲ୍ଲେଖ କରିଥିଲେ ଏବଂ ୬ ବର୍ଷ ପୂର୍ବେ ଏହାର ଶିଳାନ୍ୟାସ କୁ ମନେ ପକାଇଥିଲେ । ସେ ସୂଚନା ଦେଇଛନ୍ତି ଯେ ଏହି ସେତୁ ଓଖା ମୁଖ୍ୟ ଭୂମି ଏବଂ ଭେଟ ଦ୍ୱାରକା ଦ୍ୱୀପକୁ ସଂଯୋଗ କରିବ, ଯାହା ଦ୍ୱାରା ଦ୍ୱାରକାଧୀଶଙ୍କ ଦର୍ଶନ ପାଇଁ ଯୋଗାଯୋଗ ବୃଦ୍ଧି ପାଇବ ଏବଂ ଏହି ଅଞ୍ଚଳର ଦେବତ୍ୱ ମଧ୍ୟ ବୃଦ୍ଧି ପାଇବ । ଯେଉଁ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ପ୍ରଧାନମନ୍ତ୍ରୀ ନିଜେ କରିଛନ୍ତି, ତାହାର ଉଦଘାଟନ ପାଇଁ ଆତ୍ମବିଶ୍ୱାସ ପ୍ରକାଶ କରି ସେ କହିଛନ୍ତି, ଏହା ମୋଦିଙ୍କ ଗ୍ୟାରେଣ୍ଟି। ସୁଦର୍ଶନ ସେତୁକୁ ଏକ ଇଞ୍ଜିନିୟରିଂ ଚମତ୍କାର ବୋଲି ଅଭିହିତ କରି ପ୍ରଧାନମନ୍ତ୍ରୀ ଉଦ୍ଘାଟନ ଅବସରରେ ନାଗରିକମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ସେତୁ ଏବଂ ଏହାର ବୈଷୟିକତାକୁ ବିଶ୍ଳେଷଣ କରିବାକୁ ଇଞ୍ଜିନିୟରିଂ ଜଗତକୁ ଆହ୍ୱାନ ଦେଇଥିଲେ ।

 

ଦ୍ୱାରକା ଏବଂ ଭେଟ ଦ୍ୱାରକାର ନାଗରିକମାନେ ଫେରି ଉପରେ ନିର୍ଭରଶୀଳତା ଏବଂ ଲମ୍ବା ସଡ଼କ ଯାତ୍ରା କାରଣରୁ ସମ୍ମୁଖୀନ ହେଉଥିବା ଅସୁବିଧା ବିଷୟରେ ଆଲୋକପାତ କରିବା ସହିତ ଉଚ୍ଚ ଜୁଆର ସମୟରେ ଫେରୀ ସେବା ବନ୍ଦ ହେବା ଦ୍ୱାରା ଅସୁବିଧାର ସମ୍ମୁଖୀନ ହେଉଥିବା ବିଷୟରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ଏକ ସେତୁ ପାଇଁ ଲୋକଙ୍କ ଅନୁରୋଧକୁ ସ୍ମରଣ କରିଥିଲେ । ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲଙ୍କ ଦ୍ୱାରା ନିଆଯାଇଥିବା କାର୍ଯ୍ୟ ସଫଳ ହୋଇଥିବାରୁ ସେ ଖୁସି ବ୍ୟକ୍ତ କରିବା ସହ ତାଙ୍କ ସଂକଳ୍ପକୁ ପ୍ରଶଂସା କରିଥିଲେ ।

ତତ୍କାଳୀନ କେନ୍ଦ୍ର ସରକାରଙ୍କୁ ସେତୁ ମଞ୍ଜୁର କରିବା ପାଇଁ ତାଙ୍କର ବାରମ୍ବାର ଅନୁରୋଧ ପ୍ରତ୍ୟାଖ୍ୟାନ ହେଉଥିଲା ଏବଂ ଶେଷରେ ଆଜି କାମ ହୋଇଥିବାରୁ ଭଗବାନଙ୍କୁ ଧନ୍ୟବାଦ ଜଣାଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ । "ଭଗବାନ ଶ୍ରୀକୃଷ୍ଣଙ୍କ ଆଶୀର୍ବାଦରେ, ମୁଁ ତାଙ୍କ ନିର୍ଦ୍ଦେଶ ପାଳନ କଲି ଏବଂ ମୋର ଦାୟିତ୍ୱ ପୂରଣ କଲି", ଉତ୍ସାହିତ ପ୍ରଧାନମନ୍ତ୍ରୀ କହିଲେ । ଏଥିରେ ଲାଗିଥିବା ସୋଲାର ପ୍ୟାନେଲରୁ ବ୍ରିଜକୁ ଆଲୋକିତ କରିବା ପାଇଁ ବିଦ୍ୟୁତ ଖର୍ଚ୍ଚ ହେବ ବୋଲି ସେ ଦୃଷ୍ଟି ଆକର୍ଷଣ କରିଥିଲେ। ସୁଦର୍ଶନ ସେତୁରେ ସମୁଦ୍ରର ବିସ୍ତୃତ ଦୃଶ୍ୟ ପ୍ରଦାନ କରୁଥିବା ମୋଟ ୧୨ଟି ପର୍ଯ୍ୟଟନ ଗ୍ୟାଲେରୀ ରହିଛି ବୋଲି ସେ ସୂଚନା ଦେଇଛନ୍ତି। "ମୁଁ ଆଜି ଏହି ଗ୍ୟାଲେରୀ ଗୁଡିକ ପରିଦର୍ଶନ କରିଛି ଏବଂ ଏହା ପ୍ରକୃତରେ ସୁଦର୍ଶନିୟ" ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ।

ସ୍ୱଚ୍ଛତା ଅଭିଯାନ ପ୍ରତି ଦ୍ୱାରକାବାସୀଙ୍କ ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ଏବଂ ବିଶ୍ୱବ୍ୟାପୀ ଦୃଷ୍ଟି ଆକର୍ଷଣ କରୁଥିବା ସ୍ୱଚ୍ଛତାର ସ୍ତରକୁ ବଜାୟ ରଖିବାକୁ କହିଥିଲେ ।

ନୂଆ ଭାରତର ପ୍ରତିଶ୍ରୁତି ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଲୋକମାନେ ନିଜ ଆଖି ଆଗରେ ନୂଆ ଭାରତର ଆବିର୍ଭାବ ଦେଖୁଛନ୍ତି।  ସେ କହିଥିଲେ ଯେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଏବଂ ବଂଶବାଦ ରାଜନୀତିର ସ୍ୱାର୍ଥପର ଚିନ୍ତାଧାରା ଯୋଗୁଁ ଗରିବଙ୍କୁ ସାହାଯ୍ୟ କରିବାକୁ ଅନିଚ୍ଛା କାରଣରୁ ଏହା ପୂର୍ବରୁ ସମ୍ପୂର୍ଣ୍ଣ ହୋଇପାରି ନଥିଲା। ଏହା ଦ୍ୱାରା ଅର୍ଥନୀତିର ଆକାର କ୍ଷୁଦ୍ର ରହିଥିଲା ଏବଂ ଏକ ବିକଶିତ ଭାରତର ମହାନ ଲକ୍ଷ୍ୟ ପୂରଣ ହୋଇ ପାରିନଥିଲା ବୋଲି ସେ କହିଛନ୍ତି। ପୂର୍ବ ଶାସନ କାଳରେ ବାରମ୍ବାର ଘଟୁଥିବା ଦୁର୍ନୀତିକୁ ମଧ୍ୟ ସେ ସମାଲୋଚନା କରିଥିଲେ।

 

ପ୍ରଧାନମନ୍ତ୍ରୀ ୨୦୧୪ ରେ କ୍ଷମତାକୁ ଆସିବା ପରେ କାହାକୁ ଦେଶ ଲୁଟ୍ କରିବାକୁ ଦେବେ ନାହିଁ ବୋଲି ଦେଇଥିବା ପ୍ରତିଶ୍ରୁତିକୁ ମନେ ପକାଇଥିଲେ। "ପୂର୍ବ ସରକାର ସମୟରେ ହେଉଥିବା ହଜାର ହଜାର କୋଟି ଟଙ୍କାର ଦୁର୍ନୀତି ଏବେ ବନ୍ଦ ହୋଇଯାଇଛି", ସେ କହିଥିଲେ ଯେ ଦେଶ ୧୦ ବର୍ଷ ମଧ୍ୟରେ ପଞ୍ଚମ ବୃହତ୍ତମ ଅର୍ଥନୀତି ରେ ପରିଣତ ହୋଇଛି । ଫଳରେ ଗୋଟିଏ ପଟେ ଦିବ୍ୟ ଆସ୍ଥା ଓ ତୀର୍ଥସ୍ଥଳୀର ପୁନରୁଦ୍ଧାର ହେଉଥିବା ବେଳେ ଅନ୍ୟପଟେ ମେଗା ପ୍ରକଳ୍ପ ମାଧ୍ୟମରେ ନୂଆ ଭାରତର ବିକାଶ ଦେଖିବାକୁ ମିଳୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଗୁଜରାଟରେ ଭାରତର ଦୀର୍ଘତମ କେବୁଲ ଭିତ୍ତିକ ସୁଦର୍ଶନ ସେତୁ, ମୁମ୍ବାଇରେ ଦେଶର ସବୁଠାରୁ ଲମ୍ବା ସମୁଦ୍ର ସେତୁ, ଜମ୍ମୁ-କଶ୍ମୀରର ଚେନାବ ଉପରେ ନିର୍ମିତ ଭବ୍ୟ ସେତୁ, ତାମିଲନାଡୁରେ ଭାରତର ପ୍ରଥମ ଭର୍ଟିକାଲ୍ ଲିଫ୍ଟ ବ୍ରିଜ୍ ଏବଂ ଆସାମରେ ଭାରତର ସବୁଠାରୁ ଲମ୍ବା ନଦୀ ସେତୁର ଉଦାହରଣ ଦେଇଥିଲେ। ଏଭଳି ଆଧୁନିକ ଯୋଗାଯୋଗ ହିଁ ଏକ ସମୃଦ୍ଧ ଓ ଶକ୍ତିଶାଳୀ ରାଷ୍ଟ୍ର ଗଠନର ବାଟ ବୋଲି ସେ କହିଛନ୍ତି।

ଦେଶରେ ପର୍ଯ୍ୟଟନର ଅଭିବୃଦ୍ଧି ପାଇଁ ଯୋଗାଯୋଗର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଉନ୍ନତ ଯୋଗାଯୋଗ କାରଣରୁ ଗୁଜରାଟକୁ ପର୍ଯ୍ୟଟନର ହବ୍ ରେ ପରିଣତ କରିବା ବିଷୟରେ ବର୍ଣ୍ଣନା କରିଥିଲେ । ଗୁଜୁରାଟର ନୂଆ ଆକର୍ଷଣ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଗୁଜରାଟରେ ୨୨ଟି ଅଭୟାରଣ୍ୟ ଏବଂ ୪ ଟି ଜାତୀୟ ଉଦ୍ୟାନ ରହିଛି । ହଜାର ହଜାର ବର୍ଷ ପୁରୁଣା ବନ୍ଦର ସହର ଲୋଥାଲ କୁ ନେଇ ସମଗ୍ର ବିଶ୍ୱରେ ଚର୍ଚ୍ଚା ହେଉଛି । ଆଜି ଅହମ୍ମଦାବାଦ ସହର ରାଣୀ କି ବାଭ୍, ଚମ୍ପାନେର ଏବଂ ଧୋଲାବିରା ବିଶ୍ୱ ଐତିହ୍ୟରେ ପରିଣତ ହୋଇଛି । ଶିବରାଜପୁରୀ ଦ୍ୱାରକାର ଏକ ବ୍ଲୁ ଫ୍ଲାଗ ବେଳାଭୂମି । ଏସିଆର ସବୁଠାରୁ ଲମ୍ବା ରୋପୱେ ଗିରନାରରେ ରହିଛି । ଗିର ଜଙ୍ଗଲ ହେଉଛି ଏସିଆଟିକ ସିଂହର ଏକମାତ୍ର ବାସସ୍ଥାନ । ଏକତା ନଗରରେ ରହିଛି ବିଶ୍ୱର ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି ସର୍ଦ୍ଦାର ସାହେବଙ୍କ ଷ୍ଟାଚ୍ୟୁ ଅଫ୍ ୟୁନିଟି। ଆଜି ରଣୋତ୍ସବ ସମୟରେ ସାରା ବିଶ୍ୱରୁ ପର୍ଯ୍ୟଟକଙ୍କ ମେଳା ଆୟୋଜନ କରାଯାଏ । କଚ୍ଛର ଧୋର୍ଡୋ ଗାଁ ବିଶ୍ୱର ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ମଧ୍ୟରେ ଜଣାଯାଏ । ନାଦାବେତ ଦେଶପ୍ରେମ ଓ ପର୍ଯ୍ୟଟନର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ପାଲଟିଛି ।

 

'ବିକାଶ ବି, ଐତିହ୍ୟ ବି' ର ମନ୍ତ୍ର ଅନୁଯାୟୀ ଆସ୍ଥା କେନ୍ଦ୍ରଗୁଡ଼ିକର ଉନ୍ନତିକରଣ କରାଯାଉଛି ବୋଲି ସେ ଦର୍ଶାଇଥିଲେ। ଦ୍ୱାରକା, ସୋମନାଥ, ପାଓ୍ଵାଗଡ଼, ମୋଧେରା ଓ ଅମ୍ବାଜୀ ଭଳି ସମସ୍ତ ଗୁରୁତ୍ୱପୂର୍ଣ୍ଣ ତୀର୍ଥସ୍ଥଳୀରେ ସୁବିଧା ବିକଶିତ ହୋଇଛି। ସେ କହିଛନ୍ତି ଯେ ଭାରତ କୁ ଆସୁଥିବା ପ୍ରତି ପଞ୍ଚମ ପର୍ଯ୍ୟଟକ ଗୁଜରାଟ ପରିଦର୍ଶନ କରିଛନ୍ତି ।  ଗତବର୍ଷ ଅଗଷ୍ଟ ସୁଦ୍ଧା ପ୍ରାୟ ୧୫.୫ ଲକ୍ଷ ପର୍ଯ୍ୟଟକ ଗୁଜରାଟ ଆସିଥିଲେ। ଇ-ଭିସା ସୁବିଧା ମଧ୍ୟ ପର୍ଯ୍ୟଟକଙ୍କୁ ଗୁଜରାଟକୁ ଆଣିଛି।

"ସୌରାଷ୍ଟ୍ରର ଭୂମି ସଂକଳ୍ପ ମାଧ୍ୟମରେ ସଫଳତାର ଏକ ବିରାଟ ଉଦାହରଣ", ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଅଞ୍ଚଳର ପ୍ରତ୍ୟେକ ଗସ୍ତ କିପରି ନୂତନ ଶକ୍ତି ସୃଷ୍ଟି କରେ । ସୌରାଷ୍ଟ୍ରର ଲୋକମାନେ ପାଣି ପାଇବା ପାଇଁ ସମସ୍ୟାର ସମ୍ମୁଖୀନ ହେଉଥିଲେ ଏବଂ ସ୍ଥାନାନ୍ତର କରିବାକୁ ବାଧ୍ୟ ହୋଇଥିଲେ ସେହି କଠିନ ସମୟକୁ ମନେ ପକାଇ ପ୍ରଧାନମନ୍ତ୍ରୀ ସୌନି ଯୋଜନା ଉପରେ ଆଲୋକପାତ କରିଥିଲେ ଯେଉଁଥିରେ ସୌରାଷ୍ଟ୍ରର ଶତାଧିକ ଗ୍ରାମକୁ ଜଳସେଚନ ଏବଂ ପାନୀୟ ପାଇଁ ଜଳ ଯୋଗାଣ ପାଇଁ ୧୩୦୦ କିଲୋମିଟର ପର୍ଯ୍ୟନ୍ତ ପାଇପ ଲାଇନ ବିଛାଇବା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଅଭିଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ ଗୁଜରାଟ ସମେତ ସମଗ୍ର ଅଞ୍ଚଳ ଆଗାମୀ ବର୍ଷଗୁଡ଼ିକରେ ସଫଳତାର ନୂତନ ଶିଖରରେ ପହଞ୍ଚିବ । ଦ୍ୱାରକାଧିଶଙ୍କ ଆଶୀର୍ବାଦ ଆମ ଉପରେ ରହିଛି। ଆମେ ସମସ୍ତେ ମିଳିମିଶି ବିକସିତ୍ ସୌରାଷ୍ଟ୍ର ଏବଂ ବିକଶିତ ଗୁଜରାଟ ଗଠନ କରିବୁ।

 

ଅନ୍ୟମାନଙ୍କ ମଧ୍ୟରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲ ଏବଂ ସାଂସଦ ଶ୍ରୀ ସି ଆର ପାଟିଲ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

 

ପାଖାପାଖି ୯୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଓଖା ମୁଖ୍ୟ ଭୂମି ଏବଂ ଭେଟ ଦ୍ୱାରକା ଦ୍ୱୀପକୁ ସଂଯୋଗ କରୁଥିବା ସୁଦର୍ଶନ ସେତୁକୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ଏହା ପ୍ରାୟ ୨.୩୨ କିଲୋମିଟର ଦେଶର ସବୁଠାରୁ ଲମ୍ବା କେବୁଲ ଭିତ୍ତିକ ପୋଲ ଅଟେ ।

 

ସୁଦର୍ଶନ ସେତୁର ଏକ ନିଆରା ଡିଜାଇନ୍ ରହିଛି, ଯେଉଁଥିରେ ଶ୍ରୀମଦ୍ ଭଗବତ ଗୀତାର ଶବ୍ଦ ଏବଂ ଉଭୟ ପାର୍ଶ୍ୱରେ ଭଗବାନ କୃଷ୍ଣଙ୍କ ପ୍ରତିମୂର୍ତ୍ତି ରେ ସଜ୍ଜିତ ଫୁଟପାଥ୍ ରହିଛି। ଏଥିରେ ଫୁଟପାଥର ଉପର ଭାଗରେ ସୌର ପ୍ୟାନେଲ ମଧ୍ୟ ଲଗାଯାଇଛି, ଯାହା ଏକ ମେଗାୱାଟ ବିଦ୍ୟୁତ ଉତ୍ପାଦନ କରିବ । ଏହି ସେତୁ ପରିବହନକୁ ସହଜ କରିବ ଏବଂ ଦ୍ୱାରକା ଏବଂ ଭେଟ-ଦ୍ୱାରକା ମଧ୍ୟରେ ଯାତ୍ରା କରୁଥିବା ଶ୍ରଦ୍ଧାଳୁଙ୍କ ସମୟକୁ ଯଥେଷ୍ଟ ହ୍ରାସ କରିବ। ସେତୁ ନିର୍ମାଣ ପୂର୍ବରୁ ଭେଟ ଦ୍ୱାରକାରେ ପହଞ୍ଚିବା ପାଇଁ ତୀର୍ଥଯାତ୍ରୀମାନଙ୍କୁ ଡଙ୍ଗା ପରିବହନ ଉପରେ ନିର୍ଭର କରିବାକୁ ପଡୁଥିଲା । ଏହି ଆଇକନିକ୍ ବ୍ରିଜ୍ ଦେବଭୂମି ଦ୍ୱାରକାର ଏକ ପ୍ରମୁଖ ପର୍ଯ୍ୟଟନ ଆକର୍ଷଣ ହେବ।

 

ପ୍ରଧାନମନ୍ତ୍ରୀ ଭାଡିନାରଠାରେ ପାଇପଲାଇନ ପ୍ରକଳ୍ପ କୁ ସମର୍ପିତ କରିଥିଲେ ଯେଉଁଥିରେ ବର୍ତ୍ତମାନର ଅଫସୋର ଲାଇନ ବଦଳାଇବା, ବର୍ତ୍ତମାନର ପାଇପଲାଇନ ଏଣ୍ଡ ମେନିଫୋଲ୍ଡ (ପିଏଲଇଏମ) କୁ ପରିତ୍ୟାଗ କରିବା ଏବଂ ସମଗ୍ର ବ୍ୟବସ୍ଥା (ପାଇପଲାଇନ, ପ୍ଲେମ ଏବଂ ଇଣ୍ଟରକନେଟିଂ ଲୁପ୍ ଲାଇନ) କୁ ନିକଟସ୍ଥ ନୂତନ ସ୍ଥାନରେ ସ୍ଥାନାନ୍ତର କରାଯାଇଥିଲା । ପ୍ରଧାନମନ୍ତ୍ରୀ ରାଜକୋଟ-ଓଖା, ରାଜକୋଟ-ଜେତଲସାର-ସୋମନାଥ ଏବଂ ଜେତଲସାର-ବାନ୍ସଜାଲିଆ ରେଳ ବିଦ୍ୟୁତୀକରଣ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ ।

ପ୍ରଧାନମନ୍ତ୍ରୀ ଜାତୀୟ ରାଜପଥ-୯୨୭ଡିର ଧୋରାଜି-ଜାମକନ୍ଦୋର୍ନା-କଳାବାଦ ସେକ୍ସନର ପ୍ରଶସ୍ତୀକରଣ ପାଇଁ ଶିଳାନ୍ୟାସ କରିଥିଲେ। ଏହା ସହିତ ଜାମନଗରସ୍ଥିତ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର; ଜାମନଗରର ସିକ୍କା ଥର୍ମାଲ ପାୱାର ଷ୍ଟେସନରେ ଫ୍ଲୁ ଗ୍ୟାସ ଡିସଲ୍ଫରାଇଜେସନ୍ (ଏଫଜିଡି) ସିଷ୍ଟମ ସ୍ଥାପନ ଓ ଆହୁରି ଅନେକ ପ୍ରକଳ୍ପ ପାଇଁ ମଧ୍ୟ ଶିଳାନ୍ୟାସ କରାଯାଇଛି। 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Give mothers, sisters their due rights’: PM Modi pushes for women's reservation from the ramparts of Red Fort

Media Coverage

‘Give mothers, sisters their due rights’: PM Modi pushes for women's reservation from the ramparts of Red Fort
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 16, 2026
August 16, 2026

Aatmanirbhar Ambitions Meet Global Alliances: The Modi Doctrine in Action