ଦେଶର ୧୫ଟି ବିମାନ ବନ୍ଦରର ନୂତନ ଟର୍ମିନାଲ କୋଠା ଉଦ୍‌ଘାଟିତ ଓ ଶିଳାନ୍ୟାସ
ଲକ୍ଷ୍ନୌ ଓ ରାଞ୍ଚିରେ ଲାଇଟ୍ ହାଉସ୍ ପ୍ରୋଜେକ୍ଟ (ଏଲଏଚ୍‌ପି)ର ଉଦଘାଟନ; ଜାନୁଆରୀ ୨୦୨୧ରେ ପ୍ରଧାନମନ୍ତ୍ରୀ ଏହି ଏଲ୍‌ଏଚ୍‌ପି ଗୁଡିକର ଶିଳାନ୍ୟାସ କରିଥିଲେ
ଉତ୍ତରପ୍ରଦେଶରେ ୧୯,୦୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ସହିତ ରେଳ ଓ ସଡ଼କ ଭିତ୍ତିଭୂମିକୁ ସୁଦୃଢ଼ କରାଯିବ
ଉତ୍ତରପ୍ରଦେଶରେ ପିଏମଜିଏସୱାଇ ଅଧୀନରେ ୩୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରାୟ ୭୪୪ ଗ୍ରାମୀଣ ସଡ଼କ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି
ପୂର୍ବ ଉତ୍ତରପ୍ରଦେଶର ଓ ଦେଶର ପରିବାର ମାନଙ୍କର ଜୀବନକୁ ସହଜ କରିବା ପାଇଁ ଆମ ସରକାର ଦିନରାତି କାମ କରୁଛନ୍ତି
ପଛୁଆ ଅଂଚଳ ମଧ୍ୟରେ ଗଣାଯାଉଥିବା ଆଜମଗଡ଼ ଆଜି ବିକାଶର ଏକ ନୂଆ ଅଧ୍ୟାୟ ଲେଖୁଛି
ଯେମିତି ଆମ ସରକାର ଜନକଲ୍ୟାଣକାରୀ ଯୋଜନା ଗୁଡ଼ିକୁ ମେଟ୍ରୋ ସହର ଠାରୁ ଆରମ୍ଭ କରି ଛୋଟ ଛୋଟ ସହର ଓ ଗାଁକୁ ନେଇ ଯାଇଥିଲେ, ସମାନ ଢଙ୍ଗରେ ଆମେ ଆଧୁନିକ ଭିତ୍ତିଭୂମିର କାମକୁ ଛୋଟ ଛୋଟ ସହରକୁ ମଧ୍ୟ ନେଉଛୁ
ଉତ୍ତରପ୍ରଦେଶ ଦେଶର ବିକାଶର ଦିଗ ସହ ରାଜନୀତିକୁ ନିର୍ଦ୍ଧାରଣ କରିଥାଏ
ଡବଲ ଇଞ୍ଜିନ ସରକାର ପରେ ଉତ୍ତରପ୍ରଦେଶର ଉଭୟ ଚିତ୍ର ଓ ଭାଗ୍ୟ ବଦଳିଯାଇଛି । ଆଜି କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରୀ କରିବାରେ ଉତ୍ତରପ୍ରଦେଶ ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ରାଜ୍ୟମାନଙ୍କ ମଧ୍ୟରେ ରହିଛି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ଆଜମଗଡ଼ ଠାରେ ଏକ କାର୍ଯ୍ୟକ୍ରମରେ ୩୪,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପଦକ୍ଷେପର ଉଦଘାଟନ, ଲୋକାର୍ପଣ ଏବଂ ଶିଳାନ୍ୟାସ କରିଛନ୍ତି ।

 

ଏହି ଅବସରରେ ପ୍ରଧାନମନ୍ତ୍ରୀ ଏଭଳି କାର୍ଯ୍ୟକ୍ରମ ଦିଲ୍ଲୀରେ ଆୟୋଜନ ହେବା ପରିବର୍ତ୍ତେ ଆଜମଗଡ଼ ଭଳି ସ୍ଥାନରେ ହେଉଥିବା ଭଳି ପରିବର୍ତ୍ତନ ବିଷୟରେ ଉଲ୍ଲେଖ କରିଥିଲେ । ପଛୁଆ ଅଂଚଳ ମଧ୍ୟରେ ଗଣାଯାଉଥିବା ଆଜମଗଡ଼ ଆଜି ବିକାଶର ଏକ ନୂଆ ଅଧ୍ୟାୟ ଲେଖୁଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ଆଜି ଆଜମଗଡ଼ରୁ ୩୪ ହଜାର କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ କିମ୍ବା ଶିଳାନ୍ୟାସ ହୋଇଛି ।

ପ୍ରଧାନମନ୍ତ୍ରୀ ସମଗ୍ର ଦେଶରେ ୯୮୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୧୫ଟି ବିମାନବନ୍ଦର ପ୍ରକଳ୍ପର ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିଥିଲେ । ପୁନେ, କୋହ୍ଲାପୁର, ଗ୍ୱାଲିୟର, ଜବଲପୁର, ଦିଲ୍ଲୀ, ଲକ୍ଷ୍ନୌ, ଆଲିଗଡ଼, ଆଜମଗଡ଼, ଚିତ୍ରକୁଟ, ମୁରାଦାବାଦ, ଶ୍ରାବସ୍ତି ଏବଂ ଆଦମପୁର ବିମାନବନ୍ଦରର ୧୨ଟି ନୂତନ ଟର୍ମିନାଲ କୋଠାକୁ ସେ ଉଦ୍‌ଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ କଡ଼ପା, ହୁବଲି ଏବଂ ବେଲଗାଭି ବିମାନବନ୍ଦରର ତିନୋଟି ନୂତନ ଟର୍ମିନାଲ କୋଠାର ଶିଳାନ୍ୟାସ କରିଛନ୍ତି । ବିମାନବନ୍ଦର ଗୁଡ଼ିକର କାର୍ଯ୍ୟ ସମାପ୍ତ ହେବାର ଗତି ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ଏହା ଉଲ୍ଲେଖ କରିଥିଲେ ଯେ ଗ୍ୱାଲିୟର ଟର୍ମିନାଲ ମାତ୍ର ୧୬ ମାସ ମଧ୍ୟରେ ଶେଷ ହୋଇଛି । ଏହି ପଦକ୍ଷେପ ଦେଶର ସାଧାରଣ ନାଗରିକଙ୍କ ପାଇଁ ବିମାନ ଯାତ୍ରାକୁ ସହଜ ଓ ଉପଲବ୍ଧ କରାଇବ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ସରକାରଙ୍କ ଘୋଷିତ ପ୍ରକଳ୍ପଗୁଡ଼ିକୁ ଠିକ୍ ସମୟରେ ଶେଷ କରିବାର ରେକର୍ଡ , ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ କରିବା ପାଇଁ ଯେଉଁ ଘୋଷଣା ପୂର୍ବରୁ କରା ଯାଇଥିଲା, ତାହା ନିର୍ବାଚନୀ କୌଶଳ ବୋଲି ଯେଉଁ ଅଭିଯୋଗ ହୋଇଥାଏ, ତାହାକୁ ପ୍ରତ୍ୟାଖ୍ୟାନ କରିଥାଏ । ଲୋକମାନେ ଦେଖି ପାରୁଛନ୍ତି ଯେ ମୋଦୀ ଭିନ୍ନ ସାମଗ୍ରୀରେ ନିର୍ମିତ । ମୁଁ ଏକ ବିକଶିତ ଭାରତ ଗଠନ ପାଇଁ ନିରନ୍ତର କାର୍ଯ୍ୟ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିମାନବନ୍ଦର, ରାଜପଥ ଏବଂ ରେଳ ଭିତ୍ତିଭୂମି ସହିତ ଶିକ୍ଷା, ଜଳ ଏବଂ ପରିବେଶ ସମ୍ବନ୍ଧୀୟ ପ୍ରକଳ୍ପଗୁଡ଼ିକୁ ଆଜି ଏକ ନୂତନ ପ୍ରୋତ୍ସାହନ ମିଳିଛି । ଆଜମଗଡ଼ବାସୀଙ୍କୁ ନୂଆ ଗ୍ୟାରେଣ୍ଟି ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜମଗଡ଼ ସବୁଦିନ ପାଇଁ ବିକାଶର ଗଡ଼ ହୋଇ ରହିବ । ବିମାନବନ୍ଦର, ଡାକ୍ତରଖାନା ଓ ମେଡିକାଲ କଲେଜ ଥିବାରୁ ଆଜମଗଡ଼ ଆଉ ପଡ଼ୋଶୀ ବଡ଼ ସହର ଉପରେ ନିର୍ଭରଶୀଳ ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ୧୦ ବର୍ଷ ମଧ୍ୟରେ ପୂର୍ବ ସମୟର ତୁଷ୍ଟୀକରଣ ଓ ବଂଶବାଦର ରାଜନୀତି ବଦଳରେ ଏହି ଅଞ୍ଚଳରେ ବିକାଶର ରାଜନୀତି ଦେଖିବାକୁ ମିଳୁଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଏହି ଧାରାକୁ ଏକ ନୂଆ ଗତି ମିଳିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଉତ୍ତରପ୍ରଦେଶର ପଛୁଆ ଅଂଚଳ ଭାବେ ଅଣଦେଖା ହୋଇଥିବା ଆଲିଗଡ଼, ମୁରାଦାବାଦ, ଆଜମଗଡ଼, ଶ୍ରାବସ୍ତି ଭଳି ସହରରେ ଦ୍ରୁତ ସାମଗ୍ରିକ ବିକାଶ ଯୋଗୁଁ ସେଠାରେ ବିମାନ ଚଳାଚଳର ସଂଯୋଗ ହେଉଛି । କଲ୍ୟାଣକାରୀ ଯୋଜନା ଭଳି ଆଧୁନିକ ଭିତ୍ତିଭୂମି ମେଟ୍ରୋ ସହରରୁ ଛୋଟ ସହର ଓ ଗାଁ ଆଡକୁ ଗତି କରୁଛି । "ଛୋଟ ସହର ଗୁଡ଼ିକର ବିମାନବନ୍ଦର ଏବଂ ଭଲ ରାଜପଥ ଉପରେ ବଡ଼ ମେଟ୍ରୋ ସହର ଭଳି ସମାନ ଅଧିକାର ଅଛି" ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ, "ଆମେ ଟାୟର ୨ ଏବଂ ଟାୟର ୩ ସହରର ଶକ୍ତି ବୃଦ୍ଧି କରୁଛୁ, ଯାହା ଦ୍ୱାରା ସହରୀକରଣ ନିରବଚ୍ଛିନ୍ନ ଭାବେ ଜାରି ରହିବ ।

 

 ପ୍ରଧାନମନ୍ତ୍ରୀ ମୋଦୀ ଏହି ଅଞ୍ଚଳରେ ଯୋଗାଯୋଗ ଏବଂ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ । ସୀତାପୁର, ଶାହାଜାହାନପୁର, ଗାଜିପୁର ଏବଂ ପ୍ରୟାଗରାଜ ଭଳି ଜିଲ୍ଲାକୁ ସଂଯୋଗ କରୁଥିବା ଅନେକ ରେଳ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ସମାରୋହ ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ । ଆଜମଗଡ଼, ମାଉ ଓ ବଳିଆକୁୁ ଅନେକ ରେଳ ପ୍ରକଳ୍ପର ଉପହାର ମିଳିଛି । ରେଳ ପ୍ରକଳ୍ପ ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ମାଧ୍ୟମରେ ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଇଁ ସରକାରଙ୍କ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅଧୀନରେ ୫,୦୦୦ କିଲୋମିଟରରୁ ଅଧିକ ରାସ୍ତା ଉଦଘାଟନ କରାଯାଇଛି, ଯାହା ପୂର୍ବ ଉତ୍ତରପ୍ରଦେଶର କୃଷକ ଏବଂ ଯୁବକମାନଙ୍କ ପାଇଁ ଯୋଗାଯୋଗରେ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖିଛି ବୋଲି ସେ କହିଥିଲେ ।

କୃଷକଙ୍କ ଉତ୍ପାଦିତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ସୁନିଶ୍ଚିତ କରିବା ଉପରେ ମଧ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଆଲୋକପାତ କରିଥିଲେ । ଆଖୁ ସମେତ ବିଭିନ୍ନ ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)ରେ ଯଥେଷ୍ଟ ବୃଦ୍ଧି ସମ୍ପର୍କରେ ସେ କହିଥିଲେ ଯେ , "ଆଜି ଆଖୁ ଚାଷୀଙ୍କ ପାଇଁ ଆଖୁ ଉପରେ ଏମଏସପି ୮ ପ୍ରତିଶତ ବୃଦ୍ଧି କରାଯାଇଛି, ଯାହା ଫଳରେ ଏହା କ୍ୱିଣ୍ଟାଲ ପିଛା ୩୪୦ ଟଙ୍କାରେ ପହଞ୍ଚିଛି ।

 

ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀ ଏହି ଅଞ୍ଚଳର ଆଖୁ ଚାଷୀମାନେ ସମ୍ମୁଖୀନ ହେଉଥିବା ଐତିହାସିକ ଆହ୍ୱାନର ସମାଧାନ କରିବା ସହ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଥିଲେ । ଆମ ସରକାର ଆଖୁ ଚାଷୀଙ୍କ ହଜାର ହଜାର କୋଟି ଟଙ୍କାର ବକେୟା ଦେୟ ପୈଠ କରିଛନ୍ତି, ସେମାନଙ୍କୁ ଠିକ୍ ସମୟରେ ଏବଂ ଉଚିତ ଦେୟ ପ୍ରଦାନ କରିଛନ୍ତି । ବାୟୋଗ୍ୟାସ୍ ଏବଂ ଇଥାନଲ୍ କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପ ଦ୍ୱାରା ହୋଇଥିବା ପରିବର୍ତ୍ତନ ବିଷୟରେ ମଧ୍ୟ ସେ ବିସ୍ତୃତ ଭାବେ ସୂଚନା ଦେଇଥିଲେ । ପିଏମ୍ କିଷାନ ସମ୍ମାନ ନିଧି ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ଆଜମଗଡ଼ରେ ୮ ଲକ୍ଷ କୃଷକ ଏହି ଯୋଜନାରେ ୨,୦୦୦ କୋଟି ଟଙ୍କା ପାଇଛନ୍ତି ।

ସରକାରୀ ପଦକ୍ଷେପର ପରିବର୍ତ୍ତନକାରୀ ପ୍ରଭାବ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମୋଦୀ ଦ୍ରୁତ ବିକାଶ ହାସଲ କରିବା ପାଇଁ ସଚ୍ଚୋଟ ଶାସନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଅଭୂତପୂର୍ବ ବିକାଶ ହାସଲ ପାଇଁ ସଚ୍ଚୋଟ ଶାସନ ଜରୁରୀ ବୋଲି ସେ କହିଛନ୍ତି । ଦୁର୍ନୀତି ଦୂର କରିବା ଏବଂ ସ୍ୱଚ୍ଛ ଶାସନ ସୁନିଶ୍ଚିତ କରିବା ନିମନ୍ତେ ଆମ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବ ଉତ୍ତରପ୍ରଦେଶ ପାଇଁ ସରକାରଙ୍କ ପଦକ୍ଷେପର ପରିବର୍ତ୍ତନକାରୀ ସମ୍ଭାବନା ଉପରେ ଆସ୍ଥା ପ୍ରକଟ କରିଥିଲେ । ମହାରାଜା ସୁହେଲଦେବ ରାଜକୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଓ ଅନ୍ୟାନ୍ୟ ପଦକ୍ଷେପ ଯୁବପିଢ଼ିଙ୍କୁ ସଶକ୍ତ କରିବା ସହ ଏହି ଅଞ୍ଚଳର ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବ ବୋଲି ସେ କହିଛନ୍ତି ।

 

ଜାତୀୟ ରାଜନୀତି ଏବଂ ବିକାଶରେ ଉତ୍ତରପ୍ରଦେଶର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମୋଦୀ ରାଜ୍ୟର ପ୍ରଗତି କିପରି ଦେଶର ଅଭିବୃଦ୍ଧି ପଥ ସହିତ ଯୋଡ଼ି ହୋଇଛି ତାହା ଉପରେ ଗୁରୁତ୍ୱାରୋପ କରିଥିଲେ । ଡବଲ ଇଞ୍ଜିନ ସରକାରଙ୍କ ଅଧୀନରେ କେନ୍ଦ୍ରୀୟ ଯୋଜନା ଗୁଡିକର ଉଦାହରଣମୂଳକ ରୂପାୟନ ପାଇଁ ଏବଂ ଏହି କ୍ଷେତ୍ରରେ ରାଜ୍ୟକୁ ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କ ମଧ୍ୟରେ ସ୍ଥାନିତ କରିଥିବାରୁ ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶକୁ ପ୍ରଶଂସା କରିଥିଲେ । ବିଗତ ବର୍ଷ ଗୁଡ଼ିକରେ ଉତ୍ତରପ୍ରଦେଶରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ପୁଞ୍ଜି ନିବେଶ, ଭିତ୍ତିଭୂମି ବିକାଶ ଏବଂ ଯୁବବର୍ଗଙ୍କ ପାଇଁ ଅନେକ ସୁଯୋଗ ସୃଷ୍ଟି ଏହାର ପ୍ରମୁଖ ଫଳାଫଳ ବୋଲି ସେ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତରପ୍ରଦେଶର ବୃଦ୍ଧି ପାଉଥିବା ପ୍ରୋଫାଇଲ ଉପରେ ଆଲୋକପାତ କରିଥିଲେ, ଯେଉଁଥିରେ ରେକର୍ଡ ସ୍ତରର ପୁଞ୍ଜି ନିବେଶ, ଶିଳାନ୍ୟାସ ସମାରୋହ ଏବଂ ଏକ୍ସପ୍ରେସ ୱେ ନେଟୱାର୍କ ଏବଂ ରାଜପଥର ସମ୍ପ୍ରସାରଣ ହୋଇଛି । ଅଯୋଧ୍ୟାରେ ଐତିହାସିକ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଆଇନ ଶୃଙ୍ଖଳା କ୍ଷେତ୍ରରେ ଉନ୍ନତି ଆଣିବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ସେ ପ୍ରଶଂସା କରିଛନ୍ତି ।

ପୃଷ୍ଠଭୂମି

ବେସାମରିକ ବିମାନ ଚଳାଚଳ କ୍ଷେତ୍ରକୁ ଏକ ବଡ଼ ପ୍ରୋତ୍ସାହନ ପ୍ରଦାନ କରି ପ୍ରଧାନମନ୍ତ୍ରୀ ସମଗ୍ର ଦେଶରେ ୯୮୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୧୫ଟି ବିମାନ ବନ୍ଦର ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଥିଲେ । ସେ ପୁନେ, କୋହ୍ଲାପୁର, ଗ୍ୱାଲିୟର, ଜବଲପୁର, ଦିଲ୍ଲୀ, ଲକ୍ଷ୍ନୌ, ଆଲିଗଡ଼, ଆଜମଗଡ଼, ଚିତ୍ରକୁଟ, ମୁରାଦାବାଦ, ଶ୍ରାବସ୍ତି ଏବଂ ଆଦମପୁର ବିମାନ ବନ୍ଦରର ୧୨ଟି ନୂତନ ଟର୍ମିନାଲ କୋଠାକୁ ଉଦଘାଟନ କରିଥିଲେ । ପ୍ରଧାନମନ୍ତ୍ରୀ କଡ଼ପା, ହୁବଲି ଏବଂ ବେଲଗାଭି ବିମାନ ବନ୍ଦରର ତିନୋଟି ନୂତନ ଟର୍ମିନାଲ କୋଠାର ଶିଳାନ୍ୟାସ କରିଥିଲେ ।

୧୨ଟି ନୂତନ ଟର୍ମିନାଲ କୋଠାରେ ବାର୍ଷିକ ୬୨୦ ଲକ୍ଷ ଯାତ୍ରୀଙ୍କୁ ସେବା ଯୋଗାଇବାର ମିଳିତ କ୍ଷମତା ରହିବ ଏବଂ ଯେଉଁ ତିନୋଟି ଟର୍ମିନାଲ କୋଠାର ଶିଳାନ୍ୟାସ କରାଯାଉଛି, ସେଗୁଡ଼ିକ ଥରେ ସମ୍ପୂର୍ଣ୍ଣ ହୋଇଗଲେ ଏହି ବିମାନ ବନ୍ଦର ଗୁଡ଼ିକର ମିଳିତ ଯାତ୍ରୀ ପରିଚାଳନା କ୍ଷମତା ବାର୍ଷିକ ୯୫ ଲକ୍ଷକୁ ବୃଦ୍ଧି ପାଇବ । ଏହି ଟର୍ମିନାଲ କୋଠା ଗୁଡିକରେ ଅତ୍ୟାଧୁନିକ ଯାତ୍ରୀ ସୁବିଧା ରହିଛି ଏବଂ ଏଥିରେ ଡବଲ ଇନସୁଲେଟେଡ୍ ଛାତ ବ୍ୟବସ୍ଥା, ଶକ୍ତି ସଞ୍ଚୟ ପାଇଁ କ୍ୟାନୋପିର ବ୍ୟବସ୍ଥା, ଏଲଇଡି ଆଲୋକୀକରଣ ଇତ୍ୟାଦି ବିଭିନ୍ନ ସ୍ଥାୟୀ ବୈଶିଷ୍ଟ୍ୟ ରହିଛି । ଏହି ବିମାନ ବନ୍ଦର ଗୁଡ଼ିକର ଡିଜାଇନ୍ ସେହି ରାଜ୍ୟ ଏବଂ ସହରର ଐତିହ୍ୟ ଢାଞ୍ଚାର ସାଧାରଣ ଉପାଦାନରୁ ପ୍ରଭାବିତ ଏବଂ ସୃଷ୍ଟି ହୋଇଛି, ଯାହା ସ୍ଥାନୀୟ ସଂସ୍କୃତିକୁ ପ୍ରତିଫଳିତ କରେ ଏବଂ ଏହି ଅଞ୍ଚଳର ଐତିହ୍ୟ ଉପରେ ଆଲୋକପାତ କରେ ।

 

ସମସ୍ତଙ୍କୁ ଘର ଯୋଗାଇ ଦେବା ହେଉଛି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡିକ ମଧ୍ୟରୁ ଅନ୍ୟତମ । ଏହି ଦୃଷ୍ଟିକୋଣରୁ ପରିଚାଳିତ ଏହି ଲକ୍ଷ୍ୟ ହାସଲ ପାଇଁ ଏକ ଅଭିନବ ଉପାୟ ହେଉଛି ଲାଇଟ୍ ହାଉସ୍ ପ୍ରୋଜକ୍ଟର ପରିକଳ୍ପନା । ପ୍ରଧାନମନ୍ତ୍ରୀ ଲକ୍ଷ୍ନୌ ଏବଂ ରାଞ୍ଚିରେ ଲାଇଟ୍ ହାଉସ୍ ପ୍ରୋଜେକ୍ଟ (ଏଲଏଚ୍‌ପି)କୁ ଉଦଘାଟନ କରିବେ, ଯାହା ଅଧୀନରେ ଆଧୁନିକ ଭିତ୍ତିଭୂମି ସହିତ ୨୦୦୦ରୁ ଅଧିକ ସୁଲଭ ଫ୍ଲାଟ ନିର୍ମାଣ କରାଯାଇଛି । ଏହି ଏଲଏଚପିରେ ବ୍ୟବହୃତ ଅଭିନବ ନିର୍ମାଣ ଜ୍ଞାନକୌଶଳ ପରିବାରଗୁଡ଼ିକୁ ଏକ ସ୍ଥାୟୀ ଏବଂ ଭବିଷ୍ୟତର ଜୀବନ ଅନୁଭୂତି ପ୍ରଦାନ କରିବ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଚେନ୍ନାଇ, ରାଜକୋଟ ଏବଂ ଇନ୍ଦୋରରେ ସମାନ ଲାଇଟ୍ ହାଉସ୍ ପ୍ରକଳ୍ପର ଉଦଘାଟନ କରିଛନ୍ତି । ୨୦୨୧ ମସିହା ଜାନୁଆରୀ ୧ ତାରିଖରେ ପ୍ରଧାନମନ୍ତ୍ରୀ ଏହି ଏଲ୍‌ଏଚ୍‌ପିର ଶିଳାନ୍ୟାସ କରିଥିଲେ ।

ରାଞ୍ଚି ଏଲ୍‌ଏଚ୍‌ପି ପାଇଁ ଜର୍ମାନୀର ପ୍ରିକାଷ୍ଟ କଂକ୍ରିଟ କନଷ୍ଟ୍ରକସନ ସିଷ୍ଟମ - ୩ଡି ଭଲ୍ୟୁମେଟ୍ରିକ୍ ଟେକ୍ନୋଲୋଜି ଗ୍ରହଣ କରାଯାଇଛି । ଏଲ୍‌ଏଚ୍‌ପି ରାଞ୍ଚିର ଏକ ଅନନ୍ୟ ବୈଶିଷ୍ଟ୍ୟ ହେଉଛି ପ୍ରତ୍ୟେକ କୋଠରୀକୁ ଅଲଗା ଅଲଗା କରାଯାଇଛି ଏବଂ ତା'ପରେ ସମଗ୍ର ସଂରଚନାକୁ ଲେଗୋ ବ୍ଲକ ଖେଳନା ପରି ଯୋଡାଯାଇଛି । ଏଲଏଚପି ଲକ୍ଷ୍ନୌ କାନାଡାର ଷ୍ଟେ ଇନ୍ ପ୍ଲେସ୍ ପିଭିସି ଫର୍ମୱାର୍କ ବ୍ୟବହାର କରି ପ୍ରି - ଇଞ୍ଜିନିୟର୍‌ଡ ଷ୍ଟିଲ୍ ଷ୍ଟ୍ରକ୍‌ଚରାଲ ସିଷ୍ଟମ୍ ସହିତ ନିର୍ମାଣ କରାଯାଇଛି ।

ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶରେ ପାଖାପାଖି ୧୧,୫୦୦ କୋଟି ଟଙ୍କାର ଅନେକ ସଡ଼କ ପ୍ରକଳ୍ପର ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବା ସହ ଶିଳାନ୍ୟାସ କରିଥିଲେ । ସଡ଼କ ପ୍ରକଳ୍ପଗୁଡ଼ିକ ଯୋଗାଯୋଗରେ ଉନ୍ନତି ଆଣିବ, ଟ୍ରାଫିକ୍ ଭିଡ଼ ହ୍ରାସ କରିବାରେ ସହାୟକ ହେବ ଏବଂ ଏହି ଅଞ୍ଚଳରେ ସାମାଜିକ-ଅର୍ଥନୈତିକ ବିକାଶ କରିବ ।

 

ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶରେ ୧୯,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ସଡ଼କ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ ଏବଂ ଶିଳାନ୍ୟାସ କରିଥିଲେ । ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଜାତୀୟ ରାଜପଥ - ୨ର ଚାରି ଲେନ୍ ଲକ୍ଷ୍ନୌ ରିଙ୍ଗ୍ ରୋଡ୍‌ର ୩ଟି ପ୍ୟାକେଜ୍ ଏବଂ ଚକେରିରୁ ଆହ୍ଲାବାଦ ସେକ୍ସନକୁ ୬ ଲେନ୍ କରିବା ଅନ୍ତର୍ଭୁକ୍ତ । ପ୍ରଧାନମନ୍ତ୍ରୀ ରାମପୁର - ରୁଦ୍ରପୁରର ପଶ୍ଚିମ ପାର୍ଶ୍ୱ ସ୍ପର - ଚାରି ଲେନ୍‌ର ଶିଳାନ୍ୟାସ ; କାନପୁର ରିଙ୍ଗରୋଡର ୬ ଲେନ୍ ବିଶିଷ୍ଟ ଦୁଇଟି ପ୍ୟାକେଜ୍ ଏବଂ ଜାତୀୟ ରାଜପଥ - ୨୪ବି / ଏନ୍‌ଏଚ୍ - ୩୦ର ରାୟବରେଲି - ପ୍ରୟାଗରାଜ ସେକ୍ସନର ୪ ଲେନ୍‌ର ପ୍ୟାକେଜ୍ ପ୍ରକଳ୍ପ ଗୁଡିକର ଶିଳାନ୍ୟାସ କରିଥିଲେ । ଏହି ସଡ଼କ ପ୍ରକଳ୍ପଗୁଡ଼ିକ ଯୋଗାଯୋଗରେ ଉନ୍ନତି ଆଣିବ, ଟ୍ରାଫିକ୍ ଭିଡ଼ ହ୍ରାସ କରିବାରେ ସହାୟକ ହେବ ଏବଂ ଏହି ଅଞ୍ଚଳରେ ସାମାଜିକ - ଅର୍ଥନୈତିକ ବିକାଶ କରିବ ।

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନିର୍ମିତ ୩୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରାୟ ୭୪୪ଟି ଗ୍ରାମୀଣ ସଡ଼କ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ । ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ଉତ୍ତର ପ୍ରଦେଶରେ ସମୁଦାୟ ୫,୪୦୦ କିଲୋମିଟରରୁ ଅଧିକ ଗ୍ରାମୀଣ ସଡ଼କ ନିର୍ମାଣ ହେବ ଏବଂ ରାଜ୍ୟର ପାଖାପାଖି ୫୯ଟି ଜିଲ୍ଲା ଉପକୃତ ହେବେ । ଏହା ଦ୍ୱାରା ଯୋଗାଯୋଗ ବୃଦ୍ଧି ପାଇବ ଏବଂ ସାମାଜିକ - ଅର୍ଥନୈତିକ ବିକାଶକୁ ଯଥେଷ୍ଟ ପ୍ରୋତ୍ସାହନ ମିଳିବ ।

ଏହି କାର୍ଯ୍ୟକ୍ରମରେ , ପ୍ରଧାନମନ୍ତ୍ରୀ ପାଖାପାଖି ୮୨୦୦ କୋଟି ଟଙ୍କାର ଏକାଧିକ ରେଳ ପ୍ରକଳ୍ପର ଉଦଘାଟନ, ଲୋକାର୍ପଣ ଏବଂ ଶିଳାନ୍ୟାସ କରିଥିଲେ, ଯାହା ଉତ୍ତର ପ୍ରଦେଶରେ ରେଳ ଭିତ୍ତିଭୂମିକୁ ସୁଦୃଢ଼ କରିବ । ସେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ରେଳ ସେକ୍ସନର ଦୋହରୀକରଣ ଏବଂ ବିଦ୍ୟୁତିକରଣ ପ୍ରକଳ୍ପକୁ ଲୋକାର୍ପିତ କରିଥିଲେ । ସେ ଭଟନୀ - ପିଓକୋଲ ବାଇପାସ୍ ଲାଇନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ ଯାହା ଭଟନୀରେ ଇଞ୍ଜିନ୍ ପରିବର୍ତ୍ତନ ସମସ୍ୟାର ସମାଧାନ କରିବ ଏବଂ ନିରବଚ୍ଛିନ୍ନ ଟ୍ରେନ୍ ଚଳାଚଳକୁ ସୁଗମ କରିବ । ପ୍ରଧାନମନ୍ତ୍ରୀ ବହରାଇଚ - ନାନପାରା - ନେପାଳଗଞ୍ଜ ରୋଡ ରେଳ ସେକ୍ସନର ଗେଜ୍ ରୂପାନ୍ତର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ଏହି ଅଞ୍ଚଳକୁ ବ୍ରଡଗେଜ୍ ଲାଇନ୍ ଜରିଆରେ ମହାନଗରୀ ସହ ସଂଯୋଗ କରାଯିବ, ଯାହା ଦ୍ରୁତ ବିକାଶରେ ସହାୟକ ହେବ । ପ୍ରଧାନମନ୍ତ୍ରୀ ଗଙ୍ଗା ନଦୀ ଉପରେ ଏକ ରେଳ ପୋଲ ସମେତ ଗାଜିପୁର ସିଟି ଏବଂ ଗାଜିପୁର ଘାଟରୁ ତାରିଘାଟ ପର୍ଯ୍ୟନ୍ତ ଏକ ନୂତନ ରେଳ ଲାଇନର ଉଦଘାଟନ କରିଥିଲେ । ସେ ଗାଜିପୁର ସିଟି – ତାରିଘାଟ - ଦିଲଦାର ନଗର ଜଙ୍କସନ୍ ମଧ୍ୟରେ ମେମୁ ଟ୍ରେନ୍ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ପ୍ରୟାଗରାଜ, ଜଉନପୁର ଏବଂ ଇଟାୱାରେ ଏକାଧିକ ମଇଳା ଜଳ ଅଶୋଧିତ ପ୍ଲାଣ୍ଟ ଏବଂ ଅନ୍ୟାନ୍ୟ ପ୍ରକଳ୍ପର ଉଦଘାଟନ ଓ ଲୋକାର୍ପଣ କରିଥିଲେ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Exports may hit $1 Tn in FY27 on new trade deals, tariff cuts

Media Coverage

Exports may hit $1 Tn in FY27 on new trade deals, tariff cuts
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates people of Chhattisgarh for special celebration of ‘Bastar Pandum’ festival
February 10, 2026

The Prime Minister, Shri Narendra Modi has congratulated the people of Chhattisgarh for special celebration of ‘Bastar Pandum’ festival, between February 7 and 9 in Chhattisgarh. During the festival, the rich culture, traditions, and tribal heritage of Bastar were showcased in a magnificent way. Shri Modi stated that such events play a vital role in preserving our cultural heritage and empowering local communities.

"Earlier, whenever the name of Bastar was mentioned, images of Maoism, violence, and backwardness in development would come to mind. But now the situation has completely changed. Today, Bastar is known not only for its development but also for the growing self-confidence of its local people. My only wish is that the coming time for this region be filled with the spirit of peace, progress, and cultural pride", Shri Modi stated.

Responding to a post by Union Minister, Shri Amit Shah on X, Shri Modi said:

"7 से 9 फरवरी के बीच छत्तीसगढ़ में ‘बस्तर पंडुम’ का विशेष आयोजन किया गया। इस उत्सव के दौरान बस्तर की समृद्ध संस्कृति, परंपरा और जनजातीय विरासत का भव्य रूप दिखा। इस प्रयास से जुड़े अपने सभी परिवारजनों को मेरी हार्दिक बधाई। ऐसे आयोजन हमारी सांस्कृतिक विरासत को संरक्षित करने और स्थानीय समुदायों को सशक्त बनाने में अहम भूमिका निभाते हैं।

पहले जब बस्तर का नाम लिया जाता था तो माओवाद, हिंसा और विकास में पिछड़ेपन की छवि उभरती थी। लेकिन अब हालात बिल्कुल बदल चुके हैं। आज बस्तर विकास के साथ-साथ स्थानीय लोगों के बढ़ते आत्मविश्वास के लिए जाना जाता है। मेरी यही कामना है कि यहां का आने वाला समय शांति, प्रगति और सांस्कृतिक गौरव की भावना से परिपूर्ण हो।"