ଦେଶବ୍ୟାପୀ ଏକାଧିକ ଶକ୍ତି ପ୍ରକଳ୍ପର ଶିଳାନ୍ୟାସ ଏବଂ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ
ପାୱାର ଗ୍ରିଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆର ୭ଟି ପ୍ରକଳ୍ପର ଉଦଘାଟନ ଓ ଗୋଟିଏ ପ୍ରକଳ୍ପର ଶିଳାନ୍ୟାସ
ଏକାଧିକ ନବୀକରଣୀୟ ଶକ୍ତି ପ୍ରକଳ୍ପର ଶିଳାନ୍ୟାସ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ
ବିଭିନ୍ନ ରେଳ ଓ ସଡ଼କ ପ୍ରକଳ୍ପର ଶିଳାନ୍ୟାସ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ
ତେଲେଙ୍ଗାନାବାସୀଙ୍କ ବିକାଶ ସ୍ୱପ୍ନକୁ ସାକାର କରିବା ପାଇଁ କେନ୍ଦ୍ର ସରକାର ସବୁ ପ୍ରକାର ସହଯୋଗ କରୁଛନ୍ତି
ଆମେ 'ରାଜ୍ୟ ଗୁଡ଼ିକର ବିକାଶ ମାଧ୍ୟମରେ ଦେଶର ବିକାଶ' ମନ୍ତ୍ର ନେଇ ଗତି କରୁଛୁ
ଭାରତୀୟ ଅର୍ଥନୀତିର ଉଚ୍ଚ ଅଭିବୃଦ୍ଧି ହାରକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଜୋର ଧରିଛି
ଆମ ପାଇଁ ବିକାଶ ଅର୍ଥ ଅତି ଗରିବ ଲୋକ ମାନଙ୍କର ବିକାଶ, ଦଳିତ, ଆଦିବାସୀ, ପଛୁଆ ଓ ବଞ୍ଚିତଙ୍କ ବିକାଶ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତେଲେଙ୍ଗାନାର ଆଦିଲାବାଦ ଠାରେ ୫୬,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଦ୍ୟୁତ, ରେଳ ଏବଂ ସଡ଼କ କ୍ଷେତ୍ର ସହିତ ଜଡ଼ିତ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ , ଉଦଘାଟନ କରିଛନ୍ତି ତଥା ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ।

 

ସମାବେଶକୁ ସମ୍ବୋଧିତ କରି , ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଦିଲାବାଦର ଭୂମି କେବଳ ତେଲେଙ୍ଗାନାର ନୁହେଁ , ବରଂ ସମଗ୍ର ଦେଶ ସହ ଜଡିତ ବିକାଶ ପ୍ରକଳ୍ପର ସାକ୍ଷୀ ପାଲଟିଛି କାରଣ ୫୬,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୩୦ରୁ ଅଧିକ ଉନ୍ନୟନ ପ୍ରକଳ୍ପ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ ହୋଇଛି କିମ୍ବା ଆଜି ଏହାର ଶିଳାନ୍ୟାସ କରାଯାଇଛି । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରାଜ୍ୟର ଶକ୍ତି, ପରିବେଶ ସ୍ଥାୟୀତା ଏବଂ ସଡ଼କ ଯୋଗାଯୋଗ ସହିତ ଜଡିତ ଅନେକ ପ୍ରକଳ୍ପ ଅନ୍ତର୍ଭୁକ୍ତ ।

କେନ୍ଦ୍ର ସରକାର ଏବଂ ତେଲେଙ୍ଗାନା ରାଜ୍ୟ ଉଭୟ ପ୍ରାୟ ୧୦ ବର୍ଷ ପୂରଣ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଏବଂ କହିଥିଲେ ଯେ ନାଗରିକଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ସରକାର ରାଜ୍ୟକୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେଉଛନ୍ତି । ଆଜି ମଧ୍ୟ ୮୦୦ ମେଗାୱାଟ କ୍ଷମତା ବିଶିଷ୍ଟ ଏନଟିପିସି ୟୁନିଟ ୨ ଉଦ୍‌ଘାଟିତ ହୋଇଛି , ଯାହା ତେଲେଙ୍ଗାନାର ବିଦ୍ୟୁତ ଉତ୍ପାଦନ କ୍ଷମତାକୁ ଆହୁରି ବୃଦ୍ଧି କରିବ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ସେ ଅମ୍ବାରୀ - ଆଦିଲାବାଦ - ପିମ୍ପଲଖୁଟି ରେଳ ଲାଇନର ବିଦ୍ୟୁତିକରଣ ଶେଷ ହେବା ଏବଂ ଆଦିଲାବାଦ, ବେଲା ଏବଂ ମୁଲୁଗୁରେ ଦୁଇଟି ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ।

 

ଆଜିର ଏହି ଆଧୁନିକ ରେଳ ଓ ସଡ଼କ ପ୍ରକଳ୍ପଗୁଡ଼ିକ ତେଲେଙ୍ଗାନା ତଥା ସମଗ୍ର ଅଞ୍ଚଳର ବିକାଶକୁ ତ୍ୱରାନ୍ୱିତ କରିବା ସହିତ ଯାତ୍ରା ସମୟ  ହ୍ରାସ କରିବ, ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ ଏବଂ ଅଗଣିତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।

ରାଜ୍ୟ ଗୁଡ଼ିକର ବିକାଶ ମାଧ୍ୟମରେ ଦେଶର ବିକାଶର ମନ୍ତ୍ରକୁ ପ୍ରଧାନମନ୍ତ୍ରୀ ଦୋହରାଇ ଥିଲେ । ଉନ୍ନତ ଅର୍ଥନୀତି ସହିତ ଦେଶ ଉପରେ ବିଶ୍ୱାସ ବୃଦ୍ଧି ପାଇଥାଏ ଏବଂ ରାଜ୍ୟରେ ପୁଞ୍ଜି ନିବେଶ ହେଲେ, ରାଜ୍ୟମାନେ ହିଁ ଲାଭବାନ ହୁଅନ୍ତି ବୋଲି ସେ କହିଛନ୍ତି । ଗତ ତ୍ରୈମାସିକରେ ଭାରତ ଏକମାତ୍ର ପ୍ରମୁଖ ଅର୍ଥନୀତି ଭାବେ ୮.୪ ପ୍ରତିଶତ ଅଭିବୃଦ୍ଧି ହାସଲ କରିଥିବାରୁ ଭାରତୀୟ ଅର୍ଥନୀତିର ଉଚ୍ଚ ଅଭିବୃଦ୍ଧି ହାରକୁ ନେଇ ବିଶ୍ୱବ୍ୟାପୀ ଚର୍ଚ୍ଚା ଜୋର ଧରିଛି ବୋଲି ସେ ଉଲ୍ଲେଖ କରିଥିଲେ । "ଏହି ଦ୍ରୁତ ଗତିରେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ" ବୋଲି ପ୍ରଧାନମନ୍ତ୍ରୀ କହିବା ସହିତ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ, ଏହାର ଅର୍ଥ ହେଉଛି ତେଲେଙ୍ଗାନାର ଅର୍ଥନୀତି ମଧ୍ୟ ଉଚ୍ଚ ଅଭିବୃଦ୍ଧିସମ୍ପନ୍ନ ହେବ ।

 

ତେଲେଙ୍ଗାନା ଭଳି କ୍ଷେତ୍ରରେ ପୂର୍ବରୁ ହୋଇଥିବା ଅବହେଳାକୁ  ମନେ ପକାଇ ପ୍ରଧାନମନ୍ତ୍ରୀ ଗତ ୧୦ ବର୍ଷ ମଧ୍ୟରେ ଶାସନର ନୂତନ ପଦ୍ଧତି ଉପରେ ଆଲୋକପାତ କରିଥିଲେ । ବିଗତ ୧୦ ବର୍ଷ ମଧ୍ୟରେ ରାଜ୍ୟର ବିକାଶ ପାଇଁ ଅଧିକ ଆବଣ୍ଟନ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, ଆମ ପାଇଁ ବିକାଶର ଅର୍ଥ ହେଉଛି ଅତି ଗରିବ ଲୋକ ମାନଙ୍କର ବିକାଶ, ଦଳିତ, ଆଦିବାସୀ, ପଛୁଆ ଓ ବଞ୍ଚିତଙ୍କ ବିକାଶ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୫ କୋଟିରୁ ଅଧିକ ଲୋକ ଦାରିଦ୍ର‌୍ୟରୁ ମୁକୁଳିଛନ୍ତି ଏବଂ ଗରିବଙ୍କ ପାଇଁ ସରକାରୀ କଲ୍ୟାଣକାରୀ ଯୋଜନାଗୁଡ଼ିକୁ ସେ ଶ୍ରେୟ ଦେଇଥିଲେ ।

 ବକ୍ତବ୍ୟ ଶେଷ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଗାମୀ ୫ ବର୍ଷ ମଧ୍ୟରେ ଏଭଳି ଅଭିଯାନକୁ ଆହୁରି ବ୍ୟାପକ କରାଯିବ । ଅନ୍ୟମାନଙ୍କ ମଧ୍ୟରେ ତେଲେଙ୍ଗାନା ରାଜ୍ୟପାଳ ଡ. ତାମିଲିସାଇ ସୌନ୍ଦରରାଜନ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଶ୍ରୀ ରେବନ୍ତ ରେଡ୍ଡୀ ଏବଂ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜି.  କିଶନ ରେଡ୍ଡୀ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ପ୍ରଧାନମନ୍ତ୍ରୀ ସମଗ୍ର ଦେଶରେ ଶକ୍ତି କ୍ଷେତ୍ର ସହ ଜଡିତ ବିଭିନ୍ନ ପ୍ରକଳ୍ପର ଉଦଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ  ଏବଂ ଶିଳାନ୍ୟାସ କରିଥିଲେ । ପ୍ରଧାନମନ୍ତ୍ରୀ ତେଲେଙ୍ଗାନାର ପେଡାପଲ୍ଲୀ ଠାରେ ଏନଟିପିସିର ୮୦୦ ମେଗାୱାଟ (ୟୁନିଟ-୨) ତେଲେଙ୍ଗାନା ସୁପର ଥର୍ମାଲ ପାୱାର ପ୍ରକଳ୍ପର ଲୋକାର୍ପଣ କରିଥିଲେ । ଅଲ୍ଟ୍ରା - ସୁପରକ୍ରିଟିକାଲ ଟେକ୍ନୋଲୋଜି ଉପରେ ଆଧାରିତ ଏହି ପ୍ରକଳ୍ପ ତେଲେଙ୍ଗାନାକୁ ୮୫% ବିଜୁଳି ଯୋଗାଣ କରିବ ଏବଂ ଭାରତରେ ଏନ୍‌ଟିପିସିର ସମସ୍ତ ପାୱାର ଷ୍ଟେସନ ମଧ୍ୟରେ ଏହାର ଉତ୍ପାଦନ ଦକ୍ଷତା ଅଧିକ ଅର୍ଥାତ୍ ପ୍ରାୟ ୪୨% ବିଦ୍ୟୁତ ଉତ୍ପାଦନ ଦକ୍ଷତା ରହିବ । ଏହି ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ ପୂର୍ବରୁ ପ୍ରଧାନମନ୍ତ୍ରୀ କରିଥିଲେ ।

 

ପ୍ରଧାନମନ୍ତ୍ରୀ ଝାଡ଼ଖଣ୍ଡର ଛତ୍ରା ଠାରେ ଉତ୍ତର କରଣପୁରା ସୁପର ଥର୍ମାଲ ପାୱାର ପ୍ରକଳ୍ପର ୬୬୦ ମେଗାୱାଟ (ୟୁନିଟ-୨) ଲୋକାର୍ପଣ କରିଥିଲେ । ଏୟାର କୁଲ୍ଡ କଣ୍ଡେନସର (ଏସିସି) ସହ ଏତେ ବଡ଼ ଧରଣର ପରିକଳ୍ପନା କରାଯାଇଥିବା ଏହି ପ୍ରକଳ୍ପ ହେଉଛି ଦେଶର ପ୍ରଥମ ସୁପରକ୍ରିଟିକାଲ ଥର୍ମାଲ ପାୱାର ପ୍ରକଳ୍ପ ଯାହା ପାରମ୍ପରିକ ୱାଟର - କୁଲ୍ଡ କଣ୍ଡେନସର୍  ତୁଳନାରେ ଜଳ ବ୍ୟବହାରକୁ ୧/୩ ଭାଗକୁ ହ୍ରାସ କରିଥାଏ । ପ୍ରଧାନମନ୍ତ୍ରୀ ଏହି ପ୍ରକଳ୍ପ କାର୍ଯ୍ୟର ଶୁଭାରମ୍ଭ କରିଥିଲେ ।

ପ୍ରଧାନମନ୍ତ୍ରୀ ଛତିଶଗଡ଼ର ବିଳାସପୁରର ସିପତ ଠାରେ ଫ୍ଲାଇ ଆଶ୍ ଆଧାରିତ ହାଲୁକା ଓଜନ ଏଗ୍ରିଗେଟ୍ ପ୍ଲାଣ୍ଟ ; ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରେ ଥିବା ଏସ୍‌ଟିପି ୱାଟରରୁ ଗ୍ରୀନ ହାଇଡ୍ରୋଜେନ ପ୍ଲାଣ୍ଟକୁ ଲୋକାର୍ପଣ କରିଥିଲେ । ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶର ସୋନଭଦ୍ରା ଠାରେ ସିଙ୍ଗରୌଲି ସୁପର ଥର୍ମାଲ ପାୱାର ପ୍ରକଳ୍ପ, ପର୍ଯ୍ୟାୟ - ୩ (୨ x ୮୦୦ ମେଗାୱାଟ);  ଛତିଶଗଡ଼ର ରାୟଗଡ଼ର ଲାରା ଠାରେ ଫ୍ଲୁ ଗ୍ୟାସ୍ କାର୍ବନ ଡାଇଅକ୍ସାଇଡ୍‌ରୁ ୪ଜି ଇଥାନଲ ପ୍ଲାଣ୍ଟ; ଆନ୍ଧ୍ରପ୍ରଦେଶର ବିଶାଖାପାଟଣାର ସିଂହାଦ୍ରି ଠାରେ ସମୁଦ୍ର ଜଳରୁ ସବୁଜ ହାଇଡ୍ରୋଜେନ୍ ପ୍ଲାଣ୍ଟ ; ଏବଂ ଛତିଶଗଡ଼ର କୋରବା ଠାରେ ଫ୍ଲାଇ ଆଶ୍ ଆଧାରିତ ଫ୍ଲାଗ୍ ଏଗ୍ରିଗେଟ୍ ପ୍ଲାଣ୍ଟ୍‌ର ଶିଳାନ୍ୟାସ କରିଛନ୍ତି ।

ପ୍ରଧାନମନ୍ତ୍ରୀ ପାୱାର ଗ୍ରିଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆର ୭ଟି ପ୍ରକଳ୍ପର ଉଦ୍‌ଘାଟନ କରିବା ସହ ଗୋଟିଏ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଜାତୀୟ ଗ୍ରିଡ୍‌କୁ ସୁଦୃଢ଼ କରିବାରେ ଏହି ପ୍ରକଳ୍ପଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

ପ୍ରଧାନମନ୍ତ୍ରୀ ରାଜସ୍ଥାନର ଜୈସଲମେର ଠାରେ ଜାତୀୟ ଜଳବିଦ୍ୟୁତ୍ ଶକ୍ତି ନିଗମ (ଏନ୍‌ଏଚ୍‌ପିସି)ର ୩୮୦ ମେଗାୱାଟ୍ ସୌର ପ୍ରକଳ୍ପର ଉଦଘାଟନ କରିଥିଲେ । ଏହି ପ୍ରକଳ୍ପରୁ ପ୍ରତି ବର୍ଷ ପ୍ରାୟ ୭୯୨ ନିୟୁତ ୟୁନିଟ୍ ସବୁଜ ଶକ୍ତି ଉତ୍ପାଦନ ହେବ ।

 

ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶର ଜାଲୌନ ଠାରେ ବୁନ୍ଦେଲଖଣ୍ଡ ସୌର ଉର୍ଜା ଲିମିଟେଡ୍ (ବିଏସ୍ ୟୁଏଲ୍‌)ର ୧୨୦୦ ମେଗାୱାଟ୍ ଜାଲୌନ୍ ଅଲ୍ଟ୍ରା ମେଗା ନବୀକରଣୀୟ ଶକ୍ତି ପାର୍କର ଶିଳାନ୍ୟାସ କରିଛନ୍ତି । ଏହି ପାର୍କରୁ ପ୍ରତି ବର୍ଷ ପ୍ରାୟ ୨୪୦୦ ନିୟୁତ ୟୁନିଟ୍ ବିଦ୍ୟୁତ୍ ଉତ୍ପାଦନ ହେବ ।

ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶର ଜାଲୌନ ଏବଂ କାନପୁର ଦେହାଟରେ ସତଲେଜ୍ ଜଳ ବିଦ୍ୟୁତ ନିଗମ (ଏସ୍‌ଜେଭିଏନ୍‌)ର ତିନୋଟି ସୌର ଶକ୍ତି ପ୍ରକଳ୍ପର ଉଦଘାଟନ କରିଥିଲେ । ଏହି ପ୍ରକଳ୍ପ ଗୁଡ଼ିକର ସମୁଦାୟ କ୍ଷମତା ୨୦୦ ମେଗାୱାଟ୍ । ଏହି ସବୁ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ ପ୍ରଧାନମନ୍ତ୍ରୀ କରିଥିଲେ । ପ୍ରଧାନମନ୍ତ୍ରୀ ଉତ୍ତରାଖଣ୍ଡର ଉତ୍ତରକାଶୀରେ ନୈତୱାର ମୋରି ଜଳ ବିଦ୍ୟୁତ୍ କେନ୍ଦ୍ର ସହିତ ଆନୁସଙ୍ଗିକ ଟ୍ରାନ୍ସମିସନ ଲାଇନ୍‌କୁ ଉଦ୍‌ଘାଟନ କରିଥିଲେ । ପ୍ରଧାନମନ୍ତ୍ରୀ ହିମାଚଳ ପ୍ରଦେଶର ବିଳାସପୁର ଏବଂ ଆସାମର ଧୁବରି ଠାରେ ଏସ୍‌ଜେଭିଏନ୍‌ର ଦୁଇଟି ସୌର ପ୍ରକଳ୍ପ ଏବଂ ହିମାଚଳ ପ୍ରଦେଶରେ ୩୮୨ ମେଗାୱାଟ ସୁନ୍ନି ଡ୍ୟାମ୍ ଜଳ ବିଦ୍ୟୁତ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିଥିଲେ ।

ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶର ଲଳିତପୁର ଜିଲ୍ଲାରେ ଟୁସ୍କୋର ୬୦୦ ମେଗାୱାଟ ଲଳିତପୁର ସୌର ଶକ୍ତି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଏହି ପ୍ରକଳ୍ପରେ ବାର୍ଷିକ ୧୨୦୦ ନିୟୁତ ୟୁନିଟ୍ ସବୁଜ ଶକ୍ତି ଉତ୍ପାଦନ ହେବ ।

ନବୀକରଣୀୟ ଶକ୍ତିରୁ ୨୫୦୦ ମେଗାୱାଟ୍ ବିଦ୍ୟୁତ୍ ନିଷ୍କାସନ ପାଇଁ ପ୍ରଧାନମନ୍ତ୍ରୀ ରିନ୍ୟୁଜ୍‌ର କୋପ୍ପାଲ - ନରେନ୍ଦ୍ର ଟ୍ରାନ୍ସମିସନ୍ ଯୋଜନାର ଉଦଘାଟନ କରିଥିଲେ । ଏହି ଆନ୍ତଃରାଜ୍ୟ ଯୋଜନା କର୍ଣ୍ଣାଟକର କୋପ୍ପାଲ ଜିଲ୍ଲାରେ ଅବସ୍ଥିତ । ଦାମୋଦର ଭ୍ୟାଲି କର୍ପୋରେସନ୍ ଏବଂ ଇଣ୍ଡିଗ୍ରିଡ୍ ବିଦ୍ୟୁତ୍ କ୍ଷେତ୍ର ସମ୍ବନ୍ଧୀୟ ଅନ୍ୟାନ୍ୟ ପ୍ରକଳ୍ପକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିବେ ।

ଏହି ଗସ୍ତ ସମୟରେ ଶକ୍ତି କ୍ଷେତ୍ର ବ୍ୟତୀତ ସଡ଼କ ଓ ରେଳ କ୍ଷେତ୍ରର ମଧ୍ୟ ପ୍ରକଳ୍ପ ହାତକୁ ନିଆଯାଇଥିଲା । ପ୍ରଧାନମନ୍ତ୍ରୀ ନୂତନ ଭାବେ ବିଦ୍ୟୁତ୍ ସଂଯୋଗ ହୋଇଥିବା ଅମ୍ବାରୀ - ଆଦିଲାବାଦ - ପିମ୍ପଲଖୁଟି ରେଳ ଲାଇନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ସେ ଜାତୀୟ ରାଜପଥ- ୩୫୩ବି ଏବଂ ଜାତୀୟ ରାଜପଥ- ୧୬୩ ମାଧ୍ୟମରେ ତେଲେଙ୍ଗାନାକୁ ମହାରାଷ୍ଟ୍ର ଏବଂ ତେଲେଙ୍ଗାନାକୁ ଛତିଶଗଡ଼ ସହିତ ସଂଯୋଗ କରୁଥିବା ଦୁଇଟି ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।

 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's 1 Trillion Retail Moment: Dawn of Retail Revenue Intelligence

Media Coverage

India's 1 Trillion Retail Moment: Dawn of Retail Revenue Intelligence
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Abelardo de la Espriella on his victory in the Colombian presidential elections
June 26, 2026

Prime Minister Shri Narendra Modi congratulated Abelardo de la Espriella on his victory in the Colombian presidential elections.

The Prime Minister noted that India deeply values its close friendship with Colombia which continues to grow in all areas. “I convey my best wishes for a successful tenure and look forward to working together to further deepen our bilateral relations in the years ahead”, Shri Modi added.

Shri Modi posted on X;

Heartiest congratulations, Abelardo de la Espriella, on your victory in the Colombian presidential elections.

India values its close friendship with Colombia which continues to grow in all areas. I convey my best wishes for a successful tenure and look forward to working together to further deepen our bilateral relations in the years ahead.

@ABDELAESPRIELLA