ଦେଶର ବଢୁଥିବା ବିମାନ ଚଳାଚଳ କ୍ଷେତ୍ରରେ ଝିଅମାନଙ୍କ ପ୍ରବେଶକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ବୋଇଂ ସୁକନ୍ୟା କାର୍ଯ୍ୟକ୍ରମ ର ଶୁଭାରମ୍ଭ
ବୋଇଂ କ୍ୟାମ୍ପସ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଅଭିଯାନର ଅନ୍ୟତମ ଅତ୍ୟାଧୁନିକ ଉଦାହରଣ ପାଲଟିବ: ବୋଇଂ କମ୍ପାନୀର ସିଓଓ ମିସ୍ ଷ୍ଟେଫନି ପୋପ
"ବିଆଇଇଟିସି ନବସୃଜନ ଏବଂ ବିମାନ ଚଳାଚଳରେ ଅଗ୍ରଗତି ପାଇଁ ଏକ କେନ୍ଦ୍ର ଭାବରେ କାର୍ଯ୍ୟ କରିବ"
"ବେଙ୍ଗାଲୁରୁ ଆକାଂକ୍ଷାକୁ ଉଦ୍ଭାବନ ଏବଂ ଉପଲବ୍ଧି ସହିତ ଯୋଡ଼ିଛି"
ବୋଇଂର ଏହି ନୂଆ ସୁବିଧା କର୍ଣ୍ଣାଟକର ନୂଆ ବିମାନ ଚଳାଚଳ କେନ୍ଦ୍ର ଭାବେ ଉଭା ହେବାର ସ୍ପଷ୍ଟ ସଙ୍କେତ ଦେଉଛି
ଭାରତର ୧୫ ପ୍ରତିଶତ ପାଇଲଟ୍ ହେଉଛନ୍ତି ମହିଳା, ଯାହା କି ବିଶ୍ୱର ହାରାହାରି ତୁଳନାରେ ୩ ଗୁଣ ଅଧିକ
"ଚନ୍ଦ୍ରଯାନର ସଫଳତା ଭାରତର ଯୁବକମାନଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ ସୃଷ୍ଟି କରିଛି"
ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବିମାନ ଚଳାଚଳ କ୍ଷେତ୍ର ଭାରତର ସାମଗ୍ରିକ ଅଭିବୃଦ୍ଧି ଏବଂ ନିଯୁକ୍ତି ସୃଷ୍ଟିକୁ ପ୍ରୋତ୍ସାହିତ କରୁଛି
ଆଗାମୀ ୨୫ ବର୍ଷରେ ବିକଶିତ ଭାରତ ଗଠନ ଏବେ ୧୪୦ କୋଟି ଭାରତୀୟଙ୍କ ସଂକଳ୍ପରେ ପରିଣତ ହୋଇଛି
'ମେକ୍ ଇନ୍ ଇଣ୍ଡିଆ'କୁ ପ୍ରୋତ୍ସାହିତ କରିବା ପାଇଁ ଭାରତର ନୀତିଗତ ଆଭିମୁଖ୍ୟ ପ୍ରତ୍ୟେକ ନିବେଶକଙ୍କ ପାଇଁ ଲାଭଦାୟକ ପରିସ୍ଥିତି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ବେଙ୍ଗାଲୁରୁଠାରେ ନୂତନ ଅତ୍ୟାଧୁନିକ ବୋଇଂ ଇଣ୍ଡିଆ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ସେଣ୍ଟର (ବିଆଇଇଟିସି) କ୍ୟାମ୍ପସକୁ ଉଦଘାଟନ କରିଛନ୍ତି । ୧୬୦୦ କୋଟି ଟଙ୍କା ନିବେଶରେ ନିର୍ମିତ ଏହି ୪୩ ଏକର ପରିମିତ କ୍ୟାମ୍ପସ ଆମେରିକା ବାହାରେ ବୋଇଂର ସବୁଠାରୁ ବଡ଼ ପୁଞ୍ଜିନିବେଶ। ପ୍ରଧାନମନ୍ତ୍ରୀ ବୋଇଂ ସୁକନ୍ୟା କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ କରିଥିଲେ ଯାହାର ଉଦ୍ଦେଶ୍ୟ ହେଉଛି ଦେଶର ବଢୁଥିବା ବିମାନ ଚଳାଚଳ କ୍ଷେତ୍ରରେ ସମଗ୍ର ଭାରତରୁ ଅଧିକ ଝିଅଙ୍କ ପ୍ରବେଶକୁ ପ୍ରୋତ୍ସାହିତ କରିବା ।

ପ୍ରଧାନମନ୍ତ୍ରୀ ଅଭିଜ୍ଞତା କେନ୍ଦ୍ର ବୁଲି ସୁକନ୍ୟା ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ । 

 

ବୋଇଂ କମ୍ପାନୀର ସିଓଓ ଶ୍ରୀମତୀ ଷ୍ଟେଫନି ପୋପ ଭାରତରେ ବିମାନ ଚଳାଚଳ କ୍ଷେତ୍ରର ଅଭିବୃଦ୍ଧି ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ ଏବଂ ବୋଇଂ ସୁକନ୍ୟା କାର୍ଯ୍ୟକ୍ରମକୁ ବାସ୍ତବ ରୂପ ଦେବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରଶଂସା କରିଥିଲେ । ନିରନ୍ତର ସମର୍ଥନ ପାଇଁ ସେ କୃତଜ୍ଞତା ଜ୍ଞାପନ କରିଥିଲେ ଏବଂ ଏରୋସ୍ପେସ୍ ର ଭବିଷ୍ୟତକୁ ଗଢ଼ିତୋଳିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ଆଗ୍ରହୀ ଥିଲେ।  ଶ୍ରୀମତୀ ଷ୍ଟେଫନି କହିଛନ୍ତି ଯେ ଏହି ନୂତନ କ୍ୟାମ୍ପସ ବୋଇଙ୍ଗ୍ ର ଇଞ୍ଜିନିୟରିଂ ପରମ୍ପରାର ଏକ ପ୍ରମାଣ ଏବଂ ଏହା ଭାରତରେ ଥିବା ଉପଲବ୍ଧତା, ପ୍ରତିଭାର ଗଭୀରତା ଏବଂ ସାମର୍ଥ୍ୟ ଉପରେ ବିଶ୍ୱାସକୁ ସୂଚାଇଥାଏ। ସେ ନୂତନ କ୍ୟାମ୍ପସର ପରିସର ଏବଂ ଭାରତକୁ ଏରୋସ୍ପେସ୍ ଶିଳ୍ପରେ ଅଗ୍ରଣୀ ସ୍ଥାନରେ ପହଞ୍ଚାଇବା ପାଇଁ ଏକ ଇକୋସିଷ୍ଟମ ସୃଷ୍ଟି କରିବାକୁ ବୋଇଂର ଯୋଜନା ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ। ଶେଷରେ ଶ୍ରୀମତୀ ଷ୍ଟେଫନି କହିଛନ୍ତି ଯେ ନୂଆ ବୋଇଂ କ୍ୟାମ୍ପସ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଅଭିଯାନ ବା 'ଆତ୍ମନିର୍ଭରତା'ର ଅନ୍ୟତମ ଅତ୍ୟାଧୁନିକ ଉଦାହରଣ ପାଲଟିବ। ସୁକନ୍ୟା କାର୍ଯ୍ୟକ୍ରମର ଧାରଣା ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଶ୍ରେୟ ଦେଇଥିଲେ ଏବଂ ଭାରତୀୟ ମହିଳାଙ୍କ ପାଇଁ ବିମାନ ଚଳାଚଳରେ ସୁଯୋଗ ସୃଷ୍ଟି ଏବଂ ତ୍ୱରାନ୍ୱିତ କରିବା ପାଇଁ ବୋଇଂର ପ୍ରୟାସକୁ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମ ପ୍ରତିବନ୍ଧକକୁ ଭାଙ୍ଗିବ ଏବଂ ଅଧିକରୁ ଅଧିକ ମହିଳାଙ୍କୁ ଏରୋସ୍ପେସ୍ ରେ କ୍ୟାରିୟର କରିବାକୁ ପ୍ରେରଣା ଯୋଗାଇବ ବୋଲି ସେ କହିଛନ୍ତି। ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଷ୍ଟେମ୍ ଲ୍ୟାବ୍ ପ୍ରଦାନ ଯୋଜନା ବିଷୟରେ ମଧ୍ୟ ସେ ବର୍ଣ୍ଣନା କରିଥିଲେ। ବୋଇଂ ଏବଂ ଭାରତର ଭାଗିଦାରୀ ବିମାନ ଚଳାଚଳର ଭବିଷ୍ୟତକୁ ଆକାର ଦେବ ଏବଂ ଭାରତ ତଥା ସମଗ୍ର ବିଶ୍ୱର ଲୋକଙ୍କ ପାଇଁ ଏକ ସକାରାତ୍ମକ ପରିବର୍ତ୍ତନ ଆଣିବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ।

ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବେଙ୍ଗାଲୁରୁ ହେଉଛି ଏକ ସହର ଯାହା ଆକାଂକ୍ଷାକୁ ଉଦ୍ଭାବନ ଏବଂ ଉପଲବ୍ଧି ଏବଂ ଭାରତର ବୈଷୟିକ ସାମର୍ଥ୍ୟକୁ ବିଶ୍ୱସ୍ତରୀୟ ଚାହିଦା ସହିତ ଯୋଡିଥାଏ । "ବୋଇଂର ନୂତନ ଟେକ୍ନୋଲୋଜି କ୍ୟାମ୍ପସ ଏହି ବିଶ୍ୱାସକୁ ଦୃଢ଼ କରିବାକୁ ଯାଉଛି", ପ୍ରଧାନମନ୍ତ୍ରୀ କହିଥିଲେ ଯେ ନୂତନ ଭାବେ ଉଦଘାଟିତ କ୍ୟାମ୍ପସ ହେଉଛି ଆମେରିକା ବାହାରେ ଅବସ୍ଥିତ ବୋଇଂର ସର୍ବବୃହତ ସୁବିଧା । ଏହାର ବ୍ୟାପକତା କେବଳ ଭାରତ ନୁହେଁ ବରଂ ବିଶ୍ୱର ବିମାନ ଚଳାଚଳ ବଜାରକୁ ମଧ୍ୟ ସୁଦୃଢ଼ କରିବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ସୁବିଧା ବୈଶ୍ୱିକ ଜ୍ଞାନକୌଶଳ, ଗବେଷଣା ଏବଂ ଉଦ୍ଭାବନ, ଡିଜାଇନ୍ ଏବଂ ଚାହିଦାକୁ ଆଗକୁ ବଢ଼ାଇବା ପାଇଁ ଭାରତର ପ୍ରତିବଦ୍ଧତାକୁ ଦର୍ଶାଏ । ଏହା 'ମେକ୍ ଇନ୍ ଇଣ୍ଡିଆ-ମେକ୍ ଫର୍ ଦି ୱାର୍ଲ୍ଡ' ସଂକଳ୍ପକୁ ସୁଦୃଢ଼ କରୁଛି ବୋଲି ସେ କହିଛନ୍ତି। ଏହି କ୍ୟାମ୍ପସ ଭାରତର ପ୍ରତିଭା ଉପରେ ବିଶ୍ୱର ବିଶ୍ୱାସକୁ ସୁଦୃଢ଼ କରୁଛି ବୋଲି ସେ କହିଛନ୍ତି। ଦିନେ ଭାରତ ଏହି କେନ୍ଦ୍ରରେ ଭବିଷ୍ୟତର ବିମାନ ଡିଜାଇନ୍ କରିବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଛନ୍ତି।

 

ଗତବର୍ଷ କର୍ଣ୍ଣାଟକରେ ଏସିଆର ସର୍ବବୃହତ ହେଲିକପ୍ଟର ଉତ୍ପାଦନ କାରଖାନାର ଉଦଘାଟନକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବୋଇଂର ନୂତନ କାରଖାନା କର୍ଣ୍ଣାଟକର ଏକ ନୂତନ ବିମାନ ଚଳାଚଳ କେନ୍ଦ୍ର ଭାବରେ ଉଭା ହେବାର ସ୍ପଷ୍ଟ ସଙ୍କେତ । ସେ ବିଶେଷ କରି ଭାରତର ଯୁବକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ଯେଉଁମାନେ ବର୍ତ୍ତମାନ ବିମାନ ଚଳାଚଳ ଶିଳ୍ପରେ ନୂତନ ଦକ୍ଷତା ହାସଲ କରିବାପାଇଁ ଏକାଧିକ ସୁଯୋଗ ପାଇବେ ।

ପ୍ରଧାନମନ୍ତ୍ରୀ ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀ ବୃଦ୍ଧି ପାଇଁ ସରକାରଙ୍କ ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଜି-୨୦ ଅଧ୍ୟକ୍ଷତା ସମୟରେ ମହିଳାଙ୍କ ନେତୃତ୍ୱାଧୀନ ବିକାଶ ଦିଗରେ ଭାରତର ପ୍ରୟାସକୁ ମଧ୍ୟ ଦୋହରାଇଥିଲେ । ଏରୋସ୍ପେସ୍ କ୍ଷେତ୍ରରେ ମହିଳାଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି। "ଲଢୁଆ ପାଇଲଟ ହୁଅନ୍ତୁ କିମ୍ବା ବେସାମରିକ ବିମାନ ଚଳାଚଳ, ମହିଳା ପାଇଲଟଙ୍କ ସଂଖ୍ୟାରେ ଭାରତ ବିଶ୍ୱର ଅଗ୍ରଣୀ", ଜଣେ ଗର୍ବିତ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ୧୫ ପ୍ରତିଶତ ପାଇଲଟ ହେଉଛନ୍ତି ମହିଳା ଯାହା କି ବିଶ୍ୱ ହାରାହାରି ଠାରୁ ୩ ଗୁଣ ଅଧିକ । ବୋଇଂ ସୁକନ୍ୟା କାର୍ଯ୍ୟକ୍ରମ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ବିମାନ ଚଳାଚଳ କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବ ଏବଂ ଦୂର ଦୂରାନ୍ତରେ ରହୁଥିବା ଗରିବ ଲୋକଙ୍କୁ ପାଇଲଟ୍ ହେବାର ସ୍ୱପ୍ନକୁ ସାକାର କରିବାରେ ସାହାଯ୍ୟ କରିବ । ଏହି କାର୍ଯ୍ୟକ୍ରମ ଅଧୀନରେ ପାଇଲଟ୍ ଭାବରେ କ୍ୟାରିୟର କରିବା ପାଇଁ ସରକାରୀ ବିଦ୍ୟାଳୟରେ କ୍ୟାରିୟର କୋଚିଂ ଏବଂ ବିକାଶ ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଚନ୍ଦ୍ରଯାନର ଐତିହାସିକ ସଫଳତା ଭାରତର ଯୁବବର୍ଗଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ ସୃଷ୍ଟି କରିଛି। ଷ୍ଟେମ ଶିକ୍ଷାର କେନ୍ଦ୍ର ଭାବରେ ଭାରତର ମାନ୍ୟତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ  ଝିଅମାନେ ଷ୍ଟେମ ବିଷୟକୁ ବ୍ୟାପକ ଭାବରେ ଗ୍ରହଣ କରିଛନ୍ତି । ସେ କହିଛନ୍ତି ଯେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ବିମାନ ଚଳାଚଳ ଘରୋଇ ବଜାରରେ ପରିଣତ ହୋଇଛି । ଏକ ଦଶନ୍ଧି ମଧ୍ୟରେ ଘରୋଇ ଯାତ୍ରୀଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଛି। ଏଥିରେ ଉଡ଼ାନ ଭଳି ଯୋଜନା ବଡ଼ ଭୂମିକା ଗ୍ରହଣ କରିଛି ବୋଲି ସେ କହିଛନ୍ତି। ଏହି ସଂଖ୍ୟା ଆହୁରି ବଢିବା ସହ ଚାହିଦା ବଢିବାକୁ ଯାଉଛି । ଫଳରେ ଭାରତର ଏୟାରଲାଇନ୍ସ ଗୁଡ଼ିକ ଫ୍ଲିଟ୍ ର ନୂଆ ଅର୍ଡର ବିଶ୍ୱ ବିମାନ ଚଳାଚଳ କ୍ଷେତ୍ରକୁ ନୂଆ ପ୍ରୋତ୍ସାହନ ଦେଇଛନ୍ତି। "ଏହା ଘଟିଛି କାରଣ ଭାରତ ତା'ର ନାଗରିକଙ୍କ ଆକାଂକ୍ଷା ଏବଂ ଆବଶ୍ୟକତାକୁ ସର୍ବୋପରି ରଖି କାର୍ଯ୍ୟ କରୁଛି", ସେ କହିଥିଲେ ।

 

ପ୍ରଧାନମନ୍ତ୍ରୀ ମୋଦୀ ଦୁର୍ବଳ ସଂଯୋଗର ପୂର୍ବ ପ୍ରତିବନ୍ଧକକୁ ଦୂର କରିବା ପାଇଁ ଯୋଗାଯୋଗ ଭିତ୍ତିଭୂମିରେ ପୁଞ୍ଜିନିବେଶ ଉପରେ ସରକାରଙ୍କ ଗୁରୁତ୍ୱ ବିଷୟରେ ଆଲୋଚନା କରିଥିଲେ ଯାହା ପ୍ରଦର୍ଶନରେ ଭାରତର ସମ୍ଭାବନାକୁ ବାଧା ଦେଉଥିଲା । ସେ କହିଛନ୍ତି ଯେ ଭାରତ ସବୁଠାରୁ ଭଲ ଭାବରେ ସଂଯୋଜିତ ବଜାର ରେ ପରିଣତ ହେଉଛି । ସେ କହିଛନ୍ତି ଯେ ଆଜି ଭାରତରେ ପ୍ରାୟ ୧୫୦ଟି କାର୍ଯ୍ୟକ୍ଷମ ବିମାନବନ୍ଦର ଅଛି, ଯାହା ୨୦୧୪ରେ ପ୍ରାୟ ୭୦ଟି ଥିଲା । ବିମାନବନ୍ଦରଗୁଡ଼ିକର ଦକ୍ଷତା ଯଥେଷ୍ଟ ବୃଦ୍ଧି କରାଯାଇଛି ବୋଲି ସେ କହିଛନ୍ତି। ଅର୍ଥନୀତିର ସାମଗ୍ରିକ ଅଭିବୃଦ୍ଧି ଏବଂ ନିଯୁକ୍ତି ସୃଷ୍ଟି ଦିଗରେ ଏୟାର କାର୍ଗୋ କ୍ଷମତା ବୃଦ୍ଧି ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ।

ଭାରତର ବର୍ଦ୍ଧିତ ବିମାନବନ୍ଦର କ୍ଷମତା ଯୋଗୁଁ ଏୟାର କାର୍ଗୋ କ୍ଷେତ୍ରର ଦ୍ରୁତ ଅଭିବୃଦ୍ଧି ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ଏହା ଭାରତର ଦୁର୍ଗମ ଅଂଚଳରୁ ଅନ୍ତର୍ଜାତୀୟ ବଜାରକୁ ଉତ୍ପାଦ ପରିବହନକୁ ସହଜ କରିଛି ବୋଲି ସେ କହିଛନ୍ତି। ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବିମାନ ଚଳାଚଳ କ୍ଷେତ୍ର ଭାରତର ସାମଗ୍ରିକ ଅଭିବୃଦ୍ଧି ଏବଂ ନିଯୁକ୍ତି ସୃଷ୍ଟିକୁ ପ୍ରୋତ୍ସାହିତ କରୁଛି ବୋଲି ଶ୍ରୀ ମୋଦୀ କହିଛନ୍ତି।

ବିମାନ ଚଳାଚଳ କ୍ଷେତ୍ରର ଅଭିବୃଦ୍ଧି ଯେପରି ଜାରି ରହିବ ଏବଂ ତ୍ୱରାନ୍ୱିତ ହେବ ସେଥିପାଇଁ ସରକାର ନୀତିସ୍ତରରେ ନିରନ୍ତର ପଦକ୍ଷେପ ନେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ସେ କହିଛନ୍ତି ଯେ ବିମାନ ଇନ୍ଧନ ସମ୍ବନ୍ଧୀୟ ଟିକସ ହ୍ରାସ କରିବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ଉତ୍ସାହିତ କରୁଛନ୍ତି ଏବଂ ଏୟାରକ୍ରାଫ୍ଟ ଲିଜିଂକୁ ସହଜ କରିବା ପାଇଁ ମଧ୍ୟ କାର୍ଯ୍ୟ କରୁଛନ୍ତି । ବିମାନ ଲିଜ୍ ଏବଂ ଆର୍ଥିକ ସହାୟତା ଉପରେ ଭାରତର ବିଦେଶୀ ନିର୍ଭରଶୀଳତା ହ୍ରାସ କରିବା ପାଇଁ ଗିଫ୍ଟ ସିଟିରେ ସ୍ଥାପିତ ଅନ୍ତର୍ଜାତୀୟ ଆର୍ଥିକ ସେବା କେନ୍ଦ୍ର ପ୍ରାଧିକରଣ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ। ସମଗ୍ର ଦେଶର ବିମାନ ଚଳାଚଳ କ୍ଷେତ୍ର ମଧ୍ୟ ଏଥିରୁ ଉପକୃତ ହେବ ବୋଲି ସେ କହିଛନ୍ତି।

 

ଲାଲ୍ କିଲ୍ଲାରୁ 'ୟହି ସମୟ ହୈ, ସହି ସମୟ ହୈ' ଘୋଷଣାକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବୋଇଂ ଏବଂ ଅନ୍ୟାନ୍ୟ ଅନ୍ତର୍ଜାତୀୟ କଂପାନିଗୁଡ଼ିକ ସେମାନଙ୍କ ଅଭିବୃଦ୍ଧିକୁ ଭାରତର ଦ୍ରୁତ ଅଭିବୃଦ୍ଧି ସହ ଯୋଡ଼ିବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ। ଆଗାମୀ ୨୫ ବର୍ଷ ମଧ୍ୟରେ ଏକ ବିକଶିତ ଭାରତ ଗଠନ ଏବେ ୧୪୦ କୋଟି ଭାରତୀୟଙ୍କ ସଂକଳ୍ପରେ ପରିଣତ ହୋଇଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ଗତ ୯ ବର୍ଷ ମଧ୍ୟରେ ଆମେ ପ୍ରାୟ ୨୫ କୋଟି ଭାରତୀୟଙ୍କୁ ଦାରିଦ୍ର୍ୟମୁକ୍ତ କରିଛୁ ଏବଂ ଏହି କୋଟି କୋଟି ଭାରତୀୟ ଏବେ ଏକ ନବ-ମଧ୍ୟବିତ୍ତ ଶ୍ରେଣୀ ସୃଷ୍ଟି କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ଭାରତର ପ୍ରତ୍ୟେକ ଆୟ ବର୍ଗରେ ଗତିଶୀଳତା ଏକ ଧାରା ଭାବରେ ଦେଖାଯାଉଥିବା ସେ ଉଲ୍ଲେଖ କରିଥିଲେ । ଭାରତର ପର୍ଯ୍ୟଟନ କ୍ଷେତ୍ରର ସମ୍ପ୍ରସାରଣ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ଅଂଶୀଦାରମାନଙ୍କୁ ସୃଷ୍ଟି ହେଉଥିବା ସମସ୍ତ ନୂତନ ସମ୍ଭାବନାର ସର୍ବାଧିକ ଲାଭ ଉଠାଇବାକୁ ଅନୁରୋଧ କରିଥିଲେ ।

ଏମ୍ଏସ୍ଏମ୍ଇର ଶକ୍ତିଶାଳୀ ନେଟୱର୍କ, ବିଶାଳ ପ୍ରତିଭା ପୁଲ୍ ଏବଂ ଭାରତରେ ସ୍ଥିର ସରକାରଙ୍କ ସମ୍ଭାବନା ଉପରେ ଆଲୋକପାତ କରିବା ସହିତ ପ୍ରଧାନମନ୍ତ୍ରୀ ମୋଦୀ ଭାରତରେ ଏକ ବିମାନ ଉତ୍ପାଦନ ଇକୋସିଷ୍ଟମ୍ ନିର୍ମାଣର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । 'ମେକ୍ ଇନ୍ ଇଣ୍ଡିଆ'କୁ ପ୍ରୋତ୍ସାହିତ କରିବା ପାଇଁ ଭାରତର ନୀତିଗତ ଆଭିମୁଖ୍ୟ ପ୍ରତ୍ୟେକ ନିବେଶକଙ୍କ ପାଇଁ ଲାଭଦାୟକ ପରିସ୍ଥିତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଭାରତରେ ବୋଇଂର ପ୍ରଥମ ସମ୍ପୂର୍ଣ୍ଣ ଡିଜାଇନ୍ ଏବଂ ନିର୍ମିତ ବିମାନ ପାଇଁ ଭାରତକୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ ବୋଲି ଶ୍ରୀ ମୋଦୀ ବିଶ୍ୱାସ ବ୍ୟକ୍ତ କରିଥିଲେ। "ମୋର ବିଶ୍ୱାସ ଯେ ଭାରତର ଆକାଂକ୍ଷା ଏବଂ ବୋଇଂର ସମ୍ପ୍ରସାରଣ ଏକ ଶକ୍ତିଶାଳୀ ଭାଗିଦାରୀ ଭାବରେ ଉଭା ହେବ", ପ୍ରଧାନମନ୍ତ୍ରୀ ମୋଦୀ ଶେଷରେ କହିଥିଲେ ।

 

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ କର୍ଣ୍ଣାଟକର ରାଜ୍ୟପାଳ ଥାୱର ଚାନ୍ଦ ଗେହଲଟ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଶ୍ରୀ ସିଦ୍ଧରାମ୍ମିୟା, ବୋଇଂ କମ୍ପାନୀର ସିଓଓ ଶ୍ରୀମତୀ ଷ୍ଟେଫନି ପୋପ୍ ଏବଂ ବୋଇଂ ଇଣ୍ଡିଆ ଏବଂ ଦକ୍ଷିଣ ଏସିଆ ର ସଭାପତି ଶ୍ରୀ ସଲିଲ ଗୁପ୍ତେ ଉପସ୍ଥିତ ଥିଲେ ।

 

ପୃଷ୍ଠଭୂମି

ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁରେ ନୂତନ ଅତ୍ୟାଧୁନିକ ବୋଇଂ ଇଣ୍ଡିଆ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ସେଣ୍ଟର (ବିଆଇଇଟିସି) କ୍ୟାମ୍ପସକୁ ଉଦଘାଟନ କରିଛନ୍ତି । ୧୬୦୦ କୋଟି ଟଙ୍କା ବିନିଯୋଗରେ ନିର୍ମିତ ଏହି ୪୩ ଏକର ପରିମିତ କ୍ୟାମ୍ପସ ଆମେରିକା ବାହାରେ ବୋଇଂର ସବୁଠାରୁ ବଡ଼ ପୁଞ୍ଜିନିବେଶ। ଭାରତରେ ବୋଇଂର ନୂତନ କ୍ୟାମ୍ପସ ଭାରତରେ ଜୀବନ୍ତ ଷ୍ଟାର୍ଟଅପ୍, ଘରୋଇ ଏବଂ ସରକାରୀ ଇକୋସିଷ୍ଟମ ସହିତ ଭାଗିଦାରୀ ପାଇଁ ଏକ ମୂଳଦୁଆ ପାଲଟିବ ଏବଂ ବିଶ୍ୱ ଏରୋସ୍ପେସ୍ ଏବଂ ପ୍ରତିରକ୍ଷା ଶିଳ୍ପ ପାଇଁ ପରବର୍ତ୍ତୀ ପିଢ଼ିର ଉତ୍ପାଦ ଏବଂ ସେବାର ବିକାଶରେ ସାହାଯ୍ୟ କରିବ ।

ପ୍ରଧାନମନ୍ତ୍ରୀ ବୋଇଂ ସୁକନ୍ୟା କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ କରିଥିଲେ ଯାହାର ଉଦ୍ଦେଶ୍ୟ ହେଉଛି ଦେଶର ବଢୁଥିବା ବିମାନ ଚଳାଚଳ କ୍ଷେତ୍ରରେ ସମଗ୍ର ଭାରତରୁ ଅଧିକ ଝିଅ ଙ୍କ ପ୍ରବେଶକୁ ପ୍ରୋତ୍ସାହିତ କରିବା। ଏହି କାର୍ଯ୍ୟକ୍ରମ ଦ୍ୱାରା ସମଗ୍ର ଭାରତର ଝିଅ ଓ ମହିଳାମାନଙ୍କୁ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ଗଣିତ (ଷ୍ଟେମ୍) କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଦକ୍ଷତା ଶିଖିବା ଏବଂ ବିମାନ ଚଳାଚଳ କ୍ଷେତ୍ରରେ ଚାକିରି ପାଇଁ ପ୍ରଶିକ୍ଷଣ ଦେବାର ସୁଯୋଗ ମିଳିବ। ଯୁବତୀମାନଙ୍କ ପାଇଁ ଏହି କାର୍ଯ୍ୟକ୍ରମ ୧୫୦ ଟି ଯୋଜନାବଦ୍ଧ ସ୍ଥାନରେ ଷ୍ଟେମ୍ ଲ୍ୟାବ୍ ସୃଷ୍ଟି କରିବ, ଯାହା ଷ୍ଟେମ୍ କ୍ୟାରିୟର ପ୍ରତି ଆଗ୍ରହ ସୃଷ୍ଟି କରିବାରେ ସହାୟକ ହେବ। ପାଇଲଟ ହେବା ପାଇଁ ତାଲିମ ନେଉଥିବା ମହିଳାମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍କଲାରସିପ୍ ମଧ୍ୟ ପ୍ରଦାନ କରାଯିବ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's defence production reached Rs 1.54 lakh crore recording 174% rise in one decade

Media Coverage

India's defence production reached Rs 1.54 lakh crore recording 174% rise in one decade
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the spirit of selfless service and compassion
May 06, 2026

The Prime Minister, Shri Narendra Modi, said that work done with a selfless spirit is the truest form of humanity. He noted that such actions not only bring inner happiness but also contribute to the welfare of society.

The Prime Minister shared a Sanskrit Subhashitam-

“अद्रोहः सर्वभूतेषु कर्मणा मनसा गिरा।
अनुग्रहश्च दानं च शीलमेतत्प्रशस्यते॥”

The Subhashitam conveys that to hold no hatred towards any living being-in thought, word, or deed, to act with compassion towards all, and to give generously-this is regarded as the highest form of conduct.

The Prime Minister wrote on X;

“निस्वार्थ भाव से किया गया कर्म ही सच्ची मानवता है। इससे आत्मिक खुशी तो मिलती ही है, समाज का भी कल्याण होता है।

अद्रोहः सर्वभूतेषु कर्मणा मनसा गिरा।

अनुग्रहश्च दानं च शीलमेतत्प्रशस्यते॥”