ଉତ୍ତରପ୍ରଦେଶର ୭୫ଟି ଜିଲ୍ଲାର ୭୫,୦୦୦ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ହସ୍ତାନ୍ତର କଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପିଏମଏୟୁ ଘର ଚାବି
ସ୍ମାର୍ଟସିଟି ମିଶନ ଓ ଅମୃତ ଯୋଜନା ଅଧୀନରେ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ଉତ୍ତରପ୍ରଦେଶର ୭୫ଟି ସହରୀ ବିକାଶ ପ୍ରକଳ୍ପ
ଲକ୍ଷ୍ନୌର କାନପୁର, ବାରାଣାସୀ, ପ୍ରୟାଗରାଜ, ଗୋରଖପୁର, ଝାନ୍‌ସୀ ଏବଂ ଗାଜିଆବାଦକୁ FAME-II ଅଧୀନରେ ୭୫ଟି ବସ୍‌ର ଯାତ୍ରାରମ୍ଭ
ଲକ୍ଷ୍ନୌର ବାବା ସାହେବ ଭୀମରାଓ ଆମ୍ବେଦକର ବିଶ୍ୱବିଦ୍ୟାଳୟ (ବିବିଏୟୁ)ରେ ଅଟଳ ବିହାରୀ ବାଜପେୟୀ ଚେୟାର ସ୍ଥାପନ ଘୋଷଣା
ଆଗ୍ରା, କାନପୁର ଓ ଲଳିତପୁରର ତିନିଜଣ ହିତାଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଅଣଆନୁଷ୍ଠାନିକ ମତ ବିନିମୟ
“ପିଏମଏୱାଇ ଯୋଜନା ଅଧୀନରେ ୧.୧୩କୋଟି ଆବାସ ସହରରେ ନିର୍ମିତ ହେଉଥିବାବେଳେ, ସେଥିରୁ ୫୦ଲକ୍ଷ ନିର୍ମିତ ଗୃହ ଗରିବଙ୍କୁ ହସ୍ତାନ୍ତର ହୋଇଛି”
&ପିଏମଏୱାଇ ଅଧୀନରେ ତିନିକୋଟି ଘର ନିର୍ମିତ ହୋଇଛି। ଆପଣ ତା’ ବାବଦ ଖର୍ଚ୍ଚ ଅନୁମାନ କରିପାରୁଥିବେ, ତା’ର ହିତାଧିକାରୀମାନେ ଲକ୍ଷପତି ହୋଇପାରିଛନ୍ତି”
“ଏଲଇଡି ବିଜୁଳିବତୀ ଲଗାଇ ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥାମାନେ ପ୍ରାୟ ହଜାର କୋଟି ଟଙ୍କା ବଞ୍ଚାଇ ପାରିଛନ୍ତି”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ତା୦୫-୧୦-୨୦୨୧) ଲକ୍ଷ୍ନୌଠାରେ ଆଜାଦୀ@୭୫- ନୂତନ ସହରାଞ୍ଚଳ ଭାରତବର୍ଷ-ସହରୀ ଦୃଶ୍ୟପଟ ପରିବର୍ତ୍ତନ ସମ୍ମିଳନୀ ଓ ଏକ୍ସପୋ ଉଦ୍‌ଘାଟନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ସର୍ବଶ୍ରୀ ରାଜନାଥ ସିଂ, ହରଦୀପ ସିଂ ପୁରୀ, ମହେନ୍ଦ୍ର ନାଥ ପାଣ୍ଡେ, କୌଶଳ କିଶୋର, ଉତ୍ତରପ୍ରଦେଶ ରାଜ୍ୟପାଳ ଶ୍ରୀମତୀ ଆନନ୍ଦିବେନ୍ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଅବସରରେ ଉପସ୍ଥିତ ଥିଲେ।

 

 

ପ୍ରଧାନମନ୍ତ୍ରୀ ଡିଜିଟାଲ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅର୍ବାନ (ପିଏମଏୱାଇୟୁ) ଯୋଜନା ଅଧୀନରେ ଉତ୍ତରପ୍ରଦେଶର ୭୫ଟି ଜିଲ୍ଲାର ୭୫ହଜାର ହିତାଧିକାରୀଙ୍କୁ ଘର ଚାବି ଦେବା ସହ ସେମାନଙ୍କ ସହ କଥାବାର୍ତ୍ତା ହୋଇଥିଲେ । ସ୍ମାର୍ଟ ସିଟି ମିଶନ ଓ ଅମୃତ ଯୋଜନା ଅଧୀନରେ ସେ ଉତ୍ତରପ୍ରଦେଶରେ ୭୫ଟି ସହରୀ ବିକାଶ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବା ସହ FAME-II ଅଧୀନରେ ସାତଟି ସହର ଲକ୍ଷ୍ନୌ, କାନପୁର, ବାରଣାସୀ, ପ୍ରୟାଗରାଜ, ଗୋରଖପୁର, ଝାନ୍‌ସୀ ଓ ଗାଦିଆବାଦକୁ ୭୫ଟି ବସ୍ ଚଳାଚଳର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଭାରତ ସରକାରଙ୍କ ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ  ଅଧୀନସ୍ଥ ବିଭିନ୍ନ ଫ୍ଲାଗସିପ ଅଭିଯାନ ଜରିଆରେ ତ୍ୱରାନ୍ୱିତ ହେଉଥିବା ୭୫ଟି ପ୍ରକଳ୍ପକୁ ନେଇ ଏକ କଫି ଟେବୁଲ ବୁକ୍ ମଧ୍ୟ ଉନ୍ମୋଚନ କରିଥିଲେ । ଲକ୍ଷ୍ନୌର ବାବା ସାହେବ ଭୀମରାଓ ଆମ୍ବେଦକର ବିଶ୍ୱବିଦ୍ୟାଳୟ (BBU)ରେ ଅଟଳ ବିହାରୀ ବାଜପେୟୀ ଚେୟାର ପ୍ରତିଷ୍ଠା ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ।

ଆଗ୍ରାର ଶ୍ରୀମତୀ ବିମଳେଶଙ୍କ ସହ କଥାବାର୍ତ୍ତା କାଳରେ ପ୍ରଧାନମନ୍ତ୍ରୀ ଜାଣିବାକୁ ପାଇଲେ ଯେ ହିତାଧିକାରୀ ବିମଳେଶ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମେତ ଗ୍ୟାସ ସିଲିଣ୍ଡର, ଶୌଚାଳୟ, ବିଜୁଳି, ପାଣି ସଂଯୋଗ ଓ ରାସନକାର୍ଡ ଇତ୍ୟାଦି ବିଭିନ୍ନ ଯୋଜନା ବଳରେ ପାଇପାରିଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କୁ ସରକାରଙ୍କ ବିଭିନ୍ନ ଯୋଜନାର ସୁବିଧା ସୁଯୋଗ ନେବା ସହ ବିଶେଷକରି ତାଙ୍କ ଝିଅମାନଙ୍କୁ ଶିକ୍ଷିତ କରିବା ପାଇଁ ପରାମର୍ଶ ଦେଇଥିଲେ ।

ଆଗ୍ରାର ଶ୍ରୀମତୀ ବିମଳେଶଙ୍କ ସହ କଥାବାର୍ତ୍ତା କାଳରେ ପ୍ରଧାନମନ୍ତ୍ରୀ ଜାଣିବାକୁ ପାଇଲେ ଯେ ହିତାଧିକାରୀ ବିମଳେଶ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମେତ ଗ୍ୟାସ ସିଲିଣ୍ଡର, ଶୌଚାଳୟ, ବିଜୁଳି, ପାଣି ସଂଯୋଗ ଓ ରାସନକାର୍ଡ ଇତ୍ୟାଦି ବିଭିନ୍ନ ଯୋଜନା ବଳରେ ପାଇପାରିଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କୁ ସରକାରଙ୍କ ବିଭିନ୍ନ ଯୋଜନାର ସୁବିଧା ସୁଯୋଗ ନେବା ସହ ବିଶେଷକରି ତାଙ୍କ ଝିଅମାନଙ୍କୁ ଶିକ୍ଷିତ କରିବା ପାଇଁ ପରାମର୍ଶ ଦେଇଥିଲେ ।

କାନପୁର ରାମଜାନକୀ ଜୀଙ୍କ ସହ କଥାବାର୍ତ୍ତା ବେଳେ ଦୁଗ୍ଧ ବିକ୍ରେତାଙ୍କୁ ପ୍ରଧାନମନ୍ତ୍ରୀ ସ୍ୱାମୀତ୍ୱ  ଯୋଜନାରେ କିଛି ସୁବିଧା ପାଇଛନ୍ତି କି ନାହିଁ ପଚାରିଥିଲେ । ହିତାଧିକାରୀ କହିଥିଲେ ଯେ ଦଶହଜାର ଟଙ୍କା ଋଣ ନେଇ ତାଙ୍କ ବ୍ୟବସାୟରେ ଲଗାଇଥିଲେ । ପ୍ରଧାନମନ୍ତ୍ରୀ ବ୍ୟବସାୟରେ ଡିଜିଟାଲ ଦେଣନେଣ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଜନୈକା ହିତାଧିକାରୀ ଲଳିତପୁରର ଶ୍ରୀମତୀ ବବିତାଙ୍କୁ ତାଙ୍କ ଜୀବନଜୀବିକା  ଓ ବିଭିନ୍ନ ଯୋଜନାର ଅଭିଜ୍ଞତା ନେଇ ପଚାରିଥିଲେ । ଶ୍ରୀ ମୋଦୀ ଜନଧନ ଯୋଜନାରେ ହିତାଧିକାରୀଙ୍କ ଖାତାକୁ ସିଧାସଳଖ ପଇସା ପହଞ୍ଚଥିବା ନେଇ କହିଥିଲେ । ପ୍ରଯୁକ୍ତିବିଦ୍ୟା ଗରିବଙ୍କୁ ବେଶୀ ସାହାଯ୍ୟ କରିଛି ଓ ସେ ହିତାଧିକାରୀଙ୍କୁ ସ୍ୱାମୀତ୍ୱ ଯୋଜନାର ସୁବିଧା ସୁଯୋଗ ନେବାକୁ କହିଥିଲେ । ପ୍ରଧାନମନ୍ତ୍ରୀ ହିତାଧିକାରୀଙ୍କ ସହ ଖୁବ୍ ସୌହାର୍ଦ୍ଧ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ମତବିନିମୟ କରିଥିଲେ । ଏହା ଅଣଆନୁଷ୍ଠାନିକ ଓ ସ୍ୱତଃସ୍ପୃତ ଢଙ୍ଗରେ ଚାଲିଥିଲା ।

ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେଉଁଠି ପରିବାରର ସମସ୍ତ ସମ୍ପତ୍ତି ପୁରୁଷଙ୍କ ନାମରେ ଅଛି, ସେଥିରେ ସଂଶୋଧନର ଆବଶ୍ୟକତା ରହିଛି । ଏହି ସଂଶୋଧନ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଶତକଡା ୮୦ଭାଗ ଘର ମହିଳା ବା ଯୁଗ୍ମ ସତ୍ୱାଧିକାରୀ ଭାବେ ପଞ୍ଜୀକରଣ କରାଯାଉଛି ବୋଲି କହିଥିଲେ ।

ଅଟଳ ବିହାରୀ ବାଜପେୟୀଙ୍କ  ଭଳି ଜାତୀୟ ଦିବ୍ୟଦ୍ରଷ୍ଟା ଓ ଭାରତ ମାତା ପ୍ରତି ସମ୍ପୂର୍ଣ୍ଣ ସମର୍ପିତ ବ୍ୟକ୍ତିଙ୍କୁ ପ୍ରତିନିଧିଭାବେ ପଠାଇ ଥିବାରୁ ପ୍ରଧାନମନ୍ତ୍ରୀ ଲକ୍ଷ୍ନୌବାସୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ତାଙ୍କ ସ୍ମୃତିରେ ଆଜି ଲକ୍ଷ୍ନୌର ବାବାସାହେବ ଭୀମରାଓ ଆମ୍ବେଦକର ବିଶ୍ୱବିଦ୍ୟାଳୟରେ ଅଟଳ ବିହାରୀ ବାଜପେୟୀ ଚେୟାର ପ୍ରତିଷ୍ଠା କରାଯାଉଥିବା ସେ ଘୋଷଣା କରିଥିଲେ ।

ଆଗ ଅପେକ୍ଷା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରବଳ ବୃଦ୍ଧି ପାଇଥିବା ସଂଖ୍ୟା ଉପରେ ଗୁରୁତ୍ୱ ଆରୋପ କରି କହିଥିଲେ ଯେ ସହରରେ ୧.୧୩କୋଟିରୁ ଅଧିକ ଆବାସ ତିଆରି ହୋଇଥିବାବେଳେ, ସେଥିରୁ ୫୦ଲକ୍ଷ ଗରିବ ଲୋକମାନଙ୍କୁ ଦିଆଯାଇଛି । ତିନିକୋଟି ସହରଞ୍ଚଳର ସହର ତଳି ଅଞ୍ଚଳରେ ପକ୍‌କା ଛାତ ନ ଥିବା ପରିବାର ଲକ୍ଷପତି ବନିଯିବାର ସୁଯୋଗ ପାଇଛନ୍ତି । “ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ତିନିକୋଟି ଘର ଦେଶରେ ନିର୍ମିତ ହୋଇଛି, ସେଥିରୁ ତା’ର ଖର୍ଚ୍ଚ ପରିମାଣ ଆପଣ ଅନୁମାନ କରିପାରୁଥିବେ ।” ସେହି ଲୋକମାନେ ଏବେ ଲକ୍ଷପ୍ରତି ବନିଯାଉଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି । ଉତ୍ତରପ୍ରଦେଶରେ ପୂର୍ବ ସରକାରମାନେ ଯୋଜନା ଅଧୀନରେ ୧୮ହଜାର ଘର ତିଆରି ହୋଇଥିବା କହି ବାହାବା ନେଉଥିଲେ, ହେଲେ ୧୮ଟି ଘର ମଧ୍ୟ ସେତେବେଳେ ନିର୍ମିତ ହୋଇ ନ ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ବର୍ତ୍ତମାନର ଯୋଗୀ ଆଦିତ୍ୟନାଥଙ୍କ ସରକାର କ୍ଷମତାସୀନ ହେବାପରେ ନଅ ଲକ୍ଷ ଘର ସହରାଞ୍ଚଳଚଳ ଗରିବ ଲୋକଙ୍କୁ ଦିଆଯାଇଛି ଓ ୧୪ଲକ୍ଷ ଆବାସ ଆଧୁନିକ ସୁବିଧା ସହ ନିର୍ମାଣଧୀନ ରହିଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ସହରାଞ୍ଚଳ ମଧ୍ୟବିତ୍ତଙ୍କ ସମସ୍ୟାର ସମାଧାନ ନିମନ୍ତେ ଖୁବ୍ ଯତ୍ନଶୀଳ । ଏ ଦିଗରେ ରିୟେଲ ଇଷ୍ଟେଟ ନିୟନ୍ତ୍ରଣ ପ୍ରାଧିକରଣ (RERA) ଏକ ପ୍ରଧାନ ପଦକ୍ଷେପ । ଏହି ଆଇନ ସମୁଦାୟ ଗୃହ ନିର୍ମାଣ କ୍ଷେତ୍ରକୁ ଜାଲିଆତି ଓ ଧୋକାବାଦିରୁ ବଞ୍ଚାଇବା ସହ ଘର କ୍ରେତାଙ୍କୁ ସଶକ୍ତ କରିଛି । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ସହରାଞ୍ଚଳଳ ସ୍ୱାୟତ୍ତଶାସନ ସଂସ୍ଥାଗୁଡିକ ରାସ୍ତାରେ ଏଲ୍‌ଇଡି ବତୀ ବ୍ୟବହାର କରି ବାର୍ଷିକ ହଜାର କୋଟି ଟଙ୍କା ବଞ୍ଚାଉଛନ୍ତି । ବର୍ତ୍ତମାନ ଏହି ବଳକା ଅର୍ଥ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟରେ ବ୍ୟୟ ହେଉଛି । ସହରରେ ଏଲଇଡି ବିଦ୍ୟୁତବିଲ୍ କମ୍ କରିବାରେ ମଧ୍ୟ ସହାୟକ ହୋଇଛି ବୋଲି ସେ କହିଥିଲେ ।

ପ୍ରଯୁକ୍ତି ବିଦ୍ୟା ଯୋଗୁଁ ଗତ ୬-୭ବର୍ଷ ମଧ୍ୟରେ ସହରୀ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଘଟିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରଯୁକ୍ତିବିଦ୍ୟା ସମନ୍ୱିତ କମାଣ୍ଡ ଓ ନିରନ୍ତ୍ରଣ କେନ୍ଦ୍ର ଭାବେ ଆଜି ଦେଶର ୭୦ଟିରୁ ଅଧିକ ସହରରେ କାର୍ଯ୍ୟ କରୁଛି । ଆଜି ଆମକୁ ‘ପହଲେ ଆପ୍‌-ଟେକ୍ନୋଲୋଜି ଫାଷ୍ଟ’ କହିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରାସ୍ତାକଡ ବିକାଳିମାନେ ସ୍ୱନିଧି ଯୋଜନା ଅଧୀନରେ ବ୍ୟାଙ୍କ ସହ ଯୋଡି ହୋଇଛନ୍ତି। ଏହି ଯୋଜନା ଅଧୀନରେ ୨୫ଲକ୍ଷ ହିତାଧିକାରୀଙ୍କୁ ୨୫୦୦କୋଟି ଟଙ୍କା ଦିଆଯାଇଛି । କେବଳ ଉତ୍ତର ପ୍ରଦେଶର ସାତଲକ୍ଷ ହିତାଧିକାରୀ ସ୍ୱନିଧି ଯୋଜନା ଯୋଗୁଁ ଉପକୃତ ହୋଇଛନ୍ତି । ଡିଜିଟାଲ ନେଣଦେଣ ଲାଗି ସେ ବିକ୍ରେତାମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ସହରାଞ୍ଚଳ ମଧ୍ୟବିତ୍ତଙ୍କ ସମସ୍ୟାର ସମାଧାନ ନିମନ୍ତେ ଖୁବ୍ ଯତ୍ନଶୀଳ । ଏ ଦିଗରେ ରିୟେଲ ଇଷ୍ଟେଟ ନିୟନ୍ତ୍ରଣ ପ୍ରାଧିକରଣ (RERA) ଏକ ପ୍ରଧାନ ପଦକ୍ଷେପ । ଏହି ଆଇନ ସମୁଦାୟ ଗୃହ ନିର୍ମାଣ କ୍ଷେତ୍ରକୁ ଜାଲିଆତି ଓ ଧୋକାବାଦିରୁ ବଞ୍ଚାଇବା ସହ ଘର କ୍ରେତାଙ୍କୁ ସଶକ୍ତ କରିଛି । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ସହରାଞ୍ଚଳଳ ସ୍ୱାୟତ୍ତଶାସନ ସଂସ୍ଥାଗୁଡିକ ରାସ୍ତାରେ ଏଲ୍‌ଇଡି ବତୀ ବ୍ୟବହାର କରି ବାର୍ଷିକ ହଜାର କୋଟି ଟଙ୍କା ବଞ୍ଚାଉଛନ୍ତି । ବର୍ତ୍ତମାନ ଏହି ବଳକା ଅର୍ଥ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟରେ ବ୍ୟୟ ହେଉଛି । ସହରରେ ଏଲଇଡି ବିଦ୍ୟୁତବିଲ୍ କମ୍ କରିବାରେ ମଧ୍ୟ ସହାୟକ ହୋଇଛି ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିକାଲି ମେଟ୍ରୋ ସେବା ଦେଶର ପ୍ରମୁଖ ନଗରୀଗୁଡିକରେ ଦୃତଗତିରେ ବୃଦ୍ଧି ପାଉଛି। ୨୦୧୪ମସିହାରେ ମେଟ୍ରୋସେବା ୨୫୦କିଲୋମିଟରରୁ କମ୍ ରାସ୍ତାରେ ଉପଲବ୍ଧ ହେଉଥିବାବେଳେ, ଏହା ଆଜି ୭୫୦କିଲୋମିଟରକୁ ବୃଦ୍ଧି ପାଇଛି । ବର୍ତ୍ତମାନ ଦେଶରେ ଏକହଜାର କିଲୋମିଟରରୁ ଅଧିକ ମେଟ୍ରୋ ଟ୍ରାକ୍ ପାଇଁ କାର୍ଯ୍ୟ ଚାଲିଛି ।

 

 

 



 

 

 

 

 

 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
On Puri’s Grand Road, a devotee’s submission

Media Coverage

On Puri’s Grand Road, a devotee’s submission
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the Amir of Qatar
July 16, 2026
PM conveys heartfelt condolences on the passing of the Father Amir of Qatar
PM recalls the Father Amir’s visionary leadership and his contribution to strengthening India-Qatar relations
The two leaders reaffirm their resolve to carry forward the Father Amir’s legacy

Prime Minister Shri Narendra Modi had a telephone conversation today with the Amir of the State of Qatar, H.H. Sheikh Tamim bin Hamad Al Thani.

Prime Minister conveyed his heartfelt condolences on the passing of H.H. Sheikh Hamad bin Khalifa Al Thani, the Father Amir of Qatar.

Recalling the Father Amir’s significant contributions as the chief architect of modern Qatar, Prime Minister paid tribute to his visionary leadership, and recalled his pivotal role in strengthening India-Qatar relations over the years as well as his deep affection for India and the Indian community in Qatar.

The Amir of Qatar thanked Prime Minister for his call and conveyed his appreciation for the words of support in this difficult hour.

The two leaders reaffirmed their resolve to carry forward the Father Amir’s legacy and further strengthen the India-Qatar Strategic Partnership and people-to-people ties.

They agreed to remain in close touch.