ପ୍ରାୟ ୧୭,୮୪୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଅଟଳ ସେତୁ ହେଉଛି ଭାରତର ସବୁଠାରୁ ଲମ୍ବା ସେତୁ ଏବଂ ଦେଶର ସବୁଠାରୁ ଲମ୍ବା ସମୁଦ୍ର ସେତୁ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନଭି ମୁମ୍ବାଇଠାରେ ଅଟଳ ବିହାରୀ ବାଜପେୟୀ ସେଓ୍ଵରୀ-ନୱା ସେୱା ଅଟଳ ସେତୁକୁ ଉଦଘାଟନ କରିଛନ୍ତି । ଶ୍ରୀ ମୋଦୀ ଫଟୋ ଗ୍ୟାଲେରୀ ଓ ଅଟଳ ସେତୁର ଏକ ପ୍ରଦର୍ଶନୀ ମଡେଲ ପରିଦର୍ଶନ କରିଥିଲେ।

 

ଏମଟିଏଚଏଲ ଅଟଳ ସେତୁ ୧୭,୮୪୦ କୋଟି ରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଏବଂ ଏହା ପ୍ରାୟ ୨୧.୮ କିଲୋମିଟର ଲମ୍ବ ୬ ଲେନ୍ ବିଶିଷ୍ଟ ପୋଲ ଯାହାର ଦୂରତା ସମୁଦ୍ର ଉପରେ ପ୍ରାୟ ୧୬.୫ କିଲୋମିଟର ଏବଂ ଭୂପୃଷ୍ଠରେ ପ୍ରାୟ ୫.୫ କିଲୋମିଟର ବ୍ୟାପୀ ରହିଛି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :

‘‘ଆମ ନାଗରିକମାନଙ୍କ ପାଇଁ 'ସହଜ ଜୀବନଧାରଣ' ବୃଦ୍ଧି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟଳ ସେତୁକୁ ଉଦଘାଟନ କରି ଆନନ୍ଦିତ । ଏହି ସେତୁ ଯାତ୍ରା ସମୟ ହ୍ରାସ କରିବା ସହ ଯୋଗାଯୋଗରେ ସୁଧାର ଆଣି ଦୈନନ୍ଦିନ ଯାତାୟାତକୁ ସହଜ କରିବ ବୋଲି ପ୍ରତିଶ୍ରୁତି ଦେଇଛି।’’

 

ପ୍ରଧାନମନ୍ତ୍ରୀଙ୍କ ସହ ମହାରାଷ୍ଟ୍ର ରାଜ୍ୟପାଳ ଶ୍ରୀ ରମେଶ ବୈଶ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ଏକନାଥ ସିନ୍ଦେ ଏବଂ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନଭିସ୍ ଏବଂ ଉପମୁଖ୍ୟମନ୍ତ୍ରୀ ଶ୍ରୀ ଅଜିତ ପାୱାର ଉପସ୍ଥିତ ଥିଲେ ।

ଅଟଳ ବିହାରୀ ବାଜପେୟୀ ସେୱରୀ-ନୱା ସେୱା ଅଟଳ ସେତୁ

ସହରୀ ପରିବହନ ଭିତ୍ତିଭୂମି ଏବଂ ଯୋଗାଯୋଗକୁ ସୁଦୃଢ଼ କରି ନାଗରିକମାନଙ୍କ ‘ସହଜ ପରିବହନ’ରେ ଉନ୍ନତି ଆଣିବା ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ। ଏହି ଦୃଷ୍ଟିକୋଣକୁ ଦୃଷ୍ଟିରେ ରଖି ମୁମ୍ବାଇ ଟ୍ରାନ୍ସ ହାର୍ବର ଲିଙ୍କ୍ (ଏମ୍‌ଟିଏଚ୍‌ଏଲ୍‌), ଯାହାର ନାମ ଏବେ 'ଅଟଳ ବିହାରୀ ବାଜପେୟୀ ସେଓ୍ଵରୀ- ନହୱା ଶେଭା ଅଟଳ ସେତୁ' ରଖାଯାଇଛି। ଡିସେମ୍ବର ୨୦୧୬ରେ ପ୍ରଧାନମନ୍ତ୍ରୀ ଏହି ସେତୁର ଶିଳାନ୍ୟାସ କରିଥିଲେ।

 

ମୋଟ ୧୭,୮୪୦ କୋଟି ରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଅଟଳ ସେତୁ । ସମୁଦ୍ର ଉପରେ ପ୍ରାୟ ୧୬.୫ କିଲୋମିଟର ଏବଂ ସ୍ଥଳଭାଗରେ ପ୍ରାୟ ୫.୫ କିଲୋମିଟର ବ୍ୟାପି ରହିଥିବା ଏହି ସେତୁର ମୋଟ୍‌ ଲମ୍ବ ପ୍ରାୟ ୨୧.୮ କିଲୋମିଟର ଏବଂ ଏହା ହେଉଛି ୬ ଲେନ୍ ବିଶିଷ୍ଟ । ଏହା ଭାରତର ସବୁଠାରୁ ଲମ୍ବା ସେତୁ ଏବଂ ଭାରତର ସବୁଠାରୁ ଲମ୍ବା ସମୁଦ୍ର ପୋଲ । ଏହା ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ନଭୀ ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଦ୍ରୁତ ସଡ଼କ ଯୋଗାଯୋଗ ପ୍ରଦାନ କରିବ ଏବଂ ମୁମ୍ବାଇରୁ ପୁଣେ, ଗୋଆ ଏବଂ ଦକ୍ଷିଣ ଭାରତକୁ ଯାତ୍ରା ସମୟ ମଧ୍ୟ ହ୍ରାସ କରିବ । ଏହାଦ୍ୱାରା ମୁମ୍ବାଇ ବନ୍ଦର ଏବଂ ଜବାହରଲାଲ ନେହରୁ ବନ୍ଦର ମଧ୍ୟରେ ଯୋଗାଯୋଗରେ ଉନ୍ନତି ଆସିବ । 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Jumbo Indian contingent comprising 768 athletes, support staff and officials for Asian Games

Media Coverage

Jumbo Indian contingent comprising 768 athletes, support staff and officials for Asian Games
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 4, 2026
September 04, 2026

Make in India, Power India, Play for India: Multi-Sector Momentum Under PM Modi’s Leadership