ଭାରତୀୟ ପ୍ରାଚୀନ ଗୌରବର ପୁନରୁତ୍‌ଥାନ ପାଇଁ ସର୍ଦ୍ଦାର ପଟେଲଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଣିପାତ
ବିଶ୍ୱନାଥଠାରୁ ସୋମନାଥ ଓ ଅନ୍ୟାନ୍ୟ ବହୁ ମନ୍ଦିରର ପୁନର୍ବିନ୍ୟାସ ପାଇଁ ସେ ଲୋକମାତା ଅହଲ୍ୟାବାଈ ହୋଲକରଙ୍କୁ କଲେ ସ୍ମରଣ
ତୀର୍ଥଯାତ୍ରା ଓ ସ୍ଥାନୀୟ ଅର୍ଥନୀତିକୁ ସୁଦୃଢ କରିବା ସହ ଧାର୍ମିକ ପର୍ଯ୍ୟଟନ ଦିଗରେ ନୂତନ ସମ୍ଭାବନାର ଖୋଜ୍ ସବୁ ସମୟରେ ରହି ଆସିଛି: ପ୍ରଧାନମନ୍ତ୍ରୀ
ବିଧ୍ୱଂସକାରୀ ଶକ୍ତି ବା ଆତଙ୍କବଳରେ ଏକ ସାମ୍ରାଜ୍ୟ ପ୍ରତିଷ୍ଠା ସବୁବେଳେ ଅସ୍ଥାୟୀ, ଏହାର ସ୍ଥିତି କେବେ ବି ସ୍ଥାୟୀ ହୋଇପାରିବ ନାହିଁ ଓ ଅଧିକ ଦିନ ଧରି ମାନବିକତାକୁ ବଳି ଯାଇପାରିବ ନାହିଁ । ଏକ ସତ୍ୟ ପ୍ରମାଣିତ ଯେ ଯେତେବେଳେ କେତେକ ଆକ୍ରମଣକାରୀ ସୋମନାଥ ମନ୍ଦିର ଭାଙ୍ଗି ଦେଇଥିଲେ ତ ଆଜି ମଧ୍ୟ ବିଶ୍ୱ ସେପରି ଚିନ୍ତାଧାରା ଉଦ୍ରେକ ନେଇ ଭୟଭୀତ: ପ୍ରଧାନମନ୍ତ୍ରୀ
ଦେଶ ଅନେକ କଠିନ ସମସ୍ୟାର ସମାଧାନ ନିମନ୍ତେ ଅମାୟିକ ବିଚାରଧାରା ଦ୍ୱାରା ଚାଲିଛି । ଆଧୁନିକ ଭାରତରେ ରାମମନ୍ଦିର ନିର୍ମାଣ ଏହାର ଏକ ଜ୍ୱଳନ୍ତ ପ୍ରମାଣ: ପ୍ରଧାନମନ୍ତ୍ରୀ
ଇତିହାସ ଓ ବିଶ୍ୱାସର ସାରମର୍ମ ହେଲା ସବ୍‌କା ସାଥ, ସବ୍‌କା ବିକାଶ, ସବକା ବିଶ୍ୱାସ ଓ ସବ୍‌କା ପ୍ରୟାସ: ପ୍ରଧାନମନ୍ତ୍ରୀ
ଆମର ଚାରିଧାମ ବ୍ୟବସ୍ଥା, ଶକ୍ତିପୀଠର ପରିକଳ୍ପନା, ଦେଶର ବିଭିନ୍ନ କୋଣରେ ଭିନ୍ନ ଭିନ୍ନ ତୀର୍ଥସ୍ଥଳୀର ସ୍ଥାପନା, ଏହା ମଧ୍ୟରେ ଆମର ‘ଏକ ଭାରତ, ଶ୍ରେଷ୍ଠ ଭା
ଦେଶ ଅନେକ କଠିନ ସମସ୍ୟାର ସମାଧାନ ନିମନ୍ତେ ଅମାୟିକ ବିଚାରଧାରା ଦ୍ୱାରା ଚାଲିଛି । ଆଧୁନିକ ଭାରତରେ ରାମମନ୍ଦିର ନିର୍ମାଣ ଏହାର ଏକ ଜ୍ୱଳନ୍ତ ପ୍ରମାଣ: ପ୍ରଧାନମନ୍ତ୍ରୀ

ଗୁଜରାଟର ସୋମନାଥଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଅନେକ ପ୍ରକଳ୍ପର ଶିଳାନ୍ୟାସ କରିବା ସହ କେତେକର ଉଦ୍‌ଘାଟନ ମଧ୍ୟ କରିଛନ୍ତି । ଉଦ୍‌ଘାଟିତ ପ୍ରକଳ୍ପଗୁଡିକ ମଧ୍ୟରେ ରହିଛି ସୋମନାଥ ପ୍ରମୋଦ ସ୍ଥଳୀ,  ସୋମନାଥ ପ୍ରଦର୍ଶନୀ କେନ୍ଦ୍ର ଏବଂ ପ୍ରାଚୀନ ସୋମନାଥ ପରିସର ମଧ୍ୟରେ ପୁର୍ନଗଠିତ ମନ୍ଦିର । ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ପାର୍ବତୀ ମନ୍ଦିରର ମଧ୍ୟ ଶିଳାନ୍ୟାସ କରିଛନ୍ତି । ଶ୍ରୀ ଲାଲକୃଷ୍ଣ ଆଡଭାନୀ, କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଓ ଗୁଜରାଟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ ।

ସମଗ୍ର ବିଶ୍ୱର ଭକ୍ତଗଣଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ଦେଶର ପ୍ରାଚୀନ ଗୌରବର ପୁନରୁଥାନ ନିମନ୍ତେ ଅସାଧାରଣ ଇଚ୍ଛା ଶକ୍ତି ପ୍ରଦର୍ଶନ କରିଥିବା ସର୍ଦ୍ଦାର ପଟେଲଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।  ସର୍ଦ୍ଦାର ପଟେଲ ସୋମନାଥ  ମନ୍ଦିରକୁ ସ୍ୱାଧୀନ ଭାରତର ସ୍ୱାଧୀନ ଚେତନା ସହ ସଂଯୋଗ କରିଥିଲେ ।  ପ୍ରଧାନମନ୍ତ୍ରୀ କହିଥିଲେ ଆମର ସୌଭାଗ୍ୟ ଯେ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଆମେ ସର୍ଦ୍ଦାର ପଟେଲ ଆରମ୍ଭ କରିଥିବା ଉଦ୍ୟମକୁ ଆଗକୁ ନେଇ ସୋମନାଥ ମନ୍ଦିର ଏକ ନୂତନ ରୂପ ଦେଇଛି । ବିଶ୍ୱନାଥଙ୍କଠାରୁ ସୋମନାଥଙ୍କ  ସମେତ ଅନେକ ମନ୍ଦିରର ପୁନର୍ବନ୍ୟାସ ନିମନ୍ତେ ପ୍ରଧାନମନ୍ତ୍ରୀ ଲୋକମାତା ଅହଲ୍ୟାବାଈ ହୋଲକାରୀଙ୍କୁ ମଧ୍ୟ ମନେ ପକାଇଥିଲେ । ଦେଶ ତାଙ୍କର ଜୀବନାଦର୍ଶ ଓ ଆଧୁନିକତାକୁ ପାଥେୟ କରିବା ସହ ସେମାନଙ୍କ ଦ୍ୱାରା ଅନୁପ୍ରାଣୀତ ହୋଇ ଆଗେଇ ଚାଲିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଐକ୍ୟର ପ୍ରତିମୂର୍ତ୍ତି ପ୍ରତିଷ୍ଠା ଓ କଚ୍ଛର ରୂପାନ୍ତରୀକରଣ ଭଳି ପଦକ୍ଷେପକୁ ଦେଶରେ ଆଧୁନିକତା ସହ ପର୍ଯ୍ୟଟନକୁ ଯୋଡା ଯିବାର ଦୃଷ୍ଟାନ୍ତ ରହିଛି । ଧାର୍ମିକସ୍ଥଳୀକୁ ତୀର୍ଥଯାତ୍ରା ଓ ଧାର୍ମିକ ପର୍ଯ୍ୟଟନ ସହ ଆଞ୍ଚଳିକ ଅର୍ଥନୀତିର ବିକାଶ ଯୁଗେ ଯୁଗେ ରହି ଆସିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ  । ସେ କହିଥିଲେ ଯେ- ଭଗବାନ ଶିବ ସଂହାର ଓ ଧ୍ୱଂସ ମଧ୍ୟରେ ବିକାଶ ଓ ସୃଷ୍ଟି ସର୍ଜନା କରିଥାନ୍ତି । ଶିବ, ଅସୀମ, ସେ ଚିରନ୍ତର, ତାଙ୍କୁ କଳନା କରି ହେବ ନାହିଁ । “ଶିବଙ୍କ ଉପରେ ଆମର ବିଶ୍ୱାସ ଆମକୁ ଆମର ଅସୀମ ସ୍ଥିତିକୁ ସୂଚାଇବା ସହ ସମୟର ସମସ୍ତ ଆହ୍ୱାନକୁ ସମ୍ମୁଖୀନ ହେବାକୁ ଶକ୍ତି ପ୍ରଦାନ କରେ ।

ପରମ ଆରାଧ୍ୟ ମନ୍ଦିରର ଇତିହାସ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ବାରମ୍ବାର ମନ୍ଦିର ଧ୍ୱସଂ ହେବା ପରେ ମଧ୍ୟ କିପରି ମୁଣ୍ଡ ଟେକି ପୁଣି ଛିଡା ହୋଇଛି ତା’ର ସ୍ମରଣ କରିଥିଲେ । ଏହା ବିଶ୍ୱାସର ପ୍ରତୀକ ଯେ ପ୍ରବଞ୍ଚନା ଦ୍ୱାରା ପରାଜିତ ହୁଏ ନାହିଁ କି ବିଶ୍ୱାସ ଆତଙ୍କ ଦ୍ୱାରା ଭୂଲୁଣ୍ଠିତ ହୁଏ ନାହିଁ । “ଯେଉଁ ବିଧ୍ୱଂସକାରୀ ଶକ୍ତି ଆତଙ୍କବାଦ ଦ୍ୱାରା ସାମ୍ରାଜ୍ୟ ସ୍ୱପ୍ନ ଦେଖନ୍ତି, ସେମାନେ ଅସ୍ଥାୟୀଭାବେ ପ୍ରାଧାନ୍ୟ ବିସ୍ତାର କରନ୍ତି ସତ, ମାତ୍ର ଏହା କେବେ ବି ସ୍ଥାୟୀ ହୁଏନା ।

         ଏହା ମାନବତ୍ୱକୁ ଦୀର୍ଘଦିନ ଧରି ବୋକା ରଖିପାରେ ନାହିଁ । ଏକଥା ଯେତେବେଳେ ଆକ୍ରମଣକାରୀ ସୋମନାଥ ମନ୍ଦିର ଭାଙ୍ଗୁଥିଲେ ତାହା ପ୍ରମାଣିତ ହୋଇଛି । ଏହା ଆଜି ମଧ୍ୟ ସତ୍ୟ ଯେ ସମଗ୍ର ବିଶ୍ୱ ଏଭଳି ଚିନ୍ତାଧାରା ସମ୍ପନ୍ନ ଗୋଷ୍ଠୀ ଯୋଗୁଁ ସଂତ୍ରସ୍ଥ ହୋଇଛି” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

         ପ୍ରଧାନମନ୍ତ୍ରୀ  କହିଥିଲେ ଯେ ସୋମନାଥ ମନ୍ଦିର ପୁନନିର୍ମାଣ କରି ଏକ ଭବ୍ୟ ମନ୍ଦିର ପ୍ରତିଷ୍ଠା ଶହ ଶହ ବର୍ଷର ଦୃଢ ଇଚ୍ଛା ଶକ୍ତି ଓ ନିରବଚ୍ଛିନ୍ନ ଆଦର୍ଶ ଯୋଗୁଁ ସମ୍ଭବ ହୋଇଛି । ବାବୁ ରାଜେନ୍ଦ୍ର ପ୍ରସାଦ, ସର୍ଦ୍ଦାର ପଟେଲ ଏବଂ କେ.ଏମ ମୁନ୍‌ସୀଙ୍କ ଭଳି ମହାମାନବଙ୍କ ସ୍ୱାଧୀନତା ପରେ ନିରବଚ୍ଛିନ୍ନ ପରିଶ୍ରମ ଓ ଅଭିଯାନ ଯୋଗୁଁ ସମ୍ଭବ ହୋଇଛି । ଭାରତବର୍ଷର ଆଧ୍ୟାତ୍ମିକ ଖୁଣ୍ଟ ଭାବେ ପରିଶେଷରେ ୧୯୫୦ ମସିହାରେ ସୋମନାଥ ମନ୍ଦିର ନିର୍ମିତ ହେଲା । ଅନେକ କଠିନ ସମସ୍ୟାର ସମାଧାନ ନିମନ୍ତେ ଦେଶ ଅମାୟିକ ପନ୍ଥାର ଆଶ୍ରୟ ନେଇଛି । ଏ ଦିଗରେ ଆଧୁନିକ ଭାରତରେ ନିର୍ମିତ ହେବାକୁ ଯାଉଥିବା ରାମମନ୍ଦିର ହେଉଛି ଏକ ଉଜ୍ଜଳ ମାଇନଖୁଣ୍ଟ ବୋଲି ସେ କହିଛନ୍ତି ।

ଆମକୁ ଏକ ନୂତନ ଭବିଷ୍ୟତ ଗଠନ କରିବାକୁ ହେଲେ ଇତିହାସରୁ ଶିଖି ବର୍ତ୍ତମାନର ବିକାଶ ଘଟାଇବାକୁ ହେବ । ତାଙ୍କର ମନ୍ତ୍ର  ‘ଭାରତ ଯୋଡୋ’  ଆନ୍ଦୋଳନ ପ୍ରସଙ୍ଗରେ ଶ୍ରୀ ମୋଦୀ କହିଥିଲେ ଯେ ଏହା କେବଳ ଭୌଗୋଳିକ ସଂଯୋଗ ନୁହଁ ଏହା ମଧ୍ୟ ଭାବନାର ସଂଯୋଗ । ଏହା ମଧ୍ୟ ଆମର ଅତୀତକୁ ଆଧାର କରି ଭବିଷ୍ୟତ ଗଠନ କରିବାର ସଂକଳ୍ପ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ “ଇତିହାସର ଆମ ପାଇଁ ସାରାଂଶ ଓ ବିଶ୍ୱାସ ହେଲା ସବ୍‌କା ସାଥ୍‌‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ଏବଂ ସବ୍‌କା ପ୍ରୟାସ । ଦେଶର ଐକ୍ୟ ନିମନ୍ତେ ବିଶ୍ୱାସ ଓ ଆଶାର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ସେ କହିଥିଲେ ଯେ ସୋମନାଥ ଓ ନାଗେଶ୍ୱର ପଶ୍ଚିମରୁ ଆରମ୍ଭ କରି ପୂର୍ବରେ ବୈଦ୍ୟନାଥ, ଉତ୍ତରରେ ବାବା କେଦାରନାଥ ଓ ଏକବାର ଦକ୍ଷିଣରେ ଶ୍ରୀ ରାମେଶ୍ୱର ପର୍ଯ୍ୟନ୍ତ ଥିବା ଦ୍ୱାଦଶ ଜ୍ୟୋର୍ତିଲିଙ୍ଗ ସମଗ୍ର ଭାରତ ବର୍ଷକୁ ଯୋଡିଥାଏ । ସେହିପରି ଆମର ଚାରିଧାମ, ଆମ ଶକ୍ତିପୀଠର ପରିକଳ୍ପନା ଦେଶର କୋଣ ଅନୁକୋଣରେ ଥିବା ତୀର୍ଥସ୍ଥଳ ଆମ ବିଶ୍ୱାସ ଓ ଆମର ଆତ୍ମର ସ୍ପନ୍ଦନ ‘ଏକ ଭାରତ ଶ୍ରେଷ୍ଠ ଭାରତ’ର ପ୍ରତୀକ ।”

ଆଧ୍ୟାତ୍ମିକତା ବଳରେ ଦେଶର ଏକତାକୁ ମଜବୁତ କରିବା ପ୍ରସଙ୍ଗରେ  ସେ କହିଥିଲେ ଯେ, ଦେଶରେ ଜାତୀୟ ଆନ୍ତର୍ଜାତୀୟ ପର୍ଯ୍ୟଟନ ଓ ଆଧ୍ୟାତ୍ମିକ ପର୍ଯ୍ୟଟନ ପାଇଁ ବ୍ୟାପକ କ୍ଷେତ୍ର ରହିଛି । ଆଧୁନିକ ଭିତ୍ତିଭୂମିର ବିକାଶ କରି ଦେଶ ପ୍ରାଚୀନ ଗୌରବର ପୁନରୁଦ୍ଧାର କରୁଛି । ରାମାୟଣ ବ୍ୟାପକତାର ଉଦାହରଣ ଦେଇ ସେ କହିଛନ୍ତି ଯେ ରାମଭକ୍ତମାନଙ୍କ ଦ୍ୱାରା ପ୍ରଭୁ ରାମଙ୍କ ସହ ସଂଶ୍ଳିଷ୍ଟ ଅଞ୍ଚଳର ଖୋଜ ଦ୍ୱାରା ସେମାନେ ପ୍ରଭୁ ରାମଚନ୍ଦ୍ର ସମଗ୍ର ଭାରତବର୍ଷର ବୋଲି ଅନୁଭବ କରୁଛନ୍ତି । ସେହିପରି ଭଗବାନ ବୁଦ୍ଧ ସାର୍କିଟ ଯୋଗୁଁ ବିଶ୍ୱବ୍ୟାପୀ ପର୍ଯ୍ୟଟକ ସେ ସ୍ଥାନ ପରିଦର୍ଶନ କରୁଛନ୍ତି । ସ୍ୱଦେଶ ଦର୍ଶନ ଯୋଜନା ଜରିଆରେ ପର୍ଯ୍ୟଟନ ମନ୍ତ୍ରଣାଳୟ ୧୫ଟି ବିଷୟ ଉପରେ ଗୁରୁତ୍ୱ ଦେବା ଫଳରେ ଅନେକ ଅବହେଳିତ ସ୍ଥାନ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଛି । କେଦାରନାଥ ଭଳି ପାର୍ବତ୍ୟାଞ୍ଚଳର ବିକାଶ, ଚାରିଧାମରେ  ସୁଡଙ୍ଗ ନିର୍ମାଣ, ବୈଷ୍ଣୋଦେବୀରେ ବିକାଶ କାର୍ଯ୍ୟ ଉତ୍ତର ପୂର୍ବାଞ୍ଚଳରେ ବୈଷୟିକ ଜ୍ଞାନ ପ୍ରୟୋଗ ଯୋଗୁଁ ବିଭିନ୍ନ ସ୍ଥାନ ମଧ୍ୟରେ ଦୂରତା ମଧ୍ୟ ହ୍ରାସ ପାଇଛି। ୨୦୧୪ ମସିହାରେ ଘୋଷିତ ପ୍ରସାଦ ଯୋଜନାରେ ୪୦ଟି ତୀର୍ଥସ୍ଥଳୀ ମଧ୍ୟରୁ ୧୫ଟି କାର୍ଯ୍ୟ ଶେଷ ହୋଇଛି । ଗୁଜରାଟରେ ଶହେ କୋଟି ଟଙ୍କା ବ୍ୟୟରେ ତିନିଟି ପ୍ରକଳ୍ପ କାର୍ଯ୍ୟ  ଆଗେଇ ଚାଲିଛି । ଦେଶ ପର୍ଯ୍ୟଟନ ଜରିଆରେ କେବଳ ସାଧାରଣ ନାଗରିକଙ୍କୁ ଯୋଡୁ ନାହିଁ ବରଂ ଅଗ୍ରଗତି ପଥରେ ଚାଲିଛି । ପର୍ଯ୍ୟଟନ ଓ ଭ୍ରମଣ କ୍ଷେତ୍ରରେ ଦେଶ ୨୦୧୩ ମସିହାରେ ବିଶ୍ୱରେ ୬୫ ସ୍ଥାନରେ ଥିବାବେଳେ ୨୦୧୫ରେ ୩୪ତମ ସ୍ଥାନକୁ ଉନ୍ନୀତ ହୋଇଛି ।

ସୋମନାଥ ରମଣୀୟ ସ୍ଥଳୀ ୪୭କୋଟି ଟଙ୍କା ବ୍ୟୟରେ ପ୍ରସାଦ ଯୋଜନା ଅଧୀନରେ ବିକଶିତ ହୋଇଛି । ପୁରାତନ ସୋମନାଥ ମନ୍ଦିରର ଭଗ୍ନାଂବଶେଷକୁ ବ୍ୟବହାର କରି ସେହି ସ୍ଥାନରେ ଅବିକଳ ସୋମନାଥ ମନ୍ଦିର ସ୍ଥାପତ୍ୟ ଶୈଳୀରେ ଏହା କରାଯାଇଛି । ୩.୫କୋଟି ଟଙ୍କା ବ୍ୟୟରେ ଶ୍ରୀ ସୋମନାଥ ଟ୍ରଷ୍ଟ ଦ୍ୱାରା ଏହା ସମ୍ପନ୍ନ ହୋଇଛି । ଏହାକୁ ଅହଲ୍ୟାବାଈ  ମନ୍ଦିର ଭାବେ ମଧ୍ୟ ଦର୍ଶାଯାଉଛି, କାରଣ ଇନ୍ଦୋର ରାଣୀ ଅହଲ୍ୟାବାଈ ଏହାର ନିର୍ମାଣ କରିଥିଲେ । ପ୍ରାଚୀନ ମନ୍ଦିର ଧ୍ୱଂସ ସ୍ତୁପରେ ପରିଣତ ହେବା ଆଗରୁ ସେ ଏହାର ପୁନଃନିର୍ମାଣ କରାଇଥିଲେ । ତୀର୍ଥଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହାର ସାମଗ୍ରୀକ ଭାବେ ପୁନନିର୍ମାଣ ହୋଇଛି । ଶ୍ରୀ ପାର୍ବତୀ ମନ୍ଦିର ୩୦କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବା ପ୍ରସ୍ତାବ ରହିଛି । ଗର୍ଭଗୃହ ଓ ନୃତ୍ୟମଣ୍ଡପ ସହ ଏହି ମନ୍ଦିର ସୋମପୁର ସଲାସ ଶୈଳୀରେ ନିର୍ମିତ ହେବ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India accelerates ‘semiconductor drive’ with Rs 1.64 lakh crore investment plan

Media Coverage

India accelerates ‘semiconductor drive’ with Rs 1.64 lakh crore investment plan
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam emphasizing on respecting the diverse cultures of the world
June 29, 2026

The Prime Minister, Shri Narendra Modi, shared a Sanskrit Subhashitam:

“देशाचारान् समयाञ्जातिधर्मान् बुभूषते यस्तु परावरज्ञः।

स तत्र तत्राधिगतः सदैव महाजनस्याधिपत्यं करोति॥"

The Subhashitam emphasizes that respecting the diverse cultures of the world fosters a sense of trust and cooperation among people, and strengthens mutual understanding and brotherhood.

The Prime Minister wrote on X;

दुनिया की अलग-अलग संस्कृतियों का सम्मान करने से लोगों के बीच विश्वास और सहयोग की भावना बढ़ती है। इससे आपसी समझ और भाईचारा और मजबूत होता है।

देशाचारान् समयाञ्जातिधर्मान् बुभूषते यस्तु परावरज्ञः।

स तत्र तत्राधिगतः सदैव महाजनस्याधिपत्यं करोति॥