ଆଇଆଇଟି ଭିଲାଇ, ଆଇଆଇଟି ତିରୁପତି, ଆଇଆଇଆଇଟିଡିଏମ୍ କୁର୍ଣ୍ଣୁଲ, ଆଇଆଇଏମ୍ ବୋଧଗୟା, ଆଇଆଇଏମ୍ ଜମ୍ମୁ, ଆଇଆଇଏମ୍ ବିଶାଖାପାଟଣା ଏବଂ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସ୍କିଲ୍ସ (ଆଇଆଇଏସ୍) କାନପୁର ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷାନୁଷ୍ଠାନର କ୍ୟାମ୍ପସକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରାଯାଇଛି
ଦେଶର ଅନେକ ଉଚ୍ଚ ଶିକ୍ଷାନୁଷ୍ଠାନରେ ଭିତ୍ତିଭୂମିର ଉନ୍ନତି କରଣ ପାଇଁ ଏକାଧିକ ପ୍ରକଳ୍ପର ଉଦଘାଟନ, ଲୋକାର୍ପଣ ଓ ଶିଳାନ୍ୟାସ
ଜମ୍ମୁ ଏମ୍ସ ଉଦଘାଟନ
ଜମ୍ମୁ ବିମାନବନ୍ଦରର ନୂତନ ଟର୍ମିନାଲ ବିଲ୍ଡିଂ ଏବଂ ଜମ୍ମୁରେ କମନ୍ ୟୁଜର ଫେସିଲିଟି ପେଟ୍ରୋଲିୟମ ଡିପୋର ଶିଳାନ୍ୟାସ
ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ଏବଂ ଜମ୍ମୁ-କଶ୍ମୀରରେ ଅନେକ ଗୁରୁତ୍ୱପୂର୍ଣ୍ଣ ସଡ଼କ ଏବଂ ରେଳ ସଂଯୋଗ ପ୍ରକଳ୍ପର ଶିଳାନ୍ୟାସ କରିଛି
ସମଗ୍ର ଜମ୍ମୁ ଓ କଶ୍ମୀରରେ ନାଗରିକ ଏବଂ ସହରୀ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଅନେକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ
ଆଜିର ପଦକ୍ଷେପ ଜମ୍ମୁ-କଶ୍ମୀରର ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବ
ଆମେ ଏକ ବିକଶିତ ଜମ୍ମୁ କଶ୍ମୀର ସୁନିଶ୍ଚିତ କରିବୁ
ଜମ୍ମୁ-କଶ୍ମୀର ଗଠନ ପାଇଁ ସରକାର ଗରିବ, କୃଷକ, ଯୁବକ ଓ ନାରୀ ଶକ୍ତି ଉପରେ ଧ୍ୟାନ ଦେଉଛନ୍ତି
ନୂଆ ଭାରତ ଏହାର ବର୍ତ୍ତମାନର ପିଢ଼ିକୁ ଆଧୁନିକ ଶିକ୍ଷା ଯୋଗାଇବା ପାଇଁ ଅଧିକରୁ ଅଧିକ ଖର୍ଚ୍ଚ କରୁଛି
ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସର ମନ୍ତ୍ର ହେଉଛି ଜମ୍ମୁ-କଶ୍ମୀରର ବିକାଶର ମୂଳଦୁଆ
ପ୍ରଥମ ଥର ପାଇଁ ଜମ୍ମୁ-କଶ୍ମୀରର ସାଧାରଣ ଜନତା ଭାରତୀୟ ସମ୍ବିଧାନରେ ଦିଆଯାଇଥିବା ସାମାଜିକ ନ୍ୟାୟର ପ୍ରତିଶ୍ରୁତି ପାଉଛନ୍ତି
ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀର ର ବିକାଶର ସବୁଠାରୁ ବଡ଼ ପ୍ରତିବନ୍ଧକ ହଟିଯାଇଥିବାରୁ ଏକ ନୂଆ ଜମ୍ମୁ କଶ୍ମୀର ସୃଷ୍ଟି ହେବାକୁ ଯାଉଛି
"ଏକ ବିକଶିତ ଜମ୍ମୁ-କଶ୍ମୀର ପାଇଁ ସାରା ବିଶ୍ୱ ଉତ୍ସାହିତ"

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜମ୍ମୁରେ ୩୨,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ସ୍ୱାସ୍ଥ୍ୟ, ଶିକ୍ଷା, ରେଳ, ସଡ଼କ, ବିମାନ ଚଳାଚଳ, ପେଟ୍ରୋଲିୟମ ଏବଂ ନାଗରିକ ଭିତ୍ତିଭୂମି ସମେତ ଅନେକ କ୍ଷେତ୍ର ସହିତ ଏହି ପ୍ରକଳ୍ପଗୁଡିକ ଜଡିତ । ପ୍ରଧାନମନ୍ତ୍ରୀ ଜମ୍ମୁ ଓ କଶ୍ମୀରର ପ୍ରାୟ ୧୫୦୦ ନୂତନ ସରକାରୀ ନିଯୁକ୍ତି ପାଇଁ ନିଯୁକ୍ତି ଆଦେଶ ମଧ୍ୟ ବଣ୍ଟନ କରିଥିଲେ । 'ବିକଶିତ ଭାରତ ବିକଶିତ ଜମ୍ମୁ' କାର୍ଯ୍ୟକ୍ରମ ରେ ସେ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ।

 

କିଶ୍ତୱାର ଜିଲ୍ଲାର ବୀଣା ଦେବୀ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ ଯେ ସେ ଉଜ୍ଜ୍ୱଳା ଯୋଜନାର ଲାଭ ଉଠାଇଛନ୍ତି ଯାହା ତାଙ୍କ ଜୀବନକୁ ଉନ୍ନତ କରିଛି ଏବଂ ତାଙ୍କୁ ନିଜ ପାଇଁ ଏବଂ ତାଙ୍କ ପରିବାର ପାଇଁ ସମୟ ବାହାର କରିବାକୁ ଅନୁମତି ଦେଇଛି । ପୂର୍ବରୁ ସେ ଜଙ୍ଗଲରୁ ରୋଷେଇ ପାଇଁ କାଠ ଆଣୁଥିଲେ। ତାଙ୍କ ପରିବାର ପାଖରେ ଆୟୁଷ୍ମାନ କାର୍ଡ ଅଛି ବୋଲି ସେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ ଏବଂ ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ତାଙ୍କର ଏବଂ ତାଙ୍କ ପରିବାରର ଉତ୍ତମ ସ୍ୱାସ୍ଥ୍ୟ କାମନା କରିଥିଲେ।

ରାଷ୍ଟ୍ରୀୟ ଅଜୀବିକା ଅଭିଯାନର ହିତାଧିକାରୀ କଠୁଆର କୀର୍ତ୍ତି ଶର୍ମା ପ୍ରଧାନମନ୍ତ୍ରୀଙ୍କୁ ଏକ ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଜଡିତ ହେବାର ଲାଭ ବିଷୟରେ କହିଥିଲେ।  ସେ ୩୦,୦୦୦ ଟଙ୍କା ଋଣ ନେଇ ନିଜର ଉଦ୍ୟୋଗ ଆରମ୍ଭ କରିଥିଲେ ଏବଂ ପରେ ୧ ଲକ୍ଷ ଟଙ୍କାର ଦ୍ୱିତୀୟ ଋଣ ସହିତ ତିନୋଟି ଗାଈରେ କ୍ରୟ କରିଥିଲେ। କେବଳ ନିଜ ଗୋଷ୍ଠୀ ନୁହେଁ, ସମଗ୍ର ଜିଲ୍ଲାର ମହିଳାଙ୍କ ପାଇଁ ଆତ୍ମନିର୍ଭରଶୀଳ ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ତାଙ୍କ ଗୋଷ୍ଠୀ ବ୍ୟାଙ୍କ ଋଣ ପରିଶୋଧ କରିଛନ୍ତି ଏବଂ ବର୍ତ୍ତମାନ ସେମାନଙ୍କ ପାଖରେ ୧୦ଟି ଗାଈ ଅଛି । ସେ ଏବଂ ତାଙ୍କ ଗ୍ରୁପ୍ ସଦସ୍ୟମାନେ ଅନ୍ୟାନ୍ୟ ସରକାରୀ ଯୋଜନାରୁ ଉପକୃତ ହୋଇଛନ୍ତି। ୩ କୋଟି ଲଖପତି ଦିଦି ସୃଷ୍ଟି କରିବା ପ୍ରକଳ୍ପରେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ସେ ପ୍ରଧାନମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। 

ପୁଞ୍ଚର ଜଣେ କୃଷକ ଶ୍ରୀ ଲାଲ ମହମ୍ମଦ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ ଯେ ସେ ସୀମାନ୍ତ ଅଞ୍ଚଳର ବାସିନ୍ଦା, ଯେଉଁଠାରେ ତାଙ୍କ ମାଟି ଘର ଉପରେ ସୀମାର ଅନ୍ୟ ପାର୍ଶ୍ୱରୁ ଗୁଳିମାଡ଼ ହୋଇଥିଲା। ପ୍ରଧାନମନ୍ତ୍ରୀ ଏବେ ରହୁଥିବା ପକ୍କା ଘର ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳିଥିବା ୧,୩୦,୦୦୦ ଟଙ୍କା ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ସରକାରଙ୍କ ଯୋଜନା ଦେଶର ଦୁର୍ଗମ ଅଂଚଳରେ ପହଞ୍ଚୁଥିବାରୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିବା ସହ ପକ୍କା ଘର ପାଇଁ ଅଭିନନ୍ଦନ ଜଣାଇଥିଲେ । ଶ୍ରୀ ଲାଲ ମହମ୍ମଦ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସାରେ 'ବିକଶିତ ଭାରତ' ବିଷୟବସ୍ତୁ ଉପରେ ଏକ କବିତା ପାଠ କରିଥିଲେ। 

ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ବାନ୍ଦିପୋରାର ଶ୍ରୀମତୀ ଶାହିନା ବେଗମ୍ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ ଯେ ସେ ସମାଜବିଜ୍ଞାନରେ ସ୍ନାତକୋତ୍ତର କରିଛନ୍ତି କିନ୍ତୁ ବେକାରୀ କାରଣରୁ ତାଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲ। ୨୦୧୮ ମସିହାରେ ସେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇ ମହୁ ଚାଷ ବ୍ୟବସାୟ ଆରମ୍ଭ କରିବା ପାଇଁ ଋଣ ନେଇଥିଲେ ଏବଂ ପରେ ଜାତୀୟ ଗ୍ରାମୀଣ ଜୀବିକା ମିଶନ ସହାୟତାରେ ଏହାକୁ ସମ୍ପ୍ରସାରଣ କରିଥିଲେ, ଯାହା ଫଳରେ ସେ ଏହି କ୍ଷେତ୍ରରେ ସ୍ୱୀକୃତି ପାଇବା ସହ ଲଖପତି ଦିଦି ହେବାରେ ସାହାଯ୍ୟ କରିଥିଲେ । ପ୍ରଧାନମନ୍ତ୍ରୀ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଦୂର ଦୂରାନ୍ତ ଗାଁ ର ମହିଳାମାନେ ଲଖପତି ଦିଦି ହେବା ର ସୁଯୋଗକୁ ଆଗେଇ ନେଉଥିବାରୁ ଆନନ୍ଦ ପ୍ରକାଶ କରିବା ସହ ତାଙ୍କର ପ୍ରେରଣା ରହିଛି ବୋଲି କହିଥିଲେ । ସେ ତାଙ୍କ କୁକୁଡ଼ା ବ୍ୟବସାୟ ପାଇଁ କିଷାନ କ୍ରେଡିଟ୍ କାର୍ଡର ଲାଭ ଉଠାଇବା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ସ୍ନାତକୋତ୍ତର ସ୍ତରର ଶିକ୍ଷା ପାଇଁ ପ୍ରଧାନମନ୍ତ୍ରୀ ତାଙ୍କ ପିତାମାତାଙ୍କୁ ପ୍ରଶଂସା କରିଥିଲେ ଏବଂ କାର୍ଯ୍ୟ ପ୍ରତି ତାଙ୍କର ସମର୍ପଣ ଭାବନାକୁ ମଧ୍ୟ ପ୍ରଶଂସା କରିଥିଲେ । ମହିଳାଙ୍କୁ ସେମାନଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ସେମାନଙ୍କ ବିକାଶ ଏବଂ ସଶକ୍ତୀକରଣ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ, "ମୋଦୀଙ୍କ ଶାସନରେ ସବୁକିଛି ସମ୍ଭବ"।

 

ପୁଲୱାମାର ରିୟାଜ ଅହମ୍ମଦ କୋଲି । ଜଳ ଜୀବନ ମିଶନର ଜଣେ ହିତାଧିକାରୀ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ଯେ ତାଙ୍କ ଗାଁର ପ୍ରତ୍ୟେକ ଘରେ ପାଇପ୍ ପାଣି ଅଛି ଯାହା ତାଙ୍କ ପରିବାର ପାଇଁ ଜୀବନରେ ଏକ ବିରାଟ ପରିବର୍ତ୍ତନ ଆଣିଛି । ଗାଁର ମହିଳାଙ୍କ ଆଶୀର୍ବାଦ ମଧ୍ୟ ସେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ। ଧାରା ୩୭୦ ଉଚ୍ଛେଦ ପରେ ସେ ନିଜ ଜମିର ସମ୍ପତ୍ତି ଅଧିକାର ହାସଲ କରିଥିଲେ। ସେ ଏବଂ ଆଦିବାସୀ ସମ୍ପ୍ରଦାୟର ଅନ୍ୟ ସଦସ୍ୟମାନେ ଏଥିରୁ ବହୁତ ଉପକୃତ ହୋଇଥିଲେ । ପ୍ରଧାନମନ୍ତ୍ରୀ ଜଣେ ରାଜନୈତିକ କର୍ମୀ ଭାବରେ ତାଙ୍କର ଦିନଗୁଡ଼ିକୁ ମନେ ପକାଇ ଗୁଜ୍ଜର ସମ୍ପ୍ରଦାୟର ଆତିଥେୟତାକୁ ପ୍ରଶଂସା କରିଥିଲେ । 

ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଜମ୍ମୁ ଗସ୍ତ କୁ ଆଜିର ଭବ୍ୟ ସଂଗଠନ ସହ ତୁଳନା କରିଥିଲେ ଯେଉଁଠାରେ କଠିନ ଜଳବାୟୁ ଅବସ୍ଥା ସମୟରେ ବହୁ ସଂଖ୍ୟାରେ ଲୋକ ବାହାରକୁ ଆସିଛନ୍ତି । ଜମ୍ମୁର ନାଗରିକମାନେ ବଡ଼ ପରଦାରେ ଏହି କାର୍ଯ୍ୟକ୍ରମ ଦେଖିବା ପାଇଁ ବହୁ ସଂଖ୍ୟାରେ ଏକାଠି ହୋଇଥିବା ୩ଟି ଭିନ୍ନ ଭିନ୍ନ ସ୍ଥାନ ବିଷୟରେ ମଧ୍ୟ ସେ ସୂଚନା ଦେଇଛନ୍ତି। ଶ୍ରୀ ମୋଦୀ ଜମ୍ମୁ-କଶ୍ମୀରବାସୀଙ୍କ ଭାବନାକୁ ପ୍ରଶଂସା କରିବା ସହ ଆଜିର କାର୍ଯ୍ୟକ୍ରମ ଏକ ଆଶୀର୍ବାଦ ବୋଲି କହିଛନ୍ତି। ଆଜିର ଉତ୍ସବ କେବଳ ବିକଶିତ ଭାରତରେ ସୀମିତ ନୁହେଁ ବରଂ ଏଥିରେ ସାରା ଦେଶର ଶିକ୍ଷାନୁଷ୍ଠାନର ଲକ୍ଷ ଲକ୍ଷ ଲୋକ ସାମିଲ ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଜମ୍ମୁ-କଶ୍ମୀରର ୨୮୫ ଟି ବ୍ଲକରେ ନାଗରିକମାନେ ଏହି କାର୍ଯ୍ୟକ୍ରମ ଦେଖୁଛନ୍ତି ବୋଲି ସେ ସୂଚନା ଦେବା ସହ କେନ୍ଦ୍ରଶାସିତ ଅଞ୍ଚଳର ଲୋକଙ୍କ ଭାବନାକୁ ପ୍ରଶଂସା କରିଥିଲେ।

ତାଙ୍କ ସହ ଆଲୋଚନା କରିଥିବା ହିତାଧିକାରୀମାନେ ସରକାରୀ ଯୋଜନାର ଲାଭ ବିଷୟରେ ସ୍ପଷ୍ଟ ଭାବରେ ପ୍ରକାଶ କରିଥିବାରୁ ପ୍ରଧାନମନ୍ତ୍ରୀ ତାଙ୍କୁ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ ଜମ୍ମୁ-କାଶ୍ମୀରବାସୀଙ୍କୁ ବିକଶିତ ଭାରତ ବିକଶିତ ଜମ୍ମୁ-କଶ୍ମୀର ଏବଂ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଉତ୍ସାହ ପାଇଁ ଅଭିନନ୍ଦନ ଜଣାଇଥିଲେ । ପ୍ରତ୍ୟେକ ହିତାଧିକାରୀଙ୍କ ଦ୍ୱାରରେ ପହଂଚିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇ ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇଥିଲେ ଯେ କୌଣସି ଯୋଗ୍ୟ ହିତାଧିକାରୀ ପଛରେ ରହିବେ ନାହିଁ । "ମୋର ଆପଣମାନଙ୍କ ଉପରେ ପୂରା ବିଶ୍ୱାସ ଅଛି । ଆମେ ନିଶ୍ଚିତ ଭାବରେ ଏକ ବିକଶିତ ଜମ୍ମୁ କାଶ୍ମୀର ସୃଷ୍ଟି କରିବୁ । ୭୦ ବର୍ଷ ଧରି ଯେଉଁ ସ୍ୱପ୍ନ ଅଧୁରା ରହିଥିଲା, ତାହା ଖୁବଶୀଘ୍ର ମୋଦି ପୂରଣ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜମ୍ମୁ କାଶ୍ମୀର ନିରାଶା ଏବଂ ବିଚ୍ଛିନ୍ନତାବାଦର ଦିନକୁ ପଛରେ ପକାଇ ବିକଶିତ ହେବାର ସଂକଳ୍ପ ନେଇ ଆଗକୁ ବଢ଼ୁଛି । ଆଜିର ୩୨,୦୦୦ କୋଟି ଟଙ୍କାର ପ୍ରକଳ୍ପ ଶିକ୍ଷା, ଦକ୍ଷତା, ନିଯୁକ୍ତି, ସ୍ୱାସ୍ଥ୍ୟ, ଶିଳ୍ପ ଏବଂ ଯୋଗାଯୋଗକୁ ପ୍ରୋତ୍ସାହିତ କରିବ ବୋଲି ସେ କହିଛନ୍ତି। ଆଇଆଇଏମ୍, ଆଇଆଇଟି ଏବଂ ନିଯୁକ୍ତି ପତ୍ର ପାଇଁ ସେ ଦେଶର ଯୁବବର୍ଗଙ୍କୁ ଅଭିନନ୍ଦନ ଜଣାଇଛନ୍ତି। 

ଜମ୍ମୁ-କଶ୍ମୀର ଅନେକ ପିଢ଼ି ଧରି ବଂଶବାଦ ରାଜନୀତିର ଶିକାର ହୋଇଛି, ଯେଉଁଠାରେ ଲୋକଙ୍କ କଲ୍ୟାଣକୁ ସମ୍ପୂର୍ଣ୍ଣ ଭାବେ ଅବହେଳିତ କରାଯାଇଛି ଏବଂ ଯୁବବର୍ଗଙ୍କୁ ବିପୁଳ କ୍ଷତି ସହିବାକୁ ପଡୁଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଭଳି ସରକାରମାନେ ଯୁବକମାନଙ୍କ ପାଇଁ ନୀତି ପ୍ରଣୟନକୁ ପ୍ରାଥମିକତା ଦେଉନାହାନ୍ତି । ଯେଉଁମାନେ ନିଜ ପରିବାରର କଲ୍ୟାଣ ପାଇଁ ଚିନ୍ତା କରୁଛନ୍ତି ସେମାନେ ସାଧାରଣ ନାଗରିକଙ୍କ ପାଇଁ କେବେ ବି ଚିନ୍ତା କରିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। କେନ୍ଦ୍ରଶାସିତ ଅଞ୍ଚଳରେ ବଂଶବାଦ ରାଜନୀତିର ଅନ୍ତ ଘଟୁଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକ ବିକଶିତ ଜମ୍ମୁ-କଶ୍ମୀର ଗଠନ ପାଇଁ ସରକାର ଗରିବ, କୃଷକ, ଯୁବକ ଏବଂ ନାରୀ ଶକ୍ତି ଉପରେ ଧ୍ୟାନ ଦେଉଛନ୍ତି । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଜମ୍ମୁ ଓ କଶ୍ମୀର ଦ୍ରୁତ ଗତିରେ ଶିକ୍ଷା ଏବଂ ଦକ୍ଷତା ବିକାଶର ଏକ ପ୍ରମୁଖ କେନ୍ଦ୍ର ରେ ପରିଣତ ହେଉଛି । ଜମ୍ମୁ-କଶ୍ମୀରରେ ଆଇଆଇଟି ଏବଂ ଆଇଆଇଏମ୍ ଗଠନ ନେଇ ୨୦୧୩ ରେ ସମାନ ସ୍ଥାନରେ ଗ୍ୟାରେଣ୍ଟି ଦେଇଥିବା କଥା ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ। ସେହି ଗ୍ୟାରେଣ୍ଟି ଆଜି ପୂରଣ ହେଉଛି ବୋଲି ସେ କହିଛନ୍ତି। ସେଥିପାଇଁ ଲୋକମାନେ କହୁଛନ୍ତି ମୋଦିଙ୍କ ଗ୍ୟାରେଣ୍ଟି ଅର୍ଥ ଗ୍ୟାରେଣ୍ଟି ପୂରଣ କରିବାର ଗ୍ୟାରେଣ୍ଟି। 

ଆଜିର କାର୍ଯ୍ୟକ୍ରମର ଶିକ୍ଷା ଭିତ୍ତିଭୂମି ପ୍ରକଳ୍ପ ଗୁଡ଼ିକୁ ତାଲିକାଭୁକ୍ତ କରି ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରର ଏତେ ମାତ୍ରାରେ ଅଗ୍ରଗତି ଦଶ ବର୍ଷ ପୂର୍ବର ଏକ ଦୂର ବାସ୍ତବତା ଥିଲା । "କିନ୍ତୁ, ଏହା ନୂଆ ଭାରତ", ପ୍ରଧାନମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନର ସରକାର ବର୍ତ୍ତମାନ ଏବଂ ଭବିଷ୍ୟତ ପିଢ଼ିର ଆଧୁନିକ ଶିକ୍ଷା ପାଇଁ ସର୍ବାଧିକ ଖର୍ଚ୍ଚ କରୁଛନ୍ତି । ଗତ ୧୦ ବର୍ଷ ମଧ୍ୟରେ ଜମ୍ମୁ-କଶ୍ମୀରରେ ୫୦ଟି ନୂଆ ଡିଗ୍ରୀ କଲେଜ ସମେତ ଦେଶରେ ରେକର୍ଡ ସଂଖ୍ୟକ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ରହିଛି ବୋଲି ଶ୍ରୀ ମୋଦୀ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁ ୪୫,୦୦୦ ନୂଆ ପିଲା ମାନେ ସ୍କୁଲ ଯାଉନାହାଁନ୍ତି ସେମାନଙ୍କୁ ଏବେ ନାମ ଲେଖାଇ ଦିଆଯାଇଛି ଏବଂ ଛାତ୍ରୀମାନଙ୍କୁ ଶିକ୍ଷା ପାଇଁ ଦୂରକୁ ଯିବାର ଆବଶ୍ୟକତା ନାହିଁ ବୋଲି ସେ ଖୁସି ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି, "ଏକ ସମୟ ଥିଲା ଯେତେବେଳେ ସ୍କୁଲ ଚାଲିଥିଲା, କିନ୍ତୁ ଆଜି ସ୍କୁଲ୍ ଗୁଡ଼ିକର ଉନ୍ନତି କରାଯାଇଛି। 

ଜମ୍ମୁ-କଶ୍ମୀରରେ ସ୍ୱାସ୍ଥ୍ୟ ସେବାର ଉନ୍ନତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ଜମ୍ମୁ-କଶ୍ମୀରରେ ମେଡିକାଲ କଲେଜ ସଂଖ୍ୟା ୨୦୧୪ ରେ ୪ ଥିବା ବେଳେ ଆଜି ୧୨ କୁ ବୃଦ୍ଧି ପାଇଛି, ୨୦୧୪ ରେ ୫୦୦ ଏମବିବିଏସ୍ ସିଟ୍ ଥିବା ବେଳେ ବର୍ତ୍ତମାନ ୧୩୦୦ ଏମବିବିଏସ ସିଟ୍, ଏବଂ ୬୫୦ରୁ ଅଧିକ ପିଜି ମେଡିକାଲ ସିଟ୍ ରହିଛି। ଗତ ୪ ବର୍ଷ ମଧ୍ୟରେ ୪୫ଟି ନର୍ସିଂ ଓ ପାରାମେଡିକ୍ କଲେଜ ପ୍ରତିଷ୍ଠା ହୋଇଥିବା ନେଇ ସେ ସୂଚନା ଦେଇଛନ୍ତି। ଜମ୍ମୁ-କଶ୍ମୀରରେ ଦୁଇଟି ଏମ୍ସ ପ୍ରତିଷ୍ଠା ହେବାକୁ ଯାଉଛି, ସେଥିମଧ୍ୟରୁ ଆଜି ପ୍ରଧାନମନ୍ତ୍ରୀ ଜମ୍ମୁ ଏମ୍ସକୁ ଉଦଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ଦେଶରେ ୧୫ଟି ନୂତନ ଏମ୍ସ ମଞ୍ଜୁର କରାଯାଇଛି। 

ଧାରା ୩୭୦ ଉଚ୍ଛେଦ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକ ନୂତନ ଜମ୍ମୁ କଶ୍ମୀର ସୃଷ୍ଟି ହେବାକୁ ଯାଉଛି କାରଣ ଏହାର ବିକାଶର ସବୁଠାରୁ ବଡ଼ ପ୍ରତିବନ୍ଧକ ଦୂର ହୋଇଛି ଏବଂ ଏହି ଅଞ୍ଚଳ ସନ୍ତୁଳିତ ବିକାଶ ଦିଗରେ ଅଗ୍ରସର ହେଉଛି । ସେ ଧାରା ୩୭୦ ଉପରେ ଆଗାମୀ ଚଳଚ୍ଚିତ୍ର ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ।  

କେହି ପଛରେ ପଡ଼ିବେ ନାହିଁ ଏବଂ ଯେଉଁମାନେ ଦଶନ୍ଧି ଧରି ଅବହେଳିତ ଅନୁଭବ କରୁଛନ୍ତି ସେମାନେ ଏବେ ଏକ ପ୍ରଭାବଶାଳୀ ସରକାରଙ୍କ ଉପସ୍ଥିତି ଅନୁଭବ କରିପାରିବେ ବୋଲି ପ୍ରଧାନମନ୍ତ୍ରୀ ଯୁବକମାନଙ୍କ ମଧ୍ୟରେ ଥିବା ବିଶ୍ୱାସକୁ ଦୋହରାଇଥିଲେ । ବଂଶବାଦ ଓ ତୁଷ୍ଟୀକରଣ ରାଜନୀତିରୁ ଦୂରେଇ ବର୍ତ୍ତମାନ ଦେଶରେ ଏକ ନୂଆ ଲହର ସୃଷ୍ଟି ହୋଇଛି ବୋଲି ସେ ଆଲୋକପାତ କରିଥିଲେ। କେନ୍ଦ୍ରଶାସିତ ଅଞ୍ଚଳର ବାତାବରଣରେ ସକାରାତ୍ମକ ପରିବର୍ତ୍ତନ କୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, "ଜମ୍ମୁ-କଶ୍ମୀରର ଯୁବକମାନେ ବିକାଶର ବେଗକୁ ଉଡାଇ ଦେଉଛନ୍ତି ଏବଂ ସେମାନଙ୍କ ଭବିଷ୍ୟତ ଗଢ଼ିବା ପାଇଁ ଆଗେଇ ଚାଲିଛନ୍ତି" । ଜମ୍ମୁ-କଶ୍ମୀରବାସୀ ତଥା ପ୍ରତିରକ୍ଷା କର୍ମଚାରୀଙ୍କ ପ୍ରତି ପୂର୍ବ ସରକାରମାନେ ଯେଉଁ ଅବହେଳା ଦେଖାଇଛନ୍ତି, ସେଥିପାଇଁ ସେ କ୍ଷୋଭ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ ଯେ ବର୍ତ୍ତମାନର ସରକାର ଏହି ଅଞ୍ଚଳର ସୈନିକଙ୍କ ସମେତ ପୂର୍ବତନ ସୈନିକମାନଙ୍କୁ ୱାନ୍ ରାଙ୍କ ୱାନ୍ ପେନ୍ ସନ୍ ସୁବିଧା ପ୍ରଦାନ କରିବା ପାଇଁ ଦୀର୍ଘ ଦିନରୁ ବିଚାରାଧୀନ ଦାବିପୂରଣ କରିଛନ୍ତି। 

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସାମାଜିକ ନ୍ୟାୟର ସାମ୍ବିଧାନିକ ପ୍ରତିଶ୍ରୁତି ଶେଷରେ ଶରଣାର୍ଥୀ ପରିବାର, ବାଲ୍ମିକି ସମ୍ପ୍ରଦାୟ ଏବଂ ସଫେଇ କର୍ମଚାରୀଙ୍କ ପାଖରେ ପହଞ୍ଚିଛି । ପ୍ରଧାନମନ୍ତ୍ରୀ ବାଲ୍ମିକି ସମ୍ପ୍ରଦାୟକୁ ବର୍ଷ ବର୍ଷର ଦାବି ପୂରଣ କରିବା ସହିତ ଏସସି ମାନ୍ୟତା ପ୍ରଦାନ କରିଥିଲେ। ଅନୁସୂଚିତ ଜନଜାତି ବର୍ଗରେ ପଦଦାରୀ, ପାହାଡ଼ି, ଗଦ୍ଦା ବ୍ରାହ୍ମଣ ଓ କୋଲିଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ବିଧାନସଭାରେ ଅନୁସୂଚିତ ଜନଜାତି ଙ୍କ ପାଇଁ ସଂରକ୍ଷଣ ଏବଂ ପଞ୍ଚାୟତ ଏବଂ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରେ ଓବିସି ସଂରକ୍ଷଣ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, "ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସର ମନ୍ତ୍ର ହେଉଛି ଜମ୍ମୁ-କଶ୍ମୀରର ବିକାଶର ମୂଳଦୁଆ।  

ଜମ୍ମୁ-କଶ୍ମୀରରେ ହେଉଥିବା ବିକାଶ ମୂଳକ କାର୍ଯ୍ୟ ଯୋଗୁଁ ମହିଳାମାନେ ସର୍ବାଧିକ ଉପକୃତ ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଆଲୋକପାତ କରିଥିଲେ ଏବଂ ମହିଳାଙ୍କ ଅଧୀନରେ ପଞ୍ଜୀକୃତ ହୋଇଥିବା ପିଏମ୍ ଆବାସ ଯୋଜନାରେ ପକ୍କା ଘର, ହର ଘର ଜଳ ଯୋଜନା ଅଧୀନରେ ଶୌଚାଳୟ ନିର୍ମାଣ ଏବଂ ଆୟୁଷ୍ମାନ କାର୍ଡ ବଣ୍ଟନ ବିଷୟରେ ଉଲ୍ଲେଖ କରିଥିଲେ। ଧାରା ୩୭୦ ଉଚ୍ଛେଦ ମହିଳାଙ୍କୁ ସେହି ଅଧିକାର ପ୍ରଦାନ କରିଛି, ଯାହାସେମାନେ ପୂର୍ବରୁ ବଞ୍ଚିତ ହୋଇଥିଲେ।

ପ୍ରଧାନମନ୍ତ୍ରୀ ନମୋ ଡ୍ରୋନ୍ ଦିଦି ଯୋଜନା ବିଷୟରେ ସୂଚନା ପ୍ରଦାନ କରିଥିଲେ ଯେଉଁଠାରେ ଅଧିକ ସଂଖ୍ୟକ ମହିଳାଙ୍କୁ ଡ୍ରୋନ୍ ପାଇଲଟ୍ ହେବା ପାଇଁ ତାଲିମ ଦିଆଯାଉଛି । ଚାଷ ଓ ବଗିଚା ରେ ସହାୟତା କରିବା ପାଇଁ ହଜାର ହଜାର ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଡ୍ରୋନ ଯୋଗାଇଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ସାର କିମ୍ବା କୀଟନାଶକ ସିଞ୍ଚନ କାର୍ଯ୍ୟ ଆହୁରି ସହଜ ହେବା ସହ ସେମାନଙ୍କ ପାଇଁ ଅତିରିକ୍ତ ରୋଜଗାର ମଧ୍ୟ ସୃଷ୍ଟି ହେବ ବୋଲି ସେ କହିଛନ୍ତି।

ଆଜି ସମଗ୍ର ଦେଶରେ ଏକାସାଙ୍ଗରେ ବିକାଶ ମୂଳକ କାର୍ଯ୍ୟ ଚାଲିଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଜମ୍ମୁ-କଶ୍ମୀର ସହ ଯୋଗାଯୋଗ ବୃଦ୍ଧି ବିଷୟରେ ଉଲ୍ଲେଖ କରିଥିଲେ । ସେ ଜମ୍ମୁ ବିମାନ ବନ୍ଦରର ସମ୍ପ୍ରସାରଣ କାର୍ଯ୍ୟ, କାଶ୍ମୀରରୁ କନ୍ୟାକୁମାରୀକୁ ରେଳ ଯୋଗେ ସଂଯୋଗ କରିବା ଏବଂ ଶ୍ରୀନଗରରୁ ସାଙ୍ଗଲଦାନ ଏବଂ ସାଙ୍ଗଲଦାନରୁ ବାରାମୁଲା କୁ ଚଳାଚଳ କରୁଥିବା ଟ୍ରେନର ଶୁଭାରମ୍ଭ ବିଷୟରେ ଉଲ୍ଲେଖ କରିଥିଲେ । କାଶ୍ମୀରରୁ ଟ୍ରେନ୍ ଧରି ଲୋକମାନେ ସାରା ଦେଶରେ ଯାତ୍ରା କରିପାରିବେ ସେଦିନ ଦୂର ନୁହେଁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଦେଶରେ ଚାଲିଥିବା ରେଳବାଇର ବିଦ୍ୟୁତୀକରଣର ବିଶାଳ ଅଭିଯାନ ବିଷୟରେ କହିବା ସହ ପ୍ରଧାନମନ୍ତ୍ରୀ ଆଜି ପ୍ରଥମ ଇଲେକ୍ଟ୍ରିକ୍ ଟ୍ରେନ୍ ପାଇବା ପାଇଁ ଜମ୍ମୁ-କଶ୍ମୀରବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । 

ବନ୍ଦେ ଭାରତ ଭଳି ଆଧୁନିକ ଟ୍ରେନ୍ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଟ୍ରେନର ପ୍ରାରମ୍ଭିକ ରୁଟ୍ ମଧ୍ୟରେ ଜମ୍ମୁ କଶ୍ମୀରକୁ ଚୟନ କରାଯାଇଥିଲା। ସେ କହିଛନ୍ତି ଯେ ଜମ୍ମୁ ଓ କଶ୍ମୀରରେ ଦୁଇଟି ବନ୍ଦେ ଭାରତ ଟ୍ରେନ୍ ଚାଲିଛି ଏବଂ ମାତା ବୈଷ୍ଣୋ ଦେବୀଙ୍କ ଯାତ୍ରାରେ ଉନ୍ନତି ହୋଇଛି। 

ପ୍ରଧାନମନ୍ତ୍ରୀ ମୋଦୀ ଏହି ଅଞ୍ଚଳର ସଡ଼କ ପ୍ରକଳ୍ପଗୁଡ଼ିକ ବିଷୟରେ ସୂଚନା ପ୍ରଦାନ କରିଛନ୍ତି। ଆଜିର ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ସେ ଶ୍ରୀନଗର ରିଙ୍ଗ୍ ରୋଡର ଦ୍ବିତୀୟ ପର୍ଯ୍ୟାୟ ବିଷୟରେ ଉଲ୍ଲେଖ କରିଥିଲେ ଯାହା ମନସୱାଲ ହ୍ରଦ ଏବଂ ଖିର ଭବାନୀ ମନ୍ଦିରରେ ପ୍ରବେଶକୁ ସୁଗମ କରିବ। ସେହିଭଳି ଶ୍ରୀନଗର-ବାରାମୁଲା-ଉରି ରାଜପଥ କୃଷକ ଓ ପର୍ଯ୍ୟଟନ ପାଇଁ ଲାଭଦାୟକ ହେବ। ଦିଲ୍ଲୀ ଅମୃତସର କଟ୍ରା ଏକ୍ସପ୍ରେସୱେ ଜମ୍ମୁ-ଦିଲ୍ଲୀ ମଧ୍ୟରେ ଯାତ୍ରା କରିବା ସହଜ କରିବ ।  

 

କେନ୍ଦ୍ରଶାସିତ ଅଞ୍ଚଳରେ ପୁଞ୍ଜିନିବେଶ କୁ ନେଇ ସକାରାତ୍ମକତା ଅଧିକ ଥିବା ଉପସାଗରୀୟ ଦେଶଗୁଡ଼ିକୁ ତାଙ୍କର ନିକଟରେ ଗସ୍ତକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ, "ଆଜି ସମଗ୍ର ବିଶ୍ୱରେ ଜମ୍ମୁ-କଶ୍ମୀରର ବିକାଶ କୁ ନେଇ ବହୁତ ଉତ୍ସାହ ରହିଛି। ପ୍ରଧାନମନ୍ତ୍ରୀ ମୋଦୀ ଜମ୍ମୁ ଓ କଶ୍ମୀରରେ ଆୟୋଜିତ ଅନେକ ଜି-୨୦ ବୈଠକ ବିଷୟରେ ମଧ୍ୟ ସୂଚନା ପ୍ରଦାନ କରିଥିଲେ ଏବଂ କହିଥିଲେ ଯେ ସମଗ୍ର ବିଶ୍ୱ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟରେ ମୋହିତ । ଗତବର୍ଷ ଜମ୍ମୁ-କଶ୍ମୀରରେ ୨ କୋଟିରୁ ଅଧିକ ପର୍ଯ୍ୟଟକ ଆସିଥିବା ବେଳେ ଅମରନାଥ ଜୀ ଏବଂ ଶ୍ରୀ ମାତା ବୈଷ୍ଣୋ ଦେବୀକୁ ଆସୁଥିବା ତୀର୍ଥଯାତ୍ରୀଙ୍କ ସଂଖ୍ୟା ଗତ ଦଶନ୍ଧି ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ବୋଲି ସେ ସୂଚନା ଦେଇଛନ୍ତି। ଭିତ୍ତିଭୂମିର ଦ୍ରୁତ ବିକାଶକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ପ୍ରଧାନମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଥିଲେ । 

ବିଶ୍ୱର ଶ୍ରେଷ୍ଠ ୫ଟି ଅର୍ଥନୀତି ମଧ୍ୟରେ ଭାରତର ପ୍ରବେଶ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଅର୍ଥନୀତିର ଉନ୍ନତି ଯୋଗୁଁ କଲ୍ୟାଣକାରୀ ଯୋଜନାରେ ଖର୍ଚ୍ଚ କରିବା ପାଇଁ ସରକାରଙ୍କ ବର୍ଦ୍ଧିତ କ୍ଷମତାକୁ ସ୍ୱୀକାର କରିଥିଲେ । ଉନ୍ନତ ଅର୍ଥନୀତି ଯୋଗୁଁ ଭାରତ ମାଗଣା ରାସନ, ଚିକିତ୍ସା, ପକ୍କା ଘର, ଗ୍ୟାସ ସଂଯୋଗ, ଶୌଚାଳୟ ଏବଂ ପିଏମ କିଷାନ ସମ୍ମାନ ନିଧି ପ୍ରଦାନ କରିପାରିବ ବୋଲି ସେ କହିଛନ୍ତି। ଏବେ ଆମକୁ ଆଗାମୀ ୫ ବର୍ଷ ମଧ୍ୟରେ ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୈତିକ ଶକ୍ତି ରେ ପରିଣତ କରିବାକୁ ପଡିବ । ଏହା ଦ୍ୱାରା ଦେଶର ଗରିବ କଲ୍ୟାଣ ଏବଂ ଭିତ୍ତିଭୂମି ଉପରେ ଖର୍ଚ୍ଚ କରିବାର କ୍ଷମତା ବହୁଗୁଣିତ ହେବ । ଜମ୍ମୁ-କଶ୍ମୀରର ପ୍ରତ୍ୟେକ ପରିବାର ଏଥିରୁ ଉପକୃତ ହେବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। 

ଅନ୍ୟମାନଙ୍କ ମଧ୍ୟରେ ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ଶ୍ରୀ ମନୋଜ ସିହ୍ନା ଏବଂ କେନ୍ଦ୍ର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର  ରାଷ୍ଟ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ ଉପସ୍ଥିତ ଥିଲେ।  

 

ପୃଷ୍ଠଭୂମି

ଶିକ୍ଷା କ୍ଷେତ୍ରକୁ ବଡ଼ ପ୍ରୋତ୍ସାହନ

ସମଗ୍ର ଦେଶରେ ଶିକ୍ଷା ଏବଂ ଦକ୍ଷତା ଭିତ୍ତିଭୂମିର ଉନ୍ନତିକରଣ ଏବଂ ବିକାଶ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ଉଦଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ ଏବଂ ପାଖାପାଖି ୧୩,୩୭୫ କୋଟି ଟଙ୍କାର ଅନେକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଆଇଆଇଟି ଭିଲାଇ, ଆଇଆଇଟି ତିରୁପତି, ଆଇଆଇଏସଇଆର ତିରୁପତି, ଆଇଆଇଆଇଟିଡିଏମ୍ କୁର୍ଣ୍ଣୁଲର ସ୍ଥାୟୀ କ୍ୟାମ୍ପସ, ଆଇଆଇଟି ପାଟନା ଏବଂ ଆଇଆଇଟି ରୋପରରେ ଏକାଡେମିକ ଏବଂ ଆବାସିକ କମ୍ପ୍ଲେକ୍ସ; କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଦୁଇଟି ସ୍ଥାୟୀ କ୍ୟାମ୍ପସ - ଦେବପ୍ରୟାଗ (ଉତ୍ତରାଖଣ୍ଡ) ଏବଂ ଅଗରତାଲା (ତ୍ରିପୁରା) କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। । ପ୍ରଧାନମନ୍ତ୍ରୀ ଆଇଆଇଏମ୍ ବିଶାଖାପାଟଣା, ଆଇଆଇଏମ୍ ଜମ୍ମୁ ଏବଂ ଆଇଆଇଏମ୍ ବୋଧଗୟର ସ୍ଥାୟୀ କ୍ୟାମ୍ପସ୍ ଉଦଘାଟନ କରିଥିଲେ। ସେ କାନପୁରରେ ଅତ୍ୟାଧୁନିକ ଜ୍ଞାନକୌଶଳ ଉପରେ ଏକ ଅଗ୍ରଣୀ ଦକ୍ଷତା ପ୍ରଶିକ୍ଷଣ ପ୍ରତିଷ୍ଠାନ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସ୍କିଲ୍ସ (ଆଇଆଇଏସ୍)କୁ ଉଦଘାଟନ କରିଥିଲେ।

 

ଆଇଆଇଟି ଜମ୍ମୁ, ଏନଆଇଟି ଦିଲ୍ଲୀ, ଆଇଆଇଟି ଖଡ଼ଗପୁର, ଏନଆଇଟି ଦୁର୍ଗାପୁର, ଆଇଆଇଏସଇଆର ବ୍ରହ୍ମପୁର, ଏନଆଇଟି ଅରୁଣାଚଳ ପ୍ରଦେଶ, ଆଇଆଇଆଇଟି ଲକ୍ଷ୍ନୌ, ଆଇଆଇଟି ବମ୍ବେ, ଆଇଆଇଟି ଦିଲ୍ଲୀ, ଆଇଆଇଟି ଦିଲ୍ଲୀ, କେରଳ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କାସରଗୋଡ ଭଳି ଦେଶର ଏକାଧିକ ଉଚ୍ଚ ଶିକ୍ଷାନୁଷ୍ଠାନରେ ହଷ୍ଟେଲ, ଏକାଡେମିକ ବ୍ଲକ, ପ୍ରଶାସନିକ କୋଠା, ଲାଇବ୍ରେରୀ, ଅଡିଟୋରିୟମ ଇତ୍ୟାଦି ଉନ୍ନତ ଭିତ୍ତିଭୂମିର ଉଦଘାଟନ ଓ ଦେଶ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଉତ୍ସର୍ଗ କରିଥିଲେ ।

ପ୍ରଧାନମନ୍ତ୍ରୀ ଦେଶର ଅନେକ ଉଚ୍ଚ ଶିକ୍ଷାନୁଷ୍ଠାନରେ ଭିତ୍ତିଭୂମିର ଉନ୍ନତିକରଣ ପାଇଁ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ସିନ୍ଧୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ୍ ନିର୍ମାଣ ଏବଂ ଆଇଆଇଆଇଟି ରାଇଚୁର; ଆଇଆଇଟି ବମ୍ବେରେ ଏକାଡେମିକ ବ୍ଲକ, ହଷ୍ଟେଲ, ଅଧ୍ୟାପକ କ୍ୱାର୍ଟର ଇତ୍ୟାଦି ନିର୍ମାଣ; ଆଇଆଇଟି ଗାନ୍ଧୀନଗରରେ ହଷ୍ଟେଲ ଓ ଷ୍ଟାଫ୍ କ୍ୱାର୍ଟର ନିର୍ମାଣ, ବିଏଚୟୁରେ ବାଳିକା ହଷ୍ଟେଲ ନିର୍ମାଣ ଆଦି ଅନ୍ତର୍ଭୁକ୍ତ ।

 

ଏମ୍ସ ଜମ୍ମୁ

ଜମ୍ମୁ-କଶ୍ମୀରବାସୀଙ୍କୁ ବ୍ୟାପକ, ଗୁଣାତ୍ମକ ଏବଂ ସାମଗ୍ରିକ ସ୍ତରୀୟ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ର ଏକ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ), ବିଜୟପୁର (ସାମ୍ବା), ଜମ୍ମୁର ଉଦଘାଟନ କରିଥିଲେ । ଫେବ୍ରୁଆରି ୨୦୧୯ ରେ ପ୍ରଧାନମନ୍ତ୍ରୀ ଯେଉଁ ଅନୁଷ୍ଠାନର ଶିଳାନ୍ୟାସ କରିଥିଲେ, ତାହା କେନ୍ଦ୍ରୀୟ କ୍ଷେତ୍ର ଯୋଜନା ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଅଧୀନରେ ପ୍ରତିଷ୍ଠା କରାଯାଉଛି।

୧୬୬୦ କୋଟିରୁ ଅଧିକ ବ୍ୟୟରେ ଏବଂ ୨୨୭ ଏକର ପରିମିତ ଅଞ୍ଚଳରେ ସ୍ଥାପିତ ଏହି ହସ୍ପିଟାଲରେ ୭୨୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ, ୧୨୫ ସିଟ୍ ବିଶିଷ୍ଟ ମେଡିକାଲ କଲେଜ, ୬୦ ଶଯ୍ୟା ବିଶିଷ୍ଟ ନର୍ସିଂ କଲେଜ, ୩୦ ଶଯ୍ୟା ବିଶିଷ୍ଟ ଆୟୁଷ ବ୍ଲକ, ଅଧ୍ୟାପକ ଓ କର୍ମଚାରୀଙ୍କ ପାଇଁ ଆବାସିକ ବାସଗୃହ, ୟୁଜି ଓ ପିଜି ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ରହିବା, ରାତ୍ରି ଆଶ୍ରୟସ୍ଥଳୀ, ଗେଷ୍ଟ ହାଉସ୍ ଆଦି ସୁବିଧା ରହିଛି। ଅଡିଟୋରିୟମ୍, ସପିଂ କମ୍ପ୍ଲେକ୍ସ ଇତ୍ୟାଦି  ଏହି ଅତ୍ୟାଧୁନିକ ହସ୍ପିଟାଲରେ କାର୍ଡିଓଲୋଜି, ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି, ନେଫ୍ରୋଲୋଜି, ୟୁରୋଲୋଜି, ନ୍ୟୁରୋଲୋଜି, ନ୍ୟୁରୋସର୍ଜରୀ, ମେଡିକାଲ ଅଙ୍କୋଲୋଜି, ସର୍ଜିକାଲ ଅଙ୍କୋଲୋଜି, ଏଣ୍ଡୋକ୍ରିନୋଲୋଜି, ବର୍ନସ୍ ଆଣ୍ଡ ପ୍ଲାଷ୍ଟିକ ସର୍ଜରୀ ସମେତ ୧୮ଟି ସ୍ପେଶାଲିଟି ଏବଂ ୧୭ଟି ସୁପର ସ୍ପେଶାଲିଟିରେ ଉଚ୍ଚମାନର ରୋଗୀ ସେବା ଯୋଗାଇ ଦିଆଯିବ। ଅନୁଷ୍ଠାନରେ ଏକ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍, ଜରୁରୀକାଳୀନ ଏବଂ ଟ୍ରାଉମା ୟୁନିଟ୍, ୨୦ଟି ମଡ୍ୟୁଲାର ଅପରେସନ୍ ଥିଏଟର, ଡାଇଗ୍ନୋଷ୍ଟିକ୍ ଲାବୋରେଟୋରି, ବ୍ଲଡ୍ ବ୍ୟାଙ୍କ, ଫାର୍ମାସି ଇତ୍ୟାଦି ରହିବ। ଏହି ହସ୍ପିଟାଲ ଡିଜିଟାଲ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉପଯୋଗ କରି ଦୁର୍ଗମ ଅଂଚଳରେ ପହଞ୍ଚିବ ।

 

ନୂଆ ଟର୍ମିନାଲ ବିଲ୍ଡିଂ, ଜାମ୍ମୁ ଏୟାରପୋର୍ଟ

ପ୍ରଧାନମନ୍ତ୍ରୀ ଜମ୍ମୁ ବିମାନବନ୍ଦରରେ ଏକ ନୂତନ ଟର୍ମିନାଲ ବିଲ୍ଡିଂର ଶିଳାନ୍ୟାସ କରିଥିଲେ । ୪୦,୦୦୦ ବର୍ଗମିଟର ଅଞ୍ଚଳରେ ପରିବ୍ୟାପ୍ତ ହେବାକୁ ଥିବା ଏହି ନୂତନ ଟର୍ମିନାଲ ବିଲ୍ଡିଂରେ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ହେବ, ଯେଉଁଥିରେ ବ୍ୟସ୍ତବହୁଳ ସମୟରେ ପାଖାପାଖି ୨୦୦୦ ଯାତ୍ରୀଙ୍କୁ ସେବା ଯୋଗାଇ ଦିଆଯିବ। ନୂତନ ଟର୍ମିନାଲ ବିଲ୍ଡିଂ ପରିବେଶ ଅନୁକୂଳ ହେବ ଏବଂ ଏପରି ନିର୍ମାଣ ହେବ ଯାହା ଏହି ଅଞ୍ଚଳର ସ୍ଥାନୀୟ ସଂସ୍କୃତିକୁ ପ୍ରଦର୍ଶିତ କରିବ । ଏହା ବିମାନ ଯୋଗାଯୋଗକୁ ସୁଦୃଢ଼ କରିବ, ପର୍ଯ୍ୟଟନ ଓ ବାଣିଜ୍ୟକୁ ପ୍ରୋତ୍ସାହିତ କରିବ ଏବଂ ଏହି ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ।

 

ରେଳ ପ୍ରକଳ୍ପ

ପ୍ରଧାନମନ୍ତ୍ରୀ ଜମ୍ମୁ ଓ କଶ୍ମୀରରେ ବନିହାଲ-ଖାରୀ-ସୁମ୍ବର-ସଙ୍ଗାଲଦାନ (୪୮ କିଲୋମିଟର) ମଧ୍ୟରେ ନୂତନ ରେଳ ଲାଇନ ଏବଂ ନବ ବିଦ୍ୟୁତୀକରଣ ହୋଇଥିବା ବାରାମୁଲା-ଶ୍ରୀନଗର-ବନିହାଲ-ସଙ୍ଗଲଦାନ ସେକ୍ସନ (୧୮୫.୬୬ କିଲୋମିଟର) ସମେତ ବିଭିନ୍ନ ରେଳ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ । ପ୍ରଧାନମନ୍ତ୍ରୀ ଉପତ୍ୟକାରେ ପ୍ରଥମ ଇଲେକ୍ଟ୍ରିକ୍ ଟ୍ରେନ୍ ଏବଂ ସାଙ୍ଗଲଦାନ ଷ୍ଟେସନ ଏବଂ ବାରାମୁଲା ଷ୍ଟେସନ ମଧ୍ୟରେ ଟ୍ରେନ୍ ସେବାକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ବନିହାଲ-ଖରୀ-ସୁମ୍ବର-ସାଙ୍ଗଲଦାନ ସେକ୍ସନ କାର୍ଯ୍ୟକ୍ଷମ ହେବା ଗୁରୁତ୍ୱପୂର୍ଣ୍ଣ କାରଣ ଏଥିରେ ସମସ୍ତ ମାର୍ଗରେ ବାଲାଷ୍ଟ ଲେସ୍ ଟ୍ରାକ୍ (ବିଏଲଟି)ର ବ୍ୟବହାର ରହିଛି ଯାହା ଯାତ୍ରୀଙ୍କୁ ଉତ୍ତମ ରାଇଡିଂ ଅନୁଭୂତି ପ୍ରଦାନ କରୁଛି। ସେହିପରି ଭାରତର ଦୀର୍ଘତମ ପରିବହନ ଟନେଲ ଟି-୫୦ (୧୨.୭୭ କିଲୋମିଟର) ଖାରୀ-ସୁମ୍ବର ମଧ୍ୟରେ ଏହି ଭାଗରେ ଅବସ୍ଥିତ । ରେଳ ପ୍ରକଳ୍ପଗୁଡ଼ିକ ଯୋଗାଯୋଗରେ ଉନ୍ନତି ଆଣିବ, ପରିବେଶ ସ୍ଥାୟୀତାକୁ ସୁନିଶ୍ଚିତ କରିବ ଏବଂ ଏହି ଅଞ୍ଚଳର ସାମଗ୍ରିକ ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବ ।

 

ସଡ଼କ ପ୍ରକଳ୍ପ

ଏହି କାର୍ଯ୍ୟକ୍ରମ ରେ ପ୍ରଧାନମନ୍ତ୍ରୀ ଜମ୍ମୁ-ଅମୃତସର-କଟ୍ରା ଏକ୍ସପ୍ରେସୱେର ଦୁଇଟି ପ୍ୟାକେଜ୍ (୪୪.୨୨ କିଲୋମିଟର) ସମେତ ଗୁରୁତ୍ୱପୂର୍ଣ୍ଣ ସଡ଼କ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଶ୍ରୀନଗର ରିଙ୍ଗରୋଡକୁ ଚାରି ଲେନ୍ କରିବା ପାଇଁ ଦ୍ବିତୀୟ ପର୍ଯ୍ୟାୟ; ଜାତୀୟ ରାଜପଥ-୦୧ ର ୧୬୧ କିଲୋମିଟର ଦୀର୍ଘ ଶ୍ରୀନଗର-ବାରାମୁଲା-ଉରି ରାସ୍ତାର ଉନ୍ନତିକରଣ ପାଇଁ ୫ ଟି ପ୍ୟାକେଜ୍; ଏବଂ ଜାତୀୟ ରାଜପଥ-୪୪୪ ରେ କୁଲଗାମ ବାଇପାସ ଏବଂ ପୁଲୱାମା ବାଇପାସ୍ ନିର୍ମାଣ ପ୍ରକଳ୍ପ ଅନ୍ତର୍ଭୁକ୍ତ। 

ଦିଲ୍ଲୀ-ଅମୃତସର-କଟ୍ରା ଏକ୍ସପ୍ରେସୱେର ଦୁଇଟି ପ୍ୟାକେଜ୍ ସମ୍ପୂର୍ଣ୍ଣ ହେବା ପରେ ମା' ବୈଷ୍ଣୋ ଦେବୀଙ୍କ ପବିତ୍ର ପୀଠକୁ ତୀର୍ଥଯାତ୍ରୀଙ୍କ ଦର୍ଶନ ସୁବିଧା ହେବ ଏବଂ ଏହି ଅଞ୍ଚଳର ଅର୍ଥନୈତିକ ବିକାଶକୁ ମଧ୍ୟ ତ୍ୱରାନ୍ୱିତ କରିବ। ଶ୍ରୀନଗର ରିଙ୍ଗରୋଡକୁ ଚାରି ଲେନ୍ କରିବା ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ବର୍ତ୍ତମାନର ସୁମ୍ବଲ-ୱାୟୁଲ ଜାତୀୟ ରାଜପଥ-୧ ର ଉନ୍ନତିକରଣ ଅନ୍ତର୍ଭୁକ୍ତ । ୨୪.୭ କିଲୋମିଟର ଲମ୍ବର ଏହି ବ୍ରାଉନଫିଲ୍ଡ ପ୍ରକଳ୍ପ ଶ୍ରୀନଗର ସହର ଏବଂ ଏହାର ଆଖପାଖ ଅଞ୍ଚଳରେ ଟ୍ରାଫିକ୍ ଭିଡ଼ ହ୍ରାସ କରିବ। ଏହା ଦ୍ୱାରା ମନସବଳ ହ୍ରଦ ଏବଂ ଖିର ଭବାନୀ ମନ୍ଦିର ଭଳି ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ସହ ଯୋଗାଯୋଗରେ ଉନ୍ନତି ଆସିବ ଏବଂ ଲେହ, ଲଦାଖକୁ ଯାତ୍ରା ସମୟ ମଧ୍ୟ ହ୍ରାସ ପାଇବ। ଜାତୀୟ ରାଜପଥ-୦୧ ର ୧୬୧ କିଲୋମିଟର ଦୀର୍ଘ ଶ୍ରୀନଗର-ବାରାମୁଲା-ଉରି ରାସ୍ତାର ଉନ୍ନତିକରଣ ପାଇଁ ଏହି ପ୍ରକଳ୍ପ କୌଶଳଗତ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ଏହା ବାରାମୁଲ୍ଲା ଓ ଉରିର ଅର୍ଥନୈତିକ ବିକାଶକୁ ମଧ୍ୟ ପ୍ରୋତ୍ସାହିତ କରିବ। କାଜିଗୁଣ୍ଡ - କୁଲଗାମ୍ - ସୋପିଆନ - ପୁଲୱାମା - ବଡଗାମ୍ - ଶ୍ରୀନଗରକୁ ସଂଯୋଗ କରୁଥିବା ଜାତୀୟ ରାଜପଥ -୪୪୪ର କୁଲଗାମ ବାଇପାସ୍ ଏବଂ ପୁଲୱାମା ବାଇପାସ୍ ମଧ୍ୟ ଏହି ଅଞ୍ଚଳରେ ସଡ଼କ ଭିତ୍ତିଭୂମିକୁ ପ୍ରୋତ୍ସାହିତ କରିବ ।

ସିୟୁଏଫ ପେଟ୍ରୋଲିୟମ ଡିପୋ

ପ୍ରଧାନମନ୍ତ୍ରୀ ଜମ୍ମୁରେ ସିୟୁଏଫ (କମନ୍ ୟୁଜର ଫେସିଲିଟି) ପେଟ୍ରୋଲିୟମ ଡିପୋ ର ବିକାଶ ପାଇଁ ଏକ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ପ୍ରାୟ ୬୭୭ କୋଟି ଟଙ୍କା ବ୍ୟୟରେ ବିକଶିତ ହେବାକୁ ଥିବା ଏହି ଅତ୍ୟାଧୁନିକ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଡିପୋରେ ମୋଟର ସ୍ପିରିଟ୍ (ଏମ୍ଏସ୍), ହାଇସ୍ପିଡ୍ ଡିଜେଲ୍ (ଏଚ୍ଏସଡି), ସୁପିରିୟର କିରୋସିନ୍ ଅଏଲ୍ (ଏସକେଓ), ଏଭିଏସନ୍ ଟର୍ବାଇନ୍ ଇନ୍ଧନ (ଏଟିଏଫ୍), ଇଥାନଲ୍, ବାୟୋଡିଜେଲ୍ ଏବଂ ଶୀତକାଳୀନ ଗ୍ରେଡ୍ ଏଚ୍ଏସଡି ସଂରକ୍ଷଣ କ୍ଷମତା ପ୍ରାୟ ୧୦୦,୦୦୦ କେଏଲ୍ ରହିବ।

 

ଅନ୍ୟାନ୍ୟ ପ୍ରକଳ୍ପ

ପ୍ରଧାନମନ୍ତ୍ରୀ ସମଗ୍ର ଜମ୍ମୁ-କଶ୍ମୀରରେ ନାଗରିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ସର୍ବସାଧାରଣ ସୁବିଧା ଯୋଗାଇବା ପାଇଁ ୩୧୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଥିଲେ । ପ୍ରଧାନମନ୍ତ୍ରୀ ଉଦଘାଟନ କରୁଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ସଡ଼କ ପ୍ରକଳ୍ପ ଏବଂ ସେତୁ ଅନ୍ତର୍ଭୁକ୍ତ; ଗ୍ରିଡ୍ ଷ୍ଟେସନ, ଷ୍ଟେସନ ଟ୍ରାନ୍ସମିସନ ଲାଇନ ପ୍ରକଳ୍ପ ଗ୍ରହଣ; ସାଧାରଣ ବର୍ଜ୍ୟ ବସ୍ତୁ ବିଶୋଧନ କାରଖାନା ଏବଂ ନର୍ଦ୍ଦମା ପରିଶୋଧନ ପ୍ଲାଣ୍ଟ; ଅନେକ ଡିଗ୍ରୀ କଲେଜ କୋଠା; ଶ୍ରୀନଗର ସହରରେ ଇଣ୍ଟେଲିଜେଣ୍ଟ ଟ୍ରାଫିକ୍ ମ୍ୟାନେଜମେଣ୍ଟ ବ୍ୟବସ୍ଥା; ଆଧୁନିକ ନରୱାଲ ଫଳ ମଣ୍ଡି; କଠୁଆରେ ଡ୍ରଗ୍ ଟେଷ୍ଟିଂ ଲାବୋରେଟୋରୀ; ଏବଂ ଟ୍ରାନଜିଟ୍ ଆବାସ - ଗଣ୍ଡରବାଲ ଏବଂ କୁପଓ୍ଵାରାରେ ୨୨୪ ଟି ଫ୍ଲାଟ ରହିଛି। ଯେଉଁ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ କରାଯାଉଛି ସେଗୁଡ଼ିକ ମଧ୍ୟରେ ଜମ୍ମୁ-କଶ୍ମୀରରେ ପାଞ୍ଚଟି ନୂତନ ଶିଳ୍ପାଞ୍ଚଳର ବିକାଶ ଅନ୍ତର୍ଭୁକ୍ତ; ଜମ୍ମୁ ସ୍ମାର୍ଟ ସିଟିର ସମନ୍ୱିତ କମାଣ୍ଡ ଏବଂ ନିୟନ୍ତ୍ରଣ କେନ୍ଦ୍ର ପାଇଁ ଡାଟା ସେଣ୍ଟର / ବିପର୍ଯ୍ୟୟ ପୁନରୁଦ୍ଧାର କେନ୍ଦ୍ର; ପାରିମ୍ପୋରା ଶ୍ରୀନଗରରେ ପରିବହନ ନଗରର ଉନ୍ନତିକରଣ; ୬୨ ଟି ସଡ଼କ ପ୍ରକଳ୍ପ ଓ ୪୨ଟି ସେତୁର ଉନ୍ନତିକରଣ ଏବଂ ପରିବହନ ଆବାସ ବିକାଶ ପାଇଁ ପ୍ରକଳ୍ପ - ଅନନ୍ତନାଗ, କୁଲଗାମ୍, କୁପଓ୍ଵାରା, ସୋପିଆନ୍ ଏବଂ ପୁଲଓ୍ଵାମା ଜିଲ୍ଲାର ୯ ଟି ସ୍ଥାନରେ ୨୮୧୬ଟି ଫ୍ଲାଟ୍ ରହିଛି। 

 

 

 

 

 

 

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways clears ₹755-crore project to build third line between Champa and Korba

Media Coverage

Indian Railways clears ₹755-crore project to build third line between Champa and Korba
NM on the go

Nm on the go

Always be the first to hear from the PM. Get the App Now!
...
Prime Minister hails India-UK Comprehensive Economic and Trade Agreement as a historic milestone for bilateral relations
June 17, 2026

The Prime Minister, Shri Narendra Modi, has expressed delight that the India-UK Comprehensive Economic and Trade Agreement will enter into force on 15 July 2026.

The Prime Minister said that the agreement will significantly boost bilateral trade and investment.

Shri Modi stated that the agreement will unlock numerous opportunities for Indian farmers, workers, MSMEs, startups and innovators and contribute meaningfully to the realisation of Viksit Bharat 2047.

The Prime Minister noted that both he and UK Prime Minister Keir Starmer, who are in Evian for the G7 Summit, are very happy with the significant momentum being added to India-UK economic ties.

The Prime Minister wrote on X;

“A historic milestone for India-UK relations.

Delighted to note that the India-UK Comprehensive Economic and Trade Agreement will enter into force on 15th July 2026.

This agreement will significantly boost our bilateral trade and investment.

It will also unlock numerous opportunities for Indian farmers, workers, MSMEs, startups and innovators and contribute meaningfully to the realisation of Viksit Bharat 2047.

Both PM Starmer and I, who are in Evian for the G7 Summit, are naturally very happy with the significant momentum being added to our economic ties.

@Keir_Starmer”