ପିଏମ୍‌ ଶ୍ରୀ ଯୋଜନା ଅଧୀନରେ ପାଣ୍ଠିର ପ୍ରଥମ କିସ୍ତି ଜାରି କଲେ ପ୍ରଧାନମନ୍ତ୍ରୀ
୧୨ଟି ଭାରତୀୟ ଭାଷାରେ ଅନୁବାଦ ହୋଇଥିବା ଶିକ୍ଷା ଓ ଦକ୍ଷତା ପାଠ୍ୟ ପୁସ୍ତକ କଲେ ଉନ୍ମୋଚନ
‘‘ଏକବିଂଶ ଶତାବ୍ଦୀର ଭାରତ ଯେଉଁ ଲକ୍ଷ୍ୟ ନେଇ ଆଗକୁ ବଢ଼ୁଛି ତାହାକୁ ହାସଲ କରିବା କ୍ଷେତ୍ରରେ ଆମ ଶିକ୍ଷା ବ୍ୟବସ୍ଥାର ପ୍ରମୁଖ ଭୂମିକା ରହିଛି’’
‘‘ଜାତୀୟ ଶିକ୍ଷା ନୀତିରେ ପାରମ୍ପରିକ ଜ୍ଞାନ ଓ ଭବିଷ୍ୟ ଉନ୍ମୁଖୀ ପ୍ରଯୁକ୍ତିକୁ ସମାନ ଗୁରୁତ୍ୱ ପ୍ରଦାନ କରାଯାଇଛି’’
‘‘ମାତୃଭାଷାରେ ଶିକ୍ଷାଦାନ ଭାରତର ଛାତ୍ରଛାତ୍ରୀଙ୍କ ପାଇଁ ନ୍ୟାୟର ଏକ ନୂଆ ସ୍ୱରୂପ ଆରମ୍ଭ କରୁଛି । ସାମାଜିକ ନ୍ୟାୟ ଦିଗରେ ଏହା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ’’
‘‘ଯେତେବେଳେ ଛାତ୍ରଛାତ୍ରୀ ଏକ ଭାଷାରେ ଆତ୍ମବିଶ୍ୱାସୀ ହୋଇଥାନ୍ତି, ସେମାନଙ୍କର କୌଶଳ ଏବଂ ପ୍ରତିଭା ବିନା କୌଣସି ବାଧାରେ ବିକଶିତ ହୋଇଥାଏ’’
‘‘ଆଗାମୀ ୨୫ ବର୍ଷର ଅମୃତ କାଳରେ ଆମକୁ ଏକ ଊର୍ଜାବାନ ନୂଆପିଢ଼ି ଗଠନ କରିବାକୁ ହେବ, ଏପରି ଏକ ପିଢ଼ି ଯାହା ଗୋଲାମୀ ମାନସିକତାରୁ ମୁକ୍ତ ଥିବ, ନବସୃଜନ ପାଇଁ ଆଗ୍ରହୀ ଥିବ ଏବଂ କର୍ତ୍ତବ୍ୟ ଭାବନାରେ ପରିପୂର୍ଣ୍ଣ ରହିଥିବ’’
‘‘ଶିକ୍ଷାରେ ସମାନତାର ଅର୍ଥ ହେଉଛି, ସ୍ଥାନ, ବର୍ଗ କିମ୍ବା ଧର୍ମ ଆଧାରରେ କେହି ଜଣେ ହେଲେ ପିଲା ଶିକ୍ଷାରୁ ବଞ୍ଚିତ ହେବା ଉଚିତ୍‌ ନୁହେଁ’’
‘‘5-ଜିର ଯୁଗରେ ପିଏମ ଶ୍ରୀ ବିଦ୍ୟାଳୟଗୁଡ଼ିକ ଆଧୁନିକ ଶିକ୍ଷାର ମ
ସେ ମଧ୍ୟ ୧୨ଟି ଭାରତୀୟ ଭାଷାରେ ଅନୁବାଦ ହୋଇଥିବା ଶିକ୍ଷା ଓ ଦକ୍ଷତା ବିକାଶ ପାଠ୍ୟକ୍ରମକୁ ଉନ୍ମୋଚନ କରିଛନ୍ତି। ପ୍ରଧାନମନ୍ତ୍ରୀ ଏହି ଅବସରରେ ଆୟୋଜିତ ଏକ ପ୍ରଦର୍ଶନୀକୁ ମଧ୍ୟ ବୁଲି ଦେଖିଥିଲେ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀର ଭାରତ ମଣ୍ଡପମ ଠାରେ ଅଖିଳ ଭାରତୀୟ ଶିକ୍ଷା ସମାଗମକୁ ଉଦଘାଟନ କରିଛନ୍ତି । ଜାତୀୟ ଶିକ୍ଷା ନୀତି ୨୦୨୦ର ତୃତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ସେ ମଧ୍ୟ ପିଏମ୍‌ ଶ୍ରୀ ଯୋଜନାରେ ପ୍ରଥମ କିସ୍ତିର ପାଣ୍ଠି ଜାରି କରିଛନ୍ତି । ଦେଶର ୬୨୦୭ ବିଦ୍ୟାଳୟକୁ ପ୍ରଥମ କିସ୍ତିରେ ମୋଟ୍‌ ୬୩୦କୋଟି ଟଙ୍କା ଯୋଗାଇ ଦିଆଯାଇଛି । ସେ ମଧ୍ୟ ୧୨ଟି ଭାରତୀୟ ଭାଷାରେ ଅନୁବାଦ ହୋଇଥିବା ଶିକ୍ଷା ଓ ଦକ୍ଷତା ବିକାଶ ପାଠ୍ୟକ୍ରମକୁ ଉନ୍ମୋଚନ କରିଛନ୍ତି। ପ୍ରଧାନମନ୍ତ୍ରୀ ଏହି ଅବସରରେ ଆୟୋଜିତ ଏକ ପ୍ରଦର୍ଶନୀକୁ ମଧ୍ୟ ବୁଲି ଦେଖିଥିଲେ।

 

ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଶିକ୍ଷାକୁ ପ୍ରାଥମିକତା ଦିଆଯିବା ଦ୍ୱାରା ଦେଶର ଭାଗ୍ୟ ବଦଳିପାରିବ। ‘‘ଏକବିଂଶ ଶତାବ୍ଦୀର ଭାରତ ଯେଉଁ ଲକ୍ଷ୍ୟ ନେଇ ଆଗକୁ ବଢ଼ୁଛି ତାହାକୁ ହାସଲ କରିବା କ୍ଷେତ୍ରରେ ଆମ ଶିକ୍ଷା ବ୍ୟବସ୍ଥାର ପ୍ରମୁଖ ଭୂମିକା ରହିଛି,’’ ପ୍ରଧାନମନ୍ତ୍ରୀ କହିଥିଲେ। ଅଖିଳ ଭାରତୀୟ ଶିକ୍ଷା ସମାଗମର ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶିକ୍ଷା ପାଇଁ ଆଲୋଚନା ଓ ବିଚାରବିମର୍ଶ ଜରୁରି । ଗତ ବର୍ଷ ବାରଣାସୀର ନବନିର୍ମିତ ରୁଦ୍ରାକ୍ଷ ସମ୍ମିଳନୀ କେନ୍ଦ୍ରରେ ଅଖିଳ ଭାରତୀୟ ଶିକ୍ଷା ସମାଗମ ଆୟୋଜନ କରାଯାଇଥିବା ବେଳେ ଚଳିତ ବର୍ଷ ନୂଆ କରି ନିର୍ମାଣ କରାଯାଇଥିବା ଭାରତ ମଣ୍ଡପମରେ ଅଖିଳ ଭାରତୀୟ ଶିକ୍ଷା ସମାଗମ ଆୟୋଜନ କରାଯିବା ଏକ ବିରଳ ସଂଯୋଗ । ଔପଚାରିକ ଭାବେ ଉଦଘାଟନ ହେବା ପରେ ଏହା ଭାରତ ମଣ୍ଡପମରେ ପ୍ରଥମ କାର୍ଯ୍ୟକ୍ରମ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କାଶୀର ରୁଦ୍ରାକ୍ଷ ଠାରୁ ଆରମ୍ଭ କରି ଆଧୁନିକ ଭାରତ ମଣ୍ଡପମ ପର୍ଯ୍ୟନ୍ତ, ଅଖିଳ ଭାରତୀୟ ଶିକ୍ଷା ସମାଗମର ଯାତ୍ରାରେ ପ୍ରାଚୀନ ଓ ଆଧୁନିକତାର ମିଶ୍ରଣ ସମ୍ପର୍କରେ ଏକ ଲୁକ୍କାୟିତ ବାର୍ତ୍ତା ରହିଛି । ସେ କହିଥିଲେ ଯେ, ଗୋଟିଏ ପଟେ ଭାରତର ଶିକ୍ଷା ବ୍ୟବସ୍ଥା ଦେଶର ପ୍ରାଚୀନ ପରମ୍ପରାକୁ ସଂରକ୍ଷିତ କରୁଥିବା ବେଳେ ଅନ୍ୟପଟେ ବିଜ୍ଞାନ ଓ କାରିଗରୀ କ୍ଷେତ୍ରରେ ଭାରତ ଦ୍ରୁତ ଗତିରେ ଆଗକୁ ବଢ଼ୁଛି । ବର୍ତ୍ତମାନ ସୁଦ୍ଧା ହୋଇଥିବା ଅଗ୍ରଗତିରେ ଶିକ୍ଷା କ୍ଷେତ୍ର ପାଇଁ ଯୋଗଦାନ ଦେଇଥିବା ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ । ଆଜି ଜାତୀୟ ଶିକ୍ଷା ନୀତିର ତୃତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ନୀତିକୁ ପ୍ରସ୍ତୁତ କରୁଥିବା ବୁଦ୍ଧିଜୀବୀ, ଶିକ୍ଷାବିତ୍‌ ଓ ଶିକ୍ଷକମାନେ ଧନ୍ୟବାଦର ପାତ୍ର । ଶିକ୍ଷା ନୀତିକୁ ଏକ ଲକ୍ଷ୍ୟ ଭାବେ ଗ୍ରହଣ କରିବା ଏବଂ ଏହାର ବ୍ୟାପକ ପ୍ରଗତି ଦିଗରେ ଯୋଗଦାନ ଦେବା ପାଇଁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ଆୟୋଜିତ ପ୍ରଦର୍ଶନୀ ସମ୍ପର୍କରେ ମତବ୍ୟକ୍ତ କରି ପ୍ରଧାନମନ୍ତ୍ରୀ କହିଥିଲେ, ଏଠାରେ ଦକ୍ଷତା, ଶିକ୍ଷା ଏବଂ ଅଭିନବ ଜ୍ଞାନକୌଶଳ ପ୍ରଦର୍ଶିତ ହୋଇଛି । ସେ ଦେଶରେ ଶିକ୍ଷା ଏବଂ ବିଦ୍ୟାଳୟ ଶିକ୍ଷାର ପରବର୍ତ୍ତିତ ରୂପ ବିଷୟରେ ଉଲ୍ଲେଖ କରିଥିଲେ ଯେଉଁଠି ଛୋଟ ପିଲାମାନଙ୍କର ଚପଳ ଅନୁଭବ ମାଧ୍ୟମରେ ଶିଖୁଛନ୍ତି ଏବଂ ସେ ଏହାକୁ ନେଇ ଆଶାବାଦ ମଧ୍ୟ ବ୍ୟକ୍ତ କରିଥିଲେ । ଅତିଥିମାନେ ଏହି ପ୍ରଦର୍ଶନୀକୁ ଅବଲୋକନ କରିବା ଉଚିତ୍‌ ବୋଲି ସେ କହିଥିଲେ ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଯୁଗାନ୍ତକାରୀ ପରିବର୍ତ୍ତନରେ କିଛି ସମୟ ଲାଗିଥାଏ। ଏନଇପିର ଉଦଘାଟନ ସମୟର ବିଶାଳ କାନଭାସକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ସବୁ ଅଂଶୀଦାରମାନଙ୍କୁ ସମର୍ପଣ ଓ ନୂଆ ଅବଧାରଣାକୁ ଆପଣାଇବା ଲାଗି ଇଚ୍ଛାକୁ ପ୍ରଶଂସା କରିଥିଲେ । ସେ କହିଥିଲେ, ଏନଇପିରେ ପାରମ୍ପରିକ ଜ୍ଞାନ ଓ ଭବିଷ୍ୟତର ପ୍ରଯୁକ୍ତିକୁ ସମାନ ଗୁରୁତ୍ୱ ଦିଆଯାଇଛି । ପ୍ରାଥମିକ ଶିକ୍ଷାରେ ନୂଆ ପାଠ୍ୟକ୍ରମ, ଆଞ୍ଚଳିକ ଭାଷାରେ ପୁସ୍ତକ, ଉଚ୍ଚ ଶିକ୍ଷା ପାଇଁ ଓ ଦେଶରେ ଗବେଷଣା ଇକୋସିଷ୍ଟମକୁ ସୁଦୃମ କରିବା ଲାଗି ଶିକ୍ଷା ଜଗତର ଅଂଶୀଦାରଙ୍କ କଠିନ ପରିଶ୍ରମ ବିଷୟରେ ସେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ଏବେ ଛାତ୍ରଛାତ୍ରୀ ବୁଝିପାରିଛନ୍ତି ଯେ ୧୦+୨ ବ୍ୟବସ୍ଥା ସ୍ଥାନରେ ଏବେ ୫+୩+୩+୪ ବ୍ୟବସ୍ଥା ଲାଗୁ ହୋଇଛି । ସାରା ଦେଶରେ ଏକ ସମାନ ବ୍ୟବସ୍ଥା ଆଣି ୩ ବର୍ଷର ବୟସରୁ ଶିକ୍ଷା ଆରମ୍ଭ ହେବ । ଶ୍ରୀ ମୋଦୀ ଏହି ଅବସରରେ ସୂଚନା ଦେଇଥିଲେ ଯେ ସଂସଦରେ ଜାତୀୟ ଗବେଷଣା ଫାଉଣ୍ଡେସନ ବିଲ୍‌ ଉପସ୍ଥାପନ କରିବାକୁ କେନ୍ଦ୍ର ମନ୍ତ୍ରିମଣ୍ଡଳ ମଞ୍ଜୁର କରିଛି । ଏନଇପି ଅଧୀନରେ ଜାତୀୟ ପାଠ୍ୟ ଭିତ୍ତିଭୂମି ଖୁବଶୀଘ୍ର ଆଗକୁ ଆସିବ । ୩-୮ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ରୂପରେଖ ପ୍ରସ୍ତୁତ କରାଯାଇଛି । ସାରା ଦେଶରେ ଏକ ସମାନ ପାଠ୍ୟକ୍ରମ ପ୍ରଚଳନ କରାଯିବ ଏବଂ ଏନସିଇଆରଟି ଏଥିପାଇଁ ନୂଆ ପାଠ୍ୟକ୍ରମର ପୁସ୍ତକ ପ୍ରସ୍ତୁତ କରୁଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଞ୍ଚଳିକ ଭାଷାରେ ଶିକ୍ଷାଦାନ କରାଯାଉଥିବାରୁ ୨୨ଟି ବିଭିନ୍ନ ଭାଷାରେ ତୃତୀୟରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ୧୩୦ଟି ବିଭିନ୍ନ ବିଷୟରେ ନୂଆ ପୁସ୍ତକ ଆସିବାକୁ ଯାଉଛି ।

କ୍ଷମତା ପରିବର୍ତ୍ତେ ଭାଷା ଆଧାରରେ ଜଣେ ଛାତ୍ରର ପ୍ରତିଭାକୁ ଆକଳନ କରିବା ଯେକୌଣସି ଛାତ୍ର ପ୍ରତି ସବୁଠୁ ବଡ଼ ଅନ୍ୟାୟ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଥିଲେ, ‘‘ମାତୃଭାଷାରେ ଶିକ୍ଷାଦାନ ଭାରତର ଛାତ୍ରଛାତ୍ରୀଙ୍କ ପାଇଁ ନ୍ୟାୟର ଏକ ନୂଆ ସ୍ୱରୂପ ଆରମ୍ଭ କରୁଛି । ସାମାଜିକ ନ୍ୟାୟ ଦିଗରେ ଏହା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।’’ ବିଶ୍ୱରେ ଭାଷାର ଅଧିକତା ଏବଂ ସେଗୁଡ଼ିକର ମହତ୍ୱକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଆଲୋକପାତ କରି କହିଥିଲେ ଯେ ବିଶ୍ୱର ଅନେକ ବିକଶିତ ଦେଶକୁ ସେମାନଙ୍କ ଆଞ୍ଚଳିକ ଭାଷା କାରଣରୁ ପ୍ରଗତି ମିଳିପାରିଛି । ପ୍ରଧାନମନ୍ତ୍ରୀ ୟୁରୋପର ଉଦାହରଣ ଦେଇ କହିଥିଲେ ଯେ ଅଧିକାଂଶ ଦେଶ ନିଜର ମୂଳ ଭାଷାକୁ ଉପଯୋଗ କରିଥାନ୍ତି । ଭାରତରେ ପ୍ରତିଷ୍ଠିତ ଭାଷାର ଏକ ଶୃଙ୍ଖଳା ସମୂହ ରହିଛି, କିନ୍ତୁ ସେଗୁଡ଼ିକୁ ପଛୁଆପଣର ଏକ ସଙ୍କେତ ରୂପରେ ଉପସ୍ଥାପନ କରାଯାଇଛି । ଏହା ପରିତାପର ବିଷୟ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଆହୁରି କହିଥିଲେ, ଯେଉଁମାନେ ଇଂରାଜୀ କହିପାରିନାହାନ୍ତି, ସେମାନଙ୍କୁ ଉପେକ୍ଷା କରାଯାଇଛି ଏବଂ ସେମାନଙ୍କ ପ୍ରତିଭାକୁ ପରିଚୟ ମିଳିପାରିନାହିଁ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହାର ଫଳସ୍ୱରୂପ ଗ୍ରାମୀଣ କ୍ଷେତ୍ରର ପିଲାମାନେ ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି । ସେ ଜୋର ଦେଇ କହିଥିଲେ ଯେ ଦେଶ ଏବେ ଜାତୀୟ ଶିକ୍ଷା ନୀତିର ଉଦ୍ଭବ ସହିତ ଏହି ବିଶ୍ୱାସକୁ ଦୂରେଇ ଦେବା ଆରମ୍ଭ କରିଛି । ଶ୍ରୀ ମୋଦୀ କହିଥିଲେ ଯେ, ମିଳିତ ଜାତିସଂଘରେ ମଧ୍ୟ ମୁଁ ଭାରତୀୟ ଭାଷାରେ ହିଁ କଥା ହୋଇଥାଏ ।’’

 

ପ୍ରଧାନମନ୍ତ୍ରୀ ରେଖାଙ୍କିତ କରି କହିଥିଲେ ଯେ ସାମାଜିକ ବିଜ୍ଞାନ ଠାରୁ ଆରମ୍ଭ କରି ଇଞ୍ଜିନିୟରିଂ ପର୍ଯ୍ୟନ୍ତ ବିଷୟ ଏବେ ଭାରତୀୟ ଭାଷାରେ ପଢ଼ାଯିବ । ଶ୍ରୀ ମୋଦୀ କହିଥିଲେ, ‘‘ଯେତେବେଳେ ଛାତ୍ରଛାତ୍ରୀ ଏକ ଭାଷାରେ ଆତ୍ମବିଶ୍ୱାସୀ ହୋଇଥାନ୍ତି, ସେମାନଙ୍କର କୌଶଳ ଏବଂ ପ୍ରତିଭା ବିନା କୌଣସି ବାଧାରେ ବିକଶିତ ହୋଇଥାଏ।’’ ସେ ଆହୁରି କହିଥିଲେ, ଯେଉଁ ଲୋକମାନେ ନିଜ ସ୍ୱାର୍ଥ ପାଇଁ ଭାଷାର ରାଜନୀତିକରଣ କରିବା ପାଇଁ ଚେଷ୍ଟା କରିଥାନ୍ତି, ସେମାନଙ୍କୁ ଏବେ ନିଜର ଦୋକାନ ବନ୍ଦ କରିବାକୁ ହେବ । ସେ କହିଥିଲେ, ‘‘ଜାତୀୟ ଶିକ୍ଷା ନୀତି ଦେଶର ପ୍ରତ୍ୟେକ ଭାଷାକୁ ଉଚିତ୍‌ ସମ୍ମାନ ଓ ଶ୍ରେୟ ପ୍ରଦାନ କରିବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମକୁ ଆଗାମୀ ୨୫ ବର୍ଷର ଅମୃତ କାଳରେ ଆମକୁ ଏକ ଊର୍ଜାବାନ ନୂଆପିଢ଼ି ଗଠନ କରିବାକୁ ହେବ, ଏପରି ଏକ ପିଢ଼ି ଯାହା ଗୋଲାମୀ ମାନସିକତାରୁ ମୁକ୍ତ ଥିବ, ନବସୃଜନ ପାଇଁ ଆଗ୍ରହୀ ଥିବ ଏବଂ କର୍ତ୍ତବ୍ୟ ଭାବନାରେ ପରିପୂର୍ଣ୍ଣ ରହିଥିବ ।’’ ଏଥିରେ ଏନଇପି ପ୍ରମୁଖ ଭୂମିକା ନିର୍ବାହ କରିବ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ, ଉନ୍ନତମାନର ଶିକ୍ଷା ବିଭିନ୍ନ ମାପଦଣ୍ଡ ମଧ୍ୟରୁ ଭାରତର ସବୁଠୁ ବଡ଼ ପ୍ରୟାସ ହେଉଛି ସମାନତା । ସେ କହିଥିଲେ, ‘‘ଏନଇପିର ପ୍ରାଥମିକତା ହେଉଛି ଭାରତର ପ୍ରତ୍ୟେକ ଯୁବପିଢ଼ିଙ୍କୁ ସମାନ ଶିକ୍ଷା ଓ ସମାନ ସୁଯୋଗ ପ୍ରଦାନ କରିବା’’ । ସେ ଏଥିପ୍ରତି ଜୋର ଦେଇ କହିଥିଲେ ଯେ, ଏହା କେବଳ ସ୍କୁଲ୍‌ ଖୋଲିବାରେ ସୀମିତ ନୁହେଁ । ଶିକ୍ଷା ସହିତ ସମ୍ବଳରେ ମଧ୍ୟ ସମାନତା ଅଣାଯିବା ଉଚିତ୍‌ । ଏହାର ଅର୍ଥ ହେଉଛି ପ୍ରତ୍ୟେକ ପିଲାକୁ ନିଜ ପସନ୍ଦ ଓ କ୍ଷମତା ଅନୁସାରେ ବିକଳ୍ପ ମିଳିବା ଉଚିତ୍‌ ବୋଲି ସେ କହିଥିଲେ । ‘‘ଶିକ୍ଷାରେ ସମାନତାର ଅର୍ଥ ହେଉଛି, ସ୍ଥାନ, ବର୍ଗ କିମ୍ବା ଧର୍ମ ଆଧାରରେ କେହି ଜଣେ ହେଲେ ପିଲା ଶିକ୍ଷାରୁ ବଞ୍ଚିତ ହେବା ଉଚିତ୍‌ ନୁହେଁ ।’’ ସେ କହିଥିଲେ, ପିଏମ ଶ୍ରୀ ଯୋଜନା ଅଧୀନରେ ହଜାର ହଜାର ବିଦ୍ୟାଳୟର ଉନ୍ନତିକରଣ କରାଯାଉଛି । ସେ କହିଥିଲେ, 5-ଜି ଯୁଗରେ ଆଧୁନିକ ବିଦ୍ୟାଳୟ ଆଧୁନିକ ଶିକ୍ଷାର ମାଧ୍ୟମ ପାଲଟିବେ । ଆଦିବାସୀ ଗାଁରେ ଇଣ୍ଟରନେଟ୍‌ ସୁବିଧା, ଏକଲବ୍ୟ ବିଦ୍ୟାଳୟ ଏବଂ ଦୀକ୍ଷା, ସ୍ୱୟଂ ଓ ସ୍ୱୟଂପ୍ରଭା ଭଳି ମାଧ୍ୟମ ଜରିଆରେ ଛାତ୍ରଛାତ୍ରୀ ଶିକ୍ଷା ହାସଲ କରୁଛନ୍ତି । ଭାରତ ଏବେ ଶିକ୍ଷା ପାଇଁ ଆବଶ୍ୟକ ସମ୍ବଳର ଅଭାବକୁ ପୂରଣ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 

ଧନ୍ଦାମୂଳକ ଶିକ୍ଷାକୁ ସାଧାରଣ ଶିକ୍ଷା ସହିତ ଏକୀକୃତ କରିବା ଲାଗି ପଦକ୍ଷେପ ଏବଂ ଶିକ୍ଷାକୁ ଅଧିକ ରୋଚକ ଓ ଇଣ୍ଟରଆକ୍ଟିଭ୍‌ କରିବା ପଦ୍ଧତି ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ପରୀକ୍ଷାଗାର ଏବଂ ପ୍ରାକ୍ଟିକାଲ ସୁବିଧା ପୂର୍ବରୁ ମାତ୍ର ଅଳ୍ପ କିଛି ବିଦ୍ୟାଳୟ ମଧ୍ୟରେ ସୀମିତ ଥିଲା। ପ୍ରଧାନମନ୍ତ୍ରୀ ଅଟଳ ଟିଙ୍କରିଂ ଲ୍ୟାବ୍‌ର ଉଦାହରଣ ଦେଇଥିଲେ । ସେ କହିଥିଲେ ଯେ, ୭୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ବିଜ୍ଞାନ ଓ ନବସୃଜନ ସମ୍ପର୍କରେ ଏହି ଲ୍ୟାବ୍‌ ଜରିଆରେ ଶିକ୍ଷାଲାଭ କରିପାରୁଛନ୍ତି । ବିଜ୍ଞାନ ନିଜକୁ ସମସ୍ତଙ୍କ ପାଇଁ ସରଳ କରିଥାଏ । ଯୁବ ବୈଜ୍ଞାନିକମାନେ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ନେତୃତ୍ୱ ନେଇ ଦେଶର ଭବିଷ୍ୟତକୁ ଆକାର ଦେବେ ଏବଂ ଭାରତକୁ ବିଶ୍ୱର ଗବେଷଣା କେନ୍ଦ୍ରରେ ବଦଳାଇ ଦେବେ ବୋଲି ସେ କହିଥିଲେ ।

ଶ୍ରୀ ମୋଦୀ କହିଥିଲେ, ଯେକୌଣସି ସଂସ୍କାର ପାଇଁ ସାହସର ଆବଶ୍ୟକତା ହୋଇଥାଏ। ସାହସର ଉପସ୍ଥିତି ନୂଆ ସମ୍ଭାବନାକୁ ଜନ୍ମ ଦେଇଥାଏ। ଆଜି ବିଶ୍ୱ ଭାରତକୁ ନୂଆ ସମ୍ଭାବନାର ଉତ୍ପତି ସ୍ଥଳ ଭାବେ ଦେଖୁଛି । ସଫ୍ଟୱେର ଟେକ୍ନୋଲୋଜି ଏବଂ ମହାକାଶ ପ୍ରଯୁକ୍ତିର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି କ୍ଷେତ୍ରରେ ଭାରତର କ୍ଷମତା ସହ ମୁକାବିଲା ସହଜ ନୁହେଁ । ପ୍ରତିରକ୍ଷା ପ୍ରଯୁକ୍ତି ବିଷୟରେ ସେ କହିଥିଲେ ଯେ, ଭାରତର କମ ଖର୍ଚ୍ଚ ଓ ସର୍ବୋତ୍ତମ ଗୁଣବତ୍ତା ମଡେଲ୍‌ ନିଶ୍ଚିତ ଭାବେ ଲୋକପ୍ରିୟ ହେବ । ସେ ଆହୁରି କହିଥିଲେ ଯେ ଭାରତର ଔଦ୍ୟୋଗିକ ସମ୍ମାନ ଓ ଷ୍ଟାର୍ଟଅପ୍‌ ଅଭିବୃଦ୍ଧି ଇକୋସିଷ୍ଟମ ବିସ୍ତାର ହେବା ସହିତ ବିଶ୍ୱରେ ଭାରତର ଶିକ୍ଷା ବ୍ୟବସ୍ଥା ପ୍ରତି ସମ୍ମାନ ଯଥେଷ୍ଟ ବୃଦ୍ଧି ପାଇଛି । ସେ କହିଥିଲେ ଯେ ସବୁ ବିଶ୍ୱ ମାନ୍ୟତାରେ ଭାରତୀୟ ଶିକ୍ଷାନୁଷ୍ଠାନର ସଂଖ୍ୟା ବଢ଼ୁଛି । ଜାଞ୍ଜିବର ଓ ଆବୁଧାବିରେ ଦୁଇଟି ଆଇଆଇଟି କ୍ୟାମ୍ପସ୍‌ ଖୋଲିବା ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ଆହୁରି ଅନେକ ଦେଶ ଆମକୁ ସେମାନଙ୍କ ମାଟିରେ ଆଇଆଇଟି ଖୋଲିବା ପାଇଁ ଅନୁରୋଧ କରୁଛନ୍ତି ବୋଲି ସେ କହିଥିଲେ । ଶିକ୍ଷା ଇକୋସିଷ୍ଟମରେ ହେଉଥିବା ସକାରାତ୍ମକ ପରିବର୍ତ୍ତନ କାରଣରୁ ଭାରତରେ ନିଜ କ୍ୟାମ୍ପସ୍‌ ଖୋଲିବା ପାଇଁ ଇଚ୍ଛାକୁ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକ ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ସେ ସୂଚନା ଦେଇ କହିଥିଲେ ଯେ ଅଷ୍ଟ୍ରେଲିଆର ଦୁଇଟି ବିଶ୍ୱବିଦ୍ୟାଳୟ ଗୁଜରାଟର ଗିଫ୍ଟ ସିଟରେ ନିଜର କ୍ୟାମ୍ପସ ଖୋଲିବାକୁ ଯାଉଛନ୍ତି । ଶିକ୍ଷାନୁଷ୍ଠାନଗୁଡ଼ିକୁ ମଜବୁତ କରିବା ଏବଂ ସେମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଦିଗରେ କାମ କରିବା ଉପରେ ପ୍ରଧାନମନ୍ତ୍ରୀ ଜୋର ଦେଇଥିଲେ । ଭାରତର ବିଭିନ୍ନ ଶିକ୍ଷାନୁଷ୍ଠାନ, ବିଶ୍ୱବିଦ୍ୟାଳୟ, ସ୍କୁଲ ଓ କଲେଜକୁ ଏହି ବିପ୍ଲବର କେନ୍ଦ୍ରରେ ପରିଣତ କରିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।

 

ଶ୍ରୀ ମୋଦୀ ଜୋର ଦେଇ କହିଥିଲେ, ସକ୍ଷମ ଯୁବକମାନଙ୍କୁ ନିର୍ମାଣ କରିବା ଏକ ମଜବୁତ ରାଷ୍ଟ୍ର ନିର୍ମାଣର ସବୁଠୁ ବଡ଼ ଗ୍ୟାରେଣ୍ଟି ଏବଂ ମାତାପିତା ଓ ଶିକ୍ଷକ ଏଥିରେ ପ୍ରମୁଖ ଭୂମିକା ନିର୍ବାହ କରିଥାନ୍ତି । ଛାତ୍ରଛାତ୍ରୀଙ୍କୁ ଆତ୍ମବିଶ୍ୱାସପୂର୍ଣ୍ଣ ଜିଜ୍ଞାସା ଓ କଳ୍ପନାର ଉଡ଼ାଣ ପାଇଁ ପ୍ରସ୍ତୁତ କରିବା ଲାଗି ପ୍ରଧାନମନ୍ତ୍ରୀ ଶିକ୍ଷକ ଏବଂ ଅଭିଭାବକଙ୍କୁ ନିବେଦନ କରିଥିଲେ । ସେ କହିଥିଲେ, ଆମକୁ ଭବିଷ୍ୟତ ଉପରେ ନଜର ରଖିବାକୁ ହେବ ଏବଂ ଭବିଷ୍ୟବାଦୀ ମାନସିକତା ସହିତ ଚିନ୍ତା କରିବାକୁ ହେବ । ଆମକୁ ପିଲାମାନଙ୍କୁ ବହିର ଚାପରୁ ମୁକ୍ତ କରିବାକୁ ହେବ ।

 

ମଜବୁତ ଭାରତରେ ବିଶ୍ୱର ଜିଜ୍ଞାସା ଆମ ଉପରେ ବଢ଼ୁଥିବାର ଉତ୍ତରଦାୟିତ୍ୱ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ସେ ଛାତ୍ରଛାତ୍ରୀଙ୍କୁ ଯୋଗ, ଆୟୁର୍ବେଦ, କଳା ଓ ସାହିତ୍ୟର ମହତ୍ୱ ସମ୍ପର୍କରେ ପରିଚିତ ହେବା ସମ୍ପର୍କରେ ସ୍ମରଣ କରାଇ ଦେଇଥିଲେ । ସେ ୨୦୪୭ ପର୍ଯ୍ୟନ୍ତ ଭାରତର ‘ବିକଶିତ ଭାରତ’ ଯାତ୍ରାରେ ଛାତ୍ରଛାତ୍ରୀଙ୍କୁ ବର୍ତ୍ତମାନର ପିଢ଼ିର ମହତ୍ୱ ବିଷୟରେ ଜଣାଇବା ନିମନ୍ତେ ଶିକ୍ଷକମାନଙ୍କୁ ସ୍ମରଣ କରାଇ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ଶିକ୍ଷା,ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଦ୍ୱାରା ଅନୁପ୍ରାଣିତ ହୋଇ ଦେଶର ଅମୃତ କାଳରେ ଯୁବକମାନଙ୍କୁ ଦେଶର ନେତୃତ୍ୱ ନେବା ଉଦ୍ଦେଶ୍ୟରେ ଏନ୍‍ଇପି ୨୦୨୦ ଆରମ୍ଭ କରାଯାଇଥିଲା । ଏହାର ଉଦ୍ଦେଶ୍ୟ ହେଉଛି ସେମାନଙ୍କୁ ମୌଳିକ ମୂଲ୍ୟବୋଧରେ ରଖିବା ସହିତ ଭବିଷ୍ୟତର ଆହ୍ୱାନଗୁଡ଼ିକୁ ସାମନା କରିବା ପାଇଁ ପ୍ରସ୍ତୁତ କରିବା । ଏହା କାର୍ଯ୍ୟକାରୀ ହେବାର ତିନି ବର୍ଷ ମଧ୍ୟରେ ଏହି ନୀତି ବିଦ୍ୟାଳୟ, ଉଚ୍ଚଶିକ୍ଷା ଏବଂ ଦକ୍ଷତା ଶିକ୍ଷା କ୍ଷେତ୍ରରେ ବଡ ପରିବର୍ତ୍ତନ ଆଣିଛି । ୨୯ ଏବଂ ୩୦ ଜୁଲାଇରେ ଅନୁଷ୍ଠିତ ହେଉଥିବା ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ୍‍, କ୍ଷେତ୍ର ବିଶେଷଜ୍ଞ, ନୀତି ନିର୍ମାତା, ଶିଳ୍ପ ପ୍ରତିନିଧୀ, ଶିକ୍ଷକ ଏବଂ ଛାତ୍ରଛାତ୍ରୀ, ଉଚ୍ଚଶିକ୍ଷା ଏବଂ ଦକ୍ଷତା ପ୍ରତିଷ୍ଠାନକୁ ସେମାନଙ୍କର ଜ୍ଞାନ, ସଫଳତା ବିନିମୟ କରିବେ । ଏନ୍‍ଇପି ୨୦୨୦ କାର୍ଯ୍ୟକାରୀ କରିବାରେ ସେମାନଙ୍କର ଅନ୍ତର୍ଦୃଷ୍ଟି ଓ ସର୍ବୋତ୍ତମ ଅଭ୍ୟାସ ଏବଂ ଏହାକୁ ଆହୁରି ଆଗକୁ ନେବା ପାଇଁ ରଣନୀତି ପ୍ରସ୍ତୁତ କରିବ ।

ଅଖିଳ ଭାରତୀୟ ଶିକ୍ଷା ସମାଗାମରେ ଷୋହଳଟି ଅଧିବେଶନ ଅନ୍ତର୍ଭୁକ୍ତ ରହିଛି ଯେଉଁଥିରେ ଗୁଣାତ୍ମକ ଶିକ୍ଷା ଏବଂ ପ୍ରଶାସନ, ସମାନତା ଏବଂ ସମାବେଶୀ ଶିକ୍ଷା, ସାମାଜିକ-ଅର୍ଥନୈତିକ ଅନଗ୍ରସର ଗୋଷ୍ଠୀର ପ୍ରସଙ୍ଗ, ଜାତୀୟ ପ୍ରତିଷ୍ଠାନ ମାନ୍ୟତା ଢାଞ୍ଚା, ଭାରତୀୟ ଜ୍ଞାନ ବ୍ୟବସ୍ଥା, ଶିକ୍ଷାର ଅର୍ନ୍ତଜାତୀୟକରଣ ଭଳି ବିଷୟବସ୍ତୁ ଉପରେ ଆଲୋଚନା ହେବ ।

କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ପିଏମ୍‌ ଶ୍ରୀ ଯୋଜନାର ପ୍ରଥମ କିସ୍ତି ଜାରି କରିଛନ୍ତି । ଏହି ଯୋଜନାରେ ସାମିଲ ବିଦ୍ୟାଳୟଗୁଡ଼ିକ ରାଷ୍ଟ୍ରୀୟ ଶିକ୍ଷା ନୀତିର ପରିକଳ୍ପନା ଅନୁଯାୟୀ ଛାତ୍ରଛାତ୍ରୀଙ୍କର ଏଭଳି ବିକାଶ କରିବେ ଯାହାଫଳରେ ସେମାନେ ଏକ ସମାନତାପୂର୍ଣ୍ଣ, ସମାବେଶୀ ଓ ବହୁଳବାଦୀ ସମାଜ ନିର୍ମାଣରେ ସମ୍ପୃକ୍ତ, ଉତ୍ପାଦକ ଓ ଯୋଗଦାନକାରୀ ନାଗରିକ ହୋଇପାରିବେ । ୧୨ଟି ଭାରତୀୟ ଭାଷାରେ ଅନୁବାଦ ହୋଇଥିବା ଶିକ୍ଷା ଓ ଦକ୍ଷତା ବିକାଶ ପାଠ୍ୟକ୍ରମରେ ପୁସ୍ତକ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Project Cheetah: How A Species Declared Extinct During Nehru Era Returned To India Under Modi Govt

Media Coverage

Project Cheetah: How A Species Declared Extinct During Nehru Era Returned To India Under Modi Govt
NM on the go

Nm on the go

Always be the first to hear from the PM. Get the App Now!
...
Prime Minister inaugurates Namo Hospital at Daman
June 05, 2026

Prime Minister Shri Narendra Modi today inaugurated the Namo Hospital at Daman. He stated that this is in line with the ongoing efforts towards providing quality health treatment to the people, noting that the hospital features modern facilities and will go a long way in addressing the healthcare needs of the Union Territory and surrounding areas.

The Prime Minister posted on X:

"In line with our efforts towards providing quality health treatment to the people, the Namo Hospital at Daman was inaugurated. It has modern facilities and will go a long way in addressing the healthcare needs of the Union Territory and surrounding areas."