ସ୍ମାରକୀ ଟିକେଟ ଉନ୍ମୋଚିତ
“ବେଙ୍ଗାଲୁରୁର ଆକାଶ ନବ ଭାରତର ସାମର୍ଥ୍ୟର ପ୍ରମାଣ । ଏହି ନୂତନ ଶିଖର ଭାରତର ବାସ୍ତବତା”
“କର୍ଣ୍ଣାଟକର ଯୁବବର୍ଗ ନିଜର ବୈଷୟିକ ବିଶେଷଜ୍ଞତା ଜରିଆରେ ପ୍ରତିରକ୍ଷା କ୍ଷେତ୍ରକୁ ମଜବୁତ କରିବା ଉଚିତ”
“ଯେତେବେଳେ ଦେଶ ନୂତନ ଭାବନା ଓ ଆଭିମୁଖ୍ୟ ନେଇ ଅଗ୍ରସର ହୁଏ , ଏହାର ସମସ୍ତ ବ୍ୟବସ୍ଥା ମଧ୍ୟ ନୂତନ ଭାବନା ଅନୁସାରେ ପରିବର୍ତ୍ତିତ ହେଉଥାଏ”
“ଆଜି ଏରୋ ଇଣ୍ଡିଆ କେବଳ ଏକ ପ୍ରଦର୍ଶନ ନୁହଁ, ଏହା କେବଳ ପ୍ରତିରକ୍ଷା ଶିଳ୍ପର ପରିସରକୁ ଦେଖାଉନାହିଁ, ବରଂ ଭାରତର ଆତ୍ମବିଶ୍ୱାସକୁ ପ୍ରଦର୍ଶିତ କରୁଛି”
“ଏକବିଂଶ ଶତାବ୍ଦୀରେ ନୂତନ ଭାରତ କୌଣସି ସୁଯୋଗ ହାତଛଡା କରିବ ନାହିଁ କି ନିଜର ଉଦ୍ୟମରେ କୋହଳ ମନୋଭାବ ରଖିବ ନାହିଁ”
“ଭାରତ ବିଶ୍ୱର ବୃହତ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନକାରୀ ଦେଶଗୁଡିକ ମଧ୍ୟରେ ସାମିଲ ହେବାକୁ ଦ୍ରୁତ ପଦକ୍ଷେପ ନେବ ଓ ଆମର ଘରୋଇ କ୍ଷେତ୍ର ଓ ନିବେଶକ ଏଥିରେ ବିରାଟ ଭୂମିକା ଗ୍ରହଣ କରିବେ”
“ଆଜିର ଭାରତ ଭବିଷ୍ୟତ ପାଇଁ ଶୀଘ୍ର ଚିନ୍ତାକରେ ଓ ଆଶୁ ନିଷ୍ପତ୍ତି ନେଇଥାଏ”
“ଏରୋ ଇଣ୍ଡିଆର ପ୍ରତିଧ୍ୱନି ଓ ଗର୍ଜନ ଭାରତର ସଂସ୍କାର, କାର୍ଯ୍ୟ ଓ ପରିବର୍ତ୍ତନର ବାର୍ତ୍ତାପ୍ରଦାନ କରିଥାଏ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୩.୦୨.୨୦୨୩) ବେଙ୍ଗାଲୁରୁର ୟେଲାହାଙ୍କା ବାୟୁସେନା ଘାଟିରେ ଏରୋଇଣ୍ଡିଆ ୨୦୨୩ ଚତୁର୍ଦ୍ଦଶ ସଂସ୍କରଣକୁ ଉଦ୍‌ଘାଟନ କରିଛନ୍ତି । ଏରୋ ଇଣ୍ଡିଆ-୨୦୨୩ର ବାର୍ତ୍ତା “ ଦି ରନ ୱେ ଟୁ ଏ ବିଲିୟନ ଅପରଚ୍ୟୁନିଟସ୍‌” ରହିଥିବାବେଳେ, ଏଥିରେ ୮୦ ରୁ ଊର୍ଦ୍ଧ୍ୱ ଦେଶର ଶହେ ବିଦେଶୀ ସହ ସାତ ଶହ ଭାରତୀୟ କମ୍ପାନୀ ଅଂଶ ଗ୍ରହଣ କରିବେ । 

ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ‘ମେକ ଇନ ଇଣ୍ଡିଆ’, ମେକ ଫର ଦି ୱାର୍ଲଡ’ ଅନୁସାରେ ଏହି ସମାରୋହରେ ସ୍ୱଦେଶୀ ଉପକରଣ ପ୍ରଯୁ୍କ୍ତିର ପ୍ରଦର୍ଶନ ସହ ବିଦେଶୀ କମ୍ପାନୀଗୁଡିକ ସହ ଭାଗିଦାରିତା ନେଇ ବୁଝାମଣା ହେବ। 

ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବେଙ୍ଗାଲୁରୁର ଆକାଶରେ ନବଭାରତର ସାମର୍ଥ୍ୟର ପ୍ରମାଣ ନିହିତ ଅଛି । “ଏହି ନୂତନ ଶିଖର ହେଉଛି ନବ ଭାରତର ବାସ୍ତବତା, ଆଜି ଭାରତ ନୂତନ ଶିଖର ଛୁଇଁଥିବା ବେଳେ ତାହାକୁ ଅତିକ୍ରମ ମଧ୍ୟ କରୁଛି” ବୋଲି ସେ କହିଥିଲେ । 

ସେ କହିଥିଲେ ଯେ ଏରୋ ଇଣ୍ଡିଆ-୨୦୨୩ହେଉଛି ଭାରତ ବର୍ଦ୍ଧିତ ସାମର୍ଥ୍ୟର ଉଜ୍ଜଳ ଦୃଷ୍ଟାନ୍ତ ଓ ଏହି କାର୍ଯ୍ୟକ୍ରମରେ ଶହେରୁ ଅଧିକ ଦେଶଙ୍କ ଉପସ୍ଥିତି ଭାରତ ଉପରେ ବିଶ୍ୱର ଆସ୍ଥାକୁ ପ୍ରତିପାଦିତ କରୁଛି । ଏଠାରେ ଭାରତୀୟ ଏମ୍‌ଏସ୍‌ଏମ୍‌ଇ, ଷ୍ଟାର୍ଟଅପ୍ ଓ ବିଶ୍ୱର ସୁନାମଧନ୍ୟ କମ୍ପାନୀଗୁଡିକ ସମେତ ୭୦୦ରୁ ଅଧିକ ପ୍ରଦର୍ଶନକାରୀ ଯୋଗ ଦେଇଛନ୍ତି । ଏରୋ ଇଣ୍ଡିଆ ୨୦୨୩ ର ବାର୍ତ୍ତା ଦି ରନ ୱେ ଟୁ ଏ ବିଲିୟନ ଅପଚ୍ୟୁନିଟିସ୍ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଭାରତର ଶକ୍ତି ଦିନକୁ ଦିନ ମଜବୁତ ହେଉଛି ବୋଲି କହିଥିଲେ । 

ପ୍ରଦର୍ଶନୀ ସହ ପ୍ରତିରକ୍ଷା ମନ୍ତ୍ରୀ ଓ ସିଇଡ ମାନଙ୍କ ଗୋଲଟେବୁଲ ବୈଠକ ପ୍ରତି ନଜର ଦେଇ ସେ କହିଥିଲେ ଯେ ଏହି କ୍ଷେତ୍ରରେ ସକ୍ରିୟ ଅଂଶଗ୍ରହଣ ଏରୋଇଣ୍ଡିଆର ସାମର୍ଥ୍ୟ ବୃଦ୍ଧି କରିବ । 

ଭାରତୀୟ ବୈଷୟିକ ପ୍ରଗତିର ପେଣ୍ଠସ୍ଥଳ କର୍ଣ୍ଣାଟକରେ ଏରୋଇଣ୍ଡିଆ ପ୍ରଦର୍ଶନୀ ହେଉଥିବାରୁ ପ୍ରଧାନମନ୍ତ୍ରୀ ଏହାର ଗୁରୁତ୍ୱ ଉପରେ ବୁଝାଇଥିଲେ । ବିମାନ ଉଡାଣ କ୍ଷେତ୍ରରେ ଏହା କର୍ଣ୍ଣାଟକ ଯୁବ ଗୋଷ୍ଠୀଙ୍କ ନିମନ୍ତେ ନୂତନ ଦିଗ ଉନ୍ମୋଚନ କରିବ । ଦେଶକୁ ମଜବୁତ କରିବାକୁ ପ୍ରତିରକ୍ଷା କ୍ଷେତ୍ରରେ ନିଜର ବିଶେଷଜ୍ଞତାର ପ୍ରୟୋଗ ପାଇଁ ପ୍ରଧାନମନ୍ତ୍ରୀ କର୍ଣ୍ଣାଟକର ଯୁବାଗୋଷ୍ଠୀକୁ ଆହ୍ୱାନ ଦେଇଥିଲେ । 

“ଯେତେବେଳେ ନୂତନ ଭାବନା ଓ ମୂଲ୍ୟାୟନ ସହ ଦେଶ ଆଗକୁ ବଢେ ସେତେବେଳେ ନୂତନ ଭାବନା ସହ ଏହାର ପଦ୍ଧତିରେ ପରିବର୍ତ୍ତନ ଆସିଥାଏ ବୋଲି କହି ଏରୋଇଣ୍ଡିଆ -୨୦୨୩ ନବଭାରତର ମୂଲ୍ୟାୟନରେ ନୂତନ ଦିଗରେ ଉନ୍ମୋଚନ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଥିଲେ ଯେ ସମୟ ଥିଲା ଯେତେବେଳେ ଏରୋ ଇଣ୍ଡିଆ, କେବଳ ମାତ୍ର ଏକ ପ୍ରଦର୍ଶନ ହୋଇରହିଥିôଲା ଓ ଭାରତକୁ ବିକ୍ରି ପାଇଁ ଏକ ଝରକା ଭଳି ଥିଲା । ମାତ୍ର ସେ ଧାରଣରେ ବର୍ତ୍ତମାନ ପରିବର୍ତ୍ତନ ଆସିଛି । “ଆଜି ଏରୋ ଇଣ୍ଡିଆ ଭାରତର ଶକ୍ତ, କେବଳ ଏକ ପ୍ରଦର୍ଶନ ନୁହଁ ବୋଲି କହି ପ୍ରଧାନମନ୍ତ୍ରୀ ଏହା କେବଳ ପ୍ରତିରକ୍ଷା ଶିଳ୍ପର ପରିସରକୁ ପ୍ରଦର୍ଶନ କରୁନାହିଁ ବରଂ ଭାରତର ଆତ୍ମବିଶ୍ୱାସର ପ୍ରଦର୍ଶନ କରୁଛି” ବୋଲି କହିଥିଲେ । 

ଭାରତର ସଫଳତା ସାକ୍ଷୀ ହେଉଛି ଏହାର ସାମର୍ଥ୍ୟ । ତେଜସ୍‌, ଆଇଏନଏସ୍ ବିକ୍ରାନ୍ତ, ସୁରାଟ ଓ ଟୁମକୁରରେ ଆଗୁଆ ଓ ଆଧୁନିକ ନିର୍ମାଣ ସୁବିଧା ହେଉଛି ଆତ୍ମନିର୍ଭର ଭାରତର ସାମର୍ଥ୍ୟ ଯେଉଁଥିରେ ବିଶ୍ୱର ନୂତନ ବିକଳ୍ପ ଓ ସୁବିଧା ସୁଯୋଗ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । 

“ସଂସ୍କାର ଜରିଆରେ ପ୍ରତ୍ୟେକ କ୍ଷେତ୍ରରେ ବିପ୍ଳବ ଆସୁଥିବାରୁ ଏକବିଂଶ ଶତାବ୍ଦୀର ନବ ଭାରତ କୌଣସି ସୁଯୋଗ ହାତଛଡା କରିବ ନାହିଁ କି ଉଦ୍ୟମରେ ମଧ୍ୟ ହେଳା କରିବ ନାହିଁ ବୋଲି ସେ କହିଥିଲେ । ଯେଉଁ ଦେଶ ଦଶନ୍ଧି ଦଶନ୍ଧି ଧରି ପ୍ରତିରକ୍ଷା ସାମଗ୍ରୀ ଆମଦାନୀର ବୃହତ୍ତର ଥିଲା, ସେ ଏବେ ବିଶ୍ୱର ୭୫ଟି ଦେଶକୁ ସାମଗ୍ରୀ ରପ୍ତାନୀ କରୁଛି ବୋଲି କହିଥିଲେ । 

ଗତ ଆଠ-ଦଶ ବର୍ଷ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ଦେଖା ଦେଉଥିବା ପରିବର୍ତ୍ତନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ୨୦୨୪-୨୫ ସୁଦ୍ଧା ପ୍ରତିରକ୍ଷା ବାବଦ ରପ୍ତାନୀ ୧:୫ ବିଲିୟନରୁ ୫ ବିଲିୟନକୁ ବୃଦ୍ଧି ପାଇବ ବୋଲି କହିଥିଲେ । ଏଠାରୁ ଭାରତ ବିଶ୍ୱର ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିବ ଓ ଆମର ଘରୋଇ କ୍ଷେତ୍ର ଓ ନିବେଶକ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ସେ କହିଥିଲେ। ସେ ଘରୋଇ କ୍ଷେତ୍ରକୁ ପ୍ରତିରକ୍ଷା ଉତ୍ପାଦନରେ ନିବେଶ କରିବାକୁ ଆହ୍ୱାନ ଜଣାଇଥିଲେ । 

“ଆଜିର ଭାରତ ଶୀଘ୍ର ଚିନ୍ତା କରେ, ଆଗକୁ ଚିନ୍ତା କରେ ଓ ତୁରନ୍ତ ନିଷ୍ପତ୍ତି ମଧ୍ୟ ନିଏ ବୋଲି କହି ଶ୍ରୀ ମୋଦୀ ଭାରତର ଅମୃତ କାଳ ଓ ଲଢୁଆ ଜେଟ୍ ପାଇଲଟର ଏକ ସଦୃଶ୍ୟ ସମ୍ପର୍କରେ ଅବତାରଣା କରିଥିଲେ । ଭାରତ ଭଳି ଦେଶ ଭୟଭୀତ ନୁହଁ ବରଂ ନୂତନ ଶିଖର ଛୁଇଁବାକୁ ଉଲ୍ଲସିତ । ଭାରତ ଯେତେ ଶିଖର ଛୁଇଁବ, ଯେତେ ଉଚ୍ଚରେ ଉଡୁ ମାତ୍ର ତାହା ନିଜ ମୂଳକୁ କେବେ ଛାଡେ ନାହିଁ ବୋଲି ସେ କହିଥିଲେ । 

 “ଏରୋ ଇଣ୍ଡିଆର କାନ ଅତଡା ଗୁଞ୍ଜରଣ ମଧ୍ୟରେ ଭାରତର ସଂସ୍କାର, କାର୍ଯ୍ୟ ଓ ଅବସ୍ଥାନ୍ତର ବାର୍ତ୍ତା, ପ୍ରତିଧ୍ୱନିତ ହେଉଛି ବୋଲି ସେ କହିଥିଲେ । ବ୍ୟାବସାୟିକ ସୁଗମତା ନିମନ୍ତେ ନିଅଯାଉଥିବା ସଂସ୍କାର ସମଗ ପୃଥିବୀ ଆଗରେ ରହିଛି । ବୈଶ୍ୱିକ ବିନିଯୋଗ ସହ ଭାରତୀୟ ନବୋନ୍ମେଷ ନେଇ ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି। ପ୍ରତିରକ୍ଷା ଓ ଅନ୍ୟାନ୍ୟ କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ଓ ଲାଇସେନ୍ସ ଜାରି ନେଇ ପଦ୍ଧତିର ସରଳିକରଣ ମଧ୍ୟ କରାଯାଇଛି । ଚଳିତବର୍ଷ ବଜେଟରେ ନିର୍ମାଣକାରୀ ସଂସ୍ଥାଗୁଡିକ ନିମନ୍ତେ ଟିକସ ସୁବିଧା ମଧ୍ୟ ବୃଦ୍ଧି କରାଯାଇଛି ବୋଲି ସେ କହିଥିଲେ ।  

ଯେଉଁଠି ଚାହିଦା ଥିବ ସେଠାରେ ବିଶେଷଜ୍ଞତା ଅଭିଜ୍ଞତା ଓ ଶିଳ୍ପ ଅଭିବୃଦ୍ଧି ଅବଶ୍ୟାମ୍ଭବୀ । ବିଭିନ୍ନ କ୍ଷେତ୍ରକୁ ମଜବୁତ କରିବା ନିମନ୍ତେ ଉଦ୍ୟମ ଆହୁରି ଅଧିକ ହେବ ବୋଲି ଉପସ୍ଥିତ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । 

କର୍ଣ୍ଣାଟକ ରାଜ୍ୟପାଳ ଶ୍ରୀ ଥୱର ଚାନ୍ଦ ଗେହେଲେଟ, ମୁଖ୍ୟମନ୍ତ୍ରୀ ଶ୍ରୀ ବାସବ ରାଜ ବୋମ୍ମାଇ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ, କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅଜୟ ଭଟ୍ଟ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି : ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ‘ମେକ ଇନ୍ ଇଣ୍ଡିଆ, ମେକ ଫର ଦି ୱାର୍ଲଡ, ଢାଂଚାରେ ଏହି ସମାରୋହ ଭାରତ ଅସ୍ତ୍ରଶସ୍ତ୍ର /ପ୍ରଯୁକ୍ତି ପ୍ରଦର୍ଶନ କରିବା ସହ ବିଦେଶୀ କମ୍ପାନୀଗୁଡିକ ସହ ଭାଗିଦାରିତା ମଧ୍ୟ ସ୍ଥିର କରିବ । ପ୍ରଧାନମନ୍ତ୍ରୀଙ୍କ ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଆତ୍ମନିର୍ଭରତା ନେଇ ମଧ୍ୟ ଏଥିରେ ପ୍ରଦର୍ଶନ ହେବ । ଏଥିରେ ଦେଶରେ ଡିଜାଇନ କ୍ଷେତ୍ରରେ ଅଗ୍ରଗତି, ୟୁଏଭି କ୍ଷେତ୍ରରେ ଅଭିବୃଦ୍ଧି, ପ୍ରତିରକ୍ଷା ମହାକାଶ ଓ ଭବିଷ୍ୟତ ପ୍ରଯୁକ୍ତି ସମ୍ପର୍କରେ ମଧ୍ୟ ପ୍ରଦର୍ଶନ ହେବ । ଏଥିରେ ଭାରତୀୟ ବାୟୁ ପ୍ରତିରକ୍ଷା ଯେପରିକି ହାଲୁକା ଲଢୁଆ ଏୟାର କ୍ରାଫ୍ଟ(ଏଲସିଏ) ତେଜସ୍‌, ଏଚ୍‌ଟିଟି-୪୦, ହାଲୁକା ଲଢୁଆ ହେଲିକପ୍ଟର(ଏଲୟୁଏଚ), ଡ୍ରୋନିୟର ଲାଇଟ୍ ୟୁଟିଲିଟି ହେଲିକପ୍ଟର(ଏୟୁଏଚ), ଆଡଭାନ୍ସ ହାଲୁକା ହେଲିକପ୍ଟର ଇତ୍ୟାଦି ମଧ୍ୟ ପ୍ରଦର୍ଶିତ ହୋଇ ଏହାର ରପ୍ତାନୀ ନେଇ ମଧ୍ୟ ପଦକ୍ଷେପ ନିଆଯିବ । ବୈଶ୍ୱିକ ଡିମାଣ୍ଡ ଚେନ୍‌ରେ ଘରୋଇ ଏମ୍‌ଏସ୍ ଏମ୍‌ଇ ଓ ଷ୍ଟାର୍ଟଅପ୍ ଗୁଡିକ ବିଦେଶୀ ପୁଞ୍ଜି ନିବେଶକୁ ଦୃଷ୍ଟିରେ ରଖି ଯୋଡା ହେବ ।

ଏରୋ ଇଣ୍ଡିଆ ୨୦୨୩ରେ ୮୦ରୁ ଅଧିକ ଦେଶ ଯୋଗଦେବେ । ପ୍ରାୟ ୩୦ଟି ଦେଶର ମନ୍ତ୍ରୀ ଓ ବୈଶ୍ୱିକ ଓ ଭାରତୀୟ ଓଇଏମ୍‌ଏସ୍‌ରୁ ୬୫ଜଣ ସିଇଓ ମଧ୍ୟ ଏରୋଇଣ୍ଡିଆ-୨୦୨୩ରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । 

ଏରୋଇଣ୍ଡିଆ-୨୦୨୩ ପ୍ରଦର୍ଶନୀରେ ଶହେଟି ବିଦେଶୀ ଓ ୭୦୦ ଭାରତୀୟ ଏହିପରି ଆଠଶହରୁ ଅଧିକ ପ୍ରତିରକ୍ଷା କମ୍ପାନୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥିରେ ଅଂଶଗ୍ରହଣ କରୁଥିବା ଭାରତୀୟ କମ୍ପାନୀଗୁଡିକ ମଧ୍ୟରେ ଏମ୍‌ଏସ୍‌ଏମଇ ଓ ଷ୍ଟାର୍ଟଅପ ଅନ୍ତୁର୍ଭୁକ୍ତ । ସେମାନେ ମହାକାଶ ବିଜ୍ଞାନର ଅଭିବୃଦ୍ଧି ଓ ଦେଶର ପ୍ରତିରକ୍ଷା ସାମର୍ଥ୍ୟ ସମ୍ପର୍କରେ ପ୍ରଦର୍ଶନ କରିବେ । ଏରୋଇଣ୍ଡିଆ ୨୦୨୩ର ପ୍ରମୁଖ ପ୍ରଦର୍ଶନକାରୀମାନେ ହେଲେ ଏୟାରବସ, ବୋଇଂ, ଡାସଲ୍ଟ ଆଭିଏସନ, ଲକହିଡ ମାର୍ଟିନ, ଇସ୍ରାଏଲ ଏରୋସ୍ପେଶ ଇଣ୍ଡଷ୍ଟ୍ରି, ବ୍ରହ୍ମେଷ ଏରୋସ୍ପେଶ, ଆର୍ମି ଆଭିଏସନ, ରୋଲ୍ସ ରଏସ, ଲାର୍ସନ ଆଣ୍ଡ ଟ୍ୟୁବ୍ରୋ, ଏଚସି ରୋବୋଟିକ୍ସ, ଏସଏଏବି, ସାଫ୍ରାନ, ଭାରତ ଫୋର୍ଜ ଲିମିଟେଡ, ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ (ଏଚଏଏଲ), ଭାରତ ଇଲେକ୍‌ଟ୍ରୋନିକ୍ସ ଲିମିଟେଡ (ବିଇଏଲ), ଭାରତ ଡାଇନାମିକ୍ସ ଲିମିଟେଡ(ବିଡିଏଲ) ଓ ବିଇଏମଏଲ ଲିମିଟେଡ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Modi Govt’s Rs 1,083-Crore Boost To Chandrababu’s Amaravati Project In Andhra

Media Coverage

Modi Govt’s Rs 1,083-Crore Boost To Chandrababu’s Amaravati Project In Andhra
NM on the go

Nm on the go

Always be the first to hear from the PM. Get the App Now!
...
Seven years of the abrogation of Articles 370 and 35(A)
August 05, 2026

Today the nation marks seven years since the historic abrogation of Articles 370 and 35(A) on 5th August 2019. Prime Minister Modi described it as a defining milestone in India's journey towards inclusive development.

Shri Modi noted that over the past seven years, the people of Jammu and Kashmir and Ladakh have witnessed wide-ranging transformation across sectors. Infrastructure has expanded significantly, while new opportunities have emerged in education, healthcare, entrepreneurship and sports. "The women and members of marginalised communities, who had been deprived of several constitutional rights for decades, have now been empowered through the full application of the Constitution of India", Shri Modi added.

The Prime Minister observed that this year's anniversary assumes even greater significance as the nation commemorates the 125th birth anniversary of Dr. Syama Prasad Mookerjee. He said that Dr. Mookerjee's lifelong commitment to national unity continues to inspire generations, and that the vision he championed found historic fulfilment on 5th August 2019.

Reaffirming the Government's unwavering commitment to the development of Jammu and Kashmir and Ladakh, the Prime Minister said that every citizen must have the opportunity to dream big, realise their aspirations and contribute to the vision of a Viksit Bharat.

The Prime Minister posted on X:

Seven years ago, on this day, Articles 370 and 35(A) became history, marking a decisive new chapter in the journey of Jammu and Kashmir as well as Ladakh.

Since then, the lives of the people of J&K and Ladakh have witnessed wide-ranging transformation. Infrastructure has expanded, opportunities in areas such as education, healthcare, entrepreneurship and sports have grown. Be it the women or the marginalised communities, those who were denied their basic constitutional rights for decades have been empowered thanks to the full application of the Constitution of India.

5th August this year assumes even greater significance as this is the year our nation commemorates the 125th birth anniversary of Dr. Syama Prasad Mookerjee. His lifelong commitment to national unity continues to inspire generations. What he envisioned decades ago found historic fulfilment on 5th August 2019.

We reaffirm our commitment to the progress of Jammu and Kashmir as well as Ladakh and to ensure that every citizen has the opportunity to dream big, achieve and contribute to the making of a Viksit Bharat.

#Article370Abrogation