“ସଫଳ କ୍ରୀଡାବିତ୍‌ମାନେ ଲକ୍ଷ୍ୟ ହାସଲରେ ବ୍ରତୀ ହେବା ସହ ସେମାନେ ନିଜ ରାସ୍ତାରେ ଆସୁଥିବା ସମସ୍ତ ବାଧାବିଘ୍ନ ଅତିକ୍ରମ କରିଥାନ୍ତି”
“ଖେଳ ମହାକୁମ୍ଭ ଭଳି କାର୍ଯ୍ୟକ୍ରମ ଆୟୋଜନ କରି ସାଂସଦମାନେ ନୂତନ ପିଢିର ଭବିଷ୍ୟତକୁ ମାର୍ଜିତ କରୁଛନ୍ତି”
“ସାଂସଦ ଖେଳ ମହାକୁମ୍ଭ ଆଞ୍ଚଳିକ ମେଧା ଅନ୍ୱେଷଣ ଓ ପ୍ରସ୍ତୁତ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରେ”
“କ୍ରୀଡା ସମାଜରେ ଏହାର ଉଚିତ୍ ସମ୍ମାନ ପାଉଛି”
“ଅଲମ୍ପିକ ମଞ୍ଚ ଲକ୍ଷ୍ୟ ଯୋଜନାରେ ପ୍ରାୟ ୫୦୦ ସମ୍ଭାବ୍ୟ ଅଲମ୍ପିକ ଖେଳାଳୀଙ୍କୁ ପ୍ରସ୍ତୁତ କରାଯାଉଛି”
“ସ୍ଥାନୀୟ ସ୍ତରରେ ଜାତୀୟସ୍ତରୀୟ ସୁବିଧା ସୁଯୋଗ ଦେବା ପାଇଁ ଉଦ୍ୟମ କରାଯାଉଛି”
“ଯୋଗ ଦ୍ୱାରା ଆପଣଙ୍କ ଶରୀର ସୁସ୍ଥ ରହିବା ସହ ମନ ମଧ୍ୟ ଜାଗ୍ରତ ହେବ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାଂସଦ ମହାକୁମ୍ଭ ୨୦୨୨-୨୩ର ଦ୍ୱିତୀୟ ପର୍ଯ୍ୟାୟକୁ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଆଜି (୧୮.୦୧.୨୦୨୩) ଉଦ୍‌ଘାଟନ କରିଛନ୍ତି । ବସ୍ତିର ଲୋକସଭା ସଦସ୍ୟ ଶ୍ରୀ ହରିଶ ଦ୍ୱିବେଦୀ ୨୦୨୧ ମସିହାଠାରୁ ବସ୍ତି ଜିଲ୍ଲାରେ ସାଂସଦ ଖେଳ ମହାକୁମ୍ଭର ଆୟୋଜନ କରିଆସୁଛନ୍ତି । ଖେଳ ମହାକୁମ୍ଭ ଉଭୟ ଇନ୍‌ଡୋର ଓ ଆଉଟଡୋର କ୍ରୀଡାର ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରିଥାଏ । ସେଗୁଡିକ ମଧ୍ୟରେ କୁସ୍ତି, କବାଡି, ଖୋ ଖୋ, ବାସ୍କେଟବଲ, ଫୁଟବଲ, ହକି, ଭଲିବଲ, ହ୍ୟାଣ୍ଡବଲ, ଚେସ୍‌, କ୍ୟାରୋମ, ବ୍ୟାଡମିଣ୍ଟନ, ଟେବୁଲ ଟେନିସ ଇତ୍ୟାଦି ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ଖେଳ ମହାକୁମ୍ଭରେ ପ୍ରବନ୍ଧ ଲିଖନ, ଚିତ୍ରକଳା, ରଙ୍ଗୋଲୀ ଅଙ୍କନ ଇତ୍ୟାଦି ମଧ୍ୟ ଆୟୋଜିତ ହୋଇଥାଏ। 

 

ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବସ୍ତି ହେଉଛି ମହର୍ଷି ବଶିଷ୍ଠଙ୍କ ପବିତ୍ର ଭୂମି ଓ ଏହା ଶ୍ରମ, ଧ୍ୟାନ, ସନ୍ୟାସବ୍ରତ ଓ ଆତ୍ମତ୍ୟାଗ ଦ୍ୱାରା ଗଠିତ ହୋଇଛି । ଧ୍ୟାନ ଓ ସାଧନା ସହ ସାମଞ୍ଜସ୍ୟ ଥିବା ସଫଳ କ୍ରୀଡାବିତ୍‌ମାନେ ନିଜର ଲକ୍ଷ୍ୟପଥ ସାଧନରେ ବ୍ରତୀ ହୋଇ ସେମାନଙ୍କ ରାସ୍ତାରେ ଆସୁଥିବା ସକଳ ବାଧାବିଘ୍ନ ଅତିକ୍ରମ କରିଥାନ୍ତି ବୋଲି ସେ କହିଥିଲେ । 

ଖେଳ ମହାକୁମ୍ଭ ଯେଉଁ ଆକାରରେ ଆୟୋଜିତ ହେଉଛି ତା’ର ପ୍ରଶଂସା କରି ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମ ଅଧୀନରେ ଭାରତୀୟ ପାରମ୍ପରିକ କ୍ରୀଡା ମଧ୍ୟ ବିକଶିତ ହେବ ବୋଲି ଆଶା ପ୍ରକାଶ କରିଥିଲେ । ସେ କହିଥିଲେ ଯେ ପ୍ରାୟ ଦୁଇଶହ ସାଂସଦ ସେମାନଙ୍କ ନିର୍ବାଚନ ମଣ୍ଡଳୀରେ ଖେଳ ମହାକୁମ୍ଭ ଭଳି କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି । କାଶୀର ସଂସଦ ସଦସ୍ୟ ଭାବେ ବାରଣାସୀରେ ମଧ୍ୟ ଏ ପ୍ରକାର କାର୍ଯ୍ୟକ୍ରମ ସେ ଆୟୋଜନ କରୁଛନ୍ତି । “ଏଭଳି କାର୍ଯ୍ୟକ୍ରମ ମାନ ଆୟୋଜନ କରି ସାଂସଦମାନେ ନୂତନ ପିଢିର ଭବିଷ୍ୟତକୁ ମାର୍ଜିତ କରୁଛନ୍ତି ବୋଲି ସେ କହିଥିଲେ ।”

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ସବୁ ଖେଳ ଦ୍ୱାରା ଉତ୍ତମ ପ୍ରଦର୍ଶନ କରୁଥିବା କ୍ରୀଡାବିତ୍‌ମାନଙ୍କୁ ଭାରତ କ୍ରୀଡା କର୍ତ୍ତୃପକ୍ଷ ଅଧିକ ତାଲିମ ପ୍ରଦାନ କରୁଛନ୍ତି । ଚଳିତ ଖେଳ ମହାକୁମ୍ଭରେ ଗତବର୍ଷ ତୁଳନାରେ ତିନିଗୁଣ ଅଧିକ ପ୍ରାୟ ୪୦ହଜାର କ୍ରୀଡାବିତ୍ ଏଥିରେ ଅଂଶଗ୍ରହଣ କରୁଛନ୍ତି । 

ଆୟୋଜିତ ଖୋ ଖୋ ଖେଳ ଦେଖି ପ୍ରଧାନମନ୍ତ୍ରୀ ଆମର ଝିଅମାନେ ଯେପରି ବିରାଟ କୌଶଳ, ନିପୁଣତା ଓ ଦଳଗତ ଭାବନା ନେଇ ଖେଳୁଛନ୍ତି ତା’ର ପ୍ରଶଂସା କରିଥିଲେ । ଖେଳରେ ସଂଶ୍ଳିଷ୍ଟ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇବା ସହ ସେମାନେ ନିଜର ଶ୍ରେଷ୍ଠ କ୍ରୀଡା ନୈପୁଣ୍ୟ ପ୍ରଦର୍ଶନ କରିବା ନେଇ କାମନା କରିଥିଲେ । 

ସଂସଦ ଖେଳ ମହାକୁମ୍ଭ ଉପରେ ଝିଅମାନଙ୍କ ଅଂଶଗ୍ରହଣ ଉପରେ ଆଲୋକାପାତ କରି ପ୍ରଧାନମନ୍ତ୍ରୀ ଆମର ବସ୍ତି, ପୂର୍ବାଂଚଳ, ଉତ୍ତରପ୍ରଦେଶ ଓ ସମଗ୍ର ଭାରତବର୍ଷରେ ଆମର କନ୍ୟା ମାନେ ବୈଶ୍ୱିକ ସ୍ତରରେ ସେମାନଙ୍କ କୌଶଳ ଓ ମେଧା ପ୍ରଦର୍ଶନ କରିବେ ବୋଲି ବିଶ୍ୱାସ ପ୍ରକଟ କରିଥିଲେ । ୧୯ବର୍ଷରୁ କମ୍ ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଦଳର ଅଧିନାୟିକା ଶେଫାଳି ବର୍ମା ଲଗାତାର ପାଂଚଟି ଚୌକା ଓ ଶେଷ ବଲରେ ଛକା ଲଗାଇ ଯେପରି ୨୬ରନ ଗୋଟିଏ ଓଭରରୁ ସଂଗ୍ରହ କଲେ ତା’ର ଉଦାହରଣ ଦେଇଥିଲେ । ଏପରି ମେଧାବୀ ଦେଶର କୋଣ ଅନୁକୋଣରେ ରହିଛନ୍ତି ଓ ସଂସଦ ଖେଳ ମହାକୁମ୍ଭ ସେମାନଙ୍କୁ ଅନ୍ୱେଷଣ କରି ଉନ୍ନତ କ୍ରୀଡାବିତ୍ ସୃଷ୍ଟିରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ କହିଥିଲେ । 

 

ପ୍ରଧାନମନ୍ତ୍ରୀ ସେତେବେଳେ, ଯେତେବେଳେ କ୍ରୀଡା ପାଠ୍ୟକ୍ରମ ବର୍ହିଭୂତ ବିଷୟଭାବେ ପରିଗଣିତ ହେଉଥିଲା ଓ କେବଳ ଏକ ସଉକ ଓ କାର୍ଯ୍ୟକଳାପ ଭାବେ ଦେଖାଯାଉଥିଲା ତାର ସ୍ମୃତିଚାରଣ କରିବା ସହ ସେଭଳି ମାନସିକତା ଦେଶର ଘୋର କ୍ଷତି କରିଛି ବୋଲି କହିଥିଲେ । ଏହା ଫଳରେ ଅନେକ ମେଧାବୀ କ୍ରୀଡାବିତ୍ ସେମାନଙ୍କ ସାମର୍ଥ୍ୟ ପ୍ରଦର୍ଶନରେ ବିଫଳ ହେଲେ । ଗତ ଆଠରୁ ନଅ ବର୍ଷ ମଧ୍ୟରେ ଏହି ତ୍ରୁଟି ବିଚୂତି ଦୂର କରି ଆଗକୁ ବଢିବା ପାଇଁ ଅନେକ ପଦକ୍ଷେପ ନେଇ କ୍ରୀଡା ପାଇଁ ଏକ ଉନ୍ନତ ବାତାବରଣ ସୃଷ୍ଟି ହୋଇଛି । ଏହା ଫଳରେ ଅନେକ ଯୁବକ ଯୁବତୀ କ୍ରୀଡାକୁ ନିଜ ବୃତ୍ତିଭାବେ ବାଛିଛନ୍ତି । ଜନସାଧାରଣଙ୍କ ମଧ୍ୟରେ ମଧ୍ୟ ସୁସ୍ଥ, ଦଳଗତ ଭାବନା ଚାପରୁ ମୁକ୍ତି, ପେଶାଗତ ସଫଳତା ଓ ବ୍ୟକ୍ତିଗତ ବିକାଶ ମନୋଭାବ ବୃଦ୍ଧି ପାଇଛି ।

 ଖେଳକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଚିନ୍ତାଧାରା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଦେଶର କ୍ରୀଡା କ୍ଷେତ୍ରରେ ସଫଳତା ଏହି ପରିବର୍ତ୍ତନର ପ୍ରମାଣ ବୋଲି କହିଥିଲେ । ଅଲିମ୍ପିକ୍ସ ଓ ପାରା ଅଲିମ୍ପିକ୍ସରେ ଦେଶର ଐତିହାସିକ କ୍ରୀଡା ନୈପୁଣ୍ୟର ଉଦାହରଣ ଦେଇ ବିଭିନ୍ନ କ୍ରୀଡା କ୍ଷେତ୍ରରେ ଭାରତର ଦକ୍ଷତା ଏକ ଆଲୋଚ୍ୟ ବିଷୟ ହୋଇଛି ବୋଲି ସେ କହିଥିଲେ । 

ଖେଳ ସମାଜରେ ତା’ର ଉଚିତ୍ ସମ୍ମାନ ପାଉଛି ବୋଲି ସେ କହିଥିଲେ । ଏଥିପାଇଁ ଅଲମ୍ପିକ୍ସ, ପାରା ଅଲମ୍ପିକ୍ସ ଓ ଅନ୍ୟାନ୍ୟ ପ୍ରତିଯୋଗିତାରେ ଅଭୂତପୂର୍ବ ସଫଳତା ମିଳିପାରିଛି ।

 “ଏହା କେବଳ ଅୟମାରମ୍ଭ ମାତ୍ର, ଆମକୁ ବହୁତ ଆଗକୁ ଯିବାକୁ ହେବ ବୋଲି କହି ପ୍ରଧାନମନ୍ତ୍ରୀ କହିଥିଲେ ଯେ “ କ୍ରୀଡା ହେଉଛି କୌଶଳ ଓ ଚରିତ୍ର, ଏହା ମେଧା ଓ ସଂକଳ୍ପ ।” କ୍ରୀଡାର ବିକାଶରେ ତାଲିମର ଗୁରୁତ୍ୱ ଉପରେ ଆଲୋକପାତ କରି ସେ ଖେଳାଳୀମାନଙ୍କର ତାଲିମ ପରୀକ୍ଷା ପାଇଁ ପ୍ରତିଯୋଗିତାମାନ ଆୟୋଜନ କରିବାକୁ ପ୍ରସ୍ତାବ ଦେଇଥିଲେ । ବିଭିନ୍ନ ସ୍ତର ଓ ଅଞ୍ଚଳ ଭିତ୍ତିରେ କ୍ରୀଡା ପ୍ରତିଯୋଗିତା ଯୋଗୁଁ ଖେଳାଳୀମାନେ ନିଜ ସାମର୍ଥ୍ୟ ନେଇ ଅବଗତ ହେବା ସହ ସେମାନଙ୍କ କୌଶଳ ବିକାଶ କରିପାରିବେ ଓ ପ୍ରଶିକ୍ଷକମାନେ ମଧ୍ୟ ତ୍ରୁଟି ବିଚ୍ୟୁତି ଅନୁଧ୍ୟାନ କରି ଏହାକୁ ସୁଧାରି ପାରିବେ । ଯୁବ, ବିଶ୍ୱବିଦ୍ୟାଳୟ ଓ ଶୀତକାଳୀନ କ୍ରୀଡା ପ୍ରତିଯୋଗିତା କ୍ରୀଡାବିତମାନଙ୍କୁ ନିଜ ସାମର୍ଥ୍ୟ ବିକାଶରେ ମଧ୍ୟ ଯଥେଷ୍ଟ ସାହାଯ୍ୟ କରିବ । ମାସିକ ୫୦ହଜାର ଟଙ୍କାର ଆର୍ଥିକ ସହାୟତା ଖେଲୋ ଇଣ୍ଡିଆ ଜରିଆରେ ୨୫୦୦ କ୍ରୀଡାବିତଙ୍କୁ ପ୍ରଦାନ କରାଯାଉଛି । ଅଲିମ୍ପିକ୍ସ ମଂଚ ଲକ୍ଷ୍ୟ ଯୋଜନା (ଟିଓପିଏସ୍‌) ମାଧ୍ୟମରେ ୫୦୦ ସମ୍ଭାବ୍ୟ ଖେଳାଳୀଙ୍କୁ ମଧ୍ୟ ପ୍ରସ୍ତୁତ କରାଯାଉଛି । ଆର୍ନ୍ତଜାତିକ ସ୍ତରରେ ତାଲିମକୁ ଦୃଷ୍ଟିରେ ରଖି କେତେକ ଖେଳାଳି ୨.୫ରୁ ୭କୋଟି ଟଙ୍କା ପର୍ଯ୍ୟନ୍ତ ସହାୟତା ପାଇଛନ୍ତି । 

 

କ୍ରୀଡା କ୍ଷେତ୍ରରେ ଥିବା ଆହ୍ୱାନଗୁଡିକର ମୁକାବିଲା ନିମନ୍ତେ କେନ୍ଦ୍ର ସରକାରଙ୍କ ଭୂମିକା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ପର୍ଯ୍ୟାପ୍ତ ସମ୍ବଳ ସୁନିଶ୍ଚିତ କରିବାଠାରୁ ଆରମ୍ଭ କରି ତାଲିମ, ପ୍ରଯୁକ୍ତିଜ୍ଞାନ, ଆନ୍ତର୍ଜାତିକ ସ୍ତରରେ ଅବତୀର୍ଣ୍ଣ ହେବା ଓ ଖେଳାଳୀ ମନୋନୟନରେ ସ୍ୱଚ୍ଛତା ରକ୍ଷା ଇତ୍ୟାଦି କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । 

କ୍ରୀଡା ଭିତ୍ତିଭୂମି ଉପରେ ଦୃଷ୍ଟିପାତ କରି ସେ କହିଥିଲେ ବସ୍ତି ଓ ଅନ୍ୟାନ୍ୟ ଜିଲ୍ଲାରେ ଷ୍ଟାଡିୟମମାନ ନିର୍ମାଣ କରାଯିବା ସହ ପ୍ରଶିକ୍ଷକମାଙ୍କ ବନ୍ଦୋବସ୍ତ ମଧ୍ୟ କରାଯାଇଛି । ଦେଶରେ ଏକ ହଜାରରୁ ଅଧିକ ଖେଲୋ ଇଣ୍ଡିଆ ଜିଲ୍ଲା କେନ୍ଦ୍ରମାନ ସ୍ଥାପନ କରାଯିବା ସହ ସେଥିରୁ ୭୫୦ଟି କାର୍ଯ୍ୟ ଶେଷ ହେଲାଣି । ଖେଳାଳୀମାନେ ଯେପରି ତାଲିମ ନେଇ କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ଦେଶର ସମସ୍ତ ଖେଳ ପଡିଆର ଜିଓ-ଟ୍ୟାଗିଂ କରାଯାଇଛି । ଉତ୍ତର-ପୂର୍ବାଞ୍ଚଳର ଯୁବାଗୋଷ୍ଠୀ ନିମନ୍ତେ ମଣିପୁରରେ ସରକାର ଏକ କ୍ରୀଡା ବିଶ୍ୱବିଦ୍ୟାଳୟ ନିର୍ମାଣ କରିଥିବାବେଳେ, ଆଉ ଗୋଟିଏ ସେହିପରି ପ୍ରତିଷ୍ଠାନ ଉତ୍ତର ପ୍ରଦେଶର ମିରଟରେ ତିଆରି ହେଉଛି । ରାଜ୍ୟ ସରକାରଙ୍କ ଉଦ୍ୟମ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ କ୍ରୀଡାର ପ୍ରସାର ନିମନ୍ତେ ଉତ୍ତରପ୍ରଦେଶର ଅନେକ ଜିଲ୍ଳାରେ ଛାତ୍ରାବାସ ମାନ ନିର୍ମାଣ କରାଯାଇଛି । “ସ୍ଥାନୀୟ ସ୍ତରରେ ଜାତୀୟ ସ୍ତରୀୟ ସୁବିଧା ପ୍ରଦାନ ନିମନ୍ତେ ମଧ୍ୟ ଉଦ୍ୟମ ହେଉଛି ବୋଲି ସେ କହିଥିଲେ ।

 

ଫିଟ୍ ଇଣ୍ଡିଆ ମୁଭମେଣ୍ଟ ଉପରେ ଆଲୋକପାତ କରି ସେ କହିଥିଲେ ଯେ ଫିଟ୍‌ନେସର ଗୁରୁତ୍ୱ ଉପରେ ପ୍ରତ୍ୟେକ ଖେଳାଳି ଅବଗତ ଅଛନ୍ତି । ସେମାନଙ୍କ ଜୀବନରେ ଯୋଗକୁ ସାମିଲ କରିବା ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଯୋଗ ଦ୍ୱାରା ଆପଣମାନଙ୍କ ଶରୀର ସୁସ୍ଥ ରହିବା ସହ ମନ ମଧ୍ୟ ଜାଗ୍ରତ ହେବ । ଆପଣମାନେ ମଧ୍ୟ ଏହାର ଉପକାର ନିଜ ଖେଳରେ ପାଇପାରିବେ ।” ୨୦୨୩ ଆନ୍ତର୍ଜାତିକ ମିଲେଟ ବର୍ଷ ଭାବେ ଘୋଷିତ ହୋଇଥିବାରୁ ମିଲେଟ ବା ବଗଡା ଶସ୍ୟ ଖେଳାଳୀମାନଙ୍କ ପୌଷ୍ଟିକତା ବୃଦ୍ଧିରେ ବେଶ୍ ସହାୟକ ହେବ । ଯୁବାଗୋଷ୍ଠୀ କ୍ରୀଡାରୁ ଶିକ୍ଷା ଲାଭ କରି ଦେଶକୁ ଶକ୍ତି ଦେବେ ବୋଲି କହି ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟ ସମାପନ କରିଥିଲେ । 

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟ ନାଥ ଓ ସଂସଦ ସଦସ୍ୟ ଶ୍ରୀ ହରିଶ ଦ୍ୱିବେଦୀ ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ଖେଳ ମହାକୁମ୍ଭର ପ୍ରଥମ ପର୍ଯ୍ୟାୟ ୧୦ରୁ ୧୬ଡିସେମ୍ବର, ୨୦୨୨ ମଧ୍ୟରେ ଆୟୋଜିତ ହୋଇଥିବାବେଳେ ଏହାର ଦ୍ୱିତୀୟ ପର୍ଯ୍ୟୟ ଜାନୁୟାରୀ ୧୮ରୁ ୨୮, ୨୦୨୩ ମଧ୍ୟରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । 

ଉଭୟ ଇନ୍‌ଡୋର ଓ ଆଉଟଡୋରରେ ଖେଳ ମହାକୁମ୍ଭରେ ବିଭିନ୍ନ ପ୍ରତିଯୋଗିତାମାନ ଆୟୋଜିତ ହୋଇଥାଏ। ସେଗୁଡିକ ମଧ୍ୟରେ କୁସ୍ତି, କବାଡି, ଖୋ ଖୋ, ବାସ୍କେଟବଲ, ଫୁଟବଲ, ହକି, ଭଲିବଲ, ହ୍ୟାଣ୍ଡବଲ, ଚେସ୍‌, କ୍ୟାରୋମ, ବ୍ୟାଡମିଣ୍ଟନ, ଟେବୁଲ ଟେନିସ ଇତ୍ୟାଦି ଅନ୍ତର୍ଭୁକ୍ତ । ଏହାକୁ ଛାଡି ପ୍ରବନ୍ଧ ପ୍ରତିଯୋଗିତା, ଚିତ୍ରକଳା, ରଙ୍ଗୋଲି, ଲେଖା ଇତ୍ୟାଦି ମଧ୍ୟ ଖେଳ ମହାକୁମ୍ଭ କାଳରେ ଆୟୋଜିତ ହୋଇଥାଏ । 

 

ବସ୍ତି ଜିଲ୍ଲା ଓ ଆଖପାଖ ଅଞ୍ଚଳରେ ଖେଳାଳୀମାନେ ନିଜର କ୍ରୀଡା ନୈପୁଣ୍ୟ ପ୍ରଦର୍ଶନ ପାଇଁ ଖେଳ ମହାକୁମ୍ଭ ଏକ ଅଭିନବ ସୁଯୋଗ ପ୍ରଦାନ କରିଥାଏ । ଏହା ମଧ୍ୟ ସେମାନଙ୍କୁ ଶୃଙ୍ଖଳାଗତ ଉତ୍ସାହ, ଦଳଗତ କାର୍ଯ୍ୟ, ସୁସ୍ଥ ପ୍ରତିଯୋଗିତା, ଆତ୍ମବିଶ୍ୱାସ ଓ ସେ ଅଞ୍ଚଳର ଯୁବା ଗୋଷ୍ଠୀ ମଧ୍ୟରେ ଜାତୀୟ ଚେତନା ଚିନ୍ତାଧାରା ଉଦ୍ରେକ କରିଥାଏ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Move from endless war to end of war': PM Modi to Russian President Putin

Media Coverage

Move from endless war to end of war': PM Modi to Russian President Putin
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates the nation on achieving 7.8% GDP growth; highlights surging economic confidence
September 01, 2026

Prime Minister Shri Narendra Modi today congratulated the nation on achieving a Gross Domestic Product (GDP) growth rate of 7.8% in the first quarter of the financial year. Sharing a video message, the Prime Minister highlighted the strong economic numbers, emphasizing that these figures reflect a surging economic confidence.

In a post on X, the Prime Minister shared:

"7.8% growth.

Strong numbers.

Even stronger confidence."