‘‘ଆମ ଯୁବ ପିଢ଼ିଙ୍କ ‘କରି ପାରିବା’ ଭାବନା ସମସ୍ତଙ୍କୁ ଅନୁପ୍ରାଣିତ କରୁଛି’’
‘‘ଅମୃତ କାଳରେ ଦେଶକୁ ଆଗକୁ ନେବା ପାଇଁ ଆମେ ଆମ କର୍ତ୍ତବ୍ୟକୁ ଜାଣିବା ଓ ଗୁରୁତ୍ୱ ଦେବା ଆବଶ୍ୟକ’’
‘‘ଯୁବ ଶକ୍ତି ଭାରତର ଯାତ୍ରାକୁ ଆଗେଇ ନେଉଛନ୍ତି। ଆସନ୍ତା ୨୫ ବର୍ଷ ରାଷ୍ଟ୍ର ନିର୍ମାଣ ପାଇଁ ଗୁରୁତ୍ୱପୂର୍ଣ୍ଣ’’
‘‘ଯୁବ ହେବାର ଅର୍ଥ ହେଉଛି ଆମେ ଆମ ପ୍ରୟାସରେ ସକ୍ରିୟ ହେବା ଆବଶ୍ୟକ। ଯୁବ ହେବାର ଅର୍ଥ ହେଉଛି ଆମର ଦୃଷ୍ଟିକୋଣ ବ୍ୟାପକ ହେବା ଉଚିତ। ଯୁବ ହେବାର ଅର୍ଥ ହେଉଛି ଆମେ ବ୍ୟବହାରିକ ହେବା ଉଚିତ୍‌।’’
‘‘ବିଶ୍ଵ ସ୍ତରରେ ଏବେ ଏକ ସ୍ୱର ଗୁଞ୍ଜରିତ ହେଉଛି ଯେ ଏହା ହେଉଛି ଭାରତର ଶତାବ୍ଦୀ। ଏହା ଆପଣମାନଙ୍କ ଶତାବ୍ଦୀ, ଭାରତର ଯୁବପିଢ଼ିଙ୍କ ଶତାବ୍ଦୀ’’
‘‘ଯୁବପିଢ଼ିଙ୍କ ଆକାଂକ୍ଷା ପୂରଣ କରିବା ଲାଗି ଆମେ ସକାରାତ୍ମକ ଅବରୋଧ ଆଣିବା ଏବଂ ଆଧୁନିକ ରାଷ୍ଟ୍ର ଠାରୁ ଆଗକୁ ବଢ଼ିବା ଜରୁରି’’
‘‘ସ୍ୱାମୀ ବିବେକାନନ୍ଦଙ୍କର ଦୁଇଟି ବାର୍ତ୍ତା – ‘ସଂଗଠନ ଏବଂ ଉଦ୍ଭାବନ’ ପ୍ରତ୍ୟେକ ଯୁବକଙ୍କ ଜୀବନର ଅଂଶବିଶେଷ ହେବା ଆବଶ୍ୟକ’’
‘‘ଆଜି ଦେଶର ଲକ୍ଷ୍ୟ ହେଉଛି – ବିକଶିତ ଭାରତ, ସଶକ୍ତ ଭାରତ’’

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ହୁବ୍ବଲି ଠାରେ ୨୬ତମ ଜାତୀୟ ଯୁବ ମହୋତ୍ସବକୁ ଉଦଘାଟନ କରିଛନ୍ତି । ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଉପଲକ୍ଷେ ଆୟୋଜିତ ହେଉଥିବା ଜାତୀୟ ଯୁବ ଦିବସ ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ସ୍ୱାମୀ ବିବେକାନନ୍ଦଙ୍କ ବିଚାର, ଆଦର୍ଶ, ଶିକ୍ଷା ଓ ଯୋଗଦାନକୁ ସମ୍ମାନ ଜଣାଇବା କାର୍ଯ୍ୟକ୍ରମ ଆୟୋଜନର ଉଦ୍ଦେଶ୍ୟ। ଚଳିତ ବର୍ଷ ଜାତୀୟ ଯୁବ ମହୋତ୍ସବର ବିଷୟବସ୍ତୁ ରହିଛି – ‘ବିକଶିତ ଯୁବା-ବିକଶିତ ଭାରତ’। ମହୋତ୍ସବରେ ଦେଶର ସବୁ ପ୍ରାନ୍ତରୁ ବିବିଧ ସଂସ୍କୃତିକୁ ଗୋଟିଏ ମଞ୍ଚରେ ଏକତ୍ରିତ କରିବା ଲାଗି ପ୍ରୟାସ କରାଯାଇଛି। ଏଥିରେ ଯୋଗ ଦେଇଥିବା ଯୁବ ପ୍ରତିଯୋଗୀମାନେ ଏକ ଭାରତ, ଶ୍ରେଷ୍ଠ ଭାରତ ଭାବନା ନେଇ ଏକତ୍ରିତ ହୋଇଛନ୍ତି ।

ସମାବେଶକୁ ସମ୍ବୋଧିତ କରି, ପ୍ରଧାନମନ୍ତ୍ରୀ କହିଥିଲେ ଯେ, କର୍ଣ୍ଣାଟକର ହୁବ୍ବଲି ଅଞ୍ଚଳ ଏହାର ସଂସ୍କୃତି, ପରମ୍ପରା ଏବଂ ଜ୍ଞାନ ପାଇଁ ପରିଚିତ। ଏ ମାଟିର ଅନେକ ମହାନ ବ୍ୟକ୍ତିତ୍ୱଙ୍କୁ ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ କରାଯାଇଛି । ସେ କହିଥିଲେ ଯେ ଏହି ଅଞ୍ଚଳରେ ପଣ୍ଡିତ କୁମାର ଗନ୍ଧର୍ବ, ପଣ୍ଡିତ ବସଭରାଜ ରାଜଗୁରୁ, ପଣ୍ଡିତ ମଲ୍ଲିକାର୍ଜ୍ଜୁନ ମନସୁର, ଭାରତ ରତ୍ନ ଶ୍ରୀ ଭୀମସେନ ଯୋଶୀ ଏବଂ ପଣ୍ଡିତା ଗଙ୍ଗୁବାଇ ହଙ୍ଗଲଙ୍କ ଭଳି ମହାନ ସଙ୍ଗୀତଜ୍ଞମାନେ ଜନ୍ମ ନେଇଥିଲେ। ପ୍ରଧାନମନ୍ତ୍ରୀ ଏହି ମହାନ ବ୍ୟକ୍ତିତ୍ୱମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ୨୦୨୩ର ଜାତୀୟ ଯୁବ ଦିବସ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ସେ କହିଥିଲେ ଯେ ଗୋଟିଏ ପଟେ ଆମେ ଭବ୍ୟ ଜାତୀୟ ଯୁବ ମହୋତ୍ସବ ଆୟୋଜନ କରୁଛୁ ଏବଂ ଅନ୍ୟପଟେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଛୁ । ସ୍ୱାମୀ ବିବେକାନନ୍ଦଙ୍କ ବାଣୀ ‘‘ଉଠ, ଜାଗ୍ରତ ହୁଅ ଏବଂ ଲକ୍ଷ୍ୟ ହାସଲ ନହେବା ପର୍ଯ୍ୟନ୍ତ ଅଟକି ଯାଅ ନାହିଁ’’ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହା ହେଉଛି ଭାରତୀୟ ଯୁବପିଢ଼ିଙ୍କ ଜୀବନର ମନ୍ତ୍ର। ସେ କହିଥିଲେ ଯେ, ଅମୃତ କାଳରେ  ଆମେ ଆମ କର୍ତ୍ତବ୍ୟକୁ ବୁଝିବା ସହିତ ଏହା ଉପରେ ଗୁରୁତ୍ୱ ଦେଇ ଦେଶକୁ ଆଗକୁ ବଢ଼ାଇବା ଆବଶ୍ୟକ। ଏହି ପ୍ରୟାସରେ ଭାରତର ଯୁବକମାନେ ସ୍ୱାମୀ ବିବେକାନନ୍ଦଙ୍କ ବିଚାରରୁ ପ୍ରେରଣା ଲାଭ କରିବା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ‘‘ମୁଁ ଏହି ବିଶେଷ ଅବସରରେ ସ୍ୱାମୀ ବିବେକାନନ୍ଦଙ୍କ ଚରଣରେ ନତମସ୍ତକ ହେଉଛି,’’ ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଥିଲେ। ନିକଟରେ ପରଲୋକ ଗମନ କରିଥିବା ଶ୍ରୀ ସିଦ୍ଧେଶ୍ଵର ସ୍ୱାମୀଙ୍କ ପ୍ରତି ମଧ୍ୟ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

କର୍ଣ୍ଣାଟକ ମାଟି ସହିତ ସ୍ୱାମୀ ବିବେକାନନ୍ଦଙ୍କ ସମ୍ପର୍କ ବିଷୟରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ସ୍ୱାମୀଜୀ ଅନେକ ଥର କର୍ଣ୍ଣାଟକ ଆସିଥିଲେ ଏବଂ ତାଙ୍କର ଶିକାଗୋ ଗସ୍ତ ପାଇଁ ସହାୟତା ଯୋଗାଇ ଦେଇଥିବା ଲୋକମାନଙ୍କ ମଧ୍ୟରେ ମହୀଶୂର ମହାରାଜା ପ୍ରମୁଖ ଥିଲେ। ‘‘ସ୍ୱାମୀଜୀଙ୍କ ଭାରତ ଭ୍ରମଣ ରାଷ୍ଟ୍ରୀୟ ଏକତାର ଚେତନା ଜାଗ୍ରତ କରିବା ଲାଗି ଉଦ୍ଦିଷ୍ଟ ଥିଲା ଏବଂ ଏହା ଏକ ଭାରତ, ଶ୍ରେଷ୍ଠ ଭାରତ ଭାବନାର ଶାଶ୍ଵତ ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ସ୍ୱାମୀ ବିବେକାନନ୍ଦଙ୍କ ଉକ୍ତିକୁ ଉଦ୍ଧାର କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ‘‘ଆମ ପାଖରେ ଯୁବ ଶକ୍ତିର ସାମର୍ଥ୍ୟ ରହିଲେ ଭବିଷ୍ୟତ ଏବଂ ରାଷ୍ଟ୍ରର ବିକାଶ ସହଜ ହୋଇଥାଏ।’’ ଏହି ପରିପ୍ରେକ୍ଷୀରେ ସେ କହିଥିଲେ ଯେ  କର୍ଣ୍ଣାଟକର ମାଟି ଆମକୁ ଅନେକ ମହାପୁରୁଷଙ୍କୁ ଭେଟି ଦେଇଛି ଯେଉଁମାନେ ରାଷ୍ଟ୍ରପତି ନିଜ କର୍ତ୍ତବ୍ୟକୁ ସବୁଠୁ ଅଧିକ ମହତ୍ୱ ଦେଇଥିଲେ ଏବଂ ଖୁବ କମ ବୟସରେ ଅସାଧାରଣ ଉପଲବ୍ଧି ହାସଲ କରିଥିଲେ। ପ୍ରଧାନମନ୍ତ୍ରୀ ଚିତ୍ତୁରର ମହାରାଣୀ ଚିନ୍ନମ୍ମା ଏବଂ ସାଙ୍ଗୋଲିର ରାୟନ୍ନଙ୍କ ଉଦାହରଣ ଦେଇଥିଲେ ଯେଉଁମାନଙ୍କର ସାହସ ବ୍ରିଟିଶ ସାମ୍ରାଜ୍ୟର ସଂକଳ୍ପକୁ ଭାଙ୍ଗି ଦେଇଥିଲା। ନାରାୟଣ ମହାଦେବ ଦୋନିଙ୍କ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯିଏକି ମାତ୍ର ୧୪ ବର୍ଷ ବୟସରେ ଦେଶ ପାଇଁ ନିଜର ପ୍ରାଣବଳୀ ଦେଇଥିଲେ। ସେ ମଧ୍ୟ ଲାନ୍ସ ନାୟକ ହନୁମାନ୍ତପ୍ପା କୋପ୍ପାଡ଼ଙ୍କ ବିଷୟରେ ଉଲ୍ଲେଖ କରିଥିଲେ, ଯିଏକି ସିଆଚୀନରେ ବିଯୁକ୍ତ ୫୫ ଡିଗ୍ରୀ ସେଲସିୟସ ତାପମାତ୍ରାରେ ମଧ୍ୟ ଜୀବିତ ରହିପାରିଥିଲେ। ଦେଶର ବହୁମୁଖି ଯୁବ ପ୍ରତିଭାଙ୍କ ସମ୍ପର୍କରେ ମତବ୍ୟକ୍ତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତୀୟ ଯୁବକମାନେ ପ୍ରତ୍ୟେକ କ୍ଷେତ୍ରରେ ନୂଆ ନୂଆ ସଫଳତା ହାସଲ କରୁଛନ୍ତି ।

ପ୍ରଧାନମନ୍ତ୍ରୀ ସ୍ମରଣ କରାଇ ଦେଇ କହିଥିଲେ ଯେ ସମୟ ବଦଳିବା ସହିତ ଜାତୀୟ ଲକ୍ଷ୍ୟର ପ୍ରକୃତି ମଧ୍ୟ ବଦଳି ଚାଲିଛି । ସେ ଆହୁରି କହିଥିଲେ ଯେ ଏକବିଂଶ ଶତାବ୍ଦୀର ଏ ସମୟ ଗୁରୁତ୍ୱପୂର୍ଣ୍ଣ କାରଣ ଭାରତ ଏବେ ବିଶାଳ ଯୁବ ଜନସଂଖ୍ୟା ଥିବା ଏକ ଯୁବ ରାଷ୍ଟ୍ର ଭାବେ ଆଗକୁ ବଢ଼ୁଛି । ‘‘ଯୁବ ଶକ୍ତି ଭାରତର ବିକାଶଯାତ୍ରାକୁ ଆଗେଇ ନେଉଛନ୍ତି’’, ପ୍ରଧାନମନ୍ତ୍ରୀ କହିଥିଲେ। ସେ କହିଥିଲେ ଯେ ଆସନ୍ତା ୨୫ ବର୍ଷ ରାଷ୍ଟ୍ର ନିର୍ମାଣ ପାଇଁ ଗୁରୁତ୍ୱପୂର୍ଣ୍ଣ। ଯୁବ ଶକ୍ତିଙ୍କ ସ୍ୱପ୍ନ ଓ ଆକାଂକ୍ଷା ଭାରତର ଦିଗ ଓ ଲକ୍ଷ୍ୟ ନିର୍ଦ୍ଧାରଣ କରିବ। ଯୁବ ଶକ୍ତିଙ୍କ ଉତ୍ସାହ ଭାରତର ମାର୍ଗ ନିର୍ଦ୍ଧାରିତ କରିବ। ଯୁବପିଢ଼ିଙ୍କ ଏହି ସାମର୍ଥ୍ୟକୁ ଉପଯୋଗ କରିବାକୁ ହେଲେ ଆମକୁ ଆମ ବିଚାର, ଆମ ପ୍ରୟାସରେ ଯୁବସୁଲଭ ହେବାକୁ ପଡ଼ିବ!  ଯୁବ ହେବାର ଅର୍ଥ ହେଉଛି ଆମେ ଆମ ପ୍ରୟାସରେ ସକ୍ରିୟ ହେବା ଆବଶ୍ୟକ। ଯୁବ ହେବାର ଅର୍ଥ ହେଉଛି ଆମର ଦୃଷ୍ଟିକୋଣ ବ୍ୟାପକ ହେବା ଉଚିତ। ଯୁବ ହେବାର ଅର୍ଥ ହେଉଛି ଆମେ ବ୍ୟବହାରିକ ହେବା ଉଚିତ୍‌। ଯଦି ବିଶ୍ଵ ଆମ ଆଡ଼କୁ ସମାଧାନ ଆଶାରେ ଚାହିଁ ରହିଛି, ଏହା କେବଳ ଆମ ‘ଅମୃତ’ ପିଢ଼ିର ସମର୍ପଣ କାରଣରୁ ସମ୍ଭବ ହୋଇପାରିଛି ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତ ଆଜି ବିଶ୍ଵର ପଞ୍ଚମ ସର୍ବବୃହତ ଅର୍ଥବ୍ୟବସ୍ଥା ଏବଂ ଶୀର୍ଷ ୩ଟି ଅର୍ଥବ୍ୟବସ୍ଥାରେ ସାମିଲ ହେବା ଆମର ଲକ୍ଷ୍ୟ। କୃଷି ଓ କ୍ରୀଡ଼ା କ୍ଷେତ୍ରରେ ସୃଷ୍ଟି ହେଉଥିବା ସୁଯୋଗ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଏବଂ ଏହି ବିପ୍ଳବ ପାଇଁ ସେ ଦେଶର ଯୁବକମାନଙ୍କୁ ଶ୍ରେୟ ଦେଇଥିଲେ। ଦେଶର ଇତିହାସରେ ସାମ୍ପ୍ରତିକ ମୁହୂର୍ତ୍ତର ଗୁରୁତ୍ୱ ଉପରେ ଜୋର ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଅର୍ଥବ୍ୟବସ୍ଥା, ଶିକ୍ଷା, କ୍ରୀଡ଼ା ଓ ଷ୍ଟାର୍ଟଅପ୍‌ କ୍ଷେତ୍ରରେ ଦୃଢ଼ ମୂଳଦୁଆ ପ୍ରତିଷ୍ଠା ହେଉଛି । ‘‘ଉଡ଼ାଣ ପାଇଁ ମାର୍ଗ ପ୍ରସ୍ତୁତ ହୋଇସାରିଛି! ଆଜି, ଭାରତ ଏବଂ ଏହାର ଯୁବ ପିଢ଼ିଙ୍କୁ ନେଇ ସାରା ବିଶ୍ଵ ଅଧିକ ଆଶାବାଦୀ ହୋଇପଡ଼ିଛି। ଏବଂ ଏହି ଆଶାବାଦ କେବଳ ଆପଣମାନଙ୍କ ପାଇଁ! ଆଜି ସାରା ବିଶ୍ଵରେ ଗୋଟିଏ ସ୍ୱର ଗୁଞ୍ଜରିତ ହେଉଛି ଯେ ଏହା ହେଉଛି ଭାରତର ଶତାବ୍ଦୀ। ଏହା ଆପଣମାନଙ୍କ ଶତାବ୍ଦୀ, ଭାରତର ଯୁବକମାନଙ୍କ ଶତାବ୍ଦୀ! ଏହା ଏକ ଐତିହାସିକ ସମୟ – ଯେତେବେଳେ ଆଶାବାଦ ଏବଂ ସୁଯୋଗ ଏକାଠି ଆମ ପାଖକୁ ଆସିଛି,’’ ପ୍ରଧାନମନ୍ତ୍ରୀ କହିଥିଲେ।

ଦେଶର ସାମର୍ଥ୍ୟକୁ ଜୀବିତ ରଖିବା ଦିଗରେ ମହିଳା ଶକ୍ତିର ଭୂମିକା ଉପରେ ପ୍ରଧାନମନ୍ତ୍ରୀ ଜୋର ଦେଇଥିଲେ। ସେନାବାହିନୀ, ମହାକାଶ ପ୍ରଯୁକ୍ତି, ମହାକାଶ ଓ କ୍ରୀଡ଼ା କ୍ଷେତ୍ରରେ ମହିଳାମାନଙ୍କ ଚମକ ଦେଖିବାକୁ ମିଳୁଥିବା ସେ କହିଥିଲେ।

ଏକ ବିଂଶ ଶତାବ୍ଦୀକୁ ଭାରତର ଶତାବ୍ଦୀରେ ପରିଣତ କରିବାକୁ ହେଲେ ଭବିଷ୍ୟ ଉନ୍ମୁଖି ଚିନ୍ତାଧାରା ଏବଂ ଆଭିମୁଖ୍ୟ ଉପରେ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ। ‘‘ଯୁବପିଢ଼ିଙ୍କ ଆକାଂକ୍ଷା ପୂରଣ କରିବା ଲାଗି ଆମେ ସକାରାତ୍ମକ ଅବରୋଧ ଆଣିବା ଏବଂ ଆଧୁନିକ ରାଷ୍ଟ୍ର ଠାରୁ ଆଗକୁ ବଢ଼ିବା ଜରୁରି’’, ସେ କହିଥିଲେ। ଆଧୁନିକ କ୍ଷେତ୍ର ବିଷୟରେ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ଯେଉଁ ଚାକିରିର ଅସ୍ତିତ୍ୱ ନାହିଁ ହୁଏତ’ ଭବିଷ୍ୟତରେ ତାହା ଆମ ଯୁବକମାନଙ୍କ ପାଇଁ ମୁଖ୍ୟଧାରାର ପେସା ହେବା ଉଚିତ୍‌, ତେଣୁ ଭବିଷ୍ୟତର କୌଶଳ ପାଇଁ ଯୁବପିଢ଼ି ପ୍ରସ୍ତୁତ ରହିବା ଉଚିତ୍‌। ନୂତନ ଶିକ୍ଷା ନୀତି ଜରିଆରେ ଆଗକୁ ଆସିଥିବା ବାସ୍ତବବାଦୀ ଓ ଭବିଷ୍ୟ ଉନ୍ମୁଖି ଶିକ୍ଷା ବ୍ୟବସ୍ଥା ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ।

ଆଜିର ଦ୍ରୁତ ପରିବର୍ତ୍ତନଶୀଳ ଦୁନିଆରେ ସ୍ୱାମୀ ବିବେକାନନ୍ଦଙ୍କ ଦୁଇଟି ବାର୍ତ୍ତା ପ୍ରତ୍ୟେକ ଯୁବକଙ୍କ ଜୀବନର ଅଂଶବିଶେଷ ହେବା ଉଚିତ୍‌ ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ। ସେ କହିଥିଲେ ଯେ, ‘‘ଏହି ଦୁଇଟି ବାର୍ତ୍ତା ହେଉଛି – ସଂଗଠନ ଏବଂ ନବୋନ୍ମେଷ!’’ ପ୍ରଧାନମନ୍ତ୍ରୀ ଆଗକୁ କହିଥିଲେ ଯେ ଆମ ଦଳଗତ ଭାବନା ନେଇ ଆମର ବିଚାର ଓ କାର୍ଯ୍ୟ ପରିଧିକୁ ବିସ୍ତାରିତ କଲେ ଏକ ସଂଗଠନ ସୃଷ୍ଟି ହୋଇଥାଏ। ଦଳଗତ ସଫଳତା ଆକାରରେ ନିଜର ବ୍ୟକ୍ତିଗତ ସଫଳତାକୁ ଆଗକୁ ବଢ଼ାବା ଲାଗି ପ୍ରଧାନମନ୍ତ୍ରୀ ଯୁବପିଢ଼ିଙ୍କୁ ନିବେଦନ କରିଥିଲେ। ‘‘ଏହି ଦଳଗତ ଭାବନା ବିକଶିତ ଭାରତକୁ ‘ଟିମ୍‌ ଇଣ୍ଡିଆ’ ଭାବେ ଆଗେଇ ନେବ’’, ପ୍ରଧାନମନ୍ତ୍ରୀ କହିଥିଲେ।

ସ୍ୱାମୀ ବିବେକାନନ୍ଦଙ୍କ ନବୋନ୍ମେଷ ବିଚାର ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରତ୍ୟେକ କାର୍ଯ୍ୟ ତିନୋଟି ସ୍ତର ଦେଇ ଗତି କରିଥାଏ – ଉପହାସ, ବିରୋଧ ଏବଂ ସ୍ୱୀକୃତି। ଡିଜିଟାଲ ପେମେଣ୍ଟ, ସ୍ୱଚ୍ଛ ଭାରତ ଅଭିଯାନ, ଜନ ଧନ ଯୋଜନା ଏବଂ ସ୍ୱଦେଶୀ ପ୍ରସ୍ତୁତ କୋଭିଡ ଟିକାର ଉଦାହରଣ ଦେଇଥିଲେ ପ୍ରଧାନମନ୍ତ୍ରୀ। ସେ କହିଥିଲେ ଯେ, ପ୍ରଥମେ ଆରମ୍ଭ କରାଯିବା ସମୟରେ ଏସବୁ ଅଭିଯାନକୁ ଉପହାସ କରାଯାଇଥିଲା। ସେ ଆଗକୁ କହିଥିଲେ ଯେ, ଆଜି ଭାରତ ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ବିଶ୍ଵରେ ଅଗ୍ରଣୀ ହୋଇପାରିଛି। ଜନ ଧନ ଆକାଉଣ୍ଟ ଆମ ଅର୍ଥବ୍ୟବସ୍ଥାର ବିଶାଳ ସାମର୍ଥ୍ୟ ହୋଇପାରିଛି। ଟିକା କ୍ଷେତ୍ରରେ ଭାରତର ସଫଳତାକୁ ନେଇ ସାରା ବିଶ୍ଵରେ ଚର୍ଚ୍ଚା ହେଉଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ‘‘ଯଦି ଆପଣଙ୍କ ପାଖରେ କିଛି ନୂଆ ଉପାୟ ରହିଛି, ତା’ହେଲେ ମନେ ରଖନ୍ତୁ ପ୍ରଥମେ ଆପଣଙ୍କୁ ଉପହାସ କରାଯିବ, କିମ୍ବା ବିରୋଧ କରାଯିବ । କିନ୍ତୁ ଯଦି ଆପଣଙ୍କର ନିଜ ଉପାୟ ଉପରେ ସମ୍ପୂର୍ଣ୍ଣ ଭରସା ରହିଛି ତା’ହେଲେ ସେଥିରେ ଦୃଢ଼ ରୁହନ୍ତୁ । ତା’ଉପରେ ବିଶ୍ୱାସ ରଖନ୍ତୁ।’’

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଯୁବକମାନଙ୍କୁ ସାଙ୍ଗରେ ନେଇ ଦେଶରେ ଅନେକ ନୂତନ ପ୍ରୟାସ ଏବଂ ପରୀକ୍ଷଣ ଚାଲିଛି। ପ୍ରତିଯୋଗିତାମୂଳକ ଏବଂ ସହଯୋଗୀ ସଂଘୀୟ ବ୍ୟବସ୍ଥା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶର ବିଭିନ୍ନ ରାଜ୍ୟର ଯୁବକମାନେ ଜାତୀୟ ଯୁବ ମହୋତ୍ସବରେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଉଛନ୍ତି। ଏଥିରେ କିଏ ଜିତିବ କିମ୍ବା ହାରିବ ସେଥିରେ କିଛି ଯାଏ ଆସେ ନାହିଁ। କାରଣ ଶେଷରେ ଭାରତର ହିଁ ବିଜୟ ହେବ। ଏଠାରେ ଯୁବକମାନେ ପରସ୍ପର ସହ ପ୍ରତିଯୋଗିତା କରିବେ ନାହିଁ ବରଂ ପରସ୍ପରକୁ ସହଯୋଗ ମଧ୍ୟ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ପ୍ରତିଯୋଗିତା ଓ ଆପୋସ ସହଯୋଗର ଏହି ଭାବନାକୁ ଆଗକୁ ବଢ଼ାଇ ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ, ଆମର ସଫଳତା ଦେଶର ସଫଳତା ଭାବେ ଗଣାଯାଇଥାଏ। ଆମ ସମସ୍ତଙ୍କ ମନରେ ଏହି ଭାବନା ଜାଗ୍ରତ ହେବା ଆବଶ୍ୟକ।

ଅଭିଭାଷଣ ଶେଷରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ‘‘ଆଜି ଦେଶର ଲକ୍ଷ୍ୟ ହେଉଛି – ବିକଶିତ ଭାରତ, ସଶକ୍ତ ଭାରତ! ବିକଶିତ ଭାରତର ସ୍ୱପ୍ନ ସାକାର ନହେବା ପର୍ଯ୍ୟନ୍ତ ଆମେ ଅଟକି ଯାଇ ପାରିବା ନାହିଁ। ପ୍ରଧାନମନ୍ତ୍ରୀ ବିଶ୍ୱାସ ପ୍ରକଟ କରି କହିଥିଲେ ଯେ ଦେଶର ପ୍ରତ୍ୟେକ ଯୁବକଙ୍କର ନିଜର ଏକ ସ୍ୱପ୍ନ ରହିଛି ଏବଂ ସେମାନେ ଦେଶର ଦାୟିତ୍ୱ ମୁଣ୍ଡାଇବାକୁ ପ୍ରସ୍ତୁତ ଅଛନ୍ତି।’’

କର୍ଣ୍ଣାଟକର ରାଜ୍ୟପାଳ ଶ୍ରୀ ଥୱର ଚନ୍ଦ ଗେହଲତ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଶ୍ରୀ ବସଭରାଜ ବୋମ୍ମାଇ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର, ଶ୍ରୀ ନିଶିଥ ପ୍ରମାଣିକ ଏବଂ କର୍ଣ୍ଣାଟକ ସରକାରଙ୍କ ମନ୍ତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

ଆମ ପ୍ରତିଭାବାନ ଯୁବକମାନଙ୍କୁ ଜାତୀୟ ସ୍ତରରେ ସୁଯୋଗ ଯୋଗାଇବା ସହିତ ସେମାନଙ୍କୁ ରାଷ୍ଟ୍ର ନିର୍ମାଣ ଦିଗରେ ଉତ୍ସାହିତ କରିବା ଲାଗି ପ୍ରତିବର୍ଷ ରାଷ୍ଟ୍ରୀୟ ଯୁବ ମହୋତ୍ସବ ଆୟୋଜନ କରାଯାଇଥାଏ। ଏହା ଦେଶର ବିଭିନ୍ନ ପ୍ରାନ୍ତରୁ ବିଭିନ୍ନ ସଂସ୍କୃତିକୁ ଗୋଟିଏ ପ୍ଲାଟଫର୍ମରେ ଏକାଠି କରିଥାଏ ଏବଂ ଏକ ଭାରତ, ଶ୍ରେଷ୍ଠ ଭାରତର ଭାବନା ନେଇ ଅଂଶଗ୍ରହଣକାରୀମାନଙ୍କୁ ଏକଜୁଟ କରିଥାଏ। ଏହି ମହୋତ୍ସବ କର୍ଣ୍ଣାଟକର ହୁବ୍ବଲି-ଧରୱାଡରେ ୧୨ରୁ ୧୬ ଜାନୁଆରୀ ପର୍ଯ୍ୟନ୍ତ ‘ବିକଶିତ ଯୁବା-ବିକଶିତ ଭାରତ’ ବିଷୟବସ୍ତୁକୁ ନେଇ ଆୟୋଜନ କରାଯାଉଛି।

ମହୋତ୍ସବ ଅବସରରେ ଯୁବ ଶିଖର ସମ୍ମିଳନୀରେ ଜି ୨୦ ଓ ୱାଇ ୨୦ ସହ ଜଡିତ ପାଞ୍ଚଟି ବିଷୟ ଯଥା- କାର୍ଯ୍ୟ, ଉଦ୍ୟୋଗ, ନବୋନ୍ମେଷ ଓ ଏକବିଂଶ ଶତାବ୍ଦୀ କୌଶଳର ଭବିଷ୍ୟତ, ଜଳବାୟୁ ପରିବର୍ତ୍ତନ ଓ ବିପର୍ଯ୍ୟୟ ପ୍ରଶମନ, ଶାନ୍ତି ପ୍ରତିଷ୍ଠା ଓ ସମନ୍ବୟ, ସହଭାଗୀ ଭବିଷ୍ୟତ ଗଣତନ୍ତ୍ର ଓ ପ୍ରଶାସନରେ ଯୁବପିଢି ଓ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ସାମିଲ ରହିଛି । ଏହି ସମ୍ମିଳନୀରେ ୬୦ରୁ ଅଧିକ ପ୍ରତିଷ୍ଠିତ ବିଶେଷଜ୍ଞ ଭାଗ ନେବେ । ବହୁ ପ୍ରତିଯୋଗିତା ଓ ଅଣପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ ଆୟୋଜିତ ହେବ । ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ ମଧ୍ୟରେ ଲୋକନୃତ୍ୟ ଓ ସଂଗୀତ ରହିଛି । ସ୍ଥାନୀୟ ପାରମ୍ପରିକ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହା ଆୟୋଜିତ ହେବ । ଅଣପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମ ମଧ୍ୟରେ ଯୋଗାଥନ ସାମିଲ ରହିଛି । ଯୋଗ କରିବା ପାଇଁ ପ୍ରାୟ ୧୦ ଲକ୍ଷ ଲୋକଙ୍କୁ ଏକାଠି କରିବାକୁ ଲକ୍ଷ୍ୟ ରଖାଯାଇଛି । ଜାତୀୟ ସ୍ତରର କଳାକାରଙ୍କ ଦ୍ୱାରା ଆଠଟି ସ୍ୱଦେଶୀ କ୍ରୀଡା ଓ ସମର କଳା ମଧ୍ୟ ପରିବେଷିତ ହେବ । ଅନ୍ୟ ଆକର୍ଷଣଗୁଡିକ ମଧ୍ୟରେ ରହିଛି ଖାଦ୍ୟ ମହୋତ୍ସବ, ଯୁବ କଳାକାର ଶିବିର, ଦୁଃସାହସିକ କ୍ରୀଡା କାର୍ଯ୍ୟକ୍ରମ, ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଭାବେ ନିଜର ସ୍ଥଳସେନା, ନୌସେନା ଓ ବାୟୁସେନାକୁ ଜାଣିବା ପାଇଁ ଶିବିର ଆୟୋଜନ କରାଯିବ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s AI moment: Sarvam turns unicorn at $1.5 billion valuation

Media Coverage

India’s AI moment: Sarvam turns unicorn at $1.5 billion valuation
NM on the go

Nm on the go

Always be the first to hear from the PM. Get the App Now!
...
Today, the world does not suffer from a shortage of resources; it suffers from a shortage of trust: PM Modi at G7 Summit in Evian, France
June 16, 2026

राष्ट्रपति मैक्रों,
Your Excellencies,

नमस्कार!

G-7 समिट में हमारे गर्मजोशी भरे स्वागत के लिए मैं राष्ट्रपति मैक्रों का हार्दिक आभार व्यक्त करता हूँ।

Friends,

आज का विश्व पहले से कहीं अधिक inter-connected और inter-dependent है। किसी भी देश की ऊर्जा सुरक्षा, खाद्य सुरक्षा, स्वास्थ्य सुरक्षा, साइबर सुरक्षा और आर्थिक समृद्धि केवल उसकी सीमाओं के भीतर तय नहीं होती। Mobility, data, capital, technology, ये सभी हमें आपस में जोड़ते हैं।

ऐसे समय में Partnerships का महत्व स्वाभाविक रूप से बढ़ जाता है। लेकिन साझेदारियाँ तभी सफल होती हैं जब उनके केंद्र में विश्वास हो। आज सबसे महत्वपूर्ण Strategic Asset कोई mineral, technology या market नहीं, बल्कि आपसी विश्वास है।

विश्वास कि टेक्नॉलजी और supply chains को हथियार के रूप में नहीं, global good के लिए इस्तेमाल किया जाएगा। विश्वास कि विकास के अवसर कुछ देशों तक सीमित नहीं रहेंगे। विश्वास कि वैश्विक संस्थान सभी देशों की आकांक्षाओं को पूरा करने में सक्षम होंगे।

Friends,

पिछली सदी में मानवता को दो विश्व युद्धों से गुज़रना पड़ा। अनेक बलिदानों के बाद विश्व समुदाय ने शांति, स्थिरता और समृद्धि की ओर बढ़ने के लिए व्यवस्थाएं विकसित की। इन व्यवस्थाओं का आधार भी trust ही था।

किन्तु अनेक दशकों से, अनेक पीढ़ियों के योगदान से बनाए गए विश्वास को आज चोट पहुँच रही है। कोविड ने हमें आईना दिखाया कि trust और solidarity के दावे कितने खोखले थे।

Today the world does not suffer from a shortage of resources; it suffers from a shortage of trust. And the future of our partnerships depends on building this trust.

अमेरिका के राष्ट्रपति रोनल्ड रेगन ने कहा था: Trust but Verify. यह आज के समय में भी प्रासंगिक है। भावी पीढ़ियों के प्रति हमारा दायित्व है कि हम नए युग के अनुरूप trusted rules based order का निर्माण करें।

Friends,

भारत ने सदैव विश्व को एक परिवार के रूप में देखा है। हमारे सभी प्रयास “सर्वजन हिताय, सर्वजन सुखाय” यानि, welfare and happiness for all के मूल सिद्धांत पर आधारित रहे हैं।

भारत का अनुभव दिखाता है कि विकास सबसे अधिक प्रभावी तब होता है जब वह लोगों की आकांक्षाओं से जुड़ा हो। यही सिद्धांत हमारी अंतरराष्ट्रीय साझेदारियों का भी आधार है। इसी सोच के साथ भारत ने International Solar Alliance, Coalition for Disaster Resilient Infrastructure, ग्लोबल बायोफ्यूल्स एलायंस, Mission LiFE, और “एक पेड़ माँ के नाम” जैसी वैश्विक पहलों को आगे बढ़ाया है।

संकट के समय भारत ने First Responder के रूप में सभी देशों की सहायता करना अपना दायित्व समझा है। कोविड महामारी के दौरान भारत ने डेढ़ सौ से अधिक देशों को दवाइयाँ और vaccines उपलब्ध कराईं।

श्रीलंका में cyclone हो, अफगानिस्तान में भूकंप हो, मोज़ाम्बिक में floods हों, या क्यूबा और जमैका में hurricane, भारत ने सदैव "Humanity First" के सिद्धांत पर कार्य किया है। हमारी विकास साझेदारियाँ भी इसी भावना को प्रतिबिंबित करती हैं। हमारे प्रयास पार्टनर देशों में capacity building और कौशल विकास पर केन्द्रित रहे हैं।

भारत का मानना है: The true test of partnership is not what we build for others, but what we enable others to build for themselves.

Friends,

आज ग्लोबल साउथ की विश्व समुदाय से बहुत उम्मीदें हैं। किन्तु उनकी अपेक्षा सहारे की नहीं, साथ की है। वे वैश्विक विकास के लाभार्थी नहीं, उसके भागीदार बनना चाहते हैं।

हमें donor–recipient की सोच से आगे बढ़कर, equal पार्टनर्स के रूप में काम करना होगा। उनके पास-पास नहीं, साथ-साथ चलना होगा। साझेदारी को dependency के बजाय, dignity से जोड़ना होगा। इन प्रयासों से हम भावी पीढ़ियों के सतत विकास की मजबूत नींव रख सकेंगे।

Friends,

अंतरराष्ट्रीय साझेदारियाँ और वैश्विक एकजुटता तभी सार्थक बन सकती हैं, जब हम साझा चुनौतियों का मिलकर समाधान करें। भारत का दृढ विश्वास है कि विश्व के विभिन्न हिस्सों में चल रहे तनावों और युद्धों का स्थायी समाधान dialogue, diplomacy और अंतरराष्ट्रीय सहयोग के मार्ग से ही संभव है।

हम west asia में शांति प्रयासों में हुई प्रगति का स्वागत करते हैं। इस संघर्ष से west asia में हमारे मित्र देशों को जान-माल का नुकसान झेलना पड़ा है। होर्मुज़ स्ट्रेट में maritime ट्रेड में आई बाधा के कारण पूरे विश्व की अर्थव्यवस्था को नुकसान पहुंचा। भारत के कई civilians को जान गंवानी पड़ी। Global maritime ट्रेड के माध्यम से सभी देशों को आपस में जोड़ने वाले नाविकों की सुरक्षा हमारा दायित्व है। हमें यह सुनिश्चित करना होगा कि समुद्री मार्ग सुरक्षित रहें, और Seafarers बिना भय के अपना कार्य कर सकें।

Friends,

भारत इन विषयों पर सभी पार्टनर्स के साथ मिलकर काम करने के लिए पूरी तरह से तैयार है।

बहुत-बहुत धन्यवाद।