ଔଷଧପତ୍ର ପ୍ରସ୍ତୁତି କ୍ଷେତ୍ରରେ ପ୍ରଥମ ବୈଶ୍ୱିକ ଶିଖର ସମ୍ମିଳନୀ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଭାରତରେ ସ୍ୱାସ୍ଥ୍ୟଯତ୍ନ କ୍ଷେତ୍ରରେ ବୈଶ୍ୱିକ ଆସ୍ଥା ଯୋଗୁଁ ନିକଟରେ ଭାରତକୁ “ବିଶ୍ୱର ଔଷଧ ପ୍ରସ୍ତୁତି ସ୍ଥଳ” କୁହାଯାଉଛି
“ଆମେ ସମଗ୍ର ମାନବ ଜାତିର କଲ୍ୟାଣରେ ବିଶ୍ୱାସୀ ଏବଂ କୋଭିଡ-୧୯ ବୈଶ୍ୱିକ ମହାମାରୀ କାଳରେ ଆମର ଏହି ଉତ୍ସାହ ଆମେ ସମଗ୍ର ବିଶ୍ୱରେ ପ୍ରଦର୍ଶନ କରିଛୁ”
“ଔଷଧପତ୍ର ଶିଳ୍ପକୁ ନୂତନ ଶିଖରରେ ପହଞ୍ଚାଇବା ପାଇଁ ଭାରତରେ ଅନେକ ବୈଜ୍ଞାନିକ ଓ ବୈଷୟିକ ତତ୍ୱବିତ୍ ଅଛନ୍ତି । ଏହି ଶକ୍ତିର ଉପଯୋଗ କରି “ମେକ୍ ଇନ୍ ଇଣ୍ଡିଆର ଆବିଷ୍କାର ହେବ”
ଟିକା ଏବଂ ଔଷଧର କଞ୍ଚାମାଲ ଆମକୁ ସ୍ୱଦେଶୀ ଢଙ୍ଗରେ ପ୍ରସ୍ତୁତ କରିବାକୁ ହେବ । ଭାରତକୁ ଏହି କ୍ଷେତ୍ରରେ ସଫଳତା ଆବଶ୍ୟକ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ତା୧୮-୧୧-୨୧) ପ୍ରଥମ ବିଶ୍ୱ ଔଷଧ ପ୍ରସ୍ତୁତି ଶିଖର ସମ୍ମିଳନୀକୁ ଉଦ୍‌ଘାଟନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ ।

ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବୈଶ୍ୱିକ ମହାମାରୀ ଔଷଧ ପ୍ରସ୍ତୁତି କ୍ଷେତ୍ରକୁ ଅଧିକ ଲୋକଲୋଚନକୁ ଆଣିଛି । ସେ ଜୀବନ ଶୈଳୀ ହେଉ ବା ଔଷଧ କିମ୍ବା ମେଡିକାଲ ପ୍ରଯୁକ୍ତି ବିଦ୍ୟା  ବା ଟିକା, ଗତ ଦୁଇବର୍ଷ ମଧ୍ୟରେ ସ୍ୱାସ୍ଥ୍ୟ ଯତ୍ନର ପ୍ରତ୍ୟେକ କ୍ଷେତ୍ର ବୈଶ୍ୱିକ ଦୃଷ୍ଟି ଆକର୍ଷଣ କରିଛି । ଏହି ପରିପ୍ରେକ୍ଷୀରେ ଭାରତୀୟ ଔଷଧ ପ୍ରସ୍ତୁତି ଶିଳ୍ପକୁ ମଧ୍ୟ ଆହ୍ୱାନର ମୁକାବିଲା କରିବାକୁ ପଡିଛି । ଭାରତୀୟ ସ୍ୱାସ୍ଥ୍ୟ ଯତ୍ନ କ୍ଷେତ୍ରରେ ସୃଷ୍ଟି ହୋଇଥିବା ବୈଶ୍ୱକ ଆସ୍ଥା ଯୋଗୁଁ ଭାରତକୁ ନିକଟରେ ‘ବିଶ୍ୱର ଫାର୍ମାସୀ’ ବୋଲି କୁହାଯାଉଥିବା ଶ୍ରୀ ମୋଦୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ବିସ୍ତୁତଭାବେ କହିଥିଲେ ଯେ ସୁଧାର ସଂଜ୍ଞା କେବଳ ଶାରୀରିକ ଅବସ୍ଥା ମଧ୍ୟରେ ସୀମିତ ନୁହେଁ । ଆମେ ସମଗ୍ର ମାନବ କଲ୍ୟାଣରେ ବିଶ୍ୱାସ କରୁ । ଏହି ଉତ୍ସାହ ଆମେ କୋଭିଡ-୧୯ କାଳରେ ବିଶ୍ୱକୁ ପ୍ରଦର୍ଶନ କରିଛୁ ।

ବୈଶ୍ୱିକ ମହାମାରୀର ପ୍ରାଥମିକ ଅବସ୍ଥାରେ ଆମେ ୧୫୦ଟି ଦେଶକୁ ଜୀବନ ରକ୍ଷାକାରୀ ଔଷଧ ଓ ଔଷଧ ଉପକରଣ ପଠାଇଥିଲୁ । ସେହିବର୍ଷ ପାଖାପାଖି ୧୦୦ଟି ଦେଶକୁ ଆମେ ୬୫ ନିୟୁତ କୋଭିଡ ଟିକାମାତ୍ରା ମଧ୍ୟ ପଠାଇଥିଲୁ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉଦ୍‌ଭାବନର ଅନୁକୂଳ ବାତାବରଣ ସୃଷ୍ଟି ହେଲେ ଭାରତ ବିଶ୍ୱରେ ଔଷଧ ଉଦ୍‌ଭାବନ ଓ ଔଷଧୀୟ ଉପକରଣ ପ୍ରସ୍ତୁତିରେ ଅଗ୍ରଣୀ ଭୂମିକା ଗ୍ରହଣ କରିପାରିବ । ନୀତିଗତ ନିଷ୍ପତ୍ତି ଅଂଶୀଦାରମାନଙ୍କ ସହମତିରେ କରାଗଲେ କୌଣସି ବାଧାବିଘ୍ନ ମଧ୍ୟ ରହିବ ନାହିଁ । ଭାରତରେ ଅନେକ ବିଜ୍ଞାନୀ ଓ ବୈଷୟିକ ଜ୍ଞାନ ତତ୍ୱବିତ୍ ଅଛନ୍ତି ଓ ସେମାନଙ୍କ ସହଯୋଗରେ ଔଷଧ ଶିଳ୍ପକୁ ସଫଳତାର ନୂତନ ଶିଖରକୁ ନେଇ ହେବ । ଏହି ଶକ୍ତିକୁ ଉଦ୍‌ଜୀବିତ କରି ‘ଆବିଷ୍କାର ଓ ମେକ୍ ଇନ୍ ଇଣ୍ଡିଆ’ ସ୍ୱପ୍ନକୁ ସାକାର କରିବେ ।

ସ୍ୱଦେଶୀ ସାମର୍ଥ୍ୟ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ଗୁରୁତ୍ୱଆରୋପ କରିଥିଲେ । “ଆଜି ୧୩୦କୋଟି ଭାରତବାସୀ ଆତ୍ମନିର୍ଭର ଭାରତ ଗଠନ ନିମନ୍ତେ ଦାୟିତ୍ୱ ନେଇଛନ୍ତି । ଆଜି ଆମକୁ ଔଷଧ ଓ ଟିକାର ମୂଳ କଞ୍ଚାମାଲ ପ୍ରସ୍ତୁତ ପାଇଁ ଚିନ୍ତା କରିବାକୁ ହେବ । ଏହି କ୍ଷେତ୍ରରେ ଭାରତ ବିଜୟୀ ହେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।”

ପ୍ରଧାନମନ୍ତ୍ରୀ ଅଂଶୀଦାରମାନଙ୍କୁ ଭାରତରେ ବିଚାର କରି ଉଦ୍‌ଭାବନ କରିଥିବା ଓ ବିଶ୍ୱ ପାଇଁ ମେକ୍ ଇନ୍ ଇଣ୍ଡିଆ ସାମଗ୍ରୀ ପ୍ରସ୍ତୁତ କରିବାକୁ ଆମନ୍ତ୍ରଣ କରିଥିଲେ । ପ୍ରକୃତ ସାମର୍ଥ୍ୟ ଦେଖାଇ ବିଶ୍ୱ ସେବା କରିବାକୁ ସେ ଉପସଂହାରରେ ମତବ୍ୟକ୍ତ କରିଥିଲେ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
IIT Madras incubates 112 startups, files 431 patents in FY26 milestone year

Media Coverage

IIT Madras incubates 112 startups, files 431 patents in FY26 milestone year
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 28, 2026
April 28, 2026

From Orchids to Expressways: PM Modi’s Blueprint for a Self-Reliant, Connected & Proud India