ଯେଉଁ ଜିଲ୍ଲା ଗୁଡିକରେ ନୂତନ ମେଡ଼ିକାଲ୍ କଲେଜ୍ ସ୍ଥାପିତ କରାଯାଉଛି, ସେଗୁଡିକ ହେଉଛି ବିରୁଧୁନଗର, ନମକ୍କଲ, ନୀଳଗିରି, ତିରୁପ୍ପୁର, ଥିରୁଭଲ୍ଲୁର, ନାଗପଟ୍ଟିନମ୍‌, ଡିଣ୍ଡିଗୁଲ୍‌, କଲ୍ଲାକୁରିଚିି, ଆରିୟାଲୁର, ରାମନାଥପୁରମ୍ ଏବଂ କୃଷ୍ଣଗିରି ।
ଗତ ସାତ ବର୍ଷ ମଧ୍ୟରେ ମେଡିକାଲ୍ କଲେଜ୍ ଗୁଡିକର ସଂଖ୍ୟାରେ ୫୪ ପ୍ରତିଶତ ବୃଦ୍ଧି ଘଟି ଏହାର ସଂଖ୍ୟା ୫୯୬ ହୋଇଛି
ଅଣ୍ଡର ଗ୍ରାଜୁଏଟ୍ ଏବଂ ପୋଷ୍ଟ ଗ୍ରାଜୁଏଟ୍ ମେଡିକାଲ୍ ଆସନ ସଂଖ୍ୟା ବୃଦ୍ଧି ପାଇ ୧ ଲକ୍ଷ ୪୮ ହଜାରରେ ପହଂଚିଛି, ୨୦୧୪ରେ ମେଡିକାଲ୍ ଆସନ ସଂଖ୍ୟା ୮୨ ହଜାର ଥିଲା, ଯେଉଁଥିରେ ପ୍ରାୟ ୮୦% ବୃଦ୍ଧି ହୋଇଛି ।
୨୦୧୪ରେ ୭ଟି ଏମ୍ସ ଥିବାବେଳେ ଏହା ଆଜି ୨୨ରେ ପହଂଚିଛି ।
“ଭବିଷ୍ୟତ ସେହି ସମାଜ ଗୁଡିକର ହେବ, ଯେଉଁ ସମାଜ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନିବେଶ କରିବ । ଭାରତ ସରକାର ଏହି କ୍ଷେତ୍ରରେ ଅନେକ ସଂସ୍କାର ଆଣିଛନ୍ତି” ।
ଆଗାମୀ ପାଂଚ ବର୍ଷ ମଧ୍ୟରେ ତାମିଲନାଡୁ ରାଜ୍ୟକୁ ତିନି ହଜାର କୋଟି ଟଙ୍କାରୁ ଅଧିକ ସହାୟତା ପ୍ରଦାନ କରାଯିବ । ଏଥିରେ ସାରା ରାଜ୍ୟରେ ସହରୀ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର, ଜିଲ୍ଲା ସାର୍ବଜନୀନ ସ୍ୱାସ୍ଥ୍ୟ ଗବେଷଣାଗାର ଏବଂ କ୍ରିଟିକାଲ୍ କେୟାର ବ୍ଳକ୍ ସ୍ଥାପନ କରିବା ପାଇଁ ସହାୟତା ମିଳିବ ।
“ମୁଁ ସବୁବେଳେ ତାମିଲ୍ ଭାଷା ଏବଂ ସଂସ୍କୃତିର ସମୃଦ୍ଧି ଦ୍ୱାରା ପ୍ରଭାବିତ ହୋଇ ଆସିଛି” ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍‌ସିଂ ମାଧ୍ୟମରେ ତାମିଲନାଡୁରେ ୧୧ଟି ନୂତନ ମେଡିକାଲ୍ କଲେଜ୍ ଏବଂ କେନ୍ଦ୍ରୀୟ ଶାସ୍ତ୍ରୀୟ ତାମିଲ୍ ସଂସ୍ଥାନ (ସିଆଇସିଟି)ର ଏକ ନୂତନ କ୍ୟାମ୍ପସ୍ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଡ. ମନସୁଖ ମାଣ୍ଡବ୍ୟ, ଡ. ଏଲ୍ ମୁରୁଗାନ୍ ଏବଂ ଡ. ଭାରତୀ ପାୱାର, ତାମିଲନାଡୁର ମୁଖ୍ୟମନ୍ତ୍ରୀ ଥିରୁ ଏମ୍‌. କେ. ଷ୍ଟାଲିନ୍ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ୧୧ଟି ମେଡିକାଲ୍ କଲେଜ୍ ଏବଂ କେନ୍ଦ୍ରୀୟ ଶାସ୍ତ୍ରୀୟ ତାମିଲ୍ ସଂସ୍ଥାନର ନୂତନ କ୍ୟାମ୍ପସ୍ (ପରିସର) ଉଦ୍‌ଘାଟନ ସହିତ ସମାଜର ସ୍ୱାସ୍ଥ୍ୟ ଆଗକୁ ବଢ଼ିଛି ଏବଂ ଏହା ସହିତ ଆମର ସଂସ୍କୃତି ସହ ଆମର ସମ୍ବନ୍ଧ ଆହୁରି ସୁଦୃଢ଼ ହୋଇ ପାରିଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଡାକ୍ତର ମାନଙ୍କର ସଂଖ୍ୟା କମ୍ ରହିବା ଦୀର୍ଘ ଦିନ ଧରି ଏକ ସମସ୍ୟା ହୋଇ ରହି ଆସିଛି ଏବଂ ବର୍ତମାନର ସରକାର ଏହି ଗୁରୁତ୍ୱପୂର୍ଣ୍ଣ ପାର୍ଥକ୍ୟକୁ ଦୂର କରିବା ନିମନ୍ତେ ପ୍ରାଥମିକତା ଦେଉଛନ୍ତି ।


ସେ ଆହୁରି ମଧ୍ୟ କହିଥିଲେ ଯେ ୨୦୧୪ରେ ଦେଶରେ ୩୮୭ଟି ମେଡିକାଲ୍ କଲେଜ୍ ଥିଲା । କେବଳ ଗତ ସାତ ବର୍ଷ ମଧ୍ୟରେ ଏହି ସଂଖ୍ୟା ବୃଦ୍ଧି ପାଇ ମେଡିକାଲ୍ କଲେଜ୍ ସଂଖ୍ୟା ୫୯୬ ହୋଇଯାଇଛି । ଏହା ୫୪ପ୍ରତିଶତ ବୃଦ୍ଧି ପାଇଛି । ୨୦୧୪ରେ, ଭାରତରେ ମେଡିକାଲ୍ କଲେଜ୍ ଗୁଡିକରେ ଅଣ୍ଡର ଗ୍ରାଜୁଏଟ୍ ଏବଂ ପୋଷ୍ଟ ଗ୍ରାଜୁଏଟ୍ ମେଡିକାଲ୍ ଆସନ ସଂଖ୍ୟା ପାଖାପାଖି ୮୨ ହଜାର ଥିଲା । ଗତ ସାତ ବର୍ଷ ମଧ୍ୟରେ ଏହି ଆସନ ସଂଖ୍ୟା ବୃଦ୍ଧି ପାଇ ୧ ଲକ୍ଷ ୪୮ ହଜାରରେ ପହଂଚି ଯାଇଛି । ଏହା ହାରାହାରି ୮୦ ପ୍ରତିଶତ ଅଭିବୃଦ୍ଧି । ୨୦୧୪ରେ ଦେଶରେ ମାତ୍ର ୭ଟି ଏମ୍ସ ରହିଥିଲା । କିନ୍ତୁ ୨୦୧୪ ପରେ ସ୍ୱକୃତୀପ୍ରାପ୍ତ ଏମ୍ସ ସଂଖ୍ୟା ୨୨ ହୋଇ ଯାଇଛି । ଏହା ସହିତ ଚିକିତ୍ସା ଏବଂ ଶିକ୍ଷା କ୍ଷେତ୍ରକୁ ଆହୁରି ଅଧିକ ସ୍ୱଚ୍ଛ କରିବା ନିମନ୍ତେ ବିଭିନ୍ନ ସଂସ୍କାରମୂଳକ କାର୍ଯ୍ୟ ହାତକୁ ନିଆ ଯାଇଛି ବୋଲି ସେ ସୂଚନା ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାମିଲନାଡୁରେ ଏକା ଥରକେ ୧୧ଟି ମେଡିକାଲ୍ କଲେଜ୍‌ର ଉଦ୍‌ଘାଟନ କରି ସେ ଏକ ପ୍ରକାର ନିଜର ରେକର୍ଡକୁ ପଛରେ ପକାଇ ଦେଇଛନ୍ତି, ସେ ଉତରପ୍ରଦେଶରେ ନିକଟରେ କିଛି ଦିନ ପୂର୍ବେ ୯ଟି ମେଡିକାଲ୍ କଲେଜ୍‌ର ଉଦ୍‌ଘାଟନ କରିଥିଲେ । ଦେୁଇଟି ଆଶା କରୁଥିବା ଜିଲ୍ଲା ରାମନାଥପୁରମ୍ ଏବଂ ବିରୁଧୁନଗର ସହିତ ନୀଳଗିରିର ପାହାଡିଆ ଜିଲ୍ଲାରେ କଲେଜ୍ ଗୁଡିକର ସ୍ଥାପନା ହେବା ଫଳରେ କ୍ଷେତ୍ରୀୟ ଅସନ୍ତୁଳନକୁ ଦୂର କରାଯାଇ ପାରିଛି ବୋଲି ସେ ସନ୍ତୋଷ ପ୍ରକାଶ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକ ଜୀବନ କାଳ ମଧ୍ୟରେ ଥରଟିଏ ପାଇଁ କୋଭିଡ୍ - ୧୯ ମହାମାରୀ ସ୍ୱାସ୍ଥ୍ୟ କ୍ଷେତ୍ରର ମହତ୍ୱକୁ ପ୍ରତିପାଦିତ କରିଛି । ଭବିଷ୍ୟତ ସେହି ସମାଜ ମାନଙ୍କର ହେବ, ଯେଉଁ ସମାଜ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନିବେଶ କରୁଛନ୍ତି । ଭାରତ ସରକାର ଏହି କ୍ଷେତ୍ରରେ ଅନେକ ସଂସ୍କାର ଆଣିଛନ୍ତି । ଆୟୁଷ୍ମାନ ଭାରତ ଯୋଜନାକୁ ଶ୍ରେୟ ଦିଆଯିବା ଉଚିତ ଯେ ଏହା ମାଧ୍ୟମରେ ଗରିବ ଲୋକମାନଙ୍କ ପାଖରେ ଉଚ୍ଚ ଗୁଣବତା ସମ୍ପନ୍ନ ଏବଂ ଶସ୍ତାରେ ସ୍ୱାସ୍ଥ୍ୟସେବା ଉପଲବ୍ଧ ହୋଇ ପାରିଛି । ଆଣ୍ଠୁ ପ୍ରତ୍ୟାରୋପଣ ଏବଂ ଷ୍ଟେଂଟ୍‌ର ମୂଲ୍ୟ ପୂର୍ବ ମୂଲ୍ୟର ଏକ ତୃତୀୟାଂଶ ହୋଇ ଯାଇଛି । ସେ ଏହା ମଧ୍ୟ କହିଥିଲେ ଯେ ୧ ଟଙ୍କା ମୂଲ୍ୟରେ ସାନିଟାରୀ ନ୍ୟାପକିନ୍ ଉପଲବ୍ଧ କରାଇ ମହିଳା ମାନଙ୍କ ନିମନ୍ତେ ସୁସ୍ଥ ଜୀବନଯାପନ ଶୈଳୀକୁ ପ୍ରୋତ୍ସାହିତ କରାଯିବ । ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଭିତିଭୂମି ମିଶନର ଉଦ୍ଦେଶ୍ୟ ହେଉଛି ବିଶେଷ ରୂପରେ ଜିଲ୍ଲା ସ୍ତରରେ ସ୍ୱାସ୍ଥ୍ୟ ଭିତିଭୂମିର ଢାଂଚା ଏବଂ ସ୍ୱାସ୍ଥ୍ୟଭିତିକ ଗବେଷଣା କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ପ୍ରଭେଦକୁ ଦୂର କରିବା । ଆଗାମୀ ପାଂଚ ବର୍ଷ ମଧ୍ୟରେ ତାମିଲନାଡୁକୁ ତିନି ହଜାର କୋଟି ଟଙ୍କାରୁ ଅଧିକ ପରିମାଣର ଆର୍ଥିକ ସହାୟତା ପ୍ରଦାନ କରାଯିବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ସାରା ରାଜ୍ୟରେ ସହରୀ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର, ଜିଲ୍ଲା ସାର୍ବଜନୀନ ସ୍ୱାସ୍ଥ୍ୟ ଗବେଷଣାଗାର ଏବଂ କ୍ରିଟିକାଲ୍ କେୟାର ବ୍ଲକ୍ ସ୍ଥାପନ କରିବା କ୍ଷେତ୍ରରେ ସହାୟତା କରିବ ।

ଆଗାମୀ ବର୍ଷ ଗୁଡିକରେ, "ମୁଁ ଭାରତକୁ ଗୁଣବତା ସମ୍ପନ୍ନ ଏବଂ ଶସ୍ତାରେ ସ୍ୱାସ୍ଥ୍ୟ ସେବା ନିମନ୍ତେ ପରିଚିତ ଗନ୍ତବ୍ୟ ସ୍ଥଳୀ ରୂପରେ ଦେଖୁଛି’ ବୋଲି ସେ ମନ୍ତବ୍ୟ ଦେଇଥିଲେ । ‘ମେଡିକାଲ୍ ଟୁରିଜମ୍ (ଚିକିତ୍ସା ପର୍ଯ୍ୟଟନ)ର ହବ୍ (ପେଣ୍ଠସ୍ଥଳୀ)ରେ ପରିଣତ ହେବା ପାଇଁ ଆବଶ୍ୟକ ସମସ୍ତ ପ୍ରକାରର ଜିନିଷ ଭାରତରେ ଉପଲବ୍ଧ ରହିଛି । ମୁଁ ଏହା ଆମର ଡାକ୍ତର ମାନଙ୍କର ଦକ୍ଷତାର ଆଧାରକୁ ନେଇ କହୁଛି,’ ବୋଲି ସେ କହିଥିଲେ । ସେ ଚିକିତ୍ସା କ୍ଷେତ୍ରରେ ଟେଲିମେଡିସିନ୍‌ର ପ୍ରୟୋଗ ସମ୍ପର୍କରେ ଚିନ୍ତା କରି ପ୍ରୟୋଗ କରିବା ନିମନ୍ତେ ମଧ୍ୟ ଆଗ୍ରହ ପ୍ରକାଶ କରିଥିଲେ ।


ପ୍ରଧାନମନ୍ତ୍ରୀ ଟିପ୍ପଣୀ ଦେଇଥିଲେ ଯେ ସେ ସର୍ବଦା ତାମିଲ୍ ଭାଷା ଏବଂ ସଂସ୍କୃତିର ସମୃଦ୍ଧି ଦ୍ୱାରା ପ୍ରଭାବିତ ହୋଇ ଆସିଛନ୍ତି । ସେ ମଧ୍ୟ ଏହା ମୁକ୍ତ ଭାବେ ସ୍ୱୀକାର କରିଥିଲେ ଯେ, "ମୋ ଜୀବନରେ ସବୁଠାରୁ ଖୁସିର ମୂହୁର୍ତ ତାହା ଥିଲା, ଯେତେବେଳେ ମୋତେ ଜାତିସଂଘରେ ବିଶ୍ୱର ସର୍ବପ୍ରାଚୀନ ଭାଷା ତାମିଲ୍‌ରେ କିଛି ଶବ୍ଦ କହିବା ନିମନ୍ତେ ସୁଯୋଗ ମିଳିଥିଲା । ’ ସେ କହିଥିଲେ ଯେ ତାଙ୍କ ସରକାରକୁ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ତାମିଲ୍ ଅଧ୍ୟୟନ ନିମନ୍ତେ ‘ସୁବ୍ରମଣ୍ୟମ୍ ଭାରତୀ ପୀଠ' ସ୍ଥାପନ କରିବା ଭଳି ସମ୍ମାନଜନକ ଅବସର ମିଳିଛି । ସେ ଆହୁରି ମଧ୍ୟ କହିଥିଲେ ଯେ ତାଙ୍କ ସଂସଦୀୟ କ୍ଷେତ୍ରରେ ରହିଥିବା ଏହି ପୀଠ ତାମିଲ୍ ପ୍ରତି ଅଧିକ ଉତ୍ସୁକତା ସୃଷ୍ଟି କରିବ ।

ଜାତୀୟ ଶିକ୍ଷା ନୀତି ୨୦୨୦ରେ ଭାରତୀୟ ଭାଷା ଗୁଡିକର ତଥା ଭାରତୀୟ ଜ୍ଞାନ ବ୍ୟବସ୍ଥା ଗୁଡିକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିବା ସମ୍ପର୍କରେ ଟିପ୍ପଣୀ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ତାମିଲ୍‌କୁ ଏବେ ମାଧ୍ୟମିକ ସ୍ତର ବା ମଧ୍ୟ ସ୍ତରରେ ବିଦ୍ୟାଳୟ ଶିକ୍ଷାରେ ଶାସ୍ତ୍ରୀୟ ଭାଷା ଭାବରେ ଅଧ୍ୟୟନ କରା ଯାଇପାରେ । ତାମିଲ୍ ଭାଷା- ସଙ୍ଗମର ଭାଷା ଗୁଡିକ ମଧ୍ୟରୁ ଗୋଟିଏ, ଯେଉଁଠି ସ୍କୁଲ୍ ଛାତ୍ରଛାତ୍ରୀ ଅଡିଓ ଭିଡିଓ ମାଧ୍ୟମରେ ବିଭିନ୍ନ ଭାରତୀୟ ଭାଷା ଗୁଡିକର ୧୦୦ଟି ବାକ୍ୟ ସହିତ ପରିଚିତ ହୋଇଥାନ୍ତି । ଭାରତବାଣୀ ପ୍ରକଳ୍ପ ଅଧୀନରେ ତାମିଲ୍‌ର ସବୁଠାରୁ ବଡ ଇ- କଂଟେଂଟକୁ ଡିଜିଟାଲ୍ କରାଯାଇଛି । "ଆମେ ସ୍କୁଲ୍‌ରେ ମାତୃଭାଷା ଏବଂ ସ୍ଥାନୀୟ ଭାଷା ଗୁଡିକରେ ଶିକ୍ଷାଦାନକୁ ପ୍ରୋତ୍ସାହିତ କରୁଛୁ । ସେ ଆହୁରି ମଧ୍ୟ କହିଥିଲେ ଯେ, ଆମ ସରକାର ଭାରତୀୟ ଭାଷା ଗୁଡିକରେ ଇଞ୍ଜିନିୟରିଂ ଭଳି ଟେକ୍ନିକାଲ୍‌/ ବୈଷୟିକ ପାଠ୍ୟକ୍ରମକୁ ଉପଲବ୍ଧ କରାଇବା ଆରମ୍ଭ କରି ଦେଇଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ‘ଏକ ଭାରତ, ଶ୍ରେଷ୍ଠ ଭାରତ' ବିବିଧତା ମଧ୍ୟରେ ଏକତାର ଭାବନାକୁ ବୃଦ୍ଧି କରିବା ନିମନ୍ତେ ଏବଂ ଆମ ଲୋକମାନଙ୍କୁ ନିକଟତର କରିବା ନିମନ୍ତେ ପ୍ରୟାସ କରିଥାଏ । ସେ ଦୃଢ଼ତାର ସହିତ କହିଥିଲେ ଯେ, "ଯେତେବେଳେ ହରିଦ୍ୱାରରେ ଗୋଟିଏ ଛୋଟ ପିଲା ତିରୁଭଲ୍ଲୁଭରଙ୍କ ମୂର୍ତିକୁ ଦେଖିଥାଏ, ତାଙ୍କର ମହାନତାକୁ ଜାଣିଥାଏ, ସେତେବେଳେ ତାର ବାଳସୁଲଭ ମସ୍ତିଷ୍କରେ ‘ଏକ ଭାରତ, ଶ୍ରେଷ୍ଠ ଭାରତ'ର ବୀଜ ବପନ ହୋଇ ଯାଇଥାଏ ।"

ସେ ସମସ୍ତଙ୍କୁ କୋଭିଡ୍ ପାଇଁ ସମସ୍ତ ପ୍ରକାରର ସାବଧାନତା ନେବା ସହିତ କୋଭିଡ୍‌ଠାରୁ ଦୂରେଇ ରହିବା ନିମନ୍ତେ ଆବଶ୍ୟକ ବ୍ୟବହାରକୁ ବଜାୟ ରଖିବା ନିମନ୍ତେ କହିବା ସହିତ ନିଜର ଭାଷଣ ଶେଷ କରିଥିଲେ ।


ନୂତନ ମେଡିକାଲ୍ କଲେଜ୍‌ଗୁଡ଼ିକ ପାଖାପାଖି ୪୦୦୦ କୋଟି ଟଙ୍କାର ଆନୁମାନିକ ମୂଲ୍ୟରେ ସ୍ଥାପିତ ହେଉଛି, ଯେଉଁଥିରୁ ପାଖାପାଖି ୨୧୪୫ କୋଟି ଟଙ୍କା କେନ୍ଦ୍ର ସରକାର ଏବଂ ବାକି ତାମିଲନାଡୁ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଛି । ଯେଉଁ ଜିଲ୍ଲା ଗୁଡିକରେ ନୂତନ ମେଡ଼ିକାଲ କଲେଜ୍‌ଗୁଡ଼ିକ ସ୍ଥାପିତ କରାଯାଉଛି ସେଗୁଡିକ ହେଉଛି ବିରୁଧୁନଗର, ନମକ୍କଲ, ନୀଳଗିରି, ତିରୁପ୍ପୁର, ତିରୁବଲ୍ଲୁର, ନାଗପଟ୍ଟିନମ୍‌, ଡିଣ୍ଡିଗୁଲ୍‌, କଲ୍ଲାକୁରିଚି, ଆରିୟାଲୁର, ରାମନାଥପୁରମ୍ ଏବଂ କୃଷ୍ଣଗିରି । ଏହି ମେଡିକାଲ୍ କଲେଜ୍ ଗୁଡିକର ସ୍ଥାପନା ଦେଶର ସମସ୍ତ ଭାଗରେ ଶସ୍ତା ଚିକିତ୍ସା ଶିକ୍ଷାକୁ ପ୍ରୋତ୍ସାହିତ କରିବା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଭିତିଭୂମି ଢାଂଚାରେ ପରିବର୍ତନ ନିମନ୍ତେ ପ୍ରଧାନମନ୍ତ୍ରୀଙ୍କର ନିରନ୍ତର ପ୍ରୟାସର ଅନୁରୂପ ଅଟେ । କେନ୍ଦ୍ର ପ୍ରାୟୋଜିତ ଯୋଜନା ଅନୁସାରେ ୧୪୫୦ ଆସନ ଗୁଡିକର ଆବର୍ତି କ୍ଷମତା ବିଶିଷ୍ଟ ନୂତନ ମେଡିକାଲ୍ କଲେଜ୍ ‘ପୂର୍ବରୁ ରହିଥିବା ଜିଲ୍ଲା/ ରେଫରାଲ୍ ଡାକ୍ତରଖାନା ସହିତ ଯୋଡି ହୋଇ ରହିଥବା ମେଡିକାଲ୍ କଲେଜ ଗୁଡିକର ସ୍ଥାପନା' କରାଯାଉଛି । ଯୋଜନା ଅନୁସାରେ ସେହି ଜିଲ୍ଲା ଗୁଡିକରେ ମେଡିକାଲ୍ କଲେଜ୍ ସ୍ଥାପିତ କରାଯାଇଥାଏ, ଯେଉଁଠାରେ ସରକାରୀ କିମ୍ବା ଘରୋଇ ମେଡିକାଲ୍ କଲେଜ୍ ରହିଥାଏ ।

ଚେନ୍ନାଇରେ କେନ୍ଦ୍ରୀୟ ଶାସ୍ତ୍ରୀୟ ତାମିଲ୍ ସଂସ୍ଥାନ (ସିଆଇସିଟି)ର ଏକ ନୂତନ କ୍ୟାମ୍ପସ୍‌ର ସ୍ଥାପନା ଭାରତୀୟ ଐତିହ୍ୟର ସୁରକ୍ଷା ଏବଂ ସଂରକ୍ଷଣ ଏବଂ ଶାସ୍ତ୍ରୀୟ ଭାଷା ଗୁଡିକୁ ପ୍ରୋତ୍ସାହିତ କରିବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କର ଦୃଷ୍ଟିକୋଣ ଅନୁରୂପ ଅଟେ । ନୂତନ କ୍ୟାମ୍ପସ୍ ସମ୍ପୂର୍ଣ୍ଣ ରୂପରେ କେନ୍ଦ୍ର ସରକାରଙ୍କ ଆର୍ଥିକ ସହାୟତା ଦ୍ୱାରା ଏବଂ ୨୪ କୋଟି ଟଙ୍କା ଖର୍ଚ୍ଚରେ ତିଆରି କରାଯାଇଛି । ବର୍ତମାନ ପର୍ଯ୍ୟନ୍ତ ଭଡାରେ ଚାଲୁଥିବା ଭବନରେ ସଂଚାଳିତ ହେଉଥିବା ସିଆଇସିଟି ଏବେ ଏକ ୩ ମହଲା ବିଶିଷ୍ଟ କ୍ୟାମ୍ପସ୍‌ରେ ସଂଚାଳିତ ହେବ । ନୂତନ କ୍ୟାମ୍ପସ୍‌ରେ ଏକ ବୃହତ୍ ପୁସ୍ତକାଳୟ, ଏକ ଇ - ଲାଇବ୍ରେରୀ, ସେମିନାର ହଲ୍ ଏବଂ ଏକ ମଲ୍‌ଟିମିଡିଆ ହଲ୍ ରହିଛି ।

କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରଣାଳୟ ଅନୁସାରେ ଏକ ସ୍ୱାୟତ ସଙ୍ଗଠନ, ସିଆଇସିଟି ତାମିଲ୍ ଭାଷାର ପ୍ରାଚୀନତା ଏବଂ ବିଶେଷତାକୁ ସ୍ଥାପିତ କରିବା ନିମନ୍ତେ ଗବେଷଣା କାର୍ଯ୍ୟ କରି ଶାସ୍ତ୍ରୀୟ ତାମିଲ୍‌କୁ ପ୍ରୋତ୍ସାହିତ କରିବା ନିମନ୍ତେ ଯୋଗଦାନ ଦେଉଛି । ସଂସ୍ଥାନର ପୁସ୍ତକାଳୟ ୪୫,୦୦୦ରୁ ଅଧିକ ପ୍ରାଚୀନ ତାମିଲ୍ ପୁସ୍ତକ ଗୁଡିକର ସମୃଦ୍ଧ ସଂଗ୍ରହ ଅଟେ । ଶାସ୍ତ୍ରୀୟ ତାମିଲ୍‌କୁ ପ୍ରୋତ୍ସାହିତ କରିବା ଏବଂ ନିଜର ଛାତ୍ରଛାତ୍ରୀଙ୍କୁ ସମର୍ଥନ କରିବା ନିମନ୍ତେ, ଏହି ସଂସ୍ଥାନ ସେମିନାର ଏବଂ ପ୍ରଶିକ୍ଷଶ କାର୍ଯ୍ୟକ୍ରମ ଆୟୋଜିତ କରିବା, ଫେଲୋସିପ୍ ପ୍ରଦାନ କରିବା ଇତ୍ୟାଦି ଭଳି ଏକାଡେମିକ୍‌ (ଶିକ୍ଷାଭିତିକ) କାର୍ଯ୍ୟ ଗୁଡିକରେ ସାମିଲ୍ ହୋଇଥାଏ । ଏହାର ଉଦ୍ଦେଶ୍ୟ ହେଉଛି ବିଭିନ୍ନ ଭାରତୀୟ ଭାଷା ଏବଂ ଏହା ସହିତ ୧୦୦ଟି ବିଦେଶୀ ଭାଷାରେ ‘ଥିରୁକ୍କୁରଲ୍‌'ର ଅନୁବାଦ ଏବଂ ପ୍ରକାଶନ କରିବା । ନୂଆ କ୍ୟାମ୍ପସ୍ ସାରା ବିଶ୍ୱରେ ଶାସ୍ତ୍ରୀୟ ତାମିଲ୍‌କୁ ପ୍ରୋତ୍ସାହିତ କରିବା ନିମନ୍ତେ ନିଜର ଗବେଷଣାରେ ସଂସ୍ଥାନ ନିମନ୍ତେ ଏକ କୁଶଳ କାର୍ଯ୍ୟ ବାତାବରଣ ପ୍ରଦାନ କରିବ ।

 

Click here to read PM's speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
UPI goes live at Eiffel Tower and French airports as India-France digital ties strengthen

Media Coverage

UPI goes live at Eiffel Tower and French airports as India-France digital ties strengthen
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 15, 2026
June 15, 2026

Citizens Celebrate 12 Years of Modi: Building a Saksham Middle Class at Home While Earning Global Respect Abroad