ଭିତ୍ତିଭୂମି ବିପ୍ଳବର ୧୧ ବର୍ଷ ପାଳନ କରିବା ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ଅଭିବୃଦ୍ଧି ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି । ଏହା ଦଶ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ପରିବର୍ତ୍ତନକାରୀ ଭିତ୍ତିଭୂମି ବିକାଶ ଯାହା ଦେଶକୁ ପ୍ରଗତି ପଥରେ ଆଗକୁ ବଢ଼ାଇଛି । ଶ୍ରୀ ମୋଦୀ ଭିତ୍ତିଭୂମି କ୍ଷେତ୍ରରେ ଭାରତର ଉଲ୍ଲେଖନୀୟ ଅଗ୍ରଗତି ଉପରେ ଗୁରୁତ୍ୱାରୋପ କରିଛନ୍ତି – ରେଳପଥ, ରାଜପଥ, ବନ୍ଦର ଏବଂ ବିମାନବନ୍ଦର - ଯାହା ଦ୍ୱାରା ଉନ୍ନତ ସଂଯୋଗୀକରଣ, ଅର୍ଥନୈତିକ ପ୍ରସାର ଏବଂ ଉନ୍ନତ ଜୀବନଯାପନ ଏବଂ ନାଗରିକମାନଙ୍କ ପାଇଁ ସମୃଦ୍ଧି ବୃଦ୍ଧି ପାଇଛି ।

ସେ ପୁନରାବୃତ୍ତି କରିଛନ୍ତି ଯେ, ପରବର୍ତ୍ତୀ ପିଢ଼ିର ଭିତ୍ତିଭୂମି ପାଇଁ ଭାରତର ପ୍ରୟାସ ସ୍ଥାୟୀତ୍ୱ ଏବଂ ଦୀର୍ଘକାଳୀନ ଦୃଷ୍ଟିକୋଣ ଦ୍ୱାରା ପରିଚାଳିତ, ଯାହା ଏକ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ସ୍ଥାପନ କରୁଛି ।

ମାଇଗଭ୍‌ଇଣ୍ଡିଆ ପକ୍ଷରୁ ଏକ୍ସରେ କରାଯାଇଥିବା ପୃଥକ ପୋଷ୍ଟର ଉତ୍ତର ଦେଇ ଶ୍ରୀ ମୋଦୀ ଲେଖିଛନ୍ତି;

“୧୧ ବର୍ଷର ଭିତ୍ତିଭୂମି ବିପ୍ଳବ ହୋଇଛି, ଯାହା ସହିତ ଉତ୍କୃଷ୍ଟ ଭିତ୍ତିଭୂମି ଯୋଡା ହୋଇଛି ଏବଂ ଏହା ଭାରତର ଅଭିବୃଦ୍ଧି ପଥକୁ ଅଧିକ ପ୍ରଶସ୍ତ କରିଛି । ରେଳପଥରୁ ରାଜପଥ, ବନ୍ଦରଠାରୁ ବିମାନବନ୍ଦର ପର୍ଯ୍ୟନ୍ତ, ଭାରତର ଦ୍ରୁତ ବିସ୍ତାରିତ ଭିତ୍ତଭୂମି ନେଟୱାର୍କ ‘ସହଜ ଜୀବନଯାପନ’କୁ ତ୍ୱରାନ୍ୱିତ କରିବା ସହ ସମୃଦ୍ଧି ବୃଦ୍ଧି କରୁଛି ।”

“ପରବର୍ତ୍ତୀ ପିଢ଼ିର ଭିତ୍ତିଭୂମି ପାଇଁ ଭାରତର ପ୍ରୟାସ ସ୍ଥାୟୀତ୍ୱ ଏବଂ ଦୀର୍ଘକାଳୀନ ଦୃଷ୍ଟିକୋଣ ଦ୍ୱାରା ପ୍ରେରିତ । ଏହା ଏକ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ସ୍ଥାପନ କରୁଛି!

#11YearsOfInfraRevolution”

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Auckland's Sky Tower lights up in India's tricolour as PM Modi begins historic New Zealand visit

Media Coverage

Auckland's Sky Tower lights up in India's tricolour as PM Modi begins historic New Zealand visit
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 11, 2026
July 11, 2026

Record Exports, Record Investments, Record Pride: India’s Rise Under PM Modi is Multi-Dimensional