ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ଅବସରରେ ବନ୍ୟଜୀବପ୍ରେମୀଙ୍କୁ ଏବଂ ବିଶେଷକରି ସେହିସବୁ ଲୋକମାନଙ୍କୁ ଯେଉଁମାନେ କି ଦେଶରେ ବ୍ୟାଘ୍ର ସୁରକ୍ଷା ଦିଗରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜ୍ଞାପନ କରିଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ସେମାନଙ୍କ କହିଛନ୍ତି:

“ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ଅବସରରେ ବନ୍ୟଜୀବପ୍ରେମୀମାନଙ୍କ ଅଭିନନ୍ଦନ, ବିଶେଷ କରି ଯେଉଁମାନେ ଦେଶରେ ବ୍ୟାଘ୍ର ସଂରକ୍ଷଣ ଦିଗରେ ଅଧିକ ସଚେତନ ସେମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ବିଶ୍ୱରେ ମୋଟ ଯେତିକି ବାଘ ଅଛନ୍ତି ସେମାନଙ୍କ ମଧ୍ୟରୁ ୭୦ ପ୍ରତିଶତରୁ ଅଧିକ ବାଘ ଭାରତରେ ହିଁ ରହିଛନ୍ତି । ଆମେ ପୁଣି ଥରେ ପ୍ରତିବଦ୍ଧତା ବ୍ୟକ୍ତ କରୁଛୁ ଯେ ଆମେ ଦେଶର ଥିବା ବାଘଙ୍କ ନିମନ୍ତେ ପ୍ରାକୃତିକ ପରିବେଶରେ ସେମାନଙ୍କର ବସବାସକୁ ସୁନିଶ୍ଚିତ କରିବ ଏବଂ ବାଘମାନଙ୍କୁ ଏକ ଅନୁକୂଳ ଇକୋ- ସିଷ୍ଟମରେ ବୃଦ୍ଧି ହେବାକୁ ଦେବୁ ।

ଭାରତରେ ବାଘମାନଙ୍କ ନିମନ୍ତେ ୫୧ଟି ଅଭୟାରଣ୍ୟ ରହିଛି ଯାହା ୧୮ଟି ରାଜ୍ୟରେ ବ୍ୟାପ୍ତ । ୨୦୧୮ ମସିହାରେ ଦେଶରେ ଶେଷ ଥରପାଇଁ ବାଘ ଗଣନା ହୋଇଥିଲା ଯେଉଁଥିରେ ଜଣାପଡ଼ିଥିଲା ଯେ ଦେଶରେ ବାଘଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବାଘମାନଙ୍କ ସଂରକ୍ଷଣ ପ୍ରସଙ୍ଗରେ ସେଣ୍ଟ ପିଟର୍ସବର୍ଗ ଘୋଷଣାନାମାରେ ଯେଉଁ ସମୟସୀମା ନିର୍ଦ୍ଧାରଣ କରାଯାଇଥିଲା, ତାହାକୁ ସ୍ମରଣ ରଖି ଭାରତ ନିଜର ବାଘ ସଂଖ୍ୟାକୁ ଦୁଇଗୁଣ କରିବା ଲକ୍ଷ୍ୟ ବିଗତ ଚାରିବର୍ଷ ପୂର୍ବରୁ ହାସଲ କରିସାରିଛି ।

ବାଘ ସଂରକ୍ଷଣ ପ୍ରସଙ୍ଗରେ ଭାରତର ରଣନୀତିରେ ସ୍ଥାନୀୟ ସମ୍ପ୍ରଦାୟଙ୍କୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ପ୍ରଦାନ କରାଯାଇଛି । ଆମର ଶହ ଶହ ବର୍ଷର ପରମ୍ପରାକୁ ଆମେ ପରିପାଳନ କରିଆସୁଛୁ ଯାହା ଆମକୁ ଏହି ଶିକ୍ଷା ଦେଇଛି ଯେ ଆମେମାନେ ଜୀବଜନ୍ତୁଙ୍କୁ, ବୃକ୍ଷଲତାଙ୍କୁ ସମଭାବାପନ୍ନ ଦୃଷ୍ଟିରେ ଦେଖିବା ଉଚିତ । କାରଣ ଏମାନେ ସଭିଏଁ ଆମମାନଙ୍କ ସହିତ ଏହି ଧରିତ୍ରୀରେ ଏକତ୍ର ବସବାସ କରିଆସୁଛନ୍ତି ।”

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's 1 Trillion Retail Moment: Dawn of Retail Revenue Intelligence

Media Coverage

India's 1 Trillion Retail Moment: Dawn of Retail Revenue Intelligence
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 27, 2026
June 27, 2026

Appreciation for PM Modi's Development-Focused and People-Centric Governance