ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅରୁଣାଚଳ ପ୍ରଦେଶର ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ପରମ୍ପରା ଏବଂ ପ୍ରକୃତି ମଧ୍ୟରେ ସୌହାର୍ଦ୍ଦ୍ୟର ଏକ ଉଜ୍ଜ୍ୱଳ ଉଦାହରଣ ଭାବେ ପ୍ରଧାନମନ୍ତ୍ରୀ ଅରୁଣାଚଳ ପ୍ରଦେଶକୁ ପ୍ରଶଂସା କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ଏହାର ଉତ୍ସାହୀ ଏବଂ ପରିଶ୍ରମୀ ନାଗରିକମାନେ ଦେଶର ପ୍ରଗତିକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି।
ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି:
"ରାଜ୍ୟ ପ୍ରତିଷ୍ଠା ଦିବସ ଅବସରରେ ଅରୁଣାଚଳ ପ୍ରଦେଶର ଜନସାଧାରଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା।
ଭବ୍ୟ ପ୍ରାକୃତିକ ଦୃଶ୍ୟ ଏବଂ ଅସାଧାରଣ ସାଂସ୍କୃତିକ ବିବିଧତାରେ ପରିପୂର୍ଣ୍ଣ ଅରୁଣାଚଳ ପ୍ରଦେଶ ପରମ୍ପରା ଏବଂ ପ୍ରକୃତି ମଧ୍ୟରେ ସୌହାର୍ଦ୍ଦ୍ୟର ଏକ ଉଜ୍ଜ୍ୱଳ ଉଦାହରଣ ଭାବେ ଉଭା ହୋଇଛି। ଏହାର ଉତ୍ସାହୀ ଏବଂ ପରିଶ୍ରମୀ ନାଗରିକମାନେ ଦେଶର ପ୍ରଗତିକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ଏଥି ସହିତ, ରାଜ୍ୟର ବିବିଧ ଆଦିବାସୀ ପରମ୍ପରା ଆମ ଦେଶକୁ ଅପାର ସମୃଦ୍ଧି ପ୍ରଦାନ କରିଥାଏ ।
ଆଗାମୀ ସମୟରେ ରାଜ୍ୟ ବିକାଶର ନୂତନ ଶିଖରରେ ପହଞ୍ଚୁ । "
Warm wishes to the people of Arunachal Pradesh on the occasion of their Statehood Day.
— Narendra Modi (@narendramodi) February 20, 2026
Blessed with majestic landscapes and an extraordinary cultural diversity, Arunachal Pradesh stands as a shining example of harmony between tradition and nature. Its spirited and industrious…


