ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ସଂସ୍କୃତ 'ସୁଭାଷିତମ୍ ’ ସେୟାର କରିଛନ୍ତି, ଯେଉଁଥିରେ ଜନସାଧାରଣଙ୍କ ପ୍ରତିନିଧିତ୍ୱର ଗୁରୁତ୍ୱ ଉପରେ ଆଲୋକପାତ କରାଯାଇଛି ।
‘‘ପ୍ରଜାସୁଖେ ସୁଖଂ ରାଜଃ ପ୍ରଜାନାଂ ଚ ହିତେ ହିତମ୍ ।
ନାତ୍ମପ୍ରିୟଂ ପ୍ରିୟଂ ରାଜଃ ପ୍ରଜାନାଂ ତୁ ପ୍ରିୟଂ ପ୍ରିୟମ୍ ।।’’
ସୁଭାଷିତମ୍ ପ୍ରକାଶ କରେ, "ଲୋକ ପ୍ରତିନିଧିଙ୍କ ସୁଖ ଲୋକଙ୍କ ସୁଖରେ ନିହିତ; ତାଙ୍କର କଲ୍ୟାଣ ଲୋକଙ୍କ କଲ୍ୟାଣରେ ନିହିତ । ଲୋକ ପ୍ରତିନିଧିଙ୍କର କୌଣସି ବ୍ୟକ୍ତିଗତ ପସନ୍ଦ ନାହିଁ। ଯାହା ଲୋକଙ୍କ ପାଇଁ ପ୍ରିୟ ତାହା ତାଙ୍କ ପାଇଁ ପ୍ରିୟ ।"
ଶ୍ରୀ ମୋଦୀ ଆଜି ପଞ୍ଚାୟତିରାଜ ଦିବସ ଅବସରରେ ସାରା ଦେଶର ଜନ ପ୍ରତିନିଧିମାନଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଥିଲେ। "ଜନସେବା ଏବଂ ରାଷ୍ଟ୍ର ସେବା ପ୍ରତି ଆପଣଙ୍କର ସମର୍ପଣ ବାସ୍ତବରେ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ" ବୋଲି ଶ୍ରୀ ମୋଦୀ କହିଥିଲେ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ଲେଖିଛନ୍ତି;
"ପଞ୍ଚାୟତିରାଜ ଦିବସ ଅବସରରେ ସାରା ଦେଶର ଜନ ପ୍ରତିନିଧିମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ! ଜନସେବା ସହିତ ଜାତୀୟ ସେବା ପ୍ରତି ଆପଣମାନଙ୍କ ସମର୍ପଣ ସମସ୍ତଙ୍କୁ ପ୍ରେରଣା ଯୋଗାଇବ। ’’
‘‘ପ୍ରଜାସୁଖେ ସୁଖଂ ରାଜଃ ପ୍ରଜାନାଂ ଚ ହିତେ ହିତମ୍ ।
ନାତ୍ମପ୍ରିୟଂ ପ୍ରିୟଂ ରାଜଃ ପ୍ରଜାନାଂ ତୁ ପ୍ରିୟଂ ପ୍ରିୟମ୍ ।।’’
पंचायती राज दिवस के अवसर पर देशभर के जनप्रतिनिधियों का हार्दिक अभिनंदन! जनसेवा के साथ राष्ट्रसेवा के प्रति आप सभी का समर्पण हर किसी को प्रेरित करने वाला है।
— Narendra Modi (@narendramodi) April 24, 2026
प्रजासुखे सुखं राज्ञः प्रजानां च हिते हितम्।
नात्मप्रियं प्रियं राज्ञः प्रजानां तु प्रियं प्रियम्॥ pic.twitter.com/gb0K3Rr709


