ଏନସିସି ଆଲୁମନାଇ ସଙ୍ଘକୁ ସମୃଦ୍ଧ କରିବା ପାଇଁ ପୂର୍ବତନ ଏନସିସି ଛାତ୍ରଛାତ୍ରୀଙ୍କୁ ଅନୁରୋଧ

ଏନସିସି ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏନସିସି କ୍ୟାଡେଟମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ଶ୍ରୀ ମୋଦୀ ସାରା ଦେଶର ପୂର୍ବତନ ଏନସିସି ଛାତ୍ରଛାତ୍ରୀଙ୍କୁ ଏନସିସି ଆଲୁମନାଇ ସଙ୍ଘକୁ ସମର୍ଥନ ଦେବା ସହ ସଙ୍ଘର କାର୍ଯ୍ୟକ୍ରମରେ ଭାଗ ନେଇ ସଙ୍ଘକୁ ସମୃଦ୍ଧ କରିବାକୁ ଅନୁରୋଧ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟ ଶୃଙ୍ଖଳରେ କହିଛନ୍ତି;

“ଏନସିସି ଦିବସର ଶୁଭେଚ୍ଛା । ‘ଏକତା ଓ ଅନୁଶାସନ’ ଆଦର୍ଶ ଦ୍ୱାରା ପ୍ରେରିତ ଏନସିସି ଭାରତୀୟ ଯୁବ ପୀଢିଙ୍କୁ ସେମାନଙ୍କ ପ୍ରକୃତ ଦକ୍ଷତାକୁ ବୁଝାଇବା ତଥା ଦେଶ ନିର୍ମାଣରେ ଯୋଗଦାନ କରିବାକୁ ସୁଯୋଗ ପ୍ରଦାନ କରିଥାଏ । ଚଳିତ ବର୍ଷ ଜାନୁୟାରୀରେ ଏନସିସି ରାଲି ଅବସରରେ ଦେଇଥିବା ବକ୍ତବ୍ୟ ଉପସ୍ଥାପିତ କରୁଛି ।

କିଛି ଦିନ ପୂର୍ବେ ଝାନସି ଠାରେ ରାଷ୍ଟ୍ର ରକ୍ଷା ସମର୍ପଣ ପର୍ବ ଅବସରରେ ଏନସିସି ଆଲୁମନାଇ ସଙ୍ଘର ପ୍ରଥମ ସଦସ୍ୟ ଭାବେ ପଞ୍ଜିକୃତ ହେବାର ଗୌରବ ମିଳିଥିଲା । ଏନସିସି ସହ ଜଡିତ ସମସ୍ତଙ୍କୁ ଏକାଠି କରିବାକୁ ଆଲୁମନାଇ ସଙ୍ଘ ଗଠନ ଏକ ପ୍ରଶଂସାଯୋଗ୍ୟ ପଦକ୍ଷେପ ।

ସାରା ଭାରତର ପୂର୍ବତନ ଏନସିସି ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରୁଛି ସେମାନେ ଏନସିସି ଆଲୁମନାଇ ସଙ୍ଘକୁ ସମର୍ଥନ ପ୍ରଦାନ କରି ସମୃଦ୍ଧ କରନ୍ତୁ ଓ ସଙ୍ଘର କାର୍ଯ୍ୟକ୍ରମରେ ଭାଗ ନିଅନ୍ତୁ । ଏନସିସି ଅଭିଜ୍ଞତାକୁ ଅଧିକ ପ୍ରାଣବନ୍ତ ଓ ସାର୍ଥକ କରିବା ପାଇଁ ଭାରତ ସରକାର ଅନେକ ପଦକ୍ଷେପ ନେଇଛନ୍ତି । https://t.co/CPMGLryRXX”

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Net GST rises 7.3% in April; gross collections hit record ₹2.43 trillion

Media Coverage

Net GST rises 7.3% in April; gross collections hit record ₹2.43 trillion
NM on the go

Nm on the go

Always be the first to hear from the PM. Get the App Now!
...
Prime Minister wishes for the speedy recovery of Shri Ajay Rai
May 02, 2026

Prime Minister Shri Narendra Modi has wished for the speedy recovery of Shri Ajay Rai.

The Prime Minister stated that he received the news of Shri Ajay Rai being unwell and wished for him to get well at the earliest.

The Prime Minister posted on X:

"उत्तर प्रदेश कांग्रेस अध्यक्ष अजय राय जी के अस्वस्थ होने का समाचार प्राप्त हुआ है। मैं उनके जल्द से जल्द स्वस्थ होने की कामना करता हूं।"